bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Acts 21
Acts 21
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 22 →
1
ସେମାନଙ୍କୁ ବିଦାୟ ଜଣାଇ ଆମେ ସେଠାରୁ ପ୍ରସ୍ଥାନ କଲୁ। ଜଳପଥ ଅତିକ୍ରମ କରି ଆମେ କୋସ୍ରେ ପହଞ୍ଚିଲୁ। ତହିଁ ଆରଦିନ ଗେଡ୍ସ୍ କୂଳ ଦେଇ ପାତାରାକୁ ଗଲୁ।
2
ସେଠାରୁ ଫିନିସିଆକୁ ଯାଉଥିବା ଏକ ଜାହାଜ ଚଢ଼ି ଯାତ୍ରା କଲୁ।
3
ତା’ପରେ ସାଇପ୍ରସ୍ ଦେଖାଯାଉଥିବା ଗୋଟିଏ ସ୍ଥାନରେ ପହଞ୍ଚିଲୁ। ସେଠାରୁ ତାହାର ଦକ୍ଷିଣ ଦିଗ ଦେଇ ଆମେ ସିରିଆକୁ ଗଲୁ। ଆମ୍ଭେମାନେ ଟାୟର୍ରେ ଜାହାଜରୁ ଓହ୍ଲାଇଲୁ, କାରଣ ଏହି ଜାହାଜରୁ ମାଲ୍ପତ୍ର ଖଲାସ ହେବାର ଥିଲା।
4
ସେଠାରେ ଆମେ କେତେକ ବିଶ୍ୱାସୀଙ୍କ ଦେଖା ପାଇ ସେମାନଙ୍କ ସହିତ ଏକ ସପ୍ତାହ ରହିଲୁ। ପବିତ୍ରଆତ୍ମାଙ୍କ ନିର୍ଦ୍ଦେଶ ପାଇ ସେମାନେ ପାଉଲଙ୍କୁ ଯିରୂଶାଲମକୁ ଯିବା ପାଇଁ ମନା କଲେ।
5
କିନ୍ତୁ ସେମାନଙ୍କ ସହିତ ଏକ ସପ୍ତାହ ଅତିବାହିତ କରିବା ପରେ ଆମେ ସେମାନଙ୍କୁ ଛାଡ଼ି ନିଜ ବାଟରେ ଯାତ୍ରା କଲୁ। ଆମକୁ ବିଦାୟ ଦେବା ପାଇଁ ସେମାନେ ସମସ୍ତେ ନିଜ ସ୍ତ୍ରୀ ଓ ପିଲାମାନଙ୍କ ସହିତ ନଗର ବାହାରେ ଥିବା ସମୁଦ୍ରକୂଳ ପର୍ଯ୍ୟନ୍ତ ଆସିଲେ। ସେଠାରେ ଆମେ ସମସ୍ତେ ଆଣ୍ଠୋଇ ପଡ଼ି ପ୍ରାର୍ଥନା କଲୁ।
6
ତା’ପରେ ଆମେ ସେମାନଙ୍କୁ ବିଦାୟ ଜଣାଇ, ଜାହାଜରେ ପ୍ରବେଶ କଲୁ, ସେମାନେ ଘରକୁ ଫେରିଗଲେ।
7
ଟାୟର୍ରୁ ପାଲ ଟାଣି ଆମର ଯାତ୍ରାରେ ଅଗ୍ରସର ହୋଇ ଆମେ ତାଲମେଇରେ ପହଞ୍ଚିଲୁ, ସେଠାରେ ବିଶ୍ୱାସୀମାନଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ସହିତ ଗୋଟିଏ ଦିନ ରହିଲୁ।
8
ପରଦିନ ଆମେ ସେହି ସ୍ଥାନ ଛାଡ଼ି ସିସେରିଆରେ ପହଞ୍ଚିଲୁ। ସେଠାରେ ଆମେ ପ୍ରଚାରକ ଫିଲିପ୍ପଙ୍କ ଘରେ ରହିଲୁ, ଯିରୂଶାଲମରେ ସେବକ ରୂପେ ମନୋନୀତ ହୋଇଥିବା ସାତଜଣଙ୍କ ମଧ୍ୟରୁ ସେ ଜଣେ ଥିଲେ।
9
ତାଙ୍କର ଚାରିଜଣ ଅବିବାହିତା ଝିଅ ଈଶ୍ୱରଙ୍କ ବାର୍ତ୍ତା ଘୋଷଣା କରୁଥିଲେ।
10
ଆମେ ସେଠାରେ ଅନେକ ଦିନ ରହିବା ପରେ, ଯିହୁଦାରୁ ଆଗାବ ନାମକ ଜଣେ ଭାବବାଦୀ ସେଠାକୁ ଆସିଲେ।
11
ସେ ଆମ ନିକଟକୁ ଆସି ପାଉଲଙ୍କ କଟି ବନ୍ଧନୀ ନେଲେ, ସେଥିରେ ସେ ନିଜ ହାତ ଓ ଗୋଡ଼ ବାନ୍ଧି କହିଲେ, “ପବିତ୍ରଆତ୍ମା ମୋତେ ଜଣାଉଛନ୍ତି ଯେ, ଏହି କଟି ବନ୍ଧନୀର ଅଧିକାରୀଙ୍କୁ ଯିରୂଶାଲମରେ ଇହୁଦୀମାନେ ଏହିପରି ବାନ୍ଧି ତାଙ୍କୁ ଅଣଇହୁଦୀମାନଙ୍କ ହାତରେ ସମର୍ପଣ କରିବେ।”
12
ଏହା ଶୁଣି ଆମେ ଓ ସେ ସ୍ଥାନରେ ଥିବା ଅନ୍ୟମାନେ ପାଉଲଙ୍କୁ ଯିରୂଶାଲମକୁ ନ ଯିବା ପାଇଁ ଅନୁରୋଧ କଲୁ।
13
କିନ୍ତୁ ସେ ଉତ୍ତର ଦେଲେ, “ତୁମ୍ଭେମାନେ ଏ କ’ଣ କରୁଛ, କାହିଁକି ଏପରି କ୍ରନ୍ଦନ କରି ମୋ’ ହୃଦୟକୁ ବିଦୀର୍ଣ୍ଣ କରୁଛ? ଯିରୂଶାଲମରେ କେବଳ ବନ୍ଧା ହେବା ପାଇଁ ନୁହେଁ, କିନ୍ତୁ ପ୍ରଭୁ ଯୀଶୁଙ୍କ ପାଇଁ ମୃତ୍ୟୁଭୋଗ କରିବା ପାଇଁ ମଧ୍ୟ ମୁଁ ପ୍ରସ୍ତୁତ ଅଛି।”
14
ଆମେ ତାଙ୍କୁ ବୁଝାଇ ନ ପାରି ସେଥିରୁ ବିରତ ହୋଇ କହିଲୁ, “ପ୍ରଭୁଙ୍କର ଇଚ୍ଛା ପୂର୍ଣ୍ଣ ହେଉ।”
15
ସେଠାରେ କିଛି ସମୟ ଅତିବାହିତ କରି ଆମେ ଆମର ଜିନିଷପତ୍ର ସଜାଡ଼ି ଯିରୂଶାଲମ ଅଭିମୁଖେ ଯାତ୍ରା କଲୁ।
16
ସିସେରିଆର କେତେ ଜଣ ଶିଷ୍ୟ ଓ ସାଇପ୍ରସ୍ର ମନାସୋନ ନାମକ ଜଣେ ବିଶ୍ୱାସୀ ମଧ୍ୟ ଆମ ସଙ୍ଗରେ ଗଲେ। ମନାସୋନଙ୍କ ଘରେ ଆମ ରହିବାର ବ୍ୟବସ୍ଥା ହୋଇଥିଲା।
17
ଯିରୂଶାଲମରେ ବିଶ୍ୱାସୀମାନେ ଆଗ୍ରହର ସହ ଆମକୁ ସ୍ୱାଗତ କଲେ।
18
ତହିଁ ଆରଦିନ ପାଉଲ ଆମ ସହିତ ଯାକୁବଙ୍କୁ ଦେଖିବା ପାଇଁ ଗଲେ; ମଣ୍ଡଳୀର ସମସ୍ତ ନେତା ସେଠାରେ ଉପସ୍ଥିତ ଥିଲେ।
19
ପାଉଲ ସେମାନଙ୍କୁ ଅଭିବାଦନ ଜଣାଇ ତାଙ୍କ କାର୍ଯ୍ୟ ଦ୍ୱାରା ଈଶ୍ୱର ଅଣଇହୁଦୀମାନଙ୍କ ମଧ୍ୟରେ ଯାହା କରିଥିଲେ; ତା’ର ଏକ ସଂପୂର୍ଣ୍ଣ ବିବରଣୀ ଦେଲେ।
20
ତାଙ୍କ କଥା ଶୁଣିବା ପରେ ସେମାନେ ସମସ୍ତେ ଈଶ୍ୱରଙ୍କ ପ୍ରଂଶସା କଲେ। ତା’ପରେ ସେମାନେ କହିଲେ, “ଭାଇ ପାଉଲ, ଆପଣ ଦେଖୁଛନ୍ତି, କିପରି ଏବେ ହଜାର ହଜାର ସଂଖ୍ୟାରେ ଇହୁଦୀମାନେ ପ୍ରଭୁଯୀଶୁଙ୍କଠାରେ ବିଶ୍ୱାସ କରୁଛନ୍ତି ଏବଂ ସେମାନେ ବ୍ୟବସ୍ଥା ପ୍ରତି ମଧ୍ୟ ବିଶ୍ୱସ୍ତ ରହିଛନ୍ତି।
21
ସେମାନେ ଖବର ପାଇଛନ୍ତି ଯେ, ଆପଣ ଅଣଇହୁଦୀମାନଙ୍କ ଦେଶରେ ବାସ କରୁଥିବା ଇହୁଦୀମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ପରିତ୍ୟାଗ କରିବାକୁ, ସେମାନଙ୍କର ଶିଶୁମାନଙ୍କୁ ସୁନ୍ନତ ନ କରିବାକୁ ଓ ଇହୁଦୀ ରୀତିନୀତି ପାଳନ ନ କରିବାକୁ ଶିକ୍ଷା ଦେଉଛନ୍ତି।
22
ଆପଣ ଏଠାରେ ପହଞ୍ଚିଛନ୍ତି ବୋଲି ସେମାନେ ନିଶ୍ଚୟ ଶୁଣିବେ। ତା’ହେଲେ କ’ଣ କରାଯିବ?
23
ଆମେ ଚାହୁଁଛୁ, ଆପଣ ଗୋଟିଏ କାମ କରନ୍ତୁ। ଏଠାରେ ଥିବା ଚାରିଜଣ ଲୋକ ଗୋଟିଏ ବ୍ରତ ଗ୍ରହଣ କରିଛନ୍ତି।
24
ସେମାନଙ୍କ ସହିତ ଯାଆନ୍ତୁ। ଶୁଚିକରଣ ବିଧି ପାଳନରେ ସେମାନଙ୍କ ସହିତ ଯୋଗ ଦେଇ ସେମାନଙ୍କର ଖର୍ଚ୍ଚ ବହନ କରନ୍ତୁ। ତା’ପରେ ସେମାନେ ନିଜ ନିଜର ମସ୍ତକ ମୁଣ୍ଡନ କରିବେ। ଏଥିରୁ ଜଣାଯିବ ଯେ, ଆପଣଙ୍କ ବିଷୟରେ ପ୍ରକାଶ ପାଇଥିବା କୌଣସି ସମ୍ବାଦ ସତ୍ୟ ନୁହେଁ, ମାତ୍ର ଆପଣ ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ ଜୀବନଯାପନ କରୁଛନ୍ତି।
25
କିନ୍ତୁ ଯେଉଁ ଅଣଇହୁଦୀମାନେ ବିଶ୍ୱାସୀ ହୋଇଛନ୍ତି, ସେମାନଙ୍କ ନିକଟକୁ ଆମେ ଗୋଟିଏ ପତ୍ର ଲେଖି ପରାମର୍ଶ ଦେଇଛୁ ଯେ, ଆମ୍ଭମାନଙ୍କ ନିଷ୍ପତ୍ତି ଅନୁସାରେ ସେମାନେ ପ୍ରତିମାମାନଙ୍କ ନିକଟରେ ଉତ୍ସର୍ଗ କରାଯାଇଥିବା ଖାଦ୍ୟ ଖାଇବେ ନାହିଁ, ରକ୍ତ ପିଇବେ ନାହିଁ, ଗଳା ଚିପା ଯାଇ ମରା ଯାଇଥିବା ପଶୁ ମାଂସ ଖାଇବେ ନାହିଁ ଓ ଯୌନ ପାପରୁ ନିବୃତ୍ତ ହେବେ।”
26
ତା’ ପରଦିନ ପାଉଲ ଉକ୍ତ ଚାରି ଜଣଙ୍କ ସହିତ ଶୁଚିକରଣ ବିଧି ପାଳନ କଲେ। ତା’ପରେ ସେ ମନ୍ଦିରକୁ ଯାଇ ଶୁଚିକରଣ କାର୍ଯ୍ୟ କେବେ ସଂପୂର୍ଣ୍ଣ ହେବ ଏବଂ କେଉଁ ସମୟରେ ବଳିଦାନ ଉତ୍ସର୍ଗ କରାଯିବ, ତାହା ଜଣାଇ ଦେଲେ।
27
ଶୁଚିକରଣ କାର୍ଯ୍ୟର ସାତ ଦିନ ସମାପ୍ତ ହେବା ସମୟରେ ଏସିଆ ପ୍ରଦେଶର କେତେକ ଇହୁଦୀ ମନ୍ଦିରରେ ପାଉଲଙ୍କୁ ଦେଖିଲେ। ସେମାନେ ସେଠାରେ ସମବେତ ହୋଇଥିବା ଜନତାକୁ ମତାଇ ପାଉଲଙ୍କୁ ଧରିଲେ।
28
ସେମାନେ ଚିକ୍ରାର କରି କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ, ଆମକୁ ସାହାଯ୍ୟ କର! ଏହି ଲୋକ ଚାରିଆଡ଼େ ଯାଇ ଇଶ୍ରାଏଲର ଲୋକମାନଙ୍କ ବିରୁଦ୍ଧରେ, ମୋଶାଙ୍କ ବ୍ୟବସ୍ଥା ଓ ଏହି ମନ୍ଦିର ବିରୁଦ୍ଧରେ ଶିକ୍ଷା ଦେଉଛି। ପୁଣି ବର୍ତ୍ତମାନ ସେ କେତେକ ଅଣଇହୁଦୀଙ୍କୁ ମନ୍ଦିର ମଧ୍ୟକୁ ଆଣି ଏହି ପବିତ୍ର ସ୍ଥାନକୁ ଅଶୁଚି କରିଛି।”
29
(ସେମାନେ ନଗରରେ ଏଫିସସ୍ର ତ୍ରଫିମଙ୍କୁ ପାଉଲଙ୍କ ସହିତ ଦେଖିଥିବାରୁ ଭାବିଲେ ଯେ, ପାଉଲ ତାଙ୍କୁ ମନ୍ଦିରକୁ ନେଇଛନ୍ତି।
30
ସମଗ୍ର ନଗରରେ ଉତ୍ତେଜନା ଖେଳିଗଲା। ଲୋକମାନେ ପାଉଲଙ୍କୁ ମନ୍ଦିର ବାହାକୁ ଘୋଷାଡ଼ି ଆଣିଲେ। ମନ୍ଦିରର କବାଟଗୁଡ଼ିକ ବନ୍ଦ କରି ଦିଆଗଲା।
31
ଉତ୍ତ୍ୟକ୍ତ ଜନତା ପାଉଲଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କଲେ,
32
କିନ୍ତୁ ଠିକ୍ ସେତିକିବେଳେ ସମଗ୍ର ଯିରୂଶାଲମରେ ହିଂସାକାଣ୍ଡ ଚାଲିଛି ବୋଲି ରୋମୀୟ ସୈନ୍ୟାଧ୍ୟକ୍ଷ ସମ୍ବାଦ ପାଇ କେତେକ ସେନାପତି ଓ ସୈନ୍ୟଙ୍କୁ ନେଇ ଘଟଣା ସ୍ଥଳରେ ଆସି ପହଞ୍ଚିଗଲେ। ଲୋକମାନେ ସୈନ୍ୟାଧ୍ୟକ୍ଷ ଓ ସୈନ୍ୟମାନଙ୍କୁ ଦେଖି ପାଉଲଙ୍କୁ ଆଉ ମାଡ଼ ନ ମାରି ଛାଡ଼ି ଦେଲେ।
33
ସୈନ୍ୟାଧ୍ୟକ୍ଷ ପାଉଲଙ୍କୁ ଗିରଫ କରି ତାଙ୍କୁ ଦୁଇଟି ଜଞ୍ଜିରରେ ବାନ୍ଧିବା ପାଇଁ ଆଦେଶ ଦେଲେ। ତା’ପରେ ସେ ପଚାରିଲେ, “ଏ ଲୋକଟି କିଏ ଓ ସେ କ’ଣ କରିଛି?”
34
ଲୋକଗହଳି ମଧ୍ୟରୁ କିଏ କେତେ ପ୍ରକାର କଥା କହି ଚିକ୍ରାର କଲେ। ଏପରି ବିଶୃଙ୍ଖଳା ହେଲା ଯେ, ସୈନ୍ୟାଧ୍ୟକ୍ଷ ପ୍ରକୃତ ଘଟଣା କଅଣ, କିଛି ବୁଝିପାରିଲେ ନାହିଁ। ତେଣୁ ସେ ପାଉଲଙ୍କୁ ଦୁର୍ଗ ଭିତରକୁ ନେଇ ଯିବା ପାଇଁ ସୈନିକମାନଙ୍କୁ ଆଦେଶ ଦେଲେ।
35
ସେମାନେ ତାଙ୍କୁ ନେଇ ଦୁର୍ଗ ପାହାଚ ନିକଟରେ ପହଞ୍ଚିବାବେଳକୁ ତାଙ୍କୁ ଘେରି ରହିଥିବା ଜନତା ଏଡ଼େ ଉତ୍ସୃଙ୍ଖଳ ହେଲେ ଯେ ସୈନ୍ୟମାନେ ପାଉଲଙ୍କୁ ବୋହି ନେଇଗଲେ।
36
ଲୋକମାନେ ସମସ୍ତେ ତାଙ୍କ ପଛେ ପଛେ ଆସି ଚିକ୍ରାର କରି କହୁଥିଲେ, “ତାଙ୍କୁ ହତ୍ୟା କର।”
37
ସୈନ୍ୟମାନେ ପାଉଲଙ୍କୁ ଦୁର୍ଗ ଭିତରକୁ ନେବା ସମୟରେ ସେ ସୈନ୍ୟାଧ୍ୟକ୍ଷଙ୍କୁ କହିଲେ: “ମୁଁ ଆପଣଙ୍କୁ କିଛଇ କହିପାରେ କି?” ସୈନ୍ୟାଧ୍ୟକ୍ଷ ପଚାରିଲେ, “ତୁମେ ତ ଗ୍ରୀକ୍ କହୁଛ।
38
ତାହାହେଲେ କିଛି ଦିନ ପୂର୍ବେ ମିସରରେ ଯେଉଁ ଲୋକ ବିପ୍ଳବ କରି ଚାରି ହଜାର ସଶସ୍ତ୍ର ସନ୍ତ୍ରାସବାଦୀଙ୍କୁ ନେଇ ମରୁଭୂମିରେ ପହଞ୍ଚିଥିଲା, ତୁମେ ତ ସେହି ଲୋକ ନୁହଁ!”
39
ପାଉଲ ଉତ୍ତର ଦେଲେ, “ସିଲିଷୀଆର ତାର୍ଷିସରେ ଜନ୍ମ ଗ୍ରହଣ କରିଥିବା ମୁଁ ଜଣେ ଇହୁଦୀ, ଏକ ପ୍ରଧାନ ନଗରର ନାଗରିକ। ଏହି ଲୋକମାନଙ୍କୁ ବୁଝାଇ କହିବା ପାଇଁ ଦୟା କରି ମୋତେ ଅନୁମତି ଦିଅନ୍ତୁ।
40
ସେନାପତି ତାଙ୍କୁ ଅନୁମତି ଦେବାରୁ ପାଉଲ ପାହାଚ ଉପରେ ଛିଡ଼ା ହୋଇ ଲୋକମାନଙ୍କୁ ନୀରବ ରହିବା ପାଇଁ ହାତଟେକି ସଙ୍କେତ ଦେଲେ। ସେମାନେ ନୀରବ ହେବା ପରେ ପାଉଲ ହିବ୍ରୁ ଭାଷାରେ କହିଲେ:
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 22 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28