bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Acts 23
Acts 23
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 24 →
1
ପାଉଲ ମହାସଭା ଆଡ଼କୁ ସ୍ଥିର ଦୃଷ୍ଟିରେ ଚାହିଁ କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ! ଆଜି ପର୍ଯ୍ୟନ୍ତ ଈଶ୍ୱରଙ୍କ ସମ୍ମୁଖରେ ମୁଁ କି ପ୍ରକାର ଜୀବନ କାଟିଛି, ସେ ବିଷୟରେ ମୋର ବିବେକ ସଂପୂର୍ଣ୍ଣ ନିର୍ମଳ।”
2
ଏହି କଥା ଶୁଣି ମହାଯାଜକ ଆନାନୀୟ ପାଉଲଙ୍କ ମୁହଁରେ ଚାପୁଡ଼ା ମାରିବା ପାଇଁ ପାଉଲଙ୍କ ନିକଟରେ ଠିଆ ହୋଇଥିବା ଲୋକମାନଙ୍କୁ ଆଦେଶ ଦେଲେ।
3
ପାଉଲ ତାହାଙ୍କୁ କହିଲେ, “ହେ ଚୂନ ବୋଳା ଧବଳ ପ୍ରାଚୀର, ପ୍ରଭୁ ନିଶ୍ଚୟ ତୁମକୁ ଆଘାତ କରିବେ। ଆଇନ ଅନୁଯାୟୀ ମୋର ବିଚାର କରିବାକୁ ତୁମେ ସେଠାରେ ବସିଛ, ଅଥଚ ମୋତେ ଆଘାତ କରିବା ପାଇଁ ଆଦେଶ ଦେଇ ତୁମେ ଆଇନ ଭଙ୍ଗ କରୁଛ!”
4
ପାଉଲଙ୍କ ନିକଟରେ ଥିବା ଲୋକମାନେ ତାଙ୍କୁ କହିଲେ, “ତୁମେ ଈଶ୍ୱରଙ୍କ ପ୍ରଧାନ ଯାଜକଙ୍କୁ ଅପମାନ କରୁଛ!”
5
ପାଉଲ ଉତ୍ତର ଦେଲେ, “ହେ ଇଶ୍ରାଏଲୀୟ ଭାଇମାନେ, ସେ ପ୍ରଧାନ ଯାଜକ ବୋଲି ମୁଁ ଜାଣି ନ ଥିଲି। ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, ‘ତୁମେ ନିଜ ଜାତିର ଶାସକଙ୍କ ଗ୍ଳାନି କର ନାହିଁ’।”
6
ଇହୁଦୀମାନଙ୍କ ଦଳରେ କେତେକ ଫାରୁଶୀ ଓ ଆଉ କେତେକ ସାଦ୍ଦୁକୀ ଥିବାର ଦେଖି ପାଉଲ ମହାସଭାକୁ ଆହ୍ୱାନ କରି କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ, ମୁଁ ଜଣେ ଫାରୁଶୀ, ଫାରୁଶୀ ବଂଶରେ ମୋର ଜନ୍ମ। ମୃତମାନଙ୍କ ପୁନରୁତ୍ଥାନରେ ମୁଁ ବିଶ୍ୱାସ କରିବା ହେତୁ ଏଠାରେ ମୋର ବିଚାର କରାଯାଉଛି।”
7
ସେମାନଙ୍କ ଭିତରେ ଦଳଗତ ବିଭେଦ ସୃଷ୍ଟି ହେଲା ଏବଂ ସେ ଠିକ୍ ଏ କଥା କହିବା ସଙ୍ଗେ ସଙ୍ଗେ ଫାରୁଶୀ ଓ ସାଦ୍ଦୁକୀମାନଙ୍କ ମଧ୍ୟରେ କଳହ ଆରମ୍ଭ ହେଲା।
8
(କାରଣ ସାଦ୍ଦୁକୀମାନଙ୍କ ମତରେ ମୃତମାନଙ୍କ ପୁନରୁତ୍ଥାନ ନାହିଁ, ସ୍ୱର୍ଗଦୂତ ବା ଆତ୍ମାମାନଙ୍କର ଅସ୍ତିତ୍ୱ ନାହିଁ; କିନ୍ତୁ ଫାରୁଶୀମାନେ ଏହି ତିନୋଟି ବିଷୟରେ ବିଶ୍ୱାସ କରନ୍ତି।)
9
ସେମାନଙ୍କର ହଟ୍ଟଗୋଳ ବଢ଼ିବାକୁ ଲାଗିଲା ଓ ଫାରୁଶୀମାନଙ୍କ ଦଳର କେତେକ ଧର୍ମଗୁରୁ ଠିଆ ହୋଇ ତୀବ୍ର ପ୍ରତିବାଦ ଜଣାଇ କହିଲେ, “ଆମ୍ଭେମାନେ ଏହି ଲୋକଠାରେ କୌଣସି ଦୋଷ ପାଉନାହୁଁ! ନିଶ୍ଚିତଭାବେ ତାଙ୍କ ସହିତ ଜଣେ ଆତ୍ମା ବା ସ୍ୱର୍ଗଦୂତ କଥା କହିଥିବେ।”
10
ଯୁକ୍ତିତର୍କ ଏନେ ଭୀଷଣ ଆକାର ଧାରଣ କଲା ଯେ, ଜନତା ପାଉଲଙ୍କୁ କାଟି ଖଣ୍ଡ ଖଣ୍ଡ କରି ଦେବେ ବୋଲି ସୈନ୍ୟାଧ୍ୟକ୍ଷଙ୍କର ଆଶଙ୍କା ହେଲା। ତେଣୁ ସେ ଗଣ୍ଡଗୋଳକାରୀମାନଙ୍କ ଭିତରୁ ପାଉଲଙ୍କୁ ଉଦ୍ଧାର କରି ତାଙ୍କୁ ଦୁର୍ଗ ମଧ୍ୟକୁ ନେଇଯିବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ।
11
ସେହି ରାତ୍ରିରେ ପ୍ରଭୁ ପାଉଲଙ୍କ ପାଖରେ ଠିଆ ହୋଇ କହିଲେ, “ଭୟ କର ନାହିଁ! ତୁମେ ଏଠାରେ ଯିରୂଶାଲମରେ ମୋ’ ପାଇଁ ସାକ୍ଷ୍ୟ ଦେଇଛ। ରୋମ୍ରେ ମଧ୍ୟ ତୁମେ ନିଶ୍ଚୟ ସେହିପରି ସାକ୍ଷ୍ୟ ଦେବ।”
12
ତହିଁ ଆରଦିନ ସକାଳେ କେତେକ ଇହୁଦୀ ଏକତ୍ର ହୋଇ ଗୋଟିଏ ଚକ୍ରାନ୍ତ କଲେ। ପାଉଲଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ସେମାନେ ଭୋଜନ ପାନ କରିବେ ନାହିଁ ବୋଲି ଶପଥ କଲେ।
13
ଚାଳିଶ ଜଣରୁ ଅଧିକ ଲୋକ ଏହି ଚକ୍ରାନ୍ତ କଲେ।
14
ସେମାନେ ଯାଇ ମୁଖ୍ୟ ଯାଜକ ଓ ଇହୁଦୀ ନେତାମାନଙ୍କୁ କହିଲେ, “ପାଉଲଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ କିଛି ଭୋଜନ ନ କରିବା ପାଇଁ ଆମ୍ଭେମାନେ ଏକ ଦୃଢ଼ ଶପଥ ନେଇଛୁ।
15
ତେଣୁ ତାଙ୍କ ବିଷୟରେ ଅଧିକ ସଠିକ୍ ତଥ୍ୟ ଜାଣିବାର ଆଳ ଦେଖାଇ ମହାସଭା ସମ୍ମୁଖରେ ଓ ଆପଣମାନଙ୍କ ନିକଟରେ ପାଉଲଙ୍କୁ ଆଉ ଥରେ ଉପସ୍ଥିତ କରାଇବା ପାଇଁ ରୋମୀୟ ସେନାଧ୍ୟକ୍ଷଙ୍କୁ ନିବେଦନ କରନ୍ତୁ। କିନ୍ତୁ ସେ ଏଠାକୁ ଆସିବା ପୂର୍ବରୁ ବାଟରେ ଆମେ ତାଙ୍କୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ରହିବୁ।”
16
କିନ୍ତୁ ପାଉଲଙ୍କ ଭଣଜା ଏହି ଚକ୍ରାନ୍ତ କଥା ଶୁଣି, ଦୁର୍ଗ ଭିତରକୁ ଯାଇ ପାଉଲଙ୍କୁ ଏହା ଜଣାଇଲା।
17
ପାଉଲ ରୋମୀୟ କର୍ମଚାରୀମାନଙ୍କ ମଧ୍ୟରୁ ଜଣକୁ ଡକାଇ କହିଲେ, “ଏହି ଯୁବକକୁ ସେନାଧ୍ୟକ୍ଷଙ୍କ ପାଖକୁ ନେଇ ଯାଆନ୍ତୁ, ତାଙ୍କୁ ତାହାର କିଛି କହିବାର ଅଛି।”
18
କର୍ମଚାରୀ ତାକୁ ସେନାଧ୍ୟକ୍ଷଙ୍କ ପାଖକୁ ନେଇ କହିଲେ, “ବନ୍ଦୀ ପାଉଲ ମୋତେ ଡାକି ଏହି ଯୁବକକୁ ଆପଣଙ୍କ ନିକଟକୁ ଆଣିବା ପାଇଁ କହିଲେ। ଆପଣଙ୍କୁ ତାହାର କିଛି କହିବାର ଅଛି।”
19
ସେନାଧ୍ୟକ୍ଷ ତାହାର ହାତ ଧରି ନିଭୃତକୁ ନେଇଗଲେ ଓ ପଚାରିଲେ, “କଅଣ କହିବାର ଅଛି, କୁହ!”
20
ଯୁବକ କହିଲା, “ଇହୁଦୀ କର୍ତ୍ତୃପକ୍ଷମାନେ ସଂକଳ୍ପ କରିଛନ୍ତି ଯେ, ମହାସଭା ପାଉଲଙ୍କ ବିଷୟରେ ଅଧିକ ସଠିକ୍ ତଥ୍ୟ ଜାଣିବାକୁ ଇଚ୍ଛା କରୁଛନ୍ତି ବୋଲି ଛଳନା କରି ତାଙ୍କୁ ମହାସଭାକୁ ନେଇଯିବା ପାଇଁ ଆପଣଙ୍କୁ ଅନୁରୋଧ କରିବେ।
21
କିନ୍ତୁ ସେମାନଙ୍କ କଥା ଶୁଣନ୍ତୁ ନାହିଁ; କାରଣ ଚାଳିଶ ଜଣରୁ ଅଧିକ ଲୋକ ତାଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ଭୋଜନ ପାନ କରିବେ ନାହିଁ ବୋଲି ଶପଥ ନେଇ ଛକି ରହିଛନ୍ତି। ବର୍ତ୍ତମାନ ସେମାନେ ଆପଣଙ୍କ ନିଷ୍ପତ୍ତିକୁ ଅପେକ୍ଷା କରି ପ୍ରସ୍ତୁତ ରହିଛନ୍ତି।”
22
“ତୁମେ ମୋତେ ଏହା ଜଣାଇଛ ବୋଲି କାହାକୁ କହିବ ନାହିଁ।” ସେନାଧ୍ୟକ୍ଷ ଏହା କହି ଯୁବକକୁ ବିଦାୟ ଦେଲେ।
23
ସେନାଧ୍ୟକ୍ଷ ତାଙ୍କର ଅଧୀନସ୍ଥ ଦୁଇ ଜଣ କର୍ମଚାରୀଙ୍କୁ ଡକାଇ କହିଲେ, “ଆଜି ରାତି ନଅଟା ସୁଦ୍ଧା ସିସେରିଆକୁ ଯିବା ପାଇଁ ସତୁରି ଜଣ ଅଶ୍ୱାରୋହୀ ଓ ଦୁଇ ଶହ ବର୍ଚ୍ଛାଧାରୀଙ୍କ ସହିତ ଦୁଇ ଶହ ପଦାତିକ ସୈନ୍ୟଙ୍କୁ ପ୍ରସ୍ତୁତ କର।
24
ପାଉଲଙ୍କ ଯାତ୍ରା ନିମନ୍ତେ କେତେକ ଅଶ୍ୱ ଦିଅ ଓ ନିରାପଦରେ ତାଙ୍କୁ ରାଜ୍ୟପାଳ ଫେଲିକ୍ସ୍ଙ୍କ ନିକଟକୁ ନେଇଯାଅ।”
25
ସେନାଧ୍ୟକ୍ଷ ଏହିପରି ଏକ ପତ୍ର ଲେଖିଲେ:
26
“ମାନ୍ୟବର ରାଜ୍ୟପାଳ ଫେଲିକ୍ସ୍ଙ୍କୁ କ୍ଳଡିଅସ୍ ଲିସିଅସ୍ର ନମସ୍କାର।
27
ଇହୁଦୀମାନେ ଏହି ଲୋକଟିକୁ ଧରି ତାକୁ ହତ୍ୟା କରିବାକୁ ଉଦ୍ୟତ ଥିଲେ। ସେ ଜଣେ ରୋମୀୟ ନାଗରିକ ବୋଲି ଅବଗତ ହେବାରୁ ମୁଁ ମୋର ସୈନ୍ୟମାନଙ୍କ ଦ୍ୱାରା ତାକୁ ରକ୍ଷା କଲି।
28
ସେମାନଙ୍କ ବିରୁଦ୍ଧରେ ସେ କି ଦୋଷ କରିଥିଲା, ଜାଣିବା ପାଇଁ ମୁଁ ତାକୁ ସେମାନଙ୍କ ମହାସଭାକୁ ନେଇଗଲି।
29
କିନ୍ତୁ ସେ ମୃତ୍ୟୁଦଣ୍ଡ ବା କାରାଦଣ୍ଡ ଭୋଗ କରିବା ଭଳି କୌଣସି କାର୍ଯ୍ୟ କରି ନାହିଁ ବୋଲି ମୁଁ ଜାଣିପାରିଲି। ତାହା ବିରୁଦ୍ଧରେ ହୋଇଥିବା ଅଭିଯୋଗଗୁଡ଼ିକ ସେମାନଙ୍କର ଧର୍ମ ସଂକ୍ରାନ୍ତୀୟ।
30
ପୁଣି ତା’ ବିରୁଦ୍ଧରେ ଏକ ଚକ୍ରାନ୍ତ ହୋଇଛି ବୋଲି ଖବର ପାଇ ସଙ୍ଗେ ସଙ୍ଗେ ତାକୁ ଆପଣଙ୍କ ନିକଟକୁ ପଠାଇବା ପାଇଁ ସ୍ଥିର କଲି। ତାହା ବିରୁଦ୍ଧରେ ଥିବା ଅଭିଯୋଗଗୁଡ଼ିକ ଆପଣଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ପାଇଁ ମୁଁ ତା’ର ଅଭିଯୋଗକାରୀମାନଙ୍କୁ କହିଛି।”
31
ସୈନ୍ୟମାନେ ସେହି ଆଦେଶ ଅନୁଯାୟୀ ପାଉଲଙ୍କୁ ସେହି ରାତିରେ ଆନ୍ତିପଟ୍ରିସ୍ରେ ପହଞ୍ଚାଇ ଦେଲେ।
32
ତହିଁ ଆରଦିନ ପଦାତିକ ସୈନ୍ୟମାନେ ଦୁର୍ଗକୁ ଫେରିଗଲେ ଓ ଅଶ୍ୱାରୋହୀ ସୈନ୍ୟମାନେ
33
ପାଉଲଙ୍କୁ ନେଇ ସିସେରିଆରେ ପହଞ୍ଚିଲେ। ସେଠାରେ ସୈନ୍ୟାଧ୍ୟକ୍ଷଙ୍କ ପତ୍ର ସହ ପାଉଲଙ୍କୁ ରାଜ୍ୟପାଳଙ୍କ ଜିମା କରିଦେଲେ।
34
ରାଜ୍ୟପାଳ ପତ୍ରଟି ପଢ଼ି ପାଉଲଙ୍କୁ କେଉଁ ପ୍ରଦେଶରୁ ଆସିଛନ୍ତି ବୋଲି ପଚାରିଲେ। ପାଉଲ ସିଲିଷୀଆର ବୋଲି ଜାଣି
35
ସେ କହିଲେ, “ତୁମର ଅଭିଯୋଗକାରୀମାନେ ପହଞ୍ଚିବା ପରେ ମୁଁ ତୁମ କଥା ଶୁଣିବି।” ତା’ପରେ ପାଉଲଙ୍କୁ ହେରୋଦଙ୍କ ରାଜପ୍ରାସାଦରେ ବନ୍ଦୀ କରି ରଖିବା ପାଇଁ ଆଦେଶ ଦେଲେ।
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 24 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28