bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Acts 20
Acts 20
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 21 →
1
ଗଣ୍ଡଗୋଳ ଅବସାନ ହେବା ପରେ ପାଉଲ ବିଶ୍ୱାସୀମାନଙ୍କୁ ଏକତ୍ରିତ କରାଇ ଉତ୍ସାହପୂର୍ଣ୍ଣ ବାଣୀ ଶୁଣାଇଲେ। ସେମାନଙ୍କଠାରୁ ବିଦାୟ ନେଇ ସେ ମାସିଦୋନିଆକୁ ଗଲେ।
2
ସେ ସବୁ ଅଞ୍ଚଳ ଦେଇ ଯାତ୍ରା କଲେ ଓ ଅନେକ ଉପଦେଶ ଦେଇ ଲୋକମାନଙ୍କୁ ଉତ୍ସାହିତ ଲେ।
3
ତା’ପରେ ସେ ଆଖାୟାରେ ପହଞ୍ଚି ସେଠାରେ ତିନି ମାସ ରହିଲେ। ସେ ସିରିଆକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଇହୁଦୀମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଖବର ପାଇ ମାସିଦୋନିଆ ବାଟେ ଫେରିଯିବା ପାଇଁ ସ୍ଥିର କଲେ।
4
ବେରିଆ ନିବାସୀ ପୁରଙ୍କ ପୁତ୍ର ସୋପାତ୍ର, ଥେସଲନିକୀର ଆରିଷ୍ଟାର୍ଖସ୍ ଓ ସେକୁନ୍ଦ, ଦର୍ବୀର ଗାୟ, ଆସିଆ ଦେଶର ତୁଖିକ ଓ ତ୍ରଫିମ, ପୁଣି ତୀମଥି ତାଙ୍କ ସହିତ ଗଲେ।
5
ସେମାନେ ଆଗରୁ ଯାଇ ତ୍ରୋୟାରେ ଆମକୁ ଅପେକ୍ଷା କରିଥିଲେ।
6
ଖମୀରଶୂନ୍ୟ ରୋଟୀ ପର୍ବ ପରେ ଆମେ ଫିଲିପ୍ପୀରୁ ଜଳଯାତ୍ରା କରି ପାଞ୍ଚ ଦିନ ପରେ ତ୍ରୋୟାରେ ସେମାନଙ୍କ ସହିତ ଯୋଗ ଦେଲୁ ଓ ସେଠାରେ ଏକ ସପ୍ତାହ ଅତିବାହିତ କଲୁ।
7
ଶନିବାର ସନ୍ଧ୍ୟାରେ ଆମ୍ଭେମାନେ ସମ୍ମିଳିତ ଭୋଜନ ପାଇଁ ଏକତ୍ରିତ ହେଲୁ। ପାଉଲ ଲୋକମାନଙ୍କୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଉପଦେଶ ଦେଲେ, କାରଣ ତହିଁ ଆରଦିନ ସେ ସେହି ସ୍ଥାନ ପରିତ୍ୟାଗ କରିବାକୁ ଯାଉଥିଲେ।
8
ଯେଉଁ ଉପର କୋଠରୀରେ ଆମେ ସଭା କରିଥିଲୁ, ସେଠାରେ ଅନେକ ପ୍ରଦୀପ ଜଳୁଥିଲା।
9
ସେଠାରେ ଇଉଟିକସ୍ ନାମକ ଜଣେ ଯୁବକ ଝରକା ଉପରେ ବସିଥିଲା, ପାଉଲ କଥା କହୁଥିବା ସମୟରେ ତାକୁ ନିଦ ଲାଗି ଆସିଲା। ସେ ନିଦ୍ରାଭିଭୂତ ହୋଇ ତିନି ମହଲା ଉପରୁ ତଳେ ପଡ଼ିଗଲା। ସେମାନେ ତାକୁ ଉଠାଇବାବେଳେ ସେ ମରି ଯାଇଥିଲା।
10
କିନ୍ତୁ ପାଉଲ ତଳକୁ ଓହ୍ଲାଇ ଆସି ତାକୁ କୁଣ୍ଢାଇ ଧରି କହିଲେ, “ବ୍ୟସ୍ତ ହୁଅ ନାହିଁ। ସେ ବଞ୍ଚିଛି।”
11
ତା’ପରେ ସେ ଉପରକୁ ଫେରି ଯାଇ ରୋଟୀ ଭାଙ୍ଗି ଭୋଜନ କଲେ ଓ ସୂର୍ଯ୍ୟୋଦୟ ହେବା ପର୍ଯ୍ୟନ୍ତ ସେମାନଙ୍କ ସହିତ ବହୁତ କଥାବାର୍ତ୍ତା କରି ସେଠାରୁ ପ୍ରସ୍ଥାନ କଲେ।
12
ଲୋକମାନେ ଯୁବକଟିକୁ ଜୀବିତ ଦେଖି ତା’ ଘରକୁ ନେଇଗଲେ ଏବଂ ବହୁ ଆଶ୍ୱାସନା ପାଇଲେ।
13
ଆମେ ଆଗରୁ ଜାହାଜରେ ଚଢ଼ି ଆସୋସ୍କୁ ଯାତ୍ରା କଲୁ। ସେଠାରୁ ଆମେ ପାଉଲଙ୍କୁ ଜାହାଜରେ ନେଇ ଯିବାର ସ୍ଥିର ହୋଇଥିଲା, କାରଣ ସେ ସ୍ଥଳପଥରେ ଯାଇ ସେହି ସ୍ଥାନରେ ପହଞ୍ଚିବେ ବୋଲି କହିଥିଲେ।
14
ସେ ଯେତେବେଳେ ଆମକୁ ଆସୋସ୍ରେ ଭେଟିଲେ, ଆମେ ତାଙ୍କୁ ଜାହାଜରେ ଉଠାଇ ମିତିଲିନୀକୁ ଗଲୁ।
15
ସେଠାରୁ ପୁଣି ଯାତ୍ରା କରି ତହିଁ ଆରଦିନ ଖିଅସ୍ ନିକଟରେ ପହଞ୍ଚିଲୁ। ଆଉ ଦିନକ ପରେ ଆମେ ସାମୋସ୍ରେ ପହଞ୍ଚି, ତା’ ପରଦିନ ମିଲୀଟସରେ ପହଞ୍ଚିଲୁ।
16
ଆସିଆ ପ୍ରଦେଶରେ ଆଉ ଅଧିକ ସମୟ ଅତିବାହିତ ନ କରି ଏଫିସସ୍ କୂଳେ କୂଳେ ଜାହାଜ ଚଳାଇବାକୁ ପାଉଲ ସ୍ଥିର କଲେ। ଯଦି ସମ୍ଭବ ହୁଏ, ପେଣ୍ଟିକଷ୍ଟ ଦିନରେ ଯିରୂଶାଲମରେ ପହଞ୍ଚିବା ପାଇଁ ସେ ଉଦ୍ଗ୍ରୀବ ହେଉଥିଲେ।
17
ଏଫିସୀୟ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନଙ୍କୁ ତାଙ୍କ ସହିତ ସାକ୍ଷାତ କରିବା ପାଇଁ ପାଉଲ ଡକାଇଲେ।
18
ସେମାନେ ଆସି ଉପସ୍ଥିତ ହେବାରୁ ପାଉଲ କହିଲେ, “ଆସିଆ ପ୍ରଦେଶରେ ପହଞ୍ଚିବାର ପ୍ରଥମ ଦିନଠାରୁ ମୁଁ କିପରି ତୁମ୍ଭମାନଙ୍କ ସହିତ ଅଧିକାଂଶ ସମୟ ଅତିବାହିତ କରିଛି, ତାହା ତୁମ୍ଭେମାନେ ଜାଣ।
19
ଇହୁଦୀମାନଙ୍କ ଷଡ଼ଯନ୍ତ୍ର ଲାଗି ମୋତେ ଯେଉଁ ସବୁ ଦୁଃଖକଷ୍ଟ ଭୋଗ କରିବାକୁ ପଡ଼ିଲା, ତା’ ଭିତରେ ମୁଁ ଈଶ୍ୱରଙ୍କ ସେବକ ରୂପେ ଅଶ୍ରୁପାତ କରି ନମ୍ରତାର ସହିତ ମୋର କାର୍ଯ୍ୟ କରି ଯାଇଛି।
20
ତୁମେ ଜାଣ ଯେ, ମୁଁ ଲୋକମାନଙ୍କ ନିକଟରେ ପ୍ରଚାର କରିବା ସମୟରେ ଓ ତୁମ୍ଭମାନଙ୍କ ଗୃହରେ ଉପଦେଶ ଦେବା ସମୟରେ ତୁମର ଉପକାର ହେବା ଭଳି କୌଣସି ବିଷୟ ପ୍ରକାଶ କରିବାକୁ ସଙ୍କୋଚ ବୋଧ କରି ନ ଥିଲି।
21
ଇହୁଦୀ ଓ ଅଣଇହୁଦୀ ସମସ୍ତଙ୍କୁ ମୁଁ ଦୃଢ଼ ସତର୍କ ବାଣୀ ଶୁଣାଇଥିଲି ଯେ, ସେମାନେ ପାପରୁ ବିମୁଖ ହୋଇ ଈଶ୍ୱରଙ୍କ ପ୍ରତି ମନ ଫେରାଇବେ ଏବଂ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିବେ।
22
ବର୍ତ୍ତମାନ ପବିତ୍ରଆତ୍ମାଙ୍କର ନିର୍ଦ୍ଦେଶ ପାଳନ କରି ମୁଁ ଯିରୂଶାଲମକୁ ଯାଉଛି - ଜାଣେନା ସେଠାରେ ମୋର କଅଣ ହେବ।
23
ପବିତ୍ରଆତ୍ମା ମୋତେ ସତର୍କ କରିଦେଇଛନ୍ତି ଯେ ପ୍ରତି ନଗରରେ ମୁଁ କାରାବରଣ କରି କଷ୍ଟଭୋଗ କରିବି।
24
କିନ୍ତୁ ମୋ’ ପାଇଁ ମୋ’ ନିଜ ଜୀବନକୁ ମୁଁ ନଗଣ୍ୟ ମନେ କରେ। ଈଶ୍ୱରଙ୍କ ଅନୁଗ୍ରହ ବିଷୟରେ ପ୍ରଭୁ ଯୀଶୁ ଯେଉଁ ବାର୍ତ୍ତା ଘୋଷଣା କରିବା ପାଇଁ ମୋତେ ଦାୟିତ୍ୱ ଦେଇଛନ୍ତି, ତାହା ପୂରଣ କରି ମୋର ପ୍ରଚାର କାର୍ଯ୍ୟ ସଂପୂର୍ଣ୍ଣ କରିବି - ଏତିକି କେବଳ ମୋର ଇଚ୍ଛା।
25
“ଈଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଚାର କରିବା ପାଇଁ ମୁଁ ତୁମ ସମସ୍ତଙ୍କ ନିକଟକୁ ଯାଇଛି। ବର୍ତ୍ତମାନ ମୁଁ ଜାଣେ ଯେ, ତୁମ ମଧ୍ୟରୁ କେହି ମୋତେ ଆଉ ଥରେ ଦେଖିବ ନାହିଁ।
26
ତେଣୁ ଆଜିର ଏହି ସୁଯୋଗରେ ମୁଁ ଦୃଢ଼ଭାବେ ତୁମ ନିକଟରେ ଘୋଷଣା କରୁଛି ଯେ, ଯଦି ତୁମ ମଧ୍ୟରୁ କେହି ବିନଷ୍ଟ ହୁଏ, ସେଥିପାଇଁ ମୁଁ ଦାୟୀ ନୁହେଁ।
27
କାରଣ ଈଶ୍ୱରଙ୍କ ସମୁଦାୟ ଉଦ୍ଦେଶ୍ୟ ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରିବାକୁ ମୁଁ ସଙ୍କୋଚ ବୋଧ କରି ନାହିଁ।
28
ଅତଏବ ତୁମ୍ଭେମାନେ ନେତା ରୂପେ ନିଜ ବିଷୟରେ ଓ ପବିତ୍ରଆତ୍ମା ତୁମ୍ଭମାନଙ୍କ ତତ୍ତ୍ୱାବଧାନରେ ଯେଉଁ ବିଶ୍ୱାସୀ ପଲକୁ ଛାଡ଼ି ଦେଇଛନ୍ତି, ସେହି ସମସ୍ତଙ୍କ ବିଷୟରେ ଯତ୍ନଶୀଳ ହୁଅ। ମେଷପାଳକ ପରି ଈଶ୍ୱରଙ୍କ ମଣ୍ଡଳୀର ଯତ୍ନ ନିଅ। ସେହି ମଣ୍ଡଳୀକୁ ସେ ତାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ନିଜସ୍ୱ କରିଅଛନ୍ତି।
29
ମୁଁ ଜାଣେ, ମୁଁ ଯିବା ପରେ ତୁମ ମଧ୍ୟକୁ ଭୟଙ୍କର ହେଟା ବାଘମାନେ ଆସିବେ ଓ ପଲକୁ କ୍ଷତବିକ୍ଷତ ନ କରି ଛାଡ଼ିବେ ନାହିଁ।
30
ସମୟ ଆସିବ, ଯେତେବେଳେ ତୁମ୍ଭମାନଙ୍କ ନିଜ ଦଳର କେତେକ ଲୋକ ବିଶ୍ୱାସୀମାନଙ୍କୁ ମିଥ୍ୟା କହି ବିପଥରେ କଢ଼ାଇ ନେବେ।
31
ସେତେବେଳେ ସତର୍କ ରୁହ, ମୁଁ ଯେ ଦିନ ରାତି ଅଶ୍ରୁ ଢାଳି ତିନି ବର୍ଷ ପର୍ଯ୍ୟନ୍ତ ତୁମ ପ୍ରତ୍ୟେକଙ୍କୁ ଶିକ୍ଷା ଦେଇଛି, ଏ କଥା ସ୍ମରଣରେ ରଖ।
32
“ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ହାତରେ ଓ ତାଙ୍କ ଅନୁଗ୍ରହପୂର୍ଣ୍ଣ ବାକ୍ୟ ନିକଟରେ ସମର୍ପଣ କରୁଛି; ସେହି ବାକ୍ୟ ତୁମ୍ଭମାନଙ୍କୁ ବଳିଷ୍ଠ କରିବା ପାଇଁ ଓ ଈଶ୍ୱରଙ୍କ ଲୋକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସମସ୍ତ ଆଶୀର୍ବାଦ ତୁମକୁ ଦେବା ପାଇଁ ସମର୍ଥ।
33
ମୁଁ କାହାରି ରୂପା, ସୁନା କିମ୍ବା ବସ୍ତ୍ର ପାଇବାକୁ ଆଶା କରି ନାହିଁ।
34
ତୁମ୍ଭେମାନେ ଜାଣ, ମୁଁ ମୋର ଏହି ଦୁଇ ହାତରେ ପରିଶ୍ରମ କରି ନିଜର ଓ ମୋ’ ସହକର୍ମୀମାନଙ୍କର ସମସ୍ତ ଆବଶ୍ୟକତା ପୂରଣ କରିଛି।
35
‘ପାଇବାଠାରୁ ଦାନ କରିବାରେ ଅଧିକ ଆନନ୍ଦ ଥାଏ’, ସ୍ୱୟଂ ପ୍ରଭୁ ଯୀଶୁଙ୍କର ଏହି ବାକ୍ୟକୁ ସ୍ମରଣ କରି ଏହି ପ୍ରକାର କଠିଣ ପରିଶ୍ରମ ଦ୍ୱାରା ଆମେ ଦୁର୍ବଳ ଲୋକମାନଙ୍କୁ ସାହାଯ୍ୟ କରିବା ଉଚିତ, ଏ ସମ୍ପର୍କରେ ମୁଁ ସବୁବେଳେ ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇଛି।”
36
ଭାଷଣ ଶେଷ କରିବା ପରେ ପାଉଲ ସେମାନଙ୍କ ସହିତ ଆଣ୍ଠୁମାଡ଼ି ପ୍ରାର୍ଥନା କଲେ।
37
ସମସ୍ତେ କାନ୍ଦି କାନ୍ଦି ତାଙ୍କୁ ଆଲିଙ୍ଗନ କରି ବିଦାୟ ଚୁମ୍ବନ ଦେଲେ।
38
ସେମାନେ ତାଙ୍କୁ ଆଉ ଦେଖି ପାରିବେ ନାହିଁ ବୋଲି ସେ କହିଥିବାରୁ ସେମାନେ ଅତ୍ୟନ୍ତ ଶୋକାତୁର ହୋଇ ପଡ଼ିଥିଲେ। ସେମାନେ ତାଙ୍କୁ ବିଦାୟ ଦେବା ପାଇଁ ଜାହାଜ ନିକଟକୁ ଗଲେ।
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 21 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
Recommended Reading
Commentary
Acts Commentaries
→
Devotional
Acts Devotional Guide
→
Get This Bible
CL Study Bible
→