bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Acts 10
Acts 10
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 11 →
1
ସିସେରିୟା ନିବାସୀ କର୍ଣ୍ଣୀଲିୟ “ଇଟାଲୀୟ ବାହିନୀ” ନାମକ ରୋମୀୟ ସୈନ୍ୟବାହିନୀର ସେନାପତି ଥିଲେ।
2
ସେ ଜଣେ ଧାର୍ମିକ ଲୋକ ଥିଲେ। ସେ ଓ ତାଙ୍କ ପରିବାରର ସମସ୍ତେ ଈଶ୍ୱରଙ୍କୁ ଉପାସନା କରୁଥିଲେ। ସେ ଦରିଦ୍ର ଇହୁଦୀମାନଙ୍କର ଉପକାର ପାଇଁ ବହୁତ କିଛି କରୁଥିଲେ ଓ ଅବିରତ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ।
3
ଦିନେ ଅପରାହ୍ନ ପ୍ରାୟ ତିନି ଘଣ୍ଟା ସମୟରେ ସେ ଏକ ଦର୍ଶନରେ ସ୍ପଷ୍ଟ ଦେଖିଲେ ଯେ ଈଶ୍ୱରଙ୍କ ଦୂତ ଆସି ତାଙ୍କୁ ଡାକୁଛନ୍ତି, “କର୍ଣ୍ଣୀଲିୟ।”
4
ସେ ଭୟରେ ସ୍ୱର୍ଗଦୂତଙ୍କ ଆଡ଼କୁ ଚାହିଁ କହିଲେ, “ଆଜ୍ଞା କଅଣ କହୁଛନ୍ତି?” ସ୍ୱର୍ଗଦୂତ ଉତ୍ତର ଦେଲେ, “ଈଶ୍ୱର ତୁମର ପ୍ରାର୍ଥନା ଓ ଦାନଶୀଳତାରେ ସନ୍ତୁଷ୍ଟ ଓ ଏହାର ପ୍ରତିଦାନ ଦେବା ପାଇଁ ପ୍ରସ୍ତୁତ।
5
ବର୍ତ୍ତମାନ ଶିମୋନ ପିତର ନାମକ ଜଣେ ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରି ଆଣିବା ପାଇଁ ଯୋପ୍ପାକୁ ଲୋକ ପଠାଅ।
6
ସେ ସମୁଦ୍ର କୂଳରେ ବାସ କରୁଥିବା ଶିମୋନ ନାମକ ଜଣେ ଚର୍ମକାର ଘରେ ରହୁଛନ୍ତି।”
7
ଏହା କହି ସ୍ୱର୍ଗଦୂତ ଚାଲିଗଲେ। କର୍ଣ୍ଣୀଲିୟ ତାଙ୍କ ଘରର ଦୁଇ ଜଣ ଦାସ ଓ ସୈନିକ ଅନୁଚରମାନଙ୍କ ମଧ୍ୟରୁ ଜଣେ ଧାର୍ମିକ ବ୍ୟକ୍ତିଙ୍କୁ ଡକାଇଲେ।
8
ସେ ସେମାନଙ୍କୁ ସମସ୍ତ ଘଟଣା ଜଣାଇ ଯୋପ୍ପାକୁ ପଠାଇଲେ।
9
ତହିଁ ଆରଦିନ ମଧ୍ୟାହ୍ନ ସମୟରେ ସେମାନେ ଯୋପ୍ପାର ନିକଟବର୍ତ୍ତୀ ହେବାବେଳେ, ପିତର ପ୍ରାର୍ଥନା କରିବା ପାଇଁ ଛାତ ଉପରକୁ ଯାଇଥିଲେ।
10
ସେ କ୍ଷୁଧିତ ହୋଇ କିଛି ଖାଇବାକୁ ଚାହିଁଲେ ଓ ଖାଦ୍ୟ ପ୍ରସ୍ତୁତ ହେବା ସମୟରେ ସେ ଗୋଟିଏ ଦର୍ଶନ ପାଇଲେ।
11
ସେ ଦେଖିଲେ, ଆକାଶ ଉନ୍ମୁକ୍ତ ହୋଇଛି ଓ ଗୋଟିଏ ବଡ଼ ଚାଦର ଚାରି କୋଣରୁ ଝୁଲା ହୋଇ ପୃଥିବୀ ଉପରକୁ ଖସି ଆସୁଛି।
12
ସେଥିରେ ନାନା ପ୍ରକାର ପଶୁ, ସରୀସୃପ ଓ ବନ୍ୟ ପକ୍ଷୀ ଅଛନ୍ତି।
13
ପୁଣି ସେ ଗୋଟିଏ ବାଣୀ ଶୁଣିଲେ, “ପିତର! ଉଠ, ବଧ କରି ଖାଅ!”
14
କିନ୍ତୁ ପିତର କହିଲେ, “ନା ପ୍ରଭୁ, ମୁଁ ପାରିବି ନାହିଁ! ମୁଁ କେବେ କୌଣସି ଅଶୁଚି ବା ଅପବିତ୍ର ବସ୍ତୁ ଭୋଜନ କରି ନାହିଁ।”
15
ଆଉ ଥରେ ସେ ଶୁଣିଲେ, “ଈଶ୍ୱର ଯାହାକୁ ଶୁଚି କରିଛନ୍ତି, ତୁମେ ତାହାକୁ ଅଶୁଚି ମନେ କର ନାହିଁ।”
16
ତିନିଥର ଏପରି ହେବା ପରେ, ଚାଦରଟି ଆକାଶକୁ ଉଠାଇ ନିଆଗଲା।
17
ପିତର ତାଙ୍କ ଦର୍ଶନର କଥା ଭାବି ଆଶ୍ଚର୍ଯ୍ୟ ହେଲେ। ଏହି ସମୟରେ, କର୍ଣ୍ଣୀଲିୟ ଯେଉଁମାନଙ୍କୁ ପଠାଇଥିଲେ, ସେମାନେ ଶିମୋନଙ୍କ ଘରର ସନ୍ଧାନ ପାଇ ଫାଟକ ପାଖରେ ଠିଆ ହୋଇଥିଲେ।
18
ସେମାନେ ପଚାରିଲେ, “ଶିମୋନ ପିତର ନାମରେ ଏଠାରେ ଜଣେ ଅତିଥି ଅଛନ୍ତି କି?”
19
ପିତର ସେ ପର୍ଯ୍ୟନ୍ତ ଦର୍ଶନର ଅର୍ଥ ବୁଝିବା ପାଇଁ ଚେଷ୍ଟା କରୁଥିଲେ, ଏହି ସମୟରେ ପବିତ୍ରଆତ୍ମା କହିଲେ, “ଦେଖ, ଏଠାରେ ତିନିଜଣ ଲୋକ ତୁମକୁ ଖୋଜୁଛନ୍ତି।
20
ପ୍ରସ୍ତୁତ ହୋଇ ତଳକୁ ଯାଅ ଓ ସେମାନଙ୍କ ସଙ୍ଗେ ଯିବା ପାଇ କୁଣ୍ଠାବୋଧ କର ନାହିଁ, କାରଣ ମୁଁ ସେମାନଙ୍କୁ ପଠାଇ ଅଛି।”
21
ପିତର ତଳକୁ ଯାଇ ସେହି ଲୋକମାନଙ୍କୁ କହିଲେ, “ତୁମେ ଯାହାଙ୍କୁ ଖୋଜୁଛ, ମୁଁ ସେହି। ତୁମ୍ଭେମାନେ କାହିଁକି ଆସିଛ।”
22
ସେମାନେ ଉତ୍ତର ଦେଲେ, “ସେନାପତି କର୍ଣ୍ଣୀଲିୟ ଆମକୁ ପଠାଇଛନ୍ତି। ସେ ଜଣେ ଧର୍ମପ୍ରାଣ ବ୍ୟକ୍ତି। ସେ ଈଶ୍ୱରଙ୍କୁ ଆରାଧନା କରନ୍ତି ଓ ଇହୁଦୀମାନେ ସମସ୍ତେ ତାଙ୍କୁ ବିଶେଷ ଭକ୍ତି କରନ୍ତି। ଆପଣଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରି ଆପଣଙ୍କର ଶିକ୍ଷା ଶୁଣିବା ପାଇଁ ଈଶ୍ୱରଙ୍କ ଜଣେ ଦୂତ ତାଙ୍କୁ ଆଦେଶ ଦେଇଛନ୍ତି।”
23
ପିତର ସେମାନଙ୍କୁ ଭିତରକୁ ଡାକି ନେଇ ସେହି ରାତ୍ରିଟି ସେଠାରେ କଟାଇବା ପାଇଁ ଅନୁରୋଧ କଲେ। ତହିଁ ଆରଦିନ ସେ ପ୍ରସ୍ତୁତ ହୋଇ ସେମାନଙ୍କ ସହିତ ଗଲେ। ଯୋପ୍ପାର କେତେ ଜଣ ବିଶ୍ୱାସୀ ମଧ୍ୟ ସେମାନଙ୍କ ସଙ୍ଗରେ ଗଲେ।
24
ପରଦିନ ସେମାନେ ସିସେରିଆରେ ପହଞ୍ଚିଲେ। ସେଠାରେ କର୍ଣ୍ଣୀଲିୟ ତାଙ୍କର ନିକଟତମ ବନ୍ଧୁ ଓ ଆତ୍ମୀୟମାନଙ୍କ ସହିତ ପିତରଙ୍କ ଅପେକ୍ଷାରେ ଥିଲେ।
25
ପିତର ଭିତରକୁ ଯିବା ସମୟରେ କର୍ଣ୍ଣୀଲିୟ ତାଙ୍କୁ ସାକ୍ଷାତ କରି ତାଙ୍କ ପାଦ ତଳେ ପଡ଼ି ପ୍ରଣାମ କଲେ।
26
କିନ୍ତୁ ପିତର ତାଙ୍କୁ ଉଠାଇ କହିଲେ, “ଠିଆ ହୁଅ, ମୁଁ ନିଜେ ଜଣେ ମନୁଷ୍ୟ ମାତ୍ର।”
27
ପିତର କର୍ଣ୍ଣୀଲିୟଙ୍କ ସହିତ କଥାବାର୍ତ୍ତା କରୁ କରୁ ଘର ଭିତରେ ପ୍ରବେଶ କଲେ ଓ ସେଠାରେ ଅନେକ ଲୋକଙ୍କୁ ଏକତ୍ରିତ ହୋଇଥିବାର ଦେଖି ସେମାନଙ୍କୁ କହିଲେ,
28
“ତୁମ୍ଭେମାନେ ଭଲ ରୂପେ ଜାଣ, ଜଣେ ଇହୁଦୀ ତା’ର ଧର୍ମବିଶ୍ୱାସ ଅନୁଯାୟୀ ଅଣଇହୁଦୀ ଲୋକମାନଙ୍କ ସହିତ ମିଳାମିଶା କରିପାରେ ନାହିଁ। କିନ୍ତୁ ଈଶ୍ୱର ମୋତେ ଜଣାଇଛନ୍ତି, କାହାରିକୁ ଅଶୁଚି ବା ଅପବିତ୍ର ମନେ କରିବା ଉଚିତ ନୁହେଁ।
29
ତେଣୁ ତୁମେ ଯେତେବେଳେ ମୋତେ ଡକାଇଲ, ମୁଁ କୌଣସି ଆପତ୍ତି ନ କରି ଆସିଲି। ମୁଁ ଜାଣିବାକୁ ଚାହେଁ, ତୁମେ କାହିଁକି ମୋତେ ଡକାଇଲ?”
30
କର୍ଣ୍ଣୀଲିୟ କହିଲେ, “ତିନିଦିନ ତଳେ ପ୍ରାୟ ଏହି ସମୟରେ ଅପରାହ୍ନ ତିନି ଘଣ୍ଟାବେଳେ ମୁଁ ମୋ’ ଘରେ ପ୍ରାର୍ଥନା କରୁଥିଲି। ହଠାତ୍ ଶୁଭ୍ର ବସ୍ତ୍ର ପରିହିତ ଜଣେ ବ୍ୟକ୍ତି ମୋ’ ସମ୍ମୁଖରେ ଠିଆ ହୋଇ କହିଲେ,
31
‘କର୍ଣ୍ଣୀଲିୟ! ଈଶ୍ୱର ତୁମ ପ୍ରାର୍ଥନା ଶୁଣିଅଛନ୍ତି ଓ ତୁମର ସେବାକାର୍ଯ୍ୟ ଲକ୍ଷ୍ୟ କରିଛନ୍ତି।
32
ଶିମୋନ ପିତର ନାମରେ ଜଣେ ବ୍ୟକ୍ତିଙ୍କୁ ଆଣିବା ପାଇଁ ଯୋପ୍ପାକୁ ଲୋକ ପଠାଅ। ସେ ସମୁଦ୍ରକୂଳ ନିବାସୀ ଚର୍ମକାର ଶିମୋନ ଘରେ ଅତିଥି ହୋଇଛନ୍ତି।’
33
ତେଣୁ ସଙ୍ଗେ ସଙ୍ଗେ ମୁଁ ଆପଣଙ୍କୁ ଡକାଇଲି ଓ ଆପଣ ଦୟା କରି ଆସିଛନ୍ତି। ପ୍ରଭୁ ଆପଣଙ୍କୁ ଯାହା କହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ତାହା ଶୁଣିବାକୁ ଆମେ ସମସ୍ତେ ବର୍ତ୍ତମାନ ଈଶ୍ୱରଙ୍କ ସାନ୍ନିଧ୍ୟରେ ଉପସ୍ଥିତ ଅଛୁ।”
34
ପିତର ଶିକ୍ଷା ଦେବାକୁ ଆରମ୍ଭ କରି କହିଲେ, “ବର୍ତ୍ତମାନ ମୁଁ ବୁଝିପାରୁଛି ଯେ ପ୍ରକୃତରେ ଈଶ୍ୱର ସମସ୍ତଙ୍କୁ ସମାନ ଭାବରେ ଦେଖନ୍ତି।
35
ଯେ କୌଣସି ଜାତିର ଯେକୌଣସି ଲୋକ ପ୍ରଭୁଙ୍କର ଉପାସନା କଲେ ଓ ତାଙ୍କ ଦୃଷ୍ଟିରେ ସତ୍କର୍ମ କଲେ, ପ୍ରଭୁ ତାହାକୁ ଗ୍ରହଣ କରନ୍ତି।
36
ତୁମ୍ଭେମାନେ ଜାଣିଛ ଯେ ଈଶ୍ୱର ଇଶ୍ରାଏଲୀୟମାନଙ୍କ ନିକଟକୁ ଯେଉଁ ବାର୍ତ୍ତା ପ୍ରେରଣ କରିଥିଲେ, ତାହା ହିଁ ଯୀଶୁଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଶାନ୍ତିର ବାର୍ତ୍ତା।
37
ଏହି ଯୀଶୁ ସମସ୍ତଙ୍କର ପ୍ରଭୁ। ଯୋହନ ମନ ପରିବର୍ତ୍ତନ ଓ ଜଳଦୀକ୍ଷାର ସମ୍ବାଦ ପ୍ରଚାର କରିବା ପରେ, ଗାଲିଲୀକୁ ଆରମ୍ଭ କରି ସମଗ୍ର ଇଶ୍ରାଏଲ ଦେଶରେ ଯେଉଁ ବିଶେଷ ଘଟଣାମାନ ଘଟିଗଲା, ତାହା ତୁମ୍ଭେମାନେ ଜାଣ।
38
ତୁମ୍ଭେମାନେ ନାଜରିତର ଯୀଶୁଙ୍କ ବିଷୟରେ ଓ ଈଶ୍ୱର କିପରି ତାଙ୍କ ଉପରେ ପବିତ୍ର ଆତ୍ମା ଓ ଶକ୍ତି ଢାଳି ଦେଇଥିଲେ, ତାହା ଜାଣ। ସେ ସବୁଆଡ଼େ ଯାଇ ମହତ୍ କାର୍ଯ୍ୟ ସାଧନ କଲେ। ଶୟତାନର କବଳରେ ଥିବା ଲୋକଙ୍କୁ ସୁସ୍ଥ କଲେ, କାରଣ ଈଶ୍ୱର ତାଙ୍କ ସହିତ ଥିଲେ।
39
ଇଶ୍ରାଏଲ ଦେଶରେ ଓ ଯିରୂଶାଲମରେ ସେ ଯେଉଁସବୁ କାର୍ଯ୍ୟ କଲେ, ଆମେ ସେ ସବୁର ସାକ୍ଷୀ। ତା’ପରେ ତାଙ୍କୁ ସେମାନେ କ୍ରୁଶବିଦ୍ଧ କରି ମାରିଦେଲେ।
40
କିନ୍ତୁ ଈଶ୍ୱର ତିନି ଦିନ ଭିତରେ ତାଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରି ପ୍ରତ୍ୟକ୍ଷ କରାଇଲେ -
41
ସେ ସମସ୍ତଙ୍କ ନିକଟରେ ନୁହେଁ, କେବଳ ଈଶ୍ୱରଙ୍କର ମନୋନୀତ ସାକ୍ଷୀ, ଅର୍ଥାତ୍ ଆମ୍ଭମାନଙ୍କ ନିକଟରେ ଦୃଶ୍ୟମାନ ହେଲେ। ଈଶ୍ୱର ତାଙ୍କୁ ପୁନରୁତ୍ଥିତ କଲା ପରେ ଆମେ ତାଙ୍କ ସହିତ ଭୋଜନ ପାନ କଲୁ।
42
ଲୋକମାନଙ୍କ ନିକଟରେ ଶୁଭବାର୍ତ୍ତା ପ୍ରଚାର କରିବା ପାଇଁ ଓ ଈଶ୍ୱର ଯେ ତାଙ୍କୁ ଜୀବିତ ଓ ମୃତମାନଙ୍କ ବିଚାରକର୍ତ୍ତା ରୂପେ ନିଯୁକ୍ତ କରିଛନ୍ତି, ଏ କଥାର ସାକ୍ଷ୍ୟ ଦେବା ପାଇଁ ସେ ଆମ୍ଭମାନଙ୍କୁ ଆଦେଶ ଦେଇଛନ୍ତି।
43
ସବୁ ଭାବବାଦୀମାନେ ତାଙ୍କ ବିଷୟରେ ପ୍ରଚାର କରି ଏହି କଥା କହିଥିଲେ, ଯେ କେହି ତାଙ୍କଠାରେ ବିଶ୍ୱାସ କରିବ, ତାଙ୍କ ନାମର ଶକ୍ତିରେ ତାହାର ପାପ କ୍ଷମା ହେବ।”
44
ପିତର ଶିକ୍ଷା ଦେଉଥିବା ସମୟରେ ଯେଉଁମାନେ ତାଙ୍କର ଶିକ୍ଷା ଶୁଣୁଥିଲେ, ସେ ସମସ୍ତଙ୍କ ଉପରେ ପବିତ୍ରଆତ୍ମା ଅବତରଣ କଲେ।
45
ଅଣଇହୁଦୀମାନଙ୍କ ଉପରେ ମଧ୍ୟ ଈଶ୍ୱର ତାଙ୍କର ପବିତ୍ରଆତ୍ମାଙ୍କ ଦାନ ଢାଳି ଦେଇଥିବାର ଦେଖି ପିତରଙ୍କ ସହିତ ଆଗତ ଯୋପ୍ପାର ଇହୁଦୀ ବିଶ୍ୱାସୀମାନେ ଆଶ୍ଚର୍ଯ୍ୟ ହେଲେ।
46
କାରଣ ଇହୁଦୀ ବିଶ୍ୱାସୀମାନେ ସେମାନଙ୍କୁ ଈଶ୍ୱରଙ୍କ ପ୍ରଶଂସା କରୁଥିବା ଓ ଭିନ୍ନ ଭାଷାରେ କଥା କହୁଥିବା ଶୁଣିଲେ।
47
ପିତର କହିଲେ: “ଆମ ପରି ଏହି ଲୋକମାନେ ମଧ୍ୟ ପବିତ୍ରଆତ୍ମା ପାଇଛନ୍ତି। ଜଳଦୀକ୍ଷା ନେବା ପାଇଁ କେହି କ’ଣ ସେମାନଙ୍କୁ ବାଧା ଦେଇପାରେ?”
48
ତେଣୁ ସେ ସେମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଜଳଦୀକ୍ଷା ନେବା ପାଇଁ ଆଦେଶ ଦେଲେ। ତା’ପରେ ସେମାନେ ତାଙ୍କୁ ଆଉ କିଛି ଦିନ ସେମାନଙ୍କ ସହିତ ରହିବାକୁ ଅନୁରୋଧ କଲେ।
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28