bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Acts 13
Acts 13
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 14 →
1
ଆଣ୍ଟିୟୋଖ ମଣ୍ଡଳୀରେ କେତେ ଜଣ ଭାବବାଦୀ ଓ ଶିକ୍ଷାଗୁରୁ ଥିଲେ। ଏମାନଙ୍କ ମଧ୍ୟରେ ଥିଲେ ବର୍ଣ୍ଣବା, ଶିମୋନ (କୃଷ୍ଣକାୟ ନାମରେ ଅଭିହିତ), ଲୁସିଅସ୍ (କୁରୀଣୀ ନିବାସୀ), ମନହେମ (ସେ ରାଜ୍ୟପାଳ ହେରୋଦଙ୍କ ପରିବାରରେ ପ୍ରତିପାଳିତ ହୋଇଥିଲେ।) ଓ ଶାଉଲ।
2
ସେମାନେ ପ୍ରଭୁଙ୍କ ସେବା ଓ ଉପବାସ କରୁଥିବାବେଳେ, ପବିତ୍ରଆତ୍ମା ସେମାନଙ୍କୁ କହିଲେ, “ମୁଁ ଯେଉଁ କାର୍ଯ୍ୟ ପାଇଁ ବର୍ଣ୍ଣବା ଓ ଶାଉଲଙ୍କୁ ଆହ୍ୱାନ କରିଛି, ସେଥିପାଇଁ ସେମାନଙ୍କୁ ମୋ’ ନିମନ୍ତେ ପୃଥକ୍ କର।”
3
ଭାବବାଦୀମାନେ ଉପବାସ ଓ ପ୍ରାର୍ଥନା କରି ସେହି ଦୁଇ ଜଣଙ୍କ ଉପରେ ହସ୍ତାର୍ପଣ କରି ସେମାନଙ୍କୁ ପ୍ରଚାର କାର୍ଯ୍ୟରେ ପଠାଇଲେ।
4
ପବିତ୍ରଆତ୍ମାଙ୍କ ଦ୍ୱାରା ପ୍ରେରିତ ହୋଇ ବର୍ଣ୍ଣବା ଓ ଶାଉଲ ସେଲ୍ୟୁକିଆକୁ ଗଲେ ଓ ସେଠାରୁ ଜାହାଜ ଯୋଗେ ସାଇପ୍ରସ୍ ଦ୍ୱୀପକୁ ଗଲେ।
5
ସାଲାମି ସହରରେ ପହଞ୍ôଚ ଇହୁଦୀ ଉପାସନା ଗୃହମାନଙ୍କରେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କଲେ। ଯୋହନ ମାର୍କ ସେମାନଙ୍କ ସଙ୍ଗରେ ରହି ସାହାଯ୍ୟ କରୁଥିଲେ।
6
ସେମାନେ ସାଇପ୍ରସ୍ ଦ୍ୱୀପ ଅତିକ୍ରମ କରି ପାଫୋକୁ ଗଲେ। ସେଠାରେ ସେମାନେ ବାର - ଯୀଶୁ ନାମକ ଏକ ଇହୁଦୀ ଗୁଣିଆକୁ ଭେଟିଲେ।
7
ସେ ସେହି ଦ୍ୱୀପର ଶାସନକର୍ତ୍ତା ସର୍ଗିୟସ ପାଉଲସଙ୍କର ଜଣେ ବନ୍ଧୁ ଥିଲା। ସର୍ଗିୟସ ଜଣେ ବୁଦ୍ଧିମାନ ବ୍ୟକ୍ତି ଥିଲେ। ସେ ଈଶ୍ୱରଙ୍କ ବାକ୍ୟ ଶୁଣିବାକୁ ଇଚ୍ଛା କରି ବର୍ଣ୍ଣବା ଓ ଶାଉଲଙ୍କୁ ଡକାଇଲେ।
8
କିନ୍ତୁ ଗୁଣିଆ ଏଲୀମାସ (ଏହା ତାହାର ଗ୍ରୀକ୍ ନାମ) ସେମାନଙ୍କୁ ବାଧା ଦେଲା, କାରଣ ସେ ଶାସନକର୍ତ୍ତାଙ୍କୁ ଖ୍ରୀଷ୍ଟ ବିଶ୍ୱାସ ପ୍ରତି ବିମୁଖ କରି ରଖିବାକୁ ଚାହୁଁଥିଲା।
9
କିନ୍ତୁ ଶାଉଲ (ଯାହାଙ୍କର ଅନ୍ୟ ନାମ ପାଉଲ) ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଗୁଣିଆ ଆଡ଼କୁ ତୀକ୍ଷ୍ଣ ଦୃଷ୍ଟିରେ ଅନାଇ କହିଲେ,
10
“ହେ ଶୟତାନର ପୁତ୍ର! ତୁ ସମସ୍ତ ଉତ୍ତମ ବିଷୟର ଶତ୍ରୁ। ତୁ ସବୁପ୍ରକାର ଖଳ କୌଶଳରେ ପରିପୂର୍ଣ୍ଣ ଓ ସବୁବେଳେ ଈଶ୍ୱରଙ୍କ ସତ୍ୟକୁ ମିଥ୍ୟା ବୋଲି ପ୍ରମାଣିତ କରିବା ପାଇଁ ଚେଷ୍ଟା କରୁଛୁ।
11
ବର୍ତ୍ତମାନ ତୁ ଈଶ୍ୱରଙ୍କ ହସ୍ତରେ ଦଣ୍ଡିତ ହେବୁ। ତୁ ଅନ୍ଧ ହୋଇ କିଛି ସମୟ ପର୍ଯ୍ୟନ୍ତ ଦିବସରେ ଆଲୋକ ଦେଖିପାରିବୁ ନାହିଁ।” ସେହିକ୍ଷଣି ଏଲୀମାସର ଚକ୍ଷୁ ଘନ କୁହୁଡ଼ିରେ ଆଚ୍ଛନ୍ନ ହେବା ଭଳି ସେ ଅନୁଭବ କଲା ଓ ତା’ର ହାତ ଧରି ବାଟ କଢ଼ାଇ ନେବା ପାଇଁ ଜଣକୁ ଖୋଜିବାକୁ ଲାଗିଲା।
12
ଏହା ଦେଖି ଶାସନକର୍ତ୍ତାଙ୍କର ବିଶ୍ୱାସ ହେଲା, କାରଣ ସେ ପ୍ରଭୁଙ୍କ ଶିକ୍ଷା ଶୁଣି ଚମକ୍ରୃତ ହୋଇଥିଲେ।
13
ପାଉଲ ଓ ତାଙ୍କର ସହଯାତ୍ରୀମାନେ ପାଫୋରୁ ଜଳଯାତ୍ରା କରି ପାମ୍ପିଲିଆର ପର୍ଗା ନାମକ ଏକ ନଗରରେ ପହଞ୍ଚିଲେ। ଯୋହନ ନାମରେ ପରିଚିତ ମାର୍କ ସେମାନଙ୍କୁ ଏହିଠାରେ ପରିତ୍ୟାଗ କରି ଯିରୂଶାଲମକୁ ଫେରିଗଲେ।
14
ସେମାନେ ପର୍ଗାରୁ ଯାଇ ପିସିଦଆର ଆଣ୍ଟିୟୋଖରେ ପହଞ୍ôଚଲେ ଓ ବିଶ୍ରାମବାର ଦିନ ଉପାସନା ଗୃହରେ ଯାଇ ବସିଲେ।
15
ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଲେଖା ପଠିତ ହେବା ପରେ, ଉପାସନା ଗୃହର କର୍ତ୍ତାମାନେ, ସେମାନଙ୍କ ନିକଟକୁ ଏହି କଥା କହି ପଠାଇଲେ, “ଭାଇମାନେ, ଯଦି ଲୋକଙ୍କୁ ଉତ୍ସାହିତ କରିବା ଭଳି ଆପଣମାନଙ୍କର କିଛି ଉପଦେଶ ଦେବାର ଅଛି, ତେବେ କହନ୍ତୁ।”
16
ପାଉଲ ଠିଆ ହୋଇ ଲୋକମାନଙ୍କୁ ସ୍ଥିର ହେବା ପାଇଁ ହାତରେ ସଙ୍କେତ ଦେଇ କହିଲେ: “ଉପସ୍ଥିତ ଇଶ୍ରାଏଲୀୟ ଭାଇମାନେ ଓ ଈଶ୍ୱରଙ୍କ ଉପାସନା କରୁଥିବା ଅଣଇହୁଦୀମାନେ, ମୋ’ କଥା ଶୁଣନ୍ତୁ!
17
ଇଶ୍ରାଏଲ ଜାତିର ଈଶ୍ୱର ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମନୋନୀତ କଲେ ଓ ମିସରରେ ସେମାନେ ବିଦେଶୀ ରୂପେ ବାସ କରୁଥିବା ସମୟରେ ଏକ ବିରାଟ ଜାତିରେ ପରିଣତ କଲେ। ଈଶ୍ୱର ତାଙ୍କର ମହତ୍ ଶକ୍ତିରେ ସେମାନଙ୍କୁ ମିସରରୁ ବାହାର କରି ଆଣିଲେ
18
ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ମରୁପ୍ରାନ୍ତରରେ ସେମାନଙ୍କୁ ଦୁରାଚାରକୁ ସହ୍ୟ କଲେ।
19
ସେ କିଣାନରେ ସାତଟି ଜାତିକୁ ଧ୍ୱଂସ କରି ତାଙ୍କର ମନୋନୀତ ଲୋକମାନଙ୍କୁ ସେହି ଦେଶ ପ୍ରଦାନ କଲେ।
20
ପ୍ରାୟ ଚାରି ଶହ ପଚାଶ ବର୍ଷ ଭିତରେ ଏହିସବୁ ଘଟଣା ଘଟିଗଲା। “ଏହା ପରେ ଶାମୁଏଲ ଭାବବାଦୀଙ୍କ ସମୟ ପର୍ଯ୍ୟନ୍ତ ଈଶ୍ୱର ସେମାନଙ୍କ ଉପରେ ବିଚାରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ।
21
ଯେତେବେଳେ ସେମାନେ ଜଣେ ରାଜା ଚାହିଁଲେ, ଈଶ୍ୱର ସେମାନଙ୍କ ଉପରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କରିବା ପାଇଁ ବେଞ୍ଜାମିନ୍ ବଂଶଜାତ କୀଶର ପୁତ୍ର ଶାଉଲଙ୍କୁ ନିଯୁକ୍ତି କଲେ।
22
ତା’ପରେ ଈଶ୍ୱର ତାଙ୍କୁ ପଦଚ୍ୟୁତ କରି ଦାଉଦଙ୍କୁ ସେମାନଙ୍କ ରାଜା କଲେ। ଈଶ୍ୱର ତାଙ୍କ ବିଷୟରେ କହିଥିଲେ, ‘ମୁଁ ଯେଉଁ ପ୍ରକାର ଲୋକମାନଙ୍କୁ ଭଲ ପାଏ, ଯେଶୀର ପୁତ୍ର ଦାଉଦ ସେହିପରି ଜଣେ; ସେ ମୋର ଇଚ୍ଛାନୁଯାୟୀ ସମସ୍ତ କାର୍ଯ୍ୟ କରିବ।’
23
ଏହି ଦାଉଦଙ୍କ ବଂଶଧର ଯୀଶୁଙ୍କୁ ଈଶ୍ୱର ତାଙ୍କ ପ୍ରତିଜ୍ଞାନୁଯାୟୀ ଇଶ୍ରାଏଲ ଜାତିର ପରିତ୍ରାଣକର୍ତ୍ତା କରିଛନ୍ତି।
24
ଯୀଶୁ ତାଙ୍କ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଯୋହନ ଇଶ୍ରାଏଲର ସମସ୍ତ ଲୋକଙ୍କ ନିକଟରେ ପ୍ରଚାର କରି କହିଲେ, ସେମାନଙ୍କୁ ପାପରୁ ମନ ଫେରାଇ ଜଳଦୀକ୍ଷା ନେବାକୁ ହେବ।
25
ପୁଣି ଯୋହନ ତାଙ୍କର ସେବାକାର୍ଯ୍ୟ ଶେଷ କରିବା ପୂର୍ବରୁ ଲୋକମାନଙ୍କୁ ପଚାରିଲେ, ‘ମୋ’ ବିଷୟରେ ତୁମ୍ଭମାନଙ୍କ ଧାରଣା କ’ଣ? ତୁମ୍ଭେମାନେ ଯାହାଙ୍କ ପ୍ରତୀକ୍ଷାରେ ଅଛ, ମୁଁ ସେ’ ନୁହେଁ। କିନ୍ତୁ ଶୁଣ! ମୋ’ ପରେ ଯେ ଆସୁଛନ୍ତି, ମୁଁ ତାଙ୍କ ପାଦରୁ ପାଦୁକା ଖୋଲିବା ପାଇଁ ମଧ୍ୟ ଯୋଗ୍ୟ ନୁହେଁ।’
26
“ଅବ୍ରହାମଙ୍କ ବଂଶଜ ହେ ଇଶ୍ରାଏଲୀୟ ଭାଇମାନେ ଓ ଈଶ୍ୱରଙ୍କ ଉପାସନା କରୁଥିବା ଏଠାରେ ଉପସ୍ଥିତ ଅଣଇହୁଦୀ ଲୋକମାନେ, ଆମକୁ ହିଁ ଏହି ପରିତ୍ରାଣର ବାର୍ତ୍ତା ପ୍ରଦତ୍ତ ହୋଇଛି।
27
କିନ୍ତୁ ସେ ଯେ ପରିତ୍ରାଣକର୍ତ୍ତା, ଯିରୂଶାଲମ ଅଧିବାସୀ ଓ ସେମାନଙ୍କ ନେତାମାନେ ତାହା ଜାଣି ନ ଥିଲେ। ସେମାନେ ପ୍ରତି ବିଶ୍ରାମବାରରେ ପାଠ କରାଯାଉଥିବା ଭାବବାଦୀମାନଙ୍କ କଥାର ଅର୍ଥ ବୁଝୁ ନ ଥିଲେ। ତଥାପି ଯୀଶୁଙ୍କୁ ଦୋଷୀ କରି ସେମାନେ ଭାବବାଦୀମାନଙ୍କ ବାକ୍ୟକୁ ସଫଳ କଲେ।
28
ମୃତ୍ୟୁଦଣ୍ଡର କୌଣସି କାରଣ ନ ପାଇ ସୁଦ୍ଧା ତାଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ସେମାନେ ପୀଲାତଙ୍କୁ କହିଲେ।
29
ତାଙ୍କ ବିଷୟରେ ଧର୍ମଶାସ୍ତ୍ରରେ ଯେଉଁ ସବୁ ବିଷୟ ଲିଖିତ ଅଛି, ତଦନୁଯାୟୀ ସବୁ କାର୍ଯ୍ୟ କରିବା ପରେ ସେମାନେ ତାଙ୍କୁ କ୍ରୁଶରୁ ଓହ୍ଲାଇ ଆଣି ଏକ ସମାଧିରେ ସ୍ଥାପନ କଲେ।
30
କିନ୍ତୁ ଈଶ୍ୱର ତାଙ୍କୁ ମୃତ୍ୟୁରୁ ଉଠାଇଲେ,
31
ଅନେକ ଦିନ ପର୍ଯ୍ୟନ୍ତ ତାଙ୍କ ସହିତ ଗାଲିଲୀରୁ ଯିରୂଶାଲମକୁ ଯିବା ଆସିବା କରୁଥିବା ଲୋକମାନଙ୍କୁ ସେ ଦେଖାଦେଲେ। ବର୍ତ୍ତମାନ ସେମାନେ ଇଶ୍ରାଏଲ ଲୋକମାନଙ୍କ ନିକଟରେ ତାଙ୍କ ସାକ୍ଷୀ ଅଟନ୍ତି।
32
ପୁଣି ଆମେ ଏଠାରେ ତୁମ୍ଭମାନଙ୍କୁ ଏହି ଶୁଭବାର୍ତ୍ତା ଜଣାଇବା ପାଇଁ ଉପସ୍ଥିତ। ଈଶ୍ୱର ଆମ ପୂର୍ବପୁରୁଷମାନଙ୍କୁ ଯେଉଁ ପ୍ରତିଜ୍ଞା କରିଥିଲେ, ସେ ତାହା ରକ୍ଷା କରିଛନ୍ତି। ସେମାନଙ୍କ ବଂଶଧର ଆମ ପାଇଁ ଯୀଶୁଙ୍କୁ ପୁନର୍ଜୀବିତ କରିବା ଦ୍ୱାରା ସେ ତାହା ସାଧନ କରିଛନ୍ତି। ଗୀତସଂହିତାର ଦ୍ୱିତୀୟ ଗୀତରେ ଏ କଥାକୁ ଉପଲକ୍ଷ୍ୟ କରି ଲେଖାଯାଇଛି: ‘ତୁମେ ମୋର ପୁତ୍ର, ଆଜି ମୁଁ ତୁମର ପିତା ହୋଇଛି’
34
ପୁଣି ସମାଧିରେ କ୍ଷୟପ୍ରାପ୍ତ ହେବାକୁ ଛାଡ଼ି ନ ଦେଇ ତାଙ୍କୁ ମୃତ୍ୟୁରୁ ଉତ୍ଥାପିତ କରିବା ପାଇଁ ଈଶ୍ୱର ଏହି କଥା କହିଥିଲେ; ‘ଦାଉଦଙ୍କୁ ଦେଇଥିବା ପ୍ରତିଜ୍ଞା ଅନୁସାରେ ମୁଁ ତୁମକୁ ପବିତ୍ର ଓ ନିଶ୍ଚିତ ଆଶୀର୍ବାଦ ଦାନ କରିବି।’
35
ଶାସ୍ତ୍ରରେ ଆଉ ଗୋଟିଏ ସ୍ଥାନରେ ଲେଖାଅଛି, ‘ତୁମେ ଆପଣା ବିଶ୍ୱସ୍ତ ସେବକଙ୍କୁ ସମାଧିରେ କ୍ଷୟ ପାଇବାକୁ ଛାଡ଼ି ଦେବ ନାହିଁ।’
36
ଦାଉଦ ତାଙ୍କ ରାଜତ୍ୱ କାଳରେ ଈଶ୍ୱରଙ୍କ ଉଦ୍ଦେଶ୍ୟ ସାଧନ କରି ଶେଷରେ ମୃତ୍ୟୁ ଭୋଗ କଲେ ଓ ପୂର୍ବପୁରୁଷମାନଙ୍କ ସହିତ ସମାଧିପ୍ରାପ୍ତ ହେଲେ। ତାଙ୍କ ଶରୀର ସମାଧିରେ କ୍ଷୟ ପାଇଲା।
37
କିନ୍ତୁ ଈଶ୍ୱର ଯାହାଙ୍କୁ ମୃତ୍ୟୁରୁ ଉତ୍ôଥତ କଲେ, ସେ କ୍ଷୟ ପାଇ ନାହାନ୍ତି।
38
ଭାଇମାନେ, ତୁମେ ସବୁ ନିଶ୍ଚିତଭାବେ ଜାଣି ରଖିବା ଆବଶ୍ୟକ ଯେ କେବଳ ପ୍ରଭୁ ଯୀଶୁଙ୍କ ଦ୍ୱାରା ତୁମ ନିକଟରେ ପାପକ୍ଷମାର ବାର୍ତ୍ତା ପ୍ରଚାରିତ ହୋଇଅଛି। ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ମୁକ୍ତି ପାଇପାରି ନ ଥିବା ପ୍ରତ୍ୟେକେ ସେହି ଯୀଶୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ହିଁ ପରିତ୍ରାଣ ପାଇବେ, ଏହା ତୁମ୍ଭେମାନେ ବୁଝିବା ଆବଶ୍ୟକ।
40
ସାବଧାନ, ଭାବବାଦୀମାନେ ଯାହା କହିଛନ୍ତି, ତାହା ଯେପରି ତୁମ୍ଭମାନଙ୍କ ପ୍ରତି ନ ଘଟେ।
41
‘ହେ ବିଦ୍ରୂପକାରୀମାନେ! ତୁମ୍ଭେମାନେ ହତବୁଦ୍ଧି ହୋଇ ମର; କାରଣ ମୁଁ ଆଜି ଯେଉଁ କାର୍ଯ୍ୟ କରୁଛି, କେହି ତାହା ବୁଝାଇ କହିଲେ ସୁଦ୍ଧା ତୁମ୍ଭେମାନେ ବିଶ୍ୱାସ କରିବ ନାହିଁ’।”
42
ପାଉଲ ଓ ବର୍ଣ୍ଣବା ଉପାସନା ଗୃହ ପରିତ୍ୟାଗ କରିବା ସମୟରେ, ତା’ପର ବିଶ୍ରାମବାର ଦିନ ଫେରିଆସି ଏ ସବୁ ବିଷୟରେ ଆହୁରି ଅଧିକ ବୁଝାଇବା ପାଇଁ ସେମାନଙ୍କୁ ଲୋକେ ନିମନ୍ତ୍ରଣ କଲେ।
43
ଲୋକମାନେ ସଭା ଛାଡ଼ି ଚାଲିଯିବା ପରେ ଅନେକ ଇହୁଦୀ ଓ ଇହୁଦୀ ମତାବଲମ୍ବୀ ଅଣଇହୁଦୀମାନେ ଶାଉଲ ଓ ବର୍ଣ୍ଣବାଙ୍କ ଅନୁଗମନ କଲେ, ଶିଷ୍ୟମାନେ ସେମାନଙ୍କ ସହିତ ଆଳାପ କରି ଈଶ୍ୱରଙ୍କ ଅନୁଗ୍ରହରେ ଜୀବନ କାଟିବାକୁ ସେମାନଙ୍କୁ ଉତ୍ସାହ ଦେଲେ।
44
ପରବର୍ତ୍ତୀ ବିଶ୍ରାମବାର ଦିନ ସହରର ସମସ୍ତେ ପ୍ରଭୁଙ୍କ ବାକ୍ୟ ଶୁଣିବା ପାଇଁ ମନ୍ଦିରରେ ଉପସ୍ଥିତ ହେଲେ।
45
ଜନଗହଳି ଦେଖି ଇହୁଦୀମାନେ ଈର୍ଷାନ୍ୱିତ ହେଲେ ଓ ପାଉଲଙ୍କ କଥାରେ ପ୍ରତିବାଦ କରି ତାଙ୍କୁ ଅପମାନିତ କଲେ।
46
କିନ୍ତୁ ପାଉଲ ଓ ବର୍ଣ୍ଣବା ଆହୁରି ଦୃଢ଼ ଭାବରେ କହିଲେ, ‘ତୁମ୍ଭମାନଙ୍କ ନିକଟରେ ପ୍ରଥମେ ଈଶ୍ୱରଙ୍କ ବାକ୍ୟ ପ୍ରଚାରିତ ହେବା ଆବଶ୍ୟକ ଥିଲା। କିନ୍ତୁ ତୁମେ ଅନନ୍ତ ଜୀବନ ପାଇବା ପାଇଁ ନିଜକୁ ଅଯୋଗ୍ୟ ଭାବି ଏହାକୁ ଅଗ୍ରାହ୍ୟ କରିଥିବାରୁ, ଆମେ ତୁମକୁ ପରିତ୍ୟାଗ କରି ଅଣଇହୁଦୀମାନଙ୍କ ନିକଟକୁ ଯିବା।
47
କାରଣ ପ୍ରଭୁ ଆମକୁ ଏହି ଆଜ୍ଞା ଦେଇଛନ୍ତି: ‘ମୁଁ ତୁମକୁ ଅଣଇହୁଦୀମାନଙ୍କ ପାଇଁ ଆଲୋକ ସ୍ୱରୂପ କରିଛି, ଯେପରି ସମଗ୍ର ଜଗତ ପରିତ୍ରାଣ ପାଇବ।’
48
ଅଣଇହୁଦୀମାନେ ଏହା ଶୁଣି ଆନନ୍ଦିତ ହେଲେ ଓ ପ୍ରଭୁଙ୍କର ବାର୍ତ୍ତା ପାଇଁ ଧନ୍ୟବାଦ ଦେଲେ। ଯେଉଁମାନେ ଅନନ୍ତ ଜୀବନ ନିମନ୍ତେ ମନୋନୀତ ହୋଇଥିଲେ, ସେମାନେ ସେହି ବାର୍ତ୍ତାରେ ବିଶ୍ୱାସ କଲେ।
49
ସେହି ଅଞ୍ଚଳର ପ୍ରତ୍ୟେକ ସ୍ଥାନରେ ପ୍ରଭୁଙ୍କ ବାକ୍ୟ ପ୍ରଚାରିତ ହେଲା।
50
କିନ୍ତୁ ଇହୁଦୀମାନେ ନଗରର ନେତୃସ୍ଥାନୀୟ ଲୋକମାନଙ୍କୁ ପ୍ରରୋଚିତ କରି ପାଉଲ ଓ ବର୍ଣ୍ଣବାଙ୍କ ଉପରେ ଉତ୍ପୀଡ଼ନ କରିବାକୁ ଲାଗିଲେ ଏବଂ ସେହି ଅଞ୍ଚଳକୁ ସେମାନଙ୍କୁ ବାହାର କରିଦେଲେ।
51
ପ୍ରେରିତ ଶିଷ୍ୟମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ସେମାନଙ୍କ ପାଦଧୂଳି ଝାଡ଼ି ଦେଇ ଇକନିୟକୁ ଗଲେ।
52
ଆଣ୍ଟିୟୋଖର ବିଶ୍ୱାସୀମାନେ ପବିତ୍ରଆତ୍ମା ଓ ଆନନ୍ଦରେ ପରିପୂର୍ଣ୍ଣ ହେଲେ।
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 14 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28