bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Acts 5
Acts 5
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 6 →
1
ହନନୀୟ ନାମକ ଜଣେ ଲୋକ ଓ ତା’ର ସ୍ତ୍ରୀ ଶଫୀରା ସେମାନଙ୍କର ସମ୍ପତ୍ତି ବିକ୍ରୟ କଲେ।
2
କିନ୍ତୁ ସ୍ତ୍ରୀର ସମ୍ପତ୍ତି ନେଇ ହନନୀୟ ବିକ୍ରୀଲବ୍ଧ ଧନର କିଛି ଅଂଶ ନିଜ ପାଇଁ ରଖି, ବଳକାତକ ପ୍ରେରିତ ଶିଷ୍ୟମାନଙ୍କୁ ଦେଲା।
3
ପିତର ତାକୁ କହିଲେ, “ହନନୀୟ, ତୁମେ କାହିଁକି ଶୟତାନର ବଶୀଭୂତ ହୋଇ ଜମି ବିକ୍ରୀ କରି ପାଇଥିବା ଟଙ୍କାର କିଛି ପରିମାଣ ନିଜ ପାଇଁ ରଖି ପବିତ୍ରଆତ୍ମାଙ୍କ ସମ୍ମୁଖରେ ମିଥ୍ୟା କହିଲ? ସମ୍ପତ୍ତି ବିକ୍ରୟ କରିବା ପୂର୍ବରୁ ତାହା ତୁମର ଥିଲା;
4
ବିକ୍ରୀ କରିବା ପରେ ମଧ୍ୟ ତାହା କ’ଣ ତୁମର ନ ଥିଲା? ତେବେ ତୁମେ କାହିଁକି ଏପ୍ରକାର କାର୍ଯ୍ୟ କରିବାକୁ ସ୍ଥିର କଲ? ତୁମେ ଲୋକମାନଙ୍କୁ ପ୍ରତାରଣା କରି ନାହଁ, ମାତ୍ର ଈଶ୍ୱରଙ୍କ ନିକଟରେ ମିଥ୍ୟା କହିଛ।”
5
ହନନୀୟ ଏହି କଥା ଶୁଣିବାକ୍ଷଣି ତଳେ ପଡ଼ି ପ୍ରାଣ ହରାଇଲା; ଆଉ ଯେଉଁମାନେ ଏହି କଥା ଶୁଣିଲେ, ମୋନେ ସମସ୍ତେ ଭୟଭୀତ ହେଲେ।
6
ଦଳର ଯୁବକମାନେ ହନନୀୟର ମୃତ ଦେହକୁ ଲୁଗାରେ ଗୁଡ଼ାଇ ବାହାରକୁ ନେଇଗଲେ ଓ ସମାଧିସ୍ଥ କଲେ।
7
ପ୍ରାୟ ତିନି ଘଣ୍ଟା ପରେ ହନନୀୟର ସ୍ତ୍ରୀ ଆସି ପହଞ୍ଚିଲା। ସେ ଏ ଘଟଣା ବିଷୟ ଜାଣି ନ ଥିଲା।
8
ତାକୁ ପିତର ପଚାରିଲେ, “ତୁମେ ଓ ତୁମର ସ୍ୱାମୀ ଯେଉଁ ସମ୍ପତ୍ତି ବିକ୍ରୟ କଲ, ଏହା କ’ଣ ତା’ର ସଂପୂର୍ଣ୍ଣ ମୂଲ୍ୟ?” ସେ କହିଲା, “ହଁ।”
9
ପିତର ତାଙ୍କୁ କହିଲେ, “ପରମାତ୍ମାଙ୍କୁ ପରୀକ୍ଷା କରିବା ପାଇଁ ତୁମେ ଓ ତୁମର ସ୍ୱାମୀ କାହିଁକି ସ୍ଥିର କଲ? ଯେଉଁମାନେ ତୁମର ସ୍ୱାମୀଙ୍କୁ ସମାଧିସ୍ଥ କଲେ, ସେମାନେ ବର୍ତ୍ତମାନ ଦ୍ୱାର ନିକଟରେ, ସେମାନେ ତୁମକୁ ମଧ୍ୟ ବୋହି ନେଇଯିବେ।”
10
ସେହିକ୍ଷଣି ସେ ପିତରଙ୍କ ଗୋଡ଼ ପାଖରେ ପଡ଼ି ପ୍ରାଣ ହରାଇଲା। ଯୁବକମାନେ ଭିତରକୁ ଆସି ତାକୁ ମୃତ ଥିବା ଦେଖି ତାକୁ ବୋହି ନେଇଗଲେ ଏବଂ ତା’ର ସ୍ୱାମୀର ସମାଧି ନିକଟରେ ତାକୁ ସମାଧିସ୍ଥ କଲେ।
11
ମଣ୍ଡଳୀର ସଦସ୍ୟମାନେ ଓ ଯେଉଁମାନେ ଏକଥା ଶୁଣିଲେ, ସମସ୍ତେ ଆତଙ୍କିତ ହେଲେ।
12
ପ୍ରେରିତ ଶିଷ୍ୟମାନଙ୍କ ଦ୍ୱାରା ଲୋକମାନଙ୍କ ମଧ୍ୟରେ ଅନେକ ଆଶ୍ଚର୍ଯ୍ୟକର୍ମ ସାଧିତ ହେଉଥିଲା। ସମସ୍ତ ଖ୍ରୀଷ୍ଟବିଶ୍ୱାସୀ ଶଲୋମନଙ୍କ ମଣ୍ଡପରେ ଏକତ୍ର ହେଉଥିଲେ।
13
ସେମାନଙ୍କ ବିଷୟରେ ଲୋକେ ପ୍ରଶଂସା କରି କଥା କହୁଥିଲେ, କିନ୍ତୁ ଦଳ ବାହାରେ ଥିବା କେହି ସେମାନଙ୍କ ସହିତ ଯୋଗ ଦେବା ପାଇଁ ସାହସ କରୁ ନ ଥିଲେ।
14
ତଥାପି ଈଶ୍ୱରଙ୍କଠାରେ ବିଶ୍ୱାସ କରୁଥିବା ଅନେକ ସ୍ତ୍ରୀ ଓ ପୁରୁଷ ଦଳରେ ପ୍ରବେଶ କଲେ ଓ ଉକ୍ତ ବିଶ୍ୱାସୀ ଦଳ ଦିନକୁ ଦିନ ବଢ଼ିବାକୁ ଲାଗିଲା।
15
ପ୍ରେରିତ ଶିଷ୍ୟମାନଙ୍କର କାର୍ଯ୍ୟ ବିଶେଷ ଫଳପ୍ରଦ ହେଲା, ଏପରିକି ପିତର ଚାଲିଯାଉଥିବା ସମୟରେ ତାଙ୍କର ଛାଇ ପଡ଼ିବା ପାଇଁ ଲୋକମାନେ ରୋଗୀମାନଙ୍କୁ ବୋହି ଆଣି ବାଟରେ ବିଛଣା ଓ ଚଟେଇରେ ଶୁଆଇ ଦେଉଥିଲେ।
16
ଯିରୂଶାଲମର ଆଖପାଖ ସହରମାନଙ୍କରୁ ଏକ ବିରାଟ ଜନତା ରୋଗୀ ଓ ଭୂତଗ୍ରସ୍ତ ଲୋକମାନଙ୍କୁ ନେଇ ଶିଷ୍ୟମାନଙ୍କ ନିକଟକୁ ଆସୁଥିଲେ ଓ ସେମାନେ ସମସ୍ତେ ସୁସ୍ଥ ହେଉଥିଲେ।
17
ତା’ପରେ ପ୍ରଧାନ ଯାଜକ, ତାଙ୍କର ସହକର୍ମୀମାନେ ଓ ସ୍ଥାନୀୟ ସାଦ୍ଦୁକୀ ଦଳର ଲୋକମାନେ ପ୍ରେରିତ ଶିଷ୍ୟମାନଙ୍କ ଉପରେ ପ୍ରବଳ ଈର୍ଷାନ୍ୱିତ ହୋଇ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ସ୍ଥିର କଲେ।
18
ସେମାନେ ପ୍ରେରିତ ଶିଷ୍ୟମାନଙ୍କୁ ଗିରଫ କରି ସାଧାରଣ କାରାଗାରରେ ରଖିଲେ।
19
କିନ୍ତୁ ସେହି ରାତିରେ ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ କାରାଗାରର ଦ୍ୱାର ଖୋଲି ଦେଲେ ଓ ପ୍ରେରିତ ଶିଷ୍ୟମାନଙ୍କୁ ମୁକୁଳାଇ ସେମାନଙ୍କୁ କହିଲେ,
20
“ଯାଅ, ମନ୍ଦିରରେ ଠିଆ ହୋଇ ଲୋକମାନଙ୍କୁ ଏହି ନୂଆ ଜୀବନ ବିଷୟରେ ସମସ୍ତ କଥା କୁହ।”
21
ପ୍ରେରିତ ଶିଷ୍ୟମାନେ ତାଙ୍କ କଥା ମାନି ଉଷା କାଳରେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବାକୁ ଲାଗିଲେ। ପ୍ରଧାନ ଯାଜକ ଓ ତାଙ୍କ ସହକର୍ମୀମାନେ ମହାସଭାର ଏକ ପୂର୍ଣ୍ଣ ବୈଠକ ପାଇଁ ସମସ୍ତ ଇହୁଦୀ ନେତାମାନଙ୍କୁ ଡକାଇ ଆଣିଲେ ଏବଂ ତା’ପରେ ପ୍ରେରିତ ଶିଷ୍ୟମାନଙ୍କୁ ସେହି ସଭାରେ ଉପସ୍ଥିତ କରାଇବା ପାଇଁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଲେ।
22
କିନ୍ତୁ କର୍ମଚାରୀମାନେ କାରାଗାରରେ ପ୍ରେରିତ ଶିଷ୍ୟମାନଙ୍କୁ ନ ପାଇ ଫେରି ଆସିଲେ ଏବଂ ମହାସଭାକୁ ଜଣାଇଲେ,
23
“କାରାଗାରରେ ପହଞ୍ôଚ ଆମ୍ଭେମାନେ ଦେଖିଲୁ, କାରାଗାର ଦୃଢ଼ ଭାବରେ ରୁଦ୍ଧ ହୋଇଛି ଓ ପ୍ରହରୀମାନେ ଦ୍ୱାର ସାମ୍ନାରେ ପହରା ଦେଉଛନ୍ତି, କିନ୍ତୁ ଫାଟକ ଖୋଲିବା ପରେ ଭିତରେ ଆମେ କାହାକୁ ପାଇଲୁ ନାହିଁ।”
24
ଏକଥା ଶୁଣି ପ୍ରଧାନ ଯାଜକ ଓ ମନ୍ଦିର ପ୍ରହରୀମାନଙ୍କ ଦାୟିତ୍ୱରେ ଥିବା କର୍ମଚାରୀ ସ୍ତମ୍ଭୀଭୂତ ହେଲେ। ପ୍ରେରିତ ଶିଷ୍ୟମାନଙ୍କ ପ୍ରତି କଅଣ ଘଟିଛି, ସେମାନେ ବୁଝିପାରିଲେ ନାହିଁ।
25
ସେତେବେଳେ ଜଣେ ଲୋକ ଆସି କହିଲା, “ଦେଖନ୍ତୁ! ଯେଉଁ ଲୋକମାନଙ୍କୁ ଆପଣମାନେ କାରାଗାରରେ ପକାଇଥିଲେ, ସେମାନେ ମନ୍ଦିରରେ ଲୋକମାନଙ୍କୁ ଶିକ୍ଷା ଦେଉଛନ୍ତି।”
26
ମନ୍ଦିର କର୍ମଚାରୀ ପ୍ରହରୀମାନଙ୍କ ସହିତ ଯାଇ ପ୍ରେରିତ ଶିଷ୍ୟମାନଙ୍କୁ ଆଉ ଥରେ ନେଇ ଆସିଲେ। ସେମାନେ କୌଣସି ପ୍ରକାର ବଳ ପ୍ରୟୋଗ କଲେ ନାହିଁ, କାରଣ ସେମାନଙ୍କର ଭୟ ଥିଲା ଯେ ଲୋକମାନେ ସେମାନଙ୍କ ଉପରକୁ ପଥର ଫୋପାଡ଼ିବେ।
27
ସେମାନେ ପ୍ରେରିତ ଶିଷ୍ୟମାନଙ୍କୁ ଭିତରକୁ ଆଣି ମହାସଭା ସମ୍ମୁଖରେ ଠିଆ କରାଇଲେ ଓ ମହାଯାଜକ ସେମାନଙ୍କୁ କହିଲେ,
28
“ଏହି ଲୋକ ନାମରେ କୌଣସି ଶିକ୍ଷା ନ ଦେବା ପାଇଁ ଆମେ କଡ଼ା ଆଦେଶ ଦେଇଥିଲୁ, କିନ୍ତୁ ଦେଖ, ତୁମ୍ଭେମାନେ କ’ଣ କରିଛ! ଯିରୂଶାଲମର ଚାରିଆଡ଼େ ତୁମେ ଏହି ଶିକ୍ଷା ପ୍ରସାର କରିଛ ଓ ତାଙ୍କର ମୃତ୍ୟୁ ପାଇଁ ତୁମ୍ଭେମାନେ ଆମ୍ଭମାନଙ୍କୁ ଦାୟୀ କରିବାକୁ ଚେଷ୍ଟା କରିଛ!”
29
ପିତର ଓ ଅନ୍ୟ ଶିଷ୍ୟମାନେ ଉତ୍ତର ଦେଲେ, “ଆମେ ଈଶ୍ୱରଙ୍କୁ ମାନିବୁ, ମନୁଷ୍ୟକୁ ନୁହେଁ।
30
ତୁମ୍ଭେମାନେ ଯୀଶୁଙ୍କୁ କ୍ରୁଶରେ କଣ୍ଟକବିଦ୍ଧ କରି ମାରି ଦେବା ପରେ, ଆମ ପୂର୍ବପୁରୁଷମାନଙ୍କର ଈଶ୍ୱର, ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି।
31
ଇଶ୍ରାୟେଲର ଲୋକମାନଙ୍କୁ ଅନୁତାପ କରି ପାପ କ୍ଷମା ପାଇବାର ସୁଯୋଗ ଦେବା ପାଇଁ ଈଶ୍ୱର ତାଙ୍କୁ ନେତା ଓ ପରିତ୍ରାଣକର୍ତ୍ତା ରୂପେ ଉଠାଇଛନ୍ତି ଓ ତାଙ୍କର ଦକ୍ଷିଣ ପାଶ୍ୱର୍ରେ ରଖିଛନ୍ତି।
32
ଆମ୍ଭେମାନେ ଏ ସମସ୍ତ ବିଷୟର ସାକ୍ଷୀ ଅଟୁ। ପୁଣି ଯେଉଁ ପବିତ୍ରଆତ୍ମାଙ୍କୁ ଈଶ୍ୱର ତାଙ୍କର ଆଜ୍ଞାକାରୀମାନଙ୍କୁ ଦାନ କରିଛନ୍ତି, ସେ ମଧ୍ୟ ଏହାର ସାକ୍ଷୀ।”
33
ମହାସଭାର ସଦସ୍ୟମାନେ ଏହି କଥା ଶୁଣି ଏତେ ଉତ୍ତ୍ୟକ୍ତ ହେଲେ ଯେ, ସେମାନେ ଶିଷ୍ୟମାନଙ୍କୁ ମାରିଦେବା ପାଇଁ ଚାହିଁଲେ।
34
କିନ୍ତୁ ସେମାନଙ୍କ ମଧ୍ୟରୁ ଗମଲିଏଲ ନାମକ ଜଣେ ମାନ୍ୟାସ୍ପଦ ଫାରୂଶୀ ଧର୍ମଗୁରୁ ମହାସଭାରେ ଛିଡ଼ା ହୋଇ ପ୍ରେରିତ ଶିଷ୍ୟମାନଙ୍କୁ ବାହାରକୁ ନେଇ ଯିବା ପାଇଁ ନିର୍ଦ୍ଦେଶ ଦେଲେ
35
ଓ ମହାସଭାର ସଦସ୍ୟମାନଙ୍କୁ କହିଲେ, “ଇଶ୍ରାୟେଲୀୟ ଭାଇମାନେ, ଏହି ଲୋକଙ୍କ ପ୍ରତି ଯାହା କରିବାକୁ ଯାଉଛନ୍ତି, ଟିକିଏ ସାବଧାନ ହୋଇ କରିବେ।
36
ଆପଣମାନଙ୍କ ମନେଥିବ, କିଛି ସମୟ ପୂର୍ବେ ଥିଉଦା ନିଜକୁ ଜଣେ ମହାପୁରୁଷ ବୋଲି କହିଲା ଓ ପ୍ରାୟ ଚାରିଶହ ଲୋକ ତା’ ସହିତ ଯୋଗ ଦେଇଥିଲେ; କିନ୍ତୁ ସେ ନିହତ ହେଲା, ତା’ର ଅନୁଗାମୀମାନେ ଛିନ୍ନଭିନ୍ନ ହୋଇଗଲେ ଓ ତା’ର ଦଳ ଲୋପ ପାଇଲା।
37
ତା’ପରେ ଜନଗଣନା ସମୟରେ ଗାଲିଲୀରେ ଯିହୁଦା ନାମକ ଆଉ ଜଣକର ଆବିର୍ଭାବ ହେଲା, ସେ ମଧ୍ୟ ଅନେକଙ୍କୁ ତା’ର ଦଳକୁ ଆକର୍ଷଣ କଲା। କିନ୍ତୁ ସେ ମଧ୍ୟ ନିହତ ହେଲା ଓ ତା’ର ଅନୁଗାମୀମାନେ ଛିନ୍ନଭିନ୍ନ ହେଲେ।
38
ତେଣୁ ଏ କ୍ଷେତ୍ରରେ ଏହି ଲୋକମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ କରିବାକୁ ମୁଁ ପରାମର୍ଶ ଦେଉଛି। ସେମାନଙ୍କ ବିଷୟରେ ମନ ଦିଅନ୍ତୁ ନାହିଁ। ସେମାନଙ୍କର ଯୋଜନା ଓ କାର୍ଯ୍ୟର ଉତ୍ପତ୍ତି ଯଦି ମନୁଷ୍ୟଠାରୁ ହୋଇଥାଏ, ତେବେ ତା’ର ବିଲୋପ ହେବ।
39
କିନ୍ତୁ ଯଦି ତାହା ଈଶ୍ୱରଙ୍କଠାରୁ ହୋଇଥାଏ, ତେବେ ସେମାନଙ୍କୁ ଦମନ କରିବା ଆପଣମାନଙ୍କ ସାଧ୍ୟ ନୁହେଁ। ହୁଏତ ଦେଖାଯିବ ଯେ ଆପଣମାନେ ଈଶ୍ୱରଙ୍କ ବିରୁଦ୍ଧରେ ଯୁଦ୍ଧ କରିଛନ୍ତି।” ମହାସଭା ଗମଲିଏଲଙ୍କର ପରାମର୍ଶ ଗ୍ରହଣ କଲେ।
40
ସେମାନେ ପ୍ରେରିତ ଶିଷ୍ୟମାନଙ୍କୁ ଭିତରକୁ ଡାକି, ସେମାନଙ୍କୁ ଚାବୁକ ପ୍ରହାର କରାଇଲେ ଏବଂ ଯୀଶୁଙ୍କ ନାମରେ କୌଣସି କଥା ନ କହିବାକୁ ଆଦେଶ ଦେଇ ଛାଡ଼ି ଦେଲେ।
41
ପ୍ରେରିତ ଶିଷ୍ୟମାନେ ଆନନ୍ଦରେ ମହାସଭାରୁ ପ୍ରସ୍ଥାନ କଲେ, କାରଣ ଈଶ୍ୱରଙ୍କ ଦୃଷ୍ଟିରେ ସେମାନେ ଯୀଶୁଙ୍କ ନିମନ୍ତେ ଅପମାନ ଭୋଗ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ।
42
ପୁଣି ସେମାନେ ପ୍ରତିଦିନ ମନ୍ଦିରରେ ଓ ଲୋକମାନଙ୍କ ଗୃହରେ ମସୀହ ଯୀଶୁଙ୍କ ବିଷୟରେ ଶୁଭବାର୍ତ୍ତା ପ୍ରଚାର କଲେ ଓ ଶିକ୍ଷା ଦେବାକୁ ଲାଗିଲେ।
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 6 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28