bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Acts 8
Acts 8
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 9 →
1
ସେହି ଦିନଠାରୁ ଯିରୁଶାଲମର ମଣ୍ଡଳୀ ପ୍ରତି ନିଷ୍ଠୁର ଉତ୍ପୀଡ଼ନ ଆରମ୍ଭ ହେଲା। ପ୍ରେରିତ ଶିଷ୍ୟମାନଭ୍କ ବ୍ୟତୀତ ଅନ୍ୟ ସମସ୍ତ ବିଶ୍ୱାସୀ ଯିହୁଦା ଓ ଶମିରୋଣ ଅଞ୍ଚଳରେ ଛିନ୍ନଭିନ୍ନ ହୋଇଗଲେ।
2
କେତେକ ଈଶ୍ୱର ଭକ୍ତ ଉଚ୍ଚ ସ୍ୱରରେ ବିଳାପ କରି ସ୍ତିଫାନଙ୍କ ମୃତ ଦେହକୁ ସମାଧି ଦେଲେ।
3
କିନ୍ତୁ ଶାଉଲ ମଣ୍ଡଳୀକୁ ଧ୍ୱଂସ କରିବାକୁ ଚେଷ୍ଟା କଲେ, ଘର ଘରକୁ ଯାଇ ଖ୍ରୀଷ୍ଟ ବିଶ୍ୱାସୀ ପୁରୁଷ, ସ୍ତ୍ରୀ ସମସ୍ତଙ୍କୁ ଟାଣି ଆଣି କାରାଗାରରେ ପକାଇଲେ।
4
ବିକ୍ଷିପ୍ତ ହୋଇ ରହିଥିବା ବିଶ୍ୱାସୀମାନେ ଚାରିଆଡ଼କୁ ଯାଇ ସୁସମାଚାର ପ୍ରଚାର କଲେ।
5
ଶମିରୋଣର ପ୍ରଧାନ ନଗରକୁ ଯାଇ ଫିଲିପ୍ପ, ସେଠାକାର ଲୋକମାନଙ୍କ ନିକଟରେ ସମୀହଙ୍କ ବାର୍ତ୍ତା ପ୍ରଚାର କଲେ।
6
ଫିଲିପ୍ପଙ୍କ କଥା ଶୁଣି ଓ ତାଙ୍କର ଆଶ୍ଚର୍ଯ୍ୟ କର୍ମସବୁ ଦେଖି ଲୋକମାନେ ତାଙ୍କ ପ୍ରତି ବିଶେଷ ଧ୍ୟାନ ଦେଲେ।
7
ଅନେକ ଲୋକଙ୍କଠାରୁ ପ୍ରେତାତ୍ମାମାନେ ଚିକ୍ରାର କରି ବାହାରି ଗଲେ, ଅନେକ ପକ୍ଷାଘାତ ରୋଗୀ ଓ ପଙ୍ଗୁମାନେ ସୁସ୍ଥ ହେଲେ।
8
ଏଥିଲାଗି ସେହି ନଗରରେ ଗୋଟିଏ ଆନନ୍ଦ ଲହରୀ ଖେଳିଗଲା।
9
ଶିମୋନ ନାମକ ଜଣେ ଲୋକ ତା’ର ଗୁଣିବିଦ୍ୟା ଦ୍ୱାରା ସେହି ଅଞ୍ଚଳର ଲୋକମାନଙ୍କୁ ବିମୋହିତ କରି ରଖିଥିଲା।
10
ସେ ନିଜକୁ ଜଣେ ମହାପୁରୁଷ ବୋଲି କହି ସମାଜର ସବୁ ଶ୍ରେଣୀର ଲୋକମାନଙ୍କ ମଧ୍ୟରେ ମାନ୍ୟାସ୍ପଦ ହୋଇଥିଲା। ସେମାନେ କହୁଥିଲେ, “ସେ ‘ମହାଶକ୍ତି’ ନାମରେ ଅଭିହିତ ଈଶ୍ୱରଙ୍କର ଏକ ଶକ୍ତି।”
11
ସେହି ଗୁଣି ବିଦ୍ୟା ବଳରେ ଅନେକ ଦିନ ଧରି ସେ ଶମିରୋଣୀୟମାନଙ୍କୁ ତା’ର ଅନୁଗତ କରି ରଖିଥିଲା।
12
କିନ୍ତୁ ଫିଲିପ୍ପଙ୍କଠାରୁ ଈଶ୍ୱରଙ୍କ ରାଜ୍ୟ ଓ ଯୀଶୁଖ୍ରୀଷ୍ଟଙ୍କ ସମ୍ପର୍କରେ ଶୁଭବାର୍ତ୍ତା ଶୁଣି, ସେଥିପ୍ରତି ଲୋକମାନଙ୍କର ବିଶ୍ୱାସ ଜାତ ହେଲା ଓ ସେ ଅଞ୍ଚଳର ସ୍ତ୍ରୀ ପୁରୁଷ ସମସ୍ତେ ଜଳଦୀକ୍ଷା ଗ୍ରହଣ କଲେ।
13
ସ୍ୱୟଂ ଶିମୋନ ସେହି ବାର୍ତ୍ତାରେ ବିଶ୍ୱାସ କଲା। ଫିଲିପ୍ପଙ୍କ ଦ୍ୱାରା ସାଧିତ ଆଶ୍ଚର୍ଯ୍ୟ କର୍ମ ଓ ଅଲୌକିକ କାର୍ଯ୍ୟସବୁ ଦେଖି ସେ ଜଳଦୀକ୍ଷା ଗ୍ରହଣ କରି ଫିଲିପ୍ପଙ୍କ ସଙ୍ଗେ ସଙ୍ଗେ ରହିଲା।
14
ଶମିରୋଣର ଲୋକମାନେ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିଛନ୍ତି ବୋଲି ଯିରୂଶାଲମରେ ଥିବା ପ୍ରେରିତ ଶିଷ୍ୟମାନେ ଶୁଣି, ପିତର ଓ ଯୋହନଙ୍କୁ ସେମାନଙ୍କ ନିକଟକୁ ପଠାଇଲେ।
15
ସେମାନେ ସେଠାରେ ପହଞ୍ôଚବା ପରେ ଶିମରୋଣୀୟ ବିଶ୍ୱାସୀମାନେ ଯେପରି ପବିତ୍ରଆତ୍ମା ପାଇବେ, ସେଥିପାଇଁ ପ୍ରାର୍ଥନା କଲେ।
16
କାରଣ ସେ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କାହାରି ଉପରେ ପବିତ୍ରଆତ୍ମା ଅବତରଣ କରି ନ ଥିଲେ। ସେମାନେ କେବଳ ଯୀଶୁଖ୍ରୀଷ୍ଟଙ୍କ ନାମରେ ଜଳଦୀକ୍ଷା ଗ୍ରହଣ କରିଥିଲେ।
17
ପିତର ଓ ଯୋହନ ସେମାନଙ୍କ ଉପରେ ହାତ ରଖିବାକ୍ଷଣି ସେମାନେ ପବିତ୍ରଆତ୍ମା ପ୍ରାପ୍ତ ହେଲେ।
18
ଶିମୋନ ଦେଖିଲା ଯେ, ପ୍ରେରିତ ଶିଷ୍ୟମାନେ ବିଶ୍ୱାସୀମାନଙ୍କ ଉପରେ ହାତ ରଖିବାରୁ ସେମାନେ ପବିତ୍ରଆତ୍ମା ପାଇଲେ।
19
ତେଣୁ ସେ ପିତର ଯୋହନଙ୍କୁ ଟଙ୍କା ଯାଚି କହିଲା, “ମୁଁ ଅନ୍ୟମାନଙ୍କ ଉପରେ ହାତ ରଖିଲେ, ସେମାନେ ଯେପରି ପବିତ୍ରଆତ୍ମା ପାଇପାରନ୍ତି, ଏଥିପାଇଁ ମୋତେ ଏହି ଶକ୍ତି ଦିଅନ୍ତୁ।”
20
କିନ୍ତୁ ପିତର ତାକୁ କହିଲେ, “ତୁମ ସହିତ ତୁମ ଟଙ୍କା ବି ଧ୍ୱଂସ ପାଉ, ଟଙ୍କା ଦ୍ୱାରା ତୁମେ ଈଶ୍ୱରଙ୍କ ଦାନ କିଣିବାକୁ ଭାବିଛ!
21
ଆମ କାର୍ଯ୍ୟରେ ତୁମର କୌଣସି ଅଂଶ ନାହିଁ। କାରଣ ଈଶ୍ୱରଙ୍କ ଦୃଷ୍ଟିରେ ତୁମ ହୃଦୟ ସରଳ ନୁହେଁ।
22
ତେଣୁ ତୁମର ଏହି ମନ୍ଦ ପରିକଳ୍ପନା ପାଇଁ ଅନୁତାପ କର, ଏପରି ବିଷୟ ଚିନ୍ତା କରିଥିବାରୁ ପ୍ରଭୁ ଯେପରି କ୍ଷମା କରିବେ, ସେଥିପାଇଁ ପ୍ରଭୁଙ୍କୁ ପ୍ରାର୍ଥନା କର।
23
କାରଣ ମୁଁ ଦେଖୁଛି ଯେ ତୁମ ହୃଦୟ ଈର୍ଷାରେ ପୂର୍ଣ୍ଣ, ତୁମେ ପାପ ବନ୍ଧନରେ ବନ୍ଦୀ।”
24
ଶିମୋନ ସେମାନଙ୍କୁ କହିଲା, “ଆପଣମାନେ ଯାହା ସବୁ କହିଲେ, ତାହା ଯେପରି ମୋ’ ପ୍ରତି ନ ଘଟେ, ଏଥିପାଇଁ ଅନୁଗ୍ରହ କରି ପ୍ରଭୁଙ୍କ ଛାମୁରେ ପ୍ରାର୍ଥନା କରନ୍ତୁ।”
25
ସାକ୍ଷ୍ୟଦାନ ଓ ପ୍ରଭୁଙ୍କ ସମ୍ବାଦ ଘୋଷଣା କରିବା ପରେ ପିତର ଓ ଯୋହନ ଯିରୂଶାଲମକୁ ଫେରିଗଲେ। ଫେରିବା ପଥରେ ସେମାନେ ଶମିରୋଣର ଅନେକ ଗ୍ରାମରେ ଶୁଭବାର୍ତ୍ତା ପ୍ରଚାର କଲେ।
26
ଈଶ୍ୱରଙ୍କର ଜଣେ ଦୂତ ଫିଲିପ୍ପଙ୍କୁ କହିଲେ, “ପ୍ରସ୍ତୁତ ହୁଅ, ଦକ୍ଷିଣରେ ଯିରୂଶାଲମରୁ ଗାଜା ଆଡ଼କୁ ପଡ଼ିଥିବା ରାସ୍ତାକୁ ଯାଅ।” (ଆଜିକାଲି ଏହି ରାସ୍ତା ଆଉ ବ୍ୟବହୃତ ହେଉନାହିଁ।) ଫିଲିପ୍ପ ପ୍ରସ୍ତୁତ ହୋଇଗଲେ।
27
ସେତେବେଳେ ଇଥିଓପିଆ ସାମ୍ରାଜ୍ଞୀଙ୍କ ରାଜକୋଷ ଦାୟିତ୍ୱତରେ ଥିବା ଇଥିଓପିଆର ଜଣେ ନପୁଂସକ କର୍ମଚାରୀ ତାଙ୍କ ଗୃହକୁ ଫେରୁଥିଲେ। ସେ ଈଶ୍ୱରଙ୍କୁ ଉପାସନା କରିବା ପାଇଁ ଯିରୂଶାଲମକୁ ଯାଇଥିଲେ ଓ ତାଙ୍କ ରଥରେ ବସି ଘରକୁ ଫେରୁଥିଲେ। ସେ ରଥରେ ଫେରିବା ସମୟରେ ଯିଶାଇୟ ଭାବବାଦୀଙ୍କ ପୁସ୍ତକ ପାଠ କରୁଥିଲେ।
29
ପବିତ୍ରଆତ୍ମା ଫିଲିପ୍ପଙ୍କୁ କହିଲେ, “ସେହି ରଥ ପାଖକୁ ଯାଅ ଓ ତାହାର ନିକଟରେ ରୁହ।”
30
ଫିଲିପ୍ପ ଦୌଡ଼ି ଦୌଡ଼ି ଗଲେ ଓ ସେହି କର୍ମଚାରୀଙ୍କୁ ଭାବବାଦୀଙ୍କ ପୁସ୍ତକ ପାଠ କରୁଥିବା ଶୁଣିଲେ। ସେ ତାଙ୍କୁ ପଚାରିଲେ, “ଆପଣ ଯାହା ପଢ଼ୁଛନ୍ତି, ତାହା ବୁଝିପାରୁଛନ୍ତି କି?”
31
କର୍ମଚାରୀ ଉତ୍ତର ଦେଲେ, “କାରଣ କେହି ମୋତେ ଏହା ବୁଝାଇ ନ ଦେଲେ, ମୁଁ କିପରି ବୁଝିପାରିବି?” ତାଙ୍କ ସହିତ ରଥରେ ବସିବା ପାଇଁ ସେ ଫିଲିପ୍ପଙ୍କୁ ନିମନ୍ତ୍ରଣ କଲେ।
32
ସେ ଧର୍ମ ଶାସ୍ତ୍ରର ଏହି ଅଂଶଟି ପାଠ କରୁଥିଲେ: “ନିହତ ହେବା ନିମନ୍ତେ ନିଆଯାଉଥିବା ମେଷତୁଲ୍ୟ, ଲୋମ ଛେଦନ ସମୟରେ, ନୀରବ ମେଷ ତୁଲ୍ୟ, ସେ ପଦଟିଏ ହେଲେ କଥା କହିଲେ ନାହିଁ।
33
ସେ ଅପମାନିତ ହେଲେ ଓ ନ୍ୟାୟରୁ ବଞ୍ଚିତ ହେଲେ। ତାଙ୍କ ବଂଶଧରମାନଙ୍କ ବିଷୟରେ କେହି କିଛି କହିପାରିବେ ନାହିଁ, କାରଣ ପୃଥିବୀରେ ତାଙ୍କ ଜୀବନର ସମାପ୍ତି ଘଟିଛି।”
34
କର୍ମଚାରୀ ଫିଲିପ୍ପଙ୍କୁ ପଚାରିଲେ, “ଭାବବାଦୀ କାହା ବିଷୟରେ ସୂଚନା ଦେଉଛନ୍ତି, ମୋତେ କୁହନ୍ତୁ। ତାଙ୍କ ନିଜ ବିଷୟରେ କିମ୍ବା ଅନ୍ୟ କାହା ବିଷୟରେ?
35
ଫିଲିପ୍ପ ଧର୍ମଶାସ୍ତ୍ରର ଏହି ଅଂଶରୁ ଆରମ୍ଭ କରି ଯୀଶୁଙ୍କ ବିଷୟରେ ଲିଖିତ ସମସ୍ତ ଶୁଭବାର୍ତ୍ତା ତାଙ୍କୁ ଜଣାଇଲେ।
36
ସେମାନେ ରାସ୍ତାରେ ଯାଉ ଯାଉ ଗୋଟିଏ ଜଳାଶୟ ନିକଟରେ ପହଞ୍ଚିଲେ। କର୍ମଚାରୀ କହିଲେ,
37
“ଏଠାରେ ଜଳ ଅଛି, ଏବେ ମୋର ଜଳଦୀକ୍ଷା ନେବାରେ କିଛି ବାଧା ଅଛି କି?”
38
କର୍ମଚାରୀ ରଥକୁ ଅଟକାଇବାକୁ ଆଦେଶ ଦେଲେ। ଫିଲିପ୍ପ ଓ କର୍ମଚାରୀ ଜଳ ଭିତରକୁ ଗଲେ ଓ ଫିଲିପ୍ପ ତାଙ୍କୁ ଜଳଦୀକ୍ଷା ଦେଲେ।
39
ସେମାନେ ଜଳରୁ ଉଠି ଆସିବା ପରେ, ଈଶ୍ୱରଙ୍କ ପବିତ୍ରଆତ୍ମା ଫିଲିପ୍ପଙ୍କୁ ଅନ୍ତର୍ଦ୍ଧାନ କରାଇ ଦେଲେ। କର୍ମଚାରୀ ଆଉ ତାଙ୍କୁ ଦେଖି ପାରିଲେ ନାହିଁ, କିନ୍ତୁ ଆନନ୍ଦରେ ପୂର୍ଣ୍ଣ ହୋଇ ତାଙ୍କ ବାଟରେ ଚାଲିଗଲେ।
40
କିଛି ସମୟ ପରେ ଫିଲିପ୍ପ ଦେଖିଲେ ଯେ ସେ ଅସଦୋଦରେ ପହଞ୍ଚିଛନ୍ତି। ସେଠାରୁ ସେ କାଇସରୀୟାକୁ ଗଲେ ଓ ବାଟରେ ଥିବା ସହଚରମାନଙ୍କରେ ଶୁଭବାର୍ତ୍ତା ପ୍ରଚାର କଲେ।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 9 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28