bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Acts 28
Acts 28
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 27
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
1
ନିରାପଦରେ କୂଳକୁ ଯାଇ ଦେଖିଲୁ ଯେ ଆମ୍ଭେମାନେ ମାଲ୍ଟା ଦ୍ୱୀପରେ ପହଞ୍ଚିଛୁ।
2
ସେଠାକାର ଆଦିମ ଅଧିବାସୀମାନେ ଆମ୍ଭମାନଙ୍କ ପ୍ରତି ସ୍ନେହଭାବ ଦେଖାଇଲେ। ସେତେବେଳେ ବର୍ଷା ପଡ଼ି ଶୀତ ହେଉଥିଲା। ତେଣୁ ସେମାନେ ନିଅାଁ ଜାଳି ଆମମାନଙ୍କୁ ସ୍ୱାଗତ କଲେ।
3
ପାଉଲ ବିଡ଼ାଏ କାଠ ଉଠାଇ ନିଅାଁରେ ପକାଇବାକୁ ଯାଉଥିବାବେଳେ ସେଥିରୁ ଗୋଟିଏ ସାପ ବାହାରିଲା ଓ ଉତ୍ତାପରୁ ରକ୍ଷା ପାଇବା ପାଇଁ ତାଙ୍କ ହାତ ଉପରକୁ ଚଢ଼ି ସେଠାରେ ଲାଖି ରହିଲା।
4
ସ୍ଥାନୀୟ ଅଧିବାସୀମାନେ ପାଉଲଙ୍କ ହାତରେ ଝୁଲୁଥିବା ସାପଟିକୁ ଦେଖି ପରସ୍ପରକୁ କୁହାକୁହି ହେଲେ, “ଏ ନିଶ୍ଚୟ ଜଣେ ନରହନ୍ତା - ଯାହାହେଉ, ସେ ସମୁଦ୍ରରୁ ରକ୍ଷା ପାଇ ଯାଇଥିଲେ ସୁଦ୍ଧା ଦଇବ ହାତରୁ ଆଉ ବଞ୍ଚିବ ନାହିଁ।”
5
କିନ୍ତୁ ପାଉଲ ନିଜେ ଆହତ ନ ହୋଇ, ସାପଟିକୁ ନିଅାଁ ଭିତରକୁ ଛିଞ୍ଚାଡ଼ି ଦେଲେ।
6
ପାଉଲଙ୍କ ଦେହ ଫୁଲି ଉଠିବ କିମ୍ବା ସେ ପ୍ରାଣତ୍ୟାଗ କରି ତଳେ ପଡ଼ିଯିବେ ଭାବି, ସେମାନେ କିଛି ସମୟ ଅପେକ୍ଷା କଲେ। କିନ୍ତୁ ଅନେକ ସମୟ ଅପେକ୍ଷା କରି ଯେତେବେଳେ ଦେଖିଲେ ଯେ, ପାଉଲଙ୍କର କୌଣସି ଅନିଷ୍ଟ ହୋଇନାହିଁ, ସେମାନେ ମତ ବଦଳାଇ କହିଲେ, “ଏ ଜଣେ ଦେବତା!”
7
ସେଠାରୁ ଅଳ୍ପ ଦୂରରେ ଦ୍ୱୀପର ପ୍ରଧାନ ରାଜକର୍ମଚାରୀ ପବ୍ଳିୟସ୍ଙ୍କ କ୍ଷେତ ଥିଲା। ସେ ଆମକୁ ସ୍ୱାଗତ କଲେ ଓ ଆମେ ତିନି ଦିନ ପର୍ଯ୍ୟନ୍ତ ତାଙ୍କର ଆତିଥ୍ୟ ଗ୍ରହଣ କଲୁ।
8
ପବ୍ଳିୟସ୍ଙ୍କୁ ପିତା ଜ୍ୱର ଓ ଆମାଶୟ ରୋଗରେ ଶଯ୍ୟାଶାୟୀ ଥିଲେ। ପାଉଲ ତାଙ୍କ କୋଠରୀକୁ ଗଲେ, ତାଙ୍କ ପାଇଁ ପ୍ରାର୍ଥନା କରି ତାଙ୍କ ଉପରେ ହସ୍ତାର୍ପଣ କରି ତାଙ୍କୁ ସୁସ୍ଥ କଲେ।
9
ଏହି ଘଟଣା ପରେ ଦ୍ୱୀପର ରୋଗୀମାନେ ସମସ୍ତେ ପାଉଲଙ୍କ ନିକଟକୁ ଆସି ସୁସ୍ଥ ହେଲେ।
10
ସେମାନେ ଆମ୍ଭମାନଙ୍କୁ ଅନେକ ଉପହାର ଦେଲେ ଓ ଆମେ ସେଠାରୁ ଜାହାଜରେ ବସି ଚାଲିଯିବାବେଳେ ଆମ୍ଭମାନଙ୍କ ଯାତ୍ରା ପାଇଁ ଆବଶ୍ୟକ ସାମଗ୍ରୀ ସବୁ ସେମାନେ ଆଣି ଜାହାଜରେ ରଖି ଦେଇଗଲେ।
11
ଆଲେକ୍ଜାଣ୍ଡ୍ରିଆଠାରୁ ଆସିଥିବା “ଯୁଗ୍ମ ଦେବତା” ନାମକ ଗୋଟିଏ ଜାହାଜ ମାଲ୍ଟା ଦ୍ୱୀପରେ ଶୀତ ଋତୁ ଅତିବାହିତ କରିଥିଲା। ଦ୍ୱୀପରେ ତିନିମାସ ରହିବା ପରେ ଆମେ ସେହି ଜାହାଜରେ ବସି ପୁଣି ଯାତ୍ରା ଆରମ୍ଭ କଲୁ।
12
ପ୍ରଥମେ ସିରାକ୍ୟୁସ୍ ନଗରରେ ପହଞ୍ଚି ସେଠାରେ ତିନିଦିନ ରହିଲୁ।
13
ସେଠାରୁ ପୁଣି ଯାତ୍ରା କରି ରିଜିୟମ୍ ସହରରେ ପହଞ୍ଚିଲୁ। ତା’ପର ଦିନ ଦକ୍ଷିଣା ପବନ ବହିଲା ଓ ଆଉ ଦୁଇ ଦିନ ପରେ ପୁତିଓଲି ସହରରେ ପହଞ୍ଚିଲୁ।
14
ସେଠାରେ କେତେ ଜଣ ଖ୍ରୀଷ୍ଟ ବିଶ୍ୱାସୀଙ୍କର ଦେଖା ପାଇଲୁ। ସେମାନଙ୍କ ସହିତ ହପ୍ତାଏ କାଳ ରହିବା ପାଇଁ ସେମାନେ ଆମକୁ ଅନୁରୋଧ କଲେ। ଶେଷରେ ରୋମରେ ଯାଇ ପହଞ୍ଚିଲୁ।
15
ଆମ୍ଭମାନଙ୍କର ଖବର ପାଇ ରୋମର ବିଶ୍ୱାସୀମାନେ ଆମକୁ ଭେଟିବା ପାଇଁ “ଆପୀୟ ହାଟ” ଓ “ତିନି ସରାଇ” ନାମକ ସହରମାନଙ୍କୁ ଆସିଲେ। ସେମାନଙ୍କୁ ଦେଖି ପାଉଲ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ବିଶେଷ ଉତ୍ସାହିତ ହେଲେ।
16
ଆମ୍ଭେମାନେ ରୋମରେ ପହଞ୍ଚିବା ପରେ, ପାଉଲଙ୍କୁ ଅନୁମତି ମିଳିଲା ଯେ, ତାଙ୍କୁ ଜଗିବା ପାଇଁ ନିଯୁକ୍ତ ଗୋଟିଏ ସୈନିକ ସହ ସେ ନିଜ ଇଚ୍ଛାନୁଯାୟୀ ଯେ କୌଣସି ସ୍ଥାନରେ ରହିପାରନ୍ତି।
17
ତିନିଦିନ ପରେ ପାଉଲ ସ୍ଥାନୀୟ ଇହୁଦୀ ନେତାମାନଙ୍କୁ ଏକ ସଭାରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କଲେ। ସେମାନେ ଏକତ୍ରିତ ହେବାକୁ ପାଉଲ ସେମାନଙ୍କୁ କହିଲେ: “ଇଶ୍ରାଏଲୀୟ ଭାଇମାନେ, ଆମ ଲୋକମାନଙ୍କ ବିରୁଦ୍ଧରେ କିମ୍ବା ଆମ ପିତୃପୁରୁଷମାନଙ୍କଠାରୁ ଆମେ ପାଇଥିôବା ରୀତିନୀତି ବିରୁଦ୍ଧରେ ମୁଁ କିଛି କରି ନ ଥିଲେ ସୁଦ୍ଧା, ଯିରୂଶାଲମରେ ମୁଁ ବନ୍ଦୀ ହୋଇ ରୋମୀୟମାନଙ୍କ ହାତରେ ସମର୍ପିତ ହୋଇଛି।
18
ମୋତେ ଜେରା କରିବା ପରେ ମୃତ୍ୟୁଦଣ୍ଡ ଭୋଗ କରିବା ପାଇଁ ମୁଁ କୌଣସି ଅପରାଧ କରି ନାହିଁ ବୋଲି ଜାଣିପାରି ରୋମୀୟମାନେ ମୋତେ ମୁକ୍ତ କରି ଦେବାକୁ ଚାହିଁଥିଲେ।
19
କିନ୍ତୁ ଇହୁଦୀମାନେ ଏହାର ବିରୋଧ କରିବାରୁ, ମୋ’ ନିଜ ଲୋକମାନଙ୍କ ବିରୁଦ୍ଧରେ ମୋର କୌଣସି ଅଭିଯୋଗ ନ ଥିବା ସତ୍ତ୍ୱେ, ମୁଁ ସମ୍ରାଟଙ୍କୁ ଆବେଦନ କରିବା ପାଇଁ ବାଧ୍ୟ ହେଲି।
20
ସେଥିପାଇଁ ଏ ବିଷୟରେ କଥାବାର୍ତ୍ତା ହେବାକୁ ମୁଁ ତୁମ୍ଭମାନଙ୍କୁ ଡକାଇଛି। ବାସ୍ତବିକ, ଯାହାଙ୍କ ଉପରେ ଇଶ୍ରାଏଲୀୟ ଲୋକମାନେ ଆଶା ଭରସା କରି ଆସିଛନ୍ତି, ତାଙ୍କ ପାଇଁ ଆଜି ମୁଁ ଶିକୁଳିରେ ବନ୍ଧା ହୋଇଛି।”
21
ସେମାନେ କହିଲେ, “ଆମେ ଯିହୁଦା ଦେଶରୁ ତୁମ ବିଷୟରେ କୌଣସି ଚିଠି ପତ୍ର ପାଇ ନାହୁଁ, କି ତୁମର ଖବର ନେଇ କିଅବା ତୁମ ବିଷୟରେ କିଛି ଅଭିଯୋଗ କରି କହିବାପାଇଁ ଆମ ଲୋକଙ୍କ ମଧ୍ୟରୁ କେହି ଏଠାକୁ ଆସି ନାହାନ୍ତି।
22
ସେ ଯାହାହେଉ, ଆମେ ତୁମର ମତାମତ ଶୁଣିବାକୁ ଚାହୁଁ, କାରଣ ସର୍ବତ୍ର ଲୋକମାନେ ତୁମ ଦଳ ବିରୁଦ୍ଧରେ କଥା କହୁଛନ୍ତି।”
23
ସେମାନେ ଗୋଟିଏ ତାରିଖ ନିର୍ଦ୍ଦିଷ୍ଟ କଲେ ଏବଂ ସେମାନଙ୍କ ମଧ୍ୟରୁ ଅନେକେ ସେ ଦିନ ପାଉଲ ରହୁଥିବା ସ୍ଥାନକୁ ଆସିଲେ। ସକାଳୁ ରାତ୍ରିଯାଏ ପାଉଲ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟସଂକ୍ରାନ୍ତ ବାର୍ତ୍ତା ବୁଝାଇଲେ ଓ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଲେଖାରୁ ବାକ୍ୟ ଉଦ୍ଧାର କରି ଯୀଶୁଙ୍କଠାରେ ସେମାନଙ୍କର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ।
24
ସେମାନଙ୍କ ମଧ୍ୟରୁ କେତେକଙ୍କର ହୃଦ୍ବୋଧ ହେଲା, କିନ୍ତୁ ଅନ୍ୟମାନେ ବିଶ୍ୱାସ କଲେ ନାହିଁ।
25
ଏ ବିଷୟରେ ସେମାନଙ୍କ ମଧ୍ୟରେ ପ୍ରବଳ ମତଭେଦ ସୃଷ୍ଟି ହେଲା। ସେମାନେ ଚାଲିଯିବା ପୂର୍ବରୁ ପାଉଲ ଗୋଟିଏ କଥା ଉପରେ ଗୁରୁତ୍ୱ ଦେଇ କହିଲେ: “ପବିତ୍ର ଆତ୍ମା ଆପଣମାନଙ୍କ ପୂର୍ବପୁରୁଷମାନଙ୍କୁ ଭାବବାଦୀ ଯିଶାଇୟଙ୍କ ମୁଖରେ ଯଥାର୍ଥ କଥା କହିଥିଲେ!
26
ସେ କହିଥିଲେ: ‘ଏ ଲୋକମାନଙ୍କୁ ଯାଇ କୁହ - ତୁମ୍ଭେମାନେ ଶୁଣିବ, ବହୁତ ଶୁଣିବ, କିଛି ବୁଝିବ ନାହିଁ। ତୁମ୍ଭେମାନେ ଚାହିଁ ରହିବ, କିନ୍ତୁ ଦେଖିପାରିବ ନାହିଁ।
27
କାରଣ ଏହି ଲୋକମାନେ ସ୍ଥୁଳ ବୁଦ୍ଧି, ସେମାନେ ନିଜ ନିଜର ଆଖି କାନ ବୁଜି ଦେଇଛନ୍ତି, ତାହା ହୋଇ ନ ଥିଲେ, ସେମାନେ ଆଖି ଖୋଲି ଦେଖିପାରିଥା’ନ୍ତେ ଓ କାନ ଦେଇ ଶୁଣିପାରିଥା’ନ୍ତେ। ସେମାନଙ୍କ ମସ୍ତିଷ୍କରେ ବୁଝିବା ଶକ୍ତି ଥାଆନ୍ତା; ସେମାନେ ଈଶ୍ୱରଙ୍କୁ ଆଡ଼କୁ ଫେରି ଯାଆନ୍ତେ ଓ ମୁଁ ସେମାନଙ୍କୁ ସୁସ୍ଥ କରିଥାଆନ୍ତି’।”
28
ଉପସଂହାରରେ ପାଉଲ କହିଲେ, “ସୁତରାଂ ତୁମ୍ଭେମାନେ ଜାଣି ରଖ, ପରିତ୍ରାଣ ପାଇଁ ଈଶ୍ୱରଙ୍କ ଶୁଭବାର୍ତ୍ତା ଅଣଇହୁଦୀମାନଙ୍କ ନିକଟକୁ ପଠାଯାଇଛି। ସେମାନେ ତା’ ଶୁଣିବେ।’
30
ପାଉଲ ଗୋଟିଏ ଘର ଭଡ଼ା ନେଇ ଦୁଇ ବର୍ଷ ପର୍ଯ୍ୟନ୍ତ ରହିଲେ ଏବଂ ତାଙ୍କୁ ଦେଖିବା ପାଇଁ ଆସୁଥିବା ସମସ୍ତଙ୍କୁ ସେଠାରେ ସ୍ୱାଗତ କରୁଥିଲେ।
31
ଅବାଧରେ ଓ ସାହସର ସହିତ ସେ ଈଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଚାର କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷା ଦେଉଥିଲେ।
← Chapter 27
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28