bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Acts 7
Acts 7
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 8 →
1
ପ୍ରଧାନ ଯାଜକ ସ୍ତିଫାନଙ୍କୁ ପଚାରିଲେ, “ଏହା କ’ଣ ସତ୍ୟ?”
2
ସ୍ତିଫାନ ଉତ୍ତର ଦେଲେ, “ହେ ମୋର ଭାଇ ଓ ଗୁରୁଜନମାନେ, ଦୟାକରି ଶୁଣନ୍ତୁ, ଆମ ପୂର୍ବପୁରୁଷ ଅବ୍ରହାମ ହାରଣରେ ବାସ କରିବାକୁ ଯିବା ପୂର୍ବରୁ ଗୌରବମୟ ଈଶ୍ୱର ମେସୋପଟାମିୟାରେ ଦର୍ଶନ ଦେଇ ତାଙ୍କୁ କହିଲେ,
3
‘ତୁମର ପରିବାର ଓ ଦେଶ ପରିତ୍ୟାଗ କରି ମୁଁ ଯେଉଁ ଦେଶ ଦେଖାଇବି, ସେଠାକୁ ଯାଅ।’
4
ତେଣୁ ସେ ତାଙ୍କର ଦେଶ ଛାଡ଼ି ହାରାଣରେ ବାସ କରିବା ପାଇଁ ଗଲେ। ଅବ୍ରହାମଙ୍କ ପିତାଙ୍କ ମୃତ୍ୟୁ ପରେ ଆପଣମାନେ ବର୍ତ୍ତମାନ ଯେଉଁ ଦେଶରେ ବାସ କରୁଛନ୍ତି, ଈଶ୍ୱର ତାଙ୍କୁ ସେହି ଦେଶକୁ ଆଣିଲେ।
5
ଈଶ୍ୱର ସେତେବେଳେ ଅବ୍ରହାମଙ୍କ ଏହି ଦେଶରେ କୌଣସି ସମ୍ପତ୍ତି, ଏପରି କି ଏକ ବର୍ଗ ମିଟର ଜମି ସୁଦ୍ଧା ଦେଇ ନ ଥିଲେ। କିନ୍ତୁ ଈଶ୍ୱର ପ୍ରତିଜ୍ଞା କରିଥିଲେ, ଅବ୍ରହାମଙ୍କୁ ଏହି ଦେଶ ଦେବେ ଓ ଏହା ତାଙ୍କର ଓ ତାଙ୍କ ବଂଶଧରମାନଙ୍କର ନିଜସ୍ୱ ହୋଇ ରହିବ। ଈଶ୍ୱର ସେହି ପ୍ରତିଜ୍ଞା କରିବାବେଳେ ଅବ୍ରହାମ ନିଃସନ୍ତାନ ଥିଲେ।
6
ସେତେବେଳେ ଈଶ୍ୱର ତାଙ୍କୁ ଏହି କଥା କହିଲେ! ‘ତୁମର ବଂଶଧରମାନେ କ୍ରୀତଦାସ ରୂପେ ବିଦେଶରେ ବାସ କରିବେ ଓ ଚାରିଶହ ବର୍ଷ ପର୍ଯ୍ୟନ୍ତ ନିର୍ଯ୍ୟାତିତ ହେବେ।
7
କିନ୍ତୁ ସେମାନେ ଯେଉଁମାନଙ୍କର ସେବା କରିବେ, ମୁଁ ସେହି ଲୋକମାନଙ୍କର ବିଚାର କରିବି, ପରେ ତୁମର ବଂଶଧରମାନେ ସେହି ଦେଶରୁ ବାହାରି ଆସିବେ ଓ ଏହି ସ୍ଥାନରେ ମୋର ଉପାସନା କରିବେ।’
8
ତା’ପରେ ଈଶ୍ୱର ଅବ୍ରହାମଙ୍କ ସହିତ ଚୁକ୍ତି ଚିହ୍ନ ସ୍ୱରୂପ ସୁନ୍ନତ ବିଧି ସ୍ଥାପନ କଲେ। ତେଣୁ ତାଙ୍କ ପୁତ୍ର ଇସ୍ହାକଙ୍କ ଜନ୍ମର ଏକ ସପ୍ତାହ ପରେ ଅବ୍ରହାମ ତାଙ୍କୁ ସୁନ୍ନତ କଲେ; ଇସ୍ହାକ ତାଙ୍କ ପୁତ୍ର ଯାକୁବଙ୍କୁ ଓ ଯାକୁବ ତାଙ୍କ ବାର ପୁତ୍ର ତଥା ଆମ ଜାତିର ବିଖ୍ୟାତ ପୂର୍ବପୁରୁଷମାନଙ୍କୁ ସୁନ୍ନତ କଲେ।
9
“ଯାକୁବଙ୍କର ପୁତ୍ରମାନେ ସେମାନଙ୍କର ଭାଇ ଯୋସେଫ ପ୍ରତି ଈର୍ଷାନ୍ୱିତ ହୋଇ ତାଙ୍କୁ ମିସର ଦେଶରେ କ୍ରୀତଦାସ ରୂପେ ବିକ୍ରୀ କଲେ।
10
କିନ୍ତୁ ଈଶ୍ୱର ଯୋସେଫଙ୍କ ସହିତ ଥିଲେ ଓ ସମସ୍ତ ଦୁଃଖକଷ୍ଟ ମଧ୍ୟରେ ତାଙ୍କୁ କଢ଼ାଇ ଆଣିଲେ। ଯେତେବେଳେ ଯୋସେଫ ମିସରର ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ, ଈଶ୍ୱର ତାଙ୍କୁ ପ୍ରୀତିକର ଆଚରଣ ଓ ଜ୍ଞାନ ପ୍ରଦାନ କଲେ ଏବଂ ରାଜା ଯୋସେଫଙ୍କୁ ଦେଶର ଶାସକ ଓ ରାଜପ୍ରାସାଦର ଅଧ୍ୟକ୍ଷ ରୂପେ ନିଯୁକ୍ତ କଲେ।
11
ତା’ପରେ ସମୁଦାୟ ମିସର ଓ କିଣାନରେ ଦୁର୍ଭିକ୍ଷ ପଡ଼ିବାରୁ ଲୋକେ ବହୁ କଷ୍ଟ ଭୋଗ କଲେ। ଆମ ପୂର୍ବପୁରୁଷମାନଙ୍କର ଖାଦ୍ୟର ଅଭାବ ହେଲା।
12
ମିସରରେ ଶସ୍ୟ ଅଛି ବୋଲି ଶୁଣି ଯାକୁବ ତାଙ୍କ ପୁତ୍ରମାନଙ୍କୁ ତଥା ଆମ ପୂର୍ବପୁରୁଷମାନଙ୍କୁ ସେଠାକୁ ପଠାଇଲେ।
13
ସେଠାକୁ ସେମାନେ ଦ୍ୱିତୀୟ ଥର ଯିବା ସମୟରେ ଯୋସେଫ ତାଙ୍କ ଭାଇମାନଙ୍କ ନିକଟରେ ନିଜର ପରିଚୟ ଦେଲେ ଓ ମିସରର ରାଜା ଯୋସେଫଙ୍କ ପରିବାର ବିଷୟରେ ଅବଗତ ହେଲେ।
14
ତା’ପରେ ଯୋସେଫ ତାଙ୍କ ପିତା ଯାକୁବ ଓ ତାଙ୍କ ପରିବାରର ସମୁଦାୟ ପଞ୍ଚସ୍ତରୀ ଜଣଙ୍କୁ ମିସରକୁ ଆସିବା ପାଇଁ ନିମନ୍ତ୍ରଣ କଲେ।
15
ଯାକୁବ ମିସର ଦେଶକୁ ଗଲେ, ସେଠାରେ ତାଙ୍କର ଓ ତାଙ୍କ ପୁତ୍ରମାନଙ୍କର ମୃତ୍ୟୁ ହେଲା।
16
ସେମାନଙ୍କର ମୃତ ଦେହ ଶିଖେମକୁ ନିଆଗଲା ଓ ଅବ୍ରହାମ ହାମୋରା ଲୋକମାନଙ୍କଠାରୁ କିଣିଥିବା କବର ସ୍ଥାନରେ ସେମାନଙ୍କୁ ସମାଧି ଦିଆଗଲା।
17
“ଈଶ୍ୱର ଅବ୍ରହାମଙ୍କୁ ଯେଉଁ ପ୍ରତିଜ୍ଞା କରିଥିଲେ, ତାହା ସଫଳ ହୋଇ ମିସରରେ ଆମ ଜାତିର ଲୋକସଂଖ୍ୟା ବହୁତ ବୃଦ୍ଧି ପାଇଲା।
18
ଶେଷରେ ଯୋସେଫଙ୍କ ବିଷୟରେ ଜାଣି ନ ଥିବା ଜଣେ ରାଜା ମିସର ଦେଶକୁ ଶାସନ କଲେ।
19
ସେ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପ୍ରତି ନିଷ୍ଠୁର ଓ ଖଳ ବ୍ୟବହାର କଲେ, ସେମାନଙ୍କ ନବଜାତ ଶିଶୁମାନଙ୍କୁ ନିପାତ କରିବା ପାଇଁ ସେମାନଙ୍କୁ ବାହାରେ ପକାଇ ଦେବାକୁ ଆଦେଶ ଜାରୀ କଲେ।
20
ଏହି ସମୟରେ ମୋଶା ଜନ୍ମ ହେଲେ। ସେ ଥିଲେ ଗୋଟିଏ ଅତି ସୁନ୍ଦର ଶିଶୁ। ଘରେ ତିନିମାସ ପର୍ଯ୍ୟନ୍ତ ସେ ପାଳିତ ହେଲେ
21
ଏବଂ ଯେତେବେଳେ ତାଙ୍କୁ ବାହାରେ ପକାଇ ଦିଆଗଲା, ରାଜାଙ୍କ କନ୍ୟା ତାଙ୍କୁ ପାଇ ନିଜର ସନ୍ତାନ ରୂପେ ଲାଳନପାଳନ କଲେ।
22
ସେ ମିସରର ସମସ୍ତ ଜ୍ଞାନରେ ଶିକ୍ଷା ପାଇଲେ, ତାଙ୍କର କଥା ଓ କାର୍ଯ୍ୟରେ ଜଣେ ମହାନ୍ ବ୍ୟକ୍ତି ରୂପେ ପରିଚିତ ହେଲେ।
23
“ମୋଶାଙ୍କର ବୟସ ଯେତେବେଳେ ଚାଳିଶ ବର୍ଷ, ସେ ତାଙ୍କର ଇଶ୍ରାୟେଲୀୟ ଭାଇମାନଙ୍କ ପ୍ରତି କିପରି ବ୍ୟବହାର କରାଯାଉଛି, ତାହା ଜାଣିବାକୁ ସ୍ଥିର କଲେ।
24
ସେମାନଙ୍କ ମଧ୍ୟରୁ ଜଣକ ପ୍ରତି, ଜଣେ ମିସରୀୟ ର୍ଦୁବ୍ୟବହାର କରୁଥିବା ଦେଖି, ମୋଶା ତାକୁ ରକ୍ଷା କରିବା ପାଇଁ ମିସରୀୟଜଣକ ପ୍ରତି ପ୍ରତିଶୋଧ ନେଇ ତାକୁ ହତ୍ୟା କଲେ।
25
(ସେ ଭାବିଥିଲେ, ତାଙ୍କର ନିଜ ଲୋକମାନେ ହୃଦୟଙ୍ଗମ କରିବେ ଯେ, ସେମାନଙ୍କୁ ମୁକ୍ତ କରିବା ପାଇଁ ଈଶ୍ୱର ତାଙ୍କୁ ବ୍ୟବହାର କରୁଛନ୍ତି; କିନ୍ତୁ ସେମାନେ ତାହା ବୁଝିଲେ ନାହିଁ।)
26
ତା’ପର ଦିନ ସେ ଦୁଇଜଣ ଇଶ୍ରାୟେଲୀୟଙ୍କୁ କଳହ କରୁଥିବା ଦେଖିଲେ ଓ ସେମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କଲେ। ସେ କହିଲେ, ‘ଶୁଣ, ତୁମେ ଦୁଇଜଣ ତ ଇଶ୍ରାୟେଲୀୟ ଭାଇ। କାହିଁକି ଏପରି କଳି କରୁଛ?’
27
କିନ୍ତୁ ଯେଉଁ ଲୋକଟି ଅନ୍ୟ ପ୍ରତି ଦୁର୍ବ୍ୟବହାର କରୁଥିଲା, ସେ ମୋଶାଙ୍କୁ ଆଡ଼େଇ ଦେଇ ପଚାରିଲା, ‘ଆମ ଉପରେ ତୋତେ କିଏ ଶାସକ ଓ ବିଚାରପତି କରିଛି?
28
ଗତକାଲି ଯେପରି ମିସରୀୟ ଲୋକକୁ ହତ୍ୟା କଲୁ, ମୋତେ କ’ଣ ସେହିପରି ହତ୍ୟା କରିବାକୁ ଚାହୁଁ?’
29
ମୋଶା ଏହା ଶୁଣି ମିସରରୁ ପଳାଇଗଲେ ଓ ମିଦିୟୋନରେ ବାସ କଲେ। ସେଠାରେ ତାଙ୍କର ଦୁଇ ପୁତ୍ର ଜନ୍ମ ହେଲେ।
30
“ଚାଳିଶ ବର୍ଷ ଅତିବାହିତ ହେବା ପରେ ସୀନୟ ପର୍ବତ ନିକଟରେ ଏଇ ଜ୍ୱଳନ୍ତ ବୁଦାର ଅଗ୍ନିଶିଖା ମଧ୍ୟରେ ଈଶ୍ୱରଙ୍କର ଜଣେ ଦୂତ ମୋଶାଙ୍କୁ ଦର୍ଶନ ଦେଲେ।
31
ମୋଶା ଏହା ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ, ଆଉ ଟିକିଏ ଭଲ କରି ଦେଖିବା ପାଇଁ ବୁଦା ନିକଟକୁ ଗଲେ। କିନ୍ତୁ ସେ ପ୍ରଭୁଙ୍କର ବାଣୀ ଶୁଣିଲେ,
32
‘ମୁଁ ତୁମ ପୂର୍ବପୁରୁଷ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ଈଶ୍ୱର।’ ମୋଶା ଭୟରେ କମ୍ପିତ ହୋଇ ଅନାଇବାକୁ ସାହସ କଲେ ନାହିଁ।
33
ପ୍ରଭୁ ତାଙ୍କୁ କହିଲେ, ‘ତୁମର ପାଦକୁ କାଢ଼, କାରଣ ତୁମେ ଯେଉଁଠାରେ ଛିଡ଼ା ହୋଇଛ, ତାହା ପବିତ୍ର ସ୍ଥାନ।
34
ମିସରରେ ମୁଁ ମୋର ଲୋକମାନଙ୍କର ମର୍ମନ୍ତୁଦ ଦୁଃଖଭୋଗ ଦେଖିଛି। ମୁଁ ସେମାନଙ୍କର ଆର୍ତ୍ତନାଦ ଶୁଣିଛି ଓ ସେମାନଙ୍କୁ ଦାସତ୍ୱରୁ ମୁକ୍ତ କରିବାକୁ ଓହ୍ଲାଇ ଆସିଛି। ବର୍ତ୍ତମାନ ଆସ, ମୁଁ ତୁମକୁ ମିସରକୁ ପଠାଇବି।’
35
“ମୋଶା ଇଶ୍ରାୟେଲୀୟମାନଙ୍କ ଦ୍ୱାରା ପରିତ୍ୟକ୍ତ ହୋଇଥିଲେ। ସେମାନେ ପଚାରିଲେ, ‘ଆମ ଉପରେ ତୋତେ କିଏ ଶାସକ ଓ ବିଚାରପତି କଲା?’ କିନ୍ତୁ ଈଶ୍ୱର ସେହି ମୋଶାଙ୍କୁ ଜ୍ୱଳନ୍ତ ବୁଦା ନିକଟରେ ଦର୍ଶନ ଦେଇଥିବା ଦୂତଙ୍କ ସାହାଯ୍ୟରେ ଲୋକମାନଙ୍କ ଉପରେ ଶାସନ କରିବାକୁ ଓ ସେମାନଙ୍କୁ ମୁକ୍ତ କରିବା ପାଇଁ ପଠାଇଲେ।
36
ସେ ମିଶରରେ ଓ ଲୋହିତ ସାଗରରେ ବହୁ ଆଶ୍ଚର୍ଯ୍ୟକର୍ମ ସାଧନ କରି ଲୋକମାନଙ୍କୁ ମିସରରୁ ବାହାର କରି ଆଣ, ଚାଳିବ ବର୍ଷ ପର୍ଯ୍ୟନ୍ତ ମରୁପ୍ରାନ୍ତରରେ ସେମାନଙ୍କୁ ବାଟ କଢ଼ାଇ ନେଲେ।
37
ମୋଶା ନିଜେ ଇଶ୍ରାୟେଲର ଲୋକମାନଙ୍କୁ କହିଥିଲେ, ‘ଈଶ୍ୱର ମୋତେ ଯେପରି ପଠାଇଲେ, ସେପରି ତୁମ୍ଭମାନଙ୍କ ନିକଟକୁ ଜଣେ ଭାବବାଦୀ ପଠାଇବେ - ସେ ତୁମ ନିଜ ଲୋକମାନଙ୍କ ମଧ୍ୟରୁ ଜଣେ ହେବେ।’
38
ସେହି ମୋଶା ମରୁପ୍ରାନ୍ତରରେ ଏକତ୍ରିତ ହୋଇଥିବା ଇଶ୍ରାୟେଲୀୟମାନଙ୍କ ସଙ୍ଗରେ ଥିଲେ। ସେ ସୀନୟ ପର୍ବତରେ ଆମ ପୂର୍ବପୁରୁଷମାନଙ୍କ ସହିତ ଓ ତାଙ୍କ ସହିତ କଥା କହିଥିବା ସ୍ୱର୍ଗଦୂତଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପରିବେଷଣ କରିବା ପାଇଁ ସେ ଈଶ୍ୱରଙ୍କଠାରୁ ଜୀବନ୍ତ ବାକ୍ୟ ଗ୍ରହଣ କଲେ।
39
“କିନ୍ତୁ ଆମର ପୂର୍ବପୁରୁଷମାନେ ତାଙ୍କର ଅବାଧ୍ୟ ହେଲେ; ସେମାନେ ତାଙ୍କୁ ଉପେକ୍ଷା କରି ମିଶରକୁ ଫେରି ଯିବାକୁ ମନ ବଳାଇଲେ।
40
ସେଥିପାଇଁ ସେମାନେ ହାରୋଣକୁ କହିଲେ, ‘ଏବେ ଆମ୍ଭମାନଙ୍କୁ ବାଟ କଢ଼ାଇ ନେବା ପାଇଁ କେତେକ ଦେବତା ଗଢ଼ି ଦିଅ। ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଥିବା ସେହି ମୋଶା ଯେ କୁଆଡ଼େ ଗଲେ, ତାହା ଆମେ ଜାଣି ନାହୁଁ।’
41
ସେ ସମୟରେ ସେଠାରେ ସେମାନେ ଏକ ବାଛୁରୀର ପ୍ରତିମା ତିଆରି କଲେ ଓ ତା’ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କଲେ। ପୁଣି ନିଜେ ତିଆରି କରିଥିବା ସେହି ପ୍ରତିମାର ସମ୍ମାନାର୍ଥେ ଏକ ଭୋଜି ପ୍ରସ୍ତୁତ କଲେ।
42
ଫଳରେ ପ୍ରଭୁ ସେମାନଙ୍କ ପ୍ରତି ବିମୁଖ ହେଲେ ଓ ସେମାନଙ୍କୁ ଆକାଶର ତାରାମାନଙ୍କୁ ପୂଜା କରିବାକୁ ଛାଡ଼ି ଦେଲେ। ଏ ସମ୍ପର୍କରେ ଭାବବାଦୀଙ୍କ ପୁସ୍ତକରେ ଉଲ୍ଲେଖ ଅଛି: ‘ହେ ଇଶ୍ରାୟେଲ ବଂଶ! ପ୍ରାନ୍ତରରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ ମୋ’ ପାଇଁ ପଶୁବଳି ଓ ହୋମବଳି ଉତ୍ସର୍ଗ କରି ନ ଥିଲ।
43
କିନ୍ତୁ ତୁମ୍ଭେମାନେ ପୂଜା କରିବା ପାଇଁ ଯେଉଁ ମୂର୍ତ୍ତିସବୁ ଗଢ଼ିଥିଲ, ସେହି ମାଲେଖର ତମ୍ବୁ ଓ ନକ୍ଷତ୍ର ଦେବତା ରମ୍ପାର ପ୍ରତିମୂର୍ତ୍ତିକୁ ବହନ କଲ। ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ବାବିଲୋନର ଅପରପାଶ୍ୱର୍କୁ ନିର୍ବାସିତ କରିବି।’
44
“ପ୍ରାନ୍ତରରେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ଈଶ୍ୱରଙ୍କ ସାନ୍ନିଧ୍ୟ ତମ୍ବୁ ଥିଲା। ଈଶ୍ୱର ମୋଶାଙ୍କୁ ଯେପରି ନିର୍ମାଣ କରିବାକୁ କହିଥିଲେ ଓ ମୋଶାଙ୍କୁ ଯେଉଁ ନମୁନା ଦେଖାଇଥିଲେ, ଏହା ସେହି ପ୍ରକାରେ ନିର୍ମିତ ହୋଇଥିଲା।
45
ପରେ ଆମ ପୂର୍ବପୁରୁଷମାନେ ସେମାନଙ୍କ ପିତୃଗଣଠାରୁ ପାଇଥିବା ସେହି ତମ୍ବୁକୁ ଯିହୋଶୂୟଙ୍କ ସହିତ ବୋହି ନେଇ ଅଗ୍ରସର ହେଲେ ଓ ଈଶ୍ୱରଙ୍କ ଦ୍ୱାରା ବିତାଡ଼ିତ ହୋଇଥିବା ଅନ୍ୟ ଜାତିମାନଙ୍କର ଦେଶ ଅଧିକାର କଲେ।
46
ଦାଉଦ ଈଶ୍ୱରଙ୍କ ସନ୍ତୋଷର ପାତ୍ର ହୋଇ ଯାକୁବଙ୍କ ଈଶ୍ୱରଙ୍କ ପାଇଁ ଏକ ଆବାସ ଗୃହ ପ୍ରସ୍ତୁତ କରିବାକୁ ତାଙ୍କର ଅନୁମତି ଚାହିଁଥିଲେ।
47
କିନ୍ତୁ ପରେ ସେହି ଆବାସ ନିର୍ମାଣ କଲେ ଶଲୋମନ।
48
“ତଥାପି ସର୍ବୋପରିସ୍ଥ ଈଶ୍ୱର ଲୋକମାନଙ୍କ ଦ୍ୱାରା ନିର୍ମିତ ଗୃହମାନଙ୍କରେ ବାସ କରନ୍ତି ନାହିଁ। ଏ ସମ୍ପର୍କରେ ଭାବବାଦୀ ଲେଖିଛନ୍ତି;
49
‘ପ୍ରଭୁ କହନ୍ତି, ସ୍ୱର୍ଗ ମୋ’ ସିଂହାସନ ଓ ପୃଥିବୀ ମୋର ପାଦ ପୀଠ ତୁମ୍ଭେମାନେ ମୋ’ ପାଇଁ କି ପ୍ରକାର ଗୃହ ନିର୍ମାଣ କରିବ? ମୋର ବିଶ୍ରାମ ପାଇଁ ସ୍ଥାନ କାହିଁ?
50
ଏ ସମସ୍ତ ବିଷୟ କ’ଣ ମୁଁ ନିଜେ ସୃଷ୍ଟି କରି ନାହିଁ?’
51
ସ୍ତିଫାନ ଆହୁରି କହିଲେ, “ତୁମ୍ଭେମାନେ କେଡ଼େ ଅବୋଧ୍ୟ। ତୁମ୍ଭମାନଙ୍କ ହୃଦୟ କେଡ଼େ ଅସୁନ୍ନତ। ଈଶ୍ୱରଙ୍କ ବାକ୍ୟ ପ୍ରତି ତୁମ୍ଭେମାନେ କେଡ଼େ ବଧିର! ତୁମ୍ଭେମାନେ ଠିକ୍ ତୁମ ପୂର୍ବପୁରୁଷମାନଙ୍କ ପରି: ତୁମ୍ଭେମାନେ ସର୍ବଦା ପବିତ୍ରଆତ୍ମାଙ୍କ ବିରୁଦ୍ଧାଚରଣ କରିଛ!
52
ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ଦ୍ୱାରା ଉତ୍ପୀଡ଼ିତ ନ ହୋଇଥିବା କୌଣସି ଭାବବାଦୀ ଅଛନ୍ତି କି? ଈଶ୍ୱରଙ୍କ ଯେଉଁ ବାର୍ତ୍ତାବହମାନେ ବହୁ ପୂର୍ବେ ତାଙ୍କ ପବିତ୍ର ଦାସଙ୍କ ଆଗମନ ବିଷୟରେ ଘୋଷଣା କରିଥିଲେ, ତୁମ ପୂର୍ବପୁରୁଷମାନେ ସେମାନଙ୍କୁ ହତ୍ୟା କଲେ।
53
ବର୍ତ୍ତମାନ ତୁମ୍ଭେମାନେ ତାଙ୍କ ପ୍ରତି ବିଶ୍ୱାସଘାତକତା କରି ତାଙ୍କୁ ହତ୍ୟା କରିଛ। ତୁମ୍ଭେମାନେ ସ୍ୱର୍ଗଦୂତମାନଙ୍କ ଦ୍ୱାରା ପ୍ରଦତ୍ତ ଈଶ୍ୱରଙ୍କ ବିଧିବିଧାନ ସବୁ ପାଇଛ - ତଥାପି ତାହା ପାଳନ କରି ନାହଁ।”
54
ମହାସଭାର ସଦସ୍ୟମାନେ ସ୍ତିଫାନଙ୍କ ଭାଷଣ ଶୁଣି ଅତ୍ୟନ୍ତ କ୍ରୁଦ୍ଧ ହେଲେ, ତାଙ୍କ ପ୍ରତି ରାଗରେ ଦାନ୍ତ ରଗଡ଼ିଲେ।
55
କିନ୍ତୁ ସ୍ତିଫାନ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇ ସ୍ୱର୍ଗଆଡ଼େ ଦୃଷ୍ଟିପାତ କଲେ ଏବଂ ଈଶ୍ୱରଙ୍କ ମହିମା ଓ ଯୀଶୁଙ୍କୁ ତାଙ୍କର ଦକ୍ଷିଣ ପାଶ୍ୱର୍ରେ ଠିଆ ହୋଇଥିବାର ଦେଖିଲେ।
56
ସେ କହିଲେ, “ଦେଖ, ମୁଁ ସ୍ୱର୍ଗ ଉନ୍ମୁକ୍ତ ହେବା ଓ ମନୁଷ୍ୟପୁତ୍ରଙ୍କୁ ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍ରେ ଉଭା ହୋଇଥିବା ଦେଖୁଛି!”
57
ଚିକ୍ରାର କରି ମହାସଭାର ସଦସ୍ୟମାନେ ଏହି କଥା ନ ଶୁଣିବାକୁ କାନରେ ହାତ ଦେଲେ। ତା’ପରେ ସେମାନେ ଏକଜୁଟ ହୋଇ ତାଙ୍କ ଆଡ଼କୁ ମାଡ଼ି ଆସିଲେ।
58
ସହର ବାହାରକୁ ତାଙ୍କୁ ଟାଣି ନେଇ, ତାଙ୍କ ଉପରେ ପଥର ଫିଙ୍ଗି ମାରିଦେଲେ। ମିଥ୍ୟା ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକଙ୍କ ଜିମାରେ ସେମାନଙ୍କ ପୋଷାକସବୁ ଛାଡ଼ି ଯାଇଥିଲେ।
59
ସେମାନେ ସ୍ତିଫାନଙ୍କ ଉପରେ ପଥର ଫିଙ୍ଗୁଥିବା ସମୟରେ ସେ ପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ପ୍ରଭୁ ଯୀଶୁ, ମୋର ଆତ୍ମାକୁ ଗ୍ରହଣ କର!”
60
ସେ ଆଣ୍ଠୁମାଡ଼ି ଉଚ୍ଚ ସ୍ୱରରେ କହିଲେ, “ପ୍ରଭୁ! ଏମାନଙ୍କ ବିରୁଦ୍ଧରେ ଏହି ପାପ ସ୍ମରଣ କର ନାହିଁ।” ଏହା କହି ସେ ପ୍ରାଣତ୍ୟାଗ କଲେ। ସ୍ତିଫାନଙ୍କ ପ୍ରାଣଦଣ୍ଡକୁ ଶାଉଲ ଅନୁମୋଦନ କରିଥିଲେ।
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 8 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28