bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Acts 19
Acts 19
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 20 →
1
ଆପୋଲ୍ଲୋ କରିନ୍ଥରେ ଥିବାବେଳେ ପାଉଲ ପ୍ରଦେଶର ଆଭ୍ୟନ୍ତରୀଣ ଅଞ୍ଚଳରେ ଯାତ୍ରା ଶେଷ କରି ଏଫିସସ୍ରେ ପହଞ୍ଚିଲେ। ସେଠାରେ ସେ କେତେକ ଶିଷ୍ୟଙ୍କ ଦେଖା ପାଇ ପଚାରିଲେ,
2
“ତୁମେ ବିଶ୍ୱାସୀ ହେବା ସମୟରେ କଅଣ ପବିତ୍ରଆତ୍ମା ପ୍ରାପ୍ତ ହୋଇଥିଲ?” ସେମାନେ ଉତ୍ତର ଦେଲେ, “ପବିତ୍ରଆତ୍ମା ବୋଲି କେହି ଅଛନ୍ତି, ଏକଥା ସୁଦ୍ଧା ଆମେ ଶୁଣିନାହୁଁ।”
3
ପାଉଲ ପଚାରିଲେ, “ତାହାହେଲେ ତୁମେ କେଉଁ ପ୍ରକାର ଜଳଦୀକ୍ଷା ଗ୍ରହଣ କରିଛ?” ସେମାନେ ଉତ୍ତର ଦେଲେ: "ଯୋହନଙ୍କ ଜଳଦୀକ୍ଷା"
4
ପାଉଲ କହିଲେ, “ଯେଉଁମାନେ ପାପରୁ ବିମୁଖ ହୋଇଥିଲେ, ଯୋହନଙ୍କ ଜଳଦୀକ୍ଷା ସେମାନଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା। କିନ୍ତୁ ତାଙ୍କ ପରେ ଯେ ଆସିବାର ଥିଲା, ଅର୍ଥାତ୍, ଯୀଶୁଙ୍କଠାରେ ବିଶ୍ୱାସ କରିବା ପାଇଁ ଯୋହନ ଇଶ୍ରାଏଲର ଲୋକମାନଙ୍କୁ କହିଥିଲେ।”
5
ଏହା ଶୁଣି ସେମାନେ ପ୍ରଭୁ ଯୀଶୁଙ୍କ ନାମରେ ଜଳଦୀକ୍ଷା ଗ୍ରହଣ କଲେ।
6
ପାଉଲ ସେମାନଙ୍କ ଉପରେ ହସ୍ତାର୍ପଣ କଲେ ଓ ପବିତ୍ରଆତ୍ମା ସେମାନଙ୍କ ଉପରେ ଅବତରଣ କଲେ। ସେମାନେ ବିଭିନ୍ନ ଭାଷାରେ କଥା କହିଲେ ଓ ଈଶ୍ୱରଙ୍କ ଶୁଭ ବାର୍ତ୍ତା ଘୋଷଣା କଲେ।
7
ସେମାନେ ବାର ଜଣ ପୁରୁଷ ଥିଲେ।
8
ତା’ପରେ ପାଉଲ ତିନି ମାସ ପର୍ଯ୍ୟନ୍ତ ସମାଜ ଗୃହରେ ନିର୍ଭୀକ ଭାବରେ ଆଲୋଚନା କରି ଈଶ୍ୱରଙ୍କ ରାଜ୍ୟ ବିଷୟରେ ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଚେଷ୍ଟା କଲେ।
9
କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ କଠିନମନା ଥିଲେ, ସେମାନେ ବିଶ୍ୱାସ କଲେ ନାହିଁ। ସେମାନେ ଦଳର ସମସ୍ତଙ୍କ ସାମ୍ନାରେ ପ୍ରଭୁଙ୍କର ମାର୍ଗ ବିଷୟରେ ଅପବାଦସୂଚକ କଥା କହିଲେ। ତେଣୁ ପାଉଲ ସେମାନଙ୍କୁ ଛାଡ଼ି ବିଶ୍ୱାସମାନଙ୍କୁ ନେଇ ପ୍ରତିଦିନ ଟିରାନସ୍ ଭବନରେ ଆଲୋଚନା ଚଳାଇଲେ।
10
ଦୁଇ ବର୍ଷ ଧରି ଏହା ଚାଲିଲା। ଏସିଆ ଦେଶରେ ବାସ କରୁଥିବା ଅନେକ ଇହୁଦୀ ଓ ଅଣଇହୁଦୀ ପ୍ରଭୁଙ୍କ ବାକ୍ୟ ଶୁଣିଲେ।
11
ଈଶ୍ୱର ପାଉଲଙ୍କ ଦ୍ୱାରା ଅସାଧାରଣ ଆଶ୍ଚର୍ଯ୍ୟ କର୍ମସବୁ ସାଧନ କଲେ।
12
ଏପରି କି ପାଉଲ ବ୍ୟବହାର କରୁଥିବା ରୁମାଲ ଓ ବସ୍ତ୍ର ରୋଗୀମାନଙ୍କ ପାଖକୁ ନିଆଗଲେ ସେମାନେ ସୁସ୍ଥ ହେଉଥିଲେ ଓ ସେମାନଙ୍କ ଦେହରୁ ପ୍ରେତାତ୍ମା ସବୁ ବାହାରି ଯାଉଥିଲେ।
13
କେତେକ ଭ୍ରମଣକାରୀ ଇହୁଦୀ ଭୁତୁଡ଼ିଆ ମଧ୍ୟ ପ୍ରଭୁ ଯୀଶୁଙ୍କ ନାମ ଉଚ୍ଚାରଣ କରି ଭୂତ ଛଡ଼ାଇବାକୁ ଚେଷ୍ଟା କଲେ। ସେମାନେ ପ୍ରେତାତ୍ମାମାନଙ୍କୁ କହୁଥିଲେ, “ପାଉଲ ପ୍ରଚାର କରୁଥିବା ଯୀଶୁଙ୍କ ନାମରେ ମୁଁ ତୋତେ ଆଦେଶ ଦେଉଛି।”
14
ସ୍କେବା ନାମକ ଜଣେ ଇହୁଦୀ ପ୍ରଧାନ ଯାଜକଙ୍କର ସାତ ପୁଅ ଏହିପରି କରିବାକୁ ଚେଷ୍ଟା କଲେ।
15
କିନ୍ତୁ ପ୍ରେତାତ୍ମା ସେମାନଙ୍କୁ କହିଲା, “ମୁଁ ଯୀଶୁଙ୍କୁ ଜାଣେ ଓ ପାଉଲଙ୍କ ବିଷୟରେ ଜଣେ; କିନ୍ତୁ ତୁମେ ସବୁ କିଏ?”
16
ପ୍ରେତାତ୍ମା ଲାଗିଥିବା ବ୍ୟକ୍ତି ସେମାନଙ୍କୁ ପ୍ରଚଣ୍ଡ ଭାବରେ ଆକ୍ରମଣ କରି କାବୁ କରିଦେଲା। ସେମାନଙ୍କ ଲୁଗାପଟା ଚିରିଗଲା, ସେମାନେ କ୍ଷତବିକ୍ଷତ ହୋଇ ତା’ ଘରୁ ଦୌଡ଼ି ପଳାଇଲେ।
17
ଏଫିସସ୍ ନିବାସୀ ଇହୁଦୀ ଓ ଅଣଇହୁଦୀମାନେ ଏ ବିଷୟ ଶୁଣି ଭୟଭୀତ ହେଲେ ଓ ସେଠାରେ ପ୍ରଭୁ ଯୀଶୁଙ୍କ ନାମ ଆହୁରି ଅଧିକଭାବେ ସମ୍ମାନିତ ହେଲା।
18
ବିଶ୍ୱାସୀମାନଙ୍କ ମଧ୍ୟରୁ ଅନେକେ ନିଜର ସମସ୍ତ ଦୁଷ୍କର୍ମ ପ୍ରକାଶ୍ୟରେ ସ୍ୱୀକାର କଲେ।
19
ଗୁଣି ବିଦ୍ୟା ଅଭ୍ୟାସ କରୁଥିବା ଅନେକେ ସେମାନଙ୍କର ପୁସ୍ତକ ସବୁ ଆଣି ଲୋକମାନଙ୍କ ସମ୍ମୁଖରେ ଠୁଳ କରି ପୋଡ଼ି ଦେଲେ। ସେମାନଙ୍କର ସେହି ପୁସ୍ତକଗୁଡ଼ିକର ମୋଟ ମୂଲ୍ୟ ଥିଲା ପଚାଶ ହଜାର ଟଙ୍କା।
20
ଏହିପରି ଈଶ୍ୱରଙ୍କ ବାକ୍ୟ ପ୍ରବଳ ଭାବରେ ବ୍ୟାପିଗଲା ଓ ଅଧିକ ଶକ୍ତିଶାଳୀ ହେଲା।
21
ଏହିସବୁ ଘଟଣା ପରେ ପାଉଲ ମାସିଦୋନିଆ ଓ ଆଖାୟା ମଧ୍ୟଦେଇ ଯିରୂଶାଲମକୁ ଯିବାକୁ ସ୍ଥିର କଲେ। ସେ କହିଲେ, “ସେଠାକୁ ଯିବା ପରେ ମୁଁ ନିଶ୍ଚୟ ରୋମ୍କୁ ମଧ୍ୟ ଯିବି।”
22
ତେଣୁ ସେ ତାଙ୍କର ଦୁଇ ସହକାରୀ ତୀମଥି ଓ ଏରାସ୍ତସ୍ଙ୍କୁ ମାସିଦୋନିଆକୁ ପଠାଇଲେ, କିନ୍ତୁ ନିଜେ ଏସିଆ ଦେଶରେ ଆଉ କିଛି ସମୟ ଅତିବାହିତ କଲେ।
23
ଇତମଧ୍ୟରେ ପ୍ରଭୁ ଦେଖାଇ ଥିବା ମାର୍ଗ ବିଷୟ ନେଇ ଏଫିସସ୍ରେ ଭୟଙ୍କର ଗଣ୍ଡଗୋଳ ଉପୁଜିଲା।
24
ଦୀମିତ୍ରିୟ ନାମକ ଜଣେ ରୌପ୍ୟକାର ଆର୍ତ୍ତେମୀ ଦେବୀଙ୍କ ମନ୍ଦିରର ରୌପ୍ୟ ପ୍ରତିମୂର୍ତ୍ତି ନିର୍ମାଣ କରୁଥିଲା, ଏହି ବ୍ୟବସାୟରୁ ଶିଳ୍ପ କାରିଗରମାନେ ବହୁତ ଲାଭ ପାଉଥିଲେ।
25
ସେଥିପାଇଁ ସେ ସମପନ୍ଥୀ ବ୍ୟବସାୟୀମାନଙ୍କୁ ଏକତ୍ର କରି କହିଲା, “ଭାଇମାନେ, ଏହି ବ୍ୟବସାୟ ଆମକୁ ସମୃଦ୍ଧିଶାଳୀ କରିଛଇ ବୋଲି ସମସ୍ତେ ଜାଣ।
26
ବର୍ତ୍ତମାନ ଏହି ଲୋକ ପାଉଲ କ’ଣ କରୁଛି; ତାହା ତୁମ୍ଭେମାନେ ନିଜେ ଦେଖିପାରୁଛ ଓ ଶୁଣି ପାରୁଛ ଓ ଶୁଣିପାରୁଛ। ସେ କହୁଛି, ମଣିଷ ହାତ ତିଆରି ଦେବତା ସବୁ ଆଦୌ ଦେବତା ନୁହଁନ୍ତି, ଆଉ ସେ ଏଠାରେ ଏଫିସସ୍ ଓ ପ୍ରାୟ ସମସ୍ତ ଏସିଆ ଦେଶରେ ଅନେକ ଲୋକଙ୍କୁ ଏହି ବିଷୟରେ ମତାଉଛି।
27
ଫଳରେ ଆମ ବ୍ୟବସାୟର ଦୁର୍ନାମ ହେବାର ଆଶଙ୍କା ଅଛି। କେବଳ ସେତିକି ନୁହେଁ, ଯେଉଁ ଦେବୀ ଏସିଆରେ ଓ ସମଗ୍ର ପୃଥିବୀରେ ସମସ୍ତଙ୍କ ଦ୍ୱାରା ପୂଜା ପାଆନ୍ତି, ସେହି ବିଖ୍ୟାତ ଆର୍ତ୍ତେମୀ ଦେବୀଙ୍କ ମନ୍ଦିରର ଗୁରୁତ୍ୱ ଆଉ ରହିବ ନାହିଁ ଏବଂ ଆର୍ତ୍ତେମୀ ଦେବୀଙ୍କ ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବ।”
28
ଜନତା ଏହି କଥା ଶୁଣି କ୍ରୋଧାନ୍ୱିତ ହେଲେ ଓ ଚିକ୍ରାର କରି କହିଲେ, “ଆର୍ତ୍ତେମୀ ମହାଦେବୀଙ୍କର ଜୟ!”
29
ଏହି ଗଣ୍ଡଗୋଳ ସମୁଦାୟ ନଗରରେ ବ୍ୟାପିଗଲା। ଉଚ୍ଛୃଙ୍ଖଳ ଜନତା ପାଉଲଙ୍କ ସହଯାତ୍ରୀ ମାସିଦୋନିଆର ଗାୟସ୍ ଓ ଆରିଷ୍ଟାର୍ଖସ୍ଙ୍କୁ ଧରି ସେମାନଙ୍କ ରଙ୍ଗଭୂମିକୁ ଭିଡ଼ି ନେଲେ।
30
ପାଉଲ ନିଜେ ଜନତାର ସମ୍ମୁଖୀନ ହେବାକୁ ଇଚ୍ଛା କଲେ, କିନ୍ତୁ ବିଶ୍ୱାସୀମାନେ ତାଙ୍କୁ ଏହା କରିବାକୁ ଦେଲେ ନାହିଁ।
31
କେତେଜଣ ପ୍ରାଦେଶିକ କର୍ତ୍ତୃପକ୍ଷ ବନ୍ଧୁ ପାଉଲଙ୍କୁ ରଙ୍ଗଭୂମି ଭିତରକୁ ନ ଯିବା ପାଇଁ ଅନୁରୋଧ ଜଣାଇ ଏକ ବାର୍ତ୍ତା ପଠାଇଲେ।
32
ଏହି ସମୟ ମଧ୍ୟରେ ସମୁଦାୟ ସଭା ଉତ୍ତେଜନାରେ ପୂର୍ଣ୍ଣ ହେଲା। ଲୋକମାନେ ଦଳ ଦଳ ହୋଇ ବିଭିନ୍ନ ପ୍ରକାର ଚିକ୍ରାର କରୁଥିଲେ, କାରଣ ସେମାନଙ୍କ ଏକତ୍ର ହେବାର କାରଣ ମଧ୍ୟ ଜାଣି ନ ଥିଲେ।
33
ଲୋକମାନଙ୍କ ମଧ୍ୟରୁ କେତେକ ମତ ଦେଲେ ଯେ, ଆଲେକ୍ଜାଣ୍ଡର ଏଥିପାଇଁ ଦାୟୀ, କାରଣ ଇହୁଦୀମାନେ ତାଙ୍କୁ ଆଗରେ ଠିଆ କରାଇଥିଲେ। ଆଲେକ୍ଜାଣ୍ଡର ହାତ ଟେକି ଲୋକମାନଙ୍କୁ ନୀରବ ରହିବା ପାଇଁ ସଙ୍କେତ ଦେଲେ ଓ ବିଶ୍ୱାସୀମାନଙ୍କ ସପକ୍ଷରେ ଭାଷଣ ଦେଇ ବୁଝାଇବାକୁ ଚେଷ୍ଟା କଲେ।
34
କିନ୍ତୁ ସେ ଜଣେ ଇହୁଦୀ, ଏହା ଜାଣି ସେମାନେ ସମସ୍ତେ ଏକ ସଙ୍ଗରେ ଚିକ୍ରାର କଲେ, “ଆର୍ତ୍ତେମୀ ମହାଦେବୀଙ୍କର ଜୟ!” ଦୁଇ ଘଣ୍ଟା ଧରି ଏହି କୋଳାହଳ ଚାଲିଲା।
35
ଶେଷରେ ନଗରପାଳ ଲୋକମାନଙ୍କୁ ଶାନ୍ତ କରାଇବା ପାଇଁ କହିଲେ, “ଏଫିସୀୟ ନାଗରିକ ଭାଇମାନେ ପ୍ରତ୍ୟେକ ଜାଣନ୍ତି ଯେ, ଏଫିସସ୍ ନଗରୀରେ ମହାଦେବୀ ଆର୍ତ୍ତେମୀଙ୍କ ମନ୍ଦିର ଓ ଆକାଶରୁ ଖସି ଆସିଥିବା ପବିତ୍ର ପ୍ରତିମାର ସୁରକ୍ଷା ହୋଇ ଆସୁଛି।
36
କେହି ଏହା ଅସ୍ୱୀକାର କରିପାରେ ନାହିଁ। ତେଣୁ ତୁମେ ସବୁ ଶାନ୍ତ ହୁଅ। କୌଣସି ଅବିବେକୀ କାର୍ଯ୍ୟ କର ନାହିଁ।
37
ଏହି ଲୋକମାନେ ମନ୍ଦିରରୁ କିଛି ଚୋରୀ କରି ନାହାନ୍ତି, କିମ୍ବା ଆମ ଦେବୀଙ୍କ ବିରୁଦ୍ଧରେ କୌଣସି କୁତ୍ସାଜନକ କଥା କହି ନାହାନ୍ତି, ତଥାପି ତୁମେ ଏମାନଙ୍କୁ ଧରି ଆଣିଛ।
38
ଯଦି ଦୀମିତ୍ରୀୟ ଓ ତା’ର କାରିଗରମାନଙ୍କର କାହା ବିରୁଦ୍ଧରେ କୌଣସି ଅଭିଯୋଗ ଅଛି, ତା’ ବିଚାର କରିବାକୁ ଆମ କର୍ତ୍ତୃପକ୍ଷମାନେ ଅଛନ୍ତି ଓ ବିଚାରାଳୟର ନିର୍ଦ୍ଦିଷ୍ଟ ଦିନ ସବୁ ରହିଛି। ସେଠାରେ ସେହି ଅଭିଯୋଗ ଉପସ୍ଥାପିତ କରାଯାଇପାରିବ।
39
ଯଦି ଏହାଠାରୁ ଆଉ ଅଧିକ କିଛି ଚାହଁ, ତେବେ ନାଗରିକମାନଙ୍କ ଦ୍ୱାରା ଆଇନ୍ ଅନୁମୋଦିତ ଏକ ସଭାରେ ତାହାର ନିଷ୍ପତ୍ତି ନିଆଯାଇପାରିବ।
40
ଆଜି ଯାହା ଘଟିଛି, ସେଥିରେ ଆମ ବିରୁଦ୍ଧରେ ହିଂସାକାଣ୍ଡ ଘଟାଇବା ଅଭିଯୋଗର ଆଶଙ୍କା ଅଛି; ଆମ୍ଭେମାନେ ଏହି ସମସ୍ତ ଗଣ୍ଡଗୋଳର କୌଣସି ଯଥାର୍ଥ କାରଣ ଦର୍ଶାଇ ପାରିବୁ ନାହିଁ।”
41
ଏହି ସବୁ କଥା କହି ସେ ଜନତାକୁ ଶାନ୍ତ କରି ସଭା ଭଙ୍ଗ କଲେ।
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 20 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
Recommended Reading
Commentary
Acts Commentaries
→
Devotional
Acts Devotional Guide
→
Get This Bible
CL Study Bible
→