bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Acts 15
Acts 15
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 16 →
1
ଯିହୁଦାରୁ କେତେକ ଲୋକ ଆଣ୍ଟିୟୋଖକୁ ଆସି, ମୋଶାଙ୍କ ବ୍ୟବସ୍ଥା ଅନୁସାରେ ସେମାନେ ସୁନ୍ନତ ନ ହେଲେ ପରିତ୍ରାଣ ପାଇ ପାରିବେ ନାହିଁ ବୋଲି ବିଶ୍ୱାସୀମାନଙ୍କୁ ଶିକ୍ଷା ଦେଲେ।
2
ଏ ବିଷୟରେ ସେମାନଙ୍କ ସହିତ ପାଉଲ ଓ ବର୍ଣ୍ଣବାଙ୍କର ପ୍ରଚଣ୍ଡ ଯୁକ୍ତିତର୍କ ହେବାରୁ, ଏହା ସ୍ଥିର ହେଲା ଯେ, ପାଉଲ, ବର୍ଣ୍ଣବା ଓ ଆଣ୍ଟିୟୋଖର ଆଉ କେତେ ଜଣ ଯିରୂଶାଲମକୁ ଯାଇ ପ୍ରେରିତ ଶିଷ୍ୟ ଓ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନଙ୍କ ସହିତ ଏ ବିଷୟରେ ପରାମର୍ଶ କରିବେ।
3
ମଣ୍ଡଳୀ ସେମାନଙ୍କ ଯାତ୍ରାର ସୁବିଧା କରିଦେଇ ପଠାଇଲା ଏବଂ ସେମାନେ ଫିନିସିଆ ଓ ଶମିରୋଣ ଦେଇ ଯିବା ସମୟରେ ଅଣଇହୁଦୀମାନେ କିପରି ମନ ପରିବର୍ତ୍ତନ କରି ଈଶ୍ୱରପରାୟଣ ହୋଇଛନ୍ତି, ସେ ବିଷୟ ଜଣାଇଲେ; ଏହି ସମ୍ବାଦ ଶୁଣି ବିଶ୍ୱାସୀମାନେ ଅତ୍ୟନ୍ତ ଆନନ୍ଦିତ ହେଲେ।
4
ସେମାନେ ଯିରୂଶାଲମରେ ପହଞ୍ଚିବା ପରେ ମଣ୍ଡଳୀ, ପ୍ରେରିତ ଶିଷ୍ୟ ଓ ମଣ୍ଡଳୀର ନେତାମାନେ ସେମାନଙ୍କୁ ସ୍ୱାଗତ କଲେ। ଈଶ୍ୱର ସେମାନଙ୍କ ଦ୍ୱାରା କରିଥିବା କାର୍ଯ୍ୟ ସମ୍ପର୍କରେ ପାଉଲ ଓ ବର୍ଣ୍ଣବା ସେମାନଙ୍କୁ ଜଣାଇଲେ।
5
କିନ୍ତୁ ଫାରୂଶୀ ମତାବଲମ୍ବୀ କେତେକ ବିଶ୍ୱାସୀ ଠିଆ ହୋଇ କହିଲେ, “ଅଣଇହୁଦୀମାନେ ସୁନ୍ନତ ହେବାକୁ ବାଧ୍ୟ ଏବଂ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ପାଇଁ ସେମାନଙ୍କୁ କୁହାଯିବା ଉଚିତ।”
6
ଏହି ବିଷୟ ଆଲୋଚନା କରିବା ପାଇଁ ପ୍ରେରିତ ଶିଷ୍ୟମାନେ ଓ ମଣ୍ଡଳୀର ନେତାମାନେ ଏକତ୍ରିତ ହେଲେ।
7
ଦୀର୍ଘ ଆଲୋଚନା ପରେ ପିତର ଠିଆ ହୋଇ କହିଲେ, “ଭାଇମାନେ, ତୁମ୍ଭେମାନେ ଜାଣ ଯେ ଅନେକ ଦିନ ପୂର୍ବରୁ ଈଶ୍ୱର ଅଣଇହୁଦୀମାନଙ୍କ ନିକଟରେ ଶୁଭବାର୍ତ୍ତା ପ୍ରଚାର କରି ସେଥିପ୍ରତି ସେମାନଙ୍କର ବିଶ୍ୱାସ ଜନ୍ମାଇବା ପାଇଁ ତୁମ ମଧ୍ୟରୁ ମୋତେ ମନୋନୀତ କରିଥିଲେ।
8
ପୁଣି ସମସ୍ତଙ୍କ ମନର ଚିନ୍ତା ଜାଣିପାରୁଥିବା ଅନ୍ତର୍ଯ୍ୟାମୀ ଈଶ୍ୱର ଆମ୍ଭମାନଙ୍କୁ ଯେପରି ପବିତ୍ରଆତ୍ମା ଦାନ କରିଛନ୍ତି, ଅଣଇହୁଦୀମାନଙ୍କୁ ମଧ୍ୟ ଠିକ୍ ସେହିପରି ଦାନ ଦେଇ ସେମାନଙ୍କୁ ଗ୍ରହଣ କରିଛନ୍ତି।
9
ସେମାନଙ୍କ ଓ ଆମ୍ଭମାନଙ୍କ ମଧ୍ୟରେ ସେ କୌଣସି ପାର୍ଥକ୍ୟ ରଖିନାହାନ୍ତି। ସେମାନଙ୍କ ବିଶ୍ୱାସ ହେତୁ ସେ ସେମାନଙ୍କ ପାପ କ୍ଷମା କରିଛନ୍ତି।
10
ତାହାହେଲେ ଯେଉଁ ବୋଝ ବୋହିବା ପାଇଁ ଆମ ପୂର୍ବପୁରୁଷ ଓ ଆମେ ସମର୍ଥ ହୋଇପାରିଲୁ ନାହିଁ, ତୁମେ ବର୍ତ୍ତମାନ ବିଶ୍ୱାସୀମାନଙ୍କ ପିଠିରେ ତାହା ଲଦି ଦେଇ କାହିଁକି ଈଶ୍ୱରଙ୍କୁ ପରୀକ୍ଷା କରିବାକୁ ଚାହୁଁଛ?
11
ନା, ଏହା ଠିକ୍ ନୁହେଁ। ସେମାନେ ଯେଉଁ ବିଶ୍ୱାସ କରି ପରିତ୍ରାଣ ପାଇଛନ୍ତି, ଆମେ ମଧ୍ୟ ଠିକ୍ ସେହିପରି ବିଶ୍ୱାସ କରି ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ଦ୍ୱାରା ପରିତ୍ରାଣ ପାଇଅଛୁ।”
12
ପାଉଲ ଓ ବର୍ଣ୍ଣବାଙ୍କ ଦ୍ୱାରା ଅଣଇହୁଦୀମାନଙ୍କ ମଧ୍ୟରେ ଈଶ୍ୱର ଯେଉଁ ସବୁ ଅଲୌକିକ କାର୍ଯ୍ୟ ଓ ଆଶ୍ଚର୍ଯ୍ୟ ବିଷୟ ସାଧନ କରିଥିଲେ, ସେମାନଙ୍କଠାରୁ ତାହାର ବିବରଣୀ ଶୁଣି ଦଳର ସମସ୍ତେ ନୀରବ ରହିବେ।
13
ସେମାନେ କହି ସାରିବା ପରେ ଯାକୁବ କହିଲେ, “ହେ ଭାଇମାନେ, ମୋ’ କଥା ଶୁଣ!
14
ଈଶ୍ୱର କିପରି ଅନୁଗ୍ରହ କରି ଅଣଇହୁଦୀମାନଙ୍କ ମଧ୍ୟରୁ କେତେକଙ୍କୁ ତାଙ୍କ ପାଇଁ ମନୋନୀତ କରିଛନ୍ତି, ଶିମୋନ ସେ କଥା ବୁଝାଇ ଦେଇଛନ୍ତି।
15
ଭାବବାଦୀମାନଙ୍କର ବାକ୍ୟ ଏହାକୁ ସଂପୂର୍ଣ୍ଣ ଭାବରେ ସମର୍ଥନ କରୁଛି। ଶାସ୍ତ୍ରରେ ଲେଖାଅଛି;
16
‘ପ୍ରଭୁ କହନ୍ତି, ଏହା ପରେ ମୁଁ ଫେରି ଆସିବି। ଓ ଦାଉଦଙ୍କ ରାଜ୍ୟର ପୁନରୁଦ୍ଧାର କରିବି। ମୁଁ ତାହାର ଧ୍ୱଂସାବଶେଷ ସବୁ ପୁନଃନିର୍ମାଣ କରି ତାହାକୁ ଆଉ ଥରେ ବଳିଷ୍ଠ କରିବି।
17
ସମଗ୍ର ମାନବ ଜାତି ମୋ’ ନିକଟକୁ ଆସିବେ, ଯେଉଁ ଅଣଇହୁଦୀମାନଙ୍କୁ ମୁଁ ଆପଣାର କରିବା ପାଇଁ ଆହ୍ୱାନ କରିଛି, ସେମାନେ ସମସ୍ତେ ମୋର ଆନୁଗତ୍ୟ ସ୍ୱୀକାର କରିବେ।
18
ପ୍ରଭୁ ଏହି କଥା କହିଛନ୍ତି, ବହୁ ପୂର୍ବେ ଏହି କଥା ସେ ପ୍ରକାଶ କରିଥିଲେ’।”
19
ଯାକୁବ ଆହୁରି ମଧ୍ୟ କହିଲେ, “ମୋ’ ମତରେ, ଯେଉଁ ଅଣଇହୁଦୀମାନେ ଈଶ୍ୱରଙ୍କ ପ୍ରତି ଫେରିଛନ୍ତି, ଆମେ ସେମାନଙ୍କୁ ଆଉ ହଇରାଣ କରିବା ନାହିଁ।
20
ବରଂ ସେମାନେ ଯେପରି ପ୍ରତିମାମାନଙ୍କୁ ଉତ୍ସର୍ଗ କରାଯାଇଥିବା କୌଣସି ଅଶୁଚି ଖାଦ୍ୟ ନ ଖାଆନ୍ତି, ଯୌନ ପାପରୁ ନିବୃତ୍ତ ହୁଅନ୍ତି, ଗଳା ଚିପା ଯାଇ ମରା ଯାଇଥିବା ପଶୁର ମାଂସ ଭୋଜନ ନ କରନ୍ତି - ଏ ସବୁ ବିଷୟରେ ପରାମର୍ଶ ଦେଇ ସେମାନଙ୍କ ନିକଟକୁ ଗୋଟିଏ ପତ୍ର ଲେଖିବା।
21
କାରଣ ବହୁଦିନ ଧରି ପ୍ରତ୍ୟେକ ବିଶ୍ରାମବାରରେ ଉପାସନା ଗୃହମାନଙ୍କରେ ମୋଶାଙ୍କ ବ୍ୟବସ୍ଥା ପଠିତ ହେଉଅଛି ଓ ପ୍ରତ୍ୟେକ ସହରରେ ତାଙ୍କର ବାକ୍ୟ ପ୍ରଚାରିତ ହେଉଅଛି।
22
ପରେ ପ୍ରେରିତ ଶିଷ୍ୟ ଓ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନେ, ତଥା ମଣ୍ଡଳୀର ସମସ୍ତେ, ଦଳର କେତେକ ଲୋକଙ୍କୁ ମନୋନୀତ କରି ପାଉଲ ଓ ବର୍ଣ୍ଣବାଙ୍କ ସହିତ ସେମାନଙ୍କୁ ଆଣ୍ଟିୟୋଖକୁ ପଠାଇବା ପାଇଁ ସ୍ଥିର କଲେ। ବର୍ଶବା ନାମରେ ପରିଚିତ ଯିହୁଦା ଓ ଶୀଲା ବିଶ୍ୱାସୀମାନଙ୍କ ମଧ୍ୟରେ ବିଶେଷ ସମ୍ମାନିତ ଥିଲେ।
23
ବିଶ୍ୱାସୀମାନେ ନିମ୍ନଲିଖିତ ପତ୍ରଟି ଏହି ଦୁଇଜଣଙ୍କ ହାତରେ ପଠାଇଲେ। “ଆଣ୍ଟିୟୋଖ, ସିରିଆ ଓ ସିଲିଷୀଆର ଅଣଇହୁଦୀମାନଙ୍କ ମଧ୍ୟରୁ ଆସିଥିବା ଭାଇମାନଙ୍କୁ ପ୍ରେରିତ ଶିଷ୍ୟମାନେ ଓ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନେ ନମସ୍କାର ଜଣାଉଛନ୍ତି।
24
ଆମ୍ଭେମାନେ ଶୁଣୁଛୁ ଯେ, ଆମ ଦଳରୁ କେତେକ ଲୋକ ତୁମ ନିକଟକୁ ଯାଇ ଯାହା କହିଛନ୍ତି, ତଦ୍ଦ୍ୱାରା ସେମାନେ ତୁମ୍ଭମାନଙ୍କୁ ବିଚିତ୍ର ଓ ବିଚଳିତ କରିଛନ୍ତି। କିନ୍ତୁ ଏ ବିଷୟରେ ଆମେ ସେମାନଙ୍କୁ କୌଣସି ନିର୍ଦ୍ଦେଶ ଦେଇ ନାହୁଁ।
25
ତେଣୁ ଆମେ ସମସ୍ତେ ଏକ ମତ ହୋଇ କେତେ ଜଣ ସମ୍ବାଦ ବାହାକଙ୍କୁ ମନୋନୀତ କରି ତୁମ୍ଭମାନଙ୍କ ନିକଟକୁ ପଠାଇବା ପାଇଁ ସ୍ଥିର କରିଛୁ। ସେମାନେ ଆମ ପ୍ରିୟ ବନ୍ଧୁ ବର୍ଣ୍ଣବା ଓ ପାଉଲଙ୍କ ସହିତ ଯିବେ।
26
ଏହି ବନ୍ଧୁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସେବାରେ ନିଜ ଜୀବନକୁ ବିପନ୍ନ କରିଛନ୍ତି।
27
ଆମେ ଯିହୁଦା ଓ ଶୀଲାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଉଛୁ। ଆମେ ଯାହା ଲେଖୁଛୁ, ସେମାନେ ବ୍ୟକ୍ତିଗତଭାବେ ତାହା ତୁମ୍ଭମାନଙ୍କୁ କହିବେ।
28
କେତୋଟି ଆବଶ୍ୟକୀୟ ନିୟମ ବ୍ୟତୀତ ତୁମ ଉପରେ ଆଉ କୌଣସି ଭାର ନ ପକାଇବା ପାଇଁ ଆମେ ପବିତ୍ରଆତ୍ମାଙ୍କଠାରୁ ନିର୍ଦ୍ଦେଶ ପାଇଛୁ।
29
ସେହି କେତୋଟି ନିୟମ ହେଲା: ପ୍ରତିମାମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଥିବା କୌଣସି ଖାଦ୍ୟ ଭୋଜନ କରିବ ନାହିଁ, ରକ୍ତ ପାନ କରିବ ନାହିଁ, ଗଳା ଚିପାଯାଇ ମରା ଯାଇଥିବା କୌଣସି ଜୀବର ମାଂସ ଭୋଜନ କରିବ ନାହିଁ ଏବଂ ଯୌନ ପାପରୁ ନିବୃତ୍ତ ହେବ। ଏହି ସବୁ କାର୍ଯ୍ୟ ନ କରିବା ପାଇଁ ସତର୍କ ରହିଲେ, ତୁମର ମଙ୍ଗଳ ହେବ। ଆମର ଶୁଭେଚ୍ଛା ଗ୍ରହଣ କର।”
30
ଯେଉଁ ସମ୍ବାଦ ବାହକମାନଙ୍କୁ ପଠାଯାଇଥିଲା, ସେମାନେ ଆଣ୍ଟିୟୋଖକୁ ଯାଇ ବିଶ୍ୱାସୀମାନଙ୍କର ସମଗ୍ର ଦଳକୁ ଏକତ୍ରିତ କରି ଏହି ପତ୍ରଟି ଦେଲେ।
31
ସେଠାକାର ବିଶ୍ୱାସୀମାନେ ଚିଠିଟିର ଉତ୍ସାହଜନକ ବାର୍ତ୍ତା ପଢ଼ି ଆନନ୍ଦରେ ପରିପୂର୍ଣ୍ଣ ହେଲେ।
32
ଯିହୁଦା ଓ ଶୀଲା ନିଜେ ଭାବବାଦୀ ଥିଲେ ଏବଂ ସେମାନେ ଆଣ୍ଟିୟୋଖର ବିଶ୍ୱାସୀମାନଙ୍କୁ ଅନେକ ସମୟ ପର୍ଯ୍ୟନ୍ତ ଉଦ୍ବୋଧନ ଦେଇ ସେମାନଙ୍କ ବିଶ୍ୱାସକୁ ଦୃଢ଼ କଲେ।
33
ସେଠାରେ କିଛି ସମୟ ଅତିବାହିତ କରିବା ପରେ ଯେଉଁମାନେ ସେମାନଙ୍କୁ ପଠାଇଥିଲେ, ସେମାନଙ୍କ ନିକଟକୁ ଫେରିଯିବା ପାଇଁ ବିଶ୍ୱାସୀମାନେ ସେମାନଙ୍କୁ ଶାନ୍ତିରେ ବିଦାୟ ଦେଲେ।
35
ପାଉଲ ଓ ବର୍ଣ୍ଣବା ଆଣ୍ଟିୟୋଖରେ କିଛି କାଳ ଅତିବାହିତ କରି ଅନେକଙ୍କ ସହିତ ମିଳିମିଶି ପ୍ରଭୁଙ୍କ ବାକ୍ୟ ପ୍ରଚାର କଲେ ଓ ଶିକ୍ଷା ଦେଲେ।
36
କିଛିଦିନ ପରେ ପାଉଲ ବର୍ଣ୍ଣବାଙ୍କୁ କହିଲେ, “ଚାଲ, ଆମେ ଫେରିଯିବା, ପ୍ରତି ସହରରେ ଯେଉଁ ଭାଇମାନଙ୍କୁ ପ୍ରଭୁଙ୍କ ବାକ୍ୟ ଶୁଣାଇଥିଲୁ, ସେମାନଙ୍କୁ ଭେଟିବା ଓ ସେମାନେ କିପରି ଅଛନ୍ତି, ବୁଝିବା।
37
ବର୍ଣ୍ଣବା ସେମାନଙ୍କ ସାଙ୍ଗରେ ଯୋହନ ନାମରେ ପରିଚିତ ମାର୍କଙ୍କୁ ନେବା ପାଇଁ ଇଚ୍ଛା କରିଥିଲେ,
38
କିନ୍ତୁ ପାଉଲ ତାଙ୍କୁ ନେବା ଉଚିତ ମନେ କଲେ ନାହିଁ; କାରଣ ସେ ପୂର୍ବ ଯାତ୍ରାରେ କାର୍ଯ୍ୟ ଶେଷ ହେବାଯାଏ ସେମାନଙ୍କ ସହିତ ନ ରହି ସେମାନଙ୍କୁ ପାମ୍ପିଲିଆରେ ଛାଡ଼ି ଚାଲି ଯାଇଥିଲେ।
39
ଏ ବିଷୟରେ ଭୀଷଣ ଯୁକ୍ତିତର୍କ ହେଲା ଓ ସେମାନଙ୍କର ବିଚ୍ଛେଦ ହେଲା। ବର୍ଣ୍ଣବା ମାର୍କଙ୍କୁ ନେଇ ସାଇପ୍ରସ୍ଙ୍କୁ ଜଳଯାତ୍ରା କଲେ।
40
କିନ୍ତୁ ପାଉଲ ଶୀଲାଙ୍କୁ ମନୋନୀତ କଲେ ଓ ବିଶ୍ୱାସୀମାନଙ୍କ ଦ୍ୱାର ପ୍ରଭୁଙ୍କଠାରେ ସମର୍ପିତ ହୋଇ ବିଦାୟ ନେଲେ।
41
ସେ ମଣ୍ଡଳୀଗୁଡ଼ିକୁ ବଳିଷ୍ଠ କରି ସିରିଆ ଓ ସିଲିଷୀଆ ମଧ୍ୟ ଦେଇ ଯାତ୍ରା କଲେ।
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 16 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28