bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Acts 11
Acts 11
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 12 →
1
ଅଣଇହୁଦୀମାନେ ମଧ୍ୟ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିଛନ୍ତି ବୋଲି ପ୍ରେରିତ ଶିଷ୍ୟମାନେ ଓ ଯିହୁଦା ପ୍ରଦେଶସ୍ଥ ଅନ୍ୟ ବିଶ୍ୱାସୀମାନେ ଶୁଣିଲେ।
2
ପିତର ଯେତେବେଳେ ଯିରୂଶାଲମକୁ ଗଲେ, ଅଣଇହୁଦୀମାନଙ୍କୁ ସୁନ୍ନତ କରିବା ସପକ୍ଷରେ ଥିବା ଲୋକମାନେ ତାଙ୍କୁ ସମାଲୋଚନା କରି କହିଲେ,
3
“ଆପଣ ଅସୁନ୍ନତ ଅଣଇହୁଦୀମାନଙ୍କ ଗୃହରେ ଅତିଥି ହେଲେ, ଏପରି କି ସେମାନଙ୍କ ସହିତ ଭୋଜନ କଲେ।”
4
କିନ୍ତୁ ଆରମ୍ଭରୁ ଯାହା ଯାହା ଘଟିଥିଲା, ପିତର ସେମାନଙ୍କୁ ତାହରା ସଂପୂର୍ଣ୍ଣ ବିବରଣୀ ଦେବାକୁ ଯାଇ କହିଲେ:
5
“ମୁଁ ଯୋପ୍ପା ନଗରରେ ପ୍ରାର୍ଥନା କରୁଥିବା ସମୟରେ ଗୋଟିଏ ଦର୍ଶନ ପାଇଲି। ଏକ ବଡ଼ ଚାଦର ଚାରିକୋଣରୁ ଝୁଲା ହୋଇ ଆକାଶରୁ ତଳକୁ ଖସୁଥିବାର ମୁଁ ଦେଖିଲି, ତାହା ମୋ’ ନିକଟରେ ଅଟକିଗଲା।
6
ମୁଁ ଭଲଭାବେ ଭିତରକୁ ନିରୀକ୍ଷଣ କରି ତାହା ମଧ୍ୟରେ ଚତୁଷ୍ପଦ ପ୍ରାଣୀ, ଅନ୍ୟ ପଶୁ, ସରୀସୃପ ଓ ବନ୍ୟ ପକ୍ଷୀମାନଙ୍କୁ ଦେଖିଲି।
7
ତା’ପରେ ମୁଁ ଏହି ବାଣୀ ଶୁଣିଲି, ‘ପିତର! ଉଠ, ବଧ କରି ଭୋଜନ କର।’
8
କିନ୍ତୁ ମୁଁ ଉତ୍ତର ଦେଲି, ‘ନା ପ୍ରଭୁ! ମୁଁ ପାରିବି ନାହିଁ। ଏପର୍ଯ୍ୟନ୍ତ କୌଣସି ଅଶୁଚି ବା ଅପବିତ୍ର ଖାଦ୍ୟ ମୋ’ ମୁଖ ସ୍ପର୍ଶ କରି ନାହିଁ।
9
ସ୍ୱର୍ଗରୁ ଆଉ ଥରେ ଏହି ବାଣୀ ହେଲା, ‘ଈଶ୍ୱର ଯାହାକୁ ଶୁଚି କରିଛନ୍ତି, ତୁମେ ତାହାକୁ ଅଶୁଚି ମନେ କର ନାହିଁ।’
10
ତିନି ଥର ଏହିପରି ହେଲା, ଶେଷରେ ସେହି ସମସ୍ତ ପ୍ରାଣୀଙ୍କୁ ଆକାଶକୁ ଉଠାଇ ନିଆଗଲା।
11
ଠିକ୍ ସେହି ମୁହୂର୍ତ୍ତରେ, ସିସେରିଆରୁ ମୋ’ ପାଖକୁ ପ୍ରେରିତ ତିନି ଜଣ ଲୋକ ମୁଁ ଯେଉଁ ଘରେ ରହୁଥିଲି, ସେଠାରେ ପହଞ୍ଚିଲେ।
12
ବିନା ଦ୍ୱିଧାରେ ସେମାନଙ୍କ ସହିତ ଯିବା ପାଇଁ ପବିତ୍ରଆତ୍ମା ମୋତେ ନିର୍ଦ୍ଦେଶ ଦେଲେ। ଯୋପ୍ପାରେ ଏହି ଛଅ ଜଣ ବିଶ୍ୱାସୀ ଭାଇ ମୋ’ ସହିତ ସିସେରିଆକୁ ଗଲେ ଓ ଆମେ ସମସ୍ତେ କର୍ଣ୍ଣୀଲିୟଙ୍କ ଘରେ ପହଞ୍ଚିଲୁ।
13
ତାଙ୍କ ଘରେ ସେ କିପରି ସ୍ୱର୍ଗଦୂତଙ୍କ ଦର୍ଶନ ପାଇଥିଲେ, ସେ ବିଷୟ ଆମକୁ ଜଣାଇଲେ। ସ୍ୱର୍ଗଦୂତ ତାଙ୍କୁ କହିଥିଲେ, “ଯୋପ୍ପାରେ ଥିବା ଶିମୋନ ପିତର ନାମରେ ଜଣେ ବ୍ୟକ୍ତିଙ୍କୁ ଆଣିବା ପାଇଁ ଲୋକ ପଠାଅ।
14
ସେ ଆସି ତୁମ୍ଭମାନଙ୍କୁ ଶିକ୍ଷା ଦେବେ ଓ ତଦ୍ଦ୍ୱାରା ତୁମେ ଓ ତୁମର ପରିବାର ପରିତ୍ରାଣ ପାଇବ।’
15
ଆଉ ମୁଁ ଯେତେବେଳେ ଶିକ୍ଷା ଦେବାକୁ ଆରମ୍ଭ କଲି, ପୂର୍ବେ ପବିତ୍ରଆତ୍ମା ଯେପରି ଆମ ଉପରେ ଅବତରଣ କରିଥିଲେ, ସେହିପରି ସେମାନଙ୍କ ଉପରେ ଅବତରଣ କଲେ।
16
ତା’ପରେ ମୁଁ ପ୍ରଭୁଙ୍କର ଏହି ବାକ୍ୟ ସ୍ମରଣ କଲି: ‘ଯୋହନ ଜଳଳେ ଦୀକ୍ଷା ଦେଲେ, କିନ୍ତୁ ତୁମ୍ଭେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଦୀକ୍ଷିତ ହେବ।’
17
ଏହା ସୁସ୍ପଷ୍ଟ ଯେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଈଶ୍ୱର ଆମକୁ ଯେଉଁ ଦାନ ଦେଇଥିଲେ, ଅଣଇହୁଦୀମାନଙ୍କୁ ମଧ୍ୟ ସେହି ଦାନ ଦେଇଛନ୍ତି; ମୁଁ ବା କିଏ ଯେ ଈଶ୍ୱରଙ୍କ ଏହି କାର୍ଯ୍ୟକୁ ପ୍ରତିରୋଧ କରିବି!”
18
ସେମାନେ ଏହା ଶୁଣିବା ପରେ ଆଉ ସମାଲୋଚନା ନ କରି ଈଶ୍ୱରଙ୍କ ପ୍ରଶଂସା କରି କହିଲେ, “ତା’ ହେଲେ ଈଶ୍ୱର ଅଣଇହୁଦୀମାନଙ୍କୁ ମଧ୍ୟ ଅନୁତାପ କରିବାକୁ ଓ ବଞ୍ଚିବା ପାଇଁ ସୁଯୋଗ ଦେଇଛନ୍ତି।”
19
ସ୍ତିଫାନଙ୍କ ମୃତ୍ୟୁ ପରେ ବିଶ୍ୱାସୀମାନେ ଉତ୍ପୀଡ଼ିତ ହୋଇ ଛିନ୍ନଭିନ୍ନ ହେଉଥିବା ସମୟରେ ସେମାନଙ୍କ ମଧ୍ୟରୁ କେତେକ କେବଳ ଇହୁଦୀମାନଙ୍କ ନିକଟରେ ପ୍ରଚାର କରି, ଫିନୀସିଆ, ସାଇପ୍ରସ୍ ଓ ଆଣ୍ଟିୟୋଖ ପର୍ଯ୍ୟନ୍ତ ଗଲେ।
20
କିନ୍ତୁ ସାଇପ୍ରସ୍ ଓ କୁରୁଣୀର ଅନ୍ୟ କେତେକ ବିଶ୍ୱାସୀ ଆଣ୍ଟିୟୋଖକୁ ଯାଇ ଅଣଇହୁଦୀମାନଙ୍କ ନିକଟରେ ପ୍ରଭୁ ଯୀଶୁଙ୍କର ଶୁଭବାର୍ତ୍ତା ପ୍ରଚାର କଲେ।
21
ଈଶ୍ୱରଙ୍କ ଶକ୍ତି ସେମାନଙ୍କ ସହିତ ଥିଲା ଓ ବହୁସଂଖ୍ୟକ ଲୋକ ବିଶ୍ୱାସ କରି ପ୍ରଭୁଙ୍କ ପ୍ରତି ମନ ଫେରାଇଲେ।
22
ଯେତେବେଳେ ଏହି ସମ୍ବାଦ ଯିରୂଶାଲମରେ ପହଞ୍ଚିଲା, ସେମାନେ ବର୍ଣ୍ଣବାଙ୍କୁ ଆଣ୍ଟିୟୋଖ ପଠାଇଲେ।
23
ସେ ସେଠାରେ ପହଞ୍ଚି ଈଶ୍ୱର ସେହି ଲୋକମାନଙ୍କୁ କିପରି ଆଶୀର୍ବାଦ କରିଛନ୍ତି, ତା’ ଦେଖି ଆନନ୍ଦିତ ହେଲେ ଓ ସର୍ବାନ୍ତଃକରଣରେ ପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ରହି ସଦାଚରଣ କରିବା ପାଇଁ ସେମାନଙ୍କୁ ଉଦ୍ବୋଧନ ଦେଲେ।
24
ବର୍ଣ୍ଣବା ପବିତ୍ରଆତ୍ମା ଓ ବିଶ୍ୱାସରେ ପରିପୂର୍ଣ୍ଣ ଜଣେ ଧାର୍ମିକ ବ୍ୟକ୍ତି ଥିଲେ। ତାଙ୍କ ପ୍ରଚାର ଦ୍ୱାରା ଅନେକ ଲୋକ ପ୍ରଭୁଙ୍କ ନିକଟବର୍ତ୍ତୀ ହେଲେ।
25
ତା’ପରେ ବର୍ଣ୍ଣବା ଶାଉଲଙ୍କୁ ଅନ୍ୱେଷଣ କରିବା ପାଇଁ ତାର୍ଷସକୁ ଗଲେ।
26
ସେଠାରେ ତାଙ୍କୁ ପାଇ ଆଣ୍ଟିୟୋଖକୁ ନେଇ ଆସିଲେ। ପୁଣି ପୂରା ଏକବର୍ଷ ଯାଏ - ଏହି ଦୁଇ ଜଣ ସ୍ଥାନୀୟ ମଣ୍ଡଳୀର ବିଶ୍ୱାସୀମାନଙ୍କ ସହିତ ମିଳିତ ହୋଇ ବହୁସଂଖ୍ୟକ ଲୋକଙ୍କୁ ଶିକ୍ଷା ଦେଲେ। ଏହି ଆଣ୍ଟିୟୋଖର ବିଶ୍ୱାସୀମାନଙ୍କୁ ଲୋକେ ପ୍ରଥମେ ଖ୍ରୀଷ୍ଟିୟାନ ବୋଲି ସମ୍ବୋଧନ କରିଥିଲେ।
27
ସେହି ସମୟରେ ଯିରୂଶାଲମରୁ କେତେକ ଭାବବାଦୀ ଆଣ୍ଟିୟୋଖକୁ ଗଲେ।
28
ସେମାନଙ୍କ ମଧ୍ୟରୁ ଆଗାବ ନାମକ ଜଣେ ଲୋକ ଆତ୍ମାଙ୍କ ଶକ୍ତିରେ ପୂର୍ଣ୍ଣ ହୋଇ ସମଗ୍ର ପୃଥିବୀରେ ଏକ ଭୟଙ୍କର ଦୁର୍ଭିକ୍ଷ ହେବ ବୋଲି ଭବିଷ୍ୟ ବାଣୀ ଶୁଣାଇଲେ। (ସମ୍ରାଟ କ୍ଳଡିୟସ୍ଙ୍କ ସମୟରେ ଏହା ଘଟିଥିଲା।)
29
ଶିଷ୍ୟମାନେ ଯିହୁଦାରେ ବାସ କରୁଥିବା ବିଶ୍ୱାସୀ ଭାଇମାନଙ୍କ ପାଖକୁ ସେମାନଙ୍କ ସାଧ୍ୟାନୁଯାୟୀ ସାହାଯ୍ୟ ପଠାଇବେ ବୋଲି ସ୍ଥିର କଲେ।
30
ସେମାନେ ଅର୍ଥ ସଂଗ୍ରହ କରି ବର୍ଣ୍ଣବା ଓ ଶାଉଲଙ୍କ ହାତରେ ମଣ୍ଡଳୀର ସେବକମାନଙ୍କ ନିକଟକୁ ତାହା ପଠାଇ ଦେଲେ।
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 12 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
Recommended Reading
Commentary
Acts Commentaries
→
Devotional
Acts Devotional Guide
→
Get This Bible
CL Study Bible
→