bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Acts 14
Acts 14
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 15 →
1
ଇକନିୟରେ ସେହି ଘଟଣାର ପୁନରାବୃତ୍ତି ହେଲା: ପାଉଲ ଓ ବର୍ଣ୍ଣବା ଉପାସନା ଗୃହକୁ ଯାଇ ଏପରିଭାବେ ପ୍ରଚାର କଲେ ଯେ ବହୁସଂଖ୍ୟକ ଇହୁଦୀ ଓ ଅଣଇହୁଦୀମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲେ।
2
କିନ୍ତୁ ଅବିଶ୍ୱାସୀ ଇହୁଦୀମାନେ ଅଣଇହୁଦୀମାନଙ୍କୁ ବିଭ୍ରାନ୍ତ କରି ସେମାନଙ୍କୁ ବିଶ୍ୱାସୀମାନଙ୍କ ବିରୁଦ୍ଧରେ ମତାଇଲେ।
3
ତଥାପି ପ୍ରେରିତ ଶିଷ୍ୟମାନେ ପ୍ରଭୁଙ୍କ ବିଷୟରେ ଦୃଢ଼ ଭାବରେ ପ୍ରଚାର କରି ଅନେକ ଦିନ ସେଠାରେ ରହିଲେ। ଅଲୌକିକ କାର୍ଯ୍ୟ ଓ ଆଶ୍ଚର୍ଯ୍ୟ କର୍ମମାନ ସାଧନ କରିବା ଦ୍ୱାରା ସେମାନେ ପ୍ରମାଣ କଲେ ଯେ, ଈଶ୍ୱରଙ୍କ ଦୟା ବିଷୟରେ ସେମାନଙ୍କର ପ୍ରଚାରିତ ବାର୍ତ୍ତା ବାସ୍ତବିକ ସତ୍ୟ।
4
ନଗରର ଲୋକମାନେ ଦୁଇ ଦଳରେ ବିଭକ୍ତ ହେଲେ। ସେମାନଙ୍କ ମଧ୍ୟରୁ କେତେ ଜଣ ଇହୁଦୀମାନଙ୍କୁ ଓ ଆଉ କେତେକ ପ୍ରେରିତ ଶିଷ୍ୟମାନଙ୍କୁ ସମର୍ଥନ କଲେ।
5
ତା’ପରେ କେତେକ ଅଣଇହୁଦୀ ଓ ଇହୁଦୀମାନେ ସେମାନଙ୍କ ନେତାମାନଙ୍କ ସହିତ ଏକଜୁଟ ହୋଇ ପ୍ରେରିତ ଶିଷ୍ୟମାନଙ୍କ ପ୍ରତି ଦୁର୍ବ୍ୟବହାର କରିବା ପାଇଁ ଓ ସେମାନଙ୍କୁ ପ୍ରସ୍ତରାଘାତ କରି ମାରି ଦେବା ପାଇଁ ସ୍ଥିର କଲେ।
6
ପ୍ରେରିତ ଶିଷ୍ୟମାନେ ଏ ବିଷୟ ଜାଣିପାରି ଲୁକାନିଆର ଲୁସ୍ତ୍ରା ଓ ଦର୍ବୀ ନଗରକୁ ଓ ତା’ ଚାରିପଟେ ଥିବା ଅଞ୍ଚଳକୁ ପଳାଇଗଲେ ଏବଂ
7
ସେଠାରେ ଶୁଭବାର୍ତ୍ତା ପ୍ରଚାର କଲେ।
8
ଲୁସ୍ତ୍ରାରେ ଜଣେ ଜନ୍ମରୁ ଖଞ୍ଜ ଲୋକ ଥିଲା। ସେ ଆଦୌ ଚାଲିପାରୁ ନ ଥିଲା।
9
ସେଠାରେ ବସି ସେ ପାଉଲଙ୍କ ଶିକ୍ଷା ଶୁଣୁଥିଲା। ତା’ ମନରେ ବିଶ୍ୱାସ ଜନ୍ମିଛି ଓ ସେ ସୁସ୍ଥ ହୋଇପାରିବ ବୋଲି ପାଉଲ ଜାଣିପାରିଲେ।
10
ତେଣୁ ତା’ ଆଡ଼କୁ ସ୍ଥିର ଦୃଷ୍ଟିରେ ଚାହିଁ ପାଉଲ ଉଚ୍ଚ ସ୍ୱରରେ କହିଲେ, “ପାଦରେ ଭାର ଦେଇ ସିଧା ଠିଆ ହୁଅ!” ଲୋକଟି ଡେଇଁ ପଡ଼ି ଚାରିପଟେ ଚାଲିବାକୁ ଲାଗିଲା।
11
ଉପସ୍ଥିତ ଜନତା ପାଉଲଙ୍କ ଏହି କାର୍ଯ୍ୟ ଦେଖି ସେମାନଙ୍କ ଲୁକାଅନିଆ ଭାଷାରେ ଚିକ୍ରାର କରି କହିବାକୁ ଲାଗିଲେ, “ଦେବତାମାନେ ମନୁଷ୍ୟ ରୂପରେ ଆମ୍ଭମାନଙ୍କ ମଧ୍ୟକୁ ଆସିଛନ୍ତି।”
12
ସେମାନେ ବର୍ଣ୍ଣବାଙ୍କୁ ଜିଅସ୍ ବା ଦେବାଧିଦେବ ଓ ପାଉଲ ପ୍ରଧାନ ବକ୍ତା ଥିବାରୁ ତାଙ୍କୁ ହେରମିସ୍ ବା ବାକ୍ ଦେବତା ବୋଲି କହିଲେ।
13
ସହର ବାହାରେ ଥିବା ଜିଅସ୍ ମନ୍ଦିରର ପୁରୋହିତ, ଫାଟକ ପାଖକୁ କେତେକ ବୃକ୍ଷ ଓ ପୁଷ୍ପ ଆଣିଲେ, କାଣ ସେ ଓ ସେଠାରେ ସମବେତ ହୋଇଥିବା ଲୋକମାନେ ପ୍ରେରିତ ଶିଷ୍ୟମାନଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରିବା ପାଇଁ ଇଚ୍ଛା କରିଥିଲେ।
14
ସେମାନେ ଯେଉଁ କାର୍ଯ୍ୟ କରିବାକୁ ଯାଉଥିଲେ, ବର୍ଣ୍ଣବା ଓ ପାଉଲ ତାହା ଶୁଣିବା କ୍ଷଣି ନିଜର ବସ୍ତ୍ର ଚିରି ପକାଇଲେ, ଜନତା ଭିତରକୁ ଦୌଡ଼ି ଯାଇ ଚିକ୍ରାର କରି କହିଲେ,
15
“ତୁମ୍ଭେମାନେ କାହିଁକି ଏହା କରୁଛ? ଆମେ ତୁମ ପରି ମନୁଷ୍ୟ ମାତ୍ର। ତୁମ ନିକଟରେ ଶୁଭ ବାର୍ତ୍ତା ପ୍ରଚାର କରିବା ପାଇଁ ଓ ଏହି ଅସାର ବିଷୟଠାରୁ ନିବୃତ୍ତ ହୋଇ, ଆକାଶ, ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁର ସୃଷ୍ଟିକର୍ତ୍ତା ଜୀବନ୍ତ ଈଶ୍ୱରଙ୍କ ପ୍ରତି ତୁମ୍ଭମାନଙ୍କୁ ଆକୃଷ୍ଟ କରିବା ପାଇଁ ଆମେ ଏଠାକୁ ଆସିଅଛୁ।
16
ଅତୀତରେ ସ୍ୱଇଚ୍ଛାରେ ନିଜ ପଥରେ ଯିବା ପାଇଁ ଈଶ୍ୱର ଲୋକମାନଙ୍କୁ ଛାଡ଼ି ଦେଇଥିଲେ।
17
କିନ୍ତୁ ତାଙ୍କର ସକଳ ଉତ୍ତମ କାର୍ଯ୍ୟ ଦ୍ୱାରା ସେ ସର୍ବଦା ତାଙ୍କର ଅସ୍ତିତ୍ୱର ସୂଚନା ଦେଇଛନ୍ତି; ସେ ଆକାଶରୁ ବୃଷ୍ଟି ଓ ଉପଯୁକ୍ତ ସମୟରେ ଫସଲ ଦିଅନ୍ତି, ଖାଦ୍ୟ ଯୋଗାନ୍ତି ଓ ଆନନ୍ଦରେ ତୁମ ହୃଦୟ ପୂର୍ଣ୍ଣ କରନ୍ତି।”
18
ଏହିସବୁ କଥା କହି ପ୍ରେରିତ ଶିଷ୍ୟମାନେ କୌଣସିମତେ ବଳି ଉତ୍ସର୍ଗ କରିବାରୁ ସେମାନଙ୍କୁ ନିବୃତ୍ତ କଲେ।
19
ପିସିଦିଆର ଆଣ୍ଟିୟୋଖ ଓ ଇକନିୟରୁ କେତେକ ଇହୁଦୀ ଆସିଥିଲେ, ସେମାନେ ଜନତାକୁ ମତାଇ ପାଉଲଙ୍କୁ ପ୍ରସ୍ତରାଘାତ କଲେ ଓ ତାଙ୍କୁ ମୃତ ବୋଲି ଭାବି ସହର ବାହାରକୁ ଘୋଷାରି ନେଲେ।
20
କିନ୍ତୁ ଶିଷ୍ୟମାନେ ଆସି ତାଙ୍କ ଚାରିପଟେ ଘେରି ଠିଆ ହେବା ପରେ ସେ ଉଠି ସହରକୁ ଫେରିଗଲେ। ତା’ ପରଦିନ ସେ ଓ ବର୍ଣ୍ଣବା ଦର୍ବୀକୁ ଗଲେ।
21
ପାଉଲ ଓ ବର୍ଣ୍ଣବା ଦର୍ବୀରେ ଶୁଭବାର୍ତ୍ତା ପ୍ରଚାର କରି ଅନେକ ଶିଷ୍ୟଙ୍କୁ ଲାଭ କଲେ। ତା’ପରେ ସେମାନେ ଲୁସ୍ତ୍ରା, ଦର୍ବୀ, ଇକନିୟ ଓ ପିସିଦିଆର ଆଣ୍ଟିୟୋଖକୁ ଫେରିଗଲେ।
22
ସେମାନେ ବିଶ୍ୱାସୀମାନଙ୍କୁ ନିଜ ବିଶ୍ୱାସରେ ଦୃଢ଼ ରହିବା ପାଇଁ ଉତ୍ସାହିତ କଲେ। ସେମାନେ ଶିକ୍ଷା ଦେଇ କହିଲେ, “ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ ଆମକୁ ବହୁ ଦୁଃଖକଷ୍ଟ ମଧ୍ୟଦେଇ ଗତି କରିବାକୁ ହେବ।”
23
ପ୍ରତ୍ୟେକ ମଣ୍ଡଳୀରେ ସେମାନେ ହସ୍ତାର୍ପଣ କରି ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନଙ୍କୁ ନିଯୁକ୍ତ କଲେ ଓ ଯେଉଁ ପ୍ରଭୁଙ୍କଠାରେ ସେମାନେ ବିଶ୍ୱାସ ସ୍ଥାପନ କରିଥିଲେ, ପ୍ରାର୍ଥନା ଓ ଉପବାସ ସହିତ ସେମାନଙ୍କୁ ସେହି ପ୍ରଭୁଙ୍କ ନିକଟରେ ସମର୍ପଣ କଲେ।
24
ପିସିଦିଆ ଦେଇ ସେମାନେ ପାମ୍ପିଲିଆକୁ ଆସିଲେ।
25
ସେଠାରେ ପର୍ଗାରେ ପ୍ରଚାର କରି ଆତ୍ତାଲିଆକୁ ଗଲେ।
26
ସେଠାରୁ ସେମାନେ ଜଳପଥରେ ଆଣ୍ଟିୟୋଖକୁ ଫେରି ଆସିଲେ। ଏହି ଆଣ୍ଟିୟୋଖରେ ବର୍ତ୍ତମାନ ସାଧିତ ହୋଇଥିବା କାର୍ଯ୍ୟ ନିମନ୍ତେ ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ସେମାନେ ସମର୍ପିତ ହୋଇଥିଲେ।
27
ସେମାନେ ଆଣ୍ଟିୟୋଖରେ ପହଞ୍ଚି ମଣ୍ଡଳୀର ଲୋକମାନଙ୍କୁ ଏକତ୍ରିତ କଲେ। ଈଶ୍ୱର ସେମାନଙ୍କ ପ୍ରତି ଯାହାସବୁ କରିଥିଲେ ଓ ଅଣଇହୁଦୀମାନଙ୍କ ବିଶ୍ୱାସ ପାଇଁ କିପରି ପଥ ଉନ୍ମୁକ୍ତ କରିଥିଲେ, ସେସବୁ ସେମାନଙ୍କୁ ଜଣାଇଲେ।
28
ସେଠାରେ ବିଶ୍ୱାସୀମାନଙ୍କ ସହିତ ସେ ଅନେକ ଦିନ ରହିଲେ।
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 15 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
Recommended Reading
Commentary
Acts Commentaries
→
Devotional
Acts Devotional Guide
→
Get This Bible
CL Study Bible
→