bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Chronicles 10
1 Chronicles 10
Odia Bible ERV 2004 (ପବିତ୍ର ବାଇବଲ)
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 11 →
1
ରାଜା ଶାଉଲଙ୍କ ମୃତ୍ୟୁ ପଲେଷ୍ଟୀୟ ଲୋକମାନେ ଇସ୍ରାଏଲ ଲୋକମାନଙ୍କର ବିରୁଦ୍ଧରେ ଯୁଦ୍ଧ କଲେ। ଇସ୍ରାଏଲ ଲୋକମାନେ ପଲେଷ୍ଟୀୟମାନଙ୍କ ନିକଟରୁ ପଳାୟନ କଲେ। ଅନେକ ଇସ୍ରାଏଲୀୟ ଲୋକ ଗିଲ୍ବୋୟ ପର୍ବତ ଉପରେ ନିହତ ହେଲେ।
2
ପଲେଷ୍ଟୀୟମାନେ ଶାଉଲ ଓ ତାଙ୍କ ପୁତ୍ରମାନଙ୍କ ପଛେ ପଛେ ଗୋଡ଼ାଇଲେ। ସେମାନେ ସେମାନଙ୍କୁ ଧରି ହତ୍ୟା କଲେ। ପଲେଷ୍ଟୀୟମାନେ ଶାଉଲଙ୍କ ପୁତ୍ର ଯୋନାଥନ, ଅବୀନାଦବ ଓ ମଲ୍କୀଶୂୟଙ୍କୁ ଧରି ହତ୍ୟା କଲେ।
3
ଶାଉଲଙ୍କ ଚତୁର୍ଦ୍ଦିଗରେ ଯୁଦ୍ଧ କ୍ରମେ ପ୍ରବଳତର ହେବାକୁ ଲାଗିଲା। ଏବଂ ଧନୁର୍ଦ୍ଧରମାନେ ଶାଉଲଙ୍କୁ ତାଙ୍କ ଶର ଦ୍ୱାରା ବିନ୍ଧି ପକାଇଲେ ଏବଂ ସେ ସେମାନଙ୍କ ଶର ଦ୍ୱାରା କ୍ଷତାକ୍ତ ହେଲେ।
4
ଏହା ପରେ ଶାଉଲ ନିଜର ଅସ୍ତ୍ରବାହକକୁ କହିଲେ, “ତୁମ୍ଭର ଖଡ଼୍ଗ ବାହାର କର ଓ ମୋତେ ସେଥିରେ ବଧ କର। ତେବେ ସେହି ଅସୁନ୍ନତ ବିଦେଶୀମାନେ ଆସି ମୋର ଉପହାସ କରି ପାରିବେ ନାହିଁ।” କିନ୍ତୁ ଶାଉଲଙ୍କ ଅସ୍ତ୍ରବାହକ ଭୟ କଲା। ସେ ଶାଉଲଙ୍କୁ ବଧ କଲା ନାହିଁ। ତେଣୁ ଶାଉଲ ନିଜ ଖଡ଼୍ଗ ଉପରେ ପଡ଼ିଯାଇ ନିଜକୁ ବଧ କଲେ।
5
ଅସ୍ତ୍ରବାହକ ଦେଖିଲା ଯେ, ଶାଉଲ ମୃତ୍ୟୁ ଭୋଗ କରିଅଛନ୍ତି। ଏଣୁ ସେ ମଧ୍ୟ ନିଜକୁ ବଧ କଲା। ସେ ନିଜ ଖଡ଼୍ଗ ମୁନ ଉପରେ ପଡ଼ି ମୃତ୍ୟୁଭୋଗ କଲା।
6
ସେହିପରି ଭାବରେ ଶାଉଲ ଓ ତାଙ୍କର ତିନି ପୁତ୍ର ମୃତ୍ୟୁବରଣ କଲେ। ଶାଉଲଙ୍କ ପରିବାରର ସମସ୍ତେ ଏକତ୍ର ମରଣ ଲଭିଲେ।
7
ଉପତ୍ୟକାରେ ବାସ କରୁଥିବା ସମସ୍ତ ଇସ୍ରାଏଲୀୟ ଯେତେବେଳେ ଅନାଇ ଦେଖିଲେ ଯେ, ସେମାନଙ୍କର ସୈନ୍ୟଦଳ ପଳାୟନ କରିଅଛନ୍ତି ଏବଂ ଶାଉଲ ଓ ତାଙ୍କର ପୁତ୍ରମାନେ ମୃତ୍ୟୁବରଣ କରିଅଛନ୍ତି, ତେଣୁ ସେମାନେ ନିଜର ସହର ଛାଡ଼ି ପଳାୟନ କଲେ। ଏବଂ ପଲେଷ୍ଟୀୟ ଲୋକମାନେ ସେହି ସହରଗୁଡ଼ିକରେ ବସବାସ କଲେ।
8
ପରବର୍ତ୍ତୀ ଦିନ, ମୃତ ଶରୀରଗୁଡ଼ିକ ନିକଟରୁ ବହୁମୂଲ୍ୟ ଦ୍ରବ୍ୟଗୁଡ଼ିକ ନେବା ନିମନ୍ତେ ପଲେଷ୍ଟୀୟ ଲୋକମାନେ ଆସିଲେ। ସେମାନେ ଗିଲ୍ବୋୟ ପର୍ବତ ଉପରେ ଶାଉଲଙ୍କ ଶରୀର ଓ ତାଙ୍କର ପୁତ୍ରମାନଙ୍କ ଶରୀରକୁ ପାଇଲେ।
9
ପଲେଷ୍ଟୀୟମାନେ ଶାଉଲଙ୍କୁ ଉଲଗ୍ନ କଲେ ଏବଂ ତାଙ୍କର ମସ୍ତକ ଓ ଯୁଦ୍ଧ ସାଜ ନେଇଗଲେ ଏବଂ ସେମାନେ ଦେଶସାରା ବାର୍ତ୍ତାବାହକମାନଙ୍କୁ ପ୍ରେରଣ କରି, ସେମାନଙ୍କ ଭଣ୍ଡ ଦେବତା ଓ ଲୋକମାନଙ୍କ ପାଖରେ ଏହି ଖବର ପହଞ୍ଚାଇଲେ।
10
ପଲେଷ୍ଟୀୟମାନେ ସେମାନଙ୍କ ଭଣ୍ଡ ଦେବତାର ମନ୍ଦିରରେ ଶାଉଲଙ୍କ ଯୁଦ୍ଧସାଜକୁ ନେଇ ରଖିଲେ। ସେମାନେ ଦାଗୋନ୍ ଦେବତାର ମନ୍ଦିରରେ ଶାଉଲଙ୍କ ମସ୍ତକକୁ ଟଙ୍ଗାଇଲେ।
11
ପଲେଷ୍ଟୀୟମାନେ ଶାଉଲଙ୍କ ପ୍ରତି ଯେଉଁ ଯେଉଁ କର୍ମ କଲେ, ସେହିସବୁ ଯାବେଶ୍-ଗିଲିୟଦରେ ବାସ କରୁଥିବା ଲୋକମାନେ ଶୁଣିଲେ।
12
ଯାବେଶ୍-ଗିଲିୟଦର ସମସ୍ତ ସାହସୀ ଲୋକମାନେ ଶାଉଲ ଓ ତାଙ୍କର ପୁତ୍ରମାନଙ୍କର ମୃତ ଶରୀର ଆଣିବା ନିମନ୍ତେ ଗଲେ ଓ ନେଇ ଆସିଲେ। ଯାବେଶସ୍ଥିତ ଏକ ବିରାଟ ବୃକ୍ଷ ତଳେ ସେମାନଙ୍କ ଅସ୍ଥିକୁ କବର ଦେଲେ। ଏହା ପରେ ସେମାନେ ସାତ ଦିନ ପର୍ଯ୍ୟନ୍ତ ଉପବାସ କଲେ।
13
ଶାଉଲ ସଦାପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ନ ଥିବାରୁ ମୃତ୍ୟୁବରଣ କଲେ। ଶାଉଲ ସଦାପ୍ରଭୁଙ୍କ ବାକ୍ୟର ବାଧ୍ୟ ହେଲେ ନାହିଁ। ଶାଉଲ ଜଣେ ଗୁଣିଆ ସ୍ତ୍ରୀ ପାଖକୁ ମଧ୍ୟ ଯାଇଥିଲେ ଓ ସଦାପ୍ରଭୁଙ୍କ ପରାମର୍ଶ ନ ଲୋଡ଼ି ତାହାର ପରାମର୍ଶ ଲୋଡ଼ିଥିଲେ।
14
ତେଣୁ ସଦାପ୍ରଭୁ ଶାଉଲଙ୍କୁ ବଧ କଲେ ଓ ଯିଶୀର ପୁତ୍ର ଦାଉଦଙ୍କୁ ରାଜ୍ୟଭାର ଅର୍ପଣ କଲେ।
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29