bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Chronicles 5
1 Chronicles 5
Odia Bible ERV 2004 (ପବିତ୍ର ବାଇବଲ)
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 6 →
1
ରୁବେନଙ୍କର ବଂଶଧରଗଣ ରୁବେନ୍ ଇସ୍ରାଏଲଙ୍କର ପ୍ରଥମଜାତ ପୁତ୍ର ଥିଲେ। ସେଥିପାଇଁ ସେ ବିଶେଷ ଆଶୀର୍ବାଦ ପାଇବାର ଉଚିତ୍ ଥିଲା, କିନ୍ତୁ ସେ ନିଜ ପିତାଙ୍କର ସ୍ତ୍ରୀଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କରିଥିଲେ। ତେଣୁ ଏହି ସମସ୍ତ ଆଶୀର୍ବାଦ ଯୋଷେଫଙ୍କ ପୁତ୍ରଙ୍କୁ ଦିଆଗଲା। ପରିବାରର ଇତିହାସରେ ଜନ୍ମଗତ ଅଧିକାର ଅନୁସାରେ, ପ୍ରଥମଜାତ ପୁତ୍ର ଭାବରେ ରୁବେନଙ୍କ ନାମ ଲିଖିତ ହୋଇ ନାହିଁ। ଯଦିଓ ଯିହୁଦା ତାଙ୍କର ଭ୍ରାତାମାନଙ୍କ ମଧ୍ୟରେ ଅଧିକ ଶକ୍ତିଶାଳୀ ହେଲେ ଏବଂ ଜଣେ ଶାସକ ତାଙ୍କ ବଂଶରୁ ଆସିଲେ ଜନ୍ମଗତ ଅଧିକାର ଓ ଆଶୀର୍ବାଦ ଯୋଷେଫଙ୍କ ପରିବାର ପାଇଲା। ରୁବେନଙ୍କ ପୁତ୍ରମାନେ ଥିଲେ: ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମୀ।
4
ଯୋୟେଲଙ୍କ ବଂଶଧରମାନଙ୍କର ନାମ ଏହି: ଶିମୟିୟ ଯୋୟେଲଙ୍କ ପୁତ୍ର, ଗୋଗ୍ ଶିମୟିୟଙ୍କ ପୁତ୍ର ଓ ଶିମିୟି ଗୋଗ୍ଙ୍କ ପୁତ୍ର ଥିଲେ।
5
ମୀଖା ଶିମିୟିଙ୍କ ପୁତ୍ର, ରାୟା ମିଖାଙ୍କ ପୁତ୍ର। ବାଲ୍ ରାୟାଙ୍କ ପୁତ୍ର।
6
ବେରା ବାଲ୍ଙ୍କ ପୁତ୍ର ଥିଲେ। ଅଶୂର ରାଜା ତିଗ୍ଲତ୍ ପିଲ୍ନେଷର ବେରାଙ୍କୁ ତାଙ୍କର ଗୃହରୁ ନିର୍ବାସିତ କରି ନେଇ ଗଲେ। ତେଣୁ ବେରା ଅଶୂର ରାଜାଙ୍କର ବନ୍ଦୀରୂପେ ରହିଲେ। ବେରା ରୁବେନଙ୍କ ଗୋଷ୍ଠୀୟର ମୁଖ୍ୟ ଥିଲେ।
7
ପରିବାରର ଇତିହାସରେ ଯେଉଁପରି ଲେଖା ଯାଇଅଛି, ଠିକ୍ ସେହିପରି ଯୋୟେଲଙ୍କ ଭ୍ରାତୃଗଣ ଓ ତାହାଙ୍କ ପରିବାରବର୍ଗ ତାଲିକା କରା ଯାଇଅଛି। ଯିୟିୟେଲ ପ୍ରଥମ ପୁତ୍ର ଥିଲେ, ତା’ପରେ ଜିଖରିୟ।
8
ବେଲା ଆସସ୍ରଙ୍କ ପୁତ୍ର ଥିଲେ। ଆସସ୍ର ଶେମାଙ୍କ ପୁତ୍ର ଥିଲେ, ଶେମା ଯୋୟେଲଙ୍କ ପୁତ୍ର ଥିଲେ। ସେମାନେ ନବୋ ଓ ବାଲମିୟୋନ ପର୍ଯ୍ୟନ୍ତ ବିସ୍ତୃତ ଅରୋୟେରରେ ବାସ କରୁଥିଲେ।
9
ବେଲାଙ୍କ ବଂଶଧରମାନ ପୂର୍ବଦିଗରେ ମରୁଭୂମିର ସୀମାବର୍ତ୍ତୀ ଫରାତ୍ ନଦୀ ନିକଟରେ ବାସ କରୁଥିଲେ। ଗିଲିୟଦରେ ସେମାନଙ୍କର ଅନେକ ଗୋପଲ ଥିବାରୁ ସେମାନେ ସେହି ସ୍ଥାନରେ ବାସ କରୁଥିଲେ।
10
ଶାଉଲ ରାଜା ଥିବା ସମୟରେ ବେଲାଙ୍କ ବଂଶଧରମାନେ ହାଗରୀୟ ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ସେମାନେ ହାଗରୀୟ ଲୋକମାନଙ୍କୁ ପରାସ୍ତ କଲେ। ସେମାନେ ତମ୍ବୁ ଗୃହରେ ବାସ କରୁଥିଲେ ଓ ଗିଲିୟଦର ପୂର୍ବ ପାର୍ଶ୍ୱସ୍ଥ ସ୍ଥାନ ଗୁଡ଼ିକରେ ଭ୍ରମଣ କରୁଥିଲେ।
11
ଗାଦ୍ର ବଂଶଧରଗଣ ଗାଦ୍ର ଗୋଷ୍ଠୀ ରୁବେନୀୟମାନଙ୍କ ନିକଟରେ ବାସ କରୁଥିଲେ। ଏହି ଗାଦୀୟ ଲୋକମାନେ ସଲଖା ସହର ପର୍ଯ୍ୟନ୍ତ ବିସ୍ତୃତ ବାଶନର ଭୂମିରେ ବାସ କରୁଥିଲେ।
12
ଯୋୟେଲ ବାଶନର ପ୍ରଥମ ନେତା ଥିଲେ। ଶାଫମ୍ ଦ୍ୱିତୀୟ ନେତା ଥିଲେ। ଏହା ପରେ ଯାନୟ ନେତା ହେଲେ।
13
ସେମାନଙ୍କ ପିତ୍ରାଳୟରେ ସାତ ଜଣ ଭ୍ରାତା ଏହିପରି ଥିଲେ ମୀଖାୟେଲ, ମଶୁଲ୍ଲମ, ଶେବା, ଯୋରୟ, ଯାକନ୍, ସୀୟ ଓ ଏବର୍।
14
ଏହି ବ୍ୟକ୍ତିମାନେ ଅବୀହେଲିୟର ବଂଶଧର ଥିଲେ। ଅବୀହେଲିୟ ହୂରିଙ୍କର ପୁତ୍ର ଥିଲେ। ହୂରି ଯାରୋହଙ୍କ ପୁତ୍ର, ଯାରୋହ ଗିଲିୟଦଙ୍କ ପୁତ୍ର। ଗିଲିୟଦ୍ ମୀଖାୟେଲଙ୍କ ପୁତ୍ର, ମୀଖାୟେଲ ଯିହିଶୟଙ୍କ ପୁତ୍ର, ଯିହିଶୟ ଯହଦୋଙ୍କ ପୁତ୍ର, ଯହଦୋ ବୂଷ୍ଙ୍କ ପୁତ୍ର ଥିଲେ।
15
ଅହି ଅବ୍ଦିୟେଲଙ୍କ ପୁତ୍ର, ଅବ୍ଦିୟେଲ ଗୂନିଙ୍କ ପୁତ୍ର ଥିଲେ। ଅହି ସେମାନଙ୍କ ପରିବାରର ନେତା ଥିଲେ।
16
ଗାଦ୍ର ଗୋଷ୍ଠୀର ଲୋକମାନେ ଗିଲିୟଦ ଦେଶରେ ବାସ କରୁଥିଲେ। ସେମାନେ ବାଶନରେ, ବାଶନ୍ ଚତୁର୍ଦ୍ଦିଗସ୍ଥ ଛୋଟ ସହର ଗୁଡ଼ିକରେ ଓ ଶାରୋଣରେ ଥିବା ସବୁ ଗ୍ଭରଣଭୂମି ଓ ସୀମା ପର୍ଯ୍ୟନ୍ତ ସ୍ଥାନମାନଙ୍କରେ ବାସ କରୁଥିଲେ।
17
ଯୋଥମ୍ ଓ ଯାରବିୟାମଙ୍କ ସମୟରେ, ଗାଦ୍ର ଗୋଷ୍ଠୀ ଇତିହାସରେ ଏହି ବ୍ୟକ୍ତିମାନଙ୍କର ନାମ ଲିଖିତ ହୋଇଥିଲା। ଯୋଥମ୍ ଯିହୁଦାର ରାଜା ଓ ଯାରବିୟାମ ଇସ୍ରାଏଲର ରାଜା ଥିଲେ।
18
କେତେକ ସୈନ୍ୟ ଯୁଦ୍ଧବିଦ୍ୟାରେ ପ୍ରବୀଣ ଥିଲେ। ରୁବେନଙ୍କର ବଂଶଧରମଧ୍ୟରୁ, ଗାଦ୍ର ବଂଶଧରମଧ୍ୟରୁ ଏବଂ ମନଃଶିଙ୍କର ଅର୍ଦ୍ଧେକ ପରିବାରବର୍ଗର ବଂଶଧରମଧ୍ୟରୁ 44,760 ଜଣ ସାହସୀ ସୈନ୍ୟ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ଥିଲେ। ସେମାନେ ଯୁଦ୍ଧବିଦ୍ୟାରେ ପ୍ରବୀଣ ଥିଲେ। ସେମାନେ ଢାଲ ଓ ଖଡ଼୍ଗ ଧାରଣ କରିଥିଲେ ଏବଂ ସେମାନେ ଧନୁ ଓ ତୀର ଗ୍ଭଳନାରେ ନିପୁଣ ଥିଲେ।
19
ସେମାନେ ହାଗରୀୟ ଲୋକ ଓ ଯିଟୁର, ନାଫୀଶ୍ ଏବଂ ନୋଦବର ଲୋକମାନଙ୍କ ବିରୁଦ୍ଧରେ ଏକ ଯୁଦ୍ଧ ଆରମ୍ଭ କଲେ।
20
ମନଃଶି, ରୁବେନ୍ ଓ ଗାଦ୍ ଗୋଷ୍ଠୀୟର ଏହି ଲୋକମାନେ ଯୁଦ୍ଧ କ୍ଷେତ୍ରରେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ। ପରମେଶ୍ୱର ସେମାନଙ୍କୁ ଯେପରି ସାହାଯ୍ୟ କରନ୍ତି, ଏଥିନିମନ୍ତେ ସେମାନେ ତାଙ୍କ ନିକଟରେ ବିନତି କଲେ। କାରଣ ସେମାନେ ତାଙ୍କଠାରେ ବିଶ୍ୱାସ କରୁଥିଲେ। ତେଣୁ ପରମେଶ୍ୱର ସେମାନଙ୍କୁ ସାହାଯ୍ୟ କଲେ। ହାଗରୀୟ ଲୋକମାନଙ୍କୁ ପରାସ୍ତ କରିବାକୁ ପରମେଶ୍ୱର ସେମାନଙ୍କୁ ଅନୁମତି ଦେଲେ। ଆହୁରି ମଧ୍ୟ ସେମାନେ ହାଗରୀୟ ଲୋକମାନଙ୍କ ସହିତରେ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ୟ ପରାସ୍ତ କଲେ।
21
ସେମାନେ ହାଗରୀୟ ଲୋକମାନଙ୍କର ପଶୁଗଣକୁ ନେଇଗଲେ। ସେମାନେ 50,000 ଓଟ, 250,000 ମେଷ, 2000 ଗଧ ଓ 100,000 ଲୋକଙ୍କୁ ନେଇଗଲେ।
22
ପରମେଶ୍ୱର ସେମାନଙ୍କୁ ଯୁଦ୍ଧରେ ବିଜୟ ଲାଭ କରିବାକୁ ସାହାଯ୍ୟ କରିବାରୁ ଅନେକ ହାଗରୀୟ ଲୋକ ନିହତ ହେଲେ। ଏହା ପରେ ମନଃଶି, ରୁବେନ୍ ଓ ଗାଦ୍ ବଂଶଧରଗଣ ହାଗରୀୟ ଲୋକମାନଙ୍କର ଦେଶରେ ସେଠାରୁ ବାବିଲକୁ ନିର୍ବାସିତ ହେଲା ପର୍ଯ୍ୟନ୍ତ ବାସ କଲେ।
23
ବାଲ୍-ହର୍ମୋଣ, ସନୀର ଓ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ବିସ୍ତୃତ ମନଃଶି ଗୋଷ୍ଠୀର ଅର୍ଦ୍ଧେକ ଲୋକ ବାସ କଲେ। ସେମାନେ ଏକ ବିଶାଳ ଗୋଷ୍ଠୀରେ ପରିଣତ ହେଲେ।
24
ସେମାନଙ୍କ ପରିବାରର ନେତାଗଣ ଥିଲେ: ଏଫର, ଯୀଶି, ଇଲୀୟେଲ, ଅସ୍ରୀୟେଲ, ଯିରିମିୟ, ହୋଦବିୟ ଓ ଯହଦୀୟେଲ, ସେହି ଲୋକମାନେ ଅତ୍ୟନ୍ତ ବଳିଷ୍ଠ ସାହସୀ ଏବଂ ବିଖ୍ୟାତ ବ୍ୟକ୍ତିଗଣ ଥିଲେ। ସେମାନେ ସେମାନଙ୍କର ପରିବାରବର୍ଗର ମୁଖ୍ୟ ଥିଲେ।
25
କିନ୍ତୁ ଏହି ନେତାମାନେ ସେମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କଲେ। ସେମାନେ ସେହି ଲୋକମାନଙ୍କର ମିଥ୍ୟା ଦେବତାଗଣର ଉପାସନା କରିବାକୁ ଆରମ୍ଭ କଲେ, ଯେଉଁମାନଙ୍କୁ ପରମେଶ୍ୱର ସେମାନଙ୍କ ସମ୍ମୁଖରେ ନଷ୍ଟ କରିଥିଲେ।
26
ତେଣୁ ଇସ୍ରାଏଲର ପରମେଶ୍ୱର ଅଶୂର ରାଜା ପୂଲ୍ର ମନରେ ଯୁଦ୍ଧ ନିମନ୍ତେ ଯିବା ପାଇଁ ଉତ୍ତେଜନା ସୃଷ୍ଟି କଲେ। ପୂଲ୍ ଅଶୂର ରାଜା ଥିଲେ। ତେଣୁ ତାଙ୍କୁ ତିଗ୍ଲତ-ପିଲ୍ନେଷର ମଧ୍ୟ କୁହାଯାଏ। ସେ ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧେକ ଗୋଷ୍ଠୀ ସହିତ ଯୁଦ୍ଧ କଲେ। ସେ ବଳପୂର୍ବକ ସେମାନଙ୍କୁ ଗୃହରୁ ବିତାଡ଼ିତ କଲେ ଓ ବନ୍ଦୀ କରି ନେଇଗଲେ। ପୂଲ୍ ସେମାନଙ୍କୁ ହଲହ, ହାବୋର, ହାରା ଓ ଗୋଶନ୍ ନଦୀ ନିକଟକୁ ଆଣିଲେ। ସେହି ଦିନଠାରୁ ସେମାନେ ସେହି ସ୍ଥାନରେ ବାସ କରୁଛନ୍ତି।
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 6 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29