bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Chronicles 17
1 Chronicles 17
Odia Bible ERV 2004 (ପବିତ୍ର ବାଇବଲ)
← Chapter 16
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 18 →
1
ଦାଉଦଙ୍କୁ ପରମେଶ୍ୱରଙ୍କ ଦତ୍ତ ପ୍ରତିଜ୍ଞା ଦାଉଦ ନିଜ ଗୃହକୁ ଫେରିଯିବା ପରେ, ନାଥନ୍ ଭବିଷ୍ୟଦ୍ବକ୍ତାଙ୍କୁ କହିଲେ, “ଦେଖ, ମୁଁ ଦେବଦାରୁ କାଠରେ ନିର୍ମିତ ଗୃହରେ ବାସ କରୁଅଛି, କିନ୍ତୁ ନିୟମସିନ୍ଦୁକ ଏକ ତମ୍ବୁ ମଧ୍ୟରେ ରହିଅଛି। ମୁଁ ପରମେଶ୍ୱରଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାକୁ ଗ୍ଭହୁଁଅଛି।”
2
ନାଥନ୍ ଦାଉଦଙ୍କୁ ଉତ୍ତର ଦେଲେ, “ତୁମ୍ଭେ ଯାହା ଇଚ୍ଛା କରୁଅଛ, ତାହା କରିପାର। ପରମେଶ୍ୱର ତୁମ୍ଭ ସହିତରେ ଅଛନ୍ତି।”
3
କିନ୍ତୁ ସେହି ରାତ୍ରିରେ ପରମେଶ୍ୱରଙ୍କ ବାକ୍ୟ ନାଥନଙ୍କ ନିକଟକୁ ଆସିଲା।
4
ପରମେଶ୍ୱର କହିଲେ, “ଯାଅ ଓ ଏହିସବୁ ବିଷୟ ମୋହର ଦାସ ଦାଉଦକୁ ଜଣାଅ; ସଦାପ୍ରଭୁ କହନ୍ତି, ‘ଦାଉଦ, ଆମ୍ଭେ ଯେଉଁ ଗୃହରେ ବାସ କରିବା, ସେହି ଗୃହକୁ ନିର୍ମାଣ କରିବା ଲୋକ ତୁମ୍ଭେ ନୁହଁ।
5
ଇସ୍ରାଏଲକୁ ମିଶରରୁ ବାହାର କରି ଆଣିବା ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମ୍ଭେ ଗୃହ ମଧ୍ୟରେ ‘ବାସ କରି ନାହୁଁ। ମୁଁ ତମ୍ବୁ ମଧ୍ୟରେ ରହୁଅଛି। ମୁଁ ଇସ୍ରାଏଲ ନିମନ୍ତେ ନେତା ମନୋନୀତ କରିଥିଲି ସେମାନେ ମେଷପାଳକ ତୁଲ୍ୟ ଥିଲେ। ଆମ୍ଭେ ଇସ୍ରାଏଲୀୟମାନଙ୍କ ସହିତ ଗଲା ସମୟରେ କେବେହେଲେ ଜଣେ ସୁଦ୍ଧା ନେତାଙ୍କୁ କହି ନାହୁଁ: ତୁମ୍ଭେ ଆମ୍ଭ ନିମନ୍ତେ କାହିଁକି ଦେବଦାରୁ କାଠରେ ଗୃହ ନିର୍ମାଣ କରି ନାହଁ?
7
“ବର୍ତ୍ତମାନ, ଏହିସବୁ ବିଷୟ ମୋର ଦାସ ଦାଉଦକୁ କୁହ: ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, ‘ଆମ୍ଭେ ତୁମ୍ଭକୁ କ୍ଷେତ୍ର ମଧ୍ୟରୁ ଓ ମେଷ ଚରାଇବା ସ୍ଥାନରୁ ଆଣିଲୁ। ଆମ୍ଭେ ତୁମ୍ଭକୁ ଆପଣା ଲୋକ ଇସ୍ରାଏଲ ଉପରେ ରାଜା କଲୁ।
8
ତୁମ୍ଭେ ଯେଉଁଆଡ଼େ ଗଲ, ଆମ୍ଭେ ତୁମ୍ଭ ସହିତରେ ରହିଲୁ। ଆମ୍ଭେ ତୁମ୍ଭ ସମ୍ମୁଖରେ ତୁମ୍ଭର ଶତ୍ରୁଗଣକୁ ବଧ କଲୁ। ବର୍ତ୍ତମାନ ଆମ୍ଭେ ତୁମ୍ଭକୁ ପୃଥିବୀର ସବୁଠାରୁ ବିଖ୍ୟାତ ଲୋକଙ୍କ ମଧ୍ୟରେ ଜଣେ କରିବା।
9
ଆମ୍ଭେ ଆମ୍ଭର ଲୋକ ଇସ୍ରାଏଲକୁ ଏହି ସ୍ଥାନ ଦେଇଅଛୁ। ସେମାନେ ବୃକ୍ଷ ରୋପଣ କରିବେ ଓ ସେହି ବୃକ୍ଷସବୁର ତଳେ ଶାନ୍ତିରେ ବସିବେ। ସେମାନେ ଆଉ କୌଣସି ବିଷୟରେ ଚିନ୍ତିତ ହେବେ ନାହିଁ। ପୂର୍ବ ପରି ମନ୍ଦ ଲୋକେ ଆଉ ସେମାନଙ୍କୁ ଆଘାତ କରିବେ ନାହିଁ।
10
ସେହି ଅମଙ୍ଗଳର ଘଟଣାସବୁ ଘଟିଲା, କିନ୍ତୁ ଆମ୍ଭର ଲୋକ ଇସ୍ରାଏଲର ଯତ୍ନ ନେବା ନିମନ୍ତେ ଆମ୍ଭେ ନେତାମାନଙ୍କୁ ମନୋନୀତ କଲୁ। ଏବଂ ଆମ୍ଭେ ତୁମ୍ଭର ସମସ୍ତ ଶତ୍ରୁଗଣକୁ ମଧ୍ୟ ପରାଜିତ କରିବା। “‘ଆମ୍ଭେ ତୁମ୍ଭକୁ କହୁଅଛୁ, ସଦାପ୍ରଭୁ ତୁମ୍ଭ ନିମନ୍ତେ ଏକ ଗୃହ ନିର୍ମାଣ କରିବେ।
11
ତୁମ୍ଭେ ଯେତେବେଳେ ମୃତ୍ୟୁଭୋଗ କରିବ ଓ ତୁମ୍ଭର ପୂର୍ବପୁରୁଷମାନଙ୍କ ପାଖକୁ ଯିବ, ସେତେବେଳେ ଆମ୍ଭେ ତୁମ୍ଭର ପୁତ୍ରକୁ ନୂତନ ରାଜା କରିବା। ତୁମ୍ଭର ପୁତ୍ରଗଣଙ୍କ ମଧ୍ୟରୁ ଜଣେ ନୂତନ ରାଜା ହେବ, ଏବଂ ଆମ୍ଭେ ତା’ର ରାଜ୍ୟକୁ ଶକ୍ତିଶାଳୀ କରିବା।
12
ତୁମ୍ଭର ପୁତ୍ର ଆମ୍ଭ ନିମନ୍ତେ ଏକ ଗୃହ ନିର୍ମାଣ କରିବ। ଆମ୍ଭେ ତୁମ୍ଭ ପୁତ୍ରର ବଂଶକୁ ଚିରକାଳ ନିମନ୍ତେ ରାଜ୍ୟଭାର ଦେବା।
13
ଆମ୍ଭେ ତାହାର ପିତା ହେବା ଓ ସେ ଆମ୍ଭର ପୁତ୍ର ହେବ। ଶାଉଲ ତୁମ୍ଭ ପୂର୍ବରୁ ରାଜା ଥିଲେ ଓ ଆମ୍ଭେ ଶାଉଲଠାରୁ ଆମ୍ଭର ସମର୍ଥନ ପ୍ରତ୍ୟାହାର କରିନେଲୁ। କିନ୍ତୁ ଆମ୍ଭେ କଦାପି ତୁମ୍ଭ ପ୍ରତି ଆମ୍ଭର ପ୍ରେମକୁ ପରିତ୍ୟାଗ କରିବା ନାହିଁ।
14
ଆମ୍ଭେ ତାକୁ ଆମ୍ଭର ଗୃହର ଓ ଆମ୍ଭର ରାଜ୍ୟର ଦାୟିତ୍ୱ ଦେବା ଓ ତା’ର ସିଂହାସନ ଚିରକାଳ ତିଷ୍ଠି ରହିବ।’”
15
ପରମେଶ୍ୱର ଯେଉଁ ସମସ୍ତ ବିଷୟ ଓ ଦର୍ଶନ କରାଇଥିଲେ, ନାଥନ ସେହିସବୁ ଦାଉଦଙ୍କୁ ଜଣାଇଲେ।
16
ଦାଉଦଙ୍କ ପ୍ରାର୍ଥନା ଏହା ପରେ ରାଜା ଦାଉଦ ପବିତ୍ର ତମ୍ବୁକୁ ଗଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ବସିଲେ। ଦାଉଦ କହିଲେ, “ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ମୋ’ ନିମନ୍ତେ ଓ ମୋର ପରିବାର ନିମନ୍ତେ ଅନେକ ମହାନ କାର୍ଯ୍ୟମାନ କରିଅଛ। ଆଉ ମୁଁ ଜାଣେନା କାହିଁକି।
17
ସର୍ବୋପରି, ଭବିଷ୍ୟତରେ ମୋ’ ପରିବାର ପ୍ରତି କ’ଣ ଘଟିବ, ତାହା ମଧ୍ୟ ତୁମ୍ଭେ ମୋତେ ଜାଣିବାକୁ ଦେଲ। ସତେ ଯେପରି ମୁଁ ଜଣେ ଅତି ମହାନ ବ୍ୟକ୍ତି ଅଟେ, ତୁମ୍ଭେ ମୋ’ ପ୍ରତି ସେ ପ୍ରକାର ବ୍ୟବହାର କଲ।
18
ମୁଁ ଆଉ ଅଧିକ କ’ଣ ବା କହିବି? ତୁମ୍ଭେ ମୋ’ ନିମନ୍ତେ ବହୁତ ମହାନ କାର୍ଯ୍ୟମାନ କରିଅଛ। ଏବଂ ତୁମ୍ଭେ ଜାଣ ଯେ, ମୁଁ କେବଳ ତୁମ୍ଭର ଜଣେ ଦାସ ମାତ୍ର ଅଟେ।
19
ହେ ସଦାପ୍ରଭୁ, ତୁମ୍ଭେ ମୋ’ ନିମନ୍ତେ ଏହି ଆଶ୍ଚର୍ଯ୍ୟଜନକ କାର୍ଯ୍ୟଟି କରିଅଛ। ଆଉ, ତୁମ୍ଭେ ନିଜ ଇଚ୍ଛାରେ ତାହା କରିଅଛ।
20
ହେ ସଦାପ୍ରଭୁ, ତୁମ୍ଭ ତୁଲ୍ୟ ଆଉ କେହି ନାହାନ୍ତି। ଆଉ କୌଣସି ପରମେଶ୍ୱର ନାହାନ୍ତି। ଆଉ କୌଣସି ଦେବାଦେବୀ ଏପରି ମହତ୍ କର୍ମମାନ କରିବା ଆମ୍ଭେମାନେ କେବେ ଶୁଣି ନାହୁଁ।
21
ଇସ୍ରାଏଲ ପରି ଆଉ କୌଣସି ଦେଶ ଅଛି କି? ନା! ଇସ୍ରାଏଲ ହିଁ ପୃଥିବୀର ଏକମାତ୍ର ଦେଶ ଅଟେ। ଯାହା ନିମନ୍ତେ ତୁମ୍ଭେ ଏପ୍ରକାର ଆଶ୍ଚର୍ଯ୍ୟ କର୍ମମାନ କରିଅଛ। ତୁମ୍ଭେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲ ଓ ତୁମ୍ଭେ ଆମ୍ଭମାନଙ୍କୁ ମୁକ୍ତ କଲ। ତୁମ୍ଭେ ଆପଣାକୁ ମହାନ କରିଅଛ। ତୁମ୍ଭେ ତୁମ୍ଭର ଲୋକମାନଙ୍କ ଅଗ୍ରତରେ ଗମନ କଲ ଓ ଆମ୍ଭମାନଙ୍କ ନିମନ୍ତେ ଅନ୍ୟ ଦେଶୀୟମାନଙ୍କୁ ସେମାନଙ୍କ ଦେଶରୁ ତଡ଼ି ଦେଲ।
22
ତୁମ୍ଭେ ଚିରକାଳ ନିମନ୍ତେ ଇସ୍ରାଏଲକୁ ଆପଣାର ଲୋକ କରିନେଲ। ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କର ପରମେଶ୍ୱର ହେଲ।
23
“ହେ ସଦାପ୍ରଭୁ, ତୁମ୍ଭେ ମୋ’ ନିକଟରେ ଓ ମୋର ପରିବାର ନିକଟରେ ଏହି ପ୍ରତିଜ୍ଞା କରିଅଛ, ବର୍ତ୍ତମାନ ଚିରକାଳ ନିମନ୍ତେ ତୁମ୍ଭର ସେହି ପ୍ରତିଜ୍ଞାକୁ ତୁମ୍ଭେ ରକ୍ଷା କରିବ। ପ୍ରଭୁ, ତୁମ୍ଭେ ଯାହା କରିବାକୁ କହିଅଛ, ତାହା କର।
24
ଲୋକମାନେ ଯେପରି ଚିରକାଳ ତୁମ୍ଭ ନାମକୁ ଭକ୍ତି କରିବେ, ଏଥିନିମନ୍ତେ ତୁମ୍ଭର ପ୍ରତିଜ୍ଞା ରକ୍ଷା କର। ତେବେ ଲୋକମାନେ ଏହା କହିବେ, ‘ସର୍ବଶକ୍ତିମାନ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅଟନ୍ତି।’ ମୁଁ ତୁମ୍ଭର ଦାସ ଅଟେ, ଦୟାକରି ମୋର ପରିବାରକୁ ସଦାସର୍ବଦା ତୁମ୍ଭର ସେବା କରିବା ନିମନ୍ତେ ବଳିଷ୍ଠ କର।
25
“ହେ ମୋର ସଦାପ୍ରଭୁ, ମୁଁ ତୁମ୍ଭର ଦାସ, ମୋତେ ତୁମ୍ଭେ ପରିଷ୍କାର ଭାବରେ କହିଲ। ତୁମ୍ଭେ କହିଲ ଯେ, ତୁମ୍ଭେ ମୋ’ ପାଇଁ ଏକ ଗୃହ ନିର୍ମାଣ କରିବ, ଏଥିପାଇଁ ତୁମ୍ଭ ଆଗରେ ପ୍ରାର୍ଥନା କରିବା ପାଇଁ ମୁଁ ସାହସ ପାଇଛି।
26
ହେ ସଦାପ୍ରଭୁ, ତୁମ୍ଭେ ପରମେଶ୍ୱର ଅଟ। ଆଉ ହେ ପରମେଶ୍ୱର, ତୁମ୍ଭେ ମୋ’ ନିମନ୍ତେ ଏହି ସମସ୍ତ ଉତ୍ତମ କର୍ମ କରିବ ବୋଲି ପ୍ରତିଜ୍ଞା କରିଅଛି।
27
ହେ ସଦାପ୍ରଭୁ, ତୁମ୍ଭେ ସ୍ୱୟଂ ମୋର ପରିବାରକୁ ଆଶୀର୍ବାଦ କରିଅଛ, ତେଣୁ ମୋର ପରିବାର ପ୍ରକୃତରେ ଚିରକାଳ ନିମନ୍ତେ ଆଶୀର୍ବାଦ ପ୍ରାପ୍ତ ହେବ।”
← Chapter 16
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 18 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29