bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Chronicles 4
1 Chronicles 4
Odia Bible ERV 2004 (ପବିତ୍ର ବାଇବଲ)
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 5 →
1
ଯିହୁଦାର ଅନ୍ୟାନ୍ୟ ପରିବାରବର୍ଗ ଯିହୁଦାଙ୍କର ପୁତ୍ରଗଣଙ୍କ ତାଲିକା ଏହିପରି ଅଟେ। ସେମାନେ ଥିଲେ ପେରସ, ହିଷ୍ରୋଣ, କର୍ମି, ହୂର ଓ ଶୋବଲ୍।
2
ଶୋବଲ୍ଙ୍କର ପୁତ୍ର ଥିଲେ ରାୟା। ରାୟା ଯହତଙ୍କର ପିତା ଥିଲେ। ଯହତ୍ ଅହୂମୟ ଓ ଲହଦଙ୍କର ପିତା ଥିଲେ। ଏମାନେ ସରିୟୀୟଙ୍କର ବଂଶଧର ଅଟନ୍ତି।
3
ଐଟମଙ୍କର ପୁତ୍ରମାନେ ଥିଲେ ଯିଷ୍ରିୟେଲ, ଯିଶ୍ମା ଓ ଯିଦ୍ବଶ। ଆଉ ସେମାନଙ୍କର ହତସଲିଲ-ପୋନୀ ନାମ୍ନୀ ଜଣେ ଭଉଣୀ ଥିଲେ।
4
ପନୂୟେଲ୍ ଗାଦୋରଙ୍କ ପିତା ଥିଲେ ଏବଂ ଏସର ହୁଶରଙ୍କ ପିତା ଥିଲେ। ଏହି ସମସ୍ତେ ହୂରଙ୍କର ପୁତ୍ରଗଣ ଥିଲେ। ହୂର ଇଫ୍ରାଥଙ୍କର ପ୍ରଥମ ପୁତ୍ର ଥିଲେ ଏବଂ ଇଫ୍ରାଥା ବୈଥ୍ଲେହମର ପ୍ରତିଷ୍ଠାତା ଥିଲେ।
5
ଅସହୂର ତକୋୟଙ୍କର ପିତା ଥିଲେ। ଅସହୂରଙ୍କର ଦୁଇ ପତ୍ନୀ ଥିଲେ। ସେମାନଙ୍କର ନାମ ଥିଲା ହିଲା ଓ ନାରା।
6
ନାରାଙ୍କର ପୁତ୍ରମାନେ ଥିଲେ ଅହୁଷମ୍, ହେଫର, ତୈମିନିକି ଓ ଅହସ୍ତରିକି। ଅସହୂରଙ୍କଠାରୁ ନାରା ଏହି ପୁତ୍ରମାନଙ୍କୁ ଜନ୍ମ ଦେଇଥିଲେ।
7
ହିଲାଙ୍କର ପୁତ୍ରମାନେ ଥିଲେ ସେରତ, ଯିତ୍ସୋହର, ଓ ଇତ୍ନନ୍।
8
କୋଜ୍ ଆନୁବ୍, ହକ୍କୋସଙ୍କର ଓ ଅହହେଲଙ୍କ ପିତା ଥିଲେ। ଅହହେଲ ହାରୁମଙ୍କ ପୁତ୍ର ଥିଲେ।
9
ଯାବେଷ୍ ତାଙ୍କର ଭ୍ରାତାମାନଙ୍କ ଅପେକ୍ଷା ଅଧିକ ସମ୍ମାନିତ ହେଲେ। ତାଙ୍କର ମାତା କହିଲେ, “ମୁଁ ତାହାର ନାମ ଯାବେଷ୍ ଦେଇଅଛି, କାରଣ ତାହାକୁ ଜନ୍ମ ଦେବା ସମୟରେ ମୋତେ ଅତିଶୟ ଯନ୍ତ୍ରଣା ହୋଇଥିଲା।”
10
ଯାବେଷ୍ ଇସ୍ରାଏଲର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ମୁଁ ପ୍ରାର୍ଥନା କରୁଅଛି ତୁମ୍ଭେ ମୋତେ ଆଶୀର୍ବାଦ କର। ମୁଁ ଇଚ୍ଛା କରେ ଯେ, ତୁମ୍ଭେ ମୋତେ ଅଧିକ ଦେଶ ରାଜତ୍ୱ କରିବାକୁ ଦିଅ। ତୁମ୍ଭେ ମୋର ପାଶେ ପାଶେ ରୁହ ଓ ମୋତେ ଆଘାତ କରିବାକୁ କାହାକୁ ଦିଅ ନାହିଁ। ତେବେ ମୋହର କୌଣସି କଷ୍ଟ ହେବ ନାହିଁ।” ଯାବେଷ୍ ଯାହାକିଛି ମାଗିଲେ, ପରମେଶ୍ୱର ତାକୁ ସେହିସବୁ ପ୍ରଦାନ କଲେ।
11
କଲୂବ୍ ଶୁହଙ୍କ ଭ୍ରାତା ଥିଲେ। କଲୂବ୍ ମହୀରଙ୍କ ପିତା ଥିଲେ। ମହୀର ଇଷ୍ଟୋନର ପିତା ଥିଲେ।
12
ଇଷ୍ଟୋନ ବୈଥ୍ରାଫା, ପାସେହ ଓ ତହିନ୍ନଙ୍କର ପିତା ଥିଲେ। ତହିନ୍ନ ଈର, ନାହସଙ୍କର ପିତା ଥିଲେ। ଏହି ବ୍ୟକ୍ତିଗଣ ରେକା ନିବାସୀ ଥିଲେ।
13
କନସଙ୍କର ପୁତ୍ରମାନେ ଥିଲେ ଅତ୍ନୀୟେଲ ଓ ସରାୟ, ଅତ୍ନୀୟେଲଙ୍କର ପୁତ୍ରମାନେ ଥିଲେ ହଥତ୍ ଓ ମିୟୋନୋଥୟ।
14
ମିୟୋନୋଥୟ ଅଫ୍ରାଙ୍କର ପିତା ଥିଲେ। ଏବଂ ସରାୟ ଯୋୟାବଙ୍କର ପିତା ଥିଲେ। ଯୋୟାବ କାରିଗର ଉପତ୍ୟକା ସହରର ପ୍ରତିଷ୍ଠାତା ଥିଲେ। ଏହି ସହର କାରିଗର ଉପତ୍ୟକା ନାମରେ ଡକାଯାଏ। ସେହି ସ୍ଥାନର ଅଧିବାସୀମାନେ ଏହି ନାମ ବ୍ୟବହାର କରୁଥିଲେ। କାରଣ ଏହାର ଲୋକମାନେ ଖୁବ୍ ଦକ୍ଷ କାରିଗର ଥିଲେ।
15
କାଲେବ୍ ଯିଫୁନ୍ନିଙ୍କର ପୁତ୍ର ଥିଲେ। କାଲେବଙ୍କର ପୁତ୍ରମାନେ ଥିଲେ ଈରୁ, ଏଲା ଓ ନୟମ। ଏଲାଙ୍କର ପୁତ୍ର ଥିଲେ କନସ୍।
16
ଯିହଲିଲେଙ୍କର ପୁତ୍ରମାନେ ଥିଲେ ସୀଫ୍, ସୀଫା, ତୀରିୟ ଓ ଅସାରେଲ।
17
ଏଜ୍ରାଙ୍କର ପୁତ୍ରମାନେ ଥିଲେ ଯେଥର, ମେରଦ, ଏଫର ଓ ଯାଲୋନ୍। ମେରଦଙ୍କର ବିଥୀୟା ନାମ୍ନୀ ଜଣେ ମିଶରୀୟା ସ୍ତ୍ରୀ ଥିଲେ। ସେ ଗର୍ଭଧାରଣ କଲେ ଏବଂ ମରିୟମ, ଶମ୍ମୟ ଓ ଇଷ୍ଟିମୋୟଙ୍କର ପିତା ଯିଶ୍ବହଙ୍କୁ ଜନ୍ମ ଦେଲେ ଏବଂ ତାଙ୍କର ଯିହୁଦୀୟ ପତ୍ନୀ ଯେରଦ୍ ହେବର ଓ ଯିକୂଥୀୟେଲଙ୍କୁ ଜନ୍ମ ଦେଲେ। ଯେରଦ୍ ଗେଦାରଙ୍କ ପିତା ଥିଲେ। ହେବର୍ ସୋଖଙ୍କର ପିତା ଥିଲେ ଏବଂ ଯିକୂଥୀୟେଲ ଯିନୋହଙ୍କର ପିତା ଥିଲେ। ଏହିସବୁ ପୁତ୍ର ବିଥୀୟାଙ୍କର ଥିଲେ। ବିଥୀୟା ଫାରୋଙ୍କର କନ୍ୟା ଥିଲେ। ସେ ମେରଦଙ୍କର ମିଶରୀୟା ପତ୍ନୀ ଥିଲେ।
19
ମେରଦଙ୍କର ସ୍ତ୍ରୀ ନହମଙ୍କର ଭଗିନୀ ଥିଲେ। ମେରଦଙ୍କ ସ୍ତ୍ରୀଙ୍କ ପୁତ୍ରମାନେ କିୟୀଲା ଓ ଇଷ୍ଟିମୋୟଙ୍କ ପିତା ଥିଲେ। କିୟୀଲା ଗର୍ମୀୟ ଲୋକମାନଙ୍କ ମଧ୍ୟରୁ ଆସିଥିଲେ ଓ ଇଷ୍ଟିମୋୟ-ମାଖାତୀୟ ଲୋକମାନଙ୍କ ମଧ୍ୟରୁ ଆସିଥିଲେ।
20
ଶିମୋନର ପୁତ୍ରମାନେ ଥିଲେ ଅମ୍ନୋନ୍, ରିଣ୍ଣ, ବିନ୍ହାନନ ଓ ତୀଲୋନ। ଯିଶୟିଙ୍କ ପୁତ୍ରମାନେ ଥିଲେ: ସୋହେତ୍ ଓ ବିନ୍ସୋହେତ୍।
21
ଶେଲା ଯିହୁଦାର ପୁତ୍ର ଥିଲେ। ତାଙ୍କର ପୁତ୍ରମାନେ ଥିଲେ, ଲେକାର ପିତା ଏର ଓ ମାରେଶାଙ୍କର ପିତା ଲାଦା ଏବଂ ଏହି ପରିବାରବର୍ଗ ବେଥ-ଅସବେୟରେ ଥିବା କାର୍ପାସ କାର୍ଯ୍ୟର କର୍ତ୍ତା ଥିଲେ।
22
ଯୋକୀମ ଏବଂ କୋଷେବାର ଲୋକେ, ଯୋୟାଶ ଓ ସାରଫ ମୋୟାବିୟ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ। ଏହା ପରେ ସେମାନେ ବୈଥଲେହିମକୁ ଫେରି ଯାଇଥିଲେ। ଏହି ଲେଖାଗୁଡ଼ିକ ଅତି ପ୍ରାଚୀନ ଅଟେ।
23
ଶେଲାଙ୍କ ପୁତ୍ରମାନେ ମୃତ୍ତିକାରୁ ବିଭିନ୍ନ ବସ୍ତୁ ନିର୍ମାଣକାରୀ ମୃତ୍ତିକାର ଥିଲେ। ସେମାନେ ତନାୟିମ ଓ ଗଦେରାରେ ବାସ କରୁଥିଲେ। ସେମାନେ ସେହି ସହରଗୁଡ଼ିକରେ ରହି ରାଜାଙ୍କ ନିମନ୍ତେ କାର୍ଯ୍ୟ କରୁଥିଲେ।
24
ଶିମିୟୋନଙ୍କ ସନ୍ତାନଗଣ ଶିମିୟୋନଙ୍କର ପୁତ୍ରମାନେ ଥିଲେ ନମୂୟେଲ, ଯାମୀନ, ଯାରୀବ, ସେରହ ଓ ଶୌଲ।
25
ଶୌଲଙ୍କର ପୁତ୍ର ଥିଲେ ଶଲ୍ଲୁମ। ଶଲ୍ଲୁମଙ୍କର ପୁତ୍ର ଥିଲେ ମିବ୍ସମ୍। ମିବ୍ସମଙ୍କର ପୁତ୍ର ଥିଲେ ମିସ୍ମ।
26
ମିସ୍ମଙ୍କର ପୁତ୍ର ଥିଲେ ହାମୁୟେଲ। ହାମୁୟେଲଙ୍କର ପୁତ୍ର ଥିଲେ ସାକ୍କୁର। ସାକ୍କୁରଙ୍କର ପୁତ୍ର ଥିଲେ ଶିମୟି।
27
ଶିମୟିଙ୍କର ଷୋହଳ ଜଣ ପୁତ୍ର ଥିଲେ ଓ ଛଅ ଜଣ କନ୍ୟା ଥିଲେ। କିନ୍ତୁ ଶିମୟିଙ୍କର ଭ୍ରାତାମାନଙ୍କର କୌଣସି ସନ୍ତାନସନ୍ତତି ନ ଥିଲେ। ଶିମୟିଙ୍କର ଭ୍ରାତାମାନଙ୍କର କୌଣସି ବଡ଼ ପରିବାର ନ ଥିଲା। ଯିହୁଦାର ଅନ୍ୟାନ୍ୟ ପରିବାରଗୁଡ଼ିକ ପରି ସେମାନଙ୍କର ପରିବାରବର୍ଗ ବଡ଼ ନ ଥିଲା।
28
ଶିମୟିଙ୍କର ବଂଶଧରମାନେ ବେର୍ଶେବା, ମୋଲାଦାର, ହତ୍ସରସୁୟାଲ,
29
ବିଲ୍ଲା, ଏତସମ, ତୋଲଦ୍,
30
ବଥୂୟେଲ, ହର୍ମା, ସିକ୍ଳଗ,
31
ବେଥ୍କର୍ମାବୋଦ, ହତ୍ସର, ସୂଷୀମ, ବୈଥବିରୀ ଓ ସାରୟିମରେ ବାସ କରୁଥିଲେ। ଦାଉଦ ରାଜା ହେବା ପର୍ଯ୍ୟନ୍ତ ସେମାନେ ସେହିସବୁ ନଗରରେ ବାସ କରୁଥିଲେ।
32
ଏହି ସହରଗୁଡ଼ିକ ନିକଟରେ ଥିବା ପାଞ୍ଚ ଗୋଟି ଗ୍ରାମର ନାମ ଥିଲା ଐଟମ, ଐନ୍, ରିମ୍ମୋନ, ତୋଖେନ୍ ଓ ଆଶନ୍।
33
ବାଲ୍ ପରି କେତୋଟି ସୁଦୂରବର୍ତ୍ତୀ ଗ୍ରାମ ମଧ୍ୟ ଥିଲା। ଏହିସବୁ ସ୍ଥାନରେ ସେମାନେ ବାସ କରୁଥିଲେ। ଆହୁରି ମଧ୍ୟ ସେମାନେ ନିଜର ପରିବାରର ଇତିହାସ ଲେଖି ରଖୁଥିଲେ।
34
ଏହା ହେଉଛି ସେମାନଙ୍କ ପରିବାରବର୍ଗର ନେତାମାନଙ୍କର ତାଲିକା। ସେମାନେ ଥିଲେ ମଶୋବବ୍, ଯମ୍ଲେକ୍, ଯୋଶ ଅମତ୍ସିୟରଙ୍କ ପୁତ୍ର ଯୋୟେଲ, ଯୋଶିବିୟଙ୍କ ପୁତ୍ର ଯେହୂ, ସରାୟଙ୍କ ପୁତ୍ର ଅଦୀୟେଲ୍, ଇଲିୟୋ-ଐନୟ, ଯାକୋବା, ଯିଶୋହାୟ, ଅସାୟ, ଅଦୀୟେଲ୍, ଯିଶୀମିୟେଲ, ବନାୟ ଓ ଶିଫୀଙ୍କ ପୁତ୍ର ସୀଷଃ। ଶିଫିୟି ଆଲ୍ଲୋନଙ୍କ ପୁତ୍ର ଓ ଆଲ୍ଲୋନ ଯିଦାୟଙ୍କ ପୁତ୍ର, ଯିଦାୟ ଶମୟିଙ୍କ ପୁତ୍ର ଓ ଶିମିୟି ଶମୟିୟଙ୍କ ପୁତ୍ର ଥିଲେ। ଏହି ବ୍ୟକ୍ତିମାନଙ୍କର ପରିବାର ବୃଦ୍ଧିଲାଭ କରି ଅତି ବୃହତ୍ ହେଲା।
39
ସେମାନେ ଉପତ୍ୟକାର ପୂର୍ବ ପାର୍ଶ୍ୱସ୍ଥ ଗଦୋର ସହରର ବର୍ହିଦେଶରେ ଥିବା ସ୍ଥାନକୁ ଗମନ କଲେ। ସେମାନେ ନିଜର ପଶୁ ଓ ମେଷ ପଲ ନିମନ୍ତେ ଗ୍ଭରଣଭୂମି ଖୋଜିବାକୁ ସେହି ସ୍ଥାନକୁ ଗଲେ।
40
ସେମାନେ ସେଠାରେ ପ୍ରଚୁର ଘାସରେ ଭରା ଅତ୍ୟୁତ୍ତମ ଗ୍ଭରଣଭୂମି ପାଇଲେ। ସେଠାରେ ସେମାନେ ଅନେକ ଉତ୍ତମସ୍ଥାନ ମଧ୍ୟ ପାଇଲେ। ସେହି ସ୍ଥାନ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଓ ସୁଖପ୍ରଦ ଥିଲା। ଅତୀତରେ ହାମଙ୍କ ବଂଶଧରମାନେ ସେଠାରେ ବାସ କରୁଥିଲେ।
41
ହିଜକିୟ ଯିହୁଦାର ରାଜା ଥିବା ସମୟରେ ଏହା ଘଟିଲା। ସେହି ଲୋକମାନେ ଗଦୋରକୁ ଆସିଲେ ଓ ହାମଙ୍କ ବଂଶଧରମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ସେମାନେ ହମାତୀୟ ଲୋକମାନଙ୍କର ତମ୍ବୁସବୁ ନଷ୍ଟ କରିଦେଲେ। ସେହି ଲୋକମାନେ ସେଠାରେ ବାସ କରୁଥିବା ମିୟନୀୟ ଲୋକମାନଙ୍କ ସହିତ ମଧ୍ୟ ଯୁଦ୍ଧ କଲେ। ସେମାନେ ସମସ୍ତେ ମିୟନୀୟ ଲୋକମାନଙ୍କୁ ବିନାଶ କଲେ। ଆଜି ମଧ୍ୟ ସେଠାରେ କୌଣସି ମିୟନୀୟ ଲୋକ ନାହାନ୍ତି। ତେଣୁ ଏହି ଲୋକମାନେ ସେଠାରେ ବସବାସ କରିବାକୁ ଆରମ୍ଭ କଲେ।
42
ଶିମିୟୋନଙ୍କ ପରିବାରବର୍ଗର 500 ଲୋକ ସେୟୀରର ପାର୍ବତ୍ୟମୟ ଦେଶକୁ ଗମନ କଲେ। ଯିଶୟିଙ୍କର ପୁତ୍ରମାନେ ସେହି ଲୋକମାନଙ୍କୁ ପଥ କଢ଼ାଇ ନେଇଗଲେ। ସେହି ପୁତ୍ରମାନେ ଥିଲେ: ପ୍ଲଟିୟ, ନିୟରିୟ, ରଫାୟ ଓ ଉଷୀୟେଲ। ଶିମିୟୋନୀୟ ଲୋକମାନେ ସେହି ସ୍ଥାନରେ ବାସ କରୁଥିବା ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କଲେ।
43
ସେଠାରେ କେବଳ ଅଳ୍ପମାତ୍ର ଅମାଲେକୀୟ ଲୋକ ରହିଲେ। ଆଉ ଏହି ଶିମିୟୋନୀୟ ଲୋକମାନେ ସେମାନଙ୍କୁ ବଧ କଲେ। ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ଶିମିୟୋନୀୟ ଲୋକମାନେ ସେୟୀରରେ ବସବାସ କରି ଆସିଅଛନ୍ତି।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 5 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29