bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Chronicles 18
1 Chronicles 18
Odia Bible ERV 2004 (ପବିତ୍ର ବାଇବଲ)
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 19 →
1
ଦାଉଦ ବିଭିନ୍ନ ଦେଶ ଉପରେ ବିଜୟଲାଭ କଲେ ପରେ ଦାଉଦ ପଲେଷ୍ଟୀୟ ଲୋକଙ୍କୁ ଆକ୍ରମଣ କଲେ। ସେ ସେମାନଙ୍କୁ ପରାସ୍ତ କଲେ। ସେ ପଲେଷ୍ଟୀୟମାନଙ୍କଠାରୁ ଗାଥ୍ ସହର ଓ ତାହାର ଚତୁର୍ଦ୍ଦିଗରେ ଥିବା କ୍ଷୁଦ୍ର ସହରଗୁଡ଼ିକୁ ଚ୍ଛିନ୍ନ କରି ନେଇଗଲେ।
2
ଏହା ପରେ ଦାଉଦ ମୋୟାବ ଦେଶକୁ ପରାସ୍ତ କଲେ। ମୋୟାବୀୟ ଲୋକମାନେ ଦାଉଦଙ୍କ ଦାସ ହେଲେ। ସେମାନେ ଦାଉଦଙ୍କୁ ରାଜଦେୟ ଅର୍ପଣ କଲେ।
3
ଦାଉଦ ଆହୁରି ମଧ୍ୟ ହଦରେଷରଙ୍କ ସୈନ୍ୟବାହିନୀ ସହିତ ଯୁଦ୍ଧ କଲେ। ହଦରେଷର ସୋବର ରାଜା ଥିଲେ। ଦାଉଦ ହମାତ ସହର ପର୍ଯ୍ୟନ୍ତ ପଥରେ ସେହି ସୈନ୍ୟବାହିନୀ ସହିତ ଯୁଦ୍ଧ କଲେ। ହଦରେଷର ଫରାତ୍ ନଦୀ ପର୍ଯ୍ୟନ୍ତ ତାହାଙ୍କ ରାଜ୍ୟ ବିସ୍ତାର କରିବାକୁ ଚେଷ୍ଟା କରିବାରୁ ଦାଉଦ ଏହିପରି କଲେ।
4
ଦାଉଦ ହଦରେଷରଙ୍କଠାରୁ 1000 ରଥ, 7000 ରଥଗ୍ଭଳକ, ଓ 20,000 ସୈନ୍ୟ ନେଇଗଲେ। ରଥ ଟାଣିବା ନିମନ୍ତେ ବ୍ୟବହୃତ ହେଉଥିବା ହଦରେଷରଙ୍କ ଅଧିକାଂଶ ଅଶ୍ୱକୁ ଦାଉଦ ପଙ୍ଗୁ କରି ଦେଲେ। କିନ୍ତୁ ଦାଉଦ 100 ଗୋଟି ରଥକୁ ଟାଣିବା ନିମନ୍ତେ ଯଥେଷ୍ଟ ଅଶ୍ୱକୁ ସୁରକ୍ଷିତ ରଖିଲେ।
5
ଅରାମୀୟ ଲୋକମାନେ ଦମ୍ମେଶକରୁ ହଦରେଷରଙ୍କୁ ସାହାଯ୍ୟ କରିବାକୁ ଆସିଲେ। ମାତ୍ର ସେହି ଅରାମୀୟର 22,000 ସୈନ୍ୟଙ୍କୁ ଦାଉଦ ମାରି ଦେଲେ।
6
ତା’ପରେ ଦାଉଦ ଦମ୍ମେଶକ ସହରର ଅରାମରେ ପ୍ରହରୀ ସ୍ଥାପନ କଲେ। ଅରାମୀୟ ଲୋକମାନେ ଦାଉଦଙ୍କର ଦାସ ହେଲେ ଓ ଦର୍ଶନୀ ଆଣିଲେ। ତେଣୁ ଦାଉଦ ଯେଉଁଆଡ଼େ ଗଲେ ସଦାପ୍ରଭୁ ତାଙ୍କୁ ବିଜୟ ପ୍ରଦାନ କଲେ।
7
ଦାଉଦ ହଦରେଷରଙ୍କ ସେନାପତିମାନଙ୍କଠାରୁ ସୁବର୍ଣ୍ଣ ଢାଲଗୁଡ଼ିକ ନେଇଗଲେ ଓ ସେଗୁଡ଼ିକୁ ଯିରୁଶାଲମକୁ ଆଣିଲେ।
8
ଦାଉଦ ଆହୁରି ମଧ୍ୟ ହଦରେଷରର ଟିଭତ୍ ଓ କୂନ୍ ସହରରୁ ବହୁତ ପିତ୍ତଳ ଆଣିଲେ। ଶଲୋମନ ସେହି ପିତ୍ତଳରୁ ପିତ୍ତଳ ଜଳଧାର, ପିତ୍ତଳ ସ୍ତମ୍ଭ ଓ ଅନ୍ୟାନ୍ୟ ବସ୍ତୁ ନିର୍ମାଣ କଲେ।
9
ତୟି ହମାତ ନଗରୀର ରାଜା ଥିଲେ। ହଦରେଷର ସୋବାର ରାଜା ଥିଲେ। ତୟି ଶୁଣିବାକୁ ପାଇଲେ ଯେ, ଦାଉଦ ହଦରେଷରଙ୍କ ସମସ୍ତ ସୈନ୍ୟବାହିନୀକୁ ପରାସ୍ତ କରିଛନ୍ତି।
10
ତେଣୁ ତୟି ଅଭ୍ୟର୍ଥନା ଜଣାଇବା ନିମନ୍ତେ ଓ ତାଙ୍କ ସହିତ ସନ୍ଧି କରିବା ନିମନ୍ତେ ନିବେଦନ କରି ଆପଣା ପୁତ୍ର ହଦୋରାମଙ୍କୁ ଦାଉଦଙ୍କ ପାଖକୁ ପଠାଇଲେ। ସେ ଏପରି କଲେ, କାରଣ ତୟି ହଦରେଷରଙ୍କ ବିରୁଦ୍ଧରେ ଯୁଦ୍ଧରେ ଥିଲେ। ତୟି ଦାଉଦଙ୍କୁ ସୁବର୍ଣ୍ଣ, ରୌପ୍ୟ ଓ ପିତ୍ତଳ ନିର୍ମିତ ଉପହାର ପ୍ରଦାନ କଲେ।
11
ରାଜା ଦାଉଦ ସେହିସବୁ ବସ୍ତୁକୁ ପବିତ୍ର କଲେ ଓ ସଦାପ୍ରଭୁଙ୍କୁ ଅର୍ପଣ କଲେ। ଦାଉଦ ଇଦୋମ, ମୋୟାବ ଓ ଅମ୍ମୋନୀୟ, ପଲେଷ୍ଟୀୟ ଓ ଅମାଲେକୀୟମାନଙ୍କଠାରୁ ଆଣିଥିବା ରୂପା ଓ ସୁନାରେ ଠିକ୍ ସେହି ପ୍ରକାର ସାମଗ୍ରୀ ତିଆରି କଲେ।
12
ଲବଣ ଉପତ୍ୟକାରେ ସରୁୟାଙ୍କ ପୁତ୍ର ଅବୀଶୟ 18,000 ଇଦୋମୀୟ ଲୋକଙ୍କୁ ହତ୍ୟା କଲେ।
13
ଅବୀଶୟ ଇଦୋମରେ ମଧ୍ୟ ଦୁର୍ଗମାନ ନିର୍ମାଣ କଲେ ଓ ସମସ୍ତ ଇଦୋମୀୟ ଲୋକ ଦାଉଦଙ୍କ ଦାସ ହେଲେ। ଦାଉଦ ଯେଉଁସବୁ ସ୍ଥାନକୁ ଗଲେ, ସେହିଠାରେ ସଦାପ୍ରଭୁ ତାଙ୍କୁ ବିଜୟ ପ୍ରଦାନ କଲେ।
14
ଦାଉଦଙ୍କର ବିଶିଷ୍ଟ ପଦାଧିକାରୀଗଣ ଦାଉଦ ସମଗ୍ର ଇସ୍ରାଏଲର ଉପରେ ରାଜା ଥିଲେ। ଏବଂ ସେ ସମସ୍ତଙ୍କ ପାଇଁ ନ୍ୟାୟବାନ ଥିଲେ।
15
ସରୁୟାର ପୁତ୍ର ଯୋୟାବ ଦାଉଦଙ୍କ ସୈନ୍ୟଦଳର ସେନାପତି ଥିଲେ। ଦାଉଦ ଯେଉଁସବୁ କର୍ମ କରୁଥିଲେ, ତାହାକୁ ଅହୀଲୂଦଙ୍କ ପୁତ୍ର ଯିହୋଶାଫଟ୍ ଲେଖି ରଖୁଥିଲେ।
16
ସାଦୋକ୍ ଓ ଅହୀମେଲକ୍ ଯାଜକ ଥିଲେ। ସାଦୋକ୍ ଅହୀଟୂବର ପୁତ୍ର ଏବଂ ଅହୀମେଲକ୍ ଅବିୟାଥରଙ୍କ ପୁତ୍ର ଥିଲେ। ଶାବ୍ଶା ଲିପିକାର ଥିଲେ।
17
ବନାୟ, କରେଥୀୟ ଓ ପଲେଥୀୟ ରକ୍ଷୀମାନଙ୍କର ଦାୟିତ୍ୱରେ ଥିଲେ। ବନାୟ ଯିହୋୟାଦାଙ୍କ ପୁତ୍ର ଥିଲେ। ଆଉ ଦାଉଦଙ୍କ ପୁତ୍ରମାନେ ରାଜା ଦାଉଦଙ୍କର ସେବା ନିମନ୍ତେ ମୁଖ୍ୟ ପଦାଧିକାରୀ ଥିଲେ।
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 19 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29