bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Chronicles 19
1 Chronicles 19
Odia Bible ERV 2004 (ପବିତ୍ର ବାଇବଲ)
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 20 →
1
ଅମ୍ମୋନୀୟମାନେ ଦାଉଦଙ୍କ ଲୋକମାନଙ୍କୁ ଅପମାନିତ କଲେ ନାହଶ୍ ଅମ୍ମୋନୀୟ ଲୋକଙ୍କର ରାଜା ଥିଲେ। ନାହଶ୍ ମୃତ୍ୟୁ ଭୋଗ କଲେ ଓ ତାଙ୍କର ପୁତ୍ର ନୂତନ ରାଜା ହେଲେ।
2
ଏ ଉତ୍ତାରେ ଦାଉଦ କହିଲେ, “ନାହଶ୍ ମୋ’ ପ୍ରତି ଦୟାଳୁ ହୋଇଥିଲେ, ତେଣୁ ମୁଁ ନାହଶଙ୍କ ପୁତ୍ର ହାନୂନ୍ ପ୍ରତି ଦୟାଳୁ ହେବି।” ତେଣୁ ହାନୂନଙ୍କୁ ତାହାଙ୍କ ପିତାଙ୍କ ମୃତ୍ୟୁ ବିଷୟକ ସାନ୍ତ୍ୱନା ଦେବା ନିମନ୍ତେ ଦାଉଦ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ଦାଉଦଙ୍କ ବାର୍ତ୍ତାବାହକମାନେ ହାନୂନଙ୍କୁ ସାନ୍ତ୍ୱନା ଦେବା ନିମନ୍ତେ ଅମ୍ମୋନ ଦେଶକୁ ଗଲେ।
3
କିନ୍ତୁ ଅମ୍ମୋନୀୟ ନେତାମାନେ ହାନୂନଙ୍କୁ କହିଲେ, “ଆପଣ ବିଶ୍ୱାସ କରୁଛନ୍ତି କି, ପ୍ରକୃତରେ ଦାଉଦ ଆପଣଙ୍କ ପିତାଙ୍କୁ ସମ୍ମାନ ଦେବା ପାଇଁ କିମ୍ୱା ସାନ୍ତ୍ୱନା ଦେବା ପାଇଁ ଲୋକମାନଙ୍କୁ ଆପଣଙ୍କ ପାଖକୁ ପଠାଇଛନ୍ତି? ନା, ତାଙ୍କର ଦାସମାନେ ଆପଣଙ୍କ ବିଷୟରେ ଓ ଆପଣଙ୍କ ଦେଶ ବିଷୟରେ ତଥ୍ୟ ଅନୁସନ୍ଧାନ କରିବା ନିମନ୍ତେ ଆସିଛନ୍ତି।”
4
ତେଣୁ ହାନୂନ୍ ଦାଉଦଙ୍କ ଦାସମାନଙ୍କୁ ବନ୍ଦୀ କଲେ ଓ ସେମାନଙ୍କ ଦାଢ଼ି କାଟି ପକାଇଲେ। ଆହୁରି ମଧ୍ୟ, ହାନୂନ୍ ସେମାନଙ୍କ ନିତମ୍ବ ନିକଟରୁ ବସ୍ତ୍ର କାଟି ପକାଇଲେ। ଏହା ପରେ ସେ ସେମାନଙ୍କୁ ପଠାଇ ଦେଲେ।
5
ଦାଉଦଙ୍କର ଦାସମାନେ ଗୃହକୁ ଫେରିଯିବା ନିମନ୍ତେ ଅତ୍ୟନ୍ତ ଲଜ୍ଜାବୋଧ କଲେ। କେତେକ ଲୋକ ଦାଉଦଙ୍କ ନିକଟକୁ ଗଲେ ଓ ତାଙ୍କ ଲୋକମାନଙ୍କ ପ୍ରତି କ’ଣ ଘଟିଛି, ତାହା ତାଙ୍କୁ ଜଣାଇଲେ। ତେଣୁ ଦାଉଦ ତାଙ୍କର ଲୋକମାନଙ୍କ ନିକଟକୁ ଏହି ବାର୍ତ୍ତା ପଠାଇ କହିଲେ, “ତୁମ୍ଭର ଦାଢ଼ି ଆଉ ଥରେ ବଢ଼ିବା ପର୍ଯ୍ୟନ୍ତ ଯିରୀହୋ ସହରରେ ରୁହ। ଏହା ପରେ ତୁମ୍ଭେ ଗୃହକୁ ଫେରି ଆସିବ।”
6
ଅମ୍ମୋନୀୟ ଲୋକମାନେ ଦେଖିଲେ ଯେ, ସେମାନେ ନିଜକୁ ଦାଉଦଙ୍କର ଅତ୍ୟନ୍ତ ଘୃଣ୍ୟ ଶତ୍ରୁ କରିଅଛନ୍ତି। ଏହା ପରେ ହାନୂନ୍ ଓ ଅମ୍ମୋନୀୟ ଏକ ସହସ୍ର ତାଳନ୍ତ ରୂପା ଦେଇ ମେସୋପଟେମିୟାର ଅରାମସ୍ଥ ମାଖାରୁ ଓ ସୋବାରୁ ରଥ ଓ ରଥଗ୍ଭଳକମାନଙ୍କୁ କିଣିଲେ।
7
ଅମ୍ମୋନୀୟ ଲୋକେ 32,000 ରଥ କିଣିଲେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସେମାନେ ମାଖାର ରାଜା ଓ ତାଙ୍କର ଲୋକମାନଙ୍କୁ ଅର୍ଥ ଦେଲେ। ମାଖାର ରାଜା ଓ ତାଙ୍କର ଲୋକମାନେ ମେଦବା ସହର ନିକଟରେ ଛାଉଣି ସ୍ଥାପନ କଲେ। ଅମ୍ମୋନୀୟ ଲୋକମାନେ ନିଜେ ମଧ୍ୟ ସହରରୁ ବାହାରି ଆସିଲେ ଓ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ରହିଲେ।
8
ଅମ୍ମୋନୀୟ ଲୋକମାନେ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହେଉଛନ୍ତି ବୋଲି ଦାଉଦ ଶୁଣିବାକୁ ପାଇଲେ। ତେଣୁ ଅମ୍ମୋନୀୟ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ସେ ଯୋୟାବ ଓ ଇସ୍ରାଏଲର ସମସ୍ତ ସୈନ୍ୟବାହିନୀକୁ ପଠାଇଲେ।
9
ଅମ୍ମୋନୀୟ ଲୋକମାନେ ବାହାରି ଆସିଲେ ଓ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇଗଲେ। ସେମାନେ ନଗର-ଦ୍ୱାର ନିକଟରେ ଥିଲେ। ଯେଉଁ ରାଜାମାନେ ସାହାଯ୍ୟ କରିବାକୁ ଆସିଥିଲେ, ସେମାନେ ବାହାରେ ଥିବା କ୍ଷେତ୍ରଗୁଡ଼ିକ ମଧ୍ୟରେ ରହିଲେ।
10
ଯୋୟାବ ଦେଖିଲେ ଯେ, ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ଦୁଇ ଗୋଟି ସୈନ୍ୟଦଳ ପ୍ରସ୍ତୁତ ହୋଇଅଛନ୍ତି। ଗୋଟିଏ ଦଳ ତାଙ୍କର ସମ୍ମୁଖରେ ଅଛନ୍ତି ଓ ଅନ୍ୟଟି ପଶ୍ଚାତରେ ଅଛନ୍ତି। ତେଣୁ ଯୋୟାବ ଇସ୍ରାଏଲର କେତେଜଣ ସର୍ବୋତ୍କୃଷ୍ଟ ଯୋଦ୍ଧାଙ୍କୁ ବାଛିଲେ। ସେ ସେମାନଙ୍କୁ ଅରାମର ସୈନ୍ୟଦଳ ବିରୁଦ୍ଧରେ ଯୁଦ୍ଧ କରିବାକୁ ପଠାଇଲେ।
11
ଯୋୟାବ ଅବୀଶୟଙ୍କ ଅଧୀନରେ ଇସ୍ରାଏଲର ଅବଶିଷ୍ଟ ସୈନ୍ୟଦଳକୁ ରଖିଲେ। ଅବୀଶୟ ଯୋୟାବଙ୍କ ଭ୍ରାତା ଥିଲେ। ସେହି ସୈନ୍ୟମାନେ ଅମ୍ମୋନୀୟ ସୈନ୍ୟଦଳ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ଗଲେ।
12
ଯୋୟାବ ଅବୀଶୟଙ୍କୁ କହିଲେ, “ଯଦି ଅରାମର ସୈନ୍ୟଦଳ ମୋ’ ନିମନ୍ତେ ପ୍ରବଳ ହୁଅନ୍ତି, ତେବେ ତୁମ୍ଭେ ମୋତେ ନିତାନ୍ତ ସାହାଯ୍ୟ କରିବ। କିନ୍ତୁ ଯଦି ଅମ୍ମୋନୀୟ ସୈନ୍ୟଦଳ ତୁମ୍ଭ ନିମନ୍ତେ ପ୍ରବଳ ହୁଅନ୍ତି, ତେବେ ମୁଁ ତୁମ୍ଭକୁ ସାହାଯ୍ୟ କରିବି।
13
ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗର ଓ ଆମ୍ଭମାନଙ୍କର ଲୋକମାନଙ୍କ ନିମନ୍ତେ ଯୁଦ୍ଧ କରିବାକୁ ଆସିଅଛୁ, ଆମ୍ଭେମାନେ ସାହସୀ ଓ ବଳବାନ ହେଉ! ସଦାପ୍ରଭୁ ଯାହା ଉତ୍ତମ ମନେ କରନ୍ତି, ତାହା କରନ୍ତୁ।”
14
ଯୋୟାବଙ୍କ ସୈନ୍ୟବାହିନୀ ଅରାମର ସୈନ୍ୟଦଳକୁ ଆକ୍ରମଣ କଲେ। ଅରାମର ସୈନ୍ୟଦଳ ଯୋୟାବ ଓ ତାଙ୍କର ସୈନ୍ୟବାହିନୀଠାରୁ ପଳାୟନ କଲେ।
15
ଅମ୍ମୋନୀୟ ସୈନ୍ୟଦଳ ଦେଖିଲେ ଯେ, ଅରାମର ସୈନ୍ୟଦଳ ପଳାୟନ କରୁଅଛନ୍ତି, ତେଣୁ ସେମାନେ ମଧ୍ୟ ପଳାୟନ କଲେ। ସେମାନେ ଅବୀଶୟ ଓ ତାଙ୍କର ସୈନ୍ୟଦଳଠାରୁ ପଳାୟନ କଲେ। ଅମ୍ମୋନୀୟମାନେ ସେମାନଙ୍କ ନଗରକୁ ଫେରିଗଲେ ଓ ଯୋୟାବ ଯିରୁଶାଲମକୁ ଫେରି ଆସିଲେ।
16
ଅରାମୀୟ ନେତାମାନେ ଦେଖିଲେ ଯେ, ଇସ୍ରାଏଲ ସେମାନଙ୍କୁ ପରାଜିତ କରିଅଛି। ତେଣୁ ସେମାନେ ଫରାତ୍ ନଦୀର ପୂର୍ବଆଡ଼େ ବାସ କରୁଥିବା ଅରାମୀୟ ଲୋକମାନଙ୍କଠାରୁ ସାହାଯ୍ୟ ମାଗିବା ନିମନ୍ତେ ବାର୍ତ୍ତାବାହକମାନଙ୍କୁ ପ୍ରେରଣ କଲେ। ଶୋଫକ୍ ଅରାମରୁ ଆସିଥିବା ହଦରେଷରଙ୍କ ସୈନ୍ୟଦଳର ସେନାପତି ଥିଲେ। ଶୋଫକ୍ ଅନ୍ୟ ଅରାମୀୟ ସୈନ୍ୟଦଳକୁ ମଧ୍ୟ ପରିଗ୍ଭଳିତ କରୁଥିଲେ।
17
ଅରାମୀୟ ଲୋକମାନେ ଯୁଦ୍ଧ ନିମନ୍ତେ ଏକତ୍ର ହେଉଅଛନ୍ତି ବୋଲି ଦାଉଦ ଶୁଣିଲେ। ତେଣୁ ଦାଉଦ ଇସ୍ରାଏଲର ସମସ୍ତ ଲୋକଙ୍କୁ ଏକତ୍ର କଲେ। ଦାଉଦ ସେମାନଙ୍କୁ ଯର୍ଦ୍ଦନ ନଦୀ ପାର କରାଇ ନେଲେ। ସେମାନେ ଅରାମୀୟମାନଙ୍କ ସହିତ ସମ୍ମୁଖାସମ୍ମୁଖୀ ହେଲେ। ଦାଉଦ ଯୁଦ୍ଧ ନିମନ୍ତେ ନିଜ ସୈନ୍ୟଦଳକୁ ପ୍ରସ୍ତୁତ କଲେ ଓ ସେମାନେ ଅରାମୀୟମାନଙ୍କୁ ଆକ୍ରମଣ କଲେ।
18
ଦାଉଦ ଓ ତାଙ୍କର ସୈନ୍ୟବାହିନୀ 7000 ଅରାମୀୟ ରଥଗ୍ଭଳକ ଓ 40,000 ଅରାମୀୟ ସୈନ୍ୟଙ୍କୁ ହତ୍ୟା କଲେ। ଦାଉଦ ଓ ତାଙ୍କର ସୈନ୍ୟବାହିନୀ ଅରାମୀୟ ସୈନ୍ୟଦଳର ସେନାପତି ଶୋଫକକୁ ମଧ୍ୟ ହତ୍ୟା କଲେ।
19
ହଦରେଷରଙ୍କ ପଦାଧିକାରୀମାନେ ଯେତେବେଳେ ଦେଖିଲେ ଯେ, ଇସ୍ରାଏଲ ସେମାନଙ୍କୁ ପରାଜିତ କରିଅଛି, ସେମାନେ ଦାଉଦଙ୍କ ସହିତ ଶାନ୍ତି ସ୍ଥାପନ କଲେ। ସେମାନେ ଦାଉଦଙ୍କର ଦାସ ହେଲେ। ତେଣୁ ଅରାମୀୟମାନେ ଅମ୍ମୋନୀୟମାନଙ୍କୁ ଆଉ ସାହାଯ୍ୟ କରିବାକୁ ରାଜି ହେଲେ ନାହିଁ।
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 20 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29