bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Chronicles 6
1 Chronicles 6
Odia Bible ERV 2004 (ପବିତ୍ର ବାଇବଲ)
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 7 →
1
ଲେବୀଙ୍କ ବଂଶଧରଗଣ ଲେବୀଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ, କହାତ୍ ଓ ମରାରି।
2
କହାତଙ୍କର ପୁତ୍ରମାନେ ଥିଲେ ଅମ୍ରାମ୍, ଯିଷହାର, ହିବ୍ରୋଣ ଓ ଉଷିୟେଲ।
3
ଅମ୍ରାମ୍ର ସନ୍ତାନମାନେ ଥିଲେ ହାରୋଣ, ମୋଶା ଓ ମରିୟମ୍। ହାରୋଣଙ୍କ ପୁତ୍ରମାନେ ଥିଲେ ନାଦବ୍, ଅବୀହୁ, ଇଲିୟାସର ଓ ଈଥାମର।
4
ଇଲିୟାସର ପୀନ୍ହସଙ୍କ ପିତା ଥିଲେ। ପୀନ୍ହସ୍ ଅବିଶୂୟଙ୍କ ପିତା ଥିଲେ।
5
ଅବିଶୂୟ ବୁକ୍କିଙ୍କ ପିତା ଥିଲେ। ବୁକ୍କି ଉଷିଙ୍କ ପିତା ଥିଲେ।
6
ଉଷି ସରହିୟଙ୍କ ପିତା ଥିଲେ। ସରହିୟ ମରାୟୋତଙ୍କ ପିତା ଥିଲେ।
7
ମରାୟୋତ ଅମରିୟଙ୍କ ପିତା ଥିଲେ। ଅମରିୟ ଅହୀଟୂବ୍ଙ୍କ ପିତା ଥିଲେ।
8
ଅହୀଟୂବ୍ ସାଦୋକଙ୍କ ପିତା ଥିଲେ। ସାଦୋକ୍ ଅହୀମାସଙ୍କ ପିତା ଥିଲେ।
9
ଅହୀମାସ ଅସରିୟଙ୍କ ପିତା ଥିଲେ। ଅସରିୟ ଯୋହାନନଙ୍କ ପିତା ଥିଲେ।
10
ଯୋହାନନ୍ ଅସରିୟଙ୍କ ପିତା ଥିଲେ (ଶଲୋମନ୍ ଯିରୁଶାଲମରେ ଯେଉଁ ମନ୍ଦିର ନିର୍ମାଣ କରିଥିଲେ ସେଠାରେ ଏହି ଅସରିୟ ଯାଜକ ଭାବେ କାର୍ଯ୍ୟ କରୁଥିଲେ)।
11
ଅସରିୟ ଅମରିୟଙ୍କ ପିତା ଥିଲେ। ଅମରିୟ ଅହୀଟୂବ୍ଙ୍କ ପିତା ଥିଲେ।
12
ଅହୀଟୂବ୍ ସାଦୋକଙ୍କ ପିତା ଥିଲେ। ସାଦୋକ ଶଲ୍ଲୁମ୍ଙ୍କ ପିତା ଥିଲେ।
13
ଶଲ୍ଲୁମ୍ ହିଲ୍କିୟଙ୍କ ପିତା ଥିଲେ। ହିଲ୍କିୟ ଅସରିୟଙ୍କ ପିତା ଥିଲେ।
14
ଅସରିୟ ସରାୟଙ୍କ ପିତା ଥିଲେ। ସରାୟ ଯିହୋସାଦକଙ୍କ ପିତା ଥିଲେ।
15
ସଦାପ୍ରଭୁ ଯେତେବେଳେ ଯିହୁଦା ଓ ଯିରୁଶାଲମକୁ ନିର୍ବାସିତ କଲେ, ଯିହୋସାଦକ ଲୋକମାନଙ୍କ ସହିତ ବନ୍ଦୀରୂପେ ନିଆଗଲେ। ସଦାପ୍ରଭୁ ନବୂଖଦ୍ନିତ୍ସରଙ୍କ ଦ୍ୱାରା ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ନିର୍ବାସନରେ ପଠାଇଲେ।
16
ଲେବୀଙ୍କର ଅନ୍ୟାନ୍ୟ ବଂଶଧରଗଣ ଲେବୀଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ, କହାତ୍ ଓ ମରାରି।
17
ଗେର୍ଶୋନଙ୍କ ପୁତ୍ରମାନେ ଥିଲେ ଲିବ୍ନି ଓ ଶିମିୟି।
18
କହାତଙ୍କ ପୁତ୍ରମାନେ ଥିଲେ ଅମ୍ରାମ୍, ଯିଷ୍ହର, ହିବ୍ରୋଣ ଓ ଉଷୀୟେଲ।
19
ମରାରିଙ୍କ ପୁତ୍ରମାନେ ଥିଲେ ମହଲି ଓ ମୂଶି। ଲେବୀଙ୍କ ଗୋଷ୍ଠୀଗୁଡ଼ିକର ଏହା ହିଁ ଏକ ତାଲିକା ଅଟେ। ସେମାନଙ୍କ ପିତାଗଣଙ୍କର ନାମାନୁସାରେ ହିଁ ସେମାନଙ୍କର ନାମ ତାଲିକାଭୁକ୍ତ ହୋଇଅଛି।
20
ଏହିମାନେ ଗେର୍ଶୋନଙ୍କ ବଂଶଧର ଥିଲେ: ଲିବ୍ନି ଗେର୍ଶୋନଙ୍କ ପୁତ୍ର ଥିଲେ। ଯହତ୍, ଲିବ୍ନିଙ୍କ ପୁତ୍ର ଥିଲେ। ସିମ୍ମ ଯହତଙ୍କ ପୁତ୍ର ଥିଲେ।
21
ଯୋୟାହ ସିମ୍ମଙ୍କ ପୁତ୍ର ଥିଲେ। ଇଦ୍ଦୋ ଯୋୟାହଙ୍କ ପୁତ୍ର ଥିଲେ। ସେରହ ଇଦ୍ଦୋଙ୍କ ପୁତ୍ର ଥିଲେ। ଯିୟତ୍ରୟ ସେରହଙ୍କର ପୁତ୍ର ଥିଲେ।
22
ଏହିମାନେ କହାତଙ୍କ ବଂଶଧର ଥିଲେ। ଅମ୍ମୀନାଦବ୍ କହାତଙ୍କ ପୁତ୍ର ଥିଲେ। କୋରହ ଅମ୍ମୀନାଦବଙ୍କ ପୁତ୍ର ଥିଲେ। ଅସୀର କୋରହଙ୍କ ପୁତ୍ର ଥିଲେ।
23
ଇଲ୍କାନା ଅସୀରଙ୍କ ପୁତ୍ର ଥିଲେ, ଅବୀୟାସଫ୍ ଇଲ୍କାନାଙ୍କ ପୁତ୍ର ଥିଲେ। ଅସୀର ଅବୀୟାସଫ୍ଙ୍କ ପୁତ୍ର ଥିଲେ।
24
ତହତ୍ ଅସୀରଙ୍କ ପୁତ୍ର ଥିଲେ। ଊରିୟେଲ ତହତ୍ଙ୍କ ପୁତ୍ର ଥିଲେ। ଊଷିୟ ଉରିୟେଲଙ୍କ ପୁତ୍ର ଥିଲେ। ଶୌଲ୍ ଉଷିୟଙ୍କ ପୁତ୍ର ଥିଲେ।
25
ଇଲ୍କାନାଙ୍କ ପୁତ୍ରମାନେ ଥିଲେ ଅମାସୟ ଓ ଅହୀମୋତ୍।
26
ସୋଫୀୟ ଇଲ୍କାନାଙ୍କ ପୁତ୍ର ଥିଲେ। ନହାତ୍ ସୋଫୀଙ୍କ ପୁତ୍ର ଥିଲେ।
27
ଇଲୀୟାବ୍ ନହାତଙ୍କ ପୁତ୍ର ଥିଲେ। ଯିରୋହମ୍ ଇଲିୟାବ୍ଙ୍କ ପୁତ୍ର ଥିଲେ। ଇଲ୍କାନା ଯିରୋହମ୍ଙ୍କ ପୁତ୍ର ଥିଲେ। ଶାମୁୟେଲ ଇଲ୍କାନାଙ୍କ ପୁତ୍ର ଥିଲେ।
28
ଶାମୁୟେଲଙ୍କ ପୁତ୍ରମାନେ ଥିଲେ: ଯୋୟେଲ ଜ୍ୟେଷ୍ଠ ପୁତ୍ର ଓ ଅବୀୟ କନିଷ୍ଠ ପୁତ୍ର।
29
ଏହିମାନେ ମରାରିଙ୍କ ପୁତ୍ର ଥିଲେ: ମହଲି ମରାରିଙ୍କ ପୁତ୍ର ଥିଲେ। ଲିବ୍ନି ମହଲିଙ୍କ ପୁତ୍ର ଥିଲେ।
30
ଶିମିୟ ଲିବ୍ନିଙ୍କ ପୁତ୍ର ଥିଲେ। ଉଷଃ ଶିମିୟିଙ୍କ ପୁତ୍ର ଥିଲେ। ଶିମିୟି ଉଷଃଙ୍କ ପୁତ୍ର ଥିଲେ। ହଗିୟ ଶିମିୟିଙ୍କ ପୁତ୍ର ଥିଲେ। ଅସାୟ ହଗିୟଙ୍କ ପୁତ୍ର ଥିଲେ।
31
ମନ୍ଦିରର ବାଦ୍ୟକାରୀଗଣ ନିୟମ-ସିନ୍ଦୁକ ସଦାପ୍ରଭୁଙ୍କ ଗୃହର ତମ୍ବୁ ମଧ୍ୟରେ ରଖାଯିବା ପରେ ଦାଉଦ ଏହି ବ୍ୟକ୍ତିମାନଙ୍କୁ ବାଦ୍ୟକାରୀ ରୂପେ ମନୋନୀତ କଲେ।
32
ଏହି ବ୍ୟକ୍ତିମାନେ ପବିତ୍ର ତମ୍ବୁ ମଧ୍ୟରେ ସଙ୍ଗୀତ ଗାନ କରି ସେବାକାର୍ଯ୍ୟ କଲେ। ଏହି ପବିତ୍ର ତମ୍ବୁକୁ ସମାଗମ-ତମ୍ବୁ ବୋଲି ମଧ୍ୟ କୁହା ଯାଉଥିଲା। ଶଲୋମନ ଯିରୁଶାଲମରେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବା ପର୍ଯ୍ୟନ୍ତ ଏହି ବ୍ୟକ୍ତିମାନେ ସେବାକାର୍ଯ୍ୟ କଲେ। ସେମାନଙ୍କ କାର୍ଯ୍ୟ ନିମନ୍ତେ ସେମାନଙ୍କୁ ଦିଆଯାଇଥିବା ନିୟମାବଳୀକୁ ସୂଗ୍ଭରୁରୂପେ ପାଳନ କରି ସେମାନେ ସେବାକାର୍ଯ୍ୟ କଲେ।
33
ସଙ୍ଗୀତ ଦ୍ୱାରା ସେବାକାର୍ଯ୍ୟ କରୁଥିବା ବ୍ୟକ୍ତିଗଣ ଓ ସେମାନଙ୍କର ପୁତ୍ରଗଣ କହାତଙ୍କର ବଂଶଧର ଥିଲେ, ଗାୟକ ହେମନ୍। ହେମନ୍ ଯୋୟେଲଙ୍କ ପୁତ୍ର ଥିଲେ। ଯୋୟେଲ ଶାମୁୟେଲଙ୍କ ପୁତ୍ର ଥିଲେ।
34
ଶାମୁୟେଲ ଇଲ୍କାନାଙ୍କ ପୁତ୍ର ଥିଲେ। ଇଲ୍କାନା ଯିରୋହମ୍ଙ୍କ ପୁତ୍ର ଥିଲେ। ଯିରୋହମ୍ ଇଲୀୟେଲ୍ଙ୍କ ପୁତ୍ର ଥିଲେ। ଇଲୀୟେଲ୍ ତୋହଙ୍କ ପୁତ୍ର ଥିଲେ।
35
ତୋହ ସୂଫ୍ଙ୍କ ପୁତ୍ର ଥିଲେ। ସୂଫ୍ ଇଲ୍କାନାଙ୍କ ପୁତ୍ର ଥିଲେ। ଇଲ୍କାନା ମାହତ୍ଙ୍କ ପୁତ୍ର ଥିଲେ। ମାହତ୍ ଅମାସୟଙ୍କ ପୁତ୍ର ଥିଲେ।
36
ଅମାସୟ ଇଲ୍କାନାଙ୍କ ପୁତ୍ର ଥିଲେ। ଇଲ୍କାନା ଯୋୟେଲଙ୍କ ପୁତ୍ର ଥିଲେ। ଯୋୟେଲ ଅସରିୟଙ୍କ ପୁତ୍ର ଥିଲେ। ଅସରିୟ ସିଫନିୟର ପୁତ୍ର ଥିଲେ।
37
ସିଫନିୟର ତହତ୍ଙ୍କ ପୁତ୍ର ଥିଲେ। ଅବୀୟାସଫ୍ କୋରହଙ୍କ ପୁତ୍ର ଥିଲେ।
38
କୋରହ ଯିଷ୍ହରଙ୍କ ପୁତ୍ର ଥିଲେ। ଯିଷ୍ହର କହାତଙ୍କ ପୁତ୍ର ଥିଲେ। କହାତ୍ ଲେବୀଙ୍କ ପୁତ୍ର ଥିଲେ। ଲେବୀ ଇସ୍ରାଏଲଙ୍କ ପୁତ୍ର ଥିଲେ।
39
ହେମନଙ୍କ ଆତ୍ମୀୟ ଥିଲେ ଆସଫ୍। ଆସଫ୍ ହେମନଙ୍କ ଦକ୍ଷିଣ ପାର୍ଶ୍ୱରେ ରହି ସେବାକାର୍ଯ୍ୟ କରୁଥିଲେ। ଆସଫ ବେରିଖିୟଙ୍କ ପୁତ୍ର ଥିଲେ। ବେରିଖିୟ ଶିମିୟଙ୍କ ପୁତ୍ର ଥିଲେ।
40
ଶିମିୟ ମୀଖାୟେଲଙ୍କ ପୁତ୍ର ଥିଲେ। ମୀଖାୟେଲ ବାସେୟଙ୍କ ପୁତ୍ର ଥିଲେ। ବାସେୟ ମଲ୍କିୟରଙ୍କ ପୁତ୍ର ଥିଲେ।
41
ମଲ୍କିୟର ଇତ୍ନିଙ୍କ ପୁତ୍ର ଥିଲେ। ଇତ୍ନି ସେରହଙ୍କ ପୁତ୍ର ଥିଲେ। ସେରହ ଅଦାୟାଙ୍କ ପୁତ୍ର ଥିଲେ।
42
ଅଦାୟା ଏଥନଙ୍କ ପୁତ୍ର ଥିଲେ। ଏଥନ୍ ସିମ୍ମଙ୍କ ପୁତ୍ର ଥିଲେ। ସିମ୍ମ ଶିମିୟଙ୍କ ପୁତ୍ର ଥିଲେ।
43
ଶିମିୟ ଯହତଙ୍କ ପୁତ୍ର ଥିଲେ। ଯହତ୍ ଗେର୍ଶୋନଙ୍କ ପୁତ୍ର ଥିଲେ। ଗେର୍ଶୋନ ଲେବୀଙ୍କ ପୁତ୍ର ଥିଲେ।
44
ମରାରିଙ୍କ ବଂଶଧରମାନେ ହେମନ୍ ଓ ଆସଫ୍ଙ୍କ ଆତ୍ମୀୟ ଥିଲେ। ସେମାନେ ହେମନଙ୍କ ବାମ ପାର୍ଶ୍ୱସ୍ଥ ସଙ୍ଗୀତ ଦଳ ଥିଲେ। ଏଥନ କୀଶିଙ୍କ ପୁତ୍ର ଥିଲେ। କୀଶି ଅବଦିଙ୍କ ପୁତ୍ର ଥିଲେ। ଅବଦି ମାଲ୍ଲୁକଙ୍କ ପୁତ୍ର ଥିଲେ।
45
ମାଲ୍ଲୁକ ହଶବିୟଙ୍କ ପୁତ୍ର ଥିଲେ। ହଶବିୟ ଅମତ୍ସିୟଙ୍କ ପୁତ୍ର ଥିଲେ। ଅମତ୍ସିୟ ହିଲ୍କିୟଙ୍କ ପୁତ୍ର ଥିଲେ।
46
ହିଲ୍କିୟ ଅମ୍ସିଙ୍କ ପୁତ୍ର ଥିଲେ। ଅମ୍ସି ବାନିଙ୍କ ପୁତ୍ର ଥିଲେ। ବାନି ଶେମରଙ୍କ ପୁତ୍ର ଥିଲେ।
47
ଶେମର ମହଲିଙ୍କ ପୁତ୍ର ଥିଲେ। ମହଲି ମୂଶିଙ୍କ ପୁତ୍ର ଥିଲେ। ମୂଶି ମରାରିଙ୍କ ପୁତ୍ର ଥିଲେ। ମରାରି ଲେବୀଙ୍କ ପୁତ୍ର ଥିଲେ।
48
ହେମନ୍ ଓ ଆସଫ୍ଙ୍କ ଭ୍ରାତାମାନେ ଲେବୀଙ୍କ ଗୋଷ୍ଠୀର ଥିଲେ। ଲେବୀଙ୍କ ଗୋଷ୍ଠୀମାନଙ୍କୁ ଲେବୀୟ ମଧ୍ୟ କୁହାଯାଉଥିଲା। ପବିତ୍ର ତମ୍ବୁରେ ସେବାକାର୍ଯ୍ୟ କରିବା ନିମନ୍ତେ ଏହି ଲେବୀୟମାନେ ମନୋନୀତ ହୋଇଥିଲେ। ପରମେଶ୍ୱରଙ୍କ ଗୃହରେ ପବିତ୍ର ତମ୍ବୁ ରହିଥିଲା,
49
କିନ୍ତୁ କେବଳ ହାରୋଣ ଏବଂ ତାଙ୍କର ବଂଶଧରମାନଙ୍କୁ ହୋମବଳି, ଯଜ୍ଞବେଦି ସୁଗନ୍ଧିବେଦି ଉପରେ ସୁଗନ୍ଧି ଧୂପ ଜଳାଇବା ନିମନ୍ତେ ଅନୁମତି ଦିଆଯାଇ ଥିଲା। ପରମେଶ୍ୱରଙ୍କ ଗୃହର ମହାପବିତ୍ରତମ ସ୍ଥାନର ସମସ୍ତ କାର୍ଯ୍ୟ ଏବଂ ଇସ୍ରାଏଲ ପାଇଁ ମଧ୍ୟ ପ୍ରାୟଶ୍ଚିତ କରନ୍ତି। ମୋଶା ପରମେଶ୍ୱରଙ୍କ ସେବକ, ଯେଉଁ ସମସ୍ତ ନୀତି ଓ ଆଇନ ଦେଇଥିଲେ ସେହିସବୁ ସେମାନେ ପାଳନ କଲେ।
50
ହାରୋଣଙ୍କ ବଂଶଧରଗଣ ଏହିମାନେ ହାରୋଣଙ୍କ ପୁତ୍ରଗଣ ଥିଲେ: ଇଲିୟାସର ହାରୋଣଙ୍କ ପୁତ୍ର ଥିଲେ। ପୀନ୍ହସ୍ ଇଲିୟାସରଙ୍କ ପୁତ୍ର ଥିଲେ। ଅବୀଶୂୟ ପୀନ୍ହସ୍ଙ୍କ ପୁତ୍ର ଥିଲେ।
51
ବୁକ୍କି ଅବୀଶୂୟଙ୍କ ପୁତ୍ର ଥିଲେ। ଉଷି ବୁକ୍କିଙ୍କ ପୁତ୍ର ଥିଲେ। ସରହିୟ ଉଷିଙ୍କ ପୁତ୍ର ଥିଲେ।
52
ମରାୟୋତ୍ ସରହିୟଙ୍କ ପୁତ୍ର ଥିଲେ। ଅମରିୟ ମରାୟୋତ୍ଙ୍କ ପୁତ୍ର ଥିଲେ।
53
ସାଦୋକ ଅହୀଟୂବ୍ଙ୍କ ପୁତ୍ର ଥିଲେ। ଅହୀମାସ୍ ସାଦୋକଙ୍କ ପୁତ୍ର ଥିଲେ।
54
ଲେବୀୟ ଗୋଷ୍ଠୀ ନିମନ୍ତେ ବାସସ୍ଥାନ ଏହି ସମସ୍ତ ସ୍ଥାନରେ ହାରୋଣଙ୍କ ବଂଶଧରମାନେ ବାସ କଲେ। ସେମାନଙ୍କୁ ଦତ୍ତ ହୋଇଥିବା ଦେଶରେ ସେମାନେ ଛାଉଣି ମଧ୍ୟରେ ବାସ କଲେ। ଲେବୀୟ ଲୋକମାନଙ୍କୁ ଦିଆଯାଇଥିବା ଦେଶରେ କହାତୀୟମାନେ ପ୍ରଥମ ଅଂଶ ପାଇଲେ।
55
ସେମାନଙ୍କୁ ହିବ୍ରୋଣ ଓ ତାହାର ଚତୁର୍ଦ୍ଦିଗରେ ଥିବା କ୍ଷେତ୍ରମାନ ଦତ୍ତ ହେଲା।
56
କିନ୍ତୁ ସେମାନେ ସହରଠାରୁ ଦୂରରେ ଥିବା କ୍ଷେତ୍ର ଓ ଗ୍ରାମସବୁ ଯିଫୁନ୍ନିର ପୁତ୍ର କାଲେବଙ୍କୁ ଦେଲେ।
57
ହାରୋଣର ବଂଶଧରମାନଙ୍କୁ ଦିଆଯାଇଥିବା ଆଶ୍ରୟ ନଗର ସବୁ ହିବ୍ରୋଣ, ଲିବ୍ନା, ଯତ୍ତୀର, ଇଷ୍ଟିମୋୟ,
58
ହିଲେନ୍, ଦବୀର ଏବଂ ସେମାନଙ୍କର କ୍ଷେତ।
59
ଆଶନ୍, ବୈଥ୍-ଶେମଶ ଏବଂ ସେମାନଙ୍କର କ୍ଷେତ।
60
ବିନ୍ୟାମୀନ ଗୋଷ୍ଠୀଠାରୁ ସେମାନେ ଗିବିୟୋନ, ଗେବା, ଆଲେମତ୍ ଓ ଅନାଥୋତ୍ ଏବଂ ସେମାନଙ୍କ ଚତୁର୍ପାର୍ଶ୍ୱର କ୍ଷେତ ସହର ସହିତ ପ୍ରାପ୍ତ ହେଲା। କହାତୀୟମାନଙ୍କୁ ତେରଟି ନଗର ଦିଆଗଲା।
61
କହାତୀୟମାନଙ୍କୁ ମନଃଶିଙ୍କ ଅର୍ଦ୍ଧେକ ଗୋଷ୍ଠୀଠାରୁ ଯର୍ଦ୍ଦନ ନଦୀର ପୂର୍ବରେ ଥିବା ଦଶଗୋଟି ସହର ଦିଆଯାଇଥିଲା।
62
ଗେର୍ଶୋନଙ୍କ ଗୋଷ୍ଠୀ ତେର ଗୋଟି ନଗର ପ୍ରାପ୍ତ ହେଲା। ସେମାନେ ଇଷାଖର, ଆଶେର, ନପ୍ତାଲି ଓ ବାଶନ ଅଞ୍ଚଳରେ ବାସ କରୁଥିବା ମନଃଶିର ଅବଶିଷ୍ଟ ବଂଶଠାରୁ ସେହି ନଗରଗୁଡ଼ିକ ପ୍ରାପ୍ତ ହେଲେ।
63
ମରାରି ବଂଶର ପରିବାରବର୍ଗକୁ ବାର ଗୋଟି ନଗର ପ୍ରାପ୍ତ ହେଲା। ସେମାନେ ରୁବେନ୍, ଗାଦ୍, ସବୁଲୂନର ଗୋଷ୍ଠୀଠାରୁ ସେହି ସମସ୍ତ ନଗର ପ୍ରାପ୍ତ ହେଲେ। ସେମାନେ ଗୁଲିବାଣ୍ଟଦ୍ୱାରା ସେହି ନଗରସବୁ ପ୍ରାପ୍ତ କଲେ।
64
ତେଣୁ ଇସ୍ରାଏଲୀୟ ଲୋକମାନେ ସେହିସବୁ ସହର ଓ କ୍ଷେତ୍ରଗୁଡ଼ିକୁ ଲେବୀୟମାନଙ୍କୁ ଦେଇ ଦେଲେ।
65
ସେହି ସମସ୍ତ ନଗରୀ ସେମାନେ ଯିହୁଦା, ଶିମିୟୋନ୍, ଓ ବିନ୍ୟାମୀନର ଗୋଷ୍ଠୀଙ୍କଠାରୁ ପ୍ରାପ୍ତ ହୋଇଥିଲେ। ଯେଉଁଗୁଡ଼ିକର ନାମ ଗୁଲିବାଣ୍ଟରେ ଉଲ୍ଲେଖ କରାଯାଇଛି।
66
ଇଫ୍ରୟିମ୍ ଗୋଷ୍ଠୀ କହାତ୍ର କେତେକ ପରିବାର କିଛି ନଗରୀଗୁଡ଼ିକ ଦେଲେ।
67
ଇଫ୍ରୟିମର ପାର୍ବତ୍ୟମୟ ଦେଶରେ, ସେମାନଙ୍କୁ ସୁରକ୍ଷାର ନଗରୀ ଶିଖିମ ଏବଂ ଗେଷର୍ ଓ ସେମାନଙ୍କର କ୍ଷେତ୍ରଗୁଡ଼ିକ ଦିଆଗଲା।
68
ଯକମିୟାମ୍, ବୈଥ୍ହୋରଣ ସେମାନଙ୍କର କ୍ଷେତସବୁ।
69
ଅୟାଲୋନ୍ ଓ ଗାଥ୍-ରିମ୍ମୋନ୍ ମଧ୍ୟ ସେମାନଙ୍କୁ ଦିଆଯାଇଥିଲା। ସେମାନେ ସେହି ନଗରୀଗୁଡ଼ିକ ସହିତ କ୍ଷେତ୍ରଗୁଡ଼ିକ ମଧ୍ୟ ପାଇଲେ।
70
ଇସ୍ରାଏଲର ମନଃଶିର ଗୋଷ୍ଠୀର ଅଧା ଲୋକ ଆନେର ଓ ବିଲିୟମ ସହରଗୁଡ଼ିକ କହାତ୍ ଗୋଷ୍ଠୀଗୁଡ଼ିକୁ ଦେଲେ। ସେହି କହାତ୍ ଗୋଷ୍ଠୀ ସହରଗୁଡ଼ିକ ସହିତ କ୍ଷେତ୍ରଗୁଡ଼ିକ ମଧ୍ୟ ପାଇଲେ।
71
ଅନ୍ୟ ଲେବୀୟ ଗୋଷ୍ଠୀଗୁଡ଼ିକ ବାସସ୍ଥାନ ପାଇଲେ ଗେର୍ଶୋନଙ୍କ ଗୋଷ୍ଠୀ ମନଃଶିଙ୍କ ଅର୍ଦ୍ଧେକ ଗୋଷ୍ଠୀଠାରୁ ଭୂମି ପାଇଲେ, ସେମାନେ ଗୋଲନର ନଗରସବୁ ବାଶନର ଓ ଅଷ୍ଟାରୋତ ନଗରସବୁ ଗ୍ଭରଣଭୂମି ସହ ପାଇଲେ।
72
ଗେର୍ଶୋନଙ୍କ ଗୋଷ୍ଠୀ ଆହୁରି ମଧ୍ୟ ଇଷାଖରର ଗୋଷ୍ଠୀଠାରୁ କାଦେଶ, ଦାବରତ, ରାମୋତ୍ ଓ ଆନେମ୍ ସହରଗୁଡ଼ିକ ପାଇଲେ। ଏହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ର ସବୁ ମଧ୍ୟ ସେମାନେ ଲାଭ କଲେ।
74
ଗେର୍ଶୋନଙ୍କ ଗୋଷ୍ଠୀ ଆହୁରି ମଧ୍ୟ ଆଶେରର ପରିବାରବର୍ଗଠାରୁ ମଶାଲ୍, ଅବ୍ଦୋନ, ହୁକ୍କୋକ୍ ଓ ରହୋବ ସହରଗୁଡ଼ିକ ପ୍ରାପ୍ତ ହେଲେ। ସେହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ୟ ସେମାନେ ଲାଭ କଲେ।
76
ଗେର୍ଶୋନଙ୍କ ପରିବାର ଆହୁରି ମଧ୍ୟ ନପ୍ତାଲି ଗୋଷ୍ଠୀଙ୍କଠାରୁ ଗାଲିଲୀର କେଦଶ, ହମ୍ମୋନ୍ ଓ କିରିୟାଥୟିମ୍ ସହର ମଧ୍ୟ ପ୍ରାପ୍ତ ହେଲେ। ସେହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ୟ ସେମାନେ ଲାଭ କଲେ।
77
ଲେବୀୟ ଲୋକମାନଙ୍କ ମଧ୍ୟରେ ଆଉ କେବଳ ମରାରି ପରିବାରଗୁଡ଼ିକ ଅବଶିଷ୍ଟ ରହିଲେ। ସେମାନେ ସବୂଲୂନ୍ ଗୋଷ୍ଠୀଠାରୁ ରିମ୍ମୋନ ଓ ତାବୋର୍ ସହରଗୁଡ଼ିକ ଗ୍ଭରଣଭୂମି ସହିତ ପ୍ରାପ୍ତ ହେଲେ।
78
ମରାରି ବଂଶ ଆହୁରି ମଧ୍ୟ ରୁବେନ୍ ଗୋଷ୍ଠୀଠାରୁ ମରୁଭୂମିସ୍ଥ ବେତ୍ସର୍ ସହର, ଯହସ, କଦେମୋତ୍ ଓ ମେଫାତ୍ ସହରଗୁଡ଼ିକ ପ୍ରାପ୍ତ ହେଲେ। ରୁବେନ୍ ଗୋଷ୍ଠୀ ଯିରୀହୋ ନଗରର ପୂର୍ବ ପାର୍ଶ୍ୱ ଓ ଯର୍ଦ୍ଦନ ନଦୀର ପୂର୍ବ ପାର୍ଶ୍ୱରେ ବାସ କରୁଥିଲେ। ମରାରିର ଏହି ପରିବାରଗୁଡ଼ିକ ସେହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ୟ ଲାଭ କଲେ।
80
ମରାରି ପରିବାରବର୍ଗ ଗାଦ୍ ଗୋଷ୍ଠୀଠାରୁ ଗିଲିୟଦସ୍ଥ ରାମୋତ୍, ହିଷ୍ବୋନ୍ ଓ ଯାସେର୍ ସହରଗୁଡ଼ିକ ପ୍ରାପ୍ତ ହେଲେ। ସେହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ୟ ସେମାନେ ଲାଭ କଲେ।
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 7 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29