bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Chronicles 27
1 Chronicles 27
Odia Bible ERV 2004 (ପବିତ୍ର ବାଇବଲ)
← Chapter 26
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 28 →
1
ସୈନ୍ୟଦଳଗୁଡ଼ିକ ରାଜାଙ୍କ ସୈନ୍ୟବାହିନୀରେ ସେବାକାର୍ଯ୍ୟ କରୁଥିବା ଇସ୍ରାଏଲୀୟ ଲୋକଙ୍କର ତାଲିକା ଏହି। ପ୍ରତ୍ୟେକ ଦଳକୁ ପ୍ରତି ବର୍ଷର ଗୋଟିଏ ମାସ ନିମନ୍ତେ କାର୍ଯ୍ୟରେ ରହିବାକୁ ପଡ଼ୁଥିଲା। ଏହି ସମସ୍ତ ପରିବାରର ଶାସକ, କ୍ୟାପଟେନ୍, ସେନାଧ୍ୟକ୍ଷ ଓ ପୋଲିସମାନେ ରାଜାଙ୍କର ସେବାକାର୍ଯ୍ୟ କରୁଥିଲେ। ପ୍ରତ୍ୟେକ ସେନାଦଳରେ 24,000 ଲୋକ ଥିଲେ।
2
ଯାଶ୍ବିୟାମ ପ୍ରଥମ ମାସ ନିମନ୍ତେ ପ୍ରଥମ ଦଳର ଦାୟିତ୍ୱରେ ଥିଲେ। ଯାଶ୍ବିୟାମ ସବ୍ଦୀୟେଲଙ୍କ ପୁତ୍ର ଥିଲେ। ଯାଶ୍ବିୟାମଙ୍କ ଦଳରେ 24,000 ଲୋକ ଥିଲେ।
3
ଯାଶ୍ବିୟାମ ପେରସଙ୍କ ପରିବାରର ଜଣେ ଥିଲେ। ଯାଶ୍ବିୟାମ ପ୍ରଥମ ମାସ ନିମନ୍ତେ ସମସ୍ତ ସେନାଧ୍ୟକ୍ଷମାନଙ୍କର ନେତା ଥିଲେ।
4
ଦୋଦୟ ଦ୍ୱିତୀୟ ମାସ ନିମନ୍ତେ ସୈନ୍ୟଦଳର ଦାୟିତ୍ୱରେ ଥିଲେ। ସେ ଅହୋଦୀୟରୁ ଆସିଥିଲେ। ଦୋଦୟଙ୍କ ଦଳରେ 24,000 ଲୋକ ଥିଲେ।
5
ବନାୟ ତୃତୀୟ ସେନାଧ୍ୟକ୍ଷ ଥିଲେ। ବନାୟ ତୃତୀୟ ମାସର ସେନାଧ୍ୟକ୍ଷ ଥିଲେ। ବନାୟ ଯିହୋୟାଦାଙ୍କ ପୁତ୍ର ଥିଲେ। ଯିହୋୟାଦା ମୁଖ୍ୟ ଯାଜକ ଥିଲେ। ବନାୟଙ୍କ ଦଳରେ 24,000 ଲୋକ ଥିଲେ।
6
ସେହି ବନାୟ ହିଁ ତିରିଶ୍ ଜଣ ବୀରଙ୍କ ମଧ୍ୟରେ ଜଣେ ସାହସୀ ବୀର ଥିଲେ। ବନାୟ ସେହି ଲୋକମାନଙ୍କୁ ପରିଗ୍ଭଳିତ କରୁଥିଲେ। ବନାୟଙ୍କ ପୁତ୍ର ଅମ୍ମୀଷାବଦ ବନାୟଙ୍କ ଦଳର ଦାୟିତ୍ୱରେ ଥିଲେ।
7
ଅସାହେଲ୍ ଚତୁର୍ଥ ସେନାଧ୍ୟକ୍ଷ ଥିଲେ। ସେ ଯୋୟାବଙ୍କ ଭ୍ରାତା ଥିଲେ ଏବଂ ତାଙ୍କ ପରେ ତାଙ୍କ ପୁତ୍ର ସବଦିୟ ସେନାଧ୍ୟକ୍ଷ ହେଲେ। ଅସାହେଲ୍ ଚତୁର୍ଥ ମାସର ସେନାଧ୍ୟକ୍ଷ ଥିଲେ। ଅସାହେଲଙ୍କ ସୈନ୍ୟଦଳରେ 24,000 ଲୋକ ଥିଲେ।
8
ଯିଷ୍ରାହୀୟର ପଞ୍ଚମ ମାସ ପାଇଁ ପଞ୍ଚମ ସେନାଧ୍ୟକ୍ଷ ଶମ୍ମୋତ୍ରେ ଥିଲେ। ତାଙ୍କ ଦଳରେ 24,000 ଲୋକ ଥିଲେ।
9
ଇରା ଷଷ୍ଠ ମାସରେ ସେନାଧ୍ୟକ୍ଷ ଥିଲେ। ଇରା ଇକ୍କେଶଙ୍କ ପୁତ୍ର ଥିଲେ। ଇକ୍କେଶ ତକ୍କୋୟୀୟ ସହର ନିବାସୀ ଥିଲେ। ଇରାଙ୍କ ଦଳରେ 24,000 ଲୋକ ଥିଲେ।
10
ହେଲସ୍ ସପ୍ତମ ସେନାଧ୍ୟକ୍ଷ ଥିଲେ। ହେଲସ୍ ସପ୍ତମ ମାସର ସେନାଧ୍ୟକ୍ଷ ଥିଲେ। ସେ ଜଣେ ଅଜ୍ଞାତ ଜାଗାର ଇଫ୍ରୟିମୀୟ ଲୋକ। ହେଲସଙ୍କ ଦଳରେ 24,000 ଲୋକ ଥିଲେ।
11
ସିବ୍ବଖୟ ଅଷ୍ଟମ ସେନାଧ୍ୟକ୍ଷ ଥିଲେ। ସିବ୍ବଖୟ ଅଷ୍ଟମ ମାସର ସେନାଧ୍ୟକ୍ଷ ଥିଲେ। ସିବ୍ବଖୟ ହୂଶାତୀୟରୁ ଆସିଥିଲେ। ସିବ୍ବଖୟ ସେରହଙ୍କ ପରିବାରରୁ ଆସିଥିଲେ। ସିବ୍ବଖୟଙ୍କ ଦଳରେ 24,000 ଲୋକ ଥିଲେ।
12
ଅବୀୟେଷର ନବମ ସେନାଧ୍ୟକ୍ଷ ଥିଲେ। ଅବୀୟେଷର ନବମ ମାସର ସେନାଧ୍ୟକ୍ଷ ଥିଲେ। ଅବୀୟେଷର୍ ଅନାଥୋଥ୍ ସହରରୁ ଆସିଥିଲେ। ଅବୀୟେଷର ବିନ୍ୟାମୀନ ଗୋଷ୍ଠୀରୁ ଆସିଥିଲେ, ଅବୀୟେଷରଙ୍କ ଦଳରେ 24,000 ଲୋକ ଥିଲେ।
13
ମହରୟ ଦଶମ ସେନାଧ୍ୟକ୍ଷ ଥିଲେ। ମହରୟ ଦଶମ ମାସର ସେନାଧ୍ୟକ୍ଷ ଥିଲେ। ମହରୟ ନଟୋଫାରୁ ଆସିଥିଲେ। ସେ ସେରହଙ୍କ ପରିବାରରୁ ଆସିଥିଲେ। ମହରୟଙ୍କ ଦଳରେ 24,000 ଲୋକ ଥିଲେ।
14
ବନାୟ ଏକାଦଶତମ ସେନାଧ୍ୟକ୍ଷ ଥିଲେ। ବନାୟ ଏକାଦଶ ମାସର ସେନାଧ୍ୟକ୍ଷ ଥିଲେ। ବନାୟ ପିରିୟାଥୋରୁ ଆସିଥିଲେ। ବନାୟ ଇଫ୍ରୟିମ ପରିବାରବର୍ଗରୁ ଆସିଥିଲେ। ବନାୟଙ୍କ ଦଳରେ 24,000 ଲୋକ ଥିଲେ।
15
ହିଲ୍ଦୟ ଦ୍ୱାଦଶତମ ସେନାଧ୍ୟକ୍ଷ ଥିଲେ। ହିଲ୍ଦୟ ଦ୍ୱାଦଶ ମାସର ସେନାଧ୍ୟକ୍ଷ ଥିଲେ। ହିଲ୍ଦୟ ନଟୋଫାରୁ ଆସିଥିଲେ। ହିଲ୍ଦୟ ଅବନୀୟେଲ ପରିବାରରୁ ଆସିଥିଲେ। ହିଲ୍ଦୟଙ୍କ ଦଳରେ 24,000 ଲୋକ ଥିଲେ।
16
ଗୋଷ୍ଠୀଗୁଡ଼ିକର ନେତାଗଣ ଇସ୍ରାଏଲର ଗୋଷ୍ଠୀଗୁଡ଼ିକର ନେତାମାନେ ଥିଲେ: ରୁବେନ୍: ସିଖ୍ରିଙ୍କ ପୁତ୍ର ଇଲୀୟେଷର୍; ଶିମିୟୋନ୍: ମାଖାଙ୍କ ପୁତ୍ର ଶଫଟିୟ;
17
ଲେବୀ: କମୂୟେଲଙ୍କ ପୁତ୍ର ହଶବିୟ; ହାରୋଣ୍: ସାଦୋକ୍;
18
ଯିହୁଦା: ଇଲୀହୂ (ଇଲୀହୂ, ଦାଉଦଙ୍କର ଭ୍ରାତାମାନଙ୍କ ମଧ୍ୟରୁ ଜଣେ ଥିଲେ।) ଇଷାଖର: ମୀଖାୟେଲଙ୍କ ପୁତ୍ର ଅମ୍ରି;
19
ସବୂଲୂନ୍: ଓବଦିୟଙ୍କ ପୁତ୍ର ଯିଶମୟିମ୍; ନପ୍ତାଲି: ଅସ୍ରୀୟେଲଙ୍କ ପୁତ୍ର ଯିରେମୋତ୍;
20
ଇଫ୍ରୟିମ: ଅସସିୟଙ୍କ ପୁତ୍ର ହୋଶେୟ; ପଶ୍ଚିମ ମନଃଶିର: ପଦାୟଙ୍କ ପୁତ୍ର ଯୋୟେଲ;
21
ପୂର୍ବ ମନଃଶିର: ଯିଖରିୟଙ୍କ ପୁତ୍ର ଯିଦ୍ଦୋ; ବିନ୍ୟାମୀନ: ଅବ୍ନରଙ୍କ ପୁତ୍ର ଯାସୀୟେଲ;
22
ଦାନ୍: ଯିରୋହମ୍ଙ୍କ ପୁତ୍ର ଅସରେଲ। ଏହି ସମସ୍ତେ ଇସ୍ରାଏଲ ପରିବାରର ନେତାଗଣ ଥିଲେ।
23
ଦାଉଦ ଇସ୍ରାଏଲୀୟମାନଙ୍କୁ ଗଣନା କଲେ ଦାଉଦ ଇସ୍ରାଏଲର ଲୋକମାନଙ୍କୁ ଗଣିବା ନିମନ୍ତେ ସ୍ଥିର କଲେ। ସେଠାରେ ବହୁତ ଅଧିକ ଲୋକ ଥିଲେ, କାରଣ ପରମେଶ୍ୱର ପ୍ରତିଜ୍ଞା କରିଥିଲେ ଯେ, ସେ ଇସ୍ରାଏଲର ଲୋକମାନଙ୍କୁ ଆକାଶର ତାରାଗଣ ତୁଲ୍ୟ ଅଗଣ୍ୟ କରିବେ। ତେଣୁ ଦାଉଦ କେବଳ 20 ବର୍ଷ ବୟସ୍କ ଓ ତତୁର୍ଦ୍ଧ୍ୱ ବୟସର ଲୋକଙ୍କୁ ଗଣନା କଲେ।
24
ସରୁୟାଙ୍କ ପୁତ୍ର ଯୋୟାବ୍ ଲୋକମାନଙ୍କୁ ଗଣିବା ଆରମ୍ଭ କଲେ, ମାତ୍ର ଶେଷ କରି ପାରିଲେ ନାହିଁ। ପରମେଶ୍ୱର ଇସ୍ରାଏଲର ଲୋକଙ୍କ ପ୍ରତି କ୍ରୋଧାନ୍ୱିତ ହୋଇଉଠିଲେ। ସେଥିନିମନ୍ତେ “ରାଜା ଦାଉଦଙ୍କ ଇତିହାସ ପୁସ୍ତକରେ” ଲୋକମାନଙ୍କ ସଂଖ୍ୟା ଲେଖାଯାଇ ନାହିଁ।
25
ରାଜାଙ୍କର କାର୍ଯ୍ୟନିର୍ବାହକଗଣ ରାଜାଙ୍କ ସମ୍ପତ୍ତିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଲୋକମାନଙ୍କର ତାଲିକା ଏହି: ଅଦୀୟେଲଙ୍କ ପୁତ୍ର ଅସମାବତ ରାଜାଙ୍କ ଭଣ୍ଡାରଘର ଦାୟିତ୍ୱରେ ଥିଲେ। ଉଷିୟଙ୍କ ପୁତ୍ର ଯୋନାଥନ କ୍ଷୁଦ୍ର ସହର, ଗ୍ରାମ, କ୍ଷେତ ଓ ଦୁର୍ଗମାନଙ୍କରେ ଥିବା ଭଣ୍ଡାରଘର ଗୁଡ଼ିକର ଦାୟିତ୍ୱରେ ଥିଲେ।
26
କଲୂବ୍ଙ୍କ ପୁତ୍ର ଇଷ୍ରି କ୍ଷେତମାନଙ୍କରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ଦାୟିତ୍ୱରେ ଥିଲେ।
27
ରାମାଥୀୟଙ୍କ ପୁତ୍ର ଶିମିୟି ଦ୍ରାକ୍ଷାକ୍ଷେତ୍ରଗୁଡ଼ିକର ଦାୟିତ୍ୱରେ ଥିଲେ। ଶିଫମୀର ପୁତ୍ର ଜାବଦି ସଂଗ୍ରହାଗାର ଓ ଦ୍ରାକ୍ଷାକ୍ଷେତମାନଙ୍କରୁ ଆସୁଥିବା ମଦ୍ୟର ଦାୟିତ୍ୱରେ ଥିଲେ।
28
ଗାଦେରୀୟର ବାଲ୍ହନନ୍ ପଶ୍ଚିମସ୍ଥ ପାର୍ବତ୍ୟମୟ ଦେଶରେ ଥିବା ଅଲିଭ୍ ବୃକ୍ଷ ଓ ଡିମ୍ବିରି ଜାତୀୟ ବୃକ୍ଷ ସବୁର ଦାୟିତ୍ୱରେ ଥିଲେ। ଯୋୟାଶ ଅଲିଭ ତୈଳରୁ ସଞ୍ଚୟ କରି ରଖିବା ଦାୟିତ୍ୱରେ ଥିଲେ।
29
ଶାରୋଣୀୟ ସିଟ୍ରୟ ଶାରୋଣର ଚତୁର୍ଦ୍ଦିଗସ୍ଥ ପଶୁପଲର ଦାୟିତ୍ୱରେ ଥିଲେ। ଅଦଲୟଙ୍କ ପୁତ୍ର ଶାଫଟ୍ ଉପତ୍ୟକାସ୍ଥ ପଶୁପଲର ଦାୟିତ୍ୱରେ ଥିଲେ।
30
ଇଶ୍ମାୟେଲୀୟ ଓବୀଲ୍ ଓଟମାନଙ୍କର ଦାୟିତ୍ୱରେ ଥିଲେ। ମେରୋଣୋଥୀୟ ଯେହଦୀୟ ଗଧମାନଙ୍କର ଦାୟିତ୍ୱରେ ଥିଲେ।
31
ହାଗରୀୟ ଯାସୀଷ୍ ମେଷମାନଙ୍କର ଦାୟିତ୍ୱରେ ଥିଲେ। ଏହି ସମସ୍ତ ବ୍ୟକ୍ତି ରାଜା ଦାଉଦଙ୍କର ସମ୍ପତ୍ତିର ଦାୟିତ୍ୱରେ ଥିଲେ।
32
ଯୋନାଥନ ଜଣେ ଜ୍ଞାନୀ ପରାମର୍ଶଦାତା ଓ ଲେଖକ ଥିଲେ। ଯୋନାଥନ ଦାଉଦଙ୍କର କାକା ଥିଲେ। ଅକ୍ମୋନିଙ୍କ ପୁତ୍ର ଯିହୀୟେଲ୍ ରାଜାଙ୍କ ପୁତ୍ରଗଣଙ୍କର ଯତ୍ନ ନେଉଥିଲେ।
33
ଅହୀଥୋଫଲ ରାଜାଙ୍କର ପରାମର୍ଶଦାତା ଥିଲେ। ହୁଶୟ ରାଜାଙ୍କ ବନ୍ଧୁ ଥିଲେ। ହୁଶୟ ଅର୍କୀୟ ଲୋକମାନଙ୍କ ମଧ୍ୟରୁ ଆସିଥିଲେ।
34
ଯିହୋୟାଦା ଓ ଅବିୟାଥର୍ ପରେ ଅହୀଥୋଫଲଙ୍କ ସ୍ଥାନରେ ରାଜାଙ୍କର ପରାମର୍ଶଦାତା ହେଲେ। ଯିହୋୟାଦା ବନାୟଙ୍କ ପୁତ୍ର ଥିଲେ। ଯୋୟାବ୍ ରାଜାଙ୍କ ସୈନ୍ୟଦଳର ସେନାପତି ଥିଲେ।
← Chapter 26
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 28 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29