bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Chronicles 13
1 Chronicles 13
Odia Bible ERV 2004 (ପବିତ୍ର ବାଇବଲ)
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 14 →
1
ନିୟମସିନ୍ଦୁକ ଫେରାଇ ଅଣାଗଲା ଦାଉଦ ତାଙ୍କ ସୈନ୍ୟଦଳର ସମସ୍ତ ସେନାଧ୍ୟକ୍ଷମାନଙ୍କ ସହିତ କଥାବାର୍ତ୍ତା ହେଲେ।
2
ଏହା ପରେ ଦାଉଦ ଇସ୍ରାଏଲର ସମସ୍ତ ଲୋକଙ୍କୁ ଏକତ୍ର କରି ଆପଣା ନିକଟକୁ ଡାକିଲେ। ସେ ସେମାନଙ୍କୁ କହିଲେ, “ଯଦି ତୁମ୍ଭେମାନେ ଭାବୁଛ ଯେ ଏହା ଏକ ଉତ୍ତମ ବିଷୟ ଓ ସଦାପ୍ରଭୁ ଯଦି ତାହା ହିଁ ଇଚ୍ଛା କରନ୍ତି, ତେବେ ଆସ, ଇସ୍ରାଏଲର ସମସ୍ତ ଅଞ୍ଚଳରେ ଥିବା ଆମ୍ଭମାନଙ୍କର ଭ୍ରାତାମାନଙ୍କ ନିକଟକୁ ଗୋଟିଏ ବାର୍ତ୍ତା ପ୍ରେରଣ କରିବା। ଆମ୍ଭମାନଙ୍କ ଭ୍ରାତାମାନଙ୍କ ସହିତ ସେମାନଙ୍କ ସହରରେ ଓ ସହର ନିକଟସ୍ଥ କ୍ଷେତ୍ରମାନଙ୍କରେ ବାସ କରୁଥିବା ଯାଜକ ଓ ଲେବୀୟମାନଙ୍କ ନିକଟକୁ ମଧ୍ୟ ବାର୍ତ୍ତା ପଠାଇବା। ଏହି ବାର୍ତ୍ତା ସେମାନଙ୍କୁ ଜଣାଉ ଯେ, ସେମାନେ ଆସି ଆମ୍ଭମାନଙ୍କ ସହିତ ଯୋଗ ଦିଅନ୍ତୁ।
3
ଆମ୍ଭେମାନେ ଯିରୁଶାଲମରେ ଆମ୍ଭମାନଙ୍କ ନିକଟକୁ ନିୟମ-ସିନ୍ଦୁକକୁ ଫେରାଇ ଆଣିବା। ଶାଉଲ ରାଜା ଥିବା ସମୟରେ ଆମ୍ଭେମାନେ ନିୟମସିନ୍ଦୁକ ପ୍ରତି ଯତ୍ନଶୀଳ ହୋଇ ନାହୁଁ।”
4
ଇସ୍ରାଏଲର ସମସ୍ତ ଲୋକ ଦାଉଦଙ୍କ ସହିତ ଏକମତ ହେଲେ। ସେମାନଙ୍କର ହୃଦ୍ବୋଧ ହେଲା ଯେ, ଏହା ହିଁ ଯଥାର୍ଥ କର୍ମ ଅଟେ।
5
ତେଣୁ ଦାଉଦ ମିଶରର ଶିୟୋରନଦୀଠାରୁ ହମାତର ସହର ପର୍ଯ୍ୟନ୍ତ ଇସ୍ରାଏଲର ଲୋକମାନଙ୍କୁ ଏକତ୍ର କଲେ। ସେମାନେ କିରିୟତ୍-ଯିୟାରୀମ ସହରରୁ ନିୟମସିନ୍ଦୁକ ଫେରାଇ ଆଣିବା ନିମନ୍ତେ ଏକତ୍ର ହେଲେ।
6
ଦାଉଦ ଓ ତାଙ୍କ ସହିତ ଇସ୍ରାଏଲର ସମସ୍ତ ଲୋକ ଯିହୁଦାର ବାଲାକୁ ଗଲେ। ବାଲା କିରିୟତ୍-ଯିୟାରୀମର ଅନ୍ୟ ଏକ ନାମ ଅଟେ। ସେମାନେ ନିୟମସିନ୍ଦୁକ ଆଣିବା ନିମନ୍ତେ ସେଠାକୁ ଗଲେ। ସେହି ନିୟମସିନ୍ଦୁକ ସଦାପ୍ରଭୁ ପରମେଶ୍ୱରଙ୍କ ସିନ୍ଦୁକ ଅଟେ। ସେ କିରୂବ ଦୂତଗଣ ଉପରେ ବିଦ୍ୟମାନ ଥା’ନ୍ତି। ଏହି ସିନ୍ଦୁକ ହିଁ ସଦାପ୍ରଭୁଙ୍କ ନାମରେ ନାମିତ ଅଟେ।
7
ଲୋକମାନେ ନିୟମସିନ୍ଦୁକକୁ ଅବୀନାଦବଙ୍କ ଗୃହରୁ କାଢ଼ି ଆଣିଲେ। ସେମାନେ ତାହାକୁ ଏକ ନୂତନ ଶଗଡ଼ ଗାଡ଼ିରେ ରଖିଲେ। ଉଷ ଓ ଅହିୟୋ ସେହି ଶଗଡ଼କୁ ଚଳାଇଲେ।
8
ଦାଉଦ ଓ ଇସ୍ରାଏଲ ସମସ୍ତ ଲୋକ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ ଉତ୍ସବ କରୁଥିଲେ। ସେମାନେ ପରମେଶ୍ୱରଙ୍କ ପ୍ରଶଂସା କରୁଥିଲେ ଓ ସଂଗୀତମାନ ଗାନ କରୁଥିଲେ। ସେମାନେ ବୀଣା, ସାରଙ୍ଗ, ଢୋଲ, ଗିନି ଓ ତୂରୀ ବାଦ୍ୟସବୁ ବଜାଇଲେ।
9
ସେମାନେ କୀଦୋନସ୍ଥିତ ଶସ୍ୟ ଝାଡ଼ିବା ସ୍ଥାନକୁ ଆସିଲେ। ଶଗଡ଼ ଗାଡ଼ିକୁ ଟାଣୁଥିବା ବଳଦମାନେ ଝୁଣ୍ଟିପଡ଼ିଲେ। ଏବଂ ନିୟମସିନ୍ଦୁକ ପ୍ରାୟ ପଡ଼ିଯିବା ତୁଲ୍ୟ ହେଲା। ତେଣୁ ଉଷ ସିନ୍ଦୁକଟିକୁ ଧରିବା ନିମନ୍ତେ ନିଜର ହାତ ବଢ଼ାଇଲା।
10
ସଦାପ୍ରଭୁ ଉଷ ପ୍ରତି ଅତ୍ୟନ୍ତ କ୍ରୋଧାନ୍ୱିତ ହେଲେ। ସଦାପ୍ରଭୁ ଉଷକୁ ବଧ କଲେ, କାରଣ ସେ ସିନ୍ଦୁକକୁ ସ୍ପର୍ଶ କଲା। ତେଣୁ ଉଷ ସେହିଠାରେ ପରମେଶ୍ୱରଙ୍କ ସମ୍ମୁଖରେ ମୃତ୍ୟୁ ଭୋଗ କଲା।
11
ପରମେଶ୍ୱର ଉଷଙ୍କ ପ୍ରତି ଆପଣାର କ୍ରୋଧ ପ୍ରକାଶିତ କଲେ। ଏଥିନିମନ୍ତେ ଦାଉଦ ଅସନ୍ତୁଷ୍ଟ ହେଲେ। ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନ “ପେରସ-ଉଷ” ନାମରେ ନାମିତ ହୋଇଅଛି।
12
ସେହି ଦିନ ଦାଉଦ ପରମେଶ୍ୱରଙ୍କୁ ଭୟ କଲେ। ଦାଉଦ କହିଲେ, “ମୁଁ ଏଠାକୁ ମୋ’ ନିକଟକୁ ନିୟମସିନ୍ଦୁକକୁ ଆଣିପାରିବି ନାହିଁ।”
13
ତେଣୁ ଦାଉଦ ନିୟମସିନ୍ଦୁକକୁ ତାଙ୍କ ସହିତ ଦାଉଦ ନଗରକୁ ନେଲେ ନାହିଁ। ସେ ନିୟମସିନ୍ଦୁକକୁ ଓବେଦ୍-ଇଦୋମର ଗୃହରେ ଛାଡ଼ିଦେଇ ଗଲେ। ଓବେଦ୍-ଇଦୋମ ଗାଥ୍ ନଗରର ଲୋକ ଥିଲେ।
14
ନିୟମସିନ୍ଦୁକ ଓବେଦ୍-ଇଦୋମଙ୍କର ପରିବାର ସହିତ ତାହାଙ୍କ ଗୃହରେ ତିନି ମାସ ରହିଲା। ସଦାପ୍ରଭୁ ଓବେଦ୍-ଇଦୋମଙ୍କର ପରିବାରକୁ ଓ ଓବେଦ୍-ଇଦୋମଙ୍କର ନିଜସ୍ୱ ସମସ୍ତ ସମ୍ପତ୍ତି ଉପରେ ଆଶୀର୍ବାଦ କଲେ।
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 14 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29