bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Chronicles 22
1 Chronicles 22
Odia Bible ERV 2004 (ପବିତ୍ର ବାଇବଲ)
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 23 →
1
ଦାଉଦ କହିଲେ, “ସଦାପ୍ରଭୁ ପରମେଶ୍ୱରଙ୍କ ମନ୍ଦିର ଓ ଇସ୍ରାଏଲର ଲୋକମାନଙ୍କ ନିମନ୍ତେ ହୋମବଳି ଉତ୍ସର୍ଗ କରିବାର ବେଦି ଏହି ସ୍ଥାନରେ ହିଁ ନିର୍ମିତ ହେବ।”
2
ଦାଉଦ ମନ୍ଦିର ନିମନ୍ତେ ଯୋଜନା ପ୍ରସ୍ତୁତ କଲେ ଇସ୍ରାଏଲ ମଧ୍ୟରେ ବାସ କରୁଥିବା ସମସ୍ତ ବିଦେଶୀୟମାନଙ୍କୁ ଏକତ୍ର ଠୁଳ ହେବା ନିମନ୍ତେ ଦାଉଦ ଆଦେଶ ଦେଲେ। ସେହି ବିଦେଶୀମାନଙ୍କ ମଧ୍ୟରୁ ଦାଉଦ ପଥରକଟାଳୀମାନଙ୍କୁ ମନୋନୀତ କଲେ। ପରମେଶ୍ୱରଙ୍କ ମନ୍ଦିର ନିର୍ମାଣରେ ବ୍ୟବହୃତ ହେବା ନିମନ୍ତେ ଉଦ୍ଧିଷ୍ଟ ପଥରକୁ କାଟି ପ୍ରସ୍ତୁତ କରି ରଖିବା ସେମାନଙ୍କର କାର୍ଯ୍ୟ ଥିଲା।
3
ପ୍ରବେଶ ଦ୍ୱାରର କବାଟ ନିମନ୍ତେ କଣ୍ଟା ଓ କବଜା ନିର୍ମାଣ କରିବା ନିମନ୍ତେ ଦାଉଦ ଲୁହା ସଂଗ୍ରହ କଲେ ଏବଂ ସେ ଏତେ ପରିମାଣର ପିତ୍ତଳ ପ୍ରସ୍ତୁତ କଲେ ଯେ, ତାହାକୁ ମପାଯାଇ ପାରିଲା ନାହିଁ।
4
ଦାଉଦ ଏତେ ସଂଖ୍ୟକ ଦେବଦାରୁ କାଠଗଣ୍ଡିମାନ ସଂଗ୍ରହ କଲେ ଯେ, ତାହା ଗଣାଯାଇ ନ ପାରେ। ସୀଦୋନ ଓ ସୋର ନଗରର ଲୋକମାନେ ଦାଉଦଙ୍କ ନିମନ୍ତେ ଅସଂଖ୍ୟ ଦେବଦାରୁ କାଠ ଆଣିଲେ।
5
ଦାଉଦ କହିଲେ, “ଆମ୍ଭେମାନେ ସଦାପ୍ରଭୁଙ୍କ ନିମନ୍ତେ ଏକ ବିଶାଳ ମନ୍ଦିର ନିର୍ମାଣ କରିବା। କିନ୍ତୁ ମୋ’ ପୁଅ ଶଲୋମନ ଅଳ୍ପ ବୟସ୍କ ଅଟେ ଓ ଯେଉଁସବୁ ବିଷୟ ସେ ଜାଣିବା ଆବଶ୍ୟକ, ସେ ଏପର୍ଯ୍ୟନ୍ତ ତାହା ଶିକ୍ଷା କରି ନାହିଁ। ସଦାପ୍ରଭୁଙ୍କ ମନ୍ଦିର ଅତି ବିରାଟ ହେବା ଆବଶ୍ୟକ। ତାହାର ବିଶାଳତା ଓ ସୌନ୍ଦର୍ଯ୍ୟ ସକାଶେ ତାହା ସମସ୍ତ ଦେଶରେ ବିଖ୍ୟାତ ହେବା ଆବଶ୍ୟକ, ସେଥିନିମନ୍ତେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ ପାଇଁ ମୁଁ ଯୋଜନା ପ୍ରସ୍ତୁତ କରିବି।” ତେଣୁ ଦାଉଦ ତାଙ୍କର ମୃତ୍ୟୁ ପୂର୍ବରୁ ମନ୍ଦିର ନିର୍ମାଣ କରିବା ନିମନ୍ତେ ଅନେକ ଯୋଜନା ପ୍ରସ୍ତୁତ କଲେ।
6
ଏହା ପରେ ଦାଉଦ ତାଙ୍କର ପୁତ୍ର ଶଲୋମନଙ୍କୁ ଡକାଇ ପଠାଇଲେ।
7
ଦାଉଦ ଶଲୋମନଙ୍କୁ କହିଲେ, “ମୋର ପୁତ୍ର, ମୁଁ ମୋର ପରମେଶ୍ୱର ସଦାପ୍ରଭୁଙ୍କ ନାମ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା କରିଥିଲି।
8
କିନ୍ତୁ ସଦାପ୍ରଭୁ ମୋତେ କହିଲେ, ‘ଦାଉଦ, ତୁମ୍ଭେ ଅନେକ ଯୁଦ୍ଧ କରିଅଛ ଓ ଅନେକ ଲୋକଙ୍କୁ ହତ୍ୟା କରିଅଛ। ତେଣୁ ତୁମ୍ଭେ ଆମ୍ଭ ନାମରେ ମନ୍ଦିର ନିର୍ମାଣ କରି ପାରିବ ନାହିଁ।
9
କିନ୍ତୁ ତୁମ୍ଭର ଏକ ପୁତ୍ର ଅଛି, ଯେ କି ଶାନ୍ତିପ୍ରିୟ ଅଟେ। ଆମ୍ଭେ ତୁମ୍ଭର ପୁତ୍ରକୁ ଶାନ୍ତିରେ ଏକ ସମୟ ପ୍ରଦାନ କରିବା। ତା’ପରେ ଚତୁର୍ଦ୍ଦିଗରେ ଥିବା ଶତ୍ରୁମାନେ ତାହାକୁ ବ୍ୟତିବ୍ୟସ୍ତ କରିବେ ନାହିଁ। ତାହାର ନାମ ଶଲୋମନ, ଶଲୋମନ ରାଜା ହେବା ସମୟରେ ଆମ୍ଭେ ଇସ୍ରାଏଲକୁ ଶାନ୍ତି ଓ ସ୍ଥିରତା ପ୍ରଦାନ କରିବା।
10
ଶଲୋମନ ଆମ୍ଭ ନାମରେ ଏକ ମନ୍ଦିର ନିର୍ମାଣ କରିବ। ଶଲୋମନ ମୋର ପୁତ୍ର ହେବ ଏବଂ ଆମ୍ଭେ ତାହାର ପିତା ହେବା। ଏବଂ ଆମ୍ଭେ ଶଲୋମନର ରାଜ୍ୟକୁ ଦୃଢ଼ କରିବା। ତାହାର ବଂଶରୁ କୌଣସି ଜଣେ ଇସ୍ରାଏଲ ଉପରେ ସଦାସର୍ବଦା ରାଜତ୍ୱ କରିବ।’”
11
ଦାଉଦ ଆହୁରି ମଧ୍ୟ କହିଲେ, “ବର୍ତ୍ତମାନ ପୁତ୍ର, ସଦାପ୍ରଭୁ ତୁମ୍ଭ ସହିତରେ ରୁହନ୍ତୁ। ତୁମ୍ଭେ ସଫଳ ହୁଅ ଓ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯେପରି କହିଅଛନ୍ତି, ସେପରି ତୁମ୍ଭେ ତାହାଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବ।
12
ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲର ରାଜା କରିବେ। ତୁମ୍ଭେ ଯେପରି ଲୋକମାନଙ୍କୁ ପରିଗ୍ଭଳିତ କରି ପାରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିୟମର ବାଧ୍ୟ ହୋଇ ପାରିବ, ଏଥିନିମନ୍ତେ ସଦାପ୍ରଭୁ ତୁମ୍ଭକୁ ଜ୍ଞାନ ଓ ବୁଦ୍ଧି ପ୍ରଦାନ କରନ୍ତୁ।
13
ସଦାପ୍ରଭୁ ଇସ୍ରାଏଲ ନିମନ୍ତେ ମୋଶାଙ୍କୁ ଯେଉଁସବୁ ବ୍ୟବସ୍ଥା ପ୍ରଦାନ କରିଛନ୍ତି, ଯଦି ତୁମ୍ଭେ ତାହାର ବାଧ୍ୟ ହେବା ନିମନ୍ତେ ଯତ୍ନ କରିବ, ତେବେ ତୁମ୍ଭେ ସଫଳତା ଲାଭ କରିବ। ବଳବାନ ଓ ସାହସୀ ହୁଅ, ଭୟ କର ନାହିଁ।
14
“ଶଲୋମନ, ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ କଠିନ ପରିଶ୍ରମ କରି ଯୋଜନାମାନ ତିଆରି କରିଅଛି। ମୁଁ ଏକ ଲକ୍ଷ ତାଳନ୍ତ ସ୍ୱର୍ଣ୍ଣ ଦେଇଅଛି, ଏବଂ ମୁଁ ଦଶ ଲକ୍ଷ ତାଳନ୍ତ ରୂପା ଦେଇଅଛି। ମୁଁ ଏତେ ପରିମାଣରେ ପିତ୍ତଳ ଓ ଲୁହା ଦେଇଅଛି ଯେ, ତାହା ତୌଲ କରାଯାଇ ନ ପାରେ। ମୁଁ କାଠ ଓ ପ୍ରସ୍ତର ମଧ୍ୟ ଦେଇଅଛି। ଶଲୋମନ, ତୁମ୍ଭେ ସେଥିରେ ଆହୁରି ଯୋଗ କରିପାର।
15
ତୁମ୍ଭର ଅନେକ ପଥରକଟାଳୀ ଓ ବଢ଼େଇ ଅଛନ୍ତି। ପ୍ରତ୍ୟେକ ପ୍ରକାର କାର୍ଯ୍ୟରେ ଦକ୍ଷ କାରିଗର ତୁମ୍ଭର ଅଛନ୍ତି।
16
ସେମାନେ ସ୍ୱର୍ଣ୍ଣ, ରୌପ୍ୟ, ପିତ୍ତଳ ଓ ଲୁହା କାର୍ଯ୍ୟରେ ଦକ୍ଷ ଅଟନ୍ତି। ତୁମ୍ଭର ଅଗଣ୍ୟ ଦକ୍ଷ କାରିଗରମାନେ ଅଛନ୍ତି। ବର୍ତ୍ତମାନ ହିଁ କାର୍ଯ୍ୟ ଆରମ୍ଭ କର। ସଦାପ୍ରଭୁ ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ।”
17
ଏହା ପରେ ଦାଉଦ, ତାଙ୍କର ପୁତ୍ର ଶଲୋମନଙ୍କୁ ସାହାଯ୍ୟ କରିବା ପାଇଁ ଇସ୍ରାଏଲର ସମସ୍ତ ନେତାଙ୍କୁ ଆଦେଶ ଦେଲେ।
18
ଦାଉଦ ଏହି ଲୋକମାନଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କର ସହିତରେ ଅଛନ୍ତି। ସେ ତୁମ୍ଭକୁ ଶାନ୍ତିର ଏକ ସମୟ ପ୍ରଦାନ କରିଅଛନ୍ତି। ଆମ୍ଭମାନଙ୍କର ଚତୁର୍ଦ୍ଦିଗରେ ବାସ କରୁଥିବା ଲୋକମାନଙ୍କୁ ପରାସ୍ତ କରିବା ନିମନ୍ତେ ସଦାପ୍ରଭୁ ଓ ତାଙ୍କର ଲୋକମାନଙ୍କର ଅଧୀନସ୍ଥ ହୋଇଅଛି।
19
ବର୍ତ୍ତମାନ, ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଆତ୍ମାକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କଠାରେ ଅର୍ପଣ କର ଓ ସେ ଯାହା କହନ୍ତି, ତାହା କର। ସଦାପ୍ରଭୁ ପରମେଶ୍ୱରଙ୍କର ପବିତ୍ର ବାସସ୍ଥାନ ନିର୍ମାଣ କର। ସଦାପ୍ରଭୁଙ୍କ ନାମ ନିମନ୍ତେ ମନ୍ଦିର ନିର୍ମାଣ କର। ଏହା ପରେ, ନିୟମସିନ୍ଦୁକ ଓ ଅନ୍ୟାନ୍ୟ ପବିତ୍ର ବସ୍ତୁସବୁକୁ ମନ୍ଦିର ମଧ୍ୟକୁ ଆଣ।”
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 23 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29