bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Chronicles 2
1 Chronicles 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 3 →
1
ଇସ୍ରାଏଲଙ୍କର ପୁତ୍ରଗଣ ଇସ୍ରାଏଲଙ୍କର ପୁତ୍ରମାନେ ଥିଲେ ରୁବେନ୍, ଶିମିୟୋନ, ଲେବୀ, ଯିହୁଦା, ଇଷାଖର, ସବୂଲୂନ
2
ଦାନ୍, ଯୋଷେଫ, ବିନ୍ୟାମୀନ, ନପ୍ତାଲି, ଗାଦ୍ ଓ ଆଶେର,
3
ଯିହୁଦାଙ୍କର ପୁତ୍ରଗଣ ଯିହୁଦାଙ୍କର ପୁତ୍ରମାନେ ଥିଲେ ଏର୍, ଓନନ୍ ଓ ଶେଲା। ସେମାନଙ୍କର ମାତା ବତ୍ଶୂୟା କିଣାନ୍ ଦେଶରୁ ଆଗତା ଜଣେ ସ୍ତ୍ରୀ ଥିଲେ। ସଦାପ୍ରଭୁ ଦେଖିଲେ ଯେ, ଯିହୁଦାଙ୍କର ପ୍ରଥମ ପୁତ୍ର ଏର୍ ଅତ୍ୟନ୍ତ ମନ୍ଦ ଥିଲା। ତେଣୁ ସଦାପ୍ରଭୁ ତାହାକୁ ହତ୍ୟା କଲେ।
4
ଯିହୁଦାଙ୍କର ପୁତ୍ରବଧୂ ତାମର ପେରସ ଓ ସେରହଙ୍କୁ ଜନ୍ମ ଦେଲା। ଏହିପରି ଯିହୁଦାଙ୍କର ପାଞ୍ଚ ପୁତ୍ର ଥିଲେ।
5
ପେରସଙ୍କର ପୁତ୍ରମାନେ ଥିଲେ ହିଷ୍ରୋଣ୍, ଓ ହାମୂଲ।
6
ସେରହଙ୍କର ପାଞ୍ଚପୁତ୍ର ଥିଲେ। ସେମାନଙ୍କର ନାମ ଥିଲା ସିମ୍ରି, ଏଥନ୍, ହେମନ୍, କଲ୍କୋଲ୍ ଓ ଦେରା।
7
ସିମ୍ରିଙ୍କର ପୁତ୍ର ଥିଲେ କାର୍ମି। କାର୍ମିଙ୍କର ପୁତ୍ର ଥିଲେ ଆଖାର । ଏହି ଆଖାର ଇସ୍ରାଏଲ ନିମନ୍ତେ ବହୁତ ଦୁଃଖ ବିପଦକୁ ଡାକି ଆଣିଥିଲେ ଯିଏ କି ଆଖର ଯୁଦ୍ଧରେ ପାଇଥିବା ବସ୍ତୁଗୁଡ଼ିକୁ ନିଜ ପାଖରେ ରଖିଥିଲେ, କିନ୍ତୁ ସେ ସେହି ବସ୍ତୁଗୁଡ଼ିକୁ ପରମେଶ୍ୱରଙ୍କୁ ଦେଇ ଦେବାର ଥିଲା।
8
ଏଥନଙ୍କର ପୁତ୍ର ଥିଲେ ଅସରିୟା।
9
ହିଷ୍ରୋଣଙ୍କର ପୁତ୍ରମାନେ ଥିଲେ ଯିରହମେଲ, ରାମ୍ ଓ କାଲୁବାୟ।
10
ରାମ୍ର ବଂଶଧରଗଣ ରାମ୍ ଅମ୍ମୀନାଦବଙ୍କର ପିତା ଥିଲେ ଓ ଅମ୍ମୀନାଦବ ଯିହୁଦାର ପରିବାରବର୍ଗର ମୁଖ୍ୟ ନହଶୋନଙ୍କର ପିତା ଥିଲେ।
11
ନହଶୋନ ସଲ୍ମାଙ୍କର ପିତା ଥିଲେ। ସଲ୍ମା ବୋୟାଜଙ୍କ ପିତା ଥିଲେ।
12
ବୋୟାଜ ଓବେଦଙ୍କର ପିତା ଥିଲେ। ଓବେଦ ଯିଶୀଙ୍କର ପିତା ଥିଲେ।
13
ଯିଶୀ ଇଲିୟାବଙ୍କର ପିତା ଥିଲେ। ଇଲିୟାବ ଯିଶୀଙ୍କର ପ୍ରଥମଜାତ ପୁତ୍ର ଥିଲେ। ଯିଶୀଙ୍କର ଦ୍ୱିତୀୟ ପୁତ୍ର ଥିଲେ ଅବିନାଦବ, ତାଙ୍କର ତୃତୀୟ ପୁତ୍ର ଥିଲେ ଶମ୍ମ।
14
ନଥନେଲ ଯିଶୀଙ୍କର ଚତୁର୍ଥ ପୁତ୍ର ଥିଲେ। ଯିଶୀଙ୍କର ପଞ୍ଚମ ପୁତ୍ର ଥିଲେ ରଦ୍ଦୟ।
15
ଓତ୍ସମ ଯିଶୀଙ୍କର ଷଷ୍ଠ ପୁତ୍ର ଥିଲେ ଓ ଦାଉଦ ଥିଲେ ତାଙ୍କର ସପ୍ତମ ପୁତ୍ର। ସେମାନଙ୍କର ଭଉଣୀମାନେ ଥିଲେ ସରୁୟା ଓ ଅବୀଗଲ।
16
ସରୁୟାର ତିନି ପୁତ୍ର ଥିଲେ ଅବୀଶୟ, ଯୋୟାବ ଓ ଅସାହେଲ୍।
17
ଅବୀଗଲ ଅମାସାର ମାତା ଥିଲେ। ଅମାସାଙ୍କର ପିତା ଥିଲେ ଯେଥର। ଏହି ଯେଥର୍ ଇଶ୍ମାୟେଲୀୟ ଲୋକଙ୍କ ମଧ୍ୟରୁ ଆସିଥିଲା।
18
କାଲେବଙ୍କର ବଂଶଧରଗଣ କାଲେବ୍ ହିଷ୍ରୋଣଙ୍କର ପୁତ୍ର ଥିଲେ। କାଲେବଙ୍କର ନିଜ ସ୍ତ୍ରୀ ଅସୂବାରଙ୍କଠାରୁ ସନ୍ତାନ ଜନ୍ମ ହୋଇଥିଲେ। ଅସୂବାର ଯିରୀୟୋତର କନ୍ୟା ଥିଲେ। ଅସୂବାରଙ୍କର ପୁତ୍ରମାନେ ଥିଲେ: ଯେଶର, ଶୋବବ୍ ଓ ଅର୍ଦୋନ।
19
ଅସୁବାରଙ୍କର ମୃତ୍ୟୁ ପରେ କାଲେବ ଇଫ୍ରାଥାଙ୍କୁ ବିବାହ କଲେ। କାଲେବ ଓ ଇଫ୍ରାଥାଙ୍କର ଗୋଟିଏ ପୁତ୍ର ହେଲା। ସେମାନେ ତାହାର ନାମ ହୂର ଦେଲେ।
20
ହୂର ଊରିଙ୍କର ପିତା ଥିଲେ। ଊରି ବତ୍ସଲେଲଙ୍କର ପିତା ଥିଲେ।
21
ପରେ, ହିଷ୍ରୋଣ ଷାଠିଏ ବର୍ଷ ବୟସରେ ମାଖୀରଙ୍କର ଝିଅକୁ ବିବାହ କଲେ। ମାଖୀର ଗିଲିୟଦଙ୍କର ପିତା ଥିଲେ। ହିଷ୍ରୋଣ ମାଖୀରଙ୍କ ଝିଅ ସହିତ ସହବାସ କଲେ ଓ ସେ ସଗୂବଙ୍କୁ ଜନ୍ମ ଦେଲେ।
22
ସଗୂବ ଯାୟୀରଙ୍କର ପିତା ଥିଲେ। ଗିଲିୟଦ ଦେଶରେ ଯାୟୀରଙ୍କର ତେଇଶ୍ ଗୋଟି ସହର ଥିଲା,
23
କିନ୍ତୁ ଗଶୂର ଓ ଅରାମ୍ ଯାୟୀରଙ୍କର ଗ୍ରାମଗୁଡ଼ିକୁ ନେଇଗଲେ। ସେଗୁଡ଼ିକ ମଧ୍ୟରେ କନାତ୍ ଓ ତା’ ଗ୍ଭରିପଟେ ଛୋଟ ଛୋଟ ସହରଗୁଡ଼ିକ ଥିଲା। ସମୁଦାୟ ଷାଠିଏଟି ସହର ଥିଲା। ଗିଲିୟଦଙ୍କର ପିତା ମାଖୀରଙ୍କର ଏହିସବୁ ସହର ଥିଲା।
24
ହିଷ୍ରୋଣ ମୃତ୍ୟୁବରଣ କଲାପରେ, କାଲେବଙ୍କର ସ୍ତ୍ରୀ ଇଫ୍ରାଥା ଏକ ପୁତ୍ରକୁ ଜନ୍ମ ଦେଲେ। (ହିଷ୍ରୋଣର ସ୍ତ୍ରୀର ନାମ ଅବିୟାହ) ସେହି ପୁତ୍ରର ନାମ ଦିଆଗଲା ଅସ୍ହୂର। ଅସ୍ହୂର ତକୋୟ ସହର ପ୍ରତିଷ୍ଠା କରିଥିଲେ।
25
ଯିରହମେଲଙ୍କର ବଂଶଧରଗଣ ଯିରହମେଲ ହିଷ୍ରୋଣଙ୍କର ପ୍ରଥମ ପୁତ୍ର ଥିଲେ। ଯିରହମେଲଙ୍କର ପୁତ୍ରମାନେ ଥିଲେ ରାମ୍, ବୁନା, ଓରଣ, ଓତ୍ସମ ଓ ଅହିୟ। ରାମ୍ ଯିରହମେଲଙ୍କର ପ୍ରଥମ ପୁତ୍ର ଥିଲେ।
26
ଯିରହମେଲଙ୍କର ଅଟାରା ନାମରେ ଆଉ ଜଣେ ସ୍ତ୍ରୀ ଥିଲେ। ଏହି ଅଟାରା, ଓନମର ମାତା ଥିଲେ।
27
ଯିରହମେଲଙ୍କର ପ୍ରଥମ ପୁତ୍ର ଅରାମଙ୍କର ପୁତ୍ରମାନେ ଥିଲେ ମାଷ୍, ଯାମୀନ ଓ ଏକର।
28
ଓନମଙ୍କର ପୁତ୍ରମାନେ ଥିଲେ: ଶମ୍ମୟ ଓ ଯାଦା। ଶମ୍ମୟଙ୍କର ପୁତ୍ରମାନେ ଥିଲେ: ନାଦବ ଓ ଅବୀଶୂର।
29
ଅବୀଶୂରଙ୍କର ପତ୍ନୀଙ୍କର ନାମ ଥିଲା: ଅବୀହୟୀଲ୍। ସେମାନଙ୍କର ଦୁଇ ପୁତ୍ର ଥିଲେ। ସେହି ପୁତ୍ରମାନଙ୍କର ନାମ ଥିଲା: ଅହବାନ୍ ଓ ମୋଲୀଦ୍।
30
ନାଦବଙ୍କର ପୁତ୍ରମାନେ ଥିଲେ: ସେଲଦ୍ ଓ ଅପ୍ପୟିମ। ସେଲଦ୍ ନିଃସନ୍ତାନ ହୋଇ ମୃତ୍ୟୁବରଣ କରିଥିଲେ।
31
ଯିଶୟି ଅପ୍ପୟିମଙ୍କର ପୁତ୍ର ଥିଲେ। ଯିଶୟିଙ୍କର ପୁତ୍ର ଥିଲେ: ଶେଶନ୍। ଶେଶନଙ୍କର ପୁତ୍ର ଥିଲେ: ଅହଲୟ।
32
ଯାଦା ଶମ୍ମୟଙ୍କର ଭ୍ରାତା ଥିଲେ। ଯାଦାଙ୍କର ପୁତ୍ରମାନେ ଥିଲେ: ଯେଥର, ଯୋନାଥନ। ଯେଥର ନିଃସନ୍ତାନ ହୋଇ ମୃତ୍ୟୁବରଣ କଲେ।
33
ଯୋନାଥନଙ୍କର ପୁତ୍ରମାନେ ଥିଲେ: ପେଲତ୍ ଓ ସାସା। ଏହା ଯିରହମେଲଙ୍କ ସନ୍ତାନଗଣଙ୍କର ତାଲିକା ଅଟେ।
34
ଶେଶନଙ୍କର କୌଣସି ପୁତ୍ର ନ ଥିଲେ। ତାଙ୍କର କେବଳ କନ୍ୟାମାନେ ଥିଲେ। ଶେଶନଙ୍କର ଯାର୍ହା ନାମରେ ଜଣେ ମିଶରୀୟ କ୍ରୀତଦାସ ଥିଲା।
35
ଶେଶନ୍ ନିଜ ଝିଅକୁ ଯାର୍ହା ସହିତ ବିବାହ ଦେଲେ। ସେମାନଙ୍କର ପୁତ୍ରଟିଏ ଜନ୍ମ ହେଲା। ତାହାର ନାମ ଥିଲା: ଅତ୍ତୟ।
36
ଅତ୍ତୟ ନାଥନଙ୍କର ପିତା ଥିଲେ। ନାଥନ ସାବଦକ୍ର ପିତା ଥିଲେ।
37
ସାବଦକ୍ ଇଫ୍ଲଲଙ୍କର ପିତା ଥିଲେ। ଇଫ୍ଲଲ ଓବେଦଙ୍କର ପିତା ଥିଲେ।
38
ଓବେଦ ଯେହୂଙ୍କର ପିତା ଥିଲେ। ଯେହୂ ଅସରିୟଙ୍କ ପିତା ଥିଲେ।
39
ଅସରିୟ ହେଲେସଙ୍କର ପିତା ଥିଲେ। ହେଲସ୍ ଇଲୀୟାସାଙ୍କ ପିତା ଥିଲେ।
40
ଇଲୀୟାସା ସିସମୟଙ୍କର ପିତା ଥିଲେ। ସିସମୟ ଶଲ୍ଲୁମଙ୍କର ପିତା ଥିଲେ।
41
ଶଲ୍ଲୁମ୍ ଯିକମିୟଙ୍କ ପିତା ଥିଲେ ଏବଂ ଯିକମିୟ ଇଲୀଶାମାଙ୍କର ପିତା ଥିଲେ।
42
କାଲେବଙ୍କର ପରିବାର କାଲେବ୍ ଯିରହମେଲଙ୍କର ଭ୍ରାତା ଥିଲେ। କାଲେବଙ୍କର କେତୋଟି ପୁତ୍ର ଥିଲେ। ପ୍ରଥମ ପୁତ୍ର ଥିଲେ ମେଶା। ମେଶା ସୀଫ୍ଙ୍କର ପିତା ଥିଲେ। କାଲେବଙ୍କର ଆହୁରି ମଧ୍ୟ ପୁତ୍ର ଥିଲେ। ମାରେଶା ହିବ୍ରୋଣଙ୍କ ପିତା ଥିଲେ।
43
ହିବ୍ରୋଣଙ୍କ ପୁତ୍ରମାନେ ଥିଲେ: କୋରହ, ତପୂହ, ରେକମ୍ ଓ ଶେମା।
44
ଶେମା ରହମ୍ଙ୍କ ପିତା ଥିଲେ। ରହମ୍ ଯର୍କୀୟମଙ୍କ ପିତା ଥିଲେ। ରେକମ୍ ଶମ୍ମୟଙ୍କ ପିତା ଥିଲେ।
45
ଶମ୍ମୟ ମାୟୋନଙ୍କର ପୁତ୍ର ଥିଲେ। ମାୟୋନ୍ ବୈଥ୍-ସୂରଙ୍କର ପିତା ଥିଲେ।
46
କାଲେବଙ୍କର ଦାସୀର ନାମ ଥିଲା ଐଫା। ଐଫା ହାରଣ, ମୋତ୍ସା ଓ ଗାସେସଙ୍କର ମାତା ଥିଲେ। ହାରଣ ଗାସେସଙ୍କର ପିତା ଥିଲେ।
47
ଯେହଦୟଙ୍କର ପୁତ୍ରମାନେ ଥିଲେ: ରେଗମ୍, ଯୋଥମ୍, ଗେଶନ୍, ପେଲଟ, ଐଫା ଓ ଶାଫ୍।
48
ମାଖା ନାମ୍ନୀ କାଲେବଙ୍କର ଆଉ ଜଣେ ଦାସୀ ଥିଲେ। ମାଖା ଶେବର ଓ ତିର୍ହନଃଙ୍କର ମାତା ଥିଲେ।
49
ମାଖା ଶାଫ ଓ ଶିବାଙ୍କର ମଧ୍ୟ ମାତା ଥିଲେ। ଶାଫ ମଦମନ୍ନାଙ୍କର ପିତା ଥିଲେ। ଶିବା ମଗବେନାର ଓ ଗିବିୟାଙ୍କର ପିତା ଥିଲେ। କାଲେବଙ୍କର ଝିଅ ଥିଲେ ଅକ୍ଷା।
50
ଏହା କାଲେବଙ୍କର ଉତ୍ତରାଧିକାରୀ ବଂଶମାନଙ୍କର ତାଲିକା ଅଟେ। ହୂର କାଲେବଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ। ସେ ଇଫ୍ରାଥାଙ୍କଠାରୁ ଜନ୍ମ ହୋଇଥିଲେ। ହୂରଙ୍କର ପୁତ୍ର ଶୋବଲ କିରିୟତ୍-ଯିୟାରୀମ୍ର ପ୍ରତିଷ୍ଠାତା ଥିଲେ।
51
ଶଲ୍ମ ବୈଥ୍ଲେହମର ପ୍ରତିଷ୍ଠାତା ଓ ହାଲେଫ୍ ବୈଥ୍ଗାଦର ପ୍ରତିଷ୍ଠାତା ଥିଲେ।
52
ଶୋବଲ କିରିୟତ୍-ଯିୟାରୀମର ପ୍ରତିଷ୍ଠାତା ଥିଲେ। ଏହା ଶୋବଲଙ୍କ ବଂଶଧରମାନଙ୍କର ଏକ ତାଲିକା ଅଟେ। ହରାୟା, ମନୁହୋଥର ଅର୍ଦ୍ଧେକ ଲୋକ;
53
କିରିୟତ୍-ଯିୟାରୀମ ପରିବାର ବର୍ଗମାନେ ଥିଲେ, ଯିତ୍ରୀୟ, ପୁଥୀୟ, ଶୂମାଥୀୟ ଓ ମିଶ୍ରାୟୀୟ। ସରାୟୀୟ ଓ ଇଷ୍ଟାୟୋଲୀୟଗଣ ମିଶ୍ରାୟୀୟରୁ ଆସିଥିଲେ।
54
ଶଲୂମଙ୍କର ବଂଶଧରମାନେ ଥିଲେ, ବୈଥ୍ଲେହମ୍ ନଟୋଫାତୀୟ, ଅଟ୍ରତ୍ବେତ୍ ଯୋୟାବ, ମନହୋତୀୟର ସରାରୀୟର ଅର୍ଦ୍ଧେକ ଲୋକ,
55
ଏବଂ ଯାବେସ୍ରେ ବାସ କରୁଥିବା ଲିପିକାରମାନଙ୍କର ପରିବାରସବୁ ତିରିୟାଥୀୟ, ଶିମିୟଥୀୟ ଓ ସୁଖାଥୀୟ ଥିଲେ। ଏହି କୀନୀୟ ଲୋକମାନେ ହମ୍ମତରୁ ଆସିଥିଲେ। ହମ୍ମତ୍ ବେଥ-ରେଖାବର ପ୍ରତିଷ୍ଠାତା ଥିଲେ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 3 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29