bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Chronicles 26
1 Chronicles 26
Odia Bible ERV 2004 (ପବିତ୍ର ବାଇବଲ)
← Chapter 25
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 27 →
1
ଦ୍ୱାରପାଳଗଣ ଦ୍ୱାରପାଳମାନଙ୍କର ଦଳଗୁଡ଼ିକ: କୋରହ ପରିବାରର ଏହିମାନେ ଦ୍ୱାରପାଳ ଥିଲେ। ମଶେଲିମିୟ ଓ ତାଙ୍କର ପୁତ୍ରଗଣ। (ମଶେଲିମିୟ କୋରିଙ୍କର ପୁତ୍ର ଥିଲେ। ସେ ଆସଫଙ୍କ ପରିବାରବର୍ଗରୁ ଆସିଥିଲେ।)
2
ମଶେଲିମିୟଙ୍କର ପୁତ୍ରଗଣ, ଯିଖରିୟ ଜ୍ୟେଷ୍ଠପୁତ୍ର ଥିଲେ। ଯିହୀୟେଲ ଦ୍ୱିତୀୟ ପୁତ୍ର ଥିଲେ। ସବଦିୟ ତୃତୀୟ ପୁତ୍ର ଥିଲେ। ଯତ୍ନୀୟେଲ ଚତୁର୍ଥ ପୁତ୍ର ଥିଲେ।
3
ଏଲମ ପଞ୍ଚମ ପୁତ୍ର ଥିଲେ। ଯିହୋହାନନ୍ ଷଷ୍ଠ ପୁତ୍ର ଥିଲେ। ଆଉ ଇଲିୟୋ-ଐନୟ ସପ୍ତମ ପୁତ୍ର ଥିଲେ।
4
ଓବେଦ୍-ଇଦୋମ ଓ ତାଙ୍କର ପୁତ୍ରଗଣ; ଓବେଦ୍-ଇଦୋମଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ ଶମୟିୟ। ଯିହୋଷାବଦ୍ ତାଙ୍କର ଦ୍ୱିତୀୟ ପୁତ୍ର ଥିଲେ। ଯୋୟାହ ତାଙ୍କର ତୃତୀୟ ପୁତ୍ର ଥିଲେ। ସାଖାର୍ ତାଙ୍କର ଚତୁର୍ଥ ପୁତ୍ର ଥିଲେ। ନଥନେଲ ତାଙ୍କର ପଞ୍ଚମ ପୁତ୍ର ଥିଲେ।
5
ଅମ୍ମୀୟେଲ ତାଙ୍କର ଷଷ୍ଠ ପୁତ୍ର ଥିଲେ। ଇଷାଖର ତାଙ୍କର ସପ୍ତମ ପୁତ୍ର ଥିଲେ। ଆଉ ପିୟଲ୍ଲତୟ ତାଙ୍କର ଅଷ୍ଟମ ପୁତ୍ର ଥିଲେ। ପରମେଶ୍ୱର ପ୍ରକୃତରେ ଓବେଦ୍-ଇଦୋମଙ୍କୁ ଆଶୀର୍ବାଦ କରିଥିଲେ।
6
ଶେମୟିୟଙ୍କର ମଧ୍ୟ ପୁତ୍ରମାନେ ଥିଲେ। ଶମୟିୟଙ୍କ ପୁତ୍ରମାନେ ତାଙ୍କ ପରିବାରର ମୁଖ୍ୟ ଥିଲେ, କାରଣ ସେମାନେ ଅତି ସାହସୀ ଯୋଦ୍ଧା ଥିଲେ।
7
ଶମୟିୟଙ୍କର ପୁତ୍ରମାନେ ଥିଲେ ଅତନି, ରଫାୟେଲ, ଓବେଦ୍, ଇଲୀଶାବଦ୍, ଇଲୀହୂ ଓ ସମଖିୟ। ଇଲିଶାବଦଙ୍କର ଆତ୍ମୀୟମାନେ ଦକ୍ଷ କାରିଗର ଥିଲେ।
8
ଏହି ସମସ୍ତ ବ୍ୟକ୍ତିଗଣ ଓବେଦ୍-ଇଦୋମଙ୍କର ବଂଶଧର ଥିଲେ। ସେହି ବ୍ୟକ୍ତିଗଣ ଓ ସେମାନଙ୍କର ପୁତ୍ରଗଣ ଓ ଆତ୍ମୀୟମାନେ ମହାପରାକ୍ରମୀ ଥିଲେ। ସେମାନେ ଅତ୍ୟୁତ୍ତମ ପ୍ରହରୀଗଣ ଥିଲେ। ଓବେଦ୍-ଇଦୋମଙ୍କର ବାଷଠି ଜଣ ବଂଶଧର ଥିଲେ।
9
ମଶେଲିମିୟଙ୍କର ପୁତ୍ର ଓ ଆତ୍ମୀୟଗଣ ମହାପରାକ୍ରମୀ ଥିଲେ। ସମୁଦାୟ ଅଠର ଜଣ ପୁତ୍ର ଓ ଆତ୍ମୀୟ ଥିଲେ।
10
ଏହିମାନେ ମରାରି ବଂଶର ଦ୍ୱାରପାଳ ଥିଲେ, ହୋଷାର। ସିମ୍ରି ପ୍ରଥମ ପୁତ୍ର ରୂପେ ମନୋନୀତ ହୋଇଥିଲେ। ଦ୍ୱାରପାଳମାନେ ବିଶେଷ ପ୍ରକାରେ ସଦାପ୍ରଭୁଙ୍କ ମନ୍ଦିରରେ ସେବାକାର୍ଯ୍ୟ କରୁଥିଲେ। ସିମ୍ରି ଜ୍ୟେଷ୍ଠପୁତ୍ର ନ ଥିଲେ, କିନ୍ତୁ ତାଙ୍କ ପିତା ତାଙ୍କୁ ପ୍ରଥମଜାତ ପୁତ୍ରରୂପେ ମନୋନୀତ କଲେ।
11
ହିଲ୍କିୟ ତାଙ୍କର ଦ୍ୱିତୀୟ ପୁତ୍ର ଥିଲେ। ଟବଲିୟ ତାଙ୍କର ତୃତୀୟ ପୁତ୍ର ଥିଲେ। ଆଉ ଯିଖରିୟ ତାଙ୍କର ଚତୁର୍ଥ ପୁତ୍ର ଥିଲେ। ସର୍ବମୋଟ, ହୋଷାଙ୍କର 13 ଜଣ ପୁତ୍ର ଓ ଆତ୍ମୀୟ ଥିଲେ।
12
ଏହିମାନେ ଦ୍ୱାରପାଳମାନଙ୍କ ଦଳର ନେତା ଥିଲେ। ଦ୍ୱାରପାଳମାନେ ଏକ ବିଶେଷ ପ୍ରକାରେ ସଦାପ୍ରଭୁଙ୍କ ମନ୍ଦିରରେ ସେବାକାର୍ଯ୍ୟ କରୁଥିଲେ, ଠିକ୍ ଯେପରି ସେମାନଙ୍କର ଆତ୍ମୀୟମାନେ କରୁଥିଲେ।
13
ପ୍ରତ୍ୟେକ ପରିବାରକୁ ଜଗିବା ନିମନ୍ତେ ଗୋଟିଏ ଦ୍ୱାର ଦିଆଯାଇଥିଲା। ଗୋଟିଏ ପରିବାର ନିମନ୍ତେ ଗୋଟିଏ ଦ୍ୱାର ନିରୂପଣ କରିବା ନିମନ୍ତେ ଗୁଲିବାଣ୍ଟ କରାଯାଉଥିଲା। ଯୁବା ଓ ବୃଦ୍ଧ ଉଭୟଙ୍କ ପ୍ରତି ସମବ୍ୟବହାର କରାଯାଉଥିଲା।
14
ଶେଲିମିୟଙ୍କୁ ପୂର୍ବ ପାର୍ଶ୍ୱର ଦ୍ୱାର ଜଗିବା ନିମନ୍ତେ ମନୋନୀତ କରାଯାଇଥିଲା। ଏହା ପରେ ଶେଲିମିୟଙ୍କ ପୁତ୍ର ଯିଖରିୟଙ୍କ ନିମନ୍ତେ ଗୁଲିବାଣ୍ଟ କରାଗଲା। ଯିଖରିୟ ଜଣେ ଜ୍ଞାନୀ ପରାମର୍ଶଦାତା ଥିଲେ। ଯିଖରିୟଙ୍କୁ ଉତ୍ତର ପାର୍ଶ୍ୱ ଦ୍ୱାର ନିମନ୍ତେ ମନୋନୀତ କରାଗଲା।
15
ଓବେଦ୍-ଇଦୋମଙ୍କୁ ଦକ୍ଷିଣ ପାର୍ଶ୍ୱ ଦ୍ୱାର ନିମନ୍ତେ ମନୋନୀତ କରାଗଲା ଓ ଆଉ ଯେଉଁ ଗୃହରେ ବହୁମୂଲ୍ୟ ସାମଗ୍ରୀମାନ ରଖାଯାଇଥିଲା, ତାହାକୁ ଜଗିବା ନିମନ୍ତେ ଓବେଦ୍ ଇଦୋମଙ୍କର ପୁତ୍ରମାନଙ୍କୁ ମନୋନୀତ କରାଗଲା।
16
ଶୁପ୍ପୀମ୍ ଓ ହୋଷାଙ୍କୁ ପଶ୍ଚିମ ପାର୍ଶ୍ୱ ଦ୍ୱାର ଓ ଉଚ୍ଚତର ପଥରେ ଥିବା ଶଲେଖତ୍ ଦ୍ୱାରକୁ ଜଗିବା ନିମନ୍ତେ ମନୋନୀତ କରାଗଲା। ପ୍ରତ୍ୟେକ ପରିବାରରୁ ରକ୍ଷକମାନଙ୍କୁ ସେମାନଙ୍କର ସ୍ଥାନରେ ମୁତୟନ କରାଗଲା।
17
ଛଅଜଣ ଲେବୀୟ ପ୍ରତିଦିନ ରକ୍ଷକମାନେ ପୂର୍ବ ଫାଟକରେ ଛିଡ଼ା ହେଲେ। ଗ୍ଭରିଜଣ ଲେବୀୟ ଉତ୍ତର ଫାଟକରେ ରକ୍ଷକ ଭାବରେ ଛିଡ଼ା ହେଲେ। ଗ୍ଭରିଜଣ ଲେବୀୟ ଦକ୍ଷିଣ ଫାଟକରେ ରକ୍ଷକ ଭାବରେ ଛିଡ଼ା ହେଲେ ଏବଂ ଦୁଇ ଜଣ ଲେବୀୟ ଭଣ୍ଡାରଗୃହର ପ୍ରତ୍ୟେକ ଦ୍ୱାରରେ ଛିଡ଼ା ହେଲେ।
18
ଗ୍ଭରିଜଣ ପଶ୍ଚିମ ଦିଗରେ ଏବଂ ଦୁଇଜଣ ସୀମାନ୍ତବର୍ତ୍ତୀ ସ୍ଥାନରେ ରହିଲେ।
19
ଦ୍ୱାରପାଳମାନଙ୍କର ଏହିସବୁ ଦଳ ଥିଲା। ସେହି ଦ୍ୱାରପାଳମାନେ କୋରହ ଓ ମରାରି ବଂଶର ଥିଲେ।
20
କୋଷାଧ୍ୟକ୍ଷ ଓ ଅନ୍ୟ ପଦାଧିକାରୀଗଣ ଅହିୟ ଲେବୀୟ ଗୋଷ୍ଠୀରୁ ଆସିଥିଲେ। ଅହିୟ ପରମେଶ୍ୱରଙ୍କ ମନ୍ଦିରରେ ଥିବା ବହୁମୂଲ୍ୟ ସାମଗ୍ରୀଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିଲେ। ଯେଉଁ ସ୍ଥାନମାନଙ୍କରେ ପବିତ୍ର ସାମଗ୍ରୀଗୁଡ଼ିକ ରଖାଯାଇଥିଲା। ଅହିୟ ତାହାର ଦାୟିତ୍ୱରେ ମଧ୍ୟ ଥିଲେ।
21
ଲାଦନ୍ ଗେର୍ଶୋନଙ୍କର ପରିବାରରୁ ଆସିଥିଲେ। ଯେହିୟେଲି ଲାଦନଙ୍କ ପରିବାରବର୍ଗର ନେତାମାନଙ୍କ ମଧ୍ୟରୁ ଜଣେ ଥିଲେ।
22
ଯିହୀୟେଲିଙ୍କ ପୁତ୍ରମାନେ ଥିଲେ ସେଥମ୍ ଓ ସେଥମଙ୍କ ଭ୍ରାତା ଯୋୟେଲ। ସଦାପ୍ରଭୁଙ୍କ ମନ୍ଦିରରେ ଥିବା ବହୁମୂଲ୍ୟ ସାମଗ୍ରୀଗୁଡ଼ିକର ରକ୍ଷଣାବେକ୍ଷଣ କରିବା ସେମାନଙ୍କର ଦାୟିତ୍ୱ ଥିଲା।
23
ଅନ୍ୟ ନେତାମାନେ ଅମ୍ରାମୀ, ଯିଷ୍ହରୀୟ, ହିବ୍ରୋଣୀୟ ଓ ଉଷିୟେଲଙ୍କ ପରିବାରବର୍ଗରୁ ମନୋନୀତ ହୋଇଥିଲେ।
24
ନେତା ଶବୂୟେଲ ସଦାପ୍ରଭୁଙ୍କ ମନ୍ଦିରରେ ଥିବା ବହୁମୂଲ୍ୟ ସାମଗ୍ରୀଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିଲେ। ଶବୂୟେଲ, ଗେର୍ଶୋନଙ୍କ ପୁତ୍ର ଥିଲେ। ଗେର୍ଶୋନ ମୋଶାଙ୍କ ପୁତ୍ର ଥିଲେ।
25
ଏହି ସମସ୍ତ ଶବୂୟେଲଙ୍କର ଆତ୍ମୀୟ ଥିଲେ: ଇଲୀୟେଷର ତାଙ୍କର ଆତ୍ମୀୟ ଥିଲେ: ରହବିୟ, ଇଲୀୟେଷରଙ୍କ ପୁତ୍ର। ଯିଶାୟାହ, ରହବିୟଙ୍କ ପୁତ୍ର। ଯୋରାମ, ଯିଶାୟାଦଙ୍କ ପୁତ୍ର। ସିଖ୍ରି ଯୋରାମଙ୍କ ପୁତ୍ର। ଆଉ ଶଲୋମୀତ୍, ସିଖ୍ରିଙ୍କ ପୁତ୍ର।
26
ଦାଉଦ ଯେଉଁ ସମସ୍ତ ବସ୍ତୁ ମନ୍ଦିର ନିମନ୍ତେ ସଂଗ୍ରହ କରିଥିଲେ, ଶଲୋମୀତ୍ ଓ ତାଙ୍କର ଆତ୍ମୀୟମାନେ ତାହାର ଦାୟିତ୍ୱରେ ଥିଲେ। ସେନାଧ୍ୟକ୍ଷମାନେ ମଧ୍ୟ ମନ୍ଦିର ନିମନ୍ତେ ସାମଗ୍ରୀମାନ ପ୍ରଦାନ କଲେ।
27
ଯୁଦ୍ଧରୁ ପ୍ରାପ୍ତ କେତେକ ବସ୍ତୁ ସେମାନେ ପ୍ରଦାନ କଲେ। ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେବା ନିମନ୍ତେ ସେମାନେ ସେହିସବୁ ବସ୍ତୁ ପ୍ରଦାନ କଲେ।
28
ଶଲୋମୀତ୍ ଓ ତାଙ୍କର ଆତ୍ମୀୟମାନେ ଭବିଷ୍ୟଦ୍ବକ୍ତା ଶାମୁୟେଲଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ପବିତ୍ର ସାମଗ୍ରୀଗୁଡ଼ିକର ଯତ୍ନ ନେଲେ। କୀଶ୍ଙ୍କ ପୁତ୍ର ଶାଉଲ; ନେର୍ଙ୍କ ପୁତ୍ର ଅବ୍ନର ଓ ସରୁୟାର ପୁତ୍ର ଯୋୟାବ। ଶଲୋମୀତ୍ ଓ ତାଙ୍କ ଆତ୍ମୀୟମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଲୋକମାନଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ପବିତ୍ର ସାମଗ୍ରୀ ଗୁଡ଼ିକର ଯତ୍ନ ନେଲେ।
29
କନନିୟ ଯିଷ୍ହରୀୟଙ୍କ ପରିବାରରୁ ଆସିଥିଲେ। କନନିୟ ଓ ତାଙ୍କର ପୁତ୍ରମାନଙ୍କର ମନ୍ଦିର ବାହାରରେ କାର୍ଯ୍ୟ କରିବାର ଦାୟିତ୍ୱ ଥିଲା। ସେମାନେ ଇସ୍ରାଏଲର ବିଭିନ୍ନ ସ୍ଥାନରେ ପୋଲିସ ଓ ବିଗ୍ଭରକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ।
30
ହିବ୍ରୋଣଙ୍କର ପରିବାରରୁ ହଷବିୟ ଓ ତାଙ୍କର ଆତ୍ମୀୟମାନେ ସଦାପ୍ରଭୁଙ୍କର ସମସ୍ତ କାର୍ଯ୍ୟ ଓ ଯର୍ଦ୍ଦନ ନଦୀର ପଶ୍ଚିମରେ ଥିବା ରାଜାଙ୍କର ବ୍ୟବସାୟ ଦାୟିତ୍ୱରେ ଥିଲେ। ହଷବିୟଙ୍କ ଦଳରେ 1700 ଜଣ ପରାକ୍ରମୀ ବ୍ୟକ୍ତି ଥିଲେ।
31
ହିବ୍ରୋଣ ପରିବାରର ଇତିହାସ ଦର୍ଶାଏ ଯେ, ଯିରିୟ ସେମାନଙ୍କର ନେତା ଥିଲେ। ଦାଉଦ ଗ୍ଭଳିଶ୍ ବର୍ଷ ବ୍ୟାପି ରାଜା ଥିବା ସମୟରେ ପାରିବାରିକ ଇତିହାସଗୁଡ଼ିକୁ ଅନୁସନ୍ଧାନ କରି ବଳବାନ୍ ଓ ଦକ୍ଷ ଲୋକମାନଙ୍କୁ ଖୋଜି ବାହାର କରିବାକୁ ଆଦେଶ ଦେଇଥିଲେ। ଗିଲିୟଦର ଯାସେର ସହରରେ ବାସ କରୁଥିବା ହିବ୍ରୋଣ ପରିବାର ମଧ୍ୟରେ ଏହିପରି କେତେଜଣ ଲୋକ ମିଳିଲେ।
32
ଯିରିୟର ଆତ୍ମୀୟମାନେ ଦକ୍ଷ ଲୋକ ଥିଲେ ସେମାନଙ୍କ ମଧ୍ୟରୁ 2700 ଜଣ ପରିବାରର ମୁଖ୍ୟ ଥିଲେ। ରାଜା ଦାଉଦ ସେମାନଙ୍କୁ ରୁବେନ୍ ଓ ଗାଦ୍ ପରିବାରବର୍ଗମାନଙ୍କର ଓ ମନଃଶିଙ୍କର ଅର୍ଦ୍ଧେକ ପରିବାରବର୍ଗମାନଙ୍କୁ ପରମେଶ୍ୱରଙ୍କ ସେବା ପାଇଁ ଏବଂ ରାଜାଙ୍କ କାର୍ଯ୍ୟର ଦାୟିତ୍ୱ ଦେଲେ।
← Chapter 25
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 27 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29