bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Chronicles 24
1 Chronicles 24
Odia Bible ERV 2004 (ପବିତ୍ର ବାଇବଲ)
← Chapter 23
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 25 →
1
ଯାଜକମାନଙ୍କର ଦଳ ହାରୋଣଙ୍କ ପୁତ୍ରମାନଙ୍କର ଦଳ ଏହି ପ୍ରକାର ଥିଲା: ହାରୋଣଙ୍କ ପୁତ୍ରମାନେ ଥିଲେ ନାଦବ୍, ଅବୀହୂ, ଇଲିୟାସର ଓ ଈଥାମର।
2
କିନ୍ତୁ ନାଦବ୍ ଓ ଅବୀହୂ ସେମାନଙ୍କ ପିତାଙ୍କ ମୃତ୍ୟୁ ପୂର୍ବରୁ ମରଣ ଲଭିଥିଲେ। ଆଉ ନାଦବ୍ ଓ ଅବୀହୂଙ୍କର କୌଣସି ପୁତ୍ର ସନ୍ତାନ ନ ଥିଲେ। ତେଣୁ ଇଲିୟାସର ଓ ଈଥାମର ଯାଜକରୂପେ ସେବାକାର୍ଯ୍ୟ କଲେ।
3
ଦାଉଦ ଇଲିୟାସରଙ୍କ ପରିବାରବର୍ଗ ଓ ଈଥାମରଙ୍କ ବଂଶକୁ ଦୁଇଟି ଭିନ୍ନ ଦଳରେ ବିଭକ୍ତ କରିଥିଲେ। ସେହି ଦଳମାନେ ସେମାନଙ୍କୁ ଦତ୍ତ କାର୍ଯ୍ୟ ଯେପରି ସୂଗ୍ଭରୁରୂପେ କରି ପାରନ୍ତି, ସେଥିନିମନ୍ତେ ଦାଉଦ ଏହିପରି କରିଥିଲେ। ସାଦୋକ୍ ଓ ଅହୀମେଲକ୍ଙ୍କ ସାହାଯ୍ୟରେ ଏହା କରିଥିଲେ। ସାଦୋକ୍ ଇଲିୟାସରଙ୍କ ବଂଶଧର ଓ ଅହୀମେଲକ୍ ଈଥାମରଙ୍କ ବଂଶଧର ଥିଲେ।
4
ଈଥାମରଙ୍କ ପରିବାରଠାରୁ ଇଲିୟାସରଙ୍କ ପରିବାରର ଅଧିକ ନେତା ଥିଲେ। ଇଲିୟାସରଙ୍କ ପରିବାରରୁ ଷୋହଳ ଜଣ ଓ ଈଥାମରଙ୍କ ପରିବାରର ଆଠ ଜଣ ନେତା ଥିଲେ।
5
ପ୍ରତି ପରିବାରରୁ ଲୋକମାନେ ମନୋନୀତ ହୋଇଥିଲେ। ସେମାନେ ଗୁଲିବାଣ୍ଟ ଦ୍ୱାରା ମନୋନୀତ ହୋଇଥିଲେ। ପବିତ୍ର ସ୍ଥାନର ଦାୟିତ୍ୱରେ ରହିବା ନିମନ୍ତେ କେତେଜଣ ବ୍ୟକ୍ତିଙ୍କୁ ମନୋନୀତ କରାଯାଇଥିଲା। ଆଉ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଯାଜକକର୍ମ ନିମନ୍ତେ ମନୋନୀତ କରାଯାଇଥିଲା। ଏହି ସମସ୍ତ ବ୍ୟକ୍ତିମାନେ ଇଲିୟାସର ଓ ଈଥାମରଙ୍କ ବଂଶରୁ ଆସିଥିଲେ।
6
ଶମୟିୟ ସମ୍ପାଦକ ଥିଲେ। ସେ ନଥନେଲଙ୍କ ପୁତ୍ର ଥିଲେ। ଶମୟିୟ ଲେବୀ ଗୋଷ୍ଠୀରୁ ଆସିଥିଲେ। ଶମୟିୟ ସେହି ବଂଶଧରମାନଙ୍କ ନାମ ଲେଖିଲେ। ସେ ସେହି ନାମଗୁଡ଼ିକୁ ରାଜା ଦାଉଦ ଓ ସେହି ନେତାଗଣ: ଯାଜକ ସାଦୋକ, ଅହୀମେଲକ, ଯାଜକମାନଙ୍କର ବଂଶଜ ନେତା ଓ ଲେବୀ ବଂଶଜ ନେତାମାନଙ୍କ ସମ୍ମୁଖରେ ଲେଖିଲେ। ଅହୀମେଲକ ଅବିୟାଥରଙ୍କ ପୁତ୍ର ଥିଲେ। ପ୍ରତିଥର ଗୁଲିବାଣ୍ଟ ଦ୍ୱାରା ସେମାନେ ଜଣେ ବ୍ୟକ୍ତିକୁ ମନୋନୀତ କଲେ ଓ ଶମୟିୟ ସେହି ଲୋକର ନାମ ଲେଖି ରଖିଲେ। ତେଣୁ ସେମାନେ ଇଲିୟାସର ଓ ଈଥାମରଙ୍କ ପରିବାରର ବ୍ୟକ୍ତିମାନଙ୍କର ମଧ୍ୟ କାମକୁ ଭାଗ କରିଦେଲେ।
7
ପ୍ରଥମ ଦଳ ଥିଲା ଯିହୋୟାରୀବଙ୍କ ଦଳ। ଦ୍ୱିତୀୟ ଦଳ ଥିଲା ଯିଦୟିୟଙ୍କ ଦଳ।
8
ତୃତୀୟ ଦଳ ଥିଲା ହାରୀମଙ୍କ ଦଳ। ଚତୁର୍ଥ ଦଳ ଥିଲା ସୀୟୋରୀମଙ୍କ ଦଳ।
9
ପଞ୍ଚମ ଦଳ ଥିଲା ମଲ୍କିୟଙ୍କ ଦଳ। ଷଷ୍ଠ ଦଳ ଥିଲା ମିୟାମୀନଙ୍କ ଦଳ।
10
ସପ୍ତମ ଦଳ ଥିଲା ହକ୍କୋସଙ୍କ ଦଳ। ଅଷ୍ଟମ ଦଳ ଥିଲା ଅବିୟାଙ୍କ ଦଳ।
11
ନବମ ଦଳ ଥିଲା ଯେଶୂୟଙ୍କ ଦଳ। ଦଶମ ଦଳ ଥିଲା ଶଖନିୟଙ୍କ ଦଳ।
12
ଏକାଦଶ ଦଳ ଥିଲା ଇଲୀୟାଶୀବଙ୍କ ଦଳ। ଦ୍ୱାଦଶ ଦଳ ଥିଲା ଯାକୀମଙ୍କ ଦଳ।
13
ତ୍ରୟୋଦଶ ଦଳ ଥିଲା ହୁପ୍ପଙ୍କ ଦଳ। ଚତୁର୍ଦ୍ଦଶ ଦଳ ଥିଲା ଯେଶବାଙ୍କ ଦଳ।
14
ପଞ୍ଚଦଶ ଦଳ ଥିଲା ବିଲଗାଙ୍କ ଦଳ। ଷୋଡ଼ଶ ଦଳ ଥିଲା ଇମ୍ମେରଙ୍କ ଦଳ।
15
ସପ୍ତଦଶ ଦଳ ହେଷୀରଙ୍କ ଦଳ ଥିଲା। ଅଷ୍ଟାଦଶ ଦଳ ହିପ୍ପିଙ୍କ ଦଳ ଥିଲା।
16
ଊନବିଂଶ ଦଳ ଥିଲା ପଥାହିୟଙ୍କ ଦଳ। ବିଂଶ ଦଳ ଥିଲା ଯିହିଷ୍କେଲଙ୍କ ଦଳ।
17
ଏକବିଂଶ ଦଳ ଥିଲା ଯାଖୀନଙ୍କ ଦଳ। ଦ୍ୱାବିଂଶ ଦଳ ଥିଲା ଗାମୂଲଙ୍କ ଦଳ।
18
ତ୍ରୟୋବିଂଶ ଦଳ ଥିଲା ଦଲାୟଙ୍କ ଦଳ। ଚତୁର୍ବିଂଶ ଦଳ ଥିଲା ମାସିୟଙ୍କ ଦଳ।
19
ମନ୍ଦିରରେ ସେବାକାର୍ଯ୍ୟ କରିବା ନିମନ୍ତେ ଏହି ଦଳଗୁଡ଼ିକ ମନୋନୀତ ହୋଇଥିଲେ। ମନ୍ଦିରର ସେବାକାର୍ଯ୍ୟ ପାଇଁ ହାରୋଣଙ୍କ ଦତ୍ତ ନିୟମର ସେମାନେ ବାଧ୍ୟ ହେଲେ। ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ହାରୋଣଙ୍କୁ ଏହି ନିୟମଗୁଡ଼ିକ ପ୍ରଦାନ କରିଥିଲେ।
20
ଅନ୍ୟ ଲେବୀୟଗଣ ଲେବୀଙ୍କ ଅବଶିଷ୍ଟ ବଂଶଧରଙ୍କ ନାମ ଏହା ଥିଲା: ଅମ୍ରାମଙ୍କ ବଂଶଧରମାନଙ୍କ ମଧ୍ୟରୁ: ଶୂୟେଲ, ଶବୂୟେଲଙ୍କ ବଂଶଧରମାନଙ୍କ ମଧ୍ୟରୁ: ଯେହଦିୟ
21
ରହବିୟରୁ: ଯିଶିୟ (ଯିଶିୟ ଜ୍ୟେଷ୍ଠ ପୁତ୍ର ଥିଲେ)
22
ଯିଶ୍ହରିୟ ପରିବାରବର୍ଗ ଶଲୋମୀତ୍। ଶଲୋମୀତ୍ ପରିବାରରୁ: ଯହତ୍।
23
ହିବ୍ରୋଣଙ୍କ ଜ୍ୟେଷ୍ଠପୁତ୍ର ଥିଲେ ଯିରିୟ। ଅମରିୟ ତାଙ୍କର ଦ୍ୱିତୀୟ ପୁତ୍ର ଥିଲେ। ଯହସୀୟେଲ ତାଙ୍କର ତୃତୀୟ ପୁତ୍ର ଥିଲେ। ଓ ଯିକ୍ମିୟାମ୍ ତାଙ୍କର ଚତୁର୍ଥ ପୁତ୍ର ଥିଲେ।
24
ଉଷୀୟେଲଙ୍କ ପୁତ୍ର ଥିଲେ ମୀଖା। ମୀଖାଙ୍କ ପୁତ୍ର ଥିଲେ ଶାମୀର୍।
25
ଯିଶିୟ ମୀଖାଙ୍କ ଭ୍ରାତା ଥିଲେ। ଯିଶିୟଙ୍କ ପୁତ୍ର ଥିଲେ ଯିଖରିୟ।
26
ମରାରିଙ୍କ ବଂଶଧରମାନେ ଥିଲେ ମହଲି ଓ ମୂଶି ଓ ଯାସିୟ ତାଙ୍କର ପୁତ୍ର ଥିଲେ।
27
ମରାରିଙ୍କ ପୁତ୍ର ଯାସିୟଙ୍କ ପୁତ୍ରମାନେ ଥିଲେ: ବିନୋ, ଶୋହମ୍, ସକୂର ଓ ଇବ୍ରି।
28
ମହଲିଙ୍କ ପୁତ୍ର ଥିଲେ ଇଲିୟାସର। କିନ୍ତୁ ଇଲିୟାସରଙ୍କ ପୁତ୍ର ସନ୍ତାନ ନ ଥିଲେ।
29
କୀଶଙ୍କ ପୁତ୍ର ଥିଲେ ଯିରହମେଲ।
30
ମୂଶିଙ୍କ ପୁତ୍ରମାନେ ଥିଲେ ମହଲି, ଏଦର ଓ ଯିରେମୋତ୍। ଏହିମାନେ ଲେବୀୟ ଗୋଷ୍ଠୀର ନେତାଗଣ ଥିଲେ। ସେମାନେ ସେମାନଙ୍କର ପରିବାରବର୍ଗ ଦ୍ୱାରା ତାଲିକାଭୁକ୍ତ ହେଲେ।
31
ସେମାନେ ବିଶେଷ କର୍ମ କରିବା ନିମନ୍ତେ ମନୋନୀତ ହୋଇଥିଲେ। ସେମାନେ ସେମାନଙ୍କର ଆତ୍ମୀୟ, ଯାଜକମାନଙ୍କ ପରି ଗୁଲିବାଣ୍ଟ କଲେ। ଯାଜକମାନେ ହାରୋଣଙ୍କ ବଂଶଧର ଥିଲେ। ସେମାନେ ରାଜା ଦାଉଦ, ସାଦୋକ, ଅହୀମେଲକ, ଯାଜକ ଏବଂ ଲେବୀୟ ବଂଶର ନେତାମାନଙ୍କ ସମ୍ମୁଖରେ ଗୁଲିବାଣ୍ଟ କଲେ। ଜ୍ୟେଷ୍ଠ ପରିବାର ଓ କନିଷ୍ଠ ପରିବାର ନିମନ୍ତେ ଯେତେବେଳେ କାର୍ଯ୍ୟ ସ୍ଥିର କରାଗଲା, ସେତେବେଳେ ସେମାନଙ୍କ ପ୍ରତି ସମାନ ବ୍ୟବହାର କରାଗଲା।
← Chapter 23
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 25 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29