bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Chronicles 11
1 Chronicles 11
Odia Bible ERV 2004 (ପବିତ୍ର ବାଇବଲ)
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 12 →
1
ଦାଉଦ ଇସ୍ରାଏଲର ରାଜା ହେଲେ ଇସ୍ରାଏଲର ସମସ୍ତ ଲୋକ ହିବ୍ରୋଣ ସହରରେ ଦାଉଦଙ୍କ ନିକଟକୁ ଆସିଲେ। ସେମାନେ ଦାଉଦଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭର ନିଜ ମାଂସ ଓ ରକ୍ତ।
2
ଯେତେବେଳେ ଶାଉଲ ରାଜା ଥିଲେ, ତୁମ୍ଭେ ଆମ୍ଭମାନଙ୍କର ନେତୃତ୍ୱ ନେଇ ଇସ୍ରାଏଲକୁ ଆଣିଲ। ସଦାପ୍ରଭୁ ତୁମ୍ଭକୁ କହିଲେ, ‘ଦାଉଦ, ତୁମ୍ଭେ ଆମ୍ଭର ଲୋକମାନଙ୍କର ମୁଖ୍ୟ ହେବ।’”
3
ଇସ୍ରାଏଲର ସମସ୍ତ ନେତାମାନେ ହିବ୍ରୋଣରେ ରାଜା ଦାଉଦଙ୍କ ପାଖକୁ ଆସିଲେ। ଦାଉଦ ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସହିତ ଏକ ଚୁକ୍ତି କଲେ। ତା’ପରେ ନେତାମାନେ ଦାଉଦଙ୍କୁ ଇସ୍ରାଏଲର ରାଜା ରୂପେ ଅଭିଷିକ୍ତ କଲେ। ସଦାପ୍ରଭୁ ପ୍ରତିଜ୍ଞା କରିଥିଲେ ଯେ, ଶାମୁୟେଲଙ୍କ ଭବିଷ୍ୟଦ୍ବାଣୀ ଅନୁସାରେ ଏହା ଅବଶ୍ୟ ଘଟିବ।
4
ଦାଉଦ ଯିରୁଶାଲମ ଅଧିକାର କଲେ ଦାଉଦ ଓ ଇସ୍ରାଏଲର ସମସ୍ତ ଲୋକ ଯିରୁଶାଲମକୁ ଗଲେ। ସେହି ସମୟରେ ଯିରୁଶାଲମକୁ ଯିବୂଷ ବୋଲି କୁହାଯାଉଥିଲା। ସେହି ନଗରରେ ବାସ କରୁଥିବା ଲୋକମାନଙ୍କୁ ଯିବୂଷୀୟ ନାମରେ ନାମିତ କରାଯାଇଥିଲା।
5
ଯିବୂଷରେ ବାସ କରୁଥିବା ଲୋକମାନେ ଦାଉଦଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ନଗର ମଧ୍ୟରେ ପ୍ରବେଶ କରି ପାରିବ ନାହିଁ।” କିନ୍ତୁ ଦାଉଦ ସେମାନଙ୍କୁ ପରାସ୍ତ କରିଦେଲେ। ଦାଉଦ ସିୟୋନ ଦୁର୍ଗକୁ ଅଧିକାର କରି ନେଲେ। ଯାହା ଦାଉଦଙ୍କ ନଗର ନାମରେ ଜଣାଗଲା।
6
ଦାଉଦ କହିଲେ, “ଯେଉଁ ବ୍ୟକ୍ତି ଯିବୂଷୀୟ ଲୋକମାନଙ୍କ ଉପରେ ଆକ୍ରମଣର ନେତୃତ୍ୱ ନେବ, ସେ ମୋର ସମଗ୍ର ସେନାବାହିନୀର ସେନାପତି ହେବ।” ତେଣୁ ଯୋୟାବ୍ ଏହି ଆକ୍ରମଣର ନେତୃତ୍ୱ ନେଲେ। ଯୋୟାବ୍ ସରୁୟାଙ୍କ ପୁତ୍ର ଥିଲେ। ଯୋୟାବ୍ ସୈନ୍ୟଦଳର ସେନାପତି ହେଲେ।
7
ଏହା ପରେ ଦାଉଦ ଦୁର୍ଗ ମଧ୍ୟରେ ଆପଣାର ଗୃହ ନିର୍ମାଣ କଲେ। ତେଣୁ ତାହାକୁ ଦାଉଦଙ୍କ ନଗର ବୋଲି ନାମିତ କରାଗଲା।
8
ଦାଉଦ ଦୁର୍ଗର ଚତୁର୍ଦ୍ଦିଗରେ ନଗର ନିର୍ମାଣ କଲେ। ସେ ମିଲ୍ଲୋଠାରୁ ନଗରର ଚତୁର୍ଦ୍ଦିଗସ୍ଥ ପ୍ରାଚୀର ପର୍ଯ୍ୟନ୍ତ ତାହା ନିର୍ମାଣ କଲେ। ଯୋୟାବ୍ ନଗରର ଅନ୍ୟ ଅଂଶଗୁଡ଼ିକର ମରାମତି କାର୍ଯ୍ୟ କଲେ।
9
ଦାଉଦ ବୃଦ୍ଧି ପାଇବାକୁ ଲାଗିଲେ। ଏବଂ ସୈନ୍ୟାଧିପତି ସଦାପ୍ରଭୁ ତାଙ୍କ ସହିତରେ ଥିଲେ।
10
ତିନି ବୀର ଦାଉଦଙ୍କ ବିଶେଷ ସୈନ୍ୟଗଣଙ୍କର ନେତାମାନଙ୍କର ଏହା ଏକ ତାଲିକା ଅଟେ। ଦାଉଦଙ୍କ ସହିତ ତାଙ୍କ ରାଜ୍ୟରେ ଏହି ତିନି ବୀର ଅତ୍ୟନ୍ତ ପରାକ୍ରମୀ ହୋଇ ଉଠିଲେ। ସେମାନେ ଓ ଇସ୍ରାଏଲର ସମସ୍ତ ଲୋକ ଦାଉଦଙ୍କୁ ସମର୍ଥନ କଲେ ଓ ତାହାଙ୍କୁ ରାଜା କଲେ, ପରମେଶ୍ୱର ଯେପ୍ରକାର ପ୍ରତିଜ୍ଞା କରିଥିଲେ, ଠିକ୍ ସେ ପ୍ରକାରେ ଏ ସମସ୍ତ ଘଟିଲା।
11
ଦାଉଦଙ୍କ ବିଶେଷ ସୈନ୍ୟଗଣଙ୍କର ତାଲିକା ଏହି ପ୍ରକାରରେ ଥିଲା: ହକ୍ମୋନୀୟ ଯାଶ୍ବିୟାମ୍। ଯାଶ୍ବିୟାମ୍ ରଥାଧିକାରୀମାନଙ୍କ ନେତା ଥିଲା। ଯାଶ୍ବିୟାମ୍ ନିଜର ବର୍ଚ୍ଛା ଦ୍ୱାରା ଏକା ଥରକେ 300 ଲୋକଙ୍କୁ ବଧ କରିଥିଲା।
12
ତା’ପରେ ଅହୋହୀୟ ଦୋଦୟର ପୁତ୍ର ଇଲିୟାସର। ଇଲିୟାସର ଏହି ତିନି ବୀରଙ୍କ ମଧ୍ୟରେ ଜଣେ ଥିଲେ।
13
ଇଲିୟାସର ଦାଉଦଙ୍କ ସହିତ ପଶଦମ୍ମୀମରେ ଥିଲେ। ପଲେଷ୍ଟୀୟମାନେ ଯୁଦ୍ଧ କରିବା ନିମନ୍ତେ ସେହି ସ୍ଥାନକୁ ଆସିଥିଲେ। ସେହି ସ୍ଥାନରେ ଯବରେ ପରିପୂର୍ଣ୍ଣ କ୍ଷେତଟିଏ ଥିଲା। ଇସ୍ରାଏଲର ଲୋକମାନେ ପଲେଷ୍ଟୀୟମାନଙ୍କୁ ଡରି ପଳାୟନ କଲେ।
14
କିନ୍ତୁ ସେହି ତିନି ବୀର ସେହି କ୍ଷେତ ମଧ୍ୟରେ ଠିଆ ହୋଇ ରହିଲେ ଓ ସେମାନଙ୍କର ପ୍ରତିରୋଧ କଲେ। ସେମାନେ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କୁ ଏକ ମହାବିଜୟ ପ୍ରଦାନ କଲେ।
15
ଥରେ, ଦାଉଦ ଅଦୁଲ୍ଲମ ଗୁମ୍ଫାରେ ଥିବା ବେଳେ, ଯେତେବେଳେ ପଲେଷ୍ଟୀୟ ସୈନ୍ୟମାନେ ରଫାୟୀମ ଉପତ୍ୟକାରେ ଛାଉଣି ପକାଇ ଥିଲେ, ତିରିଶ୍ ଜଣ ବୀରଙ୍କ ମଧ୍ୟରୁ ତିନି ଜଣ ଭୂମିରେ ସମ୍ପୂର୍ଣ୍ଣ ପେଟେଇ ପେଟେଇ ଦାଉଦଙ୍କ ନିକଟରେ ପହଞ୍ଚିଲେ।
16
ଆଉଥରେ, ଦାଉଦ ଦୁର୍ଗ ମଧ୍ୟରେ ଥିଲେ ଓ ପଲେଷ୍ଟୀୟ ସୈନ୍ୟମାନଙ୍କର ଏକ ଦଳ ବୈଥ୍ଲେହମରେ ଥିଲେ।
17
ଦାଉଦ କହିଲେ, “ବୈଥଲହମର ଫାଟକ ନିକଟରେ ଥିବା କୂଅରୁ କେହି ମୋତେ ପାଣି ପିଇବାକୁ ଦିଅନ୍ତା କି?”
18
କିନ୍ତୁ ଏହି ତିନି ଜଣ ପଲେଷ୍ଟୀୟ ସୈନ୍ୟମାନଙ୍କ ସହିତ ଯୁଦ୍ଧ କରି କରି ସେମାନଙ୍କ ମଧ୍ୟଦେଇ ଗଲେ। ଏହି ତିନି ବ୍ୟକ୍ତି ବୈଥ୍ଲେହମ ନଗରର ଦ୍ୱାର ନିକଟରେ ଥିବା କୂପରୁ କିଛି ଜଳ ନେଲେ। ଏହା ପରେ ଏହି ତିନି ବୀର ସେହି ଜଳକୁ ନେଇ ଦାଉଦଙ୍କ ନିକଟକୁ ଆସିଲେ। କିନ୍ତୁ ଦାଉଦ ସେହି ଜଳପାନ କରିବାକୁ ମନା କଲେ। ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ସ୍ୱରୂପେ ସେହି ଜଳକୁ ଭୂମିରେ ଢାଳିଲେ।
19
ଦାଉଦ କହିଲେ, “ହେ ପରମେଶ୍ୱର, ମୁଁ ଏହି ଜଳକୁ ପାନ କରି ନ ପାରେ। କାରଣ ଯେଉଁ ଲୋକମାନେ ନିଜ ଜୀବନକୁ ବିପନ୍ନ କରି ଏହି ଜଳ ମୋ’ ନିମନ୍ତେ ଆଣି ଅଛନ୍ତି, ମୁଁ ତାହା ପାନ କରିବା ଦ୍ୱାରା ସେମାନଙ୍କ ରକ୍ତ ପାନ କରିବା ସଦୃଶ ହେବ।” ସେଥି ନିମନ୍ତେ ଦାଉଦ ସେହି ଜଳପାନ କରିବାକୁ ମନା କଲେ। ଏହିପରି ଏହି ତିନି ବୀର ଅନେକ ଦୁଃସାହସିକ କାର୍ଯ୍ୟମାନ କରିଥିଲେ।
20
ଅନ୍ୟାନ୍ୟ ସାହସୀ ସୈନ୍ୟଗଣ ଯୋୟାବଙ୍କ ଭ୍ରାତା ଅବୀଶୟ, ଏହି ତିନି ବୀରଙ୍କର ନେତା ଥିଲେ। ସେ ନିଜର ବର୍ଚ୍ଛା ଦ୍ୱାରା 300 ଲୋକଙ୍କ ସହିତ ଯୁଦ୍ଧ କରିଥିଲେ ଓ ସେମାନଙ୍କୁ ବଧ କରିଥିଲେ। ଅବୀଶୟ ମଧ୍ୟ ଏହି ତିନି ବୀରଙ୍କ ତୁଲ୍ୟ ସୁପ୍ରସିଦ୍ଧ ଥିଲେ।
21
ଅବୀଶୟ ତିରିଶ୍ ଜଣ ବୀରଙ୍କଠାରୁ ଦ୍ୱିଗୁଣ ପ୍ରସିଦ୍ଧ ଥିଲେ। ସେ ତିନି ବୀରଙ୍କ ମଧ୍ୟରୁ ଅନ୍ୟତମ ନ ହୋଇଥିଲେ ସୁଦ୍ଧା ସେମାନଙ୍କର ନେତା ହୋଇପାରିଥିଲେ।
22
ଯିହୋୟାଦାରଙ୍କ ପୁତ୍ର ବନାୟ ଜଣେ ପରାକ୍ରମୀ ବ୍ୟକ୍ତିଙ୍କର ପୁତ୍ର ଥିଲେ। ସେ କବସେଲୀୟ ଲୋକ ଥିଲେ। ବନାୟ ସାହସୀ କାର୍ଯ୍ୟମାନ କଲେ। ବନାୟ ମୋୟାବ ଦେଶର ସର୍ବୋତ୍ତମ ଲୋକମାନଙ୍କ ମଧ୍ୟରୁ ଦୁଇ ଜଣକୁ ବଧ କଲେ। ଦିନେ, ତୁଷାରପାତ ହେଉଥିବା ସମୟରେ ବନାୟ ଭୂମି ମଧ୍ୟସ୍ଥ ଏକ ଗାତ ମଧ୍ୟରେ ପଶି ଗୋଟିଏ ସିଂହକୁ ବଧ କଲେ।
23
ବନାୟ ଜଣେ ଅତିକାୟ ମିସ୍ରୀୟ ସୈନ୍ୟକୁ ବଧ କଲେ। ସେହି ବ୍ୟକ୍ତି ପାଞ୍ଚ ହାତ ଦୀର୍ଘ ଉଚ୍ଚ ଥିଲା। ସେହି ମିସ୍ରୀୟ ନିକଟରେ ଏକ ବଡ଼ ଓ ଓଜନିଆ ବର୍ଚ୍ଛା ଥିଲା। ତାହା ଏକ ବୁଣାକାରର ତନ୍ତର ଦଣ୍ଡପରି ବିରାଟ ଥିଲା। ବନାୟ ନିକଟରେ କେବଳ ଠେଙ୍ଗାଟିଏ ଥିଲା। ବନାୟ ସେହି ମିସ୍ରୀୟ ବ୍ୟକ୍ତିର ହସ୍ତରୁ ବର୍ଚ୍ଛା ଧରି ଛଡ଼େଇ ନେଲେ। ଏହା ପରେ ବନାୟ ସେହି ମିସ୍ରୀୟକୁ ତାହାର ନିଜ ବର୍ଚ୍ଛା ଦ୍ୱାରା ବିଦ୍ଧ କରି ହତ୍ୟା କଲେ।
24
ଯିହୋୟାଦାଙ୍କ ପୁତ୍ର ବନାୟ ଏହି ତିନି ବୀରଙ୍କ ତୁଲ୍ୟ ସୁପ୍ରସିଦ୍ଧ ଥିଲେ।
25
ବନାୟ ତିରିଶ୍ ଜଣ ବୀରଙ୍କଠାରୁ ମଧ୍ୟ ବିଖ୍ୟାତ ଥିଲେ, କିନ୍ତୁ ସେ ତିନି ବୀରଙ୍କ ମଧ୍ୟରୁ ଜଣେ ନ ଥିଲେ। ଦାଉଦ ବନାୟଙ୍କୁ ତାଙ୍କର ଅଙ୍ଗରକ୍ଷୀମାନଙ୍କ ନେତା ଭାବରେ ମନୋନୀତ କଲେ।
26
ତିରିଶ୍ ଜଣ ବୀର ବୀର ସୈନ୍ୟ, ତିରିଶ୍ ଜଣ ବୀରମାନେ ଥିଲେ: ଯୋୟାବର ଭ୍ରାତା ଅସାହେଲ୍, ବୈଥ୍ଲେହମସ୍ଥ ଦୋଦୟର ପୁତ୍ର ଇଲହାନନ୍;
27
ହରୋରୀୟ ଶମ୍ମୋତ୍, ପଲୋନୀୟ ହେଲସ୍,
28
ତକୋୟୀୟ, ଇକ୍କୋଶର ପୁତ୍ର ଇରା, ଅନାଥୋତୀୟ ଅବିୟେଷର;
29
ହୁଶାତୀୟ ସିବ୍ବଖୟ, ଅହୋହୀୟ ଈଲୟ;
30
ନଟୋଫାତୀୟ ମହରୟ, ନଟୋଫାତୀୟ ବାନାଙ୍କର ପୁତ୍ର ହେଲଦ୍;
31
ବିନ୍ୟାମୀନସ୍ଥ ଗିବିୟାର ରୀବିୟଙ୍କ ପୁତ୍ର ଇତ୍ତୟ, ପିରିୟାଥୋନୀୟ ବନାୟ;
32
ଗାଶ୍ ନଦୀ ତୀରସ୍ଥ ହୂରୟ, ଅର୍ବ୍ବତୀୟ ଅବୀୟେଲ;
33
ବାହରୁମୀୟ ଅସ୍ମାବତ୍, ଶାଲବେନୀୟ ଇଲୀୟହବ;
34
ଗିଷୋନୀୟ ହାଷେମଙ୍କ ପୁତ୍ରଗଣ, ହରାରୀୟ ଶାଗିର ପୁତ୍ର ଯୋନାଥନ;
35
ହରାରୀୟ ସାଖରଙ୍କ ପୁତ୍ର ଅହୀୟାମ୍, ଉରର ପୁତ୍ର ଇଲୀଫାଲ;
36
ମଖେରାତୀୟ ହେଫର୍, ପଲୋନୀୟ ଅହିୟ;
37
କର୍ମିଲୀୟ ହିଷ୍ରୟ, ଇଷବୟଙ୍କ ପୁତ୍ର ନାରୟ;
38
ନାଥନଙ୍କ ଭ୍ରାତା ଯୋୟେଲ, ହଗ୍ରିଙ୍କ ପୁତ୍ର ମିଭର;
39
ଅମ୍ମୋନୀୟ ସେଲକ, ବେରୋତୀର ନହରୟ (ନହରୟ ସରୁୟାଙ୍କ ପୁତ୍ର ଯୋୟାବର ଅସ୍ତ୍ରବାହକ ଥିଲା)
40
ଯିତ୍ରୀୟ ଗାରେବ୍;
41
ହିତ୍ତୀୟ ଊରିୟ, ଅହଲୟର ପୁତ୍ର ସାବଦ୍;
42
ରୁବେନଙ୍କ ପରିବାରବର୍ଗରୁ ଶୀଷାଙ୍କ ପୁତ୍ର ଅଦୀନା। (ସେ ରୁବେନ୍ ପରିବାର ବର୍ଗର ମୁଖ୍ୟ ଥିଲେ, ଏବଂ ତାଙ୍କ ସହିତ ତିରିଶ୍ ଜଣ ସୈନ୍ୟ ଥିଲେ।);
43
ମାଖାର ପୁତ୍ର ହାନନ୍, ମିତ୍ନୀୟ ଯୋଶାଫଟ;
44
ଅଷ୍ଟାରୋତୀୟ ଉଷିୟ; ଅରୋୟେରୀୟ ହୋଥମଙ୍କ ପୁତ୍ରଗଣ ଶାମ୍ ଓ ଯିୟୀୟେଲ,
45
ଶିମ୍ରିଙ୍କ ପୁତ୍ର ଯିଦୀୟେଲ, ତୀଷୀୟ ଯୋହା ଓ ତାଙ୍କ ଭ୍ରାତା ଯୋହା;
46
ମହବୀୟ ଇଲୀୟେଲ, ଇଲ୍ନାମଙ୍କ ପୁତ୍ରଗଣ ଯିରୀବୟ ଓ ଯୋଶବୀୟ; ମୋୟାବୀୟ ଯିତ୍ମା;
47
ଇଲୀୟେଲ ଓ ଓବେଦ୍ ଓ ମସୋବାୟିୟ ଯାସୀୟେଲ।
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 12 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29