bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Chronicles 28
1 Chronicles 28
Odia Bible ERV 2004 (ପବିତ୍ର ବାଇବଲ)
← Chapter 27
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 29 →
1
ମନ୍ଦିର ନିମନ୍ତେ ରାଜାଙ୍କର ଯୋଜନା ଦାଉଦ ଇସ୍ରାଏଲ ଲୋକମାନଙ୍କର ସମସ୍ତ ନେତାଗଣଙ୍କୁ ଏକତ୍ର କଲେ। ସେ ସେହି ନେତାଗଣଙ୍କୁ ଯିରୁଶାଲମକୁ ଆସିବା ନିମନ୍ତେ ଆଦେଶ ଦେଲେ। ଦାଉଦ ସବୁ ଗୋଷ୍ଠୀର ନେତାଗଣ, ରାଜାଙ୍କ ସୈନ୍ୟଦଳର ସେନାଧ୍ୟକ୍ଷଗଣ, ଅଧ୍ୟକ୍ଷଗଣ, ସେନାପତିଗଣ, ରାଜା ଓ ତାହାଙ୍କ ପୁତ୍ରମାନଙ୍କର ସମ୍ପତ୍ତି ଓ ପଶୁପଲର ଯତ୍ନ ନେଉଥିବା କାର୍ଯ୍ୟକାରୀଗଣ, ରାଜାଙ୍କର ବିଶେଷ କର୍ମଗ୍ଭରୀଗଣ, ପରାକ୍ରମୀ ବୀରଗଣ, ଓ ସମସ୍ତ ସାହସୀ ସୈନ୍ୟଗଣଙ୍କୁ ଡାକି ପଠାଇଲେ।
2
ରାଜା ଦାଉଦ ଉଠି ଠିଆ ହେଲେ ଓ କହିଲେ, “ହେ ମୋର ଭ୍ରାତା ଓ ମୋର ଲୋକଗଣ, ମୋର କଥା ଶୁଣ। ମୋର ହୃଦୟରେ ମୁଁ ସଦାପ୍ରଭୁଙ୍କ ନିୟମସିନ୍ଦୁକ ରଖିବା ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବାକୁ ଇଚ୍ଛା କରିଥିଲି। ପରମେଶ୍ୱରଙ୍କ ପାଦପୀଠ ହେବା ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବାକୁ ମୁଁ ଇଚ୍ଛା କରିଥିଲି। ଆଉ, ପରମେଶ୍ୱରଙ୍କ ସେହି ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଅନେକ ଯୋଜନାମାନ କରିଥିଲି।
3
କିନ୍ତୁ ପରମେଶ୍ୱର ମୋତେ କହିଲେ, ‘ନା, ଦାଉଦ, ତୁମ୍ଭେ ମୋ’ ନାମରେ ଆଦୌ ମନ୍ଦିର ନିର୍ମାଣ କରିବ ନାହିଁ। ତୁମ୍ଭେ ତାହା କରିବ ନାହିଁ, କାରଣ ତୁମ୍ଭେ ଜଣେ ସୈନିକ ଓ ତୁମ୍ଭେ ଅନେକ ଲୋକଙ୍କୁ ହତ୍ୟା କରିଅଛ।’
4
“ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲର ବାର ଗୋଟି ଗୋଷ୍ଠୀକୁ ପରିଗ୍ଭଳିତ କରିବା ନିମନ୍ତେ ଯିହୁଦା ଗୋଷ୍ଠୀକୁ ମନୋନୀତ କଲେ। ଏହା ପରେ ସେହି ଗୋଷ୍ଠୀରୁ ସଦାପ୍ରଭୁ ମୋର ପିତାଙ୍କ ପରିବାରକୁ ମନୋନୀତ କଲେ। ଆଉ ସେହି ପରିବାରରୁ ପରମେଶ୍ୱର ମୋତେ ଚିରକାଳ ନିମନ୍ତେ ଇସ୍ରାଏଲର ରାଜା ହେବା ନିମନ୍ତେ ମନୋନୀତ କଲେ। ପରମେଶ୍ୱର ମୋତେ ଇସ୍ରାଏଲର ରାଜା କରିବାକୁ ଇଚ୍ଛା କଲେ।
5
ସଦାପ୍ରଭୁ ମୋତେ ଅନେକ ପୁତ୍ର ଦେଇଅଛନ୍ତି। ଆଉ ଏହି ସମସ୍ତ ପୁତ୍ରଗଣଙ୍କ ମଧ୍ୟରୁ ସଦାପ୍ରଭୁ ଶଲୋମନକୁ ସଦାପ୍ରଭୁଙ୍କ ରାଜ୍ୟର ସିଂହାସନରେ ବସିବା ପାଇଁ ଏବଂ ଇସ୍ରାଏଲରେ ଶାସନ କରିବା ପାଇଁ ମନୋନୀତ କରିଅଛନ୍ତି।
6
ସଦାପ୍ରଭୁ ମୋତେ କହିଲେ, ‘ଦାଉଦ, ତୁମ୍ଭର ପୁତ୍ର ଶଲୋମନ ଆମ୍ଭର ମନ୍ଦିର ଓ ତାହାର ଚତୁର୍ଦ୍ଦିଗସ୍ଥ ମନ୍ଦିର ପ୍ରାଙ୍ଗଣ ନିର୍ମାଣ କରିବ। କାରଣ, ଆମ୍ଭେ ଶଲୋମନକୁ ଆମ୍ଭର ପୁତ୍ରରୂପେ ମନୋନୀତ କରିଅଛୁ ଓ ଆମ୍ଭେ ତାହାର ପିତା ହେବା।
7
ଶଲୋମନ ବର୍ତ୍ତମାନ ଆମ୍ଭର ସମସ୍ତ ବ୍ୟବସ୍ଥା ଓ ଆଜ୍ଞାର ବାଧ୍ୟ ହେଉଅଛି। ଯଦି ସେ ଆମ୍ଭର ବ୍ୟବସ୍ଥାଗୁଡ଼ିକର ବାଧ୍ୟ ହେବା ଜାରି ରଖିବ, ତେବେ ଆମ୍ଭେ ଚିରକାଳ ନିମନ୍ତେ ଶଲୋମନର ରାଜ୍ୟକୁ ଦୃଢ଼ କରିବା।’”
8
ଦାଉଦ କହିଲେ, “ବର୍ତ୍ତମାନ, ସମଗ୍ର ଇସ୍ରାଏଲ ଓ ପରମେଶ୍ୱରଙ୍କ ସାକ୍ଷାତରେ ମୁଁ ତୁମ୍ଭମାନଙ୍କୁ ଏହି କଥା କହୁଅଛି, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଦତ୍ତ ଆଦେଶଗୁଡ଼ିକର ବାଧ୍ୟ ହେବା ନିମନ୍ତେ ଅତ୍ୟନ୍ତ ଯତ୍ନଶୀଳ ହୁଅ। ତେବେ ତୁମ୍ଭେମାନେ ଏହି ଉତ୍ତମ ଦେଶକୁ ରକ୍ଷା କରି ପାରିବ। ଆଉ ତୁମ୍ଭେ ତୁମ୍ଭର ବଂଶଧରମାନଙ୍କୁ ତାହା ଦେଇ ପାରିବ।”
9
“ଏବଂ ତୁମ୍ଭେ, ମୋର ପୁତ୍ର ଶଲୋମନ, ତୁମ୍ଭ ପିତାଙ୍କର ପରମେଶ୍ୱରଙ୍କୁ ଜାଣିଅଛ। ଶୁଦ୍ଧ ହୃଦୟରେ ପରମେଶ୍ୱରଙ୍କର ସେବା କର। ପରମେଶ୍ୱରଙ୍କ ସେବା କରିବା ନିମନ୍ତେ ହୃଦୟରେ ଆନନ୍ଦିତ ହୁଅ। କାରଣ ପ୍ରତିଟି ବ୍ୟକ୍ତିର ହୃଦୟରେ କ’ଣ ଅଛି, ତାହା ସଦାପ୍ରଭୁ ଜାଣନ୍ତି। ସଦାପ୍ରଭୁ ତୁମ୍ଭ ହୃଦୟର ସମସ୍ତ ଚିନ୍ତାକୁ ବୁଝିପାରନ୍ତି। ଯଦି ତୁମ୍ଭେ ସଦାପ୍ରଭୁଙ୍କ ନିକଟକୁ ସାହାଯ୍ୟ ମାଗବା ନିମନ୍ତେ ଯିବ, ତୁମ୍ଭେ ଉତ୍ତର ପାଇବ। କିନ୍ତୁ ତୁମ୍ଭେ ଯଦି ସଦାପ୍ରଭୁଙ୍କଠାରୁ ଫେରି ଦୂରକୁ ଗ୍ଭଲିଯିବ, ତେବେ ସେ ତୁମ୍ଭକୁ ଚିରକାଳ ନିମନ୍ତେ ତ୍ୟାଗ କରିବେ।
10
ଶଲୋମନ, ସଦାପ୍ରଭୁ ଯେ ତୁମ୍ଭକୁ ତାଙ୍କରି ପବିତ୍ର ସ୍ଥାନର ମନ୍ଦିର ନିର୍ମାଣ କରିବା ନିମନ୍ତେ ମନୋନୀତ କରିଅଛନ୍ତି, ଏହା ତୁମ୍ଭର ବୁଝିବା ଉଚିତ୍। ଶକ୍ତିଶାଳୀ ହୁଅ ଏବଂ ଏହା କର।”
11
ଏହା ପରେ ଦାଉଦ ଶଲୋମନଙ୍କୁ ମନ୍ଦିର ନିର୍ମାଣ କରିବା ନିମନ୍ତେ ଯୋଜନାମାନ ପ୍ରଦାନ କଲେ। ମନ୍ଦିର ଚତୁର୍ଦ୍ଦିଗସ୍ଥ ବାରଣ୍ଡା, ତାହାର ଅଟ୍ଟାଳିକାମାନ, ତାହାର ଭଣ୍ଡାରଘରମାନ, ତାହାର ଉପରିସ୍ଥ କୋଠରୀମାନ, ତାହାର ଭିତରର କୋଠରୀମାନ ଓ ଦୟାସନର ସ୍ଥାନ ନିମନ୍ତେ ମଧ୍ୟ ଏହି ଯୋଜନା ହୋଇଥିଲା।
12
ଦାଉଦ ମନ୍ଦିରର ସମସ୍ତ ବିଭାଗ ନିମନ୍ତେ ଯୋଜନା ପ୍ରସ୍ତୁତ କରିଥିଲେ। ଦାଉଦ ଶଲୋମନଙ୍କୁ ସେହି ଯୋଜନାଗୁଡ଼ିକୁ ଦେଲେ। ଦାଉଦ ତାହାଙ୍କୁ ସଦାପ୍ରଭୁଙ୍କ ମନ୍ଦିରର ଚତୁର୍ଦ୍ଦିଗସ୍ଥ ଅଗଣା ଓ ତାହାର ଚତୁର୍ଦ୍ଦିଗସ୍ଥ କୋଠରୀ ସମସ୍ତର ଯୋଜନା ପ୍ରଦାନ କଲେ। ଦାଉଦ ତାହାଙ୍କୁ ମନ୍ଦିରର ଭଣ୍ଡାର ଘର ଓ ମନ୍ଦିର ମଧ୍ୟରେ ବ୍ୟବହୃତ ହେଉଥିବା ପବିତ୍ର ସାମଗ୍ରୀ ଗୁଡ଼ିକର ଭଣ୍ଡାରଘର ଗୁଡ଼ିକର ଯୋଜନା ପ୍ରଦାନ କଲେ।
13
ଦାଉଦ ଶଲୋମନଙ୍କୁ ଯାଜକ ଓ ଲେବୀୟମାନଙ୍କ ଦଳ ବିଷୟରେ କହିଲେ। ଦାଉଦ ଶଲୋମନଙ୍କୁ ସଦାପ୍ରଭୁଙ୍କ ମନ୍ଦିରର ସେବାକାର୍ଯ୍ୟ ବିଷୟକ ସମସ୍ତ କାର୍ଯ୍ୟ ଓ ମନ୍ଦିର ସେବାରେ ବ୍ୟବହୃତ ସକଳ ସାମଗ୍ରୀ ବିଷୟରେ କହିଲେ।
14
ମନ୍ଦିରରେ ବ୍ୟବହୃତ ହେବାକୁ ଥିବା ସକଳ ସାମଗ୍ରୀର ନିର୍ମାଣ ନିମନ୍ତେ କେତେ ପରିମାଣର ସ୍ୱର୍ଣ୍ଣ ଓ ରୌପ୍ୟ ବ୍ୟବହୃତ କରାଯିବା ଉଚିତ୍, ତାହା ଦାଉଦ ଶଲୋମନଙ୍କୁ କହିଲେ।
15
ସୁବର୍ଣ୍ଣଦୀପ, ଦୀପରୁଖା ନିମନ୍ତେ ଯୋଜନାମାନ ଥିଲା, ଆଉ ରୌପ୍ୟ ଦୀପ ଓ ଦୀପରୁଖା ନିମନ୍ତେ ମଧ୍ୟ ଯୋଜନାମାନ ଥିଲା। ପ୍ରତିଟି ଦୀପରୁଖା ଓ ତାହାର ଦୀପ ନିମନ୍ତେ କେତେ ପରିମାଣର ସୁବର୍ଣ୍ଣ ଓ ରୌପ୍ୟ ଆବଶ୍ୟକ ହେବ, ତାହା ଦାଉଦ ଶଲୋମନଙ୍କୁ ଜଣାଇଲେ। ଯେଉଁ ଯେଉଁ ସ୍ଥାନମାନଙ୍କରେ ଆବଶ୍ୟକ ସେହି ସ୍ଥାନମାନଙ୍କରେ ବିଭିନ୍ନ ପ୍ରକାର ଦୀପରୁଖାମାନ ବ୍ୟବହୃତ ହେବାର ଥିଲା।
16
ପବିତ୍ର ରୋଟୀର ମେଜ ନିମନ୍ତେ କେତେ ପରିମାଣର ସୁବର୍ଣ୍ଣ ଆବଶ୍ୟକ ହେବ, ଦାଉଦ ତାହା କହିଲେ। ରୌପ୍ୟ ମେଜଗୁଡ଼ିକ ନିମନ୍ତେ କେତେ ପରିମାଣର ରୌପ୍ୟ ଆବଶ୍ୟକ ହେବ, ଦାଉଦ ତାହା କହିଲେ।
17
କଣ୍ଟାଗ୍ଭମଚ, ସିଞ୍ଚନକାରୀ ପାତ୍ର ଓ କୁମ୍ଭ ନିର୍ମାଣ କରିବା ନିମନ୍ତେ କେତେ ପରିମାଣର ସୁବର୍ଣ୍ଣ ଆବଶ୍ୟକ ହେବ, ଦାଉଦ ତାହା କହିଲେ। ପ୍ରତ୍ୟେକ ସୁବର୍ଣ୍ଣ ପାତ୍ର ନିମନ୍ତେ କେତେ ପରିମାଣର ସୁବର୍ଣ୍ଣ ଆବଶ୍ୟକ ହେବ ଓ ପ୍ରତ୍ୟେକ ରୌପ୍ୟପାତ୍ର ନିମନ୍ତେ କେତେ ପରିମାଣର ରୌପ୍ୟ ଆବଶ୍ୟକ ହେବ, ତାହା ଦାଉଦ କହିଲେ।
18
ସୁଗନ୍ଧିଧୂପର ଯଜ୍ଞବେଦି ନିମନ୍ତେ କେତେ ପରିମାଣର ଶୁଦ୍ଧ ସୁବର୍ଣ୍ଣ ଆବଶ୍ୟକ ହେବ, ତାହା ଦାଉଦ କହିଲେ। ଦାଉଦ ଆହୁରି ମଧ୍ୟ ଶଲୋମନଙ୍କୁ ପରମେଶ୍ୱରଙ୍କ ରଥ-ଦୟାସନ ସହିତ ନିୟମସିନ୍ଦୁକ ଉପରେ କିରୂବଦୂତଗଣ ପକ୍ଷ ବିସ୍ତାର କରି ରହିଥିବାର ଯୋଜନା ମଧ୍ୟ ପ୍ରଦାନ କଲେ। କିରୂବ ଦୂତଗଣ ସୁବର୍ଣ୍ଣ ନିର୍ମିତ ଥିଲେ।
19
ଦାଉଦ କହିଲେ, “ସଦାପ୍ରଭୁ ମୋତେ ପରିଗ୍ଭଳନା ଦେବା ସହିତ ଏହି ସମସ୍ତ ଯୋଜନା ଲିଖିତ ହୋଇଅଛି। ସଦାପ୍ରଭୁ ମୋତେ ଏହି ଯୋଜନାରେ ଲିଖିତ ସମସ୍ତ ବିଷୟ ବୁଝିବାରେ ସାହାଯ୍ୟ କରିଅଛନ୍ତି।”
20
ଦାଉଦ ତାଙ୍କର ପୁତ୍ର ଶଲୋମନଙ୍କୁ ଆହୁରି ମଧ୍ୟ କହିଲେ, “ବଳବାନ୍ ଓ ସାହସୀ ହୁଅ ଏବଂ ଏହି କାର୍ଯ୍ୟ ଶେଷ କର। ଭୟ କର ନାହିଁ, କାରଣ ସଦାପ୍ରଭୁ ପରମେଶ୍ୱର, ମୋର ପରମେଶ୍ୱର, ତୁମ୍ଭ ସହିତରେ ଅଛନ୍ତି। ସମସ୍ତ କାର୍ଯ୍ୟ ସମାପ୍ତ ହେବା ପର୍ଯ୍ୟନ୍ତ ସେ ତୁମ୍ଭକୁ ସାହାଯ୍ୟ କରିବେ। ସେ ତୁମ୍ଭକୁ ତ୍ୟାଗ କରିବେ ନାହିଁ। ତୁମ୍ଭେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବ।
21
ପରମେଶ୍ୱରଙ୍କ ମନ୍ଦିରର ସମସ୍ତ କାର୍ଯ୍ୟ କରିବା ନିମନ୍ତେ ଯାଜକ ଓ ଲେବୀୟମାନଙ୍କ ଦଳ ପ୍ରସ୍ତୁତ ହୋଇ ରହିଛନ୍ତି। ସମସ୍ତ କାର୍ଯ୍ୟରେ ତୁମ୍ଭକୁ ସାହାଯ୍ୟ କରିବା ନିମନ୍ତେ ସମସ୍ତ ଦକ୍ଷ କାରିଗରମାନେ ପ୍ରସ୍ତୁତ ହୋଇ ରହିଛନ୍ତି। ତୁମ୍ଭେ ଯେଉଁସବୁ ଆଦେଶ ଦେବ, ତାହା ସମସ୍ତ କାର୍ଯ୍ୟକାରୀ ଓ ଲୋକମାନେ ପାଳନ କରିବେ।”
← Chapter 27
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 29 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29