bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Chronicles 7
1 Chronicles 7
Odia Bible ERV 2004 (ପବିତ୍ର ବାଇବଲ)
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 8 →
1
ଇଷାଖରଙ୍କର ବଂଶଧରଗଣ ଇଷାଖରଙ୍କର ଗ୍ଭରି ପୁତ୍ର ଥିଲେ। ସେମାନଙ୍କର ନାମ ଥିଲା: ତୋଲୟ, ପୂୟ, ଯାଶୂବ୍ ଓ ଶିମ୍ରୋଣ୍।
2
ତୋଲୟଙ୍କର ପୁତ୍ରମାନେ ଥିଲେ, ଉଷି, ରଫାୟ, ଯିରୀୟେଲ, ଯହମୟ, ଯିବ୍ସମ୍ ଓ ଶାମୁୟେଲ। ସେମାନେ ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେହି ବ୍ୟକ୍ତିଗଣ ସେମାନଙ୍କର ବଂଶାନୁସାରେ ଅତି ଶକ୍ତିଶାଳୀ ଯୋଦ୍ଧା ଥିଲେ। ରାଜା ଦାଉଦଙ୍କ ସମୟରେ ସେମାନଙ୍କର ସଂଖ୍ୟା ବୃଦ୍ଧି ଘଟି 22,600 ରେ ପହଞ୍ଚି ଥିଲା, ସେମାନେ ଯୁଦ୍ଧ ନିମନ୍ତେ ସଦାପ୍ରସ୍ତୁତ ଥିଲେ।
3
ଉଷିଙ୍କର ପୁତ୍ର ଥିଲେ ଯିଷ୍ରାହିୟ। ଯିଷ୍ରାହିୟଙ୍କର ପୁତ୍ରମାନେ ଥିଲେ, ମୀଖାୟେଲ, ଓବଦିୟ, ଯୋୟେଲ ଓ ଯିଶିୟ। ଏହି ପାଞ୍ଚ ଜଣ ଯାକ ସେମାନଙ୍କ ପରିବାରର ମୁଖ୍ୟ ଥିଲେ।
4
ସେମାନଙ୍କର ପରିବାରର ଇତିହାସ ଦର୍ଶାଏ ଯେ, ସେମାନଙ୍କର 36,000 ସୈନିକ ଯୁଦ୍ଧ ନିମନ୍ତେ ସଦାପ୍ରସ୍ତୁତ ହୋଇ ରହୁଥିଲେ। ସେମାନଙ୍କର ଏକ ବୃହତ୍ ପରିବାର ଥିଲା, କାରଣ ସେମାନଙ୍କର ଅନେକ ସ୍ତ୍ରୀ ଓ ସନ୍ତାନସନ୍ତତି ଥିଲେ।
5
ପରିବାରର ଇତିହାସରୁ ଜଣାପଡ଼େ ଯେ, ଇଷାଖରର ସମସ୍ତ ଗୋଷ୍ଠୀ ମଧ୍ୟରେ 87,000 ଜଣ ବଳଶାଳୀ ଯୋଦ୍ଧା ଥିଲେ।
6
ବିନ୍ୟାମୀନଙ୍କର ବଂଶଧରଗଣ ବିନ୍ୟାମୀନଙ୍କର ତିନି ପୁତ୍ର ଥିଲେ। ସେମାନଙ୍କର ନାମ ଥିଲା: ବେଲା, ବେଖର ଓ ଯିଦୀୟେଲ।
7
ବେଲାଙ୍କର ପାଞ୍ଚପୁତ୍ର ଥିଲେ। ସେମାନଙ୍କର ନାମ ଥିଲା: ଇଷ୍ବୋନ୍, ଉଷ, ଉଷୀୟେଲ, ଯିରେମୋତ୍ ଓ ଈରୀ। ସେମାନେ ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେମାନଙ୍କ ପରିବାରର ଇତିହାସରୁ ଜଣାଯାଏ ଯେ, ସେମାନଙ୍କ ମଧ୍ୟରେ 22,034 ଜଣ ସୈନିକ ଥିଲେ।
8
ବେଖରଙ୍କର ପୁତ୍ରମାନେ ଥିଲେ: ସମୀର, ଯୋୟାଶ, ଇଲୀୟେଷର, ଇଲିୟୋ-ଐନୟ, ଅମ୍ରି, ଯିରେମୋତ୍, ଅବିୟ, ଅନାଥୋତ୍ ଓ ଆଲେମତ୍। ଏମାନେ ସମସ୍ତେ ବେଖରର ସନ୍ତାନ ଥିଲେ।
9
ସେମାନଙ୍କ ପରିବାରର ଇତିହାସ ଜଣାଏ ଯେ, ସେମାନଙ୍କର ମଧ୍ୟ 20,000 ଜଣ ସୈନିକ ଥିଲେ।
10
ଯିଦୀୟେଲଙ୍କର ପୁତ୍ର ଥିଲେ ବିଲ୍ହନ୍। ବିଲ୍ହନଙ୍କର ପୁତ୍ରମାନେ ଥିଲେ: ଯିୟଶ, ବିନ୍ୟାମୀନ, ଏହୂଦ, କାନାନା, ସେଥନ୍, ତର୍ଶୀଶ୍ ଓ ଅହୀଶହର।
11
ଯିଦୀୟେଲଙ୍କ ସବୁ ପୁତ୍ର ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେମାନଙ୍କ ମଧ୍ୟରେ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ 17,200 ଜଣ ସୈନ୍ୟ ଥିଲେ।
12
ଶୁପ୍ପୀମ ଓ ହୁପ୍ପୀମମାନେ ଈର୍ ବଂଶଧର ଥିଲେ। ହୂଶୀମ ଅହେରଙ୍କର ପୁତ୍ର ଥିଲେ।
13
ନପ୍ତାଲିଙ୍କର ବଂଶଧରଗଣ ନପ୍ତାଲିଙ୍କ ପୁତ୍ରମାନେ ଥିଲେ ଯହସିୟେଲ, ଗୂନି, ଯେତ୍ସର ଓ ଶଲ୍ଲୁମ୍। ଏବଂ ଏହିମାନେ ବିଲ୍ହାଙ୍କର ବଂଶଧର ଥିଲେ।
14
ମନଃଶିଙ୍କର ବଂଶଧର ଏହିମାନେ ମନଃଶିଙ୍କର ବଂଶଧର ଥିଲେ: ମନଃଶି ଓ ତାଙ୍କର ଅରାମୀୟ ଦାସୀଙ୍କଠାରୁ ଅସ୍ରୀୟେଲ ନାମକ ପୁତ୍ର ଜାତ ହୋଇଥିଲା। ସେମାନଙ୍କର ମାଖୀର ନାମକ ମଧ୍ୟ ପୁତ୍ରଟିଏ ଥିଲା। ମାଖୀର ଗିଲିୟଦଙ୍କ ପିତା ଥିଲେ।
15
ମାଖୀର ହୁପ୍ପୀମ ଓ ଶୁପ୍ପୀମ ପାଇଁ ଜଣେ ଜଣେ ସ୍ତ୍ରୀକୁ ନେଲେ। ମାଖୀରଙ୍କ ଭଉଣୀର ନାମ ଥିଲା ମାଖା। ତା’ର ଦ୍ୱିତୀୟ ପୁତ୍ରର ନାମ ସଲ୍ଫାଦ ଥିଲା। ସଲ୍ଫାଦର କେବଳ କନ୍ୟାମାନେ ଥିଲେ।
16
ମାଖୀରଙ୍କ ସ୍ତ୍ରୀ ମାଖାଙ୍କର ପୁତ୍ରଟିଏ ହୋଇଥିଲା। ମାଖା ଏହି ପୁତ୍ରର ନାମ ପରେଶ ଦେଲେ। ତା’ର ଭାଇଙ୍କ ନାମ ଥିଲା ଶେରଶ। ଶେରଶଙ୍କ ପୁତ୍ରମାନେ ଥିଲେ ଉଲମ୍ ଓ ରେକମ୍।
17
ଉଲମ୍ଙ୍କ ପୁତ୍ର ଥିଲେ, ବଦାନ। ଏହିମାନେ ଗିଲିୟଦର ବଂଶଧର ଥିଲେ। ଗିଲିୟଦ ମାଖୀରଙ୍କ ପୁତ୍ର, ମାଖୀର ମନଃଶିଙ୍କ ପୁତ୍ର ଥିଲେ।
18
ମାଖୀରଙ୍କ ଭଉଣୀ ହମ୍ମୋଲେକତ୍, ଈଶହୋଦ୍, ଅବୀୟେଷର ଓ ମହଲାଙ୍କୁ ଜନ୍ମ ଦେଲେ।
19
ଶମୀଦାଙ୍କ ପୁତ୍ରମାନେ ଥିଲେ: ଅହିୟନ୍, ଶେଖମ୍, ଲିକ୍ହି ଓ ଅନୀୟାମ୍।
20
ଇଫ୍ରୟିମଙ୍କ ବଂଶଧରଗଣ ଇଫ୍ରୟିମଙ୍କ ବଂଶଧରଗଣଙ୍କର ନାମ ଏହିପରି ଥିଲା। ଇଫ୍ରୟିମଙ୍କ ପୁତ୍ର ଥିଲେ ଶୁଥେଲହ। ଶୁଥେଲହଙ୍କର ପୁତ୍ର ଥିଲେ, ବେରଦ। ବେରଦଙ୍କର ପୁତ୍ର ଥିଲେ, ତହତ୍। ତହତ୍ଙ୍କର ପୁତ୍ର ଥିଲେ, ଇଲିୟାଦା।
21
ଇଲିୟାଦଙ୍କର ପୁତ୍ର ଥିଲେ, ତହତ୍। ତହତ୍ଙ୍କର ପୁତ୍ର ଥିଲେ ସାବଦ୍। ସାବଦ୍ଙ୍କ ପୁତ୍ର ଥିଲେ ଶୁଥେଲହ। ଗାଥ୍ ନଗରରେ ବଢ଼ିଥିବା କେତେକ ଲୋକ ଏତ୍ସର ଓ ଇଲିୟାଦକୁ ବଧ କଲେ। ଏତ୍ସର ଓ ଇଲିୟାଦ ଏହି ଲୋକମାନଙ୍କର ଗୋ’ପଲ ଓ ମେଷପଲ ଚରାଇବା ନିମନ୍ତେ ଗାଥ୍କୁ ଯାଇଥିବାରୁ ଏହିପରି ଘଟିଲା।
22
ଇଫ୍ରୟିମ, ଏତ୍ସର ଓ ଇଲିୟାଦର ପିତା ଥିଲେ। ଏତ୍ସର ଓ ଇଲିୟାଦଙ୍କର ମୃତ୍ୟୁ ଘଟିବାରୁ ଇଫ୍ରୟିମ ଅନେକ ଦିନ ପର୍ଯ୍ୟନ୍ତ କ୍ରନ୍ଦନ କଲେ। ଇଫ୍ରୟିମଙ୍କର ପରିବାର ତାଙ୍କୁ ସାନ୍ତ୍ୱନା ଦେବା ନିମନ୍ତେ ଆସିଲେ।
23
ଏହା ପରେ, ଇଫ୍ରୟିମ ତାଙ୍କର ସ୍ତ୍ରୀଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କଲେ। ଇଫ୍ରୟିମଙ୍କ ସ୍ତ୍ରୀ ଗର୍ଭବତୀ ହେଲେ ଓ ଗୋଟିଏ ପୁତ୍ରକୁ ଜନ୍ମ ଦେଲେ। ଇଫ୍ରୟିମ ଏହି ନବଜାତ ପୁତ୍ରର ନାମ ବରୀୟ ଦେଲେ, କାରଣ ତାଙ୍କର ପରିବାରରେ ଏକ ଦୁଃଖଦାୟକ ଘଟଣା ଘଟିଯାଇଥିଲା।
24
ଇଫ୍ରୟିମଙ୍କ ଝିଅର ନାମ ଥିଲା ଶୀରା। ଶୀରା, ନିମ୍ନତର ବୈଥ୍ହୋରଣ୍ ଓ ଉଚ୍ଚତର ବୈଥ-ହୋରଣ୍, ଏବଂ ନିମ୍ନତର ଉଷେନ୍ ଶୀରା ଓ ଉଚ୍ଚତର ଉଷେନ୍ ଶୀରା ନିର୍ମାଣ କଲା।
25
ରେଫହ ଇଫ୍ରୟିମଙ୍କ ପୁତ୍ର ଥିଲେ। ରେଶଫ୍ ରେଫହଙ୍କ ପୁତ୍ର ଥିଲେ। ତେଲହ ରେଶଫ୍ଙ୍କ ପୁତ୍ର ଥିଲେ। ତହନ୍ ତେଲହଙ୍କ ପୁତ୍ର ଥିଲେ।
26
ଲାଦନ୍ ତହନଙ୍କ ପୁତ୍ର ଥିଲେ। ଅମ୍ମୀହୂଦ ଲାଦନଙ୍କ ପୁତ୍ର ଥିଲେ। ଇଲୀଶାମା ଅମ୍ମୀହୂଦଙ୍କ ପୁତ୍ର ଥିଲେ।
27
ନୂନ୍ ଇଲୀଶାମାଙ୍କ ପୁତ୍ର ଥିଲେ। ଯିହୋଶୂୟ ନୂନଙ୍କ ପୁତ୍ର ଥିଲେ।
28
ଏହି ସମସ୍ତ ନଗର ଓ ଦେଶମାନଙ୍କରେ ଇଫ୍ରୟିମଙ୍କ ବଂଶଧରମାନେ ବାସ କରୁଥିଲେ। ବୈଥଲ ଓ ତାହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ପୂର୍ବରେ ନାରନ୍, ପଶ୍ଚିମରେ ଗେଷର୍ ଓ ତାହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ଶିଖିମ୍, ଆସା ପର୍ଯ୍ୟନ୍ତ ଓ ତାହାର ନିକଟବର୍ତ୍ତୀ ଗ୍ରାମ ଓ ତତ୍ ସଂଲଗ୍ନ ଗ୍ରାମଗୁଡ଼ିକ।
29
ମନଃଶିଙ୍କ ଦେଶର ସୀମାବର୍ତ୍ତୀ ସହରଗୁଡ଼ିକ ଥିଲା, ବୈଥ୍ଶାନ, ତାନକ, ମଗିଦ୍ଦୋ ଓ ଦୋର ଏବଂ ତାହାର ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକରେ ଯୋଷେଫଙ୍କ ବଂଶଧରମାନେ ବାସ କରୁଥିଲେ। ଯୋଷେଫ ଇସ୍ରାଏଲଙ୍କ ପୁତ୍ର ଥିଲେ।
30
ଆଶେରଙ୍କ ବଂଶଧରଗଣ ଆଶେରଙ୍କ ପୁତ୍ରମାନେ ଥିଲେ ଯିମ୍ନ, ଯିଶ୍ବ, ଯିଶ୍ବି ଓ ବରୀୟ। ସେମାନଙ୍କ ଭଗିନୀର ନାମ ଥିଲା ସେରହ।
31
ବରୀୟଙ୍କ ପୁତ୍ରମାନେ ଥିଲେ ହେବର ଓ ମଲ୍କୀୟେଲ। ମଲ୍କୀୟେଲ ବିର୍ଷୋତଙ୍କ ପିତା ଥିଲେ।
32
ହେବର୍, ଯଫ୍ଲେଟ୍, ଶୋମର୍ ଓ ହୋଥମ୍ ଓ ସେମାନଙ୍କ ଭଗିନୀ ଶୂୟାଙ୍କ ପିତା ଥିଲେ।
33
ଯଫ୍ଲେଟ୍ଙ୍କ ପୁତ୍ରମାନେ ଥିଲେ ପାସକ୍, ବିମ୍ହଲ୍ ଓ ଅଶ୍ୱତ୍। ଏହିମାନେ ଯଫ୍ଲେଟ୍ଙ୍କର ସନ୍ତାନ ଥିଲେ।
34
ଶେମରଙ୍କ ପୁତ୍ରମାନେ ଥିଲେ ଅହି, ରୋହଗ, ଯିହୁବ୍ବ ଓ ଅରାମ।
35
ଶୋମରଙ୍କ ଭ୍ରାତାଙ୍କ ନାମ ଥିଲା ହେଲେମ। ହେଲେମଙ୍କ ପୁତ୍ରମାନେ ଥିଲେ ଶୋଫହ, ଯିମ୍ନ, ଶେଲଶ୍ ଓ ଆମଲ୍।
36
ଶୋଫହଙ୍କ ପୁତ୍ରମାନେ ଥିଲେ: ସୂହ, ହର୍ଣ୍ଣେଫେର୍, ଶୂୟାଲ୍, ବେରୀ, ଯିମ୍ରି,
37
ବେତ୍ସର୍, ହୋଦ, ଶମ୍ମ, ଶିଲ୍ଶ ଯିତ୍ରନ୍ ଓ ବେରା।
38
ଯେଥରଙ୍କ ପୁତ୍ରମାନେ ଥିଲେ: ଯିଫୁନ୍ନି, ପିଷ୍ପ ଓ ଅରା।
39
ଉଲ୍ଲଙ୍କ ପୁତ୍ରମାନେ ଥିଲେ: ଆରହ, ହନ୍ନୀୟେଲ ଓ ରିତ୍ସିୟ।
40
ଏହି ବ୍ୟକ୍ତିମାନେ ଆଶେରଙ୍କ ବଂଶଧର ଥିଲେ। ସେମାନେ ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେମାନେ ସର୍ବୋତ୍ତମ ବ୍ୟକ୍ତି ଥିଲେ। ସେମାନେ ସମସ୍ତେ ଯୋଦ୍ଧା ଓ ମହାନ ନେତାଗଣ ଥିଲେ। ସେମାନଙ୍କ ପରିବାରର ଇତିହାସ ଜଣାଏ ଯେ, 26,000 ସୈନ୍ୟ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲେ।
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 8 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29