bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Chronicles 16
1 Chronicles 16
Odia Bible ERV 2004 (ପବିତ୍ର ବାଇବଲ)
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 17 →
1
ତା’ପରେ ସେମାନେ ନିୟମସିନ୍ଦୁକକୁ ବୋହି ଆଣିଲେ ଓ ତମ୍ବୁ ଭିତରେ ରଖିଲେ, ଯାହାକି ଦାଉଦ ପ୍ରସ୍ତୁତ କରିଥିଲେ। ଏହା ପରେ ସେମାନେ ପରମେଶ୍ୱରଙ୍କ ଆଗରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
2
ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କରି ସାରିବା ପରେ ସଦାପ୍ରଭୁଙ୍କ ନାମରେ ଲୋକମାନଙ୍କୁ ଆଶୀର୍ବାଦ କଲେ।
3
ଏହା ପରେ ସେ ପ୍ରତ୍ୟେକ ଇସ୍ରାଏଲୀୟ ପୁରୁଷ ଓ ସ୍ତ୍ରୀଙ୍କୁ ପାଉଁରୋଟୀର ଏକ ଖଣ୍ଡ, କିଛି ଖଜୁରୀ କୋଳି ଓ କିସ୍ମିସ୍ ଦେଲେ।
4
ଏହା ପରେ ନିୟମସିନ୍ଦୁକ ସମ୍ମୁଖରେ ସେବାକାର୍ଯ୍ୟ କରିବା ନିମନ୍ତେ ଦାଉଦ କେତେଜଣ ଲେବୀୟଙ୍କୁ ମନୋନୀତ କଲେ। ଇସ୍ରାଏଲର ପରମେଶ୍ୱର, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଓ ଧନ୍ୟବାଦ କରିବା ଏବଂ ଆନନ୍ଦ ଉତ୍ସବ କରିବା ସେହି ଲେବୀୟମାନଙ୍କ କାର୍ଯ୍ୟ ଥିଲା।
5
ଆସଫ ପ୍ରଥମ ଦଳର ନେତା ଥିଲେ। ଆସଫଙ୍କ ଦଳ ଗିନି ବଜାଉଥିଲେ। ଯିଖରିୟ ଦ୍ୱିତୀୟ ଦଳର ନେତା ଥିଲେ। ଅନ୍ୟ ଲେବୀୟମାନେ ଥିଲେ: ଯିୟୟେଲ, ଶମୀରାମୋତ୍, ଯିହୀୟେଲ, ମତ୍ତଥିୟ, ଇଲୀୟାବ, ବନାୟ, ଓବେଦ୍-ଇଦୋମ୍ ଓ ଯିୟୂୟେଲ। ଏହି ବ୍ୟକ୍ତିମାନେ ତମ୍ବୁରା ଓ ବୀଣା ବଜାଉଥିଲେ।
6
ବନାୟ ଓ ଯହସୀୟେଲ, ଏହି ଦୁଇଜଣ ଯାଜକ ସର୍ବଦା ନିୟମସିନ୍ଦୁକ ସମ୍ମୁଖରେ ତୂରୀ ବଜାଉଥିଲେ।
7
ଏହି ସମୟରେ ଦାଉଦ ପ୍ରଥମେ ଆସଫ ଓ ତାଙ୍କର ଭ୍ରାତାମାନଙ୍କୁ ସଦାପ୍ରଭୁଙ୍କ ନିକଟରେ ପ୍ରଶଂସାଗୀତ ଗାନ କରିବାର ଦାୟିତ୍ୱ ଅର୍ପଣ କଲେ।
8
ଦାଉଦଙ୍କର ଧନ୍ୟବାଦର ଗୀତ ପରମେଶ୍ୱରଙ୍କର ପ୍ରଶଂସା କର, ତାହାଙ୍କ ନାମରେ ବିନତି କର। ସଦାପ୍ରଭୁ ଯେଉଁସବୁ ମହାନ କର୍ମମାନ କରିଅଛନ୍ତି, ତାହା ଲୋକମାନଙ୍କୁ କୁହ।
9
ପରମେଶ୍ୱରଙ୍କ ନିକଟରେ ଗାୟନ କର, ସଦାପ୍ରଭୁଙ୍କ ନିକଟରେ ପ୍ରଶଂସା ଗାନ କର, ସମସ୍ତଙ୍କୁ ତାଙ୍କର ମହତ୍ କାର୍ଯ୍ୟସକଳ ଜଣାଅ।
10
ପରମେଶ୍ୱରଙ୍କ ପବିତ୍ର ନାମ ପାଇଁ ଗର୍ବ କର। ହେ ସଦାପ୍ରଭୁଙ୍କ ନିକଟକୁ ଆସୁଥିବା ଜନବୃନ୍ଦ, ଆନନ୍ଦିତ ହୁଅ।
11
ପରମେଶ୍ୱର ଓ ତାଙ୍କ ପରାକ୍ରମକୁ ଦେଖ, ସର୍ବଦା ତାଙ୍କର ସାହାଯ୍ୟ ଲୋଡ଼।
12
ସଦାପ୍ରଭୁ ଯେଉଁ ସମସ୍ତ ମହତ୍ କର୍ମମାନ କରିଅଛନ୍ତି, ସେହିସବୁ ସ୍ମରଣ କର। ତାଙ୍କର ସିଦ୍ଧାନ୍ତ ସକଳ ଓ ତାହାଙ୍କ କୃତ ପରାକ୍ରମର କାର୍ଯ୍ୟମାନ ସ୍ମରଣ କର।
13
ଇସ୍ରାଏଲର ଲୋକମାନେ, ସଦାପ୍ରଭୁଙ୍କର ଦାସ ଅଟନ୍ତି। ଯାକୁବର ବଂଶଧରମାନେ, ସଦାପ୍ରଭୁଙ୍କର ମନୋନୀତ ଲୋକ ଅଟନ୍ତି।
14
ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି। ତାଙ୍କର ପରାକ୍ରମ ସର୍ବବ୍ୟାପୀ।
15
ଚିରକାଳ ନିମନ୍ତେ ତାହାଙ୍କ ଦତ୍ତ ନିୟମ ସ୍ମରଣ କର। ସେ ସହସ୍ର ପୁରୁଷ ନିମନ୍ତେ ସେହି ଆଜ୍ଞାମାନ ଦେଇଅଛନ୍ତି।
16
ସଦାପ୍ରଭୁ ଅବ୍ରହାମଙ୍କ ସହିତ ଯେଉଁ ପାରମ୍ପାରିକ ନିୟମ କରିଅଛନ୍ତି ଏବଂ ଇସ୍ହାକଙ୍କ ସହିତ ଯେଉଁ ପ୍ରତିଜ୍ଞା କରିଅଛନ୍ତି, ତାହା ସ୍ମରଣ କର।
17
ସଦାପ୍ରଭୁ ଯାକୁବ ନିମନ୍ତେ ଏକ ନିୟମ କରିଛନ୍ତି। ଇସ୍ରାଏଲ ସହିତ ସେହି ନିୟମ, ଅନନ୍ତକାଳୀନ ଅଟେ।
18
ସଦାପ୍ରଭୁ ଇସ୍ରାଏଲକୁ କହିଲେ, “ଆମ୍ଭେ କିଣାନ୍ ଦେଶ ତୁମ୍ଭକୁ ଦେବା, ସେହି ପ୍ରତିଜ୍ଞାତ ଭୂମି ତୁମ୍ଭର ହେବ।”
19
ସେଠାରେ ଅଳ୍ପ ସଂଖ୍ୟକ ଲୋକ ଥିଲେ, ଏକ ବିଦେଶୀ ଭୂମିରେ ଖୁବ୍ ଅଳ୍ପସଂଖ୍ୟକ ଅଜ୍ଞାତ ବ୍ୟକ୍ତି ଥିଲେ।
20
ସେମାନେ ଗୋଟିଏ ଦେଶରୁ ଆଉ ଏକ ଦେଶକୁ ଗଲେ, ସେମାନେ ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ଗଲେ।
21
କିନ୍ତୁ ସଦାପ୍ରଭୁ କାହାରିକୁ ସେମାନଙ୍କୁ ଆଘାତ କରିବାକୁ ଅନୁମତି ଦେଲେ ନାହିଁ, ସେମାନଙ୍କୁ ଆଘାତ ନ କରିବାକୁ ସଦାପ୍ରଭୁ ରାଜାଗଣଙ୍କୁ ସତର୍କ କରାଇ ଦେଲେ।
22
ସଦାପ୍ରଭୁ ସେହି ରାଜାମାନଙ୍କୁ କହିଲେ, “ଆମ୍ଭର ମନୋନୀତ ବ୍ୟକ୍ତିଙ୍କୁ ସ୍ପର୍ଶ କର ନାହିଁ। ଆମ୍ଭର ଭବିଷ୍ୟଦ୍ବକ୍ତାମାନଙ୍କୁ ଆଘାତ କର ନାହିଁ।”
23
ସକଳ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାୟନ କର। ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି, ଏହି ଶୁଭବାର୍ତ୍ତା ପ୍ରତିଦିନ କୁହ।
24
ସବୁ ଦେବଗଣ ନିକଟରେ ସଦାପ୍ରଭୁଙ୍କ ମହିମା ବର୍ଣ୍ଣନା କର। ସେ ଯେ ଅତ୍ୟନ୍ତ ମହତ୍ ଅଟନ୍ତି, ଏହା ସମସ୍ତଙ୍କୁ କୁହ।
25
ସଦାପ୍ରଭୁ ଅତ୍ୟନ୍ତ ମହାନ ଅଟନ୍ତି ଓ ସେ ପ୍ରଶଂସାର ଯୋଗ୍ୟ ଅଟନ୍ତି। ଅନ୍ୟ ସବୁ “ଦେବତାଗଣଙ୍କ” ଅପେକ୍ଷା ସଦାପ୍ରଭୁ ଅଧିକ ଭୟଙ୍କର ଅଟନ୍ତି।
26
କାରଣ ପୃଥିବୀର ସମସ୍ତ “ଦେବତାଗଣ” କେବଳ ମୂଲ୍ୟହୀନ ପ୍ରତିମାସକଳ ଅଟନ୍ତି। କିନ୍ତୁ ସଦାପ୍ରଭୁ ଆକାଶକୁ ନିର୍ମାଣ କଲେ।
27
ଗୌରବ ଓ ମହିମା ତାଙ୍କ ପାଇଁ ଅଛି। ଶକ୍ତି ଓ ଉଲ୍ଲାସ ତାଙ୍କ ସ୍ଥାନରେ ଅଛି।
28
ପରିବାର ସକଳ ଓ ଜନବୃନ୍ଦ ସଦାପ୍ରଭୁଙ୍କ ମହିମା ଓ ପରାକ୍ରମର ପ୍ରଶଂସା ଗାନ କର।
29
ସଦାପ୍ରଭୁଙ୍କ ମହିମାର ପ୍ରଶଂସା ଗାନ କର। ତାଙ୍କ ନାମକୁ ସମ୍ମାନ କର। ତାଙ୍କ ନିକଟକୁ ତୁମ୍ଭର ନୈବେଦ୍ୟ ଆଣ। ସୁନ୍ଦରତାରେ ଓ ପବିତ୍ରତାରେ ସଦାପ୍ରଭୁଙ୍କର ଉପାସନା କର।
30
ତାଙ୍କ ସମ୍ମୁଖରେ ସମସ୍ତ ପୃଥିବୀ କମ୍ପମାନ ହୁଅ। କିନ୍ତୁ ସେ ପୃଥିବୀକୁ ସଶକ୍ତ କଲେ, ଯେପରି ଏହା ନ ହଲେ।
31
ପୃଥିବୀ ଓ ଆକାଶ ଆନନ୍ଦିତ ହୁଅନ୍ତୁ। ସର୍ବତ୍ର ଲୋକମାନେ ଏହା କୁହନ୍ତୁ, “ସଦାପ୍ରଭୁ ରାଜ୍ୟ କରନ୍ତି।”
32
ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ପ୍ରାଣୀ ଉଚ୍ଚସ୍ୱର କରନ୍ତୁ। କ୍ଷେତ୍ରସବୁ ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସେମାନଙ୍କର ଆନନ୍ଦ ପ୍ରକାଶ କରନ୍ତୁ।
33
ସଦାପ୍ରଭୁଙ୍କ ସମ୍ମୁଖରେ ଅରଣ୍ୟର ବୃକ୍ଷଗଣ ଆନନ୍ଦରେ ଜୟଗାନ କରିବେ। କାରଣ ସଦାପ୍ରଭୁ ଆସୁଅଛନ୍ତି। ସେ ଏହି ପୃଥିବୀର ବିଗ୍ଭର କରିବା ନିମନ୍ତେ ଆସୁଅଛନ୍ତି।
34
ଓଃ, ସଦାପ୍ରଭୁଙ୍କର ଧନ୍ୟବାଦ କର, ସେ ଅତି ଉତ୍ତମ ଅଟନ୍ତି। ସଦାପ୍ରଭୁଙ୍କର ପ୍ରେମ ଅନନ୍ତକାଳୀନ ଅଟେ।
35
ସଦାପ୍ରଭୁଙ୍କୁ କୁହ, “ହେ ପରମେଶ୍ୱର, ଆମ୍ଭମାନଙ୍କର ଉଦ୍ଧାରକର୍ତ୍ତା, ଆମ୍ଭମାନଙ୍କୁ ଉଦ୍ଧାର କର। ଆମ୍ଭମାନଙ୍କୁ ଏକତ୍ର କର ଓ ଅନ୍ୟ ଦେଶଠାରୁ ଆମ୍ଭମାନଙ୍କୁ ରକ୍ଷା କର। ତେବେ, ଆମ୍ଭେମାନେ ତୁମ୍ଭ ପବିତ୍ର ନାମର ପ୍ରଶଂସା ଗାନ କରିବା। ତେବେ ଆମ୍ଭେମାନେ ସଙ୍ଗୀତ ଗାନ କରି ତୁମ୍ଭର ପ୍ରଶଂସା କରିବା।”
36
ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଯୁଗେ ଯୁଗେ ପ୍ରଶଂସା କର। ତା’ପରେ ସମସ୍ତ ଲୋକ କହିଲେ, “ଆମେନ୍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ।
37
ଏହା ପରେ, ଦାଉଦ ଆସଫ ଓ ତାଙ୍କର ଭ୍ରାତାମାନଙ୍କୁ ନିୟମସିନ୍ଦୁକ ସମ୍ମୁଖରେ ଛାଡ଼ି ଗ୍ଭଲିଗଲେ। ଦାଉଦ ସେମାନଙ୍କୁ ପ୍ରତିଦିନ ତାହା ସମ୍ମୁଖରେ ସେବାକାର୍ଯ୍ୟ କରିବା ନିମନ୍ତେ ଛାଡ଼ି ଗଲେ।
38
ଓବେଦ୍-ଇଦୋମ ଓ ଅନ୍ୟ ଅଠଷଠି ଜଣ ଭ୍ରାତାମାନଙ୍କୁ ମଧ୍ୟ ସେ ସେହି ସ୍ଥାନରେ ଛାଡ଼ିଗଲେ। ଯିଦୂଥୂନଙ୍କ ପୁତ୍ର ଓବେଦ୍-ଇଦୋମ୍ ଓ ହୋଷ ରକ୍ଷୀ ଥିଲେ।
39
ଦାଉଦ, ସାଦୋକ ଯାଜକ ଓ ତାଙ୍କ ସହିତ ଗିବିୟୋନସ୍ଥିତ ଉଚ୍ଚ ସ୍ଥାନରେ ସଦାପ୍ରଭୁଙ୍କ ତମ୍ବୁ ସମ୍ମୁଖରେ ସେବାକାର୍ଯ୍ୟ କରୁଥିବା ଅନ୍ୟ ଯାଜକମାନଙ୍କୁ ସେଠାରେ ଛାଡ଼ି ଗଲେ।
40
ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ସାଦୋକ୍ ଓ ଅନ୍ୟ ଯାଜକମାନେ ଯଜ୍ଞବେଦି ଉପରେ ହୋମବଳି ଉତ୍ସର୍ଗ କରୁଥିଲେ। ସଦାପ୍ରଭୁ ଇସ୍ରାଏଲକୁ ଦେଇଥିବା ସଦାପ୍ରଭୁଙ୍କ ନିୟମରେ ଲିଖିତ ବିଧିକୁ ପାଳନ କରି ସେମାନେ ଏହିପରି କରୁଥିଲେ।
41
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସାର ଗୀତ ଗାନ କରିବା ନିମନ୍ତେ ହେମନ୍, ଯିଦୂଥୂନଙ୍କୁ ଓ ଅନ୍ୟ ସମସ୍ତ ଲେବୀୟଗଣଙ୍କୁ ନାମଧରି ମନୋନୀତ କରାଯାଇଥିଲା, “କାରଣ ସଦାପ୍ରଭୁଙ୍କ ପ୍ରେମ ଅନନ୍ତକାଳସ୍ଥାୟୀ।”
42
ହେମନ୍ ଓ ଯିଦୂଥୂନ୍ ସେମାନଙ୍କ ସହିତ ଥିଲେ। ତୂରୀ ଓ ଗିନି ବଜାଇବା ସେମାନଙ୍କର କାର୍ଯ୍ୟ ଥିଲା। ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସଂଗୀତମାନ ଗାନ କରାଯିବା ସମୟରେ ସେମାନେ ଅନ୍ୟାନ୍ୟ ବାଦ୍ୟ ମଧ୍ୟ ବଜାଉଥିଲେ। ଯିଦୂଥୂନଙ୍କ ପୁତ୍ରମାନେ ଦ୍ୱାର ଜଗି ରହୁଥିଲେ।
43
ଉତ୍ସବ ଶେଷ ହେଲା ପରେ, ସବୁ ଲୋକମାନେ ଫେରିଗଲେ। ପ୍ରତ୍ୟେକ ଲୋକ ନିଜ ଗୃହକୁ ଫେରିଗଲେ। ଏବଂ ଦାଉଦ ମଧ୍ୟ ନିଜ ପରିବାରକୁ ଆଶୀର୍ବାଦ କରିବା ନିମନ୍ତେ ଗୃହକୁ ଫେରିଗଲେ।
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 17 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29