bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Chronicles 15
1 Chronicles 15
Odia Bible ERV 2004 (ପବିତ୍ର ବାଇବଲ)
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 16 →
1
ଯିରୁଶାଲମରେ ନିୟମସିନ୍ଦୁକ ଦାଉଦ ଆପଣା ନିମନ୍ତେ ଦାଉଦ ନଗରରେ ଗୃହମାନ ନିର୍ମାଣ କଲେ। ଏହା ପରେ ସେ ନିୟମସିନ୍ଦୁକ ରଖିବା ନିମନ୍ତେ ଏକ ସ୍ଥାନ ନିର୍ମାଣ କଲେ। ସେ ସେଥି ନିମନ୍ତେ ଏକ ତମ୍ବୁ ନିର୍ମାଣ କଲେ।
2
ଏହା ପରେ ଦାଉଦ କହିଲେ, “କେବଳ ଲେବୀୟମାନେ ନିୟମସିନ୍ଦୁକକୁ ବହି ନେଇ ପାରିବେ। କାରଣ ସଦାପ୍ରଭୁ ସେମାନଙ୍କୁ ନିୟମସିନ୍ଦୁକ ବହିନେବା ନିମନ୍ତେ ଓ ଚିରକାଳ ତାଙ୍କର ସେବା କରିବା ନିମନ୍ତେ ମନୋନୀତ କରିଅଛନ୍ତି।”
3
ଲେବୀୟମାନେ ନିୟମସିନ୍ଦୁକକୁ ଦାଉଦଙ୍କ ଦ୍ୱାରା ପ୍ରସ୍ତୁତ ସ୍ଥାନକୁ ବହିନେବା ସମୟରେ ଇସ୍ରାଏଲର ସମସ୍ତ ଲୋକଙ୍କୁ ଯିରୁଶାଲମରେ ଏକତ୍ରିତ ହେବା ନିମନ୍ତେ ଦାଉଦ କହିଲେ।
4
ଦାଉଦ ହାରୋଣ ଓ ଲେବୀୟମାନଙ୍କ ବଂଶଧରମାନଙ୍କୁ ଏକତ୍ର ଡାକିଲେ।
5
କହାତଙ୍କ ପରିବାରବର୍ଗରୁ 120 ଜଣ ଲୋକ ଆସିଲେ। ଉରିୟେଲ ସେମାନଙ୍କର ନେତା ଥିଲେ।
6
ମରାରି ପରିବାରବର୍ଗରୁ 220 ଜଣ ଲୋକ ଆସିଲେ। ଅସାୟ ସେମାନଙ୍କର ନେତା ଥିଲେ।
7
ଗେର୍ଶୋନଙ୍କ ପରିବାରବର୍ଗରୁ 130 ଜଣ ଲୋକ ଆସିଲେ। ଯୋୟେଲ ସେମାନଙ୍କର ନେତା ଥିଲେ।
8
ଇଲୀଶାଫନଙ୍କ ପରିବାରବର୍ଗରୁ 200 ଜଣ ଲୋକ ଆସିଲେ। ଶମୟିୟ ସେମାନଙ୍କର ନେତା ଥିଲେ।
9
ହିବ୍ରୋଣଙ୍କ ପରିବାରବର୍ଗରୁ 80 ଜଣ ଲୋକ ଆସିଲେ। ଇଲୀୟେଲ ସେମାନଙ୍କର ନେତା ଥିଲେ।
10
ଉଷୀୟେଲଙ୍କ ପରିବାରବର୍ଗରୁ 112 ଜଣ ଲୋକ ଆସିଲେ। ଅମ୍ମୀନାଦବ ସେମାନଙ୍କର ନେତା ଥିଲେ।
11
ଦାଉଦ ଯାଜକ ଓ ଲେବୀୟମାନଙ୍କ ସହିତ କଥା ହେଲେ ଏହା ପରେ ଦାଉଦ, ଯାଜକ ସାଦୋକ ଓ ଅବିୟାଥରଙ୍କୁ ଆପଣା ନିକଟକୁ ଡାକିଲେ। ଦାଉଦ ଏହିସବୁ ଯାଜକଗଣ ଓ ଲେବୀୟମାନଙ୍କୁ ମଧ୍ୟ ଡାକିଲେ: ଉରିୟେଲ, ଅସାୟ, ଯୋୟେଲ, ଶମୟିୟ, ଇଲୀୟେଲ ଓ ଅମ୍ମୀନାଦବ।
12
ଦାଉଦ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଲେବୀ ଗୋଷ୍ଠୀର ନେତା ଅଟ। ତୁମ୍ଭେ ଓ ଅନ୍ୟ ଲେବୀୟମାନେ ନିଜକୁ ପବିତ୍ର କରିବା ନିତାନ୍ତ ଆବଶ୍ୟକ। ଏହା ପରେ ମୁଁ ନିୟମସିନ୍ଦୁକ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛି, ତୁମ୍ଭେମାନେ ତାହାକୁ ସେହି ସ୍ଥାନକୁ ଆଣିବ।
13
ନିୟମସିନ୍ଦୁକକୁ କିପରି ବହି ନେବାକୁ ହେବ, ତାହା କ’ଣ ଆମ୍ଭେ ଗତଥର ସଦାପ୍ରଭୁଙ୍କୁ ପଗ୍ଭରି ନ ଥିଲୁ? ତୁମ୍ଭେ କ’ଣ ଲେବୀୟମାନେ ତାହାକୁ ବହନ କରି ନ ଥିଲ, ସେଥିନିମନ୍ତେ ସଦାପ୍ରଭୁ ଆମ୍ଭମାନଙ୍କୁ ଦଣ୍ଡ ଦେଲେ।”
14
ଏହା ପରେ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନିୟମସିନ୍ଦୁକକୁ ବହି ନେଇଯିବା ନିମନ୍ତେ ଯାଜକ ଓ ଲେବୀୟମାନେ ନିଜକୁ ପବିତ୍ର କଲେ।
15
ମୋଶା ଯେଉଁପରି ଆଦେଶ ଦେଇଥିଲେ, ସେହିପରି ଭାବରେ ନିୟମସିନ୍ଦୁକକୁ ବହି ନେଇଯିବା ନିମନ୍ତେ ଲେବୀୟମାନେ ବିଶେଷ କାଷ୍ଠଦଣ୍ଡ ବ୍ୟବହାର କଲେ। ସଦାପ୍ରଭୁ ଯେଉଁପରି କହିଥିଲେ, ଠିକ୍ ସେହିପରି ସେମାନେ ନିୟମସିନ୍ଦୁକକୁ ବହି ନେଲେ।
16
ଗାୟକ ଦଳ ଦାଉଦ, ଲେବୀୟ ନେତାମାନଙ୍କୁ ସେମାନଙ୍କ ଭ୍ରାତାଗଣ ଗାୟକମାନଙ୍କୁ ଆଣିବା ନିମନ୍ତେ କହିଲେ। ଗାୟକମାନେ ସେମାନଙ୍କର ବୀଣା, ସାରଙ୍ଗ ଓ ଗିନି ଆଣିବେ ଓ ଆନନ୍ଦରେ ଗୀତ ଗାନ କରିବେ।
17
ଏହା ପରେ ଲେବୀୟମାନେ ହେମନ ଏବଂ ତାଙ୍କ ଭ୍ରାତାଗଣ ଆସଫ ଓ ଏଥନଙ୍କୁ ଆଣିଲେ। ହେମନ ଯୋୟେଲଙ୍କ ପୁତ୍ର ଥିଲେ। ଆସଫ ବେରିଖିୟଙ୍କ ପୁତ୍ର ଥିଲେ। ଏଥନ କୁଶାୟାଙ୍କ ପୁତ୍ର ଥିଲେ। ଏହି ଲୋକମାନେ ମରାରି ପରିବାରବର୍ଗର ଥିଲେ।
18
ସେହି ଲେବୀୟମାନଙ୍କର ଆଉ ଏକ ଦ୍ୱିତୀୟ ଦଳ ମଧ୍ୟ ଥିଲେ। ସେମାନେ ଥିଲେ ଯିଖରିୟ, ବେନ, ଯାସୀୟେଲ, ଶମୀରାମୋତ, ଯିହୀୟେଲ, ଉନ୍ନିକି, ଇଲୀୟାବ, ବନାୟ, ମାସେୟ, ମତ୍ତଥିୟ, ଇଲୀଫଲେହୁ, ମିକ୍ନେୟ, ଓବେଦ-ଇଦୋମ ଓ ଯିୟୂୟେଲ। ଏହିମାନେ ଦ୍ୱାରପାଳ ଥିଲେ।
19
ଗାୟକ ହେମନ୍, ଆସଫ ଓ ଏଥନ ପିତ୍ତଳ ନିର୍ମିତ ଗିନି ବଜାଉଥିଲେ।
20
ଯିଖରିୟ, ଅସୀୟେଲ, ଶମୀରାମୋତ୍, ଯିହିୟେଲ, ଉନ୍ନି, ଇଲୀୟାବ, ମାସେୟ ଓ ବନାୟ ଆଲାମୋତ୍ ବୀଣା ବଜାଉଥିଲେ।
21
ମତ୍ତଥିୟ, ଇଲୀଫଲେହୁ, ମକ୍ନେୟ, ଓବେଦ୍-ଇଦୋମ୍, ଯିୟୂୟେଲ ଓ ଅସରିୟ ଶିମିନୀତ୍ ତମ୍ବୁରା ବଜାଉଥିଲେ। ଚିରକାଳ ନିମନ୍ତେ ସେମାନଙ୍କର ଏହି କାର୍ଯ୍ୟ ଥିଲା।
22
ଲେବୀୟ ନେତା କନନିୟ ଗାୟନ ଦାୟିତ୍ୱରେ ଥିଲେ। କନନିୟ ସଙ୍ଗୀତ ବିଦ୍ୟାରେ ଅତ୍ୟନ୍ତ ପ୍ରବୀଣ ଥିବାରୁ ତାହାଙ୍କୁ ଏହି କାର୍ଯ୍ୟ ଦତ୍ତ ହୋଇଥିଲା।
23
ନିୟମସିନ୍ଦୁକକୁ ଜଗିବା ନିମନ୍ତେ ମନୋନୀତ ହୋଇଥିବା ରକ୍ଷୀମାନଙ୍କ ମଧ୍ୟରେ ଦୁଇଜଣ ଥିଲେ ବେଶଖିୟ ଓ ଇଲ୍କାନା।
24
ଶବନିୟ, ଯୋଶାଫଟ୍, ନଥନେଲ, ଅମାସୟ, ଯିଖରିୟ, ବନାୟ ଓ ଇଲୀୟେଷର, ଏମାନଙ୍କର କାର୍ଯ୍ୟ ଥିଲା, ନିୟମସିନ୍ଦୁକର ସମ୍ମୁଖରେ ତୂରୀ ବଜାଇବା। ଓବେଦ୍-ଇଦୋମ୍ ଓ ଯିହିୟ ନିୟମସିନ୍ଦୁକର ଦ୍ୱାରପାଳ ଥିଲେ।
25
ଦାଉଦ, ଇସ୍ରାଏଲର ପ୍ରାଚୀନବର୍ଗ ଓ ସେନାଧ୍ୟକ୍ଷମାନେ ନିୟମସିନ୍ଦୁକ ଆଣିବା ନିମନ୍ତେ ଗଲେ। ସେମାନେ ତାହାକୁ ଓବେଦ୍-ଇଦୋମ୍ଙ୍କ ଗୃହରୁ ନେଇଆସିଲେ। ସମସ୍ତେ ବହୁତ ଆନନ୍ଦିତ ଥିଲେ।
26
ପରମେଶ୍ୱର ନିୟମସିନ୍ଦୁକ ବହିନେଇ ଯାଉଥିବା ଲେବୀୟମାନଙ୍କୁ ସାହାଯ୍ୟ କଲେ। ସେମାନେ ସାତ ଗୋଟି ବଳଦ ଓ ସାତୋଟି ମେଣ୍ଢାକୁ ଉତ୍ସର୍ଗ କଲେ।
27
ଦାଉଦ ଓ ନିୟମସିନ୍ଦୁକ ବହୁଥିବା ସମସ୍ତ ଲେବୀୟମାନେ ଓ ଗାୟକ କିଣାନୀୟମାନେ ସୂକ୍ଷ୍ମ ନାଇଲନ୍ ବସ୍ତ୍ର ପିନ୍ଧିଥିଲେ। ଦାଉଦ ମଧ୍ୟ ଏକ ନାଇଲନ୍ ଏଫୋଦ ପିନ୍ଧିଥିଲେ।
28
ଏହିପରି, ଇସ୍ରାଏଲର ସମସ୍ତ ଲୋକ ନିୟମସିନ୍ଦୁକକୁ ନେଇଆସିଲେ। ସେମାନେ ଉଚ୍ଚସ୍ୱର କଲେ, ସେମାନେ ମେଣ୍ଢା ଶିଙ୍ଗରୁ ନିର୍ମିତ ବାଦ୍ୟ ଓ ତୂରୀ ବଜାଇଲେ, ଆହୁରି ମଧ୍ୟ ସେମାନେ ଗିନି, ସାରଙ୍ଗ ଓ ବୀଣା ବଜାଇଲେ।
29
ନିୟମସିନ୍ଦୁକ ଯେତେବେଳେ ଦାଉଦଙ୍କ ନଗରରେ ପହଞ୍ଚିଲା, ମୀଖଲ୍ ଏକ ଝରକା ଦେଇ ଅନାଇଲେ। ମୀଖଲ୍ ଶାଉଲଙ୍କ ଝିଅ ଥିଲେ। ସେ ଦେଖିଲେ ଯେ, ରାଜା ଦାଉଦ ନୃତ୍ୟ ଓ ଆନନ୍ଦ କରୁଅଛନ୍ତି। ସେ ହୃଦୟରେ ତାଙ୍କୁ ଘୃଣା କଲେ। ସେ ଭାବିଲେ, ଦାଉଦ ଏକ ମୂର୍ଖ ପରି ଆଚରଣ କରୁଅଛନ୍ତି।
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 16 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
Recommended Reading
Commentary
1 Chronicles Commentaries
→
Devotional
1 Chronicles Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→