bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Chronicles 12
1 Chronicles 12
Odia Bible ERV 2004 (ପବିତ୍ର ବାଇବଲ)
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 13 →
1
ଦାଉଦଙ୍କ ସହିତ ଯୋଗ ଦେଇଥିବା ସାହସୀ ବୀରଗଣ ଦାଉଦ ସିକ୍ଳଗରେ ଥିବା ସମୟରେ ଯେଉଁ ବ୍ୟକ୍ତିମାନେ ତାହାଙ୍କ ନିକଟକୁ ଆସିଥିଲେ, ସେମାନଙ୍କର ତାଲିକା ଏହା ଥିଲା। ଦାଉଦ ଯେତେବେଳେ କୀଶଙ୍କ ପୁତ୍ର ଶାଉଲଙ୍କଠାରୁ ଲୁଚି ରହିଥିଲେ, ସେତେବେଳେ ଏହା ଘଟିଥିଲା। ଏହି ଲୋକମାନେ ଦାଉଦଙ୍କୁ ଯୁଦ୍ଧ ସମୟରେ ସାହାଯ୍ୟ କରିଥିଲେ।
2
ଏହି ଲୋକମାନେ ଧନୁର୍ଦ୍ଧର ଥିଲେ, ଯେଉଁମାନେ ଡାହାଣ ଓ ବାମ ଉଭୟ ହସ୍ତଦ୍ୱାରା ଧନୁରୁ ତୀର ମାରିପାରୁଥିଲେ। ଆହୁରି ମଧ୍ୟ, ସେମାନେ ସେମାନଙ୍କ ଡାହାଣ ଓ ବାମ, ଉଭୟ ହସ୍ତଦ୍ୱାରା ବାଟୁଳି ଦ୍ୱାରା ପଥର ମାରିପାରୁଥିଲେ। ସେମାନେ ବିନ୍ୟାମୀନୀୟ ଗୋଷ୍ଠୀବର୍ଗ ଓ ଶାଉଲଙ୍କ ଆତ୍ମୀୟ ଥିଲେ।
3
ଅହୀୟେଷର, ସେମାନଙ୍କ ନେତା ଓ ଯୋୟାଶ (ଅହୀୟେଷର ଓ ଯୋୟାଶ, ଗିବିୟାଥୀୟରୁ ଶମାୟରଙ୍କ ପୁତ୍ର ଥିଲେ)। ଯିଷୀୟେଲ ଓ ପେଲ୍ଟ ଅସ୍ମାବତଙ୍କର ପୁତ୍ର ଥିଲେ; ଅନାଥୋତୀୟରୁ ବରାଖା ଓ ଯେହୂ ଥିଲେ।
4
ଗିବିୟୋନ ଯିଶ୍ମୟିୟ ତିରିଶ୍ ଜଣ ବୀରଙ୍କ ମଧ୍ୟରେ ବଳଶାଳୀ ଥିଲେ ଓ ସେ ଏହି ତିରିଶ୍ ଜଣ ବୀରଙ୍କର ଜଣେ ନେତା ଥିଲେ। ଗଦେରାଥୀୟ ଲୋକମାନଙ୍କ ମଧ୍ୟରୁ ଯିରିମିୟ, ଯହସୀୟେଲ, ଯୋହାନନ୍ ଓ ଯୋଷାବଦ୍ ଥିଲେ।
5
ଇଲିୟୁଷୟ, ଯିରେମୋତ୍, ବାଲିୟା, ଶମରିୟ ଓ ହରୂଫୀୟ, ଶଫଟିୟ;
6
ଇଲ୍କାନା, ଯିଶିୟ, ଅସରେଲ, ଯୋୟେଷର ଓ ଯାଶ୍ବିୟାମ୍, କୋରହ ପରିବାରବର୍ଗର ସମସ୍ତ ଲୋକ,
7
ଗଦୋର ସହରର ଯିରୋହମଙ୍କ ପୁତ୍ର ଯୋୟେଲା ଓ ସବଦିୟ ସାହସୀ ଥିଲେ।
8
ଗାଦୀୟଗଣ ଦାଉଦଙ୍କର ମରୁଭୂମିସ୍ଥ ଦୁର୍ଗରେ ଗାଦ୍ ପରିବାର ବର୍ଗର କେତେଜଣ ଆସି ସେଠାରେ ବାସ କଲେ। ସେମାନେ ଯୁଦ୍ଧ ବିଦ୍ୟାରେ ତାଲିମପ୍ରାପ୍ତ ଅତି ସାହସୀ ସୈନ୍ୟଗଣ ଥିଲେ। ସେମାନେ ବର୍ଚ୍ଛା ଓ ଢାଲ ଗ୍ଭଳନାରେ ଦକ୍ଷ ଥିଲେ। ସେମାନେ ସିଂହ ପରି ଅତି ଭୟଙ୍କର ଥିଲେ। ପର୍ବତରେ ହରିଣ ସଦୃଶ ଦ୍ରୁତ ଗତିରେ ଦୌଡ଼ି ମଧ୍ୟ ପାରୁଥିଲେ।
9
ଏସର, ଗାଦ୍ ଗୋଷ୍ଠୀର ସୈନ୍ୟଦଳର ସେନାପତି ଥିଲେ। ଓବଦିୟ ଦ୍ୱିତୀୟ ସେନାଧ୍ୟକ୍ଷ ଥିଲେ। ଇଲିୟାବ୍ ତୃତୀୟ ସେନାଧ୍ୟକ୍ଷ ଥିଲେ।
10
ମିଶ୍ମନ୍ନା ଚତୁର୍ଥ ସେନାଧ୍ୟକ୍ଷ ଥିଲେ, ଯିରିମିୟ ପଞ୍ଚମ ସେନାଧ୍ୟକ୍ଷ ଥିଲେ,
11
ଅତ୍ତୟ ଷଷ୍ଠ ସେନାଧ୍ୟକ୍ଷ ଥିଲେ, ଇଲୀୟେଲ ସପ୍ତମ ସେନାଧ୍ୟକ୍ଷ ଥିଲେ,
12
ଯୋହାନନ୍ ଅଷ୍ଟମ ସେନାଧ୍ୟକ୍ଷ ଥିଲେ, ଇଲ୍ସାବଦ୍ ନବମ ସେନାଧ୍ୟକ୍ଷ ଥିଲେ,
13
ଯିରିମିୟ ଦଶମ ସେନାଧ୍ୟକ୍ଷ ଥିଲେ, ମଗ୍ବନ୍ନୟ ଏକାଦଶ ସେନାଧ୍ୟକ୍ଷ ଥିଲେ।
14
ଏହି ବ୍ୟକ୍ତିମାନେ ଗାଦ୍ର ସୈନ୍ୟଦଳର ନେତା ଥିଲେ। ସେହି ଦଳର ସବୁଠାରୁ ଦୁର୍ବଳ ବ୍ୟକ୍ତି 100 ଜଣ ଶତ୍ରୁ ସୈନ୍ୟଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ସମର୍ଥ ଥିଲା। ଆଉ ସେହି ଦଳର ସବୁଠାରୁ ପରାକ୍ରମୀ ବ୍ୟକ୍ତି 1000 ଜଣ ଶତ୍ରୁ ସୈନ୍ୟଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ସାମର୍ଥ ଥିଲା।
15
ଗାଦ୍ ଗୋଷ୍ଠୀର ଏହି ସୈନ୍ୟମାନେ ବର୍ଷର ପ୍ରଥମ ମାସରେ ଯର୍ଦ୍ଦନ ନଦୀ ପାର ହୋଇଯାଇଥିଲେ। ବର୍ଷର ଏହି ସମୟରେ ଯର୍ଦ୍ଦନ ନଦୀ ବନ୍ୟା ଜଳରେ ପୂର୍ଣ୍ଣ ହୋଇ ରହିଥିଲା। ସେମାନେ ଉପତ୍ୟକାରେ ବାସ କରୁଥିବା ସମସ୍ତ ଲୋକଙ୍କୁ ତଡ଼ି ପକାଇଥିଲେ। ସେମାନେ ସେହି ଲୋକମାନଙ୍କୁ ପୂର୍ବ ଓ ପଶ୍ଚିମ ଦିଗକୁ ତଡ଼ି ପଠାଇ ଦେଇଥିଲେ।
16
ଅନ୍ୟ ସୈନ୍ୟମାନେ ଦାଉଦଙ୍କ ସହିତ ଯୋଗ ଦେଲେ ସେହି ଦୁର୍ଗରେ ବିନ୍ୟାମୀନ ଓ ଯିହୁଦା ଗୋଷ୍ଠୀର ଲୋକମାନେ ମଧ୍ୟ ଆସି ଦାଉଦଙ୍କ ସହିତ ଯୋଗ ଦେଲେ।
17
ଦାଉଦ ସେମାନଙ୍କୁ ସାକ୍ଷାତ କରିବାକୁ ଗଲେ। ଦାଉଦ ସେମାନଙ୍କୁ କହିଲେ, “ଯଦି ତୁମ୍ଭେ ଶାନ୍ତି ସହକାରେ ମୋତେ ସାହାଯ୍ୟ କରିବାକୁ ଆସିଅଛ, ତେବେ ମୁଁ ତୁମ୍ଭକୁ ସ୍ୱାଗତ କରୁଅଛି। ମୋ’ ସହିତ ସହଯୋଗ କର। କିନ୍ତୁ ମୁଁ କୌଣସି ଭୁଲ୍ କାର୍ଯ୍ୟ କରି ନ ଥିବା ସତ୍ତ୍ୱେ ଯଦି ତୁମ୍ଭେ ମୋ’ ବିରୁଦ୍ଧରେ ଗୁପ୍ତଚର ବୃତ୍ତି କରିବାକୁ ଆସିଅଛ, ତେବେ ଆମ୍ଭମାନଙ୍କ ପୂର୍ବପୁରୁଷଗଣଙ୍କର ପରମେଶ୍ୱର ତାହା ଦେଖନ୍ତୁ ଓ ସେ ତୁମ୍ଭକୁ ଦଣ୍ଡ ଦିଅନ୍ତୁ।”
18
ଅମାସୟ ତିରିଶ୍ ବୀରଙ୍କର ନେତା ଥିଲେ। ଏହା ପରେ, ଆତ୍ମା ଅମାସୟଙ୍କ ଉପରେ ଅବତରଣ କଲେ, ଓ ସେ କହିଲେ, “ହେ ଦାଉଦ, ଆମ୍ଭେମାନେ ତୁମ୍ଭର ଅଟୁ! ହେ ଯିଶୀଙ୍କ ପୁତ୍ର, ଆମ୍ଭେମାନେ ତୁମ୍ଭ ସହିତରେ ଅଛୁ! ତୁମ୍ଭ ପ୍ରତି, ଶାନ୍ତି ବର୍ତ୍ତୁ! ଯେଉଁ ଲୋକମାନେ ତୁମ୍ଭକୁ ସାହାଯ୍ୟ କରନ୍ତି, ସେହି ସମସ୍ତଙ୍କ ପ୍ରତି ଶାନ୍ତି ବର୍ତ୍ତୁ। କାରଣ ତୁମ୍ଭର ପରମେଶ୍ୱର ତୁମ୍ଭକୁ ସାହାଯ୍ୟ କରନ୍ତି!” ତେଣୁ ଦାଉଦ ଏହି ଲୋକମାନଙ୍କୁ ତାଙ୍କ ଦିନରେ ସ୍ୱାଗତ କଲେ ଓ ସେମାନଙ୍କୁ ବିଭିନ୍ନ ସେନାଦଳର ଦାୟିତ୍ୱରେ ରଖିଲେ।
19
ମନଃଶୀୟ ଗୋଷ୍ଠୀର କେତେକ ବ୍ୟକ୍ତି ମଧ୍ୟ ଦାଉଦଙ୍କ ସହିତ ଯୋଗ ଦେଲେ। ଦାଉଦ ଯେତେବେଳେ ପଲେଷ୍ଟୀୟମାନଙ୍କ ସହିତ ଶାଉଲଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯାଇଥିଲେ, ସେତେବେଳେ ସେମାନେ ତାହାଙ୍କ ସହିତ ଯୋଗ ଦେଇଥିଲେ। କିନ୍ତୁ ଦାଉଦ ଓ ତାଙ୍କ ଲୋକମାନେ ପ୍ରକୃତରେ ପଲେଷ୍ଟୀୟମାନଙ୍କୁ ସାହାଯ୍ୟ କରି ନ ଥିଲେ। ଦାଉଦ ଯେ ସେମାନଙ୍କୁ ସାହାଯ୍ୟ କରୁଅଛନ୍ତି, ଏହା ପଲେଷ୍ଟୀୟ ନେତାମାନେ କଥାବାର୍ତ୍ତା ହେଉଥିଲେ, କିନ୍ତୁ ତା’ପରେ ସେମାନେ ତାହାଙ୍କୁ ପଠାଇଦେବା ନିମନ୍ତେ ସ୍ଥିର କଲେ। ସେହି ଶାସକମାନେ କହିଲେ, “ଯଦି ଦାଉଦ ତାଙ୍କ ମୁନିବ ଶାଉଲଙ୍କ ପାଖକୁ ଫେରିଯାଏ, ତେବେ ଆମ୍ଭମାନଙ୍କର ମୁଣ୍ଡକାଟ ହେବ!”
20
ଦାଉଦ ସିକ୍ଳଗ ସହରକୁ ଯିବା ବେଳେ ମନଃଶିର ଏହି ଲୋକମାନେ ତାଙ୍କ ସହିତ ଯୋଗ ଦେଇଥିଲେ; ଅଦ୍ନହ, ଯୋଷାବଦ୍, ଯିଦୀୟେଲ, ମୀଖାୟେଲ, ଯୋଷାବଦ୍, ଇଲିହୂ, ଓ ସିଲ୍ଲଥୟ। ଯେଉଁମାନେ ମନଃଶିର 1000 ଜଣ ସୈନ୍ୟଙ୍କର ମୁଖ୍ୟ ଥିଲେ।
21
ସେମାନେ ମନ୍ଦ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ଦାଉଦଙ୍କୁ ସାହାଯ୍ୟ କରୁଥିଲେ। ଏହି ମନ୍ଦ ଲୋକମାନେ ଦେଶସାରା ବ୍ୟାପି ଯାଇଥିଲେ ଓ ଲୋକମାନଙ୍କର ଜିନିଷପତ୍ର ଗ୍ଭେରି କରିନେଇ ଯାଉଥିଲେ। ମନଃଶିର ଏହି ଲୋକମାନେ ଦୁଃସାହସୀ ସୈନ୍ୟ ଥିଲେ। ସେମାନେ ଦାଉଦଙ୍କ ସୈନ୍ୟଦଳର ସେନାଧ୍ୟକ୍ଷ ହେଲେ।
22
ଦାଉଦଙ୍କୁ ସାହାଯ୍ୟ କରିବା ନିମନ୍ତେ ପ୍ରତ୍ୟେକ ଦିନ ଅଧିକରୁ ଅଧିକ ସଂଖ୍ୟକ ଲୋକ ଆସିବାକୁ ଲାଗିଲେ। ତେଣୁ ଦାଉଦଙ୍କର ଏକ ବିଶାଳ ଓ ମହାପରାକ୍ରମୀ ସୈନ୍ୟଦଳ ହେଲା।
23
ଅନ୍ୟ ଲୋକମାନେ ହିବ୍ରୋଣଠାରେ ଦାଉଦଙ୍କ ସହିତ ଯୋଗ ଦେଲେ ହିବ୍ରୋଣ ସହରରେ ଦାଉଦଙ୍କ ନିକଟକୁ ଆସିଥିବା ଲୋକମାନଙ୍କର ସଂଖ୍ୟା ଏହିପରି ଥିଲା। ଏହି ଲୋକମାନେ ଯୁଦ୍ଧ ନିମନ୍ତେ ସଦା ପ୍ରସ୍ତୁତ ଥିଲେ। ସେମାନେ ଶାଉଲଙ୍କ ରାଜ୍ୟକୁ ଦାଉଦଙ୍କ ହସ୍ତରେ ଅର୍ପଣ କରିବାକୁ ଆସିଥିଲେ। ଏହା ହିଁ ଘଟିବ ବୋଲି ସଦାପ୍ରଭୁ କହିଥିଲେ। ସେମାନଙ୍କ ସଂଖ୍ୟା ଏହିପରି ଥିଲା।
24
ଯିହୁଦା ଗୋଷ୍ଠୀରୁ 6800 ଲୋକ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ଥିଲେ। ସେମାନେ ଢାଲ ଓ ବର୍ଚ୍ଛା ବହନ କରୁଥିଲେ।
25
ଶିମିୟୋନ ଗୋଷ୍ଠୀରୁ 7100 ଲୋକ ଥିଲେ। ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ସେମାନେ ସାହସୀ ସୈନ୍ୟଗଣ ଥିଲେ।
26
ଲେବୀ ଗୋଷ୍ଠୀରୁ 4600 ଲୋକ ଥିଲେ।
27
ଯିହୋୟାଦା ସେହି ଦଳରେ ଥିଲେ। ସେ ହାରୋଣଙ୍କ ପରିବାରର ମୁଖ୍ୟ ଥିଲେ। ଯିହୋୟାଦାଙ୍କ ସହିତ 3700 ଲୋକ ଥିଲେ।
28
ସାଦୋକ୍ ମଧ୍ୟ ସେହି ଦଳରେ ଥିଲେ। ସେ ଜଣେ ସାହସୀ ଯୁବା ସୈନ୍ୟ ଥିଲେ। ସେ ତାଙ୍କ ପରିବାରର ବାଇଶ ଜଣ କାର୍ଯ୍ୟକାରୀଙ୍କ ସହିତ ଆସିଲେ।
29
ବିନ୍ୟାମୀନ ଗୋଷ୍ଠୀରୁ 3000 ଲୋକ ଥିଲେ। ସେମାନେ ଶାଉଲଙ୍କ ଆତ୍ମୀୟ ଥିଲେ। ସେହି ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ ଅଧିକାଂଶ ଶାଉଲଙ୍କ ପରିବାର ପ୍ରତି ବିଶ୍ୱସ୍ତ ଥିଲେ।
30
ଇଫ୍ରୟିମ ଗୋଷ୍ଠୀରୁ 20,800 ଲୋକ ଥିଲେ। ସେମାନେ ସାହସୀ ସୈନ୍ୟ ଥିଲେ। ସେମାନେ ନିଜର ପରିବାରରେ ଅତି ପ୍ରସିଦ୍ଧ ଥିଲେ।
31
ମନଃଶିର ଅର୍ଦ୍ଧେକ ଗୋଷ୍ଠୀରୁ 18,000 ଲୋକ ଥିଲେ। ଦାଉଦଙ୍କୁ ରାଜା କରିବା ପାଇଁ ସେମାନଙ୍କୁ ନାମ ଧରି ଡକା ଯାଇଥିଲା।
32
ଇଷାଖର ଗୋଷ୍ଠୀରୁ 200 ଜଣ ଜ୍ଞାନୀ ନେତା ଥିଲେ। ସେହି ବ୍ୟକ୍ତିମାନେ ଇସ୍ରାଏଲ ନିମନ୍ତେ ଯଥାର୍ଥ ସମୟରେ କି ପ୍ରକାର କର୍ମ କରିବା ଉଚିତ୍, ତାହା ବୁଝିପାରୁଥିଲେ। ସେମାନଙ୍କର ଆତ୍ମୀୟମାନେ ସେମାନଙ୍କ ସହିତରେ ଓ ସେମାନଙ୍କ ଅଧୀନରେ ଥିଲେ।
33
ସବୂଲୂନ ଗୋଷ୍ଠୀରୁ 50,000 ସୈନ୍ୟ ଥିଲେ। ସେମାନେ ସବୁପ୍ରକାର ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ନିମନ୍ତେ ତାଲିମପ୍ରାପ୍ତ ହୋଇଥିଲେ । ଏବଂ ଦାଉଦଙ୍କୁ ବିନା ସନ୍ଦେହରେ ସାହାଯ୍ୟ କଲେ।
34
ନପ୍ତାଲି ଗୋଷ୍ଠୀରୁ 1000 କାର୍ଯ୍ୟକାରୀ ଥିଲେ। ସେମାନଙ୍କ ସହିତ 37,000 ଲୋକ ଥିଲେ। ଏହି ଲୋକମାନେ ଢାଲ ଓ ବର୍ଚ୍ଛାଧାରୀ ଥିଲେ।
35
ଦାନ୍ ଗୋଷ୍ଠୀରୁ 28,600 ଲୋକ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲେ।
36
ଆଶେର ଗୋଷ୍ଠୀରୁ 40,000 ତାଲିମପ୍ରାପ୍ତ ସୈନ୍ୟ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲେ।
37
ଯର୍ଦ୍ଦନ ନଦୀର ପୂର୍ବ ଦିଗରୁ ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧେକ ପରିବାରବର୍ଗର 120,000 ଲୋକ ଥିଲେ। ଏହି ଲୋକମାନଙ୍କ ନିକଟରେ ସବୁ ପ୍ରକାରର ଅସ୍ତ୍ରଶସ୍ତ୍ର ଥିଲା।
38
ସେହି ସମସ୍ତ ଲୋକମାନେ ସାହସୀ ସୈନ୍ୟ ଥିଲେ। ସେମାନେ ସମ୍ପୂର୍ଣ୍ଣ ଏକମତ ହୋଇ ଦାଉଦଙ୍କୁ ଇସ୍ରାଏଲର ରାଜା କରିବା ନିମନ୍ତେ ହିବ୍ରୋଣ ସହରକୁ ଆସିଥିଲେ। ଇସ୍ରାଏଲର ଅବଶିଷ୍ଟ ସମସ୍ତ ଲୋକ ମଧ୍ୟ ଦାଉଦଙ୍କୁ ରାଜା କରିବା ନିମନ୍ତେ ସମ୍ମତ ହୋଇଥିଲେ।
39
ସେହି ଲୋକମାନେ ଦାଉଦଙ୍କ ସହିତ ହିବ୍ରୋଣରେ ତିନି ଦିନ କଟାଇଲେ। ସେମାନେ ଭୋଜନ କଲେ ଓ ପାନ କଲେ, କାରଣ ସେମାନଙ୍କର ଆତ୍ମୀୟମାନେ ସେମାନଙ୍କ ନିମନ୍ତେ ଖାଦ୍ୟ ପ୍ରସ୍ତୁତ କରୁଥିଲେ।
40
ଆହୁରି ମଧ୍ୟ ସେମାନଙ୍କର ପଡ଼ୋଶୀ ଇଷାଖର, ସବୁଲୂନ୍ ଓ ନପ୍ତାଲି ଗୋଷ୍ଠୀର ଲୋକମାନେ ଗଧ, ଓଟ, ଖଚର ଓ ବଳଦ ଉପରେ ଖାଦ୍ୟଦ୍ରବ୍ୟ ଲଦି ସେମାନଙ୍କ ନିକଟକୁ ଆଣୁଥିଲେ। ସେମାନେ ବହୁତ ପରିମାଣରେ ମଇଦା, ଡିମ୍ବିରି ଫଳରୁ ପ୍ରସ୍ତୁତ ପିଠା, କିସ୍ମିସ୍, ଦ୍ରାକ୍ଷାରସ, ତୈଳ, ଗୋପଲ ଓ ମେଷପଲ ନେଇ ଆସୁଥିଲେ। ଇସ୍ରାଏଲ ଲୋକମାନେ ଅତ୍ୟନ୍ତ ଆନନ୍ଦିତ ଥିଲେ।
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 13 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29