bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Chronicles 21
1 Chronicles 21
Odia Bible ERV 2004 (ପବିତ୍ର ବାଇବଲ)
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 22 →
1
ଦାଉଦ ଇସ୍ରାଏଲର ଗଣନା କରି ପାପ କଲେ ଶୟତାନ ଇସ୍ରାଏଲର ବିରୁଦ୍ଧରେ ଛିଡ଼ା ହେଲା। ଶୟତାନ ଇସ୍ରାଏଲ ଲୋକମାନଙ୍କୁ ଗଣନା କରିବା ନିମନ୍ତେ ଦାଉଦଙ୍କୁ ପ୍ରବର୍ତ୍ତାଇଲା।
2
ତେଣୁ ଦାଉଦ ଯୋୟାବ ଓ ଲୋକମାନଙ୍କର ନେତାମାନଙ୍କୁ କହିଲେ, “ଯାଅ, ଓ ଇସ୍ରାଏଲର ସମସ୍ତ ଲୋକଙ୍କୁ ଗଣନା କର। ବେର୍ଶେବା ସହରଠାରୁ ଦାନ ସହର ପର୍ଯ୍ୟନ୍ତ ଦେଶରେ ଥିବା ପ୍ରତ୍ୟେକ ଜଣକୁ ଗଣନା କର। ଏହା ପରେ ଆସି ମୋତେ ସତ୍ୟ କୁହ, ତେବେ ଦେଶର ଲୋକସଂଖ୍ୟା କେତେ, ତାହା ମୁଁ ଜାଣି ପାରିବି।”
3
କିନ୍ତୁ ଯୋୟାବ ଉତ୍ତର ଦେଲେ, “ସଦାପ୍ରଭୁ ତାଙ୍କର ଦେଶକୁ 100 ଗୁଣ ବର୍ଦ୍ଧିତ କରନ୍ତୁ। ମହୋଦୟ, ସମଗ୍ର ଇସ୍ରାଏଲର ଲୋକ ଆପଣଙ୍କ ଦାସ ଅଟନ୍ତି।” ହେ ମୋର ମହାଶୟ ଓ ରାଜା, ଆପଣ କାହିଁକି ଏହା କରିବାକୁ ଇଚ୍ଛା କରୁଅଛନ୍ତି? ଏହା ଦ୍ୱାରା ଆପଣ ଇସ୍ରାଏଲର ଲୋକମାନଙ୍କୁ ପାପ ଦୋଷରେ ଦୋଷୀ କରାଇବେ।”
4
କିନ୍ତୁ ଦାଉଦ ନିଜ ଜିଦ୍ରେ ଅଟଳ ରହିଲେ। ରାଜା ଯାହା ଆଦେଶ ଦେଲେ, ଯୋୟାବଙ୍କୁ ତାହା କରିବାକୁ ପଡ଼ିଲା। ତେଣୁ ଯୋୟାବ ଗଲେ ଓ ଇସ୍ରାଏଲର ସାରା ଦେଶ ମଧ୍ୟରେ ଲୋକମାନଙ୍କୁ ଗଣିଲେ। ଏହା ପରେ ଯୋୟାବ ଯିରୁଶାଲମକୁ ଫେରି ଆସିଲେ,
5
ଓ ଦାଉଦଙ୍କୁ ଲୋକମାନଙ୍କର ସଂଖ୍ୟା ଜଣାଇଲେ। ଇସ୍ରାଏଲ ମଧ୍ୟରେ ଖଡ଼୍ଗ ବ୍ୟବହାର କରୁଥିବା 1,100,000 ଜଣ ଲୋକ ଥିଲେ। ଯିହୁଦାରେ ଖଡ଼୍ଗ ବ୍ୟବହାର କରୁଥିବା 470,000 ଜଣ ଲୋକ ଥିଲେ।
6
ଯୋୟାବ ଲେବୀ ଓ ବିନ୍ୟାମୀନ ଗୋଷ୍ଠୀର ଲୋକଙ୍କୁ ଗଣନା କରି ନ ଥିଲେ। କାରଣ ରାଜାଙ୍କର ଆଦେଶ ତାଙ୍କୁ ଅପ୍ରୀତିକର ଲାଗୁଥିଲା।
7
ଦାଉଦ ପରମେଶ୍ୱରଙ୍କ ଦୃଷ୍ଟିରେ ଏକ ମନ୍ଦକର୍ମ କଲେ। ତେଣୁ ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେଲେ।
8
ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେଲେ ଏହାପର ଦାଉଦ ପରମେଶ୍ୱରଙ୍କୁ କହିଲେ, “ମୁଁ ଅତି ମୂର୍ଖତାର କାର୍ଯ୍ୟ କରିଅଛି। ଇସ୍ରାଏଲର ଲୋକମାନଙ୍କୁ ଗଣନା କରି ମୁଁ ଏକ ଜଘନ୍ୟ ପାପ କରିଅଛି। ମୁଁ ପ୍ରାର୍ଥନା କରୁଅଛି, ମୁଁ ତୁମ୍ଭ ଦାସ ମୋର ସେହି ପାପକୁ କ୍ଷମା କର।”
9
ଗାଦ୍ ଦାଉଦଙ୍କ ଭବିଷ୍ୟଦ୍ବକ୍ତା ଥିଲେ। ସଦାପ୍ରଭୁ ଗାଦ୍କୁ କହିଲେ, “ଯାଅ ଓ ଦାଉଦଙ୍କୁ କୁହ, ‘ଏହା ସଦାପ୍ରଭୁ କହନ୍ତି ଆମ୍ଭେ ତୁମ୍ଭକୁ ତିନି ଗୋଟି ବିଷୟ ଦେଉଅଛୁ। ତୁମ୍ଭକୁ ତନ୍ମଧ୍ୟରୁ ଗୋଟିଏ ମନୋନୀତ କରିବାକୁ ପଡ଼ିବ। ତୁମ୍ଭେ ଯେଉଁଟିକୁ ମନୋନୀତ କରିବ, ସେହି ଅନୁଯାୟୀ ଦଣ୍ଡିତ ହେବ।’”
11
ଏହା ପରେ ଗାଦ୍ ଦାଉଦଙ୍କ ନିକଟକୁ ଯାଇ କହିଲେ, “ସଦାପ୍ରଭୁ ଏହିପରି କହନ୍ତି, ‘ଦାଉଦ, ତୁମ୍ଭେ କେଉଁ ଦଣ୍ଡରେ ଦଣ୍ଡିତ ହେବାକୁ ଇଚ୍ଛା କର, ତାହା ମନୋନୀତ କର: ତିନି ବର୍ଷ ଦୁର୍ଭିକ୍ଷ ହେବ କିଅବା ତୁମ୍ଭର ଶତ୍ରୁଗଣ ତିନି ମାସ ପର୍ଯ୍ୟନ୍ତ ତୁମ୍ଭ ପଛେ ପଛେ ଖଡ଼୍ଗ ଧରି ଗୋଡ଼ାଇବେ ଅଥବା, ସଦାପ୍ରଭୁଙ୍କଠାରୁ ତିନି ଦିନ ଦଣ୍ଡ ଭୋଗିବେ। ଦେଶସାରା ଭୟଙ୍କର ବ୍ୟାଧି ବ୍ୟାପି ଯିବ ଓ ସଦାପ୍ରଭୁଙ୍କର ଦୂତ ଇସ୍ରାଏଲ ମଧ୍ୟଦେଇ ଯିବେ ଓ ଲୋକମାନଙ୍କୁ ବିନାଶ କରିବେ।’ ବର୍ତ୍ତମାନ ଯିଏ ମୋତେ ପଠାଇଥିଲେ ତାଙ୍କ ପାଇଁ କେଉଁ ଉତ୍ତରଟି ନେଇଯିବି?”
13
ଦାଉଦ ଗାଦ୍କୁ କହିଲେ, “ମୁଁ ବଡ଼ ସମସ୍ୟାରେ ପଡ଼ିଅଛି। କୌଣସି ମନୁଷ୍ୟ ଦ୍ୱାରା ମୋର ଦଣ୍ଡ ସ୍ଥିରୀକୃତ ହେଉ ବୋଲି ମୁଁ ଗ୍ଭହେଁ ନାହିଁ। ସଦାପ୍ରଭୁ ଅତ୍ୟନ୍ତ ଦୟାଳୁ ଅଟନ୍ତି। ତେଣୁ ମୋତେ କିପ୍ରକାରେ ଦଣ୍ଡିତ କରାଯିବ, ତାହା ସଦାପ୍ରଭୁ ହିଁ ସ୍ଥିର କରନ୍ତୁ।”
14
ତେଣୁ ସଦାପ୍ରଭୁ ଇସ୍ରାଏଲ ମଧ୍ୟକୁ ଭୟଙ୍କର ବ୍ୟାଧି ପ୍ରେରଣ କଲେ ଏବଂ 70,000 ଲୋକ ମୃତ୍ୟୁବରଣ କଲେ।
15
ଯିରୁଶାଲମକୁ ବିନଷ୍ଟ କରିବା ନିମନ୍ତେ ପରମେଶ୍ୱର ଜଣେ ସ୍ୱର୍ଗଦୂତଙ୍କୁ ପ୍ରେରଣ କଲେ। କିନ୍ତୁ ସ୍ୱର୍ଗଦୂତ ଯେତେବେଳେ ଯିରୁଶାଲମକୁ ବିନାଶ କରିବାକୁ ଆରମ୍ଭ କଲେ, ସଦାପ୍ରଭୁ ତାହା ଦେଖି ଦୁଃଖିତ ହେଲେ। ତେଣୁ ସଦାପ୍ରଭୁ ଯିରୁଶାଲମକୁ ବିନଷ୍ଟ ନ କରିବା ନିମନ୍ତେ ସ୍ଥିର କଲେ। ବିନାଶ କାର୍ଯ୍ୟ ସାଧନ କରୁଥିବା ସ୍ୱର୍ଗଦୂତଙ୍କୁ ସଦାପ୍ରଭୁ କହିଲେ, “ବନ୍ଦ କର! ଯଥେଷ୍ଟ ହେଲା!” ସେହି ସମୟରେ ସଦାପ୍ରଭୁଙ୍କ ଦୂତ ଯିବୂଷୀୟ ଅରଣନରରେ ଛିଡ଼ା ହୋଇଥିଲେ।
16
ଦାଉଦ ଊର୍ଦ୍ଧ୍ୱଆଡ଼େ ଗ୍ଭହିଁ ସଦାପ୍ରଭୁଙ୍କର ଦୂତଙ୍କୁ ଆକାଶରେ ଦେଖିଲେ। ସ୍ୱର୍ଗଦୂତ ଯିରୁଶାଲମ ନଗରୀ ଉପରେ ତାଙ୍କର ଖଡ଼୍ଗ ବିସ୍ତାର କରି ରଖିଥିଲେ। ଏହା ପରେ ଦାଉଦ ଓ ପ୍ରାଚୀନବର୍ଗମାନେ ମୁହଁ ମାଡ଼ି ଭୂମିରେ ପଡ଼ିଲେ। ଦାଉଦ ଓ ପ୍ରାଚୀନବର୍ଗମାନେ ନିଜର ଦୁଃଖପ୍ରକାଶ କରିବା ନିମନ୍ତେ ବିଶେଷ ବସ୍ତ୍ରମାନ ପିନ୍ଧିଥିଲେ।
17
ଦାଉଦ ପରମେଶ୍ୱରଙ୍କୁ କହିଲେ, “ମୁଁ ହିଁ ପାପ କରିଥିବା ବ୍ୟକ୍ତି! ଲୋକମାନଙ୍କୁ ଗଣିବା ନିମନ୍ତେ ମୁଁ ଆଦେଶ ଦେଇଥିଲି। ମୁଁ ମନ୍ଦକାର୍ଯ୍ୟ କଲି। ଇସ୍ରାଏଲର ଲୋକମାନେ କୌଣସି ମନ୍ଦ କରି ନାହାନ୍ତି। ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୋତେ ଓ ମୋର ପରିବାରକୁ ଦଣ୍ଡିତ କର। କିନ୍ତୁ ତୁମ୍ଭର ଲୋକମାନଙ୍କୁ ବଧ କରୁଥିବା ଏହି ଭୟଙ୍କର ବ୍ୟାଧିକୁ ଦୂର କର।”
18
ଏହା ପରେ ସଦାପ୍ରଭୁଙ୍କର ଦୂତ ଗାଦ୍କୁ କଥା କହିଲେ। ସେ କହିଲେ, “ସଦାପ୍ରଭୁଙ୍କ ଉପାସନା କରିବା ନିମନ୍ତେ ଦାଉଦଙ୍କୁ ଏକ ଯଜ୍ଞବେଦି ନିର୍ମାଣ କରିବାକୁ କୁହ। ଦାଉଦକୁ ଯିବୂଷୀୟ ଅରଣନର ଶସ୍ୟଦଳିବା ସ୍ଥାନ ନିକଟରେ ଏକ ଯଜ୍ଞବେଦି ନିର୍ମାଣ କରିବାକୁ ପଡ଼ିବ।”
19
ଗାଦ୍ ଏହିସବୁ ବିଷୟ ଦାଉଦଙ୍କୁ କହିଲେ ଓ ଦାଉଦ ଅରଣନର ଶସ୍ୟଦଳିବା ସ୍ଥାନକୁ ଗଲେ।
20
ଅରଣନ୍ ଗହମ ଦଳୁଥିଲେ। ଅରଣନ୍ ବୁଲି ପଡ଼ିଲେ ଓ ସ୍ୱର୍ଗଦୂତଙ୍କୁ ଦେଖିଲେ। ଅରଣନଙ୍କ ଗ୍ଭରି ପୁତ୍ର ଲୁଚିବା ନିମନ୍ତେ ଦୌଡ଼ିଗଲେ।
21
ଦାଉଦ ଅରଣନଙ୍କ ନିକଟକୁ ଗଲେ। ଅରଣନ୍ ତାଙ୍କୁ ଦେଖି ଶସ୍ୟଦଳିବା ସ୍ଥାନରୁ ଉଠି ଆସି ଦାଉଦଙ୍କ ନିକଟକୁ ଗଲେ ଓ ଭୂମି ଆଡ଼କୁ ମୁହଁ କରି ମଥାନତ କଲେ।
22
ଦାଉଦ ଅରଣନଙ୍କୁ କହିଲେ, “ତୁମ୍ଭର ଶସ୍ୟଦଳିବା ସ୍ଥାନକୁ ମୋତେ ବିକ୍ରୀ କର। ମୁଁ ତୁମ୍ଭକୁ ତାହାର ସମ୍ପୂର୍ଣ୍ଣ ମୂଲ୍ୟ ଦେବି। ତେବେ ମୁଁ ସଦାପ୍ରଭୁଙ୍କ ନିମନ୍ତେ ଏକ ଯଜ୍ଞବେଦି ନିର୍ମାଣ କରିବି। ଆଉ ତା’ପରେ ଏହି ମହାମାରୀ ଦୂର ହେବ।”
23
ଅରଣନ୍ ଦାଉଦଙ୍କୁ କହିଲେ, “ଏହି ଶସ୍ୟଦଳିବା ସ୍ଥାନ ଆପଣ ନିଅନ୍ତୁ। ଆପଣ ମୋର ସ୍ୱାମୀ ଓ ରାଜା ଅଟନ୍ତି। ଆପଣ ଯାହା ଗ୍ଭହାନ୍ତି, ତାହା କରନ୍ତୁ। ଦେଖନ୍ତୁ, ହୋମବଳି ନୈବେଦ୍ୟ ନିମନ୍ତେ ମୁଁ ବଳଦ ଦେବି। ନିଆଁ ଜାଳିବା ପାଇଁ ମୁଁ କାଠ ଦେବି। ଶସ୍ୟ ନୈବେଦ୍ୟ ଉତ୍ସର୍ଗାର୍ଥେ ମୁଁ ଆପଣଙ୍କୁ ଗହମ ଦେବି।”
24
କିନ୍ତୁ ରାଜା ଦାଉଦ ଅରଣନଙ୍କୁ ଉତ୍ତର ଦେଲେ, “ନା, ମୁଁ ତୁମ୍ଭକୁ ସମ୍ପୂର୍ଣ୍ଣ ମୂଲ୍ୟ ଦେବି। ମୁଁ ତୁମ୍ଭଠାରୁ କିଛି ନେଇ ସଦାପ୍ରଭୁଙ୍କୁ ଦେବି ନାହିଁ। ମୁଁ ବିନା ମୂଲ୍ୟରେ ନୈବେଦ୍ୟ ଉତ୍ସର୍ଗ କରିବି ନାହିଁ।”
25
ତେଣୁ ଦାଉଦ ଅରଣନଙ୍କୁ ସେହି ସ୍ଥାନ ନିମନ୍ତେ ଦାଉଦଙ୍କୁ ପ୍ରାୟ 600 ଶେକଲ ସୁନା ଦେଲେ।
26
ସଦାପ୍ରଭୁଙ୍କର ଉପାସନା କରିବା ନିମନ୍ତେ ଦାଉଦ ଏକ ଯଜ୍ଞବେଦି ନିର୍ମାଣ କଲେ। ଦାଉଦ ହୋମବଳି ଏବଂ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଦାଉଦ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ସଦାପ୍ରଭୁ ସ୍ୱର୍ଗରୁ ଅଗ୍ନି ପଠାଇ ଦାଉଦଙ୍କୁ ପ୍ରାର୍ଥନାର ଉତ୍ତର ଦେଲେ। ହୋମବଳି, ନୈବେଦ୍ୟ ଉପରେ ସେହି ଅଗ୍ନି ଅବତରଣ କଲା।
27
ଏହା ପରେ ସଦାପ୍ରଭୁ ସ୍ୱର୍ଗଦୂତଙ୍କୁ ତାଙ୍କର ଖଡ଼୍ଗ ଖାପରେ ରଖିବାକୁ ଆଦେଶ ଦେଲେ।
28
ଦାଉଦ ଦେଖିଲେ ଯେ, ସଦାପ୍ରଭୁ ତାହାଙ୍କୁ ଅରଣନଙ୍କ ଶସ୍ୟଦଳିବା ସ୍ଥାନରେ ଉତ୍ତର ଦେଲେ, ତେଣୁ ଦାଉଦ ସଦାପ୍ରଭୁଙ୍କ ନିକଟରେ ବଳିଦାନ ଉତ୍ସର୍ଗ କଲେ।
29
ଗିବିୟୋନ ସହରର ଉଚ୍ଚସ୍ଥାନରେ ପବିତ୍ର ତମ୍ବୁ ଓ ହୋମବଳି ନୈବେଦ୍ୟର ବେଦି ଥିଲା। ଇସ୍ରାଏଲର ଲୋକମାନେ ମରୁଭୂମିରେ ଥିବା ସମୟରେ ମୋଶା ପବିତ୍ର ତମ୍ବୁ ନିର୍ମାଣ କରିଥିଲେ।
30
ଦାଉଦ ପରମେଶ୍ୱରଙ୍କ ସହିତ କଥାବାର୍ତ୍ତା ନିମନ୍ତେ ପବିତ୍ର ତମ୍ବୁ ମଧ୍ୟକୁ ଯାଇପାରୁ ନ ଥିଲେ, କାରଣ ସେ ଭୟ କରୁଥିଲେ। ପରମେଶ୍ୱରଙ୍କ ଦୂତ ଓ ତାଙ୍କର ଖଡ଼୍ଗକୁ ଦାଉଦ ଅତ୍ୟନ୍ତ ଭୟ କରୁଥିଲେ।
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 22 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29