bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Chronicles 10
2 Chronicles 10
Odia Bible ERV 2004 (ପବିତ୍ର ବାଇବଲ)
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 11 →
1
ରିହବିୟାମ୍ ମୂର୍ଖାମୀର କର୍ମ କରନ୍ତି ରିହବିୟାମ୍ ଶିଖିମ୍ ସହରକୁ ଗଲେ, କାରଣ ଇସ୍ରାଏଲର ସମସ୍ତ ଲୋକ ତାଙ୍କୁ ରାଜା କରିବା ନିମନ୍ତେ ସେଠାକୁ ଯାଇଥିଲେ।
2
ରିହବିୟାମ୍ ମିଶରରେ ଥିଲେ, କାରଣ ସେ ରାଜା ଶଲୋମନଙ୍କଠାରୁ ପଳାୟନ କରିଥିଲେ। ଯାରବିୟାମ୍ ନବାଟଙ୍କ ପୁତ୍ର ଥିଲେ। ଯାରବିୟାମ୍ ଶୁଣିଲେ ଯେ, ରିହବିୟାମ୍ ନୂତନ ରାଜା ହେବାକୁ ଯାଉଅଛନ୍ତି। ତେଣୁ ଯାରବିୟାମ୍ ମିଶରରୁ ଫେରି ଆସିଲେ।
3
ଇସ୍ରାଏଲର ଲୋକମାନେ ଯାରବିୟାମଙ୍କ ସେମାନଙ୍କ ସଙ୍ଗରେ ଆସିବାକୁ ନିମନ୍ତ୍ରଣ ଜଣାଇଲେ। ଏହା ପରେ ଯାରବିୟାମ୍ ଓ ଇସ୍ରାଏଲର ସମସ୍ତ ଲୋକ ରିହବିୟାମଙ୍କ ନିକଟକୁ ଗଲେ। ସେମାନେ ତାଙ୍କୁ କହିଲେ, “ରିହବିୟାମ୍,
4
ତୁମ୍ଭର ପିତା ଆମ୍ଭମାନଙ୍କ ଜୀବନକୁ ଅସହ୍ୟ କରିଛନ୍ତି। ଆମ୍ଭମାନଙ୍କୁ ତାହା ଏକ ଅତ୍ୟନ୍ତ ଭାରୀ ବୋଝ ବୋହିଲା ପରି ଲାଗୁଅଛି। ସେହି ବୋଝକୁ ଆମ୍ଭମାନଙ୍କ ନିମନ୍ତେ ହାଲୁକା କରିଦିଅ, ତେବେ ଆମ୍ଭେମାନେ ତୁମ୍ଭର ସେବା କରିବୁ।”
5
ରିହବିୟାମ୍ ସେମାନଙ୍କୁ କହିଲେ, “ମୋ’ ନିକଟକୁ ତିନି ଦିନ ପରେ ପୁନର୍ବାର ଆସ।” ତେଣୁ ଲୋକମାନେ ଫେରିଗଲେ।
6
ଏହା ପରେ ରାଜା ରିହବିୟାମ୍ ବୃଦ୍ଧ ବ୍ୟକ୍ତିମାନଙ୍କ ସହିତ କଥା ହେଲେ, ଯେଉଁମାନେ କି ଅତୀତରେ ତାଙ୍କର ପିତା ଶଲୋମନଙ୍କର ସେବା କରୁଥିଲେ। ରିହବିୟାମ୍ ସେମାନଙ୍କୁ କହିଲେ, “ଏହି ଲୋକମାନଙ୍କୁ କହିବା ନିମନ୍ତେ ଆପଣମାନେ ମୋତେ କେଉଁ ପରାମର୍ଶ ଦେଉଛନ୍ତି?”
7
ବୃଦ୍ଧ ବ୍ୟକ୍ତିମାନେ ରିହବିୟାମଙ୍କୁ କହିଲେ, “ଯଦି ତୁମ୍ଭେ ଏହି ଲୋକମାନଙ୍କ ପ୍ରତି ଦୟାଳୁ ହେବ ଓ ସେମାନଙ୍କୁ ସନ୍ତୁଷ୍ଟ କରିବ ଏବଂ ସେମାନଙ୍କୁ ମଧୁର କଥା କହିବ, ତେବେ ସେମାନେ ଚିରକାଳ ତୁମ୍ଭର ସେବା କରିବେ।”
8
କିନ୍ତୁ ରିହବିୟାମ୍ ବୃଦ୍ଧ ଲୋକମାନେ ଦେଇଥିବା ଉପଦେଶକୁ ଗ୍ରହଣ କଲେ ନାହିଁ। ରିହବିୟାମ୍ ତାଙ୍କ ସଙ୍ଗେ ଏକତ୍ର ବଢ଼ିଥିବା ଓ ତାଙ୍କର ସେବା କରୁଥିବା ଯୁବା ଲୋକମାନଙ୍କ ସହିତ କଥା ହେଲେ।
9
ରିହବିୟାମ୍ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋତେ କେଉଁ ପରାମର୍ଶ ଦେଉଅଛ, ଆମ୍ଭେମାନେ ଏହି ଲୋକମାନଙ୍କୁ କି ପ୍ରକାରେ ଉତ୍ତର ଦେବା ଉଚିତ୍? ମୋର ପିତା ସେମାନଙ୍କ ଉପରେ ଯେଉଁ ଭାର ରଖିଛନ୍ତି, ତାହା ମୁଁ ହାଲୁକା କରେ ବୋଲି ସେମାନେ ଗ୍ଭହାନ୍ତି।”
10
ଏହା ପରେ ରିହବିୟାମଙ୍କ ସହିତ ବଢ଼ିଥିବା ଯୁବା ଲୋକମାନେ ତାଙ୍କୁ କହିଲେ, “ତୁମ୍ଭ ସହିତ କଥା ହୋଇଥିବା ଲୋକମାନଙ୍କୁ ତୁମ୍ଭେ ଏହି ପ୍ରକାରେ ଉତ୍ତର ଦେବା ଉଚିତ୍। ଲୋକମାନେ ତୁମ୍ଭକୁ କହିଲେ, ‘ତୁମ୍ଭର ପିତା ଆମ୍ଭମାନଙ୍କ ଜୀବନକୁ ଅସହ୍ୟ କରିଅଛନ୍ତି। ଆମ୍ଭମାନଙ୍କୁ ତାହା ଏକ ଭାରୀ ବୋଝ ବହିଲା ପରି ମନେ ହେଉଛି। କିନ୍ତୁ ତୁମ୍ଭେ ଆମ୍ଭମାନଙ୍କର ସେହି ବୋଝକୁ ହାଲୁକା କର ବୋଲି ଆମ୍ଭେମାନେ ଗ୍ଭହୁଁ।’ କିନ୍ତୁ ସେମାନେ ରିହବିୟାମଙ୍କୁ କହିଲେ, ତୁମ୍ଭେ ସେହି ଲୋକମାନଙ୍କୁ ଏହିପରି କହିବା ଉଚିତ୍; ସେମାନଙ୍କୁ କୁହ, ‘ମୋର କନିଷ୍ଠ ଅଙ୍ଗୁଳି ମୋର ପିତାଙ୍କର ଅଣ୍ଟାଠାରୁ ମଧ୍ୟ ମୋଟା।
11
ମୋର ପିତା ତୁମ୍ଭମାନଙ୍କ ଉପରେ ଏକ ଭାରୀ ବୋଝ ଲଦି ଦେଇଛନ୍ତି, ମୁଁ ସେହି ବୋଝକୁ ଆହୁରି ଭାରୀ କରିବି। ମୋର ପିତା ତୁମ୍ଭକୁ ଗ୍ଭବୁକ ଦ୍ୱାରା ଦଣ୍ଡ ଦେଉଥିଲେ। ମୁଁ ତୁମ୍ଭମାନଙ୍କୁ ଏ ପ୍ରକାର ଗ୍ଭବୁକ ଦ୍ୱାରା ଶାସନ କରିବି, ଯେଉଁଥିରେ ମୁନିଆ କଣ୍ଟାମାନ ବାହାରିଥିବ।’”
12
ତିନି ଦିନ ପରେ, ଯାରବିୟାମ୍ ଓ ଅନ୍ୟ ଲୋକମାନେ ରିହବିୟାମଙ୍କ ନିକଟକୁ ଆସିଲେ। ରାଜା ରିହବିୟାମ୍ ସେମାନଙ୍କୁ “ମୋ’ ନିକଟକୁ ତିନି ଦିନ ପରେ ଆସ” ବୋଲି କହିଥିଲେ।
13
ଏହା ପରେ ରାଜା ସେମାନଙ୍କୁ ଅତି କର୍କଶ ଭାବେ କଥା କହିଲେ। ରାଜା ରିହବିୟାମ୍ ବୃଦ୍ଧ ବ୍ୟକ୍ତିମାନଙ୍କର ଉପଦେଶକୁ ଗ୍ରହଣ କରି ନ ଥିଲେ।
14
ଯୁବା ଲୋକମାନେ ତାଙ୍କୁ ଯେପ୍ରକାର ପରାମର୍ଶ ଦେଇଥିଲେ, ରାଜା ରିହବିୟାମ୍ ଲୋକମାନଙ୍କୁ ସେହି ପ୍ରକାର କଥା କହିଲେ। ସେ କହିଲେ, “ମୋର ପିତା ତୁମ୍ଭମାନଙ୍କର ବୋଝକୁ ଭାରୀ କରିଥିଲେ, କିନ୍ତୁ ମୁଁ ତାହାକୁ ଆହୁରି ଭାରୀ କରିବି। ମୋର ପିତା ତୁମ୍ଭମାନଙ୍କୁ ଗ୍ଭବୁକ୍ ଦ୍ୱାରା ଦଣ୍ଡିତ କରୁଥିଲେ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ଏପରି ଗ୍ଭବୁକ୍ ଦ୍ୱାରା ଦଣ୍ଡ ଦେବି, ଯାହାର ଅଗରେ ମୁନିଆ କଣ୍ଟାମାନ ବାହାରିଥିବ।”
15
ତେଣୁ ରାଜା ରିହବିୟାମ୍ ବୃଦ୍ଧ ଲୋକମାନଙ୍କର କଥା ଶୁଣିଲେ ନାହିଁ। ପରମେଶ୍ୱର ଏହି ପ୍ରକାରେ ଏହିସବୁ ଘଟାଇଲେ। ସଦାପ୍ରଭୁ ଅହିୟଙ୍କ ମାଧ୍ୟମରେ ଯାରବିୟାମଙ୍କୁ ଯେଉଁ କଥା କହିଥିଲେ, ତାହା ଯେପରି ସଫଳ ହୁଏ, ଏହା ସେପରି ଘଟିଲା ଅହିୟ ଶିଲୋନୀୟ ଲୋକ ଥିଲେ, ଏବଂ ଯାରବିୟାମ୍ ନବାଟଙ୍କ ପୁତ୍ର ଥିଲେ।
16
ଇସ୍ରାଏଲର ଲୋକମାନେ ଦେଖିଲେ ଯେ ରାଜା ରିହବିୟାମ୍ ସେମାନଙ୍କର କଥା ଶୁଣିଲେ ନାହିଁ। ତେଣୁ ସେମାନେ ରାଜାଙ୍କୁ କହିଲେ; “ଆମ୍ଭେମାନେ କ’ଣ ଦାଉଦଙ୍କ ବଂଶର ଅଂଶ ବିଶେଷ ଅଟୁ? ନା! ଆମ୍ଭେମାନେ କ’ଣ ଯିଶୀଙ୍କ ପୁତ୍ରଠାରୁ କିଛି ପାଇଅଛୁ? ନା! ତେଣୁ, ଇସ୍ରାଏଲ ଆସ, ଆମ୍ଭେମାନେ ନିଜ ନିଜ ଗୃହକୁ ଫେରିଯିବା। ଦାଉଦ ତାଙ୍କର ଆତ୍ମୀୟମାନଙ୍କ ଉପରେ ରାଜତ୍ୱ କରନ୍ତୁ।” ଏହା ପରେ ଇସ୍ରାଏଲର ସମସ୍ତ ଲୋକ ସେମାନଙ୍କର ଗୃହସବୁକୁ ଫେରିଗଲେ।
17
କିନ୍ତୁ ଇସ୍ରାଏଲରେ କେତେକ ଲୋକ ଥିଲେ, ଯେଉଁମାନେ କି ଯିହୁଦାର ସହରଗୁଡ଼ିକରେ ବାସ କରୁଥିଲେ। ଆଉ, ରିହବିୟାମ୍ ସେହି ଲୋକମାନଙ୍କ ଉପରେ ରାଜତ୍ୱ କଲେ।
18
ଯେଉଁ ଲୋକମାନଙ୍କୁ କାର୍ଯ୍ୟ କରିବାକୁ ବାଧ୍ୟ କରାଗଲା, ହଦୋରାମ ସେମାନଙ୍କ ଦାୟିତ୍ୱରେ ଥିଲେ। ରିହବିୟାମ୍ ତାହାଙ୍କୁ ଇସ୍ରାଏଲର ଲୋକାମାନଙ୍କ ନିକଟକୁ ପଠାଇଲେ। କିନ୍ତୁ ଇସ୍ରାଏଲର ଲୋକମାନେ ତାଙ୍କ ଉପରେ ପଥର ଫୋପାଡ଼ିଲେ ଓ ତାଙ୍କୁ ହତ୍ୟା କଲେ। ଏହା ପରେ ରିହବିୟାମ୍ ଦୌଡ଼ି ଯାଇ ତାଙ୍କ ରଥ ଉପରକୁ ଡେଇଁ ଚଢ଼ିଗଲେ ଓ ଖସି ପଳାଇଲେ। ସେ ଯିରୁଶାଲମକୁ ପଳାଇଲେ।
19
ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲର ଲୋକମାନେ ଦାଉଦଙ୍କ ବଂଶର ବିରୋଧୀ ହୋଇଅଛନ୍ତି।
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36