bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Chronicles 32
2 Chronicles 32
Odia Bible ERV 2004 (ପବିତ୍ର ବାଇବଲ)
← Chapter 31
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 33 →
1
ଅଶୂରର ରାଜା ହିଜକିୟଙ୍କୁ ହଇରାଣ କଲେ ହିଜକିୟ ଏହି ସମସ୍ତ ବିଷୟ ବିଶ୍ୱସ୍ତତାର ସହିତ ସମାପ୍ତ କରିବା ପରେ ଏହିପରି ଘଟିଲା, ଅଶୂରର ରାଜା ସନ୍ହେରୀବ୍ ଯିହୁଦା ଦେଶ ଆକ୍ରମଣ କରିବାକୁ ଆସିଲେ। ସନ୍ହେରୀବ୍ ଓ ତାଙ୍କର ସୈନ୍ୟଦଳ ଦୁର୍ଗଗୁଡ଼ିକର ବାହାରେ ଛାଉଣି ସ୍ଥାପନ କଲେ। ସେ ସେହି ସହରଗୁଡ଼ିକୁ ପରାସ୍ତ କରିବାର ଯୋଜନା କରିଥିବାରୁ ଏହିପରି କଲେ। ସନ୍ହେରୀବ୍ ନିଜ ନିମନ୍ତେ ଏହିସବୁ ସହର ଜୟ କରିବାକୁ ଇଚ୍ଛା କରୁଥିଲେ।
2
ହିଜକିୟ ଜାଣିଥିଲେ ଯେ, ସନ୍ହେରୀବ୍ ଯିରୁଶାଲମକୁ ଆକ୍ରମଣ କରିବା ନିମନ୍ତେ ଆସିଛନ୍ତି।
3
ଏହା ପରେ ହିଜକିୟ ତାଙ୍କର ପଦାଧିକାରୀ ଓ ସେନାଧିକାରୀମାନଙ୍କ ସହିତ କଥା ହେଲେ। ସେମାନେ ସମସ୍ତ ନଗର ବାହାରେ ଥିବା ଜଳନିର୍ଝରଗୁଡ଼ିକର ଜଳକୁ ବନ୍ଦ କରିବା ନିମନ୍ତେ ଏକମତ ହେଲେ। ସେହି ପଦାଧିକାରୀ ଓ ସେନାଧିକାରୀମାନେ ହିଜକିୟଙ୍କୁ ସାହାଯ୍ୟ କଲେ।
4
ଅନେକ ଲୋକ ଏକତ୍ର ଆସିଲେ ଓ ଦେଶ ମଧ୍ୟଦେଇ ପ୍ରବାହିତ ହେଉଥିବା ଝରଣା ଓ ନଦୀ ସବୁର ଜଳକୁ ରୋକି ଦେଲେ। ସେମାନେ କହିଲେ ଯେ, “ଅଶୂରର ରାଜା ଏହି ସ୍ଥାନକୁ ଆସିଲେ ବେଶୀ କିଛି ଜଳ ପାଇବ ନାହିଁ।”
5
ହିଜକିୟ ଯିରୁଶାଲମକୁ ଆହୁରି ଦୃଢ଼ କଲେ। ସେ ତାହା ଏହି ପ୍ରକାର କଲେ; ସେ ପ୍ରାଚୀରର ଉଚ୍ଚସ୍ଥାନ ସବୁ ପୁନଃନିର୍ମାଣ କଲେ। ସେ ପ୍ରାଚୀର ଉପରେ ଦୁର୍ଗ ନିର୍ମାଣ କଲେ। ସେ ପ୍ରଥମ ପ୍ରାଚୀରର ବାହ୍ୟ ଭାଗରେ ଆଉ ଏକ ପ୍ରାଚୀର ନିର୍ମାଣ କଲେ। ସେ ଯିରୁଶାଲମ ପ୍ରାଚୀନ ଅଂଶର ପୂର୍ବକୁ ଏକ ଶକ୍ତିଶାଳୀ ସ୍ଥାନ ପୁନଃନିର୍ମାଣ କଲେ। ସେ ଅନେକ ଅସ୍ତ୍ର ଓ ଢାଲମାନ ନିର୍ମାଣ କଲେ।
6
ଲୋକମାନଙ୍କର ଦାୟିତ୍ୱ ନେବା ନିମନ୍ତେ ହିଜକିୟ ଯୁଦ୍ଧର ପଦାଧିକାରୀମାନଙ୍କୁ ମନୋନୀତ କଲେ। ନଗରଦ୍ୱାର ନିକଟସ୍ଥ ଉନ୍ମୁକ୍ତ ସ୍ଥାନରେ ସେ ସେହି ପଦାଧିକାରୀମାନଙ୍କୁ ସାକ୍ଷାତ କଲେ। ସେ କହିଲେ,
7
“ଦୃଢ଼ ଓ ସାହସୀ ହୁଅ। ଅଶୂର ରାଜା ଅଥବା ତାଙ୍କ ସହିତ ଥିବା ବିଶାଳ ସୈନ୍ୟବାହିନୀ ବିଷୟରେ ଭୟ କର ନାହିଁ କିମ୍ବା ବ୍ୟସ୍ତ ହୁଅ ନହିଁ। ଅଶୂରର ରାଜାଙ୍କର ଶକ୍ତିଠାରୁ ଆମ୍ଭମାନଙ୍କ ସହିତ ଆହୁରି ମହାନ ଶକ୍ତି ଅଛି।
8
ଅଶୂରର ରାଜାଙ୍କ ସହିତ କେବଳ ଲୋକମାନେ ଅଛନ୍ତି। କିନ୍ତୁ ଆମ୍ଭମାନଙ୍କ ସହିତ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଛନ୍ତି। ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କୁ ସାହାଯ୍ୟ କରିବେ। ସେ ଆମ୍ଭମାନଙ୍କର ନିମନ୍ତେ ଯୁଦ୍ଧ କରିବେ।” ଏହିପରି ଯିହୁଦାର ରାଜା ହିଜକିୟ ଲୋକମାନଙ୍କୁ ଉତ୍ସାହିତ କଲେ ଓ ସେମାନଙ୍କୁ ଶକ୍ତିଯୁକ୍ତ କଲେ।
9
ଅଶୂରର ରାଜା ସନ୍ହେରୀବ୍ ଓ ତାଙ୍କର ସମସ୍ତ ସୈନ୍ୟଦଳ ଲାଖୀଶ୍ ସହର ନିକଟରେ ଛାଉଣି କଲେ, ଯେପରି ସେମାନେ ତାହାକୁ ଜୟ କରି ପାରନ୍ତି। ଏହା ପରେ ସନ୍ହେରୀବ୍, ଯିହୁଦାର ରାଜା ହିଜକିୟ ଓ ଯିରୁଶାଲମରେ ଥିବା ଯିହୁଦାର ସମସ୍ତ ଲୋକଙ୍କ ନିକଟକୁ ତାଙ୍କର ଭୃତ୍ୟମାନଙ୍କୁ ପଠାଇଲା। ହିଜକିୟ ଓ ଯିରୁଶାଲମର ସବୁ ଲୋକଙ୍କ ନିମନ୍ତେ ସନ୍ହେରୀବ୍ଙ୍କ ଭୃତ୍ୟର ଏକ ବାର୍ତ୍ତା ଥିଲା।
10
ସେମାନେ କହିଲେ, “ଅଶୂରର ରାଜା ସନ୍ହେରୀବ୍ ଏହି କଥା କହନ୍ତି, ‘ତୁମ୍ଭେମାନେ କେଉଁ ବିଷୟରେ ନିର୍ଭର କରି ଆକ୍ରମଣ ସମୟରେ ସୁଦ୍ଧା ଯିରୁଶାଲମରେ ରହୁଅଛ?
11
ହିଜକିୟ ତୁମ୍ଭମାନଙ୍କୁ ପ୍ରତାରଣା କରୁଅଛି। ତୁମ୍ଭେମାନେ ଯେପରି କ୍ଷୁଧା ଓ ତୃଷାରେ ମୃତ୍ୟୁବରଣ କରିବ; ଏଥିନିମନ୍ତେ ତୁମ୍ଭମାନଙ୍କୁ କୌଶଳକ୍ରମେ ଯିରୁଶାଲମରେ ରଖାଯାଉଅଛି। ହିଜକିୟ ତୁମ୍ଭଙ୍କୁ କହେ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଅଶୂରର ରାଜାର ହସ୍ତରୁ ରକ୍ଷା କରିବେ।”
12
ହିଜକିୟ ନିଜେ ସଦାପ୍ରଭୁଙ୍କ ଉଚ୍ଚସ୍ଥାନ ଓ ଯଜ୍ଞବେଦି ସବୁ ବାହାର କରି ଦେଲା। ସେ କହିଲା, ଯିହୁଦା ଓ ଯିରୁଶାଲମର ଲୋକମାନେ! ତୁମ୍ଭମାନଙ୍କୁ କେବଳ ଗୋଟିଏ ଯଜ୍ଞବେଦି ଉପରେ ପୂଜା ଓ ସୁଗନ୍ଧିଧୂପ ଜ୍ୱଳାଇବାକୁ ପଡ଼ିବ।
13
ମୋର ପୂର୍ବପୁରୁଷଗଣ ଓ ମୁଁ ଅନ୍ୟାନ୍ୟ ଦେଶର ସମସ୍ତ ଲୋକଙ୍କ ପ୍ରତି କ’ଣ କରିଅଛୁ, ତାହା ତୁମ୍ଭେମାନେ ଅବଶ୍ୟ ଜାଣ। ଅନ୍ୟ ଦେଶର ଦେବତାମାନେ ସେମାନଙ୍କର ନିଜ ଲୋକମାନଙ୍କୁ ରକ୍ଷା କରି ପାରିଲେ ନାହିଁ। ସେହି ଦେବତାମାନେ ମୋତେ ସେମାନଙ୍କର ଲୋକମାନଙ୍କୁ ବିନଷ୍ଟ କରିବାରୁ ରକ୍ଷା କରି ପାରିଲେ ନାହିଁ।
14
ମୋର ପୂର୍ବପୁରୁଷମାନେ ସେହି ଦେଶଗୁଡ଼ିକୁ ଧ୍ୱଂସ କଲେ। ଏପରି କେହି ଦେବତା ନାହିଁ, ଯିଏ ମୋତେ ତାହାର ଲୋକମାନଙ୍କୁ ବିନଷ୍ଟ କରିବାରୁ ରୋକି ପାରିବ। ତେଣୁ ତୁମ୍ଭେମାନେ କ’ଣ ଭାବୁଛ ଯେ, ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ମୋ’ଠାରୁ ରକ୍ଷା କରି ପାରିବ?
15
ତୁମ୍ଭମାନଙ୍କୁ ମୂର୍ଖ ବନେଇବା ଓ ପ୍ରତାରଣା କରିବାକୁ ହିଜକିୟଙ୍କୁ ଦିଅ ନାହିଁ। ତାହାକୁ ଆଦୌ ବିଶ୍ୱାସ କର ନାହିଁ, କାରଣ କୌଣସି ରାଜ୍ୟ ବା କୌଣସି ଦେଶ ତାହାର ଲୋକମାନଙ୍କୁ ମୋ’ଠାରୁ ବା ମୋର ପୂର୍ବପୁରୁଷମାନଙ୍କଠାରୁ ରକ୍ଷା କରିପାରି ନାହିଁ। ତେଣୁ ତୁମ୍ଭମାନଙ୍କ ପରମେଶ୍ୱର ଯେ ତୁମ୍ଭମାନଙ୍କୁ ବିନଷ୍ଟ କରିବାରୁ ମୋତେ ରୋକିପାରିବ, ଏହା ଆଦୌ ଭାବ ନାହିଁ।’”
16
ଅଶୂର ରାଜାର ଭୃତ୍ୟମାନେ ସଦାପ୍ରଭୁ ପରମେଶ୍ୱର ଓ ପରମେଶ୍ୱରଙ୍କ ଦାସ ହିଜକିୟଙ୍କ ବିରୁଦ୍ଧରେ ଆହୁରି ଜଘନ୍ୟ କଥାସବୁ କହିଲେ।
17
ଅଶୂରର ରାଜା ଆହୁରି ମଧ୍ୟ ଏପରି ପତ୍ରମାନ ଲେଖିଲା, ଯାହା ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କୁ ଅପମାନିତ କରୁଥିଲା। ଅଶୂରର ରାଜା ସେହି ପତ୍ରଗୁଡ଼ିକରେ ଏହିପରି ଲେଖିଲା: “ଅନ୍ୟ ଦେଶର ଦେବତାମାନେ ମୋତେ ସେମାନଙ୍କର ଲୋକମାନଙ୍କୁ ବିନଷ୍ଟ କରିବାରୁ ରୋକି ପାରିଲେ ନାହିଁ। ସେହିପ୍ରକାରେ ମଧ୍ୟ ହିଜକିୟର ପରମେଶ୍ୱର ମୋତେ ତାହାର ଲୋକମାନଙ୍କୁ ବିନଷ୍ଟ କରିବାରୁ ରୋକିପାରିବ ନାହିଁ।”
18
ଏହା ପରେ ଅଶୂରର ରାଜାର ଭୃତ୍ୟମାନେ ଯିରୁଶାଲମର ପ୍ରାଚୀର ଉପରେ ଥିବା ଲୋକମାନଙ୍କୁ ଉଚ୍ଚସ୍ୱରରେ ଡାକିଲେ। ସେହି ଭୃତ୍ୟମାନେ ଯିରୁଶାଲମର ଲୋକମାନଙ୍କୁ ଭୟଭୀତ କରାଇବା ନିମନ୍ତେ ଏହିପରି କଲେ। ସେମାନେ ଯେପରି ଯିରୁଶାଲମ ନଗରକୁ ହସ୍ତଗତ କରି ପାରନ୍ତି, ସେଥିନିମନ୍ତେ ସେହିସବୁ କଥା କହିଲେ।
19
ସେହି ସେବକଗଣ ଏପରି କାର୍ଯ୍ୟ କଲେ, ଯେପରି ଇସ୍ରାଏଲ ପରମେଶ୍ୱର ଅନ୍ୟ ଦେଶର ଲୋକମାନଙ୍କର ହସ୍ତ ନିର୍ମିତ ମୂର୍ତ୍ତି ଅଟନ୍ତି।
20
ରାଜା ହିଜକିୟ ଓ ଆମୋସଙ୍କ ପୁତ୍ର ଭବିଷ୍ୟଦ୍ବକ୍ତା ଯିଶାଇୟ ଏହି ସମସ୍ୟା ସମ୍ବନ୍ଧରେ ପ୍ରାର୍ଥନା କଲେ। ସେମାନେ ସ୍ୱର୍ଗ ପ୍ରତି ଅତି ଉଚ୍ଚସ୍ୱରରେ ପ୍ରାର୍ଥନା କଲେ।
21
ଏହା ପରେ ସଦାପ୍ରଭୁ ଅଶୂର ରାଜାର ଛାଉଣିକୁ ଜଣେ ସ୍ୱର୍ଗଦୂତଙ୍କୁ ପଠାଇଲେ। ସେହି ସ୍ୱର୍ଗଦୂତ ଅଶୂରର ସୈନ୍ୟଦଳର ସମସ୍ତ ସୈନ୍ୟ, ନେତାଗଣ ଓ ସେନାଧିକାରୀମାନଙ୍କୁ ହତ୍ୟା କଲେ। ତେଣୁ ଅଶୂରର ରାଜା ନିଜ ଗୃହକୁ ଓ ଦେଶକୁ ଫେରିଗଲା ଓ ତାହାର ଲୋକମାନେ ତା’ ନିମନ୍ତେ ଲଜ୍ଜା ଅନୁଭବ କଲେ। ସେ ତାହାର ଦେବତାର ମନ୍ଦିରକୁ ଗଲା ଓ ତା’ର ନିଜର ପୁତ୍ରମାନେ କେତେଜଣ ସେହି ସ୍ଥାନରେ ତାହାକୁ ଏକ ଖଡ଼୍ଗରେ ବଧ କଲେ।
22
ଏହି ପ୍ରକାରେ ସଦାପ୍ରଭୁ ହିଜକିୟ ଓ ଯିରୁଶାଲମର ଲୋକମାନଙ୍କୁ ଅଶୂରର ରାଜା ସନ୍ହେରୀବ୍ ଓ ଅନ୍ୟ ସମସ୍ତ ଲୋକଙ୍କଠାରୁ ରକ୍ଷା କଲେ। ସଦାପ୍ରଭୁ ସେମାନଙ୍କୁ ସବୁ ପ୍ରକାର ଧମକରୁ ଉଦ୍ଧାର କଲେ।
23
ସଦାପ୍ରଭୁଙ୍କ ପାଇଁ ଉପହାର ନେଇ ବହୁତ ଲୋକ ଯିରୁଶାଲମକୁ ଆସିଲେ। ସେମାନେ ଯିହୁଦାର ରାଜା ହିଜକିୟଙ୍କ ପାଇଁ ମୂଲ୍ୟବାନ୍ ସାମଗ୍ରୀ ଆଣିଲେ। ସମସ୍ତ ଦେଶର ଲୋକମାନେ ହିଜକିୟଙ୍କୁ ସମ୍ମାନ କଲେ।
24
ସେହି ଦିନମାନଙ୍କରେ ହିଜକିୟ ଗୁରୁତର ଭାବରେ ଅସୁସ୍ଥ ହେଲେ ଓ ମରଣାପନ୍ନ ହେଲେ। ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ସଦାପ୍ରଭୁ ହିଜକିୟଙ୍କୁ କଥା କହିଲେ ଓ ଗୋଟିଏ ଚିହ୍ନ ଦେଲେ।
25
କିନ୍ତୁ ହିଜକିୟଙ୍କ ହୃଦୟ ଗର୍ବୀ ଥିଲା, ତେଣୁ ସେ ପରମେଶ୍ୱରଙ୍କ ମହାଦୟା ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ ନାହିଁ। ଏଥିନିମନ୍ତେ ପରମେଶ୍ୱର ହିଜକିୟ ଓ ଯିହୁଦା ଏବଂ ଯିରୁଶାଲମର ଲୋକଙ୍କ ପ୍ରତି କ୍ରୋଧ କଲେ।
26
କିନ୍ତୁ ହିଜକିୟ ଓ ଯିରୁଶାଲମରେ ବାସ କରୁଥିବା ଲୋକମାନେ ସେମାନଙ୍କର ହୃଦୟ ଓ ଜୀବନକୁ ପରିବର୍ତ୍ତିତ କଲେ। ସେମାନେ ନିଜକୁ ନମ୍ର କଲେ ଓ ଆଉ ଗର୍ବ କଲେ ନାହିଁ। ତେଣୁ ହିଜକିୟ ଜୀବିତ ଥିବା ପର୍ଯ୍ୟନ୍ତ ସଦାପ୍ରଭୁ ସେମାନଙ୍କ ଉପରେ କ୍ରୋଧ କଲେ ନାହିଁ।
27
ହିଜକିୟ ଅନେକ ଧନସମ୍ପଦ ଓ ସମ୍ମାନ ଲାଭ କଲେ। ସେ ରୂପା, ସୁନା, ବହୁମୂଲ୍ୟ ମଣିମୁକ୍ତା, ମସଲା, ଢାଲ ଓ ସମସ୍ତ ପ୍ରକାର ଦ୍ରବ୍ୟ ରଖିବା ନିମନ୍ତେ ସ୍ଥାନସବୁ ନିର୍ମାଣ କଲେ।
28
ଲୋକମାନେ ହିଜକିୟଙ୍କ ନିକଟକୁ ଯେଉଁ ଖାଦ୍ୟଶସ୍ୟ, ନୂତନ ଦ୍ରାକ୍ଷାରସ ଓ ତୈଳ ପଠାଉଥିଲେ, ତାହା ରଖିବା ନିମନ୍ତେ ତାଙ୍କର ଭଣ୍ଡାରଗୃହ ସବୁ ଥିଲା। ସମସ୍ତ ପଶୁପଲ ଓ ମେଷପଲ ନିମନ୍ତେ ତାଙ୍କର ଗୁହାଳସବୁ ଥିଲା।
29
ହିଜକିୟ ମଧ୍ୟ ବହୁତ ନଗର ନିର୍ମାଣ କଲେ ଏବଂ ସେ ବହୁତ ମେଷ ଓ ଗୋରୁ ପଲ ପାଇଲେ। ପରମେଶ୍ୱର ହିଜକିୟଙ୍କୁ ପ୍ରଚୁର ଧନରତ୍ନ ଦେଇଥିଲେ।
30
ହିଜକିୟ ହିଁ ଯିରୁଶାଲମରେ ଗୀହୋନ ଝରଣାର ଊର୍ଦ୍ଧ୍ୱସ୍ଥ ଉତ୍ସକୁ ବନ୍ଦ କଲେ ଓ ସେହି ଜଳକୁ ଦାଉଦଙ୍କ ନଗରର ଦକ୍ଷିଣ ପାର୍ଶ୍ୱରେ ସଳଖ ଭାବରେ ନିମ୍ନଗାମୀ କଲେ। ଆଉ ହିଜକିୟ ଯେଉଁ ସମସ୍ତ କର୍ମ କଲେ, ସେଥିରେ ସଫଳ ହେଲେ।
31
ଥରେ ବାବିଲୀୟ ନେତାମାନେ ହିଜକିୟଙ୍କ ନିକଟକୁ ବାର୍ତ୍ତାବାହକମାନଙ୍କୁ ପ୍ରେରଣ କଲେ। ସେହି ବାର୍ତ୍ତାବାହକମାନେ ଦେଶ ମଧ୍ୟରେ ଘଟିଥିବା ଏକ ଅଦ୍ଭୂତ ଚିହ୍ନ ସମ୍ବନ୍ଧରେ ପଗ୍ଭରିଲେ। ଯେତେବେଳେ ସେମାନେ ଆସିଲେ ସେତେବେଳେ ହିଜକିୟଙ୍କୁ ପରୀକ୍ଷା କରିବା ନିମନ୍ତେ ଓ ହିଜକିୟଙ୍କ ହୃଦୟରେ ଯାହାକିଛି ଅଛି, ତାହା ଜାଣିବା ନିମନ୍ତେ ପରମେଶ୍ୱର ହିଜକିୟଙ୍କୁ ଏକାକୀ ଛାଡ଼ିଗଲେ।
32
ହିଜକିୟଙ୍କର ଅନ୍ୟ ସମସ୍ତ ଅବଶିଷ୍ଟ କର୍ମ ଓ ସଦାପ୍ରଭୁଙ୍କୁ କେତେ ପ୍ରେମ କଲେ, ତାହା “ଆମ୍ଭମାନଙ୍କ ପୁତ୍ର ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ଦର୍ଶନ ପୁସ୍ତକ ଓ “ଯିହୁଦା ଓ ଇସ୍ରାଏଲର ରାଜାମାନଙ୍କ ପୁସ୍ତକରେ” ଲେଖା ଯାଇଅଛି।
33
ହିଜକିୟ ମୃତ୍ୟୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଦାଉଦଙ୍କ ପୁତ୍ରମାନଙ୍କର କବର ଯେଉଁ ପର୍ବତ ଉପରେ ଥିଲା, ଲୋକମାନେ ହିଜକିୟଙ୍କୁ ସେହିଠାରେ କବର ଦେଲେ। ହିଜକିୟ ମୃତ୍ୟୁବରଣ କଲାପରେ ଯିହୁଦା ଓ ଯିରୁଶାଲମରେ ବାସ କରୁଥିବା ସମସ୍ତ ଲୋକ ତାହାଙ୍କୁ ସମ୍ମାନ ଦେଖାଇଲେ। ମନଃଶି ହିଜକିୟଙ୍କ ସ୍ଥାନରେ ନୂତନ ରାଜା ହେଲେ। ମନଃଶି ହିଜକିୟଙ୍କ ପୁତ୍ର ଥିଲେ।
← Chapter 31
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 33 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36