bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Chronicles 24
2 Chronicles 24
Odia Bible ERV 2004 (ପବିତ୍ର ବାଇବଲ)
← Chapter 23
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 25 →
1
ଯୋୟାଶ୍ ଆଉଥରେ ମନ୍ଦିର ନିର୍ମାଣ କଲେ ଯୋୟାଶ୍ ରାଜା ହେବା ସମୟରେ ସାତ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଗ୍ଭଳିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲ ସିବିୟା। ସିବିୟା ବେରସେବା ସହରରୁ ଆସିଥିଲେ।
2
ଯାଜକ ଯିହୋୟାଦା ଜୀବିତ ଥିବା ପର୍ଯ୍ୟନ୍ତ ଯୋୟାଶ୍ ଯଥାର୍ଥ କର୍ମ କଲେ।
3
ଯିହୋୟାଦା ଯୋୟାଶଙ୍କ ନିମନ୍ତେ ଦୁଇଜଣ ସ୍ତ୍ରୀ ବାଛିଲେ। ଯୋୟାଶ୍ ପୁତ୍ର ଓ କନ୍ୟାମାନଙ୍କୁ ଜନ୍ମ ଦେଲେ।
4
ପରେ, ଯୋୟାଶ୍ ସଦାପ୍ରଭୁଙ୍କ ମନ୍ଦିରକୁ ପୁନଃନିର୍ମାଣ କରିବା ନିମନ୍ତେ ନିଷ୍ପତ୍ତି ନେଲେ।
5
ଯୋୟାଶ୍ ଯାଜକ ଓ ଲେବୀୟମାନଙ୍କୁ ଏକତ୍ରିତ କଲେ। ସେ ସେମାନଙ୍କୁ କହିଲେ, “ଯିହୁଦାର ସହରଗୁଡ଼ିକୁ ଯାଅ ଓ ଇସ୍ରାଏଲର ଲୋକମାନେ ପ୍ରତି ବର୍ଷ ଯେଉଁ ଅର୍ଥ ଦିଅନ୍ତି, ତାହାକୁ ଠୁଳ କର। ତୁମ୍ଭମାନଙ୍କର ପରମେଶ୍ୱରଙ୍କ ମନ୍ଦିରକୁ ପୁନଃନିର୍ମିତ କରିବା ନିମନ୍ତେ ସେହି ଅର୍ଥକୁ ବ୍ୟବହାର କର। ଶୀଘ୍ର ଯାଅ ଓ ଏହି କାର୍ଯ୍ୟ କର।” କିନ୍ତୁ ଲେବୀୟମାନେ ଚଞ୍ଚଳ ହେଲେ ନାହିଁ।
6
ତେଣୁ ରାଜ ଯୋୟାଶ୍ ମୁଖ୍ୟଯାଜକ ଯିହୋୟାଦାଙ୍କୁ ଡକାଇଲେ। ରାଜା କହିଲେ, “ଯିହୋୟାଦା, ଯିହୁଦା ଓ ଯିରୁଶାଲମରୁ ସଂଗୃହୀତ ଖଜଣା ଆଣିବାକୁ ତୁମ୍ଭେ କାହିଁକି ଲେବୀୟମାନଙ୍କୁ ପଠାଉ ନାହଁ? ସଦାପ୍ରଭୁଙ୍କ ଦାସ ମୋଶା ଓ ଇସ୍ରାଏଲର ଲୋକମାନେ ସେହି ଖଜଣାକୁ ପବିତ୍ର ତମ୍ବୁ ନିମନ୍ତେ ବ୍ୟବହାର କରୁଥିଲେ।”
7
ଅତୀତରେ, ଅଥଲିୟାଙ୍କ ପୁତ୍ରମାନେ ପରମେଶ୍ୱରଙ୍କ ମନ୍ଦିର ଭାଙ୍ଗି ଭିତରେ ପ୍ରବେଶ କରିଥିଲେ। ସଦାପ୍ରଭୁଙ୍କ ମନ୍ଦିରର ପବିତ୍ର ସାମଗ୍ରୀଗୁଡ଼ିକୁ ସେମାନେ ବାଲ୍-ଦେବଗଣର ପୂଜା କରିବା ନିମନ୍ତେ ବ୍ୟବହାର କରିଥିଲେ। ଅଥଲିୟା ଜଣେ ଅତି ଦୁଷ୍ଟା ସ୍ତ୍ରୀ ଥିଲେ।
8
ରାଜା ଯୋୟାଶ୍ ଏକ ବାକ୍ସ ନିର୍ମାଣ କରିବାକୁ ଓ ସଦାପ୍ରଭୁଙ୍କ ମନ୍ଦିର ଦ୍ୱାରର ବାହାର ପାର୍ଶ୍ୱରେ ରଖିବାକୁ ଆଦେଶ ଦେଲେ।
9
ଏହା ପରେ ଲେବୀୟମାନେ ଯିହୁଦା ଓ ଯିରୁଶାଲମରେ ଏକ ଘୋଷଣା କଲେ। ସେମାନେ ସଦାପ୍ରଭୁଙ୍କ ନିମନ୍ତେ ଖଜଣା ଦେବାକୁ ଲୋକମାନଙ୍କୁ କହିଲେ। ଇସ୍ରାଏଲର ଲୋକମାନେ ମରୁଭୂମିରେ ଥିବା ସମୟରେ ପରମେଶ୍ୱରଙ୍କ ଦାସ ମୋଶା ସେମାନଙ୍କୁ ଖଜଣା ଦେବାକୁ କହିଥିଲେ।
10
ସବୁ ନେତା ଓ ଲୋକମାନେ ଆନନ୍ଦିତ ହେଲେ। ସେମାନେ ସେମାନଙ୍କର ଟଙ୍କା ଆଣି ସେହି ବାକ୍ସରେ ପକାଇଲେ। ବାକ୍ସଟି ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସେମାନେ ଦାନ ଦେବାକୁ ଲାଗିଲେ।
11
ଏହା ପରେ ଲେବୀୟମାନେ ସେହି ବାକ୍ସକୁ ରାଜାଙ୍କର ପଦାଧିକାରୀମାନଙ୍କ ନିକଟକୁ ନେଇଗଲେ। ସେମାନେ ଦେଖିଲେ ଯେ, ସେହି ବାକ୍ସ ଟଙ୍କାରେ ପୂର୍ଣ୍ଣ ହୋଇଥିଲା। ରାଜାଙ୍କ ସଚିବ ଓ ମୁଖ୍ୟ ଯାଜକଙ୍କ ପଦାଧିକାରୀମାନେ ଆସିଲେ ଓ ବାକ୍ସରୁ ଟଙ୍କାତକ କାଢ଼ି ନେଲେ। ଏହା ପରେ ସେମାନେ ସେହି ବାକ୍ସରୁ ପୁନର୍ବାର ତାହାର ସ୍ଥାନରେ ରଖି ଦେଲେ। ପ୍ରତିଦିନ ସେମାନେ ଏହିପରି କଲେ ଓ ପ୍ରଚୁର ଟଙ୍କା ଜମା କଲେ।
12
ଏହା ପରେ ରାଜା ଯୋୟାଶ୍ ଓ ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିରରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ସେହି ଟଙ୍କା ଦେଲେ। ଆଉ ସଦାପ୍ରଭୁଙ୍କ ମନ୍ଦିରରେ କାର୍ଯ୍ୟ କରୁଥିବା ଲୋକମାନେ ଦକ୍ଷ କାଷ୍ଠ ଖୋଦନକାରୀ ଓ ବଢ଼େଇମାନଙ୍କୁ ପାରିଶ୍ରମିକ ଦେଇ ନିଯୁକ୍ତ କଲେ। ଆଉ ଯେଉଁମାନେ ଲୁହା ଓ ପିତ୍ତଳର କାର୍ଯ୍ୟ ଜାଣିଥିଲେ, ସେମାନେ ସେମାନଙ୍କୁ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟରେ ପାରିଶ୍ରମିକ ଦେଇ ନିଯୁକ୍ତ କଲେ।
13
ଯେଉଁ ବ୍ୟକ୍ତିମାନେ ତତ୍ତ୍ୱାବଧାନ କାର୍ଯ୍ୟ କରୁଥିଲେ, ସେମାନେ ଅତି ବିଶ୍ୱସ୍ତ ଥିଲେ। ସଦାପ୍ରଭୁଙ୍କ ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ ସଫଳ ହେଲା। ପରମେଶ୍ୱରଙ୍କ ମନ୍ଦିର ପୂର୍ବରୁ ଯେଉଁପରି ଥିଲା, ସେମାନେ ତାହାକୁ ସେପ୍ରକାର ନିର୍ମାଣ କଲେ ଓ ସେମାନେ ତାହାକୁ ଆହୁରି ଦୃଢ଼ କଲେ।
14
ଯେତେବେଳେ ଶ୍ରମିକମାନଙ୍କର କାର୍ଯ୍ୟ ସମାପ୍ତ ହେଲା, ସେମାନେ ବଳିଥିବା ଟଙ୍କାକୁ ରାଜା ଯୋୟାଶ୍ ଓ ଯିହୋୟାଦାଙ୍କ ନିକଟକୁ ଆଣିଲେ। ସେମାନେ ସେହି ଟଙ୍କାକୁ ସଦାପ୍ରଭୁଙ୍କ ମନ୍ଦିରର ସାମଗ୍ରୀ ନିର୍ମାଣ କରିବାରେ ବ୍ୟବହାର କଲେ। ସେହି ସାମଗ୍ରୀଗୁଡ଼ିକ ମନ୍ଦିରର ସେବାକାର୍ଯ୍ୟ ଓ ନୈବେଦ୍ୟ ହୋମବଳି ଉପହାର ଉତ୍ସର୍ଗ କରିବା ପାଇଁ ବ୍ୟବହୃତ ହେଲା। ସେମାନେ ସୁନା ଓ ରୂପାରୁ ପାତ୍ରମାନ ଓ ଅନ୍ୟାନ୍ୟ ସାମଗ୍ରୀ ନିର୍ମାଣ କଲେ। ଯିହୋୟାଦା ଜୀବିତ ଥିବା ପର୍ଯ୍ୟନ୍ତ ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରତିଦିନ ହୋମବଳି ଉପହାରମାନ ଉତ୍ସର୍ଗ କଲେ।
15
ଯିହୋୟାଦା ବୃଦ୍ଧ ହେଲେ। ସେ ଦୀର୍ଘଜୀବୀ ଥିଲେ, ତା’ପରେ ସେ ମୃତ୍ୟୁବରଣ କଲେ। ଯିହୋୟାଦା 130 ବର୍ଷ ବୟସରେ ମୃତ୍ୟୁବରଣ କଲେ।
16
ଲୋକମାନେ ଯିହୋୟାଦାଙ୍କୁ ଦାଉଦଙ୍କ ନଗରରେ, ଯେଉଁଠାରେ ରାଜାମାନେ କବରପ୍ରାପ୍ତ ହୋଇଛନ୍ତି, ସେହିଠାରେ କବର ଦେଲେ। ଲୋକମାନେ ସେହି ସ୍ଥାନରେ ଯିହୋୟାଦାଙ୍କୁ କବର ଦେଲେ, କାରଣ ସେ ଆପଣାର ଜୀବନକାଳରେ ଇସ୍ରାଏଲ ମଧ୍ୟରେ ପରମେଶ୍ୱରଙ୍କ ନିମନ୍ତେ ଓ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ବହୁତ ଉତ୍ତମ କର୍ମ କରିଥିଲେ।
17
ଯିହୋୟାଦାଙ୍କ ମୃତ୍ୟୁ ପରେ, ଯିହୁଦାର ନେତାମାନେ ଆସିଲେ ଓ ରାଜା ଯୋୟାଶଙ୍କ ସମ୍ମୁଖରେ ପ୍ରଣିପାତ କଲେ। ରାଜା ସେହି ନେତାମାନଙ୍କର କଥା ଶୁଣିଲେ।
18
ରାଜା ଓ ସେହି ନେତାମାନେ ସଦାପ୍ରଭୁ ପରମେଶ୍ୱରଙ୍କର ମନ୍ଦିରକୁ ଅଗ୍ରାହ୍ୟ କଲେ। ସେମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁ ପରମେଶ୍ୱରଙ୍କର ଅନୁଗମନ କରିଥିଲେ। ସେମାନେ ଆଶେରା ସ୍ତମ୍ଭ ଓ ଅନ୍ୟ ମୂର୍ତ୍ତିଗୁଡ଼ିକୁ ପୂଜା କଲେ। ପରମେଶ୍ୱର ଯିହୁଦାର ଓ ଯିରୁଶାଲମର ଲୋକମାନଙ୍କ ଉପରେ କ୍ରୋଧ କଲେ, କାରଣ ରାଜା ଓ ସେହି ନେତାମାନେ ଦୋଷୀ ଥିଲେ।
19
ଲୋକମାନଙ୍କୁ ସଦାପ୍ରଭୁଙ୍କ ପ୍ରତି ଫେରାଇ ଆଣିବାକୁ ପରମେଶ୍ୱର ସେମାନଙ୍କ ନିକଟକୁ ଭବିଷ୍ୟଦ୍ବକ୍ତାମାନଙ୍କୁ ପ୍ରେରଣ କଲେ। ଭବିଷ୍ୟଦ୍ବକ୍ତାମାନେ ଲୋକମାନଙ୍କୁ ସାବଧାନ କରାଇ ଦେଲେ। କିନ୍ତୁ ଲୋକମାନେ ଶୁଣିବାକୁ ମନା କଲେ।
20
ପରମେଶ୍ୱରଙ୍କର ଆତ୍ମା ଯିଖରିୟଙ୍କ ଉପରେ ଅବତରଣ କଲେ। ଯିହୋୟାଦା ଯାଜକ ଯିଖରିୟଙ୍କ ପିତା ଥିଲେ। ଯିଖରିୟ ଲୋକମାନଙ୍କ ସମ୍ମୁଖରେ ଛିଡ଼ା ହେଲେ ଓ କହିଲେ, “ପରମେଶ୍ୱର ଏହା କହନ୍ତି: ‘ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କ ଆଜ୍ଞାର ବାଧ୍ୟ ହେବା ନିମନ୍ତେ ଅଗ୍ରାହ୍ୟ କରୁଛ? ତୁମ୍ଭେମାନେ କୃତକାର୍ଯ୍ୟ ହେବ ନାହିଁ। ତୁମ୍ଭେମାନେ ସଦାପ୍ରଭୁଙ୍କୁ ତ୍ୟାଗ କରିଅଛ। ତେଣୁ ସଦାପ୍ରଭୁ ତୁମ୍ଭମାନଙ୍କୁ ତ୍ୟାଗ କରିଅଛନ୍ତି!’”
21
କିନ୍ତୁ ଲୋକମାନେ ଯିଖରିୟଙ୍କ ବିରୁଦ୍ଧରେ ମନ୍ତ୍ରଣା କଲେ । ଯିଖରିୟଙ୍କୁ ବଧ କରିବା ନିମନ୍ତେ ରାଜା ଆଦେଶ ଦେଲେ, ତେଣୁ ମୃତ୍ୟୁ ହେବା ପର୍ଯ୍ୟନ୍ତ ସେମାନେ ତାଙ୍କ ଆଡ଼କୁ ପଥର ଫୋପାଡ଼ିଲେ। ସଦାପ୍ରଭୁଙ୍କର ମନ୍ଦିର ପ୍ରାଙ୍ଗଣ ମଧ୍ୟରେ ଲୋକମାନେ ଏହା କଲେ।
22
ରାଜା ଯୋୟାଶଙ୍କ ପ୍ରତି ଯିହୋୟାଦା ଯେଉଁ ଦୟା କରିଥିଲେ, ତାହାକୁ ସ୍ମରଣ କଲେ ନାହିଁ। ଯିହୋୟାଦା ଯିଖରିୟଙ୍କ ପିତା ଥିଲେ। କିନ୍ତୁ ଯୋୟାଶ୍, ଯିହୋୟାଦାଙ୍କ ପୁତ୍ର ଯିଖରିୟଙ୍କୁ ହତ୍ୟା କଲେ। ଯିଖରିୟ ମୃତ୍ୟୁ ଭୋଗ କରିବା ପୂର୍ବରୁ ଏହିକଥା କହିଲେ, “ତୁମ୍ଭେମାନେ ଯାହା କହୁଅଛ, ସଦାପ୍ରଭୁ ତାହା ଦେଖନ୍ତୁ ଓ ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତୁ!”
23
ବର୍ଷର ଶେଷ ଆଡ଼କୁ ଅରାମୀୟ ସୈନ୍ୟଦଳ ଯୋୟାଶଙ୍କ ବିରୁଦ୍ଧରେ ଆସିଲେ। ସେମାନେ ଯିହୁଦା ଓ ଯିରୁଶାଲମକୁ ଆକ୍ରମଣ କଲେ ଏବଂ ଲୋକମାନଙ୍କର ସବୁ ନେତାମାନଙ୍କୁ ହତ୍ୟା କଲେ। ସେମାନେ ସବୁ ବହୁମୂଲ୍ୟ ସାମଗ୍ରୀଗୁଡ଼ିକୁ ଦମ୍ମେଶକର ରାଜାଙ୍କ ନିକଟକୁ ପଠାଇ ଦେଲେ।
24
ଅରାମୀୟ ସୈନ୍ୟଦଳ ନିଜ ସହିତ ଲୋକମାନଙ୍କର ଏକ କ୍ଷୁଦ୍ରଦଳକୁ ନେଇ ଆସିଥିଲେ କିନ୍ତୁ ସଦାପ୍ରଭୁ ସେମାନଙ୍କୁ ଯିହୁଦାର ବୃହତ୍ ସୈନ୍ୟଦଳ ଉପରେ ବିଜୟଲାଭ କରିବାକୁ ଦେଲେ। ସଦାପ୍ରଭୁ ଏହିପରି କଲେ, କାରଣ ଯିହୁଦାର ଲୋକମାନେ ସେମାନଙ୍କ ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କର ଅନୁଗାମୀ ହୋଇଥିଲେ, ସେମାନେ ତାଙ୍କୁ ପରିତ୍ୟାଗ କରିଥିଲେ। ତେଣୁ ଯୋୟାଶ୍ ଦଣ୍ଡିତ ହେଲେ।
25
ଅରାମୀୟମାନେ ଯୋୟାଶଙ୍କ ନିକଟରୁ ଯେତେବେଳେ ପ୍ରସ୍ଥାନ କଲେ, ସେ ଗୁରୁତର ଭାବରେ ଆହତ ହୋଇଥିଲେ। ଯୋୟାଶଙ୍କର ନିଜ ଭୃତ୍ୟମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ। ଯୋୟାଶ୍ ଯିହୋୟାଦା ଯାଜକଙ୍କର ପୁତ୍ର ଯିଖରିୟଙ୍କୁ ହତ୍ୟା କରିଥିବାରୁ ସେମାନେ ଏହିପରି କଲେ। ସେହି ଭୃତ୍ୟମାନେ ଯୋୟାଶଙ୍କୁ ତାଙ୍କର ଶଯ୍ୟା ଉପରେ ହିଁ ବଧ କଲେ। ଯୋୟାଶ୍ ମୃତ୍ୟୁ ଭୋଗ କରିବା ପରେ ଲୋକମାନେ ତାଙ୍କୁ ଦାଉଦଙ୍କ ନଗରରେ କବର ଦେଲେ, କିନ୍ତୁ ସେମାନେ ତାଙ୍କୁ ରାଜାମାନେ ଯେଉଁ ସ୍ଥାନରେ କବର ପାଆନ୍ତି, ସେ ସ୍ଥାନରେ କବର ଦେଲେ ନାହିଁ।
26
ଯୋୟାଶଙ୍କ ବିରୁଦ୍ଧରେ ଏହି ଭୃତ୍ୟମାନେ ଷଡ଼ଯନ୍ତ୍ର କରିଥିଲେ; ସାବଦ୍ ଓ ଯିହୋଷାବଦ୍। ସାବଦ୍ଙ୍କ ମାତାଙ୍କର ନାମ ଥିଲା ଶିମିୟତ୍। ଶିମିୟତ୍ ଅମ୍ମୋନରୁ ଆସିଥିଲେ। ଆଉ ଯିହୋଶାବଦଙ୍କର ମାତାଙ୍କର ନାମ ଥିଲା ଶିମ୍ରୀତ୍। ଶିମ୍ରୀତ୍ ମୋୟାବରୁ ଆସିଥିଲେ।
27
ଯୋୟାଶଙ୍କ ପୁତ୍ରମାନଙ୍କ କାହାଣୀ, ତାଙ୍କ ବିରୁଦ୍ଧରେ ମହାନ ଭବିଷ୍ୟଦ୍ବାଣୀଗୁଡ଼ିକ ଓ ସେ କିପରି ପୁନର୍ବାର ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କଲେ, ସେହିସବୁ ରାଜାମାନଙ୍କର ବିବରଣୀ ପୁସ୍ତକରେ ଲେଖାଯାଇ ଅଛି। ଅମତ୍ସିୟ ତାଙ୍କ ଉତ୍ତାରେ ନୂତନ ରାଜା ହେଲେ। ଅମତ୍ସିୟ ଯୋୟାଶଙ୍କର ପୁତ୍ର ଥିଲେ।
← Chapter 23
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 25 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36