bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Chronicles 21
2 Chronicles 21
Odia Bible ERV 2004 (ପବିତ୍ର ବାଇବଲ)
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 22 →
1
ଏହା ପରେ ଯିହୋଶାଫଟ୍ ମୃତ୍ୟୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ସେ ଦାଉଦଙ୍କ ନଗରରେ କବର ପାଇଲେ। ଯିହୋଶାଫଟଙ୍କ ସ୍ଥାନରେ ଯିହୋରାମ୍ ନୂତନ ରାଜା ହେଲେ।
2
ଯିହୋରାମ୍ ଯିହୋଶାଫଟଙ୍କ ପୁତ୍ର ଥିଲେ।’ ଯିହୋରାମଙ୍କ ଭ୍ରାତାମାନେ ଥିଲେ ଅସରିୟ, ଯିହୀୟେଲ୍, ଯିଖରିୟ, ଅସରିୟାହ, ମୀଖାୟେଲ, ଶଫ୍ଟିୟ। ଏହି ବ୍ୟକ୍ତିମାନେ ଯିହୋଶାଫଟଙ୍କର ପୁତ୍ରଗଣ ଥିଲେ। ଯିହୋଶାଫଟ୍ ଯିହୁଦାର ରାଜା ଥିଲେ।
3
ଯିହୋଶାଫଟ୍ ତାଙ୍କର ପୁତ୍ରମାନଙ୍କୁ ରୂପା, ସୁନା ଓ ଅନେକ ବହୁମୂଲ୍ୟ ପଦାର୍ଥ ଉପହାର ଦେଇଥିଲେ। ସେ ସେମାନଙ୍କୁ ଯିହୁଦାର ଦୃଢ଼ ଦୁର୍ଗମାନ ମଧ୍ୟ ପ୍ରଦାନ କରିଥିଲେ। କିନ୍ତୁ ଯିହୋଶାଫଟ୍, ଯିହୋରାମଙ୍କୁ ରାଜ୍ୟ ଦେଲେ, କାରଣ ସେ ତାଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ।
4
ଯିହୁଦାର ରାଜା ଯିହୋରାମ୍ ଯିହୋରାମ୍ ତାଙ୍କର ପିତାଙ୍କର ରାଜ୍ୟପଦ ଗ୍ରହଣ କଲେ ଓ ଆପଣାକୁ ଦୃଢ଼ କଲେ। ଏହା ପରେ ସେ ନିଜ ଭ୍ରାତାମାନଙ୍କୁ ବଧ କରିବା ନିମନ୍ତେ ଏକ ଖଡ଼୍ଗ ବ୍ୟବହାର କଲେ। ସେ ଇସ୍ରାଏଲର କେତେକ ନେତାଙ୍କୁ ମଧ୍ୟ ବଧ କଲେ।
5
ଯିହୋରାମ୍ ରାଜ୍ୟ ଶାସନ କରିବାକୁ ଆରମ୍ଭ କରିବା ସମୟରେ ତାଙ୍କୁ ବତିଶ୍ ବର୍ଷ ବୟସ ହୋଇଥିଲା। ସେ ଯିରୁଶାଲମରେ ଆଠ ବର୍ଷ ରାଜତ୍ୱ କଲେ।
6
ସେ ଇସ୍ରାଏଲର ରାଜାମାନଙ୍କ ପରି ଜୀବନଯାପନ କଲେ। ଆହାବଙ୍କ ପରିବାର ଯେପରି ଜୀବନ କାଟିଥିଲେ, ସେ ସେହିପରି ଜୀବନ କାଟିଲେ। କାରଣ ଯିହୋରାମ୍ ଆହାବଙ୍କର କନ୍ୟାକୁ ବିବାହ କରିଥିଲେ। ଆଉ ଯିହୋରାମ୍ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କଲେ।
7
କିନ୍ତୁ ସଦାପ୍ରଭୁ ଦାଉଦଙ୍କ ସହିତ କରିଥିବା ଚୁକ୍ତି ହେତୁ ଦାଉଦଙ୍କ ଗୃହକୁ ଧ୍ୱଂସ କଲେ ନାହିଁ। ସଦାପ୍ରଭୁ ପ୍ରତିଜ୍ଞା କରିଥିଲେ ଯେ, ସେ ଦାଉଦ ଓ ତାଙ୍କର ସନ୍ତାନମାନଙ୍କ ନିମନ୍ତେ ଚିରକାଳ ଏକ ପ୍ରଦୀପ ଜ୍ୱଳାଇ ରଖିବେ।
8
ଯିହୋରାମଙ୍କ ସମୟରେ, ଇଦୋମ ଯିହୁଦାର ଅଧୀନତାକୁ ଭଙ୍ଗ କଲା। ଇଦୋମୀୟମାନେ ସେମାନଙ୍କର ନିଜର ରାଜାଙ୍କୁ ମନୋନୀତ କଲେ।
9
ତେଣୁ ଯିହୋରାମ୍ ତାଙ୍କର ସମସ୍ତ ସେନାପତିଗଣ ଓ ରଥଗୁଡ଼ିକୁ ନେଇ ଇଦୋମକୁ ଗଲେ। ଯିହୋରାମ୍ ରାତିରେ ଇଦୋମୀୟମାନଙ୍କୁ ଆକ୍ରମଣ କଲେ। ମାତ୍ର ଇଦୋମୀୟ ସୈନ୍ୟଦଳ ଯିହୋରାମ ଓ ତାଙ୍କ ସୈନ୍ୟଦଳ ତଥା ରଥସବୁକୁ ଚତୁର୍ଦ୍ଦିଗରୁ ଘେରିଗଲେ।
10
ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ଇଦୋମ ଯିହୁଦାର ବିରୋଧୀ ବିଦ୍ରୋହୀ ହୋଇ ରହିଅଛି। ଲିବ୍ନା ସହରର ଲୋକମାନେ ମଧ୍ୟ ଯିହୋରାମଙ୍କ ବିରୁଦ୍ଧରେ ଉଠିଲେ। ଯିହୋରାମ୍ ସଦାପ୍ରଭୁ ପରମେଶ୍ୱରଙ୍କୁ ତ୍ୟାଗ କରିଥିବାରୁ ଏହିପରି ଘଟିଲା। ସେ ଯିହୋରାମଙ୍କ ପୂର୍ବପୁରୁଷଗଣଙ୍କର ପରମେଶ୍ୱର ଅଟନ୍ତି।
11
ଯିହୋରାମ୍ ଯିହୁଦାର ପର୍ବତମାନଙ୍କରେ ଉଚ୍ଚସ୍ଥାନମାନ ନିର୍ମାଣ କଲେ। ଯିହୋରାମ୍ ଯିରୁଶାଲମର ଓ ଯିହୁଦାର ଲୋକମାନଙ୍କୁ ଭୁଲ୍ ପଥରେ ଆଗେଇ ନେଲେ।
12
ଯିହୋରାମ୍ ଭବିଷ୍ୟଦ୍ବକ୍ତା ଏଲିୟଙ୍କଠାରୁ ଏକ ବାର୍ତ୍ତା ପାଇଲେ। ସେହି ବାର୍ତ୍ତାରେ ଏହିପରି ଲେଖାଥିଲା: “ସଦାପ୍ରଭୁ ପରମେଶ୍ୱର ଏହିକଥା କହନ୍ତି। ତୁମ୍ଭ ପିତା ଦାଉଦ ଯାହାଙ୍କର ଅନୁଗମନ କରିଥିଲେ, ଏ ସେହି ପରମେଶ୍ୱର ଅଟନ୍ତି। ସଦାପ୍ରଭୁ କହନ୍ତି, ‘ଯିହୋରାମ୍, ତୁମ୍ଭ ପିତା ଯିହୋଶାଫଟ୍ ଯେଉଁ ପ୍ରକାର ଜୀବନଯାପନ କରିଥିଲେ, ତୁମ୍ଭେ ସେ ପ୍ରକାର କରି ନାହଁ। ଯିହୁଦାର ରାଜା ଆସା ଯେପ୍ରକାର ଜୀବନଯାପନ କରିଥିଲେ, ତୁମ୍ଭେ ସେପରି ଜୀବନଯାପନ କରି ନାହଁ।
13
କିନ୍ତୁ ତୁମ୍ଭେ ଇସ୍ରାଏଲର ରାଜାମାନଙ୍କ ପରି ଜୀବନଯାପନ କରିଅଛ। ତୁମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ କର୍ମ କରିବାରୁ ନିବୃତ୍ତ କରିଅଛ। ଆହାବ ଓ ତାଙ୍କର ପରିବାର ଏହିପରି କରିଥିଲେ। ସେମାନେ ପରମେଶ୍ୱରଙ୍କ ପ୍ରତି ଅବିଶ୍ୱସ୍ତ ହୋଇଥିଲେ। ତୁମ୍ଭେ ତୁମ୍ଭର ଭ୍ରାତାମାନଙ୍କୁ ହତ୍ୟା କରିଅଛ ଏବଂ ତୁମ୍ଭର ପିତାଙ୍କର ସମସ୍ତ ସମ୍ପତ୍ତିକୁ ନଷ୍ଟ କରିଛ। ତୁମ୍ଭର ଭ୍ରାତାମାନେ ତୁମ୍ଭଠାରୁ ଉତ୍ତମ ଥିଲେ।
14
ତେଣୁ ବର୍ତ୍ତମାନ ସଦାପ୍ରଭୁ ଅତିଶୀଘ୍ର ତୁମ୍ଭର ଲୋକମାନଙ୍କୁ ବହୁତ ଦଣ୍ଡ ଦେବେ। ସଦାପ୍ରଭୁ ତୁମ୍ଭର ସ୍ତ୍ରୀ, ସନ୍ତାନ ଓ ସମସ୍ତ ସମ୍ପତ୍ତିକୁ ଦଣ୍ଡିତ କରିବେ।
15
ତୁମ୍ଭର ଅନ୍ତରେ ଏକ ଭୟଙ୍କର ରୋଗ ହେବ। ତାହା ଦିନକୁ ଦିନ ପ୍ରବଳତର ହେବ। ଶେଷରେ ସେହି ଭୟଙ୍କର ରୋଗ ହେତୁ ତୁମ୍ଭର ଅନ୍ତବୁଜୁଳା ବାହାରି ପଡ଼ିବ।’”
16
କୂଶୀୟମାନଙ୍କ ନିକଟରେ ବାସ କରୁଥିବା ପଲେଷ୍ଟୀୟ ଓ ଆରବୀୟମାନଙ୍କୁ ଯିହୋରାମଙ୍କ ଉପରେ ସଦାପ୍ରଭୁ କ୍ରୋଧିତ କରାଇଲେ।
17
ସେହି ଲୋକମାନେ ଯିହୁଦା ଦେଶ ଆକ୍ରମଣ କଲେ। ସେମାନେ ରାଜାଙ୍କ ଗୃହରେ ଥିବା ସମସ୍ତ ଧନରତ୍ନ ଲୁଟି ନେଲେ ଓ ଯିହୋରାମଙ୍କ ପୁତ୍ର ଓ ସ୍ତ୍ରୀଗଣଙ୍କୁ ନେଇଗଲେ। କେବଳ ଯିହୋରାମଙ୍କ କନିଷ୍ଠ ପୁତ୍ର ରକ୍ଷା ପାଇଯାଇଥିଲା। ଯିହୋରାମଙ୍କ କନିଷ୍ଠ ପୁତ୍ରର ନାମ ଥିଲା ଯିହୋୟାହସ୍।
18
ଏହି ସମସ୍ତ ଘଟଣା ଘଟିବା ପରେ, ସଦାପ୍ରଭୁ ଯିହୋରାମଙ୍କୁ ଏକ ଭୟଙ୍କର ଆନ୍ତ୍ରିକ ରୋଗରେ ପୀଡ଼ିତ କଲେ, ଯାହାକି ସୁସ୍ଥ ହୋଇ ପାରିଲା ନାହିଁ।
19
ଆଉ, ଦୁଇ ବର୍ଷ ପରେ ଅତିରିକ୍ତ ଅସୁସ୍ଥତା ହେତୁରୁ ଯିହୋରାମଙ୍କର ଅନ୍ତବୁଜୁଳା ବାହାରି ପଡ଼ିଲା। ଅତ୍ୟନ୍ତ ଯନ୍ତ୍ରଣା ଭୋଗି ସେ ମୃତ୍ୟୁବରଣ କଲେ। ତାଙ୍କ ପିତାଙ୍କ ନିମନ୍ତେ ଯେପରି କରିଥିଲେ, ଲୋକମାନେ ସେପରି ଯିହୋରାମଙ୍କ ସମ୍ମାନାର୍ଥେ ବିରାଟ ଅଗ୍ନିଦାହ କଲେ ନାହିଁ।
20
ଯିହୋରାମ୍ ରାଜା ହେବା ସମୟରେ ବତିଶ୍ ବର୍ଷ ବୟସ୍କ ଥିଲେ। ସେ ଯିରୁଶାଲମରେ ଆଠ ବର୍ଷ ରାଜତ୍ୱ କଲେ। ଯିହୋରାମଙ୍କ ମୃତ୍ୟୁରେ କୌଣସି ବ୍ୟକ୍ତି ଦୁଃଖ କଲେ ନାହିଁ। ଲୋକମାନେ ଯିହୋରାମଙ୍କୁ ଦାଉଦଙ୍କ ନଗରରେ କବର ଦେଲେ ସତ, କିନ୍ତୁ ଯେଉଁଠାରେ ରାଜାମାନଙ୍କୁ କବର ଦିଆଯାଏ, ସେଠାରେ କବର ଦେଲେ ନାହିଁ।
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 22 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36