bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Chronicles 7
2 Chronicles 7
Odia Bible ERV 2004 (ପବିତ୍ର ବାଇବଲ)
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 8 →
1
ମନ୍ଦିର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହେଲା ଶଲୋମନ ପ୍ରାର୍ଥନା କରି ସାରିବା ପରେ ଆକାଶରୁ ଅଗ୍ନି ଆସି ହୋମବଳି ଓ ବଳିଦାନକୁ ଗ୍ରାସ କଲା ଓ ସଦାପ୍ରଭୁଙ୍କ ଗୌରବ ମନ୍ଦିରକୁ ପୂର୍ଣ୍ଣ କଲା।
2
ସଦାପ୍ରଭୁଙ୍କ ମହିମା ମନ୍ଦିରକୁ ପୂର୍ଣ୍ଣ କରିଥିବାରୁ ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ପ୍ରବେଶ କରି ପାରିଲେ ନାହିଁ।
3
ଇସ୍ରାଏଲର ସମସ୍ତ ଲୋକ ସ୍ୱର୍ଗରୁ ଅଗ୍ନି ପଡ଼ିବା ଦେଖିଲେ। ଇସ୍ରାଏଲର ଲୋକମାନେ ମନ୍ଦିର ଉପରେ ସଦାପ୍ରଭୁଙ୍କ ମହିମାକୁ ମଧ୍ୟ ଦେଖି ପାରିଲେ। ସେମାନେ ଭୂମି ଉପରେ ସେମାନଙ୍କର ମୁଣ୍ଡ ନୁଆଇଁ ଭୂମିଷ୍ଠ ପ୍ରଣାମ କଲେ। ସେମାନେ ସଦାପ୍ରଭୁଙ୍କର ଉପାସନା ଓ ଧନ୍ୟବାଦ କଲେ। ସେମାନେ ଗାଇଲେ, “ସଦାପ୍ରଭୁ ଉତ୍ତମ ଅଟନ୍ତି ଓ ତାଙ୍କର ଦୟା ଚିରକାଳ ନିମନ୍ତେ ଅବିରତ ରହିଥାଏ।”
4
ଏହା ପରେ ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ସଦାପ୍ରଭୁଙ୍କ ସମ୍ମୁଖରେ ବଳିଦାନ ଉତ୍ସର୍ଗ କଲେ।
5
ରାଜା ଶଲୋମନ 22,000 ବଳଦ ଓ 120,000 ମେଣ୍ଢା ଉତ୍ସର୍ଗ କଲେ। ରାଜା ଓ ସମସ୍ତ ଲୋକ ପରମେଶ୍ୱରଙ୍କ ମନ୍ଦିରକୁ ସମର୍ପଣ କଲେ।
6
ଯାଜକମାନେ ସେମାନଙ୍କର କାର୍ଯ୍ୟ କରିବା ନିମନ୍ତେ ପ୍ରସ୍ତୁତ ହୋଇ ଠିଆ ହୋଇ ରହିଥିଲେ। ଲେବୀୟଗଣ ଯେଉଁ ବାଦ୍ୟଯନ୍ତ୍ରଗୁଡ଼ିକ ସହିତ ଠିଆ ହୋଇ ରହିଥିଲେ, ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବା ନିମନ୍ତେ ସେହି ବାଦ୍ୟଯନ୍ତ୍ରଗୁଡ଼ିକ ରାଜା ଦାଉଦଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଯାଜକ ଓ ଲେବୀୟମାନେ କହୁଥିଲେ, “ସଦାପ୍ରଭୁଙ୍କ ପ୍ରେମ ଚିରକାଳସ୍ଥାୟୀ ଅଟେ!” ସେମାନେ ଲେବୀୟମାନଙ୍କ ଓ ଇସ୍ରାଏଲର ସମସ୍ତ ଲୋକମାନଙ୍କର ବିପରୀତ ଦିଗରେ ଠିଆ ହୋଇ ତୂରୀ ବଜାଇଲେ।
7
ଶଲୋମନ ପ୍ରାଙ୍ଗଣର ମଧ୍ୟଭାଗରେ ବେଦିକୁ ଧାର୍ମିକ କାର୍ଯ୍ୟ ପାଇଁ ସମର୍ପଣ କଲେ। ଏହି ପ୍ରାଙ୍ଗଣ ସଦାପ୍ରଭୁଙ୍କ ମନ୍ଦିରର ସମ୍ମୁଖରେ ଥିଲା। ସେଠାରେ ଶଲୋମନ ହୋମବଳି ଓ ସହଭାଗିତାର ନୈବେଦ୍ୟର ଚର୍ବ୍ବୀ ଉତ୍ସର୍ଗ କଲେ। ଶଲୋମନ ପ୍ରାଙ୍ଗଣର ମଧ୍ୟଭାଗକୁ ବ୍ୟବହାର କଲେ, କାରଣ ସେ ଯେଉଁ ପିତ୍ତଳ ନିର୍ମିତ ଯଜ୍ଞବେଦି ନିର୍ମାଣ କରିଥିଲେ, ତାହା ହୋମବଳି, ଶସ୍ୟ ନୈବେଦ୍ୟ ଓ ଚର୍ବ୍ବୀକୁ ଏକା ବେଳେ ଧାରଣ କରିପାରୁ ନ ଥିଲା।
8
ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ସାତ ଦିନ ପର୍ଯ୍ୟନ୍ତ ଭୋଜି ଉତ୍ସବ ପାଳନ କଲେ। ଶଲୋମନଙ୍କ ସହିତ ଲୋକମାନଙ୍କର ଏକ ବିରାଟ ସମାବେଶ ହେଲା। ସେହି ଲୋକମାନେ ଲିବୋ-ହମାତ୍ ଓ ମିଶରର ସୀମାରୁ ଆସିଥିଲେ।
9
ଅଷ୍ଟମ ଦିନରେ ସେମାନେ ଏକ ପବିତ୍ର ସଭା କଲେ, କାରଣ ସେମାନେ ସାତ ଦିନ ଯଜ୍ଞବେଦିକୁ ଉତ୍ସର୍ଗ କରିବାରେ କଟାଇଲେ। ଆଉ ସେମାନେ ସାତ ଦିନ ପର୍ଯ୍ୟନ୍ତ ଭୋଜି ଉତ୍ସବ ପାଳନ କଲେ।
10
ସପ୍ତମ ମାସର ତେଇଶତମ ଦିନରେ ଶଲୋମନ ଲୋକମାନଙ୍କୁ ସେମାନଙ୍କ ଗୃହମାନଙ୍କୁ ପଠାଇ ଦେଲେ। ଲୋକମାନେ ଅତ୍ୟନ୍ତ ଆନନ୍ଦିତ ଥିଲେ ଓ ସେମାନଙ୍କ ହୃଦୟ ଆନନ୍ଦରେ ପୂର୍ଣ୍ଣ ଥିଲା, କାରଣ ସଦାପ୍ରଭୁ ଦାଉଦ, ଶଲୋମନ ଓ ତାଙ୍କ ଲୋକ ଇସ୍ରାଏଲ ପ୍ରତି ଅତ୍ୟନ୍ତ ମଙ୍ଗଳମୟ ହୋଇଥିଲେ।
11
ସଦାପ୍ରଭୁ ଶଲୋମନଙ୍କ ନିକଟକୁ ଆସିଲେ ଶଲୋମନ ସଦାପ୍ରଭୁଙ୍କ ମନ୍ଦିର ଓ ରାଜାଙ୍କ ଗୃହକୁ ସମାପ୍ତ କଲେ। ସଦାପ୍ରଭୁଙ୍କ ମନ୍ଦିର ଓ ତାଙ୍କ ସ୍ୱଗୃହ ନିମନ୍ତେ ଶଲୋମନ ଯେଉଁ ସମସ୍ତ ଯୋଜନା କରିଥିଲେ, ସେହି ସମସ୍ତ ବିଷୟ ସମ୍ପୂର୍ଣ୍ଣ କରିବାରେ ସଫଳ ହେଲା।
12
ଏହା ପରେ ସଦାପ୍ରଭୁ ରାତ୍ରି ସମୟରେ ଶଲୋମନଙ୍କ ନିକଟକୁ ଆସିଲେ। ସଦାପ୍ରଭୁ ତାଙ୍କୁ କହିଲେ, “ଶଲୋମନ, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ ଏବଂ ଆମ୍ଭେ ଏହି ସ୍ଥାନକୁ ମନ୍ଦିର ରୂପେ ମନୋନୀତ କରିଅଛୁ। ଯେଉଁଠାରେ ଲୋକମାନେ ମୋତେ ନୈବେଦ୍ୟ ଉତ୍ସର୍ଗ କରି ପାରିବେ।
13
ଯେତେବେଳେ ଆମ୍ଭେ ଆକାଶ ରୁଦ୍ଧ କରୁ, ବର୍ଷା ହୁଏ ନାହିଁ, କି ଆମ୍ଭେ ପଙ୍ଗପାଳମାନଙ୍କୁ ଦେଶ ବିନାଶ କରିବାକୁ ଆଦେଶ ଦେଉ ଅବା ଆମ୍ଭେ ଆମ୍ଭର ଲୋକମାନଙ୍କ ନିକଟକୁ ରୋଗ ପ୍ରେରଣ କରୁ,
14
ସେତେବେଳେ ଯଦି ଆମ୍ଭ ନାମରେ ନାମିତ ଲୋକମାନେ ନମ୍ର ହୋଇ ପ୍ରାର୍ଥନା କରିବେ ଓ ଆମ୍ଭକୁ ଖୋଜିବେ, ଆଉ ସେମାନଙ୍କର ମନ୍ଦ ପଥରୁ ଫେରି ଆସିବେ, ସେତେବେଳେ ଆମ୍ଭେ ସ୍ୱର୍ଗରୁ ସେମାନଙ୍କର ପ୍ରାର୍ଥନା ଶୁଣିବା। ଆଉ, ଆମ୍ଭେ ସେମାନଙ୍କର ପାପସବୁ କ୍ଷମା କରିବା ଓ ଆମ୍ଭେ ସେମାନଙ୍କର ଦେଶକୁ ସୁସ୍ଥ କରିବା।
15
ବର୍ତ୍ତମାନ, ଆମ୍ଭର ଚକ୍ଷୁ ଉନ୍ମୁକ୍ତ ହେବ ଓ ଏହି ସ୍ଥାନରେ ଯେଉଁସବୁ ପ୍ରାର୍ଥନା କରାଯିବ, ତାହାକୁ ଆମ୍ଭର କର୍ଣ୍ଣ ଧ୍ୟାନପୂର୍ବକ ଶୁଣିବ।
16
ଆମ୍ଭେ ଏହି ମନ୍ଦିରକୁ ମନୋନୀତ କରୁଅଛୁ ଏବଂ ଆମ୍ଭ ନାମ ଯେପରି ଚିରକାଳ ନିମନ୍ତେ ଏହି ସ୍ଥାନରେ ରହିବ, ସେଥିନିମନ୍ତେ ଆମ୍ଭେ ଏହାକୁ ପବିତ୍ର କରିଅଛୁ। ହଁ, ଆମ୍ଭ ଚକ୍ଷୁ ଓ ହୃଦୟ ଏହି ମନ୍ଦିରରେ ସଦାସର୍ବଦା ରହିବ।
17
“ବର୍ତ୍ତମାନ ହେ ଶଲୋମନ, ତୁମ୍ଭେ ତୁମ୍ଭର ପିତା ଦାଉଦଙ୍କ ତୁଲ୍ୟ ଯଦି ଆମ୍ଭ ସମ୍ମୁଖରେ ଜୀବନଯାପନ କରିବ ଓ ଆମ୍ଭେ ଯେ ସମସ୍ତ ଆଦେଶ ଦେଇଅଛୁ, ତାହା ସବୁ ମାନିବ ଏବଂ ଯଦି ତୁମ୍ଭେ ଆମ୍ଭର ସମସ୍ତ ନିୟମ ଓ ନୀତି ପାଳନ କରିବ,
18
ତା’ହେଲେ ଆମ୍ଭେ ତୁମ୍ଭର ରାଜ୍ୟକୁ ମହାନ କରିବା। ଆମ୍ଭେ ତୁମ୍ଭର ପିତା ଦାଉଦଙ୍କ ସହିତ ଏହି ଚୁକ୍ତି କରିଥିଲୁ। ଆମ୍ଭେ ତାଙ୍କୁ କହିଥିଲୁ, ‘ଦାଉଦ, ତୁମ୍ଭ ବଂଶରୁ ସର୍ବଦା ଜଣେ ବ୍ୟକ୍ତି ଇସ୍ରାଏଲର ରାଜା ହେବ।’
19
“କିନ୍ତୁ ଯଦି ତୁମ୍ଭେ ଆମ୍ଭେ ଦେଇଥିବା ଆଦେଶ ଓ ବ୍ୟବସ୍ଥାକୁ ବାଧ୍ୟ ହେବ ନାହିଁ, ଏବଂ ଯଦି ତୁମ୍ଭେ ଅନ୍ୟ ଦେବତାମାନଙ୍କର ସେବା ଓ ଉପାସନା କରିବ,
20
ତେବେ ଆମ୍ଭେ ଇସ୍ରାଏଲର ଲୋକଙ୍କୁ ଯେଉଁ ଦେଶ ଦେଇଅଛୁ, ଆମ୍ଭର ସେହି ଦେଶରୁ ସେମାନଙ୍କୁ ବାହାର କରିଦେବା। ଆଉ ଆମ୍ଭେ ଆମ୍ଭର ନାମ ନିମନ୍ତେ ପବିତ୍ର କରିଥିବା ଏହି ମନ୍ଦିରକୁ ପରିତ୍ୟାଗ କରିବା। ଆମ୍ଭେ ଏହି ମନ୍ଦିରକୁ ଏପ୍ରକାର କରିବା ଯେ, ସବୁ ଜାତିର ଲୋକମାନେ ଏହାକୁ ତାଚ୍ଛଲ୍ୟ କରିବେ।
21
ଉଚ୍ଚ ସମ୍ମାନ ପ୍ରାପ୍ତ ଏହି ମନ୍ଦିର ପାର୍ଶ୍ୱ ଦେଇ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ଆଶ୍ଚର୍ଯ୍ୟାନ୍ୱିତ ହେବେ। ସେମାନେ କହିବେ, ‘ସଦାପ୍ରଭୁ କାହିଁକି ଏହି ଦେଶ ଓ ଏହି ମନ୍ଦିର ପ୍ରତି ଏ ପ୍ରକାର ଭୟଙ୍କର ବିପତ୍ତି ଘଟାଇଲେ?’
22
ତେବେ ଲୋକମାନେ ଉତ୍ତର ଦେଇ କହିବେ, ‘କାରଣ ଲୋକମାନେ ସେହି ସଦାପ୍ରଭୁ ପରମେଶ୍ୱରଙ୍କୁ ପରିତ୍ୟାଗ କଲେ, ଯାହାଙ୍କୁ ସେମାନଙ୍କର ପୂର୍ବପୁରୁଷମାନେ ମାନୁଥିଲେ। ସେହି ପରମେଶ୍ୱର ହିଁ ସେମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଥିଲେ। କିନ୍ତୁ ଇସ୍ରାଏଲର ଲୋକମାନେ ଅନ୍ୟ ଲୋକମାନଙ୍କର ଦେବତାମାନଙ୍କୁ ଗ୍ରହଣ କଲେ। ସେମାନେ ଅନ୍ୟ ଦେବତାମାନଙ୍କର ଉପାସନା ଓ ସେବା କଲେ। ଏଥିନିମନ୍ତେ ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କ ଉପରେ ଏପ୍ରକାର ଭୟଙ୍କର ବିପତ୍ତି ଘଟାଇଲେ।”
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 8 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36