bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Chronicles 9
2 Chronicles 9
Odia Bible ERV 2004 (ପବିତ୍ର ବାଇବଲ)
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 10 →
1
ଶିବାର ରାଣୀ ଶଲୋମନଙ୍କୁ ଭେଟିବା ନିମନ୍ତେ ଆସନ୍ତି ଶିବାର ରାଣୀ ଶଲୋମନଙ୍କର ସୁଖ୍ୟାତି ବିଷୟରେ ଶୁଣିବାକୁ ପାଇଲେ। ତେଣୁ ସେ କଠିନ ପ୍ରଶ୍ନ ଦ୍ୱାରା ଶଲୋମନଙ୍କୁ ପରୀକ୍ଷା କରିବା ନିମନ୍ତେ ଯିରୁଶାଲମକୁ ଆସିଲେ। ଶିବାର ରାଣୀଙ୍କ ସହିତ ତାଙ୍କ ଲୋକମାନଙ୍କର ଏକ ବୃହତ୍ ଦଳ ଥିଲା। ତାଙ୍କ ସହିତ ମସଲା, ପ୍ରଚୁର ସୁନା ଓ ବହୁମୂଲ୍ୟ ପଥରରେ ଲଦି ହୋଇଥିବା ଓଟମାନେ ଥିଲେ। ସେ ଶଲୋମନଙ୍କ ନିକଟକୁ ଆସିଲେ ଓ ସେ ଯେଉଁ ବିଷୟରେ ଆଲୋଚନା କରିବାକୁ ଗ୍ଭହୁଁଥିଲେ, ସେ ବିଷୟରେ ପଗ୍ଭରିଲେ। ଶଲୋମନଙ୍କୁ ପଗ୍ଭରିବା ନିମନ୍ତେ ତାଙ୍କ ନିକଟରେ ଅନେକ ପ୍ରଶ୍ନ ଥିଲା।
2
ଶଲୋମନ ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଲେ। ଶଲୋମନଙ୍କ ନିମନ୍ତେ ଉତ୍ତର ଦେବା କିମ୍ବା ବୁଝାଇ ଦେବା ପାଇଁ କୌଣସି କଠିନ ବିଷୟ ନ ଥିଲା।
3
ଶିବାର ରାଣୀ ଶଲୋମନଙ୍କର ଜ୍ଞାନ ଓ ତାଙ୍କ ନିର୍ମିତ ଗୃହ ଦେଖିଲେ।
4
ସେ ଶଲୋମନଙ୍କ ମେଜ ଉପରେ ରଖା ଯାଉଥିବା ଖାଦ୍ୟ ଓ ତାଙ୍କର ଅନେକ ବିଶେଷ କର୍ମଗ୍ଭରୀଗଣଙ୍କୁ ଦେଖିଲେ। ସେ ତାଙ୍କର ଗ୍ଭକରମାନଙ୍କର ବସ୍ତ୍ର ଓ କାର୍ଯ୍ୟ କରିବାର ପ୍ରଣାଳୀ ଦେଖିଲେ। ସେ ଶଲୋମନଙ୍କର ମଦ୍ୟ ପରିବେଷଣକାରୀମାନଙ୍କୁ ଓ ସେମାନଙ୍କର ବସ୍ତ୍ରକୁ ଦେଖିଲେ। ସେ ଶଲୋମନଙ୍କ ଦ୍ୱାରା ସଦାପ୍ରଭୁଙ୍କ ମନ୍ଦିରରେ ଉତ୍ସର୍ଗୀକୃତ ହୋମବଳିଗୁଡ଼ିକୁ ଦେଖିଲେ। ଶିବାର ରାଣୀ ଯେତେବେଳେ ଏହିସବୁ ବିଷୟ ଦେଖିଲେ, ସେ ହତଚକିତ ହୋଇଗଲେ।
5
ଏହା ପରେ ସେ ଶଲୋମନଙ୍କୁ କହିଲେ, “ମୁଁ ମୋ’ ଦେଶରେ ଆପଣଙ୍କ ମହାନ କାର୍ଯ୍ୟାବଳୀ ଓ ଆପଣଙ୍କ ଜ୍ଞାନ ସମ୍ବନ୍ଧରେ ଯାହା ଶୁଣିଥିଲି, ତାହା ସତ୍ୟ ଅଟେ।
6
ମୁଁ ଏହି ସ୍ଥାନକୁ ନ ଆସିବା ପର୍ଯ୍ୟନ୍ତ ଓ ନିଜ ଚକ୍ଷୁରେ ନ ଦେଖିବା ପର୍ଯ୍ୟନ୍ତ ସେହି ଗଳ୍ପଗୁଡ଼ିକୁ ବିଶ୍ୱାସ କରୁ ନ ଥିଲି। ଓଃ, ଆପଣଙ୍କ ମହାନ ଜ୍ଞାନର ଅର୍ଦ୍ଧେକ ସୁଦ୍ଧା ମୋତେ କୁହାଯାଇ ନ ଥିଲା। ମୁଁ ଯେଉଁ ସମସ୍ତ ଗଳ୍ପ ଶୁଣିଥିଲି, ଆପଣ ସେ ସବୁଥିରୁ ଆହୁରି ଅଧିକ ମହାନ ଅଟନ୍ତି।
7
ତୁମ୍ଭର ଲୋକମାନେ ଓ ସେବକଗଣ ଅତ୍ୟନ୍ତ ସୌଭାଗ୍ୟଶାଳୀ ଅଟନ୍ତି। ସେମାନେ ଆପଣଙ୍କର ସେବା କରିବା ସମୟରେ ଆପଣଙ୍କ ଜ୍ଞାନର କଥା ଶୁଣିପାରନ୍ତି।
8
ଆପଣଙ୍କର ସଦାପ୍ରଭୁ ପରମେଶ୍ୱର ପ୍ରଶଂସିତ ହୁଅନ୍ତୁ। ସେ ଆପଣଙ୍କଠାରେ ପ୍ରସନ୍ନ ଅଟନ୍ତି ଓ ଆପଣଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ସେବା କରିବା ନିମନ୍ତେ ସେ ଆପଣଙ୍କୁ ଏହି ସିଂହାସନରେ ଉପବିଷ୍ଟ କରାଇଅଛନ୍ତି। ଆପଣଙ୍କ ପରମେଶ୍ୱର ଇସ୍ରାଏଲକୁ ପ୍ରେମ କରନ୍ତି ଓ ଅନନ୍ତକାଳ ନିମନ୍ତେ ଇସ୍ରାଏଲର ସପକ୍ଷ ଅଟନ୍ତି। ସେଥିନିମନ୍ତେ ସଦାପ୍ରଭୁ ଉତ୍ତମ ଓ ଯଥାର୍ଥ କର୍ମ କରିବା ନିମନ୍ତେ ଆପଣଙ୍କୁ ଇସ୍ରାଏଲର ରାଜା କରିଅଛନ୍ତି।”
9
ଏହା ପରେ ଶିବାର ରାଣୀ ରାଜା ଶଲୋମନଙ୍କୁ 120 ତାଳନ୍ତ ସୁନା, ପ୍ରଚୁର ପରିମାଣର ମସଲା ଓ ମୂଲ୍ୟବାନ ପ୍ରସ୍ତରମାନ ପ୍ରଦାନ କଲେ। ଶିବାର ରାଣୀଙ୍କ ପରି କୌଣସି ବ୍ୟକ୍ତି ଶଲୋମନଙ୍କୁ ଏ ପ୍ରକାର ବିଶୁଦ୍ଧ ମସଲା ଦେଇ ନ ଥିଲା।
10
ହୂରମ୍ଙ୍କ ଦାସ ଓ ଶଲୋମନଙ୍କ ଦାସମାନେ ଓଫୀରକୁ ସୁନା ଆଣିଲେ। ଆହୁରି ମଧ୍ୟ, ସେମାନେ ଆଲ୍ଗମ୍ କାଠ ଓ ବହୁମୂଲ୍ୟ ପଥରସବୁ ଆଣିଲେ।
11
ରାଜା ଶଲୋମନ ସଦାପ୍ରଭୁଙ୍କ ମନ୍ଦିରର ପହାଚ ଓ ରାଜାଙ୍କ ଗୃହ ନିର୍ମାଣ କରିବା ନିମନ୍ତେ ଆଲ୍ଗମ୍ କାଠକୁ ବ୍ୟବହାର କଲେ। ଶଲୋମନ ଗାୟକମାନଙ୍କ ନିମନ୍ତେ ବୀଣା ଓ ସାରଙ୍ଗ ବାଦ୍ୟ ନିର୍ମାଣ କରିବା ନିମନ୍ତେ ମଧ୍ୟ ଆଲ୍ଗମ୍ କାଠ ବ୍ୟବହାର କଲେ। ଯିହୁଦା ଦେଶର କୌଣସି ବ୍ୟକ୍ତି ଆଲ୍ଗମ୍ କାଠରୁ ଏପ୍ରକାର ସୁନ୍ଦର ବସ୍ତୁ ନିର୍ମିତ ହେବା ପୂର୍ବରୁ କେବେ ମଧ୍ୟ ଦେଖି ନ ଥିଲେ।
12
ଶିବାର ରାଣୀ ରାଜା ଶଲୋମନଙ୍କୁ ଯାହାକିଛି ମାଗିଲେ, ସେ ତାଙ୍କୁ ସେହି ସମସ୍ତ ପ୍ରଦାନ କଲେ। ଶିବାର ରାଣୀ ତାଙ୍କୁ ଦେବା ନିମନ୍ତେ ଯେଉଁସବୁ ବସ୍ତୁ ଆଣିଥିଲେ, ଶଲୋମନ ତାହାଠାରୁ ଅଧିକ ପରିମାଣରେ ବସ୍ତୁ ତାଙ୍କୁ ଦେଲେ। ଏହା ପରେ ଶିବାର ରାଣୀ ଓ ତାଙ୍କର ଦାସମାନେ ନିଜ ଦେଶକୁ ଫେରିଗଲେ।
13
ଶଲୋମନଙ୍କର ଅସୁମାରୀ ଧନସମ୍ପଦ ଏକ ବର୍ଷ ମଧ୍ୟରେ ଶଲୋମନ ଯେତେ ପରିମାଣରେ ସୁନା ପାଇଥିଲେ, ତାହାର ଓଜନ 666 ତାଳନ୍ତ ହେଲା।
14
ଭ୍ରମଣକାରୀ ବଣିକ ଓ ବ୍ୟବସାୟୀମାନେ ଶଲୋମନଙ୍କ ନିମନ୍ତେ ଆହୁରି ସୁନା ଆଣିଲେ। ଆରବର ସମସ୍ତ ରାଜାଗଣ ଓ ଦେଶର ଶାସକଗଣ ଶଲୋମନଙ୍କ ନିକଟକୁ ସୁନା ଓ ରୂପା ନେଇ ଆସିଲେ।
15
ଶଲୋମନ ପିଟା ସୁନାରୁ 200 ବୃହତ୍ ଢାଲ ନିର୍ମାଣ କଲେ। ପ୍ରତ୍ୟେକଟି ଢାଲ ନିମନ୍ତେ 600 ଶେକଲ ପିଟା ସୁନା ବ୍ୟବହୃତ ହୋଇଥିଲା।
16
ଆହୁରି ମଧ୍ୟ ଶଲୋମନ ପିଟା ସୁନାରୁ 300ଟି କ୍ଷୁଦ୍ର ଢାଲ ନିର୍ମାଣ କଲେ। ପ୍ରତ୍ୟେକ ଢାଲ ନିମନ୍ତେ 300 ଶେକଲ ସୁନା ବ୍ୟବହୃତ ହୋଇଥିଲା। ରାଜା ଶଲୋମନ “ଲିବାନୋନ୍ର ଅରଣ୍ୟ” ନାମକ ଗୃହରେ ଏହି ସୁବର୍ଣ୍ଣ ଢାଲଗୁଡ଼ିକ ରଖିଲେ।
17
ରାଜା ଶଲୋମନ ଏକ ବୃହତ୍ ସିଂହାସନ ନିର୍ମାଣ କରିବା ନିମନ୍ତେ ହାତୀଦାନ୍ତର ବ୍ୟବହାର କଲେ। ସେ ସେହି ସିଂହାସନକୁ ଖାଣ୍ଟି ସୁନା ଦ୍ୱାରା ଆବୃତ କଲେ।
18
ସେହି ଛଅ ଗୋଟି ପାହାଚ ସିଂହାସନ ନିକଟକୁ ରାସ୍ତା କଢ଼ାଇ ନେଲା। ସୁନାରେ ନିର୍ମିତ ଏକ ପାଦପୀଠ ତାହାର ଥିଲା। ସିଂହାସନର ଆସନର ଉଭୟ ପାର୍ଶ୍ୱରେ ବାହୁଭରାମାନ ଥିଲା। ପ୍ରତ୍ୟେକ ବାହୁଭରାର ପାର୍ଶ୍ୱରେ ଗୋଟିଏ ଲେଖାଏଁ ସିଂହମୂର୍ତ୍ତି ଦଣ୍ଡାୟମାନ ଥିଲା।
19
ଛଅ ଗୋଟି ପାହାଚରେ ବାର ଗୋଟି ସିଂହଙ୍କର ପ୍ରତିମୂର୍ତ୍ତି ଥିଲା। ପ୍ରତ୍ୟେକ ପାହାଚର ଶେଷରେ ଗୋଟିଏ ସିଂହ ଥିଲା। ଅନ୍ୟ କୌଣସି ରାଜ୍ୟରେ ଏ ପ୍ରକାର ସିଂହାସନ ନିର୍ମିତ ହୋଇ ନ ଥିଲା।
20
ରାଜା ଶଲୋମନଙ୍କର ସମସ୍ତ ପାନପାତ୍ର ସ୍ଥାନରେ ନିର୍ମିତ ହୋଇଥିଲା। “ଲିବାନୋନ୍ର ଅରଣ୍ୟସ୍ଥିତ” ଗୃହର ସମସ୍ତ ଗୃହୋପକରଣ ଖାଣ୍ଟି ସୁନାରେ ନିର୍ମିତ ହୋଇଥିଲା। ଶଲୋମନଙ୍କ ସମୟରେ ରୂପା ଏକ ବହୁମୂଲ୍ୟ ଦ୍ରବ୍ୟରୂପେ ଗଣ୍ୟ ହେଉ ନ ଥିଲା।
21
ରାଜା ଶଲୋମନଙ୍କର ଜାହାଜମାନ ଥିଲା, ଯେଉଁଗୁଡ଼ିକ କି ତର୍ଶୀଶକୁ ଯାଉଥିଲା। ହୂରମ୍ଙ୍କ ଲୋକମାନେ ଶଲୋମନଙ୍କ ଜାହାଜର ନାବିକ ଥିଲେ। ପ୍ରତି ତିନି ବର୍ଷରେ ଥରେ ସେହି ଜାହାଜଗୁଡ଼ିକ ଶଲୋମନଙ୍କ ନିକଟକୁ ସୁନା, ରୂପା, ହାତୀଦାନ୍ତ, ମାଙ୍କଡ଼ ଓ ମୟୁରମାନ ବହି ଆଣୁଥିଲେ।
22
ରାଜା ଶଲୋମନ ପୃଥିବୀସ୍ଥ ଅନ୍ୟ ରାଜାମାନଙ୍କଠାରୁ ଧନସମ୍ପଦ ଓ ଜ୍ଞାନରେ ଅତ୍ୟନ୍ତ ମହାନ ହୋଇ ଉଠିଲେ।
23
ପୃଥିବୀର ସମସ୍ତ ରାଜାଗଣ ଶଲୋମନଙ୍କୁ ସାକ୍ଷାତ କରିବାକୁ ଓ ତାଙ୍କର ଜ୍ଞାନପୂର୍ଣ୍ଣ ବିଗ୍ଭର ଶୁଣିବା ପାଇଁ ଆସିବାକୁ ଲାଗିଲେ। ପରମେଶ୍ୱର ଶଲୋମନଙ୍କୁ ସେହିପରି ଜ୍ଞାନ ପ୍ରଦାନ କରିଥିଲେ।
24
ପ୍ରତି ବର୍ଷ ସେହି ରାଜାମାନେ ଶଲୋମନଙ୍କ ନିମନ୍ତେ ଉପହାରମାନ ନେଇ ଆସୁଥିଲେ। ସେମାନେ ସୁନା, ରୂପା ଦ୍ରବ୍ୟ, ବସ୍ତ୍ର, ଯୁଦ୍ଧସାଜ, ମଶାଲ, ଅଶ୍ୱଗୁଡ଼ିକ ଓ ଖଚରମାନ ଆଣିଲେ।
25
ଅଶ୍ୱ ଓ ରଥମାନଙ୍କୁ ରଖବା ନିମନ୍ତେ ଶଲୋମନଙ୍କର 4000 ଅଶ୍ୱଶାଳା ଥିଲା। ତାଙ୍କର 12,000 ରଥଗ୍ଭଳକ ଥିଲେ। ଶଲୋମନ ସେମାନଙ୍କୁ ତାଙ୍କ ସଙ୍ଗରେ ଯିରୁଶାଲମରେ ଓ ରଥ ନିମନ୍ତେ ନିର୍ମିତ ବିଶେଷ ନଗରଗୁଡ଼ିକରେ ରଖିଲେ।
26
ଫରାତ୍ ନଦୀଠାରୁ ଆରମ୍ଭ କରି ପଲେଷ୍ଟୀୟ ଲୋକମାନଙ୍କର ଦେଶ ଓ ମିଶରର ସୀମା ପର୍ଯ୍ୟନ୍ତ ସମସ୍ତ ଦେଶ ଉପରେ ଶଲୋମନ ରାଜା ଥିଲେ।
27
ରୂପାର ପରିମାଣ ଏତେ ଥିଲା ଯେ, ତାହା ଯିରୁଶାଲମର ଗୋଡ଼ି, ପଥର ତୁଲ୍ୟ ଥିଲା। ଆଉ, ତାଙ୍କ ନିକଟରେ ଏତେ ପରିମାଣର ଦେବଦାରୁ କାଠ ଥିଲା ଯେ, ତାହା ଡିମ୍ବିରିଗଛ ତୁଲ୍ୟ ଥିଲା, ଯାହା ମାଳଭୂମିରେ ଯଥେଷ୍ଟ ପରିମାଣରେ ବଢ଼େ।
28
ଲୋକମାନେ ମିଶର ଓ ଅନ୍ୟାନ୍ୟ ଦେଶମାନଙ୍କରୁ ଶଲୋମନଙ୍କ ନିମନ୍ତେ ଅଶ୍ୱମାନ ଆଣିଲେ।
29
ଶଲୋମନଙ୍କର ମୃତ୍ୟୁ ଶଲୋମନ କରିଥିବା ଅନ୍ୟାନ୍ୟ କାର୍ଯ୍ୟସକଳ ଭବିଷ୍ୟଦ୍ବକ୍ତା ନାଥନଙ୍କ ଲେଖାସବୁ, ଶୀଲୋନୀୟ ଭବିଷ୍ୟଦ୍ବକ୍ତା, ଅହିୟଙ୍କର ଭବିଷ୍ୟଦ୍ବାଣୀ ଓ ଭବିଷ୍ୟଦ୍ବକ୍ତା ଇଦ୍ଦୋଙ୍କର ଦର୍ଶନ ପୁସ୍ତକରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲେଖାଯାଇ ଅଛି। ଇଦ୍ଦୋ ଯିଏ ନବାଟଙ୍କ ପୁତ୍ର ଯାଶ୍ବିୟାମ୍ଙ୍କ ବିଷୟରେ ଲେଖିଛନ୍ତି।
30
ଶଲୋମନ ସମଗ୍ର ଇସ୍ରାଏଲ ଉପରେ ଯିରୁଶାଲମରେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ରାଜା ହୋଇ ରହିଲେ।
31
ଏହା ପରେ, ଶଲୋମନ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ବିଶ୍ରାମ ନେଲେ। ଲୋକମାନେ ତାହାଙ୍କୁ ତାଙ୍କର ପିତା ଦାଉଦଙ୍କ ନଗରରେ କବର ଦେଲେ। ଶଲୋମନଙ୍କ ସ୍ଥାନରେ ଶଲୋମନଙ୍କ ପୁତ୍ର ରିହବିୟାମ୍ ନୂତନ ରାଜା ହେଲେ।
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 10 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36