bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Chronicles 5
2 Chronicles 5
Odia Bible ERV 2004 (ପବିତ୍ର ବାଇବଲ)
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 6 →
1
ଏହା ପରେ ଶଲୋମନଙ୍କ ଦ୍ୱାରା ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା। ଶଲୋମନଙ୍କ ବାପା ଦାଉଦ ମନ୍ଦିର ନିମନ୍ତେ ଆଣିଥିବା ପ୍ରତ୍ୟେକ ବିଷୟ ସେ ବ୍ୟବହାର କଲେ। ପ୍ରତ୍ୟେକ ଆସବାବପତ୍ର ଏବଂ ରୂପା ଓ ସୁନାରେ ନିର୍ମିତ ପ୍ରତ୍ୟେକ ବସ୍ତ୍ର ଶଲୋମନ ଆଣିଲେ। ଏହି ସମସ୍ତ ଜିନିଷ ଶଲୋମନ ଆଣି ପରମେଶ୍ୱରଙ୍କ ମନ୍ଦିରର ଭଣ୍ଡାର ଗୃହରେ ରଖିଲେ।
2
ପବିତ୍ର ସିନ୍ଦୁକକୁ ମନ୍ଦିର ଭିତରକୁ ନିଆଗଲା ଇସ୍ରାଏଲର ସମସ୍ତ ପ୍ରାଚୀନ ଏବଂ ପ୍ରତ୍ୟେକ ପରିବାରବର୍ଗର ମୁଖିଆମାନଙ୍କୁ ଯିରୁଶାଲମରେ ସମ୍ମିଳିତ ହେବା ନିମନ୍ତେ ଶଲୋମନ ଆଜ୍ଞା ଦେଲେ। ଏହି ଲୋକମାନେ ଇସ୍ରାଏଲର ପରିବାରଗୁଡ଼ିକର ମୁଖିଆ ଥିଲେ। ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ସିୟୋନ ବାହାରକୁ ଦାଉଦଙ୍କର ନଗରକୁ ଆଣିବା ନିମନ୍ତେ ଶଲୋମନ ଏପରି କଲେ।
3
ସପ୍ତମ ମାସରେ ଭୋଜି ସମୟରେ ରାଜା ଶଲୋମନଙ୍କ ସମ୍ମୁଖରେ ଇସ୍ରାଏଲର ସମସ୍ତ ଲୋକ ଏକତ୍ରିତ ହେଲେ।
4
ଯେତେବେଳେ ଇସ୍ରାଏଲର ସବୁ ମୁଖିଆମାନେ ଆସିଗଲେ, ଲେବୀୟମାନେ ନିୟମ-ସିନ୍ଦୁକକୁ ଆଣିଲେ।
5
ଏହା ପରେ ଯାଜକ ଓ ଲେବୀୟମାନେ ନିୟମ-ସିନ୍ଦୁକକୁ ଯିରୁଶାଲମକୁ ବୋହି ନେଇଗଲେ। ଯାଜକ ଓ ଲେବୀୟମାନେ ମଧ୍ୟ ସମାଗମ-ତମ୍ବୁ ଓ ତନ୍ମଧ୍ୟସ୍ଥ ପ୍ରତ୍ୟେକ ପବିତ୍ର ବସ୍ତୁକୁ ଯିରୁଶାଲମକୁ ବୋହି ଆଣିଲେ।
6
ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ନିୟମ-ସିନ୍ଦୁକ ସମ୍ମୁଖରେ ଏକାଠି ହେଲେ। ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ମେଷ ଓ ଷଣ୍ଢଗୁଡ଼ିକୁ ହୋମବଳି ରୂପେ ବଳିଦାନ ଦେଲେ। ସେହି ବଳିକୃତ ମେଷ ଓ ଷଣ୍ଢ ସଂଖ୍ୟା ଏତେ ଥିଲା ଯେ, ତାକୁ କେହି ଗଣିପାରିଲେ ନାହିଁ।
7
ଏହା ପରେ ଯାଜକମାନେ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକକୁ ତହିଁ ନିମନ୍ତେ ପ୍ରସ୍ତୁତ ହୋଇଥିବା ସ୍ଥାନକୁ ଆଣିଲେ। ସେହି ସ୍ଥାନ ମନ୍ଦିରର ଭିତର ପାର୍ଶ୍ୱ କୋଠରୀରେ ଥିଲା ଓ ସବୁଠାରୁ ପବିତ୍ର ସ୍ଥାନ ଥିଲା ଏବଂ ଏହି କିରୁବଦୂତ ପକ୍ଷ ତଳେ ଥିଲା।
8
ନିୟମ-ସିନ୍ଦୁକ ଥିବା ସ୍ଥାନ ଉପରେ କିରୁବଦୂତଗଣ ସେମାନଙ୍କର ପକ୍ଷ ବିସ୍ତାର କରି ରହିଥିଲେ। କିରୁବଦୂତଗଣ ନିୟମ-ସିନ୍ଦୁକ ଓ ସିନ୍ଦୁକକୁ ବହି ନେଇଯିବା ଖମ୍ବଗୁଡ଼ିକ ଉପରେ ଦଣ୍ଡାୟମାନ ଥିଲେ।
9
ସେହି ଖମ୍ବଗୁଡ଼ିକ ଏତେ ଲମ୍ବା ଥିଲା ଯେ ପବିତ୍ର ତମ୍ବୁ ସ୍ଥାନର ସମ୍ମୁଖରୁ ତାହାର ଦୁଇପାର୍ଶ୍ୱ ଦେଖାଯାଉଥିଲା। କିନ୍ତୁ ମନ୍ଦିର ସମ୍ମୁଖରୁ କୌଣସି ବ୍ୟକ୍ତି ସେହି ଖମ୍ବଗୁଡ଼ିକୁ ଦେଖି ପାରୁ ନ ଥିଲେ। ଆଜି ମଧ୍ୟ ସେହି ଖମ୍ବଗୁଡ଼ିକ ସେହି ସ୍ଥାନରେ ରହିଅଛି।
10
ଦୁଇ ଗୋଟି ପ୍ରସ୍ତର ଫଳକ ବିନା ନିୟମ-ସିନ୍ଦୁକ ମଧ୍ୟରେ ଆଉ କିଛି ନ ଥିଲା। ମୋଶା ‘ହୋରେବ’ ପର୍ବତରେ ଏହି ଦୁଇଟି ଫଳକକୁ ନିୟମ-ସିନ୍ଦୁକ ମଧ୍ୟରେ ରଖିଥିଲେ। ‘ହୋରେବ’ ସେହି ସ୍ଥାନ, ଯେଉଁଠାରେ ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କ ସହିତ ଏକ ଚୁକ୍ତି କରିଥିଲେ। ଇସ୍ରାଏଲର ଲୋକମାନେ ମିଶରରୁ ବାହାରି ଆସିବା ପରେ ଏହା ଘଟିଥିଲା।
11
ସମସ୍ତ ଯାଜକଗଣ ସେମାନଙ୍କର ବିଶେଷ ଦଳଗୁଡ଼ିକୁ ଖାତିରି ନ କରି ନିଜକୁ ଶୁଚି କଲେ। ଯେତେବେଳେ ସେମାନେ ପବିତ୍ର ସ୍ଥାନରୁ ବାହାରି ଆସିଲେ।
12
ଲେବୀୟ ଗାୟକମାନେ ଯଜ୍ଞବେଦିର ପୂର୍ବପଟେ ଠିଆ ହେଲେ। ଆସଫ୍, ହେମନ୍ ଓ ଯିଦୂଥୂନଙ୍କ ଗାୟକଦଳର ପ୍ରତ୍ୟେକ ସେଠାରେ ଥିଲେ। ଆଉ ସେମାନଙ୍କର ପୁତ୍ରଗଣ ଓ ଭ୍ରାତାଗଣ ମଧ୍ୟ ସେଠାରେ ଥିଲେ। ସେହି ଲେବୀୟ ଗାୟକମାନେ ଶୁଭ୍ର କାର୍ପାସ ବସ୍ତ୍ର ପିନ୍ଧିଥିଲେ। ସେମାନଙ୍କ ନିକଟରେ ଗିନି, ସାରଙ୍ଗ ଓ ବୀଣାଯନ୍ତ୍ର ଥିଲା। ସେହି ଲେବୀୟ ଗାୟକମାନଙ୍କ ନିକଟରେ 120 ଜଣ ଯାଜକ ଥିଲେ। ସେହି 120 ଜଣ ଯାଜକ ତୂରୀ ବଜାଇଲେ।
13
ତୂରୀ ବାଦକ ଓ ଗାୟକ ଲୋକମାନେ ଜଣେ ବ୍ୟକ୍ତି ତୁଲ୍ୟ ଥିଲେ। ଯେତେବେଳେ ସଦାପ୍ରଭୁଙ୍କର ପ୍ରଶଂସା ଓ ଧନ୍ୟବାଦ ଗାନ କରାଗଲା ସେମାନେ ଏକ ଶବ୍ଦ କଲେ। ସେମାନେ ତୂରୀ, ଗିନି ଓ ବାଦ୍ୟଯନ୍ତ୍ର ସହିତ ଉଚ୍ଚସ୍ୱର କଲେ। ସେମାନେ ଏହି ଗୀତ ଗାଇ ସଦାପ୍ରଭୁଙ୍କର ପ୍ରଶଂସା କଲେ, “କାରଣ ସେ ମଙ୍ଗଳମୟ। ତାଙ୍କର ସତ୍ୟ ପ୍ରେମ ଅନନ୍ତକାଳସ୍ଥାୟୀ ଅଟେ।” ଏହା ପରେ, ସଦାପ୍ରଭୁଙ୍କ ମନ୍ଦିର ମେଘ ଦ୍ୱାରା ପୂର୍ଣ୍ଣ ହେଲା।
14
ସେହି ମେଘ ହେତୁ ଯାଜକମାନେ ସେମାନଙ୍କର ସେବା ଜାରି ରଖିପାରିଲେ ନାହିଁ। କାରଣ, ସଦାପ୍ରଭୁଙ୍କ ମହିମା ପରମେଶ୍ୱରଙ୍କ ମନ୍ଦିରକୁ ପୂର୍ଣ୍ଣ କରିଥିଲା।
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 6 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36