bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Chronicles 15
2 Chronicles 15
Odia Bible ERV 2004 (ପବିତ୍ର ବାଇବଲ)
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 16 →
1
ଆସାଙ୍କର ପରିବର୍ତ୍ତନ ପରମେଶ୍ୱର ଆତ୍ମା ଅସରିୟଙ୍କ ଉପରେ ଆସି ଅଧିଷ୍ଠାନ କଲା। ଅସରିୟ ଓବେଦଙ୍କ ପୁତ୍ର ଥିଲେ।
2
ଅସରିୟ ଆସାଙ୍କୁ ସାକ୍ଷାତ କରିବାକୁ ଗଲେ। ଅସରିୟ କହିଲେ, “ଆସା ଓ ଯିହୁଦା ଏବଂ ବିନ୍ୟାମୀନର ଲୋକ ସମସ୍ତେ, ତୁମ୍ଭେମାନେ ମୋ’ କଥା ଶୁଣ। ତୁମ୍ଭେମାନେ ଯେତେବେଳେ ପରମେଶ୍ୱରଙ୍କ ସହିତ ଥିଲ, ସେ ତୁମ୍ଭମାନଙ୍କ ସହିତରେ ଥିଲେ। ତୁମ୍ଭେମାନେ ଯଦି ସଦାପ୍ରଭୁଙ୍କୁ ଖୋଜିବ, ତେବେ ତୁମ୍ଭେମାନେ ତାହାଙ୍କୁ ପାଇବ। କିନ୍ତୁ ଯଦି ତୁମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରିବ, ସେ ତୁମ୍ଭମାନଙ୍କୁ ପରିତ୍ୟାଗ କରିବେ।
3
ପ୍ରକୃତରେ ଇସ୍ରାଏଲ ଦୀର୍ଘକାଳ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ବିନା ରହିଥିଲା। ଆଉ ସେମାନେ ଜଣେ ଶିକ୍ଷାଗୁରୁ ଯାଜକ ଓ ନିୟମ ବିନା ରହୁଥିଲେ।
4
କିନ୍ତୁ ଯେତେବେଳେ ଇସ୍ରାଏଲ ଲୋକମାନେ ଦୁଃଖ ପାଇଲେ, ସେମାନେ ପୁନର୍ବାର ସଦାପ୍ରଭୁ ପରମେଶ୍ୱରଙ୍କ ପ୍ରତି ଫେରିଲେ। ସେ ଇସ୍ରାଏଲର ପରମେଶ୍ୱର ଅଟନ୍ତି। ସେମାନେ ସଦାପ୍ରଭୁଙ୍କୁ ଖୋଜିଲେ, ଆଉ ସେମାନେ ତାଙ୍କୁ ପାଇଲେ।
5
ସେହି ଦୁର୍ଦ୍ଦଶାର ସମୟରେ କୌଣସି ବ୍ୟକ୍ତି ସୁରକ୍ଷିତ ଭାବରେ ଯାତ୍ରା କରିପାରୁ ନ ଥିଲେ। ସେହି ଦେଶର ସମସ୍ତ ବାସିନ୍ଦା ଅସୁବିଧାରେ ପଡ଼ିଲେ।
6
ଗୋଟିଏ ଦେଶ ଆଉ ଏକ ଦେଶକୁ ବିନାଶ କରୁଥିଲା ଓ ଗୋଟିଏ ନଗର ଆଉ ଗୋଟିଏ ନଗରକୁ ଧ୍ୱଂସ କରୁଥିଲା। ପରମେଶ୍ୱର ସେମାନଙ୍କ ପ୍ରତି ସବୁ ପ୍ରକାର ଦୁର୍ଦ୍ଦଶା ଘଟାଉ ଥିବାରୁ ଏହିପରି ଘଟୁଥିଲା।
7
କିନ୍ତୁ ଆସ, ତୁମ୍ଭେ ଓ ଯିହୁଦା ଏବଂ ବିନ୍ୟାମୀନର ଲୋକ ସମସ୍ତେ ଦୃଢ଼ ହୁଅ। ଦୁର୍ବଳ ହୁଅ ନାହିଁ, କାରଣ ତୁମ୍ଭେମାନେ ତୁମ୍ଭମାନଙ୍କର ଉତ୍ତମ କାର୍ଯ୍ୟ ନିମନ୍ତେ ପୁରସ୍କାର ପାଇବ।”
8
ଆସା ଓବେଦ୍ ଭବିଷ୍ୟଦ୍ବକ୍ତାଙ୍କଠାରୁ ଏହି ସମସ୍ତ ବାର୍ତ୍ତା ଶୁଣି ଉତ୍ସାହ ଅନୁଭବ କଲେ। ଏହା ପରେ ସେ ଯିହୁଦା ଓ ବିନ୍ୟାମୀନର ସମସ୍ତ ଅଞ୍ଚଳରୁ ଘୃଣ୍ୟ ପ୍ରତିମାଗୁଡ଼ିକ ଦୂର କରିଦେଲେ। ଆସା ଇଫ୍ରୟିମ୍ର ପାର୍ବତ୍ୟମୟ ଦେଶର ଯେଉଁ ସହରଗୁଡ଼ିକ ଅଧିକାର କରିଥିଲେ, ସେହି ସହରଗୁଡ଼ିକରୁ ମଧ୍ୟ ସେହି ଘୃଣ୍ୟ ପ୍ରତିମାଗୁଡ଼ିକ ବାହାର କରିଦେଲେ। ଆଉ ସେ ସଦାପ୍ରଭୁଙ୍କ ମନ୍ଦିରର ବାରଣ୍ଡା ସମ୍ମୁଖସ୍ଥ ସଦାପ୍ରଭୁଙ୍କ ଯଜ୍ଞବେଦିକୁ ମରାମତି କଲେ।
9
ଏହା ପରେ ଆସା ଯିହୁଦା ଓ ବିନ୍ୟାମୀନର ସମସ୍ତ ଲୋକଙ୍କୁ ଏକତ୍ରିତ କଲେ। ସେ ଆହୁରି ମଧ୍ୟ ଇଫ୍ରୟିମ, ମନଃଶି ଓ ଶିମିୟୋନ ବଂଶର ଲୋକମାନଙ୍କୁ ଏକତ୍ରିତ କଲେ, ଯେଉଁମାନେ ଇସ୍ରାଏଲ ଦେଶରୁ ବାହାରି ଯିହୁଦା ଦେଶରେ ବାସ କରିବାକୁ ଆସିଥିଲେ, ସେହି ଲୋକମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ଯିହୁଦା ଦେଶକୁ ଗ୍ଭଲି ଆସିଥିଲେ, କାରଣ ସେମାନେ ଦେଖିଲେ ଯେ, ସଦାପ୍ରଭୁ, ଆସାଙ୍କର ପରମେଶ୍ୱର, ଆସାଙ୍କର ସହିତ ଅଛନ୍ତି।
10
ଆସାଙ୍କ ରାଜତ୍ୱର ପନ୍ଦରତମ ବର୍ଷର ତୃତୀୟ ମାସରେ ଆସା ଓ ସେହି ଲୋକ ସମସ୍ତେ ଯିରୁଶାଲମରେ ଏକତ୍ରିତ ହେଲେ।
11
ସେହି ସମୟରେ ସେମାନେ 700 ବଳଦ, 7000 ଛେଳି ଓ ମେଣ୍ଢା ସଦାପ୍ରଭୁଙ୍କ ନିକଟରେ ବଳିଦାନ ଦେଲେ। ଆସାଙ୍କ ସୈନ୍ୟମାନେ ସେହିସବୁ ପଶୁପଲ ଓ ଅନ୍ୟାନ୍ୟ ବହୁମୂଲ୍ୟ ପଦାର୍ଥ ସବୁକୁ ସେମାନଙ୍କର ଶତ୍ରୁଗଣଠାରୁ ଲୁଟି ନେଇଥିଲେ।
12
ସେମାନେ ସେମାନଙ୍କର ସମସ୍ତ ହୃଦୟ ଓ ସମସ୍ତ ଆତ୍ମା ସହିତ ସଦାପ୍ରଭୁ ପରମେଶ୍ୱରଙ୍କର ସେବା କରିବେ ବୋଲି ଏକ ଚୁକ୍ତି କଲେ। ସେମାନଙ୍କର ପୂର୍ବପୁରୁଷମାନେ ସେହି ପରମେଶ୍ୱରଙ୍କର ହିଁ ସେବା ଆରାଧନା କରୁଥିଲେ।
13
ଯେଉଁ ବ୍ୟକ୍ତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ଉପାସନା କରିବାକୁ ମନା କଲା, ସେ ମୃତ୍ୟୁଦଣ୍ଡ ଭୋଗ କରୁଥିଲା। ସେହି ବ୍ୟକ୍ତି ଜଣେ ବିଖ୍ୟାତ ବ୍ୟକ୍ତି ହେଉ କି ନ ହେଉ, କିଅବା ସେହି ବ୍ୟକ୍ତି ଜଣେ ପୁରୁଷ ହେଉ ଅବା ନାରୀ ହେଉ, ସେଥିରେ କିଛି ଫରକ ପଡ଼ୁ ନ ଥିଲା।
14
ଏହା ପରେ ଆସା ଓ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ଏକ ଶପଥ କଲେ। ସେମାନେ ବଡ଼ ପାଟିରେ ଚିତ୍କାର କଲେ। ଆହୁରି ମଧ୍ୟ ସେମାନେ ତୂରୀ ଓ ତୂରୀ ବଜାଇଲେ।
15
ଯିହୁଦାର ସମସ୍ତ ଲୋକ ଯେତେବେଳେ ଏହି ଶପଥ ବିଷୟରେ ଶୁଣିଲେ ଅତି ଆନନ୍ଦିତ ହେଲେ, କାରଣ ସେମାନେ ସେମାନଙ୍କର ସମସ୍ତ ହୃଦୟ ସହିତ ପରମେଶ୍ୱରଙ୍କର ଅନୁସରଣ କଲେ। ସେମାନେ ପରମେଶ୍ୱରଙ୍କୁ ଖୋଜିଲେ ଓ ତାଙ୍କୁ ପାଇଲେ। ତେଣୁ ସଦାପ୍ରଭୁ ସେମାନଙ୍କୁ ଚତୁର୍ଦ୍ଦିଗରେ ଶାନ୍ତି ପ୍ରଦାନ କଲେ।
16
ରାଜା ଆସା ତାଙ୍କର ମାତା ମହୀମାଖାଙ୍କୁ ରାଣୀମା’ ପଦରୁ ମଧ୍ୟ ବିତାଡ଼ିତ କଲେ। ମାଖା ଏକ ଘୃଣ୍ୟ ଆଶେରା ସ୍ତମ୍ଭ ନିର୍ମାଣ କରିଥିବାରୁ ଆସା ଏହିପରି କଲେ। ଆସା ସେହି ଆଶେରା ସ୍ତମ୍ଭକୁ କାଟି ପକାଇଲେ ଓ ତାହାକୁ ଭାଙ୍ଗି ଖଣ୍ଡ ଖଣ୍ଡ କଲେ। ଏହା ପରେ ସେ କିଦ୍ରୋଣ୍ ଉପତ୍ୟକାରେ ସେହି ଖଣ୍ଡଗୁଡ଼ିକୁ ପୋଡ଼ି ପକାଇଲେ।
17
ଯଦିଓ ଇସ୍ରାଏଲରୁ ଉଚ୍ଚସ୍ଥାନଗୁଡ଼ିକ ଧ୍ୱଂସ କରାଯାଇ ନ ଥିଲା, କିନ୍ତୁ ଆସାଙ୍କର ଜୀବନ ସାରା ତାଙ୍କର ହୃଦୟ ସଦାପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ଥିଲା।
18
ଆଉ, ଆସା, ତାଙ୍କର ପିତା ଓ ସେ ନିଜେ ଦେଇଥିବା ପବିତ୍ର ଭେଟୀସବୁକୁ ପରମେଶ୍ୱରଙ୍କ ମନ୍ଦିରରେ ଆଣି ରଖିଲେ। ସେହି ବସ୍ତୁଗୁଡ଼ିକ ରୂପା ଓ ସୁନାରେ ନିର୍ମିତ ହୋଇଥିଲା।
19
ଆସାଙ୍କ ରାଜତ୍ୱର ପଞ୍ଚତିରିଶତମ ବର୍ଷ ପର୍ଯ୍ୟନ୍ତ ଆଉ ଯୁଦ୍ଧ ହେଲା ନାହିଁ।
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 16 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36