bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Chronicles 2
2 Chronicles 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 3 →
1
ମନ୍ଦିର ଓ ପ୍ରାସାଦ ନିର୍ମାଣ ନିମନ୍ତେ ଶଲୋମନଙ୍କ ଯୋଜନା ସଦାପ୍ରଭୁଙ୍କ ନାମକୁ ସମ୍ମାନିତ କରିବା ନିମନ୍ତେ ଶଲୋମନ ଏକ ମନ୍ଦିର ନିର୍ମାଣ କରିବାକୁ ଯୋଜନା କଲେ। ଆହୁରି ମଧ୍ୟ ନିଜ ନିମନ୍ତେ ଏକ ରାଜକୀୟ ଗୃହ ନିର୍ମାଣ କରିବାକୁ ଶଲୋମନ ଯୋଜନା କଲେ।
2
ଶଲୋମନ ପର୍ବତଗୁଡ଼ିକରୁ ପଥର କାଟିବା ନିମନ୍ତେ 70,000 ଶ୍ରମିକ ଓ 80,000 ପଥରକଟାଳୀ ସଂଗ୍ରହ କଲେ। ଆଉ ତଦାରଖ କାର୍ଯ୍ୟ କରିବା ନିମନ୍ତେ 3600 ତଦାରଖକାରୀଙ୍କୁ ମନୋନୀତ କଲେ।
3
ଏହା ପରେ ଶଲୋମନ, ହୂରମ୍ ନିକଟକୁ ବାର୍ତ୍ତା ପଠାଇଲେ। ହୂରମ୍, ସୋର ସହରର ରାଜା ଥିଲେ। ଶଲୋମନ କହିଲେ, “ମୋର ବାପା ଦାଉଦଙ୍କୁ ସାହାଯ୍ୟ କଲାପରି ମୋତେ ମଧ୍ୟ ସାହାଯ୍ୟ କର। ତୁମ୍ଭେ ଦେବଦାରୁ ଗଛର କାଠ ତାଙ୍କ ନିକଟକୁ ପଠାଇଲ, ଯେପରି ସେ ବାସ କରିବା ନିମନ୍ତେ ଏକ ଗୃହ ନିର୍ମାଣ କରି ପାରନ୍ତି।
4
ସଦାପ୍ରଭୁ ମୋର ପରମେଶ୍ୱରଙ୍କ ନାମକୁ ସମ୍ମାନ ଦେବା ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିବି। ମନ୍ଦିରରେ ଆମ୍ଭେ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପ ଜଳାଇବୁ ଏବଂ ବିଶେଷ ମେଜ ଉପରେ ପବିତ୍ର ରୋଟୀ ସବୁବେଳେ ଅର୍ପଣ କରିବୁ। ଆମ୍ଭେମାନେ ପ୍ରତ୍ୟେକ ସକାଳ ଏବଂ ସନ୍ଧ୍ୟାରେ, ପ୍ରତ୍ୟେକ ବିଶ୍ରାମ ଦିନରେ, ପ୍ରତ୍ୟେକ ଅମାବାସ୍ୟା ଦିନରେ ଏବଂ ଅନ୍ୟାନ୍ୟ ପର୍ବ ଦିନରେ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କୁ ହୋମବଳି ଦେବୁ। ଇସ୍ରାଏଲ ଚିରଦିନ ଏହା କରିବ।
5
“ଆମ୍ଭର ପରମେଶ୍ୱର ଅନ୍ୟ ସମସ୍ତ ଦେବତାଗଣ ଅପେକ୍ଷା ମହାନ ଅଟନ୍ତି। ତେଣୁ ମୁଁ ତାଙ୍କ ନିମନ୍ତେ ଏକ ବିରାଟ ମନ୍ଦିର ନିର୍ମାଣ କରିବି।
6
ବାସ୍ତବରେ କୌଣସି ବ୍ୟକ୍ତି ଆମ୍ଭର ପରମେଶ୍ୱରଙ୍କୁ ଭିତରେ ରଖିବା ପାଇଁ ଏକ ଗୃହ ନିର୍ମାଣ କରି ପାରିବ ନାହିଁ। ଏପରିକି ସ୍ୱର୍ଗ ବା ସର୍ବୋଚ୍ଚ ସ୍ୱର୍ଗ ମଧ୍ୟ ତାଙ୍କୁ ଧାରଣ କରି ପାରିବ ନାହିଁ। ମୁଁ ମଧ୍ୟ ପରମେଶ୍ୱରଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରି ପାରିବି ନାହିଁ। କେବଳ ତାଙ୍କଠାରେ ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ଏକ ସ୍ଥାନ ନିର୍ମାଣ କରିପାରେ।
7
“ବର୍ତ୍ତମାନ, ଆପଣ ମୋ’ ନିକଟକୁ ସ୍ୱର୍ଣ୍ଣ, ରୌପ୍ୟ, ପିତ୍ତଳ, ଓ ଲୌହ କର୍ମରେ ପାରଦର୍ଶୀ ଏକ ବ୍ୟକ୍ତିକୁ ପଠାଇବାକୁ ମୁଁ ଗ୍ଭହେଁ। ସେହି ବ୍ୟକ୍ତି ବାଇଗଣୀ, ଲାଲ୍ ଏବଂ ନୀଳ ବର୍ଣ୍ଣର ଲୁଗାରେ କାର୍ଯ୍ୟ କରିପାରୁଥିବା ଆବଶ୍ୟକ। ମୋର ବାପାଙ୍କ ଦ୍ୱାରା ମନୋନୀତ କାରିଗରମାନଙ୍କ ସହ ସେହି ବ୍ୟକ୍ତି ଯିହୁଦା ଏବଂ ଯିରୁଶାଲମରେ କାର୍ଯ୍ୟ କରିବ।
8
ଆହୁରି ମଧ୍ୟ ଲିବାନୋନ୍ରୁ ମୋ’ ନିକଟକୁ ଦେବଦାରୁ ଏବଂ ଚନ୍ଦନ ଗଛର କାଠ ପଠାନ୍ତୁ। ତୁମ୍ଭର ଦାସମାନେ ଲିବାନୋନ୍ର କାଠଗଣ୍ଡି କାଟି ଆଣିବାରେ ସିଦ୍ଧ ହସ୍ତ, ଏହା ମୁଁ ଜାଣେ। ମୋର ଦାସମାନେ, ତୁମ୍ଭର ଦାସମାନଙ୍କୁ ସାହାଯ୍ୟ କରିବେ।
9
ମୁଁ ବହୁତ ପରିମାଣର କାଠ ଆବଶ୍ୟକ କରେ; କାରଣ ଯେଉଁ ମନ୍ଦିର ମୁଁ ନିର୍ମାଣ କରୁଛି, ତାହା ବହୁତ ବଡ଼ ଓ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ ହେବ।
10
କାଠଗଣ୍ଡି ନିମନ୍ତେ ଗଛ କାଟିବା ପାଇଁ ମୁଁ ଏହିଭଳି ଭାବରେ ତୁମ୍ଭ ଦାସମାନଙ୍କୁ ମୂଲ୍ୟ ଦେଇପାରେ। ମୁଁ ସେମାନଙ୍କ ଖାଦ୍ୟ ନିମନ୍ତେ 20,000 ମହଣ ଗହମ, ଓ 20,000 ମହଣ ଦ୍ରାକ୍ଷାରସ ଏବଂ ତୈଳ 20,000 ମହଣ ପ୍ରଦାନ କରିବି।”
11
ତା’ପରେ ସୋରର ରାଜା ହୂରମ୍, ଶଲୋମନ ନିକଟକୁ ଏକ ଲିଖିତ ବାର୍ତ୍ତା ପଠାଇଲେ। ସେହି ବାର୍ତ୍ତା ଥିଲା: “ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଭଲ ପାଆନ୍ତି। ସେଥିପାଇଁ ସେ ତୁମ୍ଭକୁ ରାଜା ରୂପେ ମନୋନୀତ କରିଅଛନ୍ତି।”
12
ହୂରମ୍ ଆହୁରି ମଧ୍ୟ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା କର। ସେ ସ୍ୱର୍ଗ ଓ ମର୍ତ୍ତ୍ୟ ସୃଷ୍ଟି କଲେ। ସେ ରାଜା ଦାଉଦଙ୍କୁ ଏକ ଜ୍ଞାନୀ ପୁତ୍ର ଦେଲେ, ଜଣେ ପୁତ୍ର ଯାହାର ଜ୍ଞାନ ଓ ବୁଝାମଣା ଶକ୍ତି ଅଛି। ସେହି ପୁତ୍ର ସଦାପ୍ରଭୁଙ୍କ ନିମନ୍ତେ ଏକ ମନ୍ଦିର ଏବଂ ନିଜ ନିମନ୍ତେ ଏକ ରାଜକୀୟ ପ୍ରାସାଦ ନିର୍ମାଣ କରୁଛନ୍ତି।
13
ମୁଁ ମୋର ବାପାଙ୍କ କାରିଗରମାନଙ୍କ ମଧ୍ୟରୁ ଜଣକୁ ତୁମ୍ଭ ନିକଟକୁ ପଠାଇବି।
14
ତାଙ୍କର ମା ଦାନ୍ ଗୋଷ୍ଠୀରୁ ଆସିଥିଲେ ଏବଂ ତାଙ୍କ ବାପା ସୋର ସହରରୁ ଆସିଥିଲେ। ତାଙ୍କର ସ୍ୱର୍ଣ୍ଣ, ରୌପ୍ୟ, ପିତ୍ତଳ, ଲୌହ, ପ୍ରସ୍ତର ଓ କାଠ ଉପରେ କାର୍ଯ୍ୟ କରିବାର ଦକ୍ଷତା ଅଛି ଏବଂ ବାଇଗଣୀ, ଲାଲ୍, ନୀଳ ଓ ଦାମୀ ବସ୍ତ୍ର ଉପରେ ମଧ୍ୟ କାର୍ଯ୍ୟ କରିବାର ଦକ୍ଷତା ଅଛି। ତାଙ୍କୁ ତୁମ୍ଭେ ଯାହାକିଛି ତିଆରି କରିବାକୁ କହିବ, ସେ ତାହା କରି ପାରିବେ। ସେ ତୁମ୍ଭର କାରିଗର ଓ ତୁମ୍ଭ ବାପାଙ୍କ କାରିଗରମାନଙ୍କ ସହ ମିଶି କାର୍ଯ୍ୟ କରିବେ।
15
“ମହାଶୟ, ବର୍ତ୍ତମାନ ଆମକୁ ଗହମ, ବାର୍ଲି, ତୈଳ ଓ ଦ୍ରାକ୍ଷାରସ ଦିଅନ୍ତୁ, ଯାହା ଆପଣ ଦେବାକୁ ପ୍ରତିଜ୍ଞା କଲେ। ଏହି ଦ୍ରବ୍ୟସବୁ ମୋର ଦାସମାନଙ୍କୁ ଦିଅ।
16
ଆଉ ଆମ୍ଭେ ଲିବାନୋନ୍ରୁ କାଠ କାଟି ଆଣିବୁ। ତୁମ୍ଭେ ଯେତେ ପରିମାଣର କାଠଗଣ୍ଡି ଗ୍ଭହଁ, ତାହା ଆମ୍ଭେ କାଟି ଆଣିପାରିବୁ। ସମୁଦ୍ର ଦେଇ କାଠ ଭେଳାରେ, କାଠଗଣ୍ଡିଗୁଡ଼ିକ ଆମ୍ଭେ ଜାଫୋକୁ ଆଣିବୁ। ତା’ପରେ ତୁମ୍ଭେ ସେ କାଠଗଣ୍ଡିଗୁଡ଼ିକୁ ଯିରୁଶାଲମକୁ ନେଇଯିବ।”
17
ଏହା ପରେ ଇସ୍ରାଏଲ ଦେଶରେ ରହୁଥିବା ପ୍ରତ୍ୟେକ ବିଦେଶୀଙ୍କୁ ଶଲୋମନ ଗଣତି କଲେ। ଶଲୋମନଙ୍କର ପିତା ଦାଉଦ ଗଣନା କଲାପରେ ଏହା କରାଯାଇଥିଲା। ସେମାନେ ଦେଶରେ 153,600 ବିଦେଶୀଙ୍କୁ ପାଇଲେ।
18
ଶଲୋମନ 70,000 ବିଦେଶୀଙ୍କୁ ଜିନିଷ ବୋହିବା ନିମନ୍ତେ ବାଛିଲେ। ଶଲୋମନ 80,000 ବିଦେଶୀଙ୍କୁ ପର୍ବତରୁ ପଥର କାଟିବା ନିମନ୍ତେ ବାଛିଲେ। ଆଉ ଶଲୋମନ 3600 ବିଦେଶୀ ଲୋକଙ୍କୁ କାର୍ଯ୍ୟ କରାଇବା ନିମନ୍ତେ ପର୍ଯ୍ୟବେକ୍ଷକ ରୂପେ ବାଛିଲେ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 3 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36