bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Chronicles 13
2 Chronicles 13
Odia Bible ERV 2004 (ପବିତ୍ର ବାଇବଲ)
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 14 →
1
ଯିହୁଦାର ରାଜା ଅବିୟ ରାଜା ଯାରବିୟାମଙ୍କ ରାଜତ୍ୱର ଅଠର ବର୍ଷରେ ଅବିୟ ଯିହୁଦାର ନୂତନ ରାଜା ହେଲେ।
2
ଅବିୟ ଯିରୁଶାଲମରେ ତିନି ବର୍ଷ ରାଜାରୂପେ ରହିଲେ। ଅବିୟଙ୍କର ମାତା ଥିଲେ ମୀଖାୟା, ସେ ଉରିୟେଲଙ୍କର କନ୍ୟା ଥିଲେ। ଉରିୟେଲ ଗିବିୟା ସହରରୁ ଆସିଥିଲେ। ଅବିୟ ଓ ଯାରବିୟାମଙ୍କ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲା।
3
ଅବିୟଙ୍କ ସୈନ୍ୟଦଳରେ 400,000 ଜଣ ସାହସୀ ସୈନିକ ଥିଲେ। ଅବିୟ ସେହି ସୈନ୍ୟଦଳକୁ ଯୁଦ୍ଧକ୍ଷେତ୍ରକୁ କଢ଼ାଇ ନେଲେ। ଯାରବିୟାମଙ୍କ ସୈନ୍ୟଦଳରେ 800,000 ଜଣ ସାହସୀ ସୈନିକ ଥିଲେ। ଅବିୟଙ୍କ ସହିତ ଏକ ଯୁଦ୍ଧ ନିମନ୍ତେ ଯାରବିୟାମ୍ ପ୍ରସ୍ତୁତ ହେଲେ।
4
ଏହା ପରେ ଇଫ୍ରୟିମର ପାର୍ବତ୍ୟମୟ, ଦେଶସ୍ଥ ସମାରୟିମ୍ ପର୍ବତ ଉପରେ ଅବିୟ ଠିଆ ହେଲେ। ଅବିୟ କହିଲେ, “ଯାରବିୟାମ୍ ଓ ସମଗ୍ର ଇସ୍ରାଏଲ, ମୋ’ କଥା ଶୁଣ!
5
ତୁମ୍ଭେମାନେ ଜାଣିବା ଉଚିତ୍ ଯେ, ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ଦାଉଦ ଓ ତାଙ୍କର ପୁତ୍ରମାନଙ୍କୁ ଚିରକାଳ ନିମନ୍ତେ ଇସ୍ରାଏଲର ରାଜା ହେବା ନିମନ୍ତେ ଅଧିକାର ଦେଇଥିଲେ। ପରମେଶ୍ୱର ଦାଉଦଙ୍କୁ ଲବଣ ଚୁକ୍ତି ସହିତ ଏହି ଅଧିକାର ପ୍ରଦାନ କରିଥିଲେ।
6
କିନ୍ତୁ ଯାରବିୟାମ୍ ତାଙ୍କର ମାଲିକଙ୍କର ବିରୁଦ୍ଧରେ ଉଠିଲେ। ନବାଟର ପୁତ୍ର ଯାରବିୟାମ୍ ଦାଉଦଙ୍କ ପୁତ୍ର ଶଲୋମନଙ୍କ ଜଣେ ଦାସର ପୁତ୍ର ଥିଲା।
7
ଏହା ପରେ ନିହାତି ଅଯୋଗ୍ୟ, ମନ୍ଦ ଲୋକମାନେ ଯାରବିୟାମର ସାଙ୍ଗୀ ହେଲେ। ଆଉ ଯାରବିୟାମ୍ ଓ ସେହି ମନ୍ଦ ଲୋକମାନେ ଶଲୋମନଙ୍କର ପୁତ୍ର ରିହବିୟାମଙ୍କର ବିପକ୍ଷରେ ଉଠିଲେ। ରିହବିୟାମ୍ ଅଳ୍ପବୟସ୍କ ଓ ଅନୁଭୂତିହୀନ ଥିଲେ। ତେଣୁ ରିହବିୟାମ୍, ଯାରବିୟାମ୍ ଓ ତାଙ୍କର ମନ୍ଦ ସଙ୍ଗୀମାନଙ୍କୁ ଅଟକାଇ ପାରିଲେ ନାହିଁ।
8
“ବର୍ତ୍ତମାନ, ତୁମ୍ଭେମାନେ ସଦାପ୍ରଭୁଙ୍କ ରାଜତ୍ୱକୁ ପରାସ୍ତ କରିବା ନିମନ୍ତେ ସିଦ୍ଧାନ୍ତ ନେଇଅଛ ଯେଉଁ ରାଜ୍ୟ ଦାଉଦଙ୍କ ପୁତ୍ରମାନଙ୍କ ଦ୍ୱାରା ଶାସିତ ହେଉଅଛି। ତୁମ୍ଭମାନଙ୍କ ସହିତ ବହୁତ ସଂଖ୍ୟକ ଲୋକ ଅଛନ୍ତି ଓ ତୁମ୍ଭମାନଙ୍କ ନିକଟରେ ସେହି ସୁବର୍ଣ୍ଣ ବାଛୁରିଗୁଡ଼ିକ ଅଛି, ଯେଉଁ ‘ଦେବତାମାନଙ୍କୁ’ ଯାରବିୟାମ୍ ତୁମ୍ଭମାନଙ୍କ ନିମନ୍ତେ ନିର୍ମାଣ କରିଅଛ।
9
ତୁମ୍ଭେମାନେ ହାରୋଣଙ୍କ ବଂଶଧର, ସଦାପ୍ରଭୁ ଯାଜକମାନଙ୍କୁ ବାହାର କରିଦେଲେ। ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ବାହାର କରିଦେଲ। ଏହା ପରେ ତୁମ୍ଭେମାନେ ନିଜେ ନିଜର ଯାଜକମାନଙ୍କୁ ବାଛିଲ, ଠିକ୍ ଯେପରି ପୃଥିବୀର ଅନ୍ୟ ଦେଶର ଲୋକମାନେ କରିଥା’ନ୍ତି। ଆଉ ବର୍ତ୍ତମାନ ଯେକୌଣସି ବ୍ୟକ୍ତି ଗୋଟିଏ ଅଳ୍ପବୟସ୍କ ବୃଷ ଓ ସାତୋଟି ମେଣ୍ଢା ଆଣି ଦେଲେ ଜଣେ ଯାଜକ ହୋଇ ପାରିବ। ଜଣେ ଯାଜକ ଯିଏ କି ‘ଅଣଦେବତାମାନଙ୍କର’ ସେବା କରିବ।
10
“କିନ୍ତୁ ଆମ୍ଭମାନଙ୍କ ନିମନ୍ତେ, ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି। ଆମ୍ଭେମାନେ ଯିହୁଦାର ଲୋକମାନେ ପରମେଶ୍ୱରଙ୍କୁ ମାନିବା ନିମନ୍ତେ ମନା କରି ନାହୁଁ। ଆମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରି ନାହୁଁ। ଯେଉଁ ଯାଜକମାନେ ସଦପ୍ରଭୁଙ୍କର ସେବା କରନ୍ତି, ସେମାନେ ହାରୋଣଙ୍କର ପୁତ୍ରଗଣ ଅଟନ୍ତି। ଲେବୀୟମାନେ ସେମାନଙ୍କୁ ସେମାନଙ୍କର କାମ କରିବାରେ ସାହାଯ୍ୟ କରନ୍ତି।
11
ସେମାନେ ପ୍ରତି ପ୍ରଭାତରେ ଓ ପ୍ରତି ସନ୍ଧ୍ୟାରେ ସଦାପ୍ରଭୁଙ୍କ ନିକଟରେ ହୋମବଳି ଓ ସୁଗନ୍ଧି ଧୂପ ଉତ୍ସର୍ଗ କରନ୍ତି। ସେମାନେ ମନ୍ଦିର ମଧ୍ୟରେ ଥିବା ବିଶେଷ ମେଜ ଉପରେ ଧାଡ଼ିରେ ରୋଟୀ ସଜାଇ ରଖନ୍ତି। ଆଉ ସେମାନେ ସୁବର୍ଣ୍ଣ ପ୍ରଦୀପଧାର ଗୁଡ଼ିକର ଯତ୍ନ ନିଅନ୍ତି, ତେଣୁ ପ୍ରତ୍ୟେକ ସନ୍ଧ୍ୟାରେ ପ୍ରଦୀପ ଝକ୍ମକ୍ କରେ। ଆମ୍ଭେମାନେ ଅତି ଯତ୍ନପୂର୍ବକ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ସେବା କରୁ। କିନ୍ତୁ ତୁମ୍ଭେମାନେ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରିଅଛ।
12
ପରମେଶ୍ୱର ସ୍ୱୟଂ ଆମ୍ଭମାନଙ୍କ ସହିତ ରହିଛନ୍ତି। ସେ ଆମ୍ଭମାନଙ୍କର ଶାସକ ଅଟନ୍ତି, ଆଉ ତାଙ୍କର ଯାଜକମାନେ ଆମ୍ଭମାନଙ୍କ ସହିତ ଅଛନ୍ତି। ତୁମ୍ଭ ବିରୁଦ୍ଧରେ ଯୁଦ୍ଧର ଆହ୍ୱାନ ରୂପେ ପରମେଶ୍ୱରଙ୍କ ଯାଜକମାନେ ତାଙ୍କର ତୂରୀ ବଜାନ୍ତି। ହେ ଇସ୍ରାଏଲର ଲୋକମାନେ, ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ବିରୁଦ୍ଧରେ ଯୁଦ୍ଧ କର ନାହିଁ। ତୁମ୍ଭେମାନେ କେବେ ସଫଳ ହେବ ନାହିଁ।”
13
କିନ୍ତୁ ଯାରବିୟାମ୍ ଅବିୟଙ୍କ ସୈନ୍ୟଦଳର ପଛେ ପଛେ ଗୋପନରେ ଯିବା ନିମନ୍ତେ ଏକ ଦଳ ସୈନ୍ୟଙ୍କୁ ପଠାଇଲେ। ଯାରବିୟାମଙ୍କ ସୈନ୍ୟଦଳ ଯିହୁଦୀୟଙ୍କ ସୈନ୍ୟଦଳର ସମ୍ମୁଖରେ ଥିଲେ। ଯାରବିୟାମଙ୍କ ସୈନ୍ୟଦଳରୁ ଲୁଚି ରହିଥିବା ସୈନ୍ୟମାନେ ଯିହୁଦାର ପଶ୍ଚାତ୍ରେ ଥିଲେ।
14
ଅବିୟଙ୍କ ସୈନ୍ୟଦଳରେ ଥିବା ଯିହୁଦାର ସୈନ୍ୟଗଣ ଯେତେବେଳେ ଚତୁର୍ଦ୍ଦିଗକୁ ଗ୍ଭହିଁଲେ, ସେମାନେ ଦେଖିଲେ ଯେ, ଯାରବିୟାମଙ୍କ ସୈନ୍ୟଦଳ ସମ୍ମୁଖରୁ ଓ ପଶ୍ଚାତ୍ରୁ ଉଭୟ ପାର୍ଶ୍ୱରୁ ଆକ୍ରମଣ କରୁଛନ୍ତି। ଯିହୁଦାର ଲୋକମାନେ ସଦାପ୍ରଭୁଙ୍କ ନିକଟରେ ପାଟି କରି ଡାକ ପକାଇଲେ ଓ ଯାଜକମାନେ ତୂରୀ ବଜାଇଲେ।
15
ଏହା ପରେ ଯିହୁଦାର ଲୋକମାନେ ଜୋର୍ରେ ଚିତ୍କାର କଲେ। ଯିହୁଦାର ଲୋକମାନେ ଯେତେବେଳେ ଜୋର୍ରେ ଚିତ୍କାର କଲେ, ପରମେଶ୍ୱର ଯାରବିୟାମଙ୍କ ସୈନ୍ୟଦଳକୁ ପରାସ୍ତ କଲେ। ଇସ୍ରାଏଲରୁ ଆଗତ ଯାରବିୟାମଙ୍କ ସମସ୍ତ ସୈନ୍ୟଦଳ ଯିହୁଦାରୁ ଆଗତ ଅବିୟଙ୍କ ସୈନ୍ୟଦଳ ଦ୍ୱାରା ପରାସ୍ତ ହେଲେ।
16
ଇସ୍ରାଏଲର ଲୋକମାନେ ଯିହୁଦାର ଲୋକମାନଙ୍କଠାରୁ ପଳାୟନ କଲେ। ପରମେଶ୍ୱର ଇସ୍ରାଏଲର ସୈନ୍ୟଗଣଙ୍କୁ ପରାସ୍ତ କରିବା ନିମନ୍ତେ ଯିହୁଦାର ସୈନ୍ୟଦଳକୁ ଆଗେଇ ନେଲେ।
17
ଅବିୟଙ୍କ ସୈନ୍ୟଦଳ ଇସ୍ରାଏଲର ସୈନ୍ୟଦଳକୁ ଅତି ଗୁରୁତର ଭାବରେ ପରାସ୍ତ କଲେ ଓ ଇସ୍ରାଏଲର 500,000 ଜଣ ସର୍ବଶ୍ରେଷ୍ଠ ବ୍ୟକ୍ତିମାନେ ନିହତ ହେଲେ।
18
ତେଣୁ ସେହି ସମୟରେ ଇସ୍ରାଏଲର ଲୋକମାନେ ପରାସ୍ତ ହେଲେ ଓ ଯିହୁଦାର ଲୋକମାନେ ବିଜୟୀ ହେଲେ। ଯିହୁଦାର ସୈନ୍ୟଦଳ ସେମାନଙ୍କ ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ଉପରେ ନିର୍ଭର କରିଥିବାରୁ ବିଜୟଲାଭ କଲେ।
19
ଅବିୟଙ୍କ ସୈନ୍ୟଦଳ ଯାରବିୟାମଙ୍କ ସୈନ୍ୟଦଳର ପଛେ ପଛେ ଗୋଡ଼ାଇଲେ। ଅବିୟଙ୍କ ସୈନ୍ୟଦଳ ବୈଥଲ, ଯିଶାନା ଓ ଇଫ୍ରୋନ୍ ସହରଗୁଡ଼ିକ ଯାରବିୟାମଙ୍କଠାରୁ ଦଖଲ କରି ନେଲେ। ସେହି ସହର ଓ ସେହି ସହରଗୁଡ଼ିକର ନିକଟରେ ଥିବା କ୍ଷୁଦ୍ର ଗ୍ରାମଗୁଡ଼ିକୁ ମଧ୍ୟ ସେମାନେ ଅଧିକାର କରି ନେଲେ।
20
ଅବିୟ ଜୀବିତ ଥିବା ପର୍ଯ୍ୟନ୍ତ ଯାରବିୟାମ୍ ଆଉ କଦାପି ପରାକ୍ରମୀ ହୋଇପାରିଲେ ନାହିଁ। ସଦାପ୍ରଭୁ ଯାରବିୟାମଙ୍କୁ ବଧ କଲେ।
21
କିନ୍ତୁ ଅବିୟ ପରାକ୍ରମୀ ହୋଇ ଉଠିଲେ। ସେ ଚଉଦ ଜଣ ସ୍ତ୍ରୀଙ୍କୁ ବିବାହ କଲେ, ଏବଂ ବାଇଶ ଜଣ ପୁତ୍ର ଓ ଷୋହଳ ଜଣ କନ୍ୟାଙ୍କର ପିତା ହେଲେ।
22
ଅବିୟ ଆଉ ଯେଉଁସବୁ କର୍ମ କରିଥିଲେ, ତାହା ଇଦ୍ଦୋ ଭବିଷ୍ୟଦ୍ବକ୍ତାଙ୍କର ପୁସ୍ତକମାନଙ୍କରେ ଲେଖାଯାଇଅଛି।
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 14 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36