bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Chronicles 18
2 Chronicles 18
Odia Bible ERV 2004 (ପବିତ୍ର ବାଇବଲ)
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 19 →
1
ମୀଖାୟ ରାଜା ଆହାବଙ୍କୁ ସତର୍କ କଲେ ଯିହୋଶାଫଟଙ୍କର ପ୍ରଚୁର ଧନସମ୍ପଦ ଓ ପ୍ରତିପତ୍ତି ଥିଲା। ସେ ରାଜା ଆହାବଙ୍କ କନ୍ୟାକୁ ବିବାହ କରି ତାଙ୍କ ସହିତ ଏକ ଚୁକ୍ତି କଲା।
2
କିଛି ବର୍ଷ ଉତ୍ତାରେ, ଯିହୋଶାଫଟ୍ ଶମରିୟା ସହରରେ ରାଜା ଆହାବଙ୍କୁ ଭେଟିବା ନିମନ୍ତେ ଗଲେ। ଆହାବ ଯିହୋଶାଫଟ୍ ଓ ତାଙ୍କ ସହିତ ଥିବା ଲୋକମାନଙ୍କ ନିମନ୍ତେ ଅନେକ ମେଣ୍ଢା ଓ ଗାଈ ବଳିଦାନ ଦେଲେ। ଆହାବ ଯିହୋଶାଫଟଙ୍କୁ ରାମୋତ-ଗିଲିୟଦ୍ ସହରକୁ ଆକ୍ରମଣ କରିବା ନିମନ୍ତେ ଉତ୍ସାହିତ କଲେ।
3
ଆହାବ ଯିହୋଶାଫଟଙ୍କୁ କହିଲେ, “ତୁମ୍ଭେ ମୋ’ ସହିତ ରାମୋତ୍-ଗିଲିୟଦ୍କୁ ଆକ୍ରମଣ କରିବା ନିମନ୍ତେ ଯିବ କି?” ଆହାବ ଇସ୍ରାଏଲର ରାଜା ଓ ଯିହୋଶାଫଟ୍ ଯିହୁଦାର ରାଜା ଥିଲେ। ଯିହୋଶାଫଟ୍ ଆହାବଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭ ତୁଲ୍ୟ ଅଟେ ଓ ମୋର ଲୋକମାନେ ତୁମ୍ଭ ଲୋକ ପରି ଅଟନ୍ତି। ଆମ୍ଭେମାନେ ତୁମ୍ଭ ସହିତ ଯୁଦ୍ଧରେ ଯୋଗଦେବା।”
4
ଯିହୋଶାଫଟ୍ ଇସ୍ରାଏଲର ରାଜା ଆହୁରି ମଧ୍ୟ କହିଲେ, “କିନ୍ତୁ ଆସ ପ୍ରଥମେ, ଆମ୍ଭେ ସଦାପ୍ରଭୁଙ୍କଠାରୁ ଏକ ସନ୍ଦେଶ ଲୋଡ଼ିବା।”
5
ତେଣୁ ଇସ୍ରାଏଲର ରାଜା ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ ଏକତ୍ର କଲେ, ସେମାନେ 400 ଜଣ ଥିଲେ। ଆହାବ ସେମାନଙ୍କୁ କହିଲେ, “ଆମ୍ଭେମାନେ ରାମୋତ୍-ଗିଲିୟଦ୍ ସହରକୁ ଯୁଦ୍ଧ କରିବାକୁ ଯିବା, ନା ନାହିଁ?” ଭବିଷ୍ୟଦ୍ବକ୍ତାମାନେ କହିଲେ, “ଯାଅ, କାରଣ ପରମେଶ୍ୱର ରାମୋତ୍-ଗିଲିୟଦ୍କୁ ରାଜାଙ୍କୁ ଦେବେ।”
6
କିନ୍ତୁ ଯିହୋଶାଫଟ୍ କହିଲେ, “ସଦାପ୍ରଭୁଙ୍କର ଅନ୍ୟ କୌଣସି ଭବିଷ୍ୟଦ୍ବକ୍ତା ଏଠାରେ ନାହାନ୍ତି କି, ଯାହାକୁ ଆମ୍ଭେ ପଗ୍ଭରି ପାରିବା?”
7
ଏହା ପରେ ଇସ୍ରାଏଲର ରାଜା ଯିହୋଶାଫଟଙ୍କୁ କହିଲେ, “ଏହିଠାରେ ଆହୁରି ଜଣେ ବ୍ୟକ୍ତି ଅଛନ୍ତି। ଆମ୍ଭେମାନେ ତାଙ୍କ ମାଧ୍ୟମରେ ସଦାପ୍ରଭୁଙ୍କୁ ପଗ୍ଭରି ପାରିବା। କିନ୍ତୁ ମୁଁ ସେହି ବ୍ୟକ୍ତିଙ୍କୁ ଘୃଣା କରେ, କାରଣ ସେ କେବେ ହେଁ ସଦାପ୍ରଭୁଙ୍କଠାରୁ ମୋ’ ନିମନ୍ତେ ଗୋଟିଏ ସୁଦ୍ଧା ଶୁଭବାର୍ତ୍ତା ଆଣି ନାହିଁ। ସେ ସର୍ବଦା ମୋ’ ନିକଟକୁ ମନ୍ଦ ଖବର ଆଣିଛି। ସେହି ବ୍ୟକ୍ତିଙ୍କର ନାମ ହେଲା, ମୀଖାୟ। ସେ ଯିମ୍ଳଙ୍କ ପୁତ୍ର ଅଟନ୍ତି।” କିନ୍ତୁ ଯିହୋଶାଫଟ୍ କହିଲେ, “ଜଣେ ରାଜା ସେପରି କହିବା ଉଚିତ୍ ନୁହେଁ।”
8
ତା’ପରେ ଇସ୍ରାଏଲର ରାଜା ତାଙ୍କର ଜଣେ କର୍ମଗ୍ଭରୀଙ୍କୁ ଡାକିଲେ ଓ ତାକୁ କହିଲେ, “ଶୀଘ୍ର ଯାଅ, ଯିମ୍ଳଙ୍କର ପୁତ୍ର ମୀଖାୟଙ୍କୁ ଏଠାକୁ ନେଇଆସ।”
9
ଏହା ପରେ ଇସ୍ରାଏଲର ରାଜା ଓ ଯିହୁଦାର ରାଜା ଯିହୋଶାଫଟ୍ ସେମାନଙ୍କର ରାଜକୀୟ ପୋଷାକ ପିନ୍ଧିଥିଲେ। ସେମାନେ ଶମରିୟା ନଗରର ସମ୍ମୁଖଦ୍ୱାର ନିକଟସ୍ଥ ଶସ୍ୟମର୍ଦ୍ଦନ ଚଟାଣ ନିକଟରେ ସେମାନଙ୍କର ସିଂହାସନମାନଙ୍କରେ ବସିଥିଲେ, ସେହି ସମସ୍ତ ଭବିଷ୍ୟଦ୍ବକ୍ତା ଦୁଇ ରାଜାଙ୍କ ସମ୍ମୁଖରେ ସେମାନଙ୍କର କୀର୍ତ୍ତୀମାନ କହୁଥିଲେ।
10
ସିଦିକିୟ କନାନା ନାମକ ବ୍ୟକ୍ତିର ପୁତ୍ର ଥିଲା। ସିଦିକିୟ ଲୁହାରୁ କେତେକ ତୂରୀ ନିର୍ମାଣ କରିଥିଲା। ସିଦିକିୟ କହିଲା, “ସଦାପ୍ରଭୁ କହନ୍ତି, ‘ସେମାନେ ସମ୍ପୂର୍ଣ୍ଣ ବିନଷ୍ଟ ନ ହେବା ପର୍ଯ୍ୟନ୍ତ ତୁମ୍ଭେ ଏହି ଲୌହ-ତୂରୀ ଅରାମୀୟମାନଙ୍କୁ ବିଦାରିବା ନିମନ୍ତେ ବ୍ୟବହାର କରିବ।’”
11
ସବୁ ଭବିଷ୍ୟଦ୍ବକ୍ତାମାନେ ସେହି ସମାନ କଥା କହିଲେ। ସେମାନେ କହିଲେ, “ରାମୋତ୍-ଗିଲିୟଦ୍ର ସହରକୁ ଯାଅ। ତୁମ୍ଭେ ସଫଳତା ଓ ବିଜୟ ଲାଭ କରିବ। ସଦାପ୍ରଭୁ ରାମୋତ୍-ଗିଲିୟଦ୍କୁ ରାଜାଙ୍କୁ ଦେବେ।”
12
ମୀଖାୟଙ୍କୁ ଯେଉଁ ବାର୍ତ୍ତାବାହକ ଡାକିବାକୁ ଯାଇଥିଲା, ତାଙ୍କୁ କହିଲା, “ମୀଖାୟ, ଶୁଣ, ସବୁ ଭବିଷ୍ୟଦ୍ବକ୍ତାମାନେ ଏକପ୍ରକାର କଥା କହୁଅଛନ୍ତି। ସେମାନେ କହୁଛନ୍ତି ଯେ, ରାଜା ସଫଳତା ଲାଭ କରିବେ। ତେଣୁ ସେମାନେ ଯାହା କହୁଛନ୍ତି, ତୁମ୍ଭେ ମଧ୍ୟ ତାହା କହିବା ଉଚିତ୍। ତୁମ୍ଭେ ଉତ୍ତମ ବିଷୟମାନ କହିବା ଉଚିତ୍।”
13
କିନ୍ତୁ ମୀଖାୟ ଉତ୍ତର ଦେଲେ, “ନିଶ୍ଚିତ ଭାବରେ ସଦାପ୍ରଭୁ ଥିବାଯାଏ, ମୋ’ ପରମେଶ୍ୱର ଯାହା କହନ୍ତି, ମୁଁ କେବଳ ତାହା କହି ପାରିବି।”
14
ଏହା ପରେ ମୀଖାୟ ରାଜାଙ୍କ ନିକଟକୁ ଆସିଲେ। ରାଜା ତାଙ୍କୁ କହିଲେ, “ମୀଖାୟ, ଆମ୍ଭେମାନେ ରାମୋତ୍-ଗିଲିୟଦ୍ ସହରକୁ ଯୁଦ୍ଧ କରିବା ନିମନ୍ତେ ଯିବୁ ନା ନାହିଁ?” ମୀଖାୟ ଉତ୍ତର ଦେଲେ, “ଯାଅ ଓ ଆକ୍ରମଣ କର। ତୁମ୍ଭେମାନେ ଅଧିକାର କରିବ ଏବଂ ସେହି ସହର ତୁମ୍ଭର ହେବ।”
15
ରାଜା ମୀଖାୟଙ୍କୁ କହିଲେ, “କେବଳ ସଦାପ୍ରଭୁଙ୍କ ନାମରେ ସତ କହିବାକୁ କେତେଥର ମୋତେ ତୁମ୍ଭମାନଙ୍କୁ ଶପଥ କରାଇବା ପାଇଁ ପଡ଼ୁଛି?”
16
ଏହା ପରେ ମୀଖାୟ କହିଲେ, “ମୁଁ ଇସ୍ରାଏଲର ସମସ୍ତ ଲୋକଙ୍କୁ ପର୍ବତ ଉପରେ ଛିନ୍ନବିଚ୍ଛିନ୍ନ ଦେଖିଲି। ସେମାନେ ମେଷପାଳକ ବିହୀନ ମେଷତୁଲ୍ୟ ଥିଲେ। ସଦାପ୍ରଭୁ କହିଲେ, ‘ସେମାନଙ୍କର କୌଣସି ନେତା ନାହାନ୍ତି। ପ୍ରତ୍ୟେକ ଲୋକ ନିରାପଦରେ ନିଜ ଗୃହକୁ ଫେରିଯାଉ।’”
17
ଇସ୍ରାଏଲର ରାଜା ଯିହୋଶାଫଟଙ୍କୁ କହିଲେ, “ମୁଁ ତୁମ୍ଭକୁ କହିଥିଲି ଯେ, ମୀଖାୟ ମୋ’ ନିମନ୍ତେ କୌଣସି ଉତ୍ତମ ବାର୍ତ୍ତା ଆଣିବ ନାହିଁ। ମୋ’ ନିମନ୍ତେ ସେ କେବଳ ଖରାପ ବାର୍ତ୍ତା ଆଣେ।”
18
ମୀଖାୟ କହିଲେ, “ସଦାପ୍ରଭୁଙ୍କଠାରୁ ଆସିଥିବା ଏହି ବାର୍ତ୍ତା ଶୁଣ। ମୁଁ ସଦାପ୍ରଭୁଙ୍କୁ ତାଙ୍କର ସିଂହାସନରେ ବସିଥିବାର ଦେଖିଲି। ସ୍ୱର୍ଗୀୟ ଦୂତଗଣ ତାଙ୍କର ଚତୁର୍ଦ୍ଦିଗରେ ଠିଆ ହୋଇଥିଲେ, କେତେକ ତାଙ୍କର ବାମ ପାର୍ଶ୍ୱରେ ଓ କେତେକ ତାଙ୍କର ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହୋଇଥିଲେ।
19
ସଦାପ୍ରଭୁ କହିଲେ, ‘କିଏ ଇସ୍ରାଏଲର ରାଜା ଆହାବଙ୍କୁ ପ୍ରତାରଣା କରିବ, ସେଥିପାଇଁ ତାକୁ ରାମୋତ୍-ଗିଲିୟଦ୍ରେ ହତ୍ୟା କରାଯିବ?’ ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଠିଆ ହୋଇଥିବା ଭିନ୍ନ ଭିନ୍ନ ଲୋକମାନେ, ଭିନ୍ନ ଭିନ୍ନ କଥା କହିଲେ। କେତେକ ଗୋଟିଏ କଥା କହିଲେ ଓ ଆଉ କେତେକ ଆଉ କିଛି କହିଲେ।
20
ଏହା ପରେ ଗୋଟିଏ ଆତ୍ମା ଆସିଲା ଓ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେଲା। ଆତ୍ମାଟି କହିଲା, ‘ମୁଁ ଆହାବଙ୍କୁ ପ୍ରତାରିତ କରିବି।’ ସଦାପ୍ରଭୁ ଆତ୍ମାକୁ ପଗ୍ଭରିଲେ, ‘କିପରି?’
21
ସେହି ଆତ୍ମାଟି ଉତ୍ତର ଦେଲା, ‘ମୁଁ ଯିବି ଓ ଆହାବଙ୍କ ଭବିଷ୍ୟଦ୍ବକ୍ତାମାନଙ୍କ ମୁଖରେ ଏକ ମିଥ୍ୟାବାଦୀ ଆତ୍ମା ହୋଇଯିବି।’ ଆଉ ସଦାପ୍ରଭୁ କହିଲେ, ‘ନିଶ୍ଚିତ ଭାବରେ ତୁମ୍ଭେ ଆହାବକୁ ପ୍ରତାରିତ କରିବାକୁ ସମର୍ଥ ହେବ। ତେଣୁ ଯାଅ ଓ ତାହା କର।’
22
“ଏଣୁ ହେ ଆହାବ, ଦେଖନ୍ତୁ, ସଦାପ୍ରଭୁ ଆପଣଙ୍କ ଭବିଷ୍ୟଦ୍ବକ୍ତାମାନଙ୍କର ମୁଖରେ ଏକ ମିଥ୍ୟାବାଦୀର ଆତ୍ମା ଦେଇଛନ୍ତି, ସଦାପ୍ରଭୁ କହିଛନ୍ତି ଯେ, ତୁମ୍ଭ ପ୍ରତି ଅମଙ୍ଗଳ ହିଁ ଘଟିବ।”
23
ଏହା ଶୁଣି ସିଦିକିୟ ମୀଖାୟ ନିକଟକୁ ଗଲା ଓ ତାଙ୍କ ଗାଲକୁ ଆଘାତ କଲା। ସିଦିକିୟ କହିଲା, “ମୀଖାୟ, ସଦାପ୍ରଭୁଙ୍କ ଆତ୍ମା ତୋତେ ଏହା କହିବା ନିମନ୍ତେ ମୋ’ଠାରୁ କେଉଁ ବାଟରେ ଗଲେ?”
24
ମୀଖାୟ ଉତ୍ତର ଦେଲେ, “ସିଦିକିୟ, ତୁମ୍ଭେ ନିଜକୁ ଲୁଗ୍ଭଇବା ନିମନ୍ତେ ଯେଉଁ ଦିନ ଭିତର କୋଠରୀକି ଯିବ, ସେହି ଦିନ ତାହା ଜାଣିବ।”
25
ତା’ପରେ ଇସ୍ରାଏଲର ରାଜା କହିଲେ, “ମୀଖାୟଙ୍କୁ ନେଇଯାଅ ଓ ତାଙ୍କୁ ନଗରର ନଗରପାଳ ଆମୋନ ଓ ରାଜାଙ୍କ ପୁତ୍ର ଯୋୟାଶଙ୍କ ନିକଟକୁ ପଠାଇଦିଅ।
26
ଆମୋନ୍ ଓ ଯୋୟାଶଙ୍କୁ କୁହ, ରାଜା ଏହା କହନ୍ତି: ମୀଖାୟଙ୍କୁ ବନ୍ଦୀଶାଳାରେ ପକାଇଦିଅ। ମୁଁ ଯୁଦ୍ଧରୁ ଫେରି ନ ଆସିବା ପର୍ଯ୍ୟନ୍ତ ତାଙ୍କୁ ଅଳ୍ପ ରୋଟୀ ଓ ଜଳ ବ୍ୟତୀତ ଆଉ କିଛି ଖାଦ୍ୟ ଭୋଜନ କରିବାକୁ ଦେବ ନାହିଁ।”
27
ମୀଖାୟ ଉତ୍ତର ଦେଲେ, “ଯଦି ତୁମ୍ଭେ ଯୁଦ୍ଧରୁ ନିରାପଦରେ ଫେରି ଆସ, ତେବେ ସଦାପ୍ରଭୁ ମୋ’ ମାଧ୍ୟମରେ କହି ନାହାନ୍ତି। ସବୁ ଲୋକମାନେ, ମୋ’ କଥା ଶୁଣ।”
28
ଆହାବ ରାମୋତ୍ ଗିଲିୟଦ୍ରେ ହତ ହେଲେ ତେଣୁ ଇସ୍ରାଏଲର ରାଜା ଓ ଯିହୁଦାର ରାଜା ଯିହୋଶାଫଟ୍ ରାମୋତ୍-ଗିଲିୟଦ୍ ସହର ଉପରେ ଆକ୍ରମଣ କଲେ,
29
ଇସ୍ରାଏଲର ରାଜା ଯିହୋଶାଫଟଙ୍କୁ କହିଲେ, “ଯୁଦ୍ଧକୁ ଯିବା ପୂର୍ବରୁ ମୁଁ ଛଦ୍ମବେଶ ଧାରଣ କରିବି। କିନ୍ତୁ ତୁମ୍ଭେ ତୁମ୍ଭର ରାଜକୀୟ ପୋଷାକ ପିନ୍ଧ।” ତେଣୁ ଇସ୍ରାଏଲର ରାଜା ଛଦ୍ମବେଶ ଧାରଣ କଲେ, ଆଉ ଦୁଇ ରାଜା ଯୁଦ୍ଧକୁ ଗଲେ।
30
ଅରାମର ରାଜା ତାଙ୍କର ରଥ-ଗ୍ଭଳକମାନଙ୍କୁ ଗୋଟିଏ ଆଦେଶ ଦେଲେ। ସେ ସେମାନଙ୍କୁ କହିଲେ, “ମହାନ ହେଉ କି ଗୌଣ ହେଉ, କୌଣସି ବ୍ୟକ୍ତି ସହିତ ଯୁଦ୍ଧ କର ନାହିଁ। କିନ୍ତୁ କେବଳ ଇସ୍ରାଏଲର ରାଜା ସହିତ ଯୁଦ୍ଧ କର।”
31
ଯେତେବେଳେ ରଥ-ଗ୍ଭଳକମାନେ ଯିହୋଶାଫଟଙ୍କୁ ଦେଖିଲେ, ସେମାନେ ଭାବିଲେ, “ସେଠାରେ ଇସ୍ରାଏଲର ରାଜା ଅଛନ୍ତି।” ତେଣୁ ସେମାନେ ଯିହୋଶାଫଟଙ୍କ ଆଡ଼େ ଆକ୍ରମଣ କରିବାକୁ ଗଲେ। ତେଣୁ ଯିହୋଶାଫଟ୍ ଚିତ୍କାର କଲେ, ଆଉ ସଦାପ୍ରଭୁ ତାଙ୍କୁ ସାହାଯ୍ୟ କଲେ। ପରମେଶ୍ୱର ରଥ-ଗ୍ଭଳକମାନଙ୍କୁ ଯିହୋଶାଫଟଙ୍କ ଆଡ଼ୁ ଫେରାଇ ନେଲେ।
32
ଯେତେବେଳେ ସେମାନେ ଦେଖିଲେ ଯେ ଯିହୋଶାଫଟ୍ ଇସ୍ରାଏଲର ରାଜା ନୁହନ୍ତି, ସେମାନେ ତାଙ୍କ ପଛରେ ଆଉ ଗୋଡ଼ାଇଲେ ନାହିଁ।
33
କିନ୍ତୁ ଜଣେ ଧନୁର୍ଦ୍ଧର ଲକ୍ଷ୍ୟହୀନ ଭାବରେ ତା’ ଧନୁକୁ ତୀରଟିଏ ମାରିଲା। ସେହି ତୀରଟି ଆସି ଇସ୍ରାଏଲର ରାଜା ଆହାବଙ୍କ ସମ୍ମୁଖରେ ଏକ ସନ୍ଧି ସ୍ଥାନରେ ବାଜିଲା। ଇସ୍ରାଏଲର ରାଜା ତାଙ୍କର ରଥଗ୍ଭଳକକୁ କହିଲେ, “ରଥକୁ ଫେରାଇ ନିଅ ଓ ମୋତେ ଯୁଦ୍ଧ କ୍ଷେତ୍ରରୁ ନେଇଯାଅ। ମୁଁ ଆଘାତପ୍ରାପ୍ତ ହୋଇଅଛି।”
34
ଦିନ ତମାମ ଯୁଦ୍ଧ ଗ୍ଭଲିଲା। ଇସ୍ରାଏଲର ରାଜା ଅରାମୀୟମାନଙ୍କୁ ଗ୍ଭହିଁ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ ରଥ ଉପରେ ଛିଡ଼ା ହୋଇ ରହିଲେ। ତା’ପରେ ସୂର୍ଯ୍ୟାସ୍ତ ସମୟରେ ସେ ମୃତ୍ୟୁବରଣ କଲେ।
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 19 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36