bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Chronicles 29
2 Chronicles 29
Odia Bible ERV 2004 (ପବିତ୍ର ବାଇବଲ)
← Chapter 28
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 30 →
1
ଯିହୁଦାର ରାଜା ହିଜକିୟ ହିଜକିୟ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଅଣତିରିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅବିଜା। ଅବିଜା ଯିଖରିୟଙ୍କ କନ୍ୟା ଥିଲେ।
2
ହିଜକିୟ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ଯଥାର୍ଥ କର୍ମ କଲେ।
3
ହିଜକିୟ ସଦାପ୍ରଭୁଙ୍କ ମନ୍ଦିରର ଦ୍ୱାରସବୁ ମରାମତି କଲେ। ହିଜକିୟ ମନ୍ଦିରକୁ ପୁନର୍ବାର ଉନ୍ମୁକ୍ତ କଲେ। ସେ ରାଜା ହେବାର ପ୍ରଥମ ବର୍ଷର ପ୍ରଥମ ମାସରେ ହିଁ ଏହା କଲେ।
4
ହିଜକିୟ ଯାଜକ ଓ ଲେବୀୟମାନଙ୍କୁ ଏକ ସଭାରେ ସମ୍ମିଳିତ କରାଇଲେ। ମନ୍ଦିରର ପୂର୍ବ ପାର୍ଶ୍ୱସ୍ଥ ଉନ୍ମୁକ୍ତ ପ୍ରାଙ୍ଗଣରେ ସେ ସେମାନଙ୍କ ସହିତ ଏକ ସଭା କଲେ।
5
ହିଜକିୟ ସେମାନଙ୍କୁ କହିଲେ, “ହେ ଲେବୀୟମାନେ, ମୋ’ କଥା ଶୁଣ। ତୁମ୍ଭର ପୂର୍ବପୁରୁଷମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ମନ୍ଦିରରେ ସେବା କରିବା ପାଇଁ ନିଜକୁ ଉତ୍ସର୍ଗୀକୃତ କର। ଅପବିତ୍ର ବସ୍ତୁକୁ ମନ୍ଦିରରୁ ବାହାର କରିନିଅ।
6
ଆମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କୁ ତ୍ୟାଗ କଲେ। ସଦାପ୍ରଭୁ ପରମେଶ୍ୱର ମନ୍ଦ ବୋଲି ବିବେଚନା କରିଥିବା କାର୍ଯ୍ୟକୁ ସେମାନେ କଲେ। ସେମାନେ ସଦାପ୍ରଭୁଙ୍କୁ ଅବମାନନା କଲେ। ସେମାନେ ସଦାପ୍ରଭୁଙ୍କୁ ପଛ କଲେ।
7
ସେମାନେ ମନ୍ଦିର ଅଳିନ୍ଦର ଦ୍ୱାରସବୁ ବନ୍ଦ କରିଦେଲେ ଓ ପ୍ରଦୀପର ଶିଖା ଲିଭାଇ ଦେଲେ। ସେମାନେ ଇସ୍ରାଏଲର ପରମେଶ୍ୱରଙ୍କର ପବିତ୍ର ସ୍ଥାନରେ ସୁଗନ୍ଧିଧୂପ ଜଳାଇବା ଓ ନୈବେଦ୍ୟ ହୋମବଳି ଉପହାର ଉତ୍ସର୍ଗ କରିବା ବନ୍ଦ କରିଦେଲେ।
8
ତେଣୁ ସଦାପ୍ରଭୁ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କଲେ। ସଦାପ୍ରଭୁ ସେମାନଙ୍କୁ ଦଣ୍ଡିତ କଲେ। ଯିହୁଦା ଓ ଯିରୁଶାଲମର ଲୋକମାନଙ୍କର ସଦାପ୍ରଭୁ ଯାହା ଘଟାଇଲେ, ତାହା ଯେତେବେଳେ ଅନ୍ୟ ଲୋକମାନେ ଦେଖିଲେ, ସେମାନେ ଅତ୍ୟନ୍ତ ଭୟଭୀତ ଓ ହତଚକିତ ହୋଇପଡ଼ିଲେ। ସେହି ଅନ୍ୟ ଦେଶମାନେ ଯିହୁଦାର ଲୋକଙ୍କ ନିମନ୍ତେ ଘୃଣା ଓ ଲଜ୍ଜାରେ ଆପଣା ଆପଣା ମୁଣ୍ଡ ନୁଆଁଇଲେ। ତୁମ୍ଭେମାନେ ତାହା ସ୍ୱଚକ୍ଷୁରେ ଦେଖୁଅଛ।
9
ଆଉ ସେଥି ନିମନ୍ତେ ଆମ୍ଭମାନଙ୍କର ପୂର୍ବପୁରୁଷଗଣ ଯୁଦ୍ଧରେ ନିହତ ହେଲେ। ଆମ୍ଭମାନଙ୍କ ପୁତ୍ର ଓ କନ୍ୟା ଓ ସ୍ତ୍ରୀମାନେ ବନ୍ଦୀରୂପେ ନିଆଗଲେ।
10
ତେଣୁ ବର୍ତ୍ତମାନ ମୁଁ ହିଜକିୟ, ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ସହିତ ଏକ ନିୟମ କରିବାକୁ ମନସ୍ଥ କରିଅଛି। ତେବେ ସେ ଆମ୍ଭମାନଙ୍କ ଉପରେ ଆଉ କ୍ରୋଧ କରିବେ ନାହିଁ।
11
ତେଣୁ ହେ ମୋର ପୁତ୍ରଗଣ, ଆଉ ପରିଚର୍ଯ୍ୟା କର ନାହିଁ କି ଆଉ ସମୟ ନଷ୍ଟ କର ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କୁ ତାଙ୍କର ସେବାକାର୍ଯ୍ୟ ନିମନ୍ତେ ମନୋନୀତ କରିଅଛନ୍ତି। ସେ ତୁମ୍ଭମାନଙ୍କୁ ତାଙ୍କର ମନ୍ଦିରରେ ସେବାକାର୍ଯ୍ୟ କରିବା ଓ ସୁଗନ୍ଧିଧୂପ ଜଳାଇବା ନିମନ୍ତେ ମନୋନୀତ କରିଛନ୍ତି।”
12
ଯେଉଁ ଲେବୀୟମାନେ କାର୍ଯ୍ୟ କରିବାକୁ ଆରମ୍ଭ କଲେ, ସେମାନଙ୍କର ତାଲିକା ଏହି: କହାତ୍ ବଂଶର ଅମାସୟଙ୍କ ପୁତ୍ର ମାହତ୍ ଓ ଅସରିୟଙ୍କ ପୁତ୍ର ଯୋୟେଲ ଥିଲେ। ମରାରି ବଂଶଧରର ଅବ୍ଦିଙ୍କ ପୁତ୍ର କୀଶ୍ ଓ ଯିହୋଲିଲେଲଙ୍କ ପୁତ୍ର ଅସରିୟ ଥିଲେ। ଗେର୍ଶୋନ ବଂଶଧରରୁ ସିମ୍ମଙ୍କ ପୁତ୍ର ଯୋୟାହ ଓ ଯୋୟାହଙ୍କ ପୁତ୍ର ଏଦନ୍ ଥିଲେ। ଇଲିଶାଫନଙ୍କ ବଂଶଧରମାନଙ୍କ ମଧ୍ୟରୁ ଯିଖରିୟ ଓ ମତ୍ତନିୟ ଥିଲେ। ହେମନଙ୍କ ବଂଶଧରମାନଙ୍କ ମଧ୍ୟରୁ ଯିହୀୟେଲ୍ ଓ ଶିମିୟି ଥିଲେ। ଯିଦୂଥୂନଙ୍କ ବଂଶଧରମାନଙ୍କ ମଧ୍ୟରୁ ଶିମ୍ରି ଓ ଯିୟୂୟେଲ ଥିଲେ। ଆସଫ୍ ବଂଶଧରମାନଙ୍କ ମଧ୍ୟରୁ ଶମୟିୟ ଓ ଉଷିୟେଲ ଥିଲେ।
15
ଏହା ପରେ ଏହି ଲେବୀୟମାନେ ସେମାନଙ୍କର ଭ୍ରାତାମାନଙ୍କୁ ଏକତ୍ର କଲେ ଓ ମନ୍ଦିରର ପବିତ୍ର ସେବାକାର୍ଯ୍ୟ ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ କଲେ। ସେମାନେ ରାଜାଙ୍କର ଆଦେଶ ମାନିଲେ, ଯାହାକି ସଦାପ୍ରଭୁଙ୍କଠାରୁ ଆସିଥିଲା।
16
ଯାଜକମାନେ ମନ୍ଦିରକୁ ପରିଷ୍କାର କରିବା ନିମନ୍ତେ ତାହା ମଧ୍ୟରେ ପ୍ରବେଶ କଲେ। ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ଯେତେ ଅପବିତ୍ର ବସ୍ତୁ ପାଇଲେ, ତାହାକୁ ବାହାର କରିଦେଲେ। ସେମାନେ ସେହି ଅପବିତ୍ର ବସ୍ତୁଗୁଡ଼ିକୁ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣକୁ ଆଣିଲେ। ଏହା ପରେ ଲେବୀୟମାନେ ଅପବିତ୍ର ବସ୍ତୁଗୁଡ଼ିକୁ ବାହାର କରି କିଦ୍ରୋଣ ଉପତ୍ୟକାକୁ ନେଇଗଲେ।
17
ପ୍ରଥମ ମାସର ପ୍ରଥମ ଦିନରେ ଲେବୀୟମାନେ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଦେଲେ। ମାସର ଅଷ୍ଟମ ଦିନରେ, ଲେବୀୟମାନେ ସଦାପ୍ରଭୁଙ୍କ ମନ୍ଦିରର ଅଳିନ୍ଦକୁ ଆସିଲେ। ସଦାପ୍ରଭୁଙ୍କ ମନ୍ଦିରକୁ ପବିତ୍ରରୂପେ ବ୍ୟବହାର କରିବା ପାଇଁ ସେମାନେ ଆହୁରି ଆଠ ଦିନ ପର୍ଯ୍ୟନ୍ତ ତାହାକୁ ପରିଷ୍କାର କଲେ। ସେମାନେ ପ୍ରଥମ ମାସର ଷୋହଳତମ ଦିନରେ ତାହା ସମାପ୍ତ କଲେ।
18
ଏହା ପରେ ସେମାନେ ରାଜା ହିଜକିୟଙ୍କ ନିକଟକୁ ଗଲେ। ସେମାନେ ତାଙ୍କୁ କହିଲେ, “ରାଜା ହିଜକିୟ, ଆମ୍ଭେମାନେ ସଦାପ୍ରଭୁଙ୍କ ସମଗ୍ର ମନ୍ଦିର, ସୁଗନ୍ଧିଧୂପ ଜ୍ୱଳାଇବାର ଯଜ୍ଞବେଦି ଓ ମନ୍ଦିରସ୍ଥ ସମସ୍ତ ବିଷୟକୁ ପରିଷ୍କାର କରିଅଛୁ। ଧାଡ଼ିଧାଡ଼ି ଦର୍ଶନୀୟ ରୋଟୀ ରଖାଯିବାର ମେଜ ଓ ମେଜରେ ବ୍ୟବହୃତ ସାମଗ୍ରୀକୁ ଆମ୍ଭେମାନେ ପରିଷ୍କାର କରିଅଛୁ।
19
ଆହସ୍ ରାଜା ଥିବା ସମୟରେ ପରମେଶ୍ୱରଙ୍କର ବିରୁଦ୍ଧରେ ବିଦ୍ରୋହ କଲେ। ସେ ମନ୍ଦିର ମଧ୍ୟରେ ଥିବା ଅନେକ ସାମଗ୍ରୀକୁ ଫୋପାଡ଼ି ଦେଇଥିଲେ। କିନ୍ତୁ ଆମ୍ଭେମାନେ ସେହିସବୁ ସାମଗ୍ରୀକୁ ନିରୂପିତ କରିଅଛୁ ଓ ସେଗୁଡ଼ିକୁ ବିଶେଷ ବ୍ୟବହାର ନିମନ୍ତେ ପ୍ରସ୍ତୁତ କରିଅଛୁ। ସେଗୁଡ଼ିକ ବର୍ତ୍ତମାନ ସଦାପ୍ରଭୁଙ୍କ ଯଜ୍ଞବେଦିର ସମ୍ମୁଖରେ ଅଛି।”
20
ରାଜା ହିଜକିୟ ପରବର୍ତ୍ତୀ ଦିନ ପ୍ରତ୍ୟୁଷରେ ନଗରର ପଦାଧିକାରୀମାନଙ୍କୁ ଏକତ୍ର କଲେ ଓ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।
21
ସେମାନେ ସାତ ଗୋଟି ବଳଦ, ସାତୋଟି ମେଷ, ସାତୋଟି ମେଷଶାବକ ଓ ସାତୋଟି ବୋଦା ଆଣିଲେ। ଏହି ପଶୁଗୁଡ଼ିକ ପବିତ୍ର ସ୍ଥାନର ଓ ଯିହୁଦାର ଲୋକମାନଙ୍କ ନିମନ୍ତେ ପାପାର୍ଥକ ବଳିସ୍ୱରୂପେ ଉତ୍ସର୍ଗୀକୃତ ହେବାକୁ ଥିଲା। ରାଜା ହିଜକିୟ ହାରୋଣଙ୍କ ବଂଶଧର ଯାଜକମାନଙ୍କୁ ସଦାପ୍ରଭୁଙ୍କ ଯଜ୍ଞବେଦି ଉପରେ ସେହି ପଶୁଗୁଡ଼କ ଉତ୍ସର୍ଗ କରିବାକୁ ଆଦେଶ ଦେଲେ।
22
ତେଣୁ ଯାଜକମାନେ ବଳଦମାନଙ୍କୁ ହତ୍ୟା କଲେ ଓ ରକ୍ତକୁ ରଖିଲେ। ଆଉ ସେମାନେ ସେହି ବଳଦର ରକ୍ତକୁ ବେଦି ଉପରେ ସିଞ୍ଚିଲେ। ଏହା ପରେ ଯାଜକମାନେ ମେଷମାନଙ୍କୁ ହତ୍ୟା କଲେ ଓ ମେଷମାନଙ୍କର ରକ୍ତ ଯଜ୍ଞବେଦି ଉପରେ ସିଞ୍ଚନ କଲେ।
23
ଏହା ପରେ ଯାଜକମାନେ ଛାଗଗୁଡ଼ିକୁ ରାଜାଙ୍କ ସମ୍ମୁଖକୁ ଆଣିଲେ ଓ ଲୋକମାନେ ଏକତ୍ର ସମ୍ମିଳିତ ହେଲେ। ଏହି ଛାଗଗୁଡ଼ିକ ପାପାର୍ଥକ ବଳି ଥିଲା। ଯାଜକମାନେ ସେମାନଙ୍କ ହସ୍ତ ଛାଗମାନଙ୍କ ମସ୍ତକ ଉପରେ ରଖିଲେ ଓ ଛାଗଗୁଡ଼ିକୁ ବଧ କଲେ। ଛାଗମାନଙ୍କର ରକ୍ତକୁ ଯଜ୍ଞବେଦି ଉପରେ ଉତ୍ସର୍ଗ କରି ଯାଜକମାନେ ପାପାର୍ଥକ ବଳି ଉତ୍ସର୍ଗ କଲେ। ପରମେଶ୍ୱର ଯେପରି ଇସ୍ରାଏଲର ଲୋକମାନଙ୍କର ପାପସବୁ କ୍ଷମା କରନ୍ତି, ଏଥିନିମନ୍ତେ ସେମାନେ ଏହିପରି କଲେ। ରାଜା କହିଲେ ଯେ, ଇସ୍ରାଏଲର ସମସ୍ତ ଲୋକଙ୍କ ନିମନ୍ତେ ହୋମବଳି ଉପହାର ଓ ପାପାର୍ଥକ ବଳି ଏକତ୍ର ଉତ୍ସର୍ଗ କରାଯିବା ଉଚିତ୍।
25
ଦାଉଦ, ରାଜାଙ୍କ ଭବିଷ୍ୟଦ୍ବକ୍ତା ଗାଦ୍ ଓ ନାଥନ୍ ଭବିଷ୍ୟଦ୍ବକ୍ତା ଯେଉଁ ପ୍ରକାର ଆଦେଶ ଦେଇଥିଲେ, ରାଜା ହିଜକିୟ ସେହି ପ୍ରକାରେ ଲେବୀୟମାନଙ୍କୁ ଝାଞ୍ଜ, ବୀଣା ଓ ସାରଙ୍ଗ ସହିତ ସଦାପ୍ରଭୁଙ୍କ ମନ୍ଦିରରେ ଅବସ୍ଥାପିତ କଲେ। ଏହି ଆଦେଶ ସଦାପ୍ରଭୁଙ୍କଠାରୁ ତାଙ୍କର ଭବିଷ୍ୟଦ୍ବକ୍ତାମାନଙ୍କର ମାଧ୍ୟମରେ ଆସିଥିଲା।
26
ତେଣୁ ଲେବୀୟମାନେ ଦାଉଦଙ୍କ ବାଦ୍ୟଯନ୍ତ୍ରସବୁ ସହିତ ପ୍ରସ୍ତୁତ ହୋଇ ଠିଆ ହେଲେ ଓ ଯାଜକମାନେ ସେମାନଙ୍କର ତୂରୀ ସହିତ ପ୍ରସ୍ତୁତ ହୋଇ ଠିଆ ହେଲେ।
27
ଏହା ପରେ ହିଜକିୟ ବେଦି ଉପରେ ବଳିଦାନ ଉପହାର ଉତ୍ସର୍ଗ କରିବାକୁ ଆଦେଶ ଦେଲେ। ହୋମବଳି ଉପହାରର ଉତ୍ସର୍ଗ ଯେତେବେଳେ ଆରମ୍ଭ ହେଲା, ସେତେବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସଙ୍ଗୀତ ଗାନ ଆରମ୍ଭ ହେଲା। ତୂରୀ ବଜାଗଲା ଓ ଇସ୍ରାଏଲ ରାଜା ଦାଉଦଙ୍କ ବାଦ୍ୟଯନ୍ତ୍ର ସବୁ ବଜାଗଲା।
28
ହୋମବଳି ଉପହାରର ଉତ୍ସର୍ଗୀକରଣ ଶେଷ ନ ହେବା ପର୍ଯ୍ୟନ୍ତ ସମସ୍ତ ଜନତା ନତ ମସ୍ତକ ହେଲେ, ଗାୟକମାନେ ଗୀତ ଗାନ କଲେ ଓ ତୂରୀବାଦ୍ୟକାରୀମାନେ ତୂରୀ ବଜାଇଲେ।
29
ଉତ୍ସର୍ଗ କାର୍ଯ୍ୟ ଶେଷ ହେବାପରେ, ରାଜା ହିଜକିୟ ଓ ତାଙ୍କ ସହିତ ସମସ୍ତ ଜନତା ନତମସ୍ତକ ହେଲେ ଓ ଉପାସନା କଲେ।
30
ରାଜା ହିଜକିୟ ଓ ତାଙ୍କର ପଦାଧିକାରୀମାନେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବାକୁ ଆଦେଶ ଦେଲେ। ସେମାନେ ଦାଉଦ ଓ ଆସଫ ଭବିଷ୍ୟଦ୍ବକ୍ତାଙ୍କ ରଚିତ ସଙ୍ଗୀତମାନ ଗାନ କଲେ। ସେମାନେ ପରମେଶ୍ୱରଙ୍କର ପ୍ରଶଂସା କଲେ ଓ ଆନନ୍ଦିତ ହେଲେ। ସେମାନେ ସମସ୍ତେ ନତମସ୍ତକ ହେଲେ ଓ ପରମେଶ୍ୱରଙ୍କର ଉପାସନା କଲେ।
31
ହିଜକିୟ କହିଲେ, “ବର୍ତ୍ତମାନ, ଯିହୁଦାର ଲୋକମାନେ, ତୁମ୍ଭେମାନେ ନିଜକୁ ସଦାପ୍ରଭୁଙ୍କୁ ଉତ୍ସର୍ଗୀକୃତ କରିଅଛ। ନିକଟକୁ ଆସ ଓ ସଦାପ୍ରଭୁଙ୍କ ମନ୍ଦିରକୁ ବଳିଦାନ ଓ ଧନ୍ୟବାଦର ଉପହାରସବୁ ଆଣ।” ଏହା ପରେ ଲୋକମାନେ ବଳିଦାନ ଓ ଧନ୍ୟବାଦର ଉପହାର ସବୁ ଆଣିଲେ। ଯଦି କୌଣସି ଲୋକ ଗ୍ଭହିଁଲା, ସେ ହୋମବଳି ଉପହାରସବୁ ଆଣିଲା।
32
ସମ୍ମିଳିତ ଜନତା ଏହିପରି ଭାବରେ ହୋମବଳି ଉପହାର ସବୁ ଆଣିଲେ: ସତୁରି ବଳଦ, 100 ଗୋଟି ମେଷ ଓ 200 ଗୋଟି ମେଷଶାବକ। ଏହିସବୁ ପଶୁକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉପହାର ସ୍ୱରୂପେ ଉତ୍ସର୍ଗ କରାଗଲା।
33
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ନୈବେଦ୍ୟ ଥିଲା 600ଟି ଷଣ୍ଢ ଓ 3000 ମେଷ ଓ ଛାଗ।
34
କିନ୍ତୁ ଏହି ସମସ୍ତ ପଶୁଙ୍କୁ କାଟି ଓ ଚମଡ଼ା ପରିଷ୍କାର କରି ହୋମବଳି ନୈବେଦ୍ୟ ସ୍ୱରୂପେ ଉତ୍ସର୍ଗ କରିବା ନିମନ୍ତେ ଯଥେଷ୍ଟ ସଂଖ୍ୟକ ଯାଜକ ନ ଥିଲେ। ତେଣୁ ସେମାନଙ୍କର ଆତ୍ମୀୟମାନେ ଓ ଲେବୀୟମାନେ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଓ ଯାଜକମାନେ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ସେମାନଙ୍କୁ ସାହାଯ୍ୟ କଲେ। ଲେବୀୟମାନେ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ ନିଜକୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଅତ୍ୟନ୍ତ ସଚେତନ ଥିଲେ। ସେମାନେ ଯାଜକମାନଙ୍କଠାରୁ ମଧ୍ୟ ଅଧିକ ସଚେତନ ଥିଲେ।
35
ସେଠାରେ ଅନେକ ହୋମବଳି ନୈବେଦ୍ୟ ଓ ମଙ୍ଗଳାର୍ଥକ ନୈବେଦ୍ୟ ସ୍ୱରୂପ ଚର୍ବ୍ବୀର ଉତ୍ସର୍ଗ ଓ ପେୟନୈବେଦ୍ୟ ଉତ୍ସର୍ଗ କରାଗଲା। ଏହିପରି ଭାବରେ, ସଦାପ୍ରଭୁଙ୍କ ମନ୍ଦିରରେ ସେବାକାର୍ଯ୍ୟ ଆଉଥରେ ଆରମ୍ଭ ହେଲା।
36
ପରମେଶ୍ୱର ତାଙ୍କର ଲୋକମାନଙ୍କ ନିମନ୍ତେ ଯେଉଁସବୁ ବିଷୟ ପ୍ରସ୍ତୁତ କରିଥିଲେ, ସେଥିନିମନ୍ତେ ହିଜକିୟ ଓ ଲୋକମାନେ ଅତ୍ୟନ୍ତ ଆନନ୍ଦିତ ଥିଲେ। ଆଉ ସେ ତାହା ଏତେ ଶୀଘ୍ର କଲେ, ଯେ ସେଥିନିମନ୍ତେ ସେମାନେ ଆନନ୍ଦିତ ଥିଲେ।
← Chapter 28
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 30 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36