bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Chronicles 20
2 Chronicles 20
Odia Bible ERV 2004 (ପବିତ୍ର ବାଇବଲ)
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 21 →
1
ଯିହୋଶାଫଟ୍ ଯୁଦ୍ଧର ସମ୍ମୁଖୀନ ହେଲେ ପରେ ମୋୟାବୀୟ, ଅମ୍ମୋନୀୟ ଓ କେତେକ ଅମ୍ମୋନୀୟ ଲୋକ ଯିହୋଶାଫଟଙ୍କ ସହିତ ଯୁଦ୍ଧ କରିବାକୁ ଆସିଲେ।
2
କିଛି ଲୋକ ଆସି ଯିହୋଶାଫଟଙ୍କୁ କହିଲେ, “ଇଦୋମରୁ ତୁମ୍ଭ ବିରୁଦ୍ଧରେ ଏକ ବୃହତ୍ ସୈନ୍ୟଦଳ ଆସୁଛନ୍ତି। ସେମାନେ ମୃତସାଗରର ଅପର ପାର୍ଶ୍ୱରୁ ଆସୁଅଛନ୍ତି। ସେମାନେ ହତସସୋନ୍-ତାମରରେ ଆସି ପୁରାପୁରି ପହଞ୍ଚି ସାରିଲେଣି।” (ହତସସୋନ୍-ତାମରକୁ ଐନ୍ ଗଦୀ ବୋଲି ମଧ୍ୟ କୁହାଯାଉଥିଲା।)
3
ଯିହୋଶାଫଟ୍ ଏହା ଶୁଣି ଭୟଭୀତ ହୋଇପଡ଼ିଲେ ଓ କ’ଣ କରିବାକୁ ହେବ, ତାହା ସଦାପ୍ରଭୁଙ୍କୁ ପଗ୍ଭରିବା ନିମନ୍ତେ ସ୍ଥିର କଲେ, ସେ ସାରା ଯିହୁଦାରେ ଉପବାସର ସମୟ ଘୋଷଣା କଲେ।
4
ଯିହୁଦାର ଲୋକମାନେ ସଦାପ୍ରଭୁଙ୍କୁ ସାହାଯ୍ୟ ମାଗିବା ନିମନ୍ତେ ଏକତ୍ର ହେଲେ। ସେମାନେ ସଦାପ୍ରଭୁଙ୍କଠାରୁ ସାହାଯ୍ୟ ଲୋଡ଼ିବାକୁ ଯିହୁଦାର ସବୁ ସହରରୁ ବାହାରି ଆସିଲେ।
5
ସଦାପ୍ରଭୁଙ୍କ ମନ୍ଦିରର ନୂତନ ପ୍ରାଙ୍ଗଣ ସମ୍ମୁଖରେ ଯିହୋଶାଫଟ୍ ଉପସ୍ଥିତ ଥିଲେ। ସେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ମଧ୍ୟରୁ ଉଠି ଠିଆ ହେଲେ।
6
ସେ କହିଲେ, “ହେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ସ୍ୱର୍ଗସ୍ଥ ପରମେଶ୍ୱର ଅଟ। ତୁମ୍ଭେ ସବୁ ଜାତି ଓ ସବୁ ରାଜ୍ୟ ଉପରେ ରାଜତ୍ୱ କର। ତୁମ୍ଭର ପରାକ୍ରମ ଓ ଶକ୍ତି ଅଛି। କୌଣସି ବ୍ୟକ୍ତି ତୁମ୍ଭ ବିରୁଦ୍ଧରେ ଠିଆ ହୋଇ ନ ପାରେ।
7
ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ୱର ଅଟ। ତୁମ୍ଭେ ଏହି ଦେଶର ଲୋକମାନଙ୍କୁ ବଳପୂର୍ବକ ତଡ଼ି ଦେଲ। ତୁମ୍ଭେ ଏହି କର୍ମ ତୁମ୍ଭର ଲୋକ ଇସ୍ରାଏଲର ସମ୍ମୁଖରେ କଲ। ତୁମ୍ଭେ ଅନନ୍ତକାଳ ନିମନ୍ତେ ଅବ୍ରହାମଙ୍କ ବଂଶଧରମାନଙ୍କୁ ଏହି ଦେଶ ଦେଇଅଛ। ଅବ୍ରହାମ ତୁମ୍ଭର ବନ୍ଧୁ ଥିଲେ।
8
ଅବ୍ରହାମଙ୍କ ବଂଶଧରମାନେ ଏହି ଦେଶରେ ବାସ କଲେ ଓ ତୁମ୍ଭ ନାମରେ ଗୋଟିଏ ମନ୍ଦିର ନିର୍ମାଣ କଲେ। ସେମାନେ କହିଲେ,
9
‘ଯଦି ଆମ୍ଭମାନଙ୍କ ପ୍ରତି କୌଣସି ବିପଦ ଯେପରି ଖଡ଼୍ଗ, ଦଣ୍ଡ, ରୋଗ ବା ମରୁଡ଼ି ଘଟେ, ତେବେ ଆମ୍ଭେମାନେ ଏହି ମନ୍ଦିର ସମ୍ମୁଖରେ ଓ ତୁମ୍ଭ ସମ୍ମୁଖରେ ଠିଆ ହେବୁ। ଏହି ମନ୍ଦିର ତୁମ୍ଭର ନାମ ବହନ କରେ, ଯେତେବେଳେ ଆମ୍ଭେମାନେ ବିପଦରେ ପଡ଼ୁ, ସେତେବେଳେ ତୁମ୍ଭ ନିକଟରେ ଡାକ ପକାଇବୁ। ତା’ପରେ ତୁମ୍ଭେ ଆମ୍ଭମାନଙ୍କ ଡାକ ଶୁଣିବ ଓ ଆମ୍ଭମାନଙ୍କୁ ଉଦ୍ଧାର କରିବ।’
10
“କିନ୍ତୁ ଦେଖ, ବର୍ତ୍ତମାନ ଏହି ସ୍ଥାନରେ ଅମ୍ମୋନ, ମୋୟାବ୍ ଓ ସେୟୀର ପର୍ବତ ନିକଟର ଲୋକମାନେ ଉପସ୍ଥିତ ହୋଇଛନ୍ତି। ଇସ୍ରାଏଲ ଲୋକମାନେ ଯେତେବେଳେ ମିଶରରୁ ବାହାରି ଆସିଲେ, ତୁମ୍ଭେ ସେମାନଙ୍କୁ ସେମାନଙ୍କର ଦେଶରେ ପ୍ରବେଶ କରିବାକୁ ଦେଲ ନାହିଁ। ତେଣୁ ଇସ୍ରାଏଲର ଲୋକମାନେ ପଳାଇଗଲେ ଓ ସେହି ଲୋକମାନଙ୍କୁ ମଧ୍ୟ ବିନଷ୍ଟ କଲ ନାହିଁ।
11
କିନ୍ତୁ ଦେଖ, ସେଥିପାଇଁ ସେମାନେ ଆମ୍ଭମାନଙ୍କୁ କିପରି ପାରିଶ୍ରମିକ ଦେଉଛନ୍ତି। ସେମାନେ ଆମ୍ଭମାନଙ୍କୁ ତୁମ୍ଭ ଦେଶରୁ ବଳପୂର୍ବକ ବାହାର କରିଦେବାକୁ ଆସିଛନ୍ତି। ତୁମ୍ଭେ ଏହି ଦେଶ ଆମ୍ଭମାନଙ୍କୁ ଦେଇଥିଲ।
12
ହେ ଆମ୍ଭମାନଙ୍କର ପରମେଶ୍ୱର, ସେହି ଲୋକମାନଙ୍କୁ ଦଣ୍ଡ ଦିଅ। ଏହି ଯେଉଁ ବୃହତ୍ ସୈନ୍ୟଦଳ ଆମ୍ଭମାନଙ୍କ ବିରୁଦ୍ଧରେ ଆସୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଆମ୍ଭମାନଙ୍କର କୌଣସି ଶକ୍ତି ନାହିଁ। କ’ଣ କରିବାକୁ ହେବ, ତାହା ଆମ୍ଭେମାନେ ଜାଣି ନାହୁଁ। ସେଥିନିମନ୍ତେ ଆମ୍ଭେମାନେ ତୁମ୍ଭର ସାହାଯ୍ୟ ଲୋଡ଼ୁଅଛୁ।”
13
ଯିହୁଦାର ସମସ୍ତ ଲୋକ ସେମାନଙ୍କ ଶିଶୁ, ସ୍ତ୍ରୀ ଓ ସନ୍ତାନମାନଙ୍କୁ ନେଇ ସମ୍ମୁଖରେ ଠିଆ ହୋଇଥିଲେ।
14
ଏହା ପରେ ସଦାପ୍ରଭୁଙ୍କ ଆତ୍ମା ମଣ୍ଡଳୀ ମଧ୍ୟରେ ଯିୟୟେଲଙ୍କ ଉପରେ ଅଧିଷ୍ଠିତ ହେଲେ। ଯିୟୟେଲ ଯିଖରିୟଙ୍କ ପୁତ୍ର ଥିଲେ। ଯିଖରିୟ ବନାୟଙ୍କ ପୁତ୍ର ଥିଲେ। ବନାୟ ଯହସୀୟେଲଙ୍କ ପୁତ୍ର ଥିଲେ। ଆଉ ଯହସୀୟେଲ ମତ୍ତାନିୟଙ୍କ ପୁତ୍ର ଥିଲେ। ଯିୟୟେଲ ଜଣେ ଲେବୀୟ ଓ ଆସଫଙ୍କ ବଂଶଧର ଥିଲେ।
15
ଯିୟୟେଲ କହିଲେ, “ରାଜା ଯିହୋଶାଫଟ୍, ଯିହୁଦା ଏବଂ ଯିରୁଶାଲମର ସମସ୍ତ ଲୋକ ମୋ’ କଥା ଶୁଣ। ସଦାପ୍ରଭୁ ତୁମ୍ଭକୁ ଏହିକଥା କହନ୍ତି: ‘ଏହି ବୃହତ୍ ସୈନ୍ୟଦଳ ବିଷୟରେ ଭୀତ କିମ୍ବା ବିବ୍ରତ ହୁଅ ନାହିଁ, କାରଣ ଏହି ଯୁଦ୍ଧ ତୁମ୍ଭର ଯୁଦ୍ଧ ନୁହେଁ, ଏହା ପରମେଶ୍ୱରଙ୍କର ଯୁଦ୍ଧ ଅଟେ।
16
ଆସନ୍ତାକାଲି, ତୁମ୍ଭେମାନେ ସେଠାକୁ ଓହ୍ଲାଇ ଯାଅ ଓ ସେହି ଲୋକମାନଙ୍କ ସହିତ ଯୁଦ୍ଧ କର। ସେମାନେ ସୀସ୍ ନାମକ ଗିରିପଥ ମଧ୍ୟଦେଇ ଆସିବେ। ତୁମ୍ଭେମାନେ ସେମାନଙ୍କୁ ଯେରୂୟେଲ ପ୍ରାନ୍ତର ନିକଟସ୍ଥ ଗିରିପଥ ନିକଟରେ, ଶେଷମୁଣ୍ଡରେ ପାଇବ।
17
ତୁମ୍ଭମାନଙ୍କର ଏହି ଯୁଦ୍ଧରେ ଯୁଦ୍ଧ କରିବା ଦରକାର ନାହିଁ। ତୁମ୍ଭେମାନେ ନିଜ ସ୍ଥାନରେ ଦୃଢ଼ ହୋଇ ଠିଆ ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କୁ ଉଦ୍ଧାର କରିବେ, ଏହା ତୁମ୍ଭେମାନେ ନିଜେ ଦେଖିବ। ତୁମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନେ, ଭୟ କର ନାହିଁ, ବିବ୍ରତ ହୁଅ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ସଙ୍ଗରେ ଅଛନ୍ତି ଏଣୁ ଆସନ୍ତାକାଲି ଏହି ଲୋକମାନଙ୍କ ବିରୁଦ୍ଧରେ ବାହାରି ଯାଅ।’”
18
ଯିହୋଶାଫଟ୍ ତଳକୁ ମୁହଁ କରି ମଥା ନତ କଲେ। ଆଉ ଯିହୁଦାର ସମସ୍ତ ଲୋକ ଓ ଯିରୁଶାଲମବାସୀମାନେ ସମସ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ମଥାନତ କଲେ। ଆଉ ସେମାନେ ସମସ୍ତେ ସଦାପ୍ରଭୁଙ୍କର ସେବା କଲେ।
19
କହାତୀୟ ପରିବାରବର୍ଗର ଲେବୀୟମାନେ ଓ କୋରହ ଠିଆ ହୋଇ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବାକୁ ଲାଗିଲେ। ସେମାନେ ଅତି ଉଚ୍ଚସ୍ୱରରେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରୁଥିଲେ।
20
ଯିହୋଶାଫଟଙ୍କ ସୈନ୍ୟଦଳ ପ୍ରଭାତରେ ତକୋୟର ମରୁଭୂମି ମଧ୍ୟକୁ ଯୁଦ୍ଧ ପାଇଁ ଯାତ୍ରା କଲେ। ସେମାନେ ଯାତ୍ରାରମ୍ଭ କରିବା ସମୟରେ ଯିହୋଶାଫଟ୍ ଉଠି ଠିଆ ହେଲେ ଓ କହିଲେ, “ଯିହୁଦା ଓ ଯିରୁଶାଲମର ସମସ୍ତ ଲୋକ ମୋ’ କଥା ଶୁଣ। ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖ, ତେବେ ତୁମ୍ଭେମାନେ ଦୃଢ଼ ରୂପେ ଠିଆ ହୋଇ ପାରିବ। ସଦାପ୍ରଭୁଙ୍କର ଭବିଷ୍ୟଦ୍ବକ୍ତାମାନଙ୍କଠାରେ ବିଶ୍ୱାସ ରଖ। ତୁମ୍ଭେମାନେ କୃତକାର୍ଯ୍ୟ ହେବ।”
21
ଯିହୋଶାଫଟ୍ ଲୋକମାନଙ୍କର ଉପଦେଶ ଶୁଣିଲେ। ଏହା ପରେ ସେ ଗାୟକମାନଙ୍କୁ ସଦାପ୍ରଭୁଙ୍କ ପ୍ରଶଂସା ଗାନ କରିବା ପାଇଁ ନିଯୁକ୍ତ କଲେ, ସେମାନେ ପବିତ୍ର ଗ୍ଭେଗା ପରିଧାନ କରିଥିଲେ। ସେମାନେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରି ସୈନ୍ୟଦଳର ସମ୍ମୁଖରେ ଯାତ୍ରା କଲେ। ଗାୟକମାନେ ଏହି ଗୀତ ଗାଉଥିଲେ, “ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ତାଙ୍କର ପ୍ରେମ ଅନନ୍ତକାଳସ୍ଥାୟୀ।”
22
ସେହି ଲୋକମାନେ ପରମେଶ୍ୱରଙ୍କର ପ୍ରଶଂସା ଓ ଗାନ କରିବା ସମୟରେ ସଦାପ୍ରଭୁ ଅମ୍ମୋନ, ମୋୟାବ ଓ ସେୟୀର ପାର୍ବତ୍ୟାଞ୍ଚଳର ଲୋକମାନଙ୍କର ଉପରେ ଅତର୍କିତ ଆକ୍ରମଣ କରାଇଲେ। ଯେଉଁ ଲୋକମାନେ ଯିହୁଦାକୁ ଆକ୍ରମଣ କରିବାକୁ ଆସିଥିଲେ, ସେମାନେ ପ୍ରହାରିତ ହେଲେ।
23
ଅମ୍ମୋନୀୟ ଓ ମୋୟାବୀୟମାନେ ସେୟୀର ପାର୍ବତ୍ୟାଞ୍ଚଳର ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ଆରମ୍ଭ କରିଦେଲେ। ଅମ୍ମୋନୀୟ ଓ ମୋୟାବୀୟମାନେ ସେୟୀର ପାର୍ବତ୍ୟାଞ୍ଚଳର ଲୋକଙ୍କୁ ହତ୍ୟା ଓ ବିନାଶ କଲେ। ସେମାନେ ସେୟୀରର ଲୋକମାନଙ୍କୁ ହତ୍ୟା କରିବା ପରେ, ପରସ୍ପରକୁ ହତ୍ୟା କଲେ।
24
ଯିହୁଦାର ଲୋକେ ମରୁଭୂମିର ପ୍ରହରୀ ଦୁର୍ଗରେ ପହଞ୍ଚିଲେ। ସେମାନେ ଶତ୍ରୁ ପକ୍ଷର ବୃହତ୍ ସୈନ୍ୟଦଳକୁ ଖୋଜି ବୁଲିଲେ। କିନ୍ତୁ ସେମାନେ କେବଳ ମୃତ ଶରୀରଗୁଡ଼ିକୁ ଭୂମି ଉପରେ ପଡ଼ି ରହିଥିବାର ଦେଖିଲେ। ଜଣେ ସୁଦ୍ଧା ଜୀବିତ ନ ଥିଲା।
25
ଯିହୋଶାଫଟ୍ ଓ ତାଙ୍କର ସୈନ୍ୟଦଳ ମୃତ ଶରୀରଗୁଡ଼ିକ ନିକଟରୁ ବହୁମୂଲ୍ୟ ପଦାର୍ଥସବୁ ଲୁଟି ନେବାକୁ ଆସିଲେ। ସେମାନେ ଅନେକ ବହୁମୂଲ୍ୟ ଦ୍ରବ୍ୟ ପାଇଲେ। ଯିହୋଶାଫଟ୍ ଓ ତାଙ୍କର ସୈନ୍ୟଦଳ ସେହି ଦ୍ରବ୍ୟଗୁଡ଼ିକୁ ନିଜ ନିମନ୍ତେ ନେଲେ। ସେହି ଦ୍ରବ୍ୟଗୁଡ଼ିକ ଯିହୋଶାଫଟ୍ ଓ ତାଙ୍କ ଲୋକମାନଙ୍କର ବହନ କରିବାର ସାମର୍ଥ୍ୟଠାରୁ ଯଥେଷ୍ଟ ଅଧିକ ଥିଲା। ମୃତ ଶରୀରଗୁଡ଼ିକ ନିକଟରୁ ସେହି ବହୁମୂଲ୍ୟ ଦ୍ରବ୍ୟଗୁଡ଼ିକ କାଢ଼ିବା ନିମନ୍ତେ ସେମାନଙ୍କୁ ତିନି ଦିନ ଲାଗିଲା, କାରଣ ତାହା ପ୍ରଚୁର ଥିଲା।
26
ଚତୁର୍ଥ ଦିନ ଯିହୋଶାଫଟ୍ ଓ ତାଙ୍କର ସୈନ୍ୟଦଳ ବରାଖା ଉପତ୍ୟକାରେ ମିଳିତ ହେଲେ। ସେହି ସ୍ଥାନରେ ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କଲେ। ତେଣୁ ସେହି ସ୍ଥାନର ନାମ ଆଜି ପର୍ଯ୍ୟନ୍ତ “ବରାଖା ଉପତ୍ୟକା” ହୋଇଅଛି।
27
ତା’ପରେ ଯିହୋଶାଫଟ୍ ଯିହୁଦା ଓ ଯିରୁଶାଲମର ସମସ୍ତ ଲୋକଙ୍କୁ ଫେରାଇ ଯିରୁଶାଲମ ନେଇଗଲେ। ପରମେଶ୍ୱର ସେମାନଙ୍କର ଶତ୍ରୁମାନଙ୍କୁ ଯାହା କରିଥିଲେ, ସେଥିରେ ସେମାନେ ବହୁତ ଖୁସୀ ହେଲେ।
28
ସେମାନେ ବୀଣା ବଜାଇ, ସୀତାର ବଜାଇ ଓ ତୂରୀ ବଜାଇ ସଦାପ୍ରଭୁଙ୍କର ମନ୍ଦିର ଯିରୁଶାଲମକୁ ଗଲେ।
29
ସଦାପ୍ରଭୁ ଇସ୍ରାଏଲର ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାରୁ ସବୁ ଦେଶ ଓ ରାଜ୍ୟର ଲୋକମାନେ ସଦାପ୍ରଭୁଙ୍କୁ ଭୟ କଲେ।
30
ସେଥିନିମନ୍ତେ ଯିହୋଶାଫଟଙ୍କ ରାଜ୍ୟ ଶାନ୍ତି ଲାଭ କଲା। ଯିହୋଶାଫଟଙ୍କ ପରମେଶ୍ୱର ତାଙ୍କର ଚତୁର୍ଦ୍ଦିଗରେ ଶାନ୍ତି ପ୍ରଦାନ କଲେ।
31
ଯିହୋଶାଫଟଙ୍କ ଶାସନର ଶେଷ ଯିହୋଶାଫଟ୍ ଯିହୁଦା ଉପରେ ରାଜତ୍ୱ କରିବାକୁ ଆରମ୍ଭ କଲେ, ଯେତେବେଳେ ସେ 35 ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ପଚିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅସୂବା। ଅସୂବା ଶିଲ୍ହିରଙ୍କ କନ୍ୟା ଥିଲେ।
32
ଯିହୋଶାଫଟ୍ ତାଙ୍କର ପିତା ଆସାଙ୍କ ପରି ଉତ୍ତମ ପଥରେ ଜୀବନଯାପନ କଲେ। ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ଯିହୋଶାଫଟ୍ ସେହିପରି କର୍ମ କଲେ।
33
କିନ୍ତୁ ଉଚ୍ଚସ୍ଥାନଗୁଡ଼ିକ ଦୂରୀକୃତ ହୋଇ ନ ଥିଲା। ଆଉ ଲୋକମାନେ ସମ୍ପୂର୍ଣ୍ଣ ଭାବରେ ସେମାନଙ୍କ ପରମେଶ୍ୱରଙ୍କର ଅନୁଗାମୀ ହେଲେ ନାହିଁ, ଯାହାଙ୍କର ଅନୁଗାମୀ ତାଙ୍କ ପୂର୍ବପୁରୁଷମାନେ ହୋଇଥିଲେ।
34
ଯିହୋଶାଫଟ୍ ଆଉ ଯେଉଁସବୁ କର୍ମ କରିଥିଲେ, ସେହିସବୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ହନାନିଙ୍କ ପୁତ୍ର ଯେହୂଙ୍କର ସରକାରୀ ଦଲିଲ୍ରେ ଲିପିବଦ୍ଧ ହୋଇ ରହିଅଛି। ଏହି ବିଷୟଗୁଡ଼ିକର ନକଲ କରାଗଲା ଓ ତାହାକୁ “ଇସ୍ରାଏଲର ରାଜାମାନଙ୍କର ଇତିହାସ” ପୁସ୍ତକରେ ଅନ୍ତର୍ଭୁକ୍ତ କରାଗଲା।
35
ପରେ, ଯିହୁଦାର ରାଜା ଯିହୋଶାଫଟ୍, ଇସ୍ରାଏଲର ରାଜା ଅହସିୟଙ୍କ ସହିତ ଏକ ଚୁକ୍ତି କଲେ। ଅହସିୟ ମନ୍ଦ କର୍ମ କଲେ।
36
ଯିହୋଶାଫଟ୍ ଅହସିୟଙ୍କ ସହିତ ମିଳି ତର୍ଶୀଶ୍ ସହରକୁ ଯାଉଥିବା ଜାହାଜମାନ ନିର୍ମାଣ କଲେ। ସେମାନେ ଇତ୍ସିୟୋନ-ଗେବର୍ ସହରରେ ଜାହାଜ ନିର୍ମାଣ କଲେ।
37
ଏହା ପରେ ଇଲୀୟେଷର ଯିହୋଶାଫଟଙ୍କ ବିରୁଦ୍ଧରେ ଭବିଷ୍ୟଦ୍ବାଣୀ କଲେ। ଇଲୀୟେଷରଙ୍କ ପିତାଙ୍କର ନାମ ଥିଲା ଦୋଦବାହୁ। ଇଲୀୟେଷର ମାରେଶା ସହରନିବାସୀ ଥିଲେ। ସେ କହିଲେ, “ଯିହୋଶାଫଟ୍, ତୁମ୍ଭେ ଅହସିୟଙ୍କ ସହିତ ଯୋଗ ଦେଲ, ଏଥିନିମନ୍ତେ ସଦାପ୍ରଭୁ ତୁମ୍ଭର ସମସ୍ତ କର୍ମ ନଷ୍ଟ କରିବେ।” ସବୁ ଜାହାଜଗୁଡ଼ିକ ଭାଙ୍ଗିଗଲା, ତେଣୁ ଯିହୋଶାଫଟ୍ ଓ ଅହସିୟ ସେଗୁଡ଼ିକୁ ତର୍ଶୀଶକୁ ପଠାଇ ପାରିଲେ ନାହିଁ।
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 21 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36