bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Chronicles 22
2 Chronicles 22
Odia Bible ERV 2004 (ପବିତ୍ର ବାଇବଲ)
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 23 →
1
ଯିହୁଦାର ରାଜା ଅହସିୟ ଯିରୁଶାଲମର ଲୋକମାନେ ଅହସିୟଙ୍କୁ ଯିହୋରାମଙ୍କ ସ୍ଥାନରେ ନୂତନ ରାଜା ରୂପେ ମନୋନୀତ କଲେ। ଅହସିୟ ଯିହୋରାମଙ୍କର କନିଷ୍ଠ ପୁତ୍ର ଥିଲେ। ଯେଉଁ ଆରବୀୟ ଲୋକମାନେ ଯିହୋରାମଙ୍କର ଛାଉଣି ଉପରେ ଆକ୍ରମଣ କରିବାକୁ ଆସିଥିଲେ, ସେମାନେ ଯିହୋରାମଙ୍କର ସମସ୍ତ ଜ୍ୟେଷ୍ଠପୁତ୍ରଙ୍କୁ ବଧ କରିଥିଲେ। ଅତଏବ, ଅହସିୟ ଯିହୁଦାରେ ରାଜ୍ୟ ଶାସନ କରିବାକୁ ଆରମ୍ଭ କଲେ।
2
ଅହସିୟ ରାଜ୍ୟ ଶାସନ କରିବାକୁ ଆରମ୍ଭ କରିବା ସମୟରେ ବାଇଶି ବର୍ଷ ବୟସ୍କ ହୋଇଥିଲେ। ଅହସିୟ ଯିରୁଶାଲମରେ ଗୋଟିଏ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅଥଲିୟା। ଅଥଲିୟାଙ୍କ ପିତାଙ୍କର ନାମ ଥିଲା ଅମ୍ରି।
3
ଅହସିୟ ମଧ୍ୟ ଆହାବଙ୍କ ପରିବାର ଭଳି ଜୀବନଯାପନ କଲେ। ସେ ସେପ୍ରକାର ଜୀବନ କାଟିଲେ, କାରଣ ତାଙ୍କର ମାତା ତାଙ୍କୁ ମନ୍ଦକାର୍ଯ୍ୟମାନ କରିବା ନିମନ୍ତେ ପ୍ରବର୍ତ୍ତାଉଥିଲେ।
4
ଅହସିୟ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦକର୍ମ କଲେ। ଆହାବଙ୍କ ପରିବାର ମଧ୍ୟ ସେହିପରି କରିଥିଲେ। ଅହସିୟଙ୍କ ପିତାଙ୍କର ମୃତ୍ୟୁପରେ ଆହାବଙ୍କ ପରିବାର ଅହସିୟଙ୍କୁ ପରାମର୍ଶ ଦେବାକୁ ଲାଗିଲେ। ସେମାନେ ଅହସିୟଙ୍କୁ କୁପରାମର୍ଶ ଦେଲେ। ସେହି କୁପରାମର୍ଶ ତାଙ୍କୁ ମରଣ ଆଡ଼କୁ କଢ଼ାଇ ନେଲା।
5
ଆହାବଙ୍କ ପରିବାର ତାଙ୍କୁ ଯେଉଁ ପରାମର୍ଶ ଦେଲେ, ଅହସିୟ ତାହା ପାଳନ କଲେ। ଅହସିୟ ଇସ୍ରାଏଲ ରାଜା ଯିହୋରାମଙ୍କ ସହିତ ମିଳି ଅରାମ୍ର ରାଜା ହସାୟେଲ ସହିତ ରାମୋତ୍-ଗିଲିୟଦ୍ରେ ଯୁଦ୍ଧ କରିବାକୁ ଗଲେ। ଆହାବ ଯିହୋରାମଙ୍କର ପିତା ଥିଲା। କିନ୍ତୁ ଅରାମୀୟମାନେ ଯିହୋରାମକୁ ଯୁଦ୍ଧରେ କ୍ଷତାକ୍ତ କରି ପକାଇଲେ।
6
ଯିହୋରାମ୍ ସୁସ୍ଥ ହେବା ନିମନ୍ତେ ଯିଷ୍ରିୟେଲ୍ ସହରକୁ ଫେରିଗଲେ। ସେ ଅରାମର ରାଜା ହସାୟେଲ ବିରୁଦ୍ଧରେ ରାମୋତ୍ରେ ଯୁଦ୍ଧ କରୁଥିବା ସମୟରେ ଆହତ ହୋଇଥିଲେ। ଏହା ପରେ ଅହସିୟ, ଯିହୁଦା ରାଜା ଯୋରାମଙ୍କର ପୁତ୍ର, ଆହାବଙ୍କର ପୁତ୍ର ଯିହୋରାମଙ୍କୁ ସାକ୍ଷାତ କରିବା ନିମନ୍ତେ ଯିଷ୍ରିୟେଲ ସହରକୁ ଗଲେ। ଯିହୋରାମ୍ ଯିଷ୍ରିୟେଲ ସହରରେ ଥିଲେ, କାରଣ ସେ ଆହତ ହୋଇଥିଲେ।
7
ଅହସିୟ ଯୋରାମଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ସେହି ସମୟରେ ହିଁ ପରମେଶ୍ୱର ତାଙ୍କ ପ୍ରତି ମୃତ୍ୟୁ ଘଟାଇଲେ। ଅହସିୟ ଯାଇ ପହଞ୍ଚିଲେ ଓ ଯୋରାମଙ୍କ ସହିତ ଯେହୂଙ୍କୁ ଭେଟିବା ନିମନ୍ତେ ଗଲେ। ଯେହୂଙ୍କ ପିତାଙ୍କର ନାମ ଥିଲା ନିମଶିର। ଆହାବଙ୍କ ପରିବାରକୁ ବିନାଶ କରିବା ନିମନ୍ତେ ସଦାପ୍ରଭୁ ଯେହୂଙ୍କୁ ମନୋନୀତ କରିଥିଲେ।
8
ଯେହୂ ଆହାବଙ୍କ ପରିବାରକୁ ଦଣ୍ଡ ଦେଉଥିଲେ। ଯେହୂ ଅହସିୟଙ୍କ ସେବାକାରୀ ଯିହୁଦାର ନେତାଗଣ ଓ ଅହସିୟଙ୍କ ଆତ୍ମୀୟମାନଙ୍କୁ ପାଇଲେ। ଯେହୂ ଯିହୁଦାର ସେହି ନେତାଗଣ ଓ ଅହସିୟଙ୍କ ଆତ୍ମୀୟମାନଙ୍କୁ ହତ୍ୟା କଲେ।
9
ତା’ପରେ ଯେହୂ ଅହସିୟଙ୍କର ଅନ୍ୱେଷଣ କଲେ। ସେ ଶମରିୟା ସହରରେ ଲୁଚିବାକୁ ଚେଷ୍ଟା କରୁଥିବା ସମୟରେ ଯେହୂଙ୍କର ଲୋକମାନେ ତାଙ୍କୁ କାବୁ କଲେ। ସେମାନେ ଅହସିୟଙ୍କୁ ଯେହୂଙ୍କ ନିକଟକୁ ଆଣିଲେ। ସେମାନେ ଅହସିୟଙ୍କୁ ହତ୍ୟା କଲେ ଓ ତାଙ୍କୁ କବର ଦେଲେ। ସେମାନେ କହିଲେ, “ଅହସିୟ ଯିହୋଶାଫଟଙ୍କ ବଂଶଧର ଥିଲେ। ଯିହୋଶାଫଟ୍ ଆପଣାର ସମସ୍ତ ହୃଦୟ ସହିତ ସଦାପ୍ରଭୁଙ୍କର ଅନୁସରଣ କରୁଥିଲେ।” ଯିହୁଦା ରାଜ୍ୟକୁ ଏକତ୍ର ରଖିବା ନିମନ୍ତେ ଅହସିୟଙ୍କ ବଂଶର ଆଉ କୌଣସି କ୍ଷମତା ରହିଲା ନାହିଁ।
10
ରାଣୀ ଅଥଲିୟା ଅଥଲିୟା ଅହସିୟଙ୍କ ମାତା ଥିଲେ। ଯେତେବେଳେ ସେ ଦେଖିଲେ ଯେ, ତାଙ୍କର ପୁତ୍ରର ମୃତ୍ୟୁ ହୋଇଅଛି, ସେ ଯିହୁଦାରେ ରାଜାଙ୍କର ସବୁ ସନ୍ତାନମାନଙ୍କୁ ହତ୍ୟା କଲେ।
11
କିନ୍ତୁ ଯିହୋଶାବତ୍, ଯୋୟାଶ୍ ଓ ତାଙ୍କ ଧାତ୍ରୀକୁ ଅନ୍ତଃପୁରସ୍ଥ ଶୟନକକ୍ଷ ମଧ୍ୟରେ ଲୁଗ୍ଭଇ ଦେଲେ। ଯିହୋଶାବତ୍ ରାଜା ଯିହୋରାମଙ୍କର କନ୍ୟା ଥିଲେ। ସେ ଯିହୋୟାଦାଙ୍କର ପତ୍ନୀ ମଧ୍ୟ ଥିଲେ। ଯିହୋୟାଦା ଜଣେ ଯାଜକ ଥିଲେ। ଆଉ ଯିହୋଶାବତ୍ ଅହସିୟଙ୍କ ଭଗ୍ନୀ ଥିଲେ। ଅଥଲିୟା ଯିହୋଶାବତଙ୍କୁ ବଧ କରି ପାରିଲେ ନାହିଁ, କାରଣ ଯିହୋଶାବତ୍ ତାଙ୍କୁ ଲୁଗ୍ଭଇ ଦେଇଥିଲେ।
12
ଯୋୟାଶ୍ ଛଅ ବର୍ଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ମନ୍ଦିରରେ ଯାଜକମାନଙ୍କ ସହିତ ଲୁକାୟିତ ଭାବରେ ରହିଲେ। ସେହି ସମୟରେ ଅଥଲିୟା ଦେଶରେ ରାଣୀ ଭାବରେ ରାଜତ୍ୱ କଲେ।
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 23 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36