bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Chronicles 6
2 Chronicles 6
Odia Bible ERV 2004 (ପବିତ୍ର ବାଇବଲ)
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 7 →
1
ଏହା ପରେ ଶଲୋମନ କହିଲେ, “ସଦାପ୍ରଭୁ ସେ ଗାଢ଼ ମେଘ ମଧ୍ୟରେ ବାସ କରିବେ।
2
ହେ ସଦାପ୍ରଭୁ, ତୁମ୍ଭେ ବାସ କରିବା ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିଅଛି। ଅନନ୍ତକାଳ ବାସ କରିବା ପାଇଁ ଏହା ତୁମ୍ଭ ନିମନ୍ତେ ଏକ ଉଚ୍ଚ ମନ୍ଦିର ସ୍ଥାନ ଅଟେ।”
3
ଶଲୋମନଙ୍କର ଭାଷଣ ରାଜା ଶଲୋମନ ତାହାଙ୍କ ସମ୍ମୁଖରେ ଛିଡ଼ା ହୋଇଥିବା ଇସ୍ରାଏଲର ଲୋକମାନଙ୍କୁ ଆଶୀର୍ବାଦ କରିବାକୁ ବୁଲି ପଡ଼ିଲେ।
4
ଶଲୋମନ କହିଲେ, “ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କର ପ୍ରଶଂସା କର। ସଦାପ୍ରଭୁ ମୋ’ ପିତା ଦାଉଦଙ୍କ ସହିତ କଥା ହେବା ସମୟରେ ଯାହା କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ, ତାହା ସଫଳ କରିଛନ୍ତି। ସଦାପ୍ରଭୁ ପରମେଶ୍ୱର ଏହା କହିଥିଲେ:
5
‘ଆମ୍ଭେ ଆମ୍ଭର ଲୋକମାନଙ୍କୁ ମିଶର ଦେଶରୁ ବାହାର କରି ଆଣିବା ଦିନଠାରୁ ଆମ୍ଭେ ଆମ୍ଭର ନାମରେ ଗୃହଟିଏ ନିର୍ମାଣ କରିବା ନିମନ୍ତେ ଇସ୍ରାଏଲର କୌଣସି ପରିବାରବର୍ଗର ନଗରରେ ଗୋଟିଏ ସ୍ଥାନ ସୁଦ୍ଧା ମନୋନୀତ କରି ନାହୁଁ। ଆମ୍ଭ ଲୋକ, ଇସ୍ରାଏଲର ଲୋକମାନଙ୍କୁ ନେତୃତ୍ୱ ଦେବା ନିମନ୍ତେ ଆମ୍ଭେ କୌଣସି ଗୋଟିଏ ଲୋକକୁ ସୁଦ୍ଧା ମନୋନୀତ କରି ନାହୁଁ।
6
କିନ୍ତୁ ଆମ୍ଭେ ବର୍ତ୍ତମାନ ଯିରୁଶାଲମକୁ ଆମ୍ଭର ନାମାର୍ଥେ ଏକ ସ୍ଥାନ ରୂପେ ନିରୂପଣ କରିଅଛୁ ଏବଂ ଆମ୍ଭେ ଆମ୍ଭର ଲୋକ ଦାଉଦକୁ ଇସ୍ରାଏଲକୁ ନେତୃତ୍ୱ ଦେବା ନିମନ୍ତେ ମନୋନୀତ କରିଅଛୁ।’
7
“ମୋର ପିତା ଦାଉଦ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରିବାକୁ ଗ୍ଭହିଁଥିଲେ।
8
କିନ୍ତୁ ସଦାପ୍ରଭୁ ମୋର ପିତା ଦାଉଦଙ୍କୁ କହିଲେ, ‘ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା କରି ଖୁବ୍ ଉତ୍ତମ କର୍ମ କରିଅଛ।
9
କିନ୍ତୁ ତୁମ୍ଭେ ନୁହଁ, ତୁମ୍ଭର ନିଜର ପୁତ୍ର ମୋ’ ନାମ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କରିବ।’
10
ବର୍ତ୍ତମାନ ସଦାପ୍ରଭୁ ଯାହା କରିବେ ବୋଲି କହିଥିଲେ, ସେ ତାହା କରିଛନ୍ତି। ଇସ୍ରାଏଲର ରାଜା ରୂପେ ମୁଁ ମୋର ପିତାଙ୍କ ଉତ୍ତରାଧିକାରୀ ହୋଇଛି। ସଦାପ୍ରଭୁ ତାହା ହିଁ ପ୍ରତିଜ୍ଞା କରିଥିଲେ। ଆଉ ମୁଁ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କରିଅଛି।
11
ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ସହିତ କରିଥିବା ବିଶେଷ ଚୁକ୍ତିର ପ୍ରତିନିଧିତ୍ୱ କରୁଥିବା ସିନ୍ଦୁକକୁ ମୁଁ ମନ୍ଦିରରେ ରଖିଅଛି।”
12
ଶଲୋମନଙ୍କର ପ୍ରାର୍ଥନା ଶଲୋମନ ସଦାପ୍ରଭୁଙ୍କ ଯଜ୍ଞବେଦିର ସମ୍ମୁଖରେ ଠିଆ ହେଲେ। ସେ ଏକତ୍ରିତ ସମଗ୍ର ଇସ୍ରାଏଲର ଲୋକମାନଙ୍କର ସମ୍ମୁଖରେ ଠିଆ ହେଲେ। ଏହା ପରେ ଶଲୋମନ ତାଙ୍କର ହସ୍ତ ପ୍ରସାରିତ କଲେ।
13
ଶଲୋମନ 2.6 ମିଟର ଲମ୍ବ ଓ 2.6 ମିଟର ପ୍ରସ୍ଥ ଓ 1.5 ମିଟର ଉଚ୍ଚତା ବିଶିଷ୍ଟ ପିତ୍ତଳର ଏକ ମଞ୍ଚ ନିର୍ମାଣ କରିଥିଲେ ଓ ତାହାକୁ ବାହାର ପ୍ରାଙ୍ଗଣର ମଧ୍ୟଭାଗରେ ସ୍ଥାପିତ କରିଥିଲେ। ଏହା ପରେ, ସେ ସେହି ମଞ୍ଚ ଉପରେ ଠିଆ ହେଲେ ଓ ଏକତ୍ରିତ ହୋଇଥିବା ସମଗ୍ର ଇସ୍ରାଏଲର ଲୋକମାନଙ୍କ ସମ୍ମୁଖରେ ଆଣ୍ଠୋଇ ପଡ଼ିଲେ। ଶଲୋମନ ଆକାଶ ଆଡ଼େ ଆପଣା ଦୁଇ ହସ୍ତ ବିସ୍ତାର କଲେ।
14
ଶଲୋମନ କହିଲେ, “ହେ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର, ସ୍ୱର୍ଗରେ କିଅବା ପୃଥିବୀରେ ତୁମ୍ଭ ତୁଲ୍ୟ ପରମେଶ୍ୱର ଆଉ କେହି ନାହାନ୍ତି। ଯେଉଁମାନେ ତୁମ୍ଭକୁ ଅନ୍ତର ସହିତ ମାନନ୍ତି, ତୁମ୍ଭେ ତୁମ୍ଭର ସେହି ଦାସମାନଙ୍କ ସହିତ ନିଶ୍ଚଳ ପ୍ରେମ ରଖିଥାଅ।
15
ତୁମ୍ଭେ ତୁମ୍ଭର ଦାସ ଦାଉଦଙ୍କ ସହିତ କରିଥିବା ନିୟମ ରକ୍ଷା କରିଅଛ। ଦାଉଦ ମୋର ପିତା ଥିଲେ। ତୁମ୍ଭେ ଆପଣାର ମୁଖରେ ଏହି ପ୍ରତିଜ୍ଞା କରିଥିଲ। ଆଉ ଆଜି ତୁମ୍ଭେ ତୁମ୍ଭର ହସ୍ତ ଦ୍ୱାରା ସେହି ପ୍ରତିଜ୍ଞାକୁ ସତ୍ୟରେ ପରିଣତ କରିଅଛ।
16
ବର୍ତ୍ତମାନ, ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ତୁମ୍ଭର ଦାସ ଦାଉଦଙ୍କୁ ଦତ୍ତ ତୁମ୍ଭର ପ୍ରତିଜ୍ଞା ରକ୍ଷା କର। ତୁମ୍ଭେ ଏହା ପ୍ରତିଜ୍ଞା କରିଥିଲ; ତୁମ୍ଭେ କହିଲ, ‘ଦାଉଦ, ତୁମ୍ଭର ଭବିଷ୍ୟଦ୍ ବଂଶଧରମାନଙ୍କରୁ ଜଣେ ସର୍ବଦା ମୋ’ ସମ୍ମୁଖରେ ଇସ୍ରାଏଲର ସିଂହାସନ ଉପରେ ବିରାଜମାନ ହେବ। ଯଦି ତୁମ୍ଭର ପୁତ୍ରମାନେ ନିଜର କର୍ମ ସାବଧାନତା ପୂର୍ବକ କରିବେ, ତେବେ କେବଳ ଏହା ଘଟିବ। ତୁମ୍ଭେ ଯେପରି ମୋର ଆଇନ୍ସବୁ ପାଳନ କରିଅଛ, ସେହିପରି ସେମାନଙ୍କୁ ମଧ୍ୟ ମୋର ଆଇନ୍ ମାନିବାକୁ ପଡ଼ିବ।’
17
ବର୍ତ୍ତମାନ ହେ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର, ତୁମ୍ଭର ପ୍ରତିଜ୍ଞାକୁ ସଫଳ କର। ତୁମ୍ଭେ ତୁମ୍ଭର ଦାସ ଦାଉଦଙ୍କୁ ଏହି ପ୍ରତିଜ୍ଞା ଦେଇଥିଲ।
18
“କିନ୍ତୁ ଆମ୍ଭେମାନେ ଜାଣୁ ଯେ ତୁମ୍ଭେ ପରମେଶ୍ୱର, ପ୍ରକୃତରେ ଏହି ପୃଥିବୀରେ ମନୁଷ୍ୟମାନଙ୍କ ସହିତ ବସବାସ କରିବ ନାହିଁ। ସ୍ୱର୍ଗ ଓ ଉଚ୍ଚତମ ସ୍ୱର୍ଗଗଣ ତୁମ୍ଭକୁ ଧାରଣ କରି ପାରନ୍ତି ନାହିଁ। ଆଉ ଆମ୍ଭେମାନେ ଜାଣୁ ଯେ, ମୁଁ ନିର୍ମିତ କରିଥିବା ଏହି ମନ୍ଦିର ତୁମ୍ଭକୁ ଧାରଣ କରି ନ ପାରେ।
19
କିନ୍ତୁ ମୋ’ ପ୍ରାର୍ଥନାରେ ଓ ମୁଁ ତୁମ୍ଭ ନିକଟରେ ଦୟା ଭିକ୍ଷା କରିବା ସମୟରେ ସେଥିପ୍ରତି ଧ୍ୟାନ ଦିଅ। ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୁଁ ତୁମ୍ଭ ନିକଟରେ ଡାକ ପକାଇବା ସମୟରେ ମୋର ଡାକ ଶୁଣ। ମୁଁ ତୁମ୍ଭ ନିକଟରେ ଯେଉଁ ପ୍ରାର୍ଥନା କରିଅଛି, ତାହା ଣୁଣ। ମୁଁ ତୁମ୍ଭର ଦାସ ଅଟେ।
20
ମୁଁ ପ୍ରାର୍ଥନା କରେ ଯେ, ଏହି ମନ୍ଦିର ପ୍ରତି ଦିବାରାତ୍ରି ଦୃଷ୍ଟିପାତ କରିବା ନିମନ୍ତେ ତୁମ୍ଭର ଚକ୍ଷୁ ଯେପରି ଉନ୍ମୁକ୍ତ ରହିଥାଉ। ତୁମ୍ଭେ କହିଅଛ ଯେ, ତୁମ୍ଭେ ଏହି ସ୍ଥାନ ଉପରେ ତୁମ୍ଭର ନାମ ସ୍ଥାପନ କରିବ। ମୁଁ ଏହି ମନ୍ଦିର ଆଡ଼େ ଗ୍ଭହିଁ ପ୍ରାର୍ଥନା କରିବା ସମୟରେ ତୁମ୍ଭେ ମୋର ପ୍ରାର୍ଥନା ଶୁଣିବ।
21
ମୁଁ ଯେଉଁ ପ୍ରାର୍ଥନା କରୁଅଛି ଓ ତୁମ୍ଭର ଲୋକ ଇସ୍ରାଏଲ ଯେଉଁ ପ୍ରାର୍ଥନା କରୁଅଛନ୍ତି, ତାହା ଶୁଣ। ଆମ୍ଭେମାନେ ଏହି ମନ୍ଦିର ଆଡ଼େ ଗ୍ଭହିଁ ପ୍ରାର୍ଥନା କରିବା ସମୟରେ ଆମ୍ଭମାନଙ୍କର ପ୍ରାର୍ଥନା ଶୁଣ। ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ। ଆଉ, ତୁମ୍ଭେ ଆମ୍ଭମାନଙ୍କର ପ୍ରାର୍ଥନା ଶୁଣି, ଆମ୍ଭମାନଙ୍କୁ କ୍ଷମା କର।
22
“ଯଦି ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତି ବିରୁଦ୍ଧରେ ଭୁଲ୍ କାର୍ଯ୍ୟ କରେ, ତାକୁ ଶପଥ କରିବା ପାଇଁ ବାଧ୍ୟ କରାଯାଏ। ଯେତେବେଳେ ସେ ମନ୍ଦିର ମଧ୍ୟରେ ତୁମ୍ଭର ବେଦି ସମ୍ମୁଖରେ ଶପଥ କରିବାକୁ ଆସେ,
23
ସେତେବେଳେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣ। ତୁମ୍ଭର ଦାସମାନଙ୍କର ବିଗ୍ଭର କର ଓ କାର୍ଯ୍ୟ କର। ଦୁଷ୍ଟ ବ୍ୟକ୍ତିକୁ ଦଣ୍ଡିତ କର ଓ ସେ ଅନ୍ୟ ଲୋକମାନଙ୍କୁ ଯେଉଁ ବିଷୟ ଦ୍ୱାରା କଷ୍ଟ ଭୋଗ କରାଇଛି, ତାକୁ ସେହି ବିଷୟ ଦ୍ୱାରା କଷ୍ଟ ଭୋଗ କରାଅ। କିନ୍ତୁ ଯଦି ଜଣେ ବ୍ୟକ୍ତି ନିର୍ଦ୍ଦୋଷ, ତୁମ୍ଭେ ତାକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କର।
24
“ଯଦି ତୁମ୍ଭର ଇସ୍ରାଏଲର ଲୋକମାନେ ତୁମ୍ଭ ବିରୁଦ୍ଧରେ ପାପ କଲେ ଜଣେ ଶତ୍ରୁ ଆସି ହୁଏତ ସେମାନଙ୍କୁ ପରାସ୍ତ କରିପାରେ। ଆଉ ତା’ପରେ, ଯଦି ଇସ୍ରାଏଲର ଲୋକମାନେ ତୁମ୍ଭ ନିକଟକୁ ଫେରି ଆସନ୍ତି ଓ ତୁମ୍ଭ ନିକଟରେ ପାପ ସ୍ୱୀକାର କରନ୍ତି ଏବଂ ଏହି ମନ୍ଦିରରେ ତୁମ୍ଭ ନିକଟରେ ପ୍ରାର୍ଥନା କରନ୍ତି ଓ ତୁମ୍ଭର କରୁଣା ଭିକ୍ଷା କରନ୍ତି।
25
ତେବେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣ ଓ ତୁମ୍ଭର ଲୋକ ଇସ୍ରାଏଲର ପାପ କ୍ଷମା କର। ତୁମ୍ଭେ ସେମାନଙ୍କୁ ଓ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛ, ସେମାନଙ୍କୁ ପୁନର୍ବାର ସେଠାକୁ ଫେରାଇ ଆଣ।
26
“ଆକାଶ ରୁଦ୍ଧ ହୋଇ ହୁଏତ ବର୍ଷା ହୋଇ ନ ପାରେ। ଯଦି ଇସ୍ରାଏଲର ଲୋକମାନେ ତୁମ୍ଭ ବିରୁଦ୍ଧରେ ପାପ କରନ୍ତି, ତେବେ ଏହା ଘଟିବ। ଆଉ ଯଦି ଇସ୍ରାଏଲର ଲୋକମାନେ ଏହି ମନ୍ଦିର ଆଡ଼େ ଗ୍ଭହିଁ ତୁମ୍ଭଠାରେ ସ୍ୱୀକାର କରନ୍ତି ଏବଂ ପ୍ରାର୍ଥନା କରନ୍ତି, ଆଉ ତୁମ୍ଭେ ସେମାନଙ୍କୁ ଦଣ୍ଡ ଦେଇଥାଅ। ଯଦି ସେମାନେ ସେମାନଙ୍କର ପାପ ପାଇଁ ଅନୁତାପ କରନ୍ତି।
27
ତେବେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣ ଓ ସେମାନଙ୍କର ପାପସବୁ କ୍ଷମା କର। ଇସ୍ରାଏଲର ଲୋକମାନେ ତୁମ୍ଭର ଦାସ ଅଟନ୍ତି। ତେଣୁ ସେମାନେ ଯେଉଁ ପ୍ରକାର ଜୀବନ କାଟିବା ଉଚିତ୍, ସେମାନଙ୍କୁ ସେହି ଯଥାର୍ଥ ପଥ ଶିଖାଅ। ଆଉ ତୁମ୍ଭର ଦେଶ ମଧ୍ୟକୁ ବାର୍ତ୍ତା ପଠାଅ। ସେହି ଦେଶକୁ ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ଦେଇଅଛ।
28
“ଦେଶରେ ହୁଏତ ଦୁର୍ଭିକ୍ଷ ପଡ଼ିପାରେ, କିଅବା ଭୟଙ୍କର ରୋଗ ସବୁ ହୋଇପାରେ, ଅବା ଶସ୍ୟସବୁ ରୋଗଗ୍ରସ୍ତ ହୋଇପାରେ, ଅଥବା ଫିମ୍ପି, କିଅବା ପଙ୍ଗପାଳ, ନତୁବା ଝିଣ୍ଟିକା କିଅବା ଶତ୍ରୁମାନେ ଯଦି ଇସ୍ରାଏଲର ଲୋକମାନଙ୍କୁ ସେମାନଙ୍କ ନଗର ମଧ୍ୟରେ ଆକ୍ରମଣ କରନ୍ତି, କିଅବା ଯଦି ଇସ୍ରାଏଲରେ କୌଣସି ପ୍ରକାରର ରୋଗ ଦେଖାଯାଏ,
29
ଆଉ, ତା’ପରେ ଇସ୍ରାଏଲର ତୁମ୍ଭର ପ୍ରତ୍ୟେକ ବ୍ୟକ୍ତି ନିଜର ସମସ୍ୟା ଓ କ୍ଳେଶ ଜାଣି ସେମାନଙ୍କ ମଧ୍ୟରୁ କେହି ତୁମ୍ଭ ନିକଟରେ ପ୍ରାର୍ଥନା ଓ ବିନତି କରେ, ଆଉ ଯଦି ସେହି ବ୍ୟକ୍ତି ଏହି ମନ୍ଦିର ଆଡ଼େ ଗ୍ଭହିଁ ତାହାର ହସ୍ତ ପ୍ରସାର କରେ,
30
ତେବେ ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ, ଯେଉଁଠାରେ ତୁମ୍ଭେ ବାସ କର, ଓ କ୍ଷମା ଦିଅ। ପ୍ରତ୍ୟେକ ବ୍ୟକ୍ତିକୁ ତାହାର ପ୍ରାପ୍ୟନୁସାରେ ଦିଅ। କେବଳ ତୁମ୍ଭେ ହିଁ ଜାଣ ଯେ, ଜଣେ ବ୍ୟକ୍ତିର ହୃଦୟରେ କ’ଣ ଅଛ।
31
ତେବେ ତୁମ୍ଭେ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦେଇଥିବା ଦେଶରେ ଲୋକମାନେ ଯେତେକାଳ ବାସ କରିବେ, ସେତେଦିନ ପର୍ଯ୍ୟନ୍ତ ସେମାନେ ତୁମ୍ଭକୁ ଭୟ କରିବେ ଓ ତୁମ୍ଭକୁ ମାନିବେ।
32
“ହୁଏତ ଜଣେ ଅପରିଚିତ ବ୍ୟକ୍ତି ଥାଇପାରେ, ଯିଏ ଜଣେ ଇସ୍ରାଏଲୀୟ ହୋଇ ନ ଥିବ, କିନ୍ତୁ ଏକ ଦୂର ଦେଶରୁ ଏଠାକୁ ଆସିଥାଇପାରେ। ସେହି ବିଦେଶୀ ବ୍ୟକ୍ତି ତୁମ୍ଭର ମହାନ ନାମ, ତୁମ୍ଭର ମହାନ ଶକ୍ତି ଓ ଲୋକମାନଙ୍କୁ ବିପଦରୁ ଉଦ୍ଧାର କରିବା ତୁମ୍ଭର ସାମର୍ଥ୍ୟ ଶୁଣି ଆସିପାରେ। ଯେତେବେଳେ ସେହି ବ୍ୟକ୍ତି ଆସିବ ଓ ଏହି ମନ୍ଦିର ଆଡ଼କୁ ଗ୍ଭହିଁ ପ୍ରାର୍ଥନା କରିବ,
33
ତେବେ ତୁମ୍ଭେ ଯେଉଁ ସ୍ୱର୍ଗରେ ବାସ କର, ସେଠାରେ ଥାଇ, ସେହି ବିଦେଶୀ ବ୍ୟକ୍ତିର କଥା ଶୁଣ ଓ ତାହାର ପ୍ରାର୍ଥନାରେ ଉତ୍ତର ଦିଅ। ତେବେ ତୁମ୍ଭର ଲୋକ ଇସ୍ରାଏଲ ଯେପରି ତୁମ୍ଭକୁ ସମ୍ମାନ କରନ୍ତି, ସେହିପରି ସାରା ପୃଥିବୀର ଲୋକମାନେ ତୁମ୍ଭର ନାମକୁ ଜାଣିବେ, ଓ ତୁମ୍ଭକୁ ସମ୍ମାନ କରିବେ। ଆଉ, ମୁଁ ନିର୍ମାଣ କରିଥିବା ଏହି ମନ୍ଦିର ଯେ ତୁମ୍ଭ ନାମରେ ନାମିତ, ଏହା ପୃଥିବୀସ୍ଥ ସମସ୍ତ ଲୋକ ଜାଣିବେ।
34
“ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ସେମାନଙ୍କ ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଏକ ସ୍ଥାନକୁ ପ୍ରେରଣ କରିବ। ସେମାନେ ତୁମ୍ଭ ଦ୍ୱାରା ମନୋନୀତ ଏହି ନଗର ଓ ତୁମ୍ଭ ନାମ ନିମନ୍ତେ ମୁଁ ନିର୍ମାଣ କରିଥିବା ଏହି ମନ୍ଦିର ଆଡ଼େ ଗ୍ଭହିଁ ତୁମ୍ଭ ନିକଟରେ ପ୍ରାର୍ଥନା କରିବେ।
35
ସ୍ୱର୍ଗରେ ଥାଇ ସେମାନଙ୍କର ପ୍ରାର୍ଥନା ଶୁଣ। ସେମାନେ ସାହାଯ୍ୟ ପାଇଁ ଅନୁରୋଧ କରିବା ସମୟରେ ସେମାନଙ୍କ ବିନତି ଶୁଣ। ଆଉ, ସେମାନଙ୍କୁ ସାହାଯ୍ୟ କର।
36
“ଲୋକମାନେ ତୁମ୍ଭ ବିରୁଦ୍ଧରେ ପାପ କରିବେ ଏପରି ବ୍ୟକ୍ତି କେହି ନାହିଁ, ଯେ ପାପ କରେ ନାହିଁ। ଆଉ ତୁମ୍ଭେ ସେମାନଙ୍କ ଉପରେ କ୍ରୋଧ କରିବ। ତୁମ୍ଭେ ଜଣେ ଶତ୍ରୁଦ୍ୱାରା ସେମାନଙ୍କୁ ପରାଜିତ କରାଇବ, ଆଉ ସେମାନଙ୍କୁ ବନ୍ଦୀ କରାଇ ଦୂରବର୍ତ୍ତୀ କିଅବା ନିକଟବର୍ତ୍ତୀ କୌଣସି ଏକ ଦେଶକୁ ବଳପୂର୍ବକ ଯିବାକୁ ହେବ।
37
କିନ୍ତୁ ତାହାପରେ ସେମାନେ ବନ୍ଦୀରୂପେ ରହିଥିବା ଦେଶରେ ଅନୁତାପ କରିବେ ଓ ତୁମ୍ଭ ଦୟା ପାଇଁ ପ୍ରାର୍ଥନା କରିବେ। ସେମାନେ କହିବେ, ‘ଆମ୍ଭେମାନେ ପାପ କରିଅଛୁ, ଆମ୍ଭେମାନେ ଭୁଲ୍ କରିଅଛୁ ଓ ଆମ୍ଭେମାନେ ଦୁଷ୍ଟତା ପୂର୍ବକ ଆଚରଣ କରିଅଛୁ।’
38
ଆଉ, ତା’ପରେ ସେମାନେ ବନ୍ଦୀରୂପେ ରହିଥିବା ଦେଶରେ ସେମାନଙ୍କର ସମସ୍ତ ହୃଦୟ ଓ ଆତ୍ମା ସହିତ ତୁମ୍ଭ ନିକଟକୁ ଫେରିବେ। ଆଉ ସେମାନେ ସେମାନଙ୍କର ଦେଶ, ଯେଉଁ ଦେଶ ତୁମ୍ଭେ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଦେଇଥିଲ ଓ ତୁମ୍ଭର ମନୋନୀତ ଏହି ନଗର ଆଡ଼େ ଗ୍ଭହିଁ ପ୍ରାର୍ଥନା କରିବେ। ଆଉ ମୁଁ ତୁମ୍ଭ ନାମ ନିମନ୍ତେ ନିର୍ମାଣ କରିଥିବା ମନ୍ଦିର ଆଡ଼େ ଗ୍ଭହିଁ ସେମାନେ ପ୍ରାର୍ଥନା କରିବେ।
39
ଯେତେବେଳେ ଏହା ଘଟିବ, ସ୍ୱର୍ଗରେ ଥାଇ ତୁମ୍ଭେ ତାହା ଶୁଣିବ, ସେମାନେ ସାହାଯ୍ୟ ନିମନ୍ତେ ଅନୁରୋଧ କଲେ, ସେମାନଙ୍କର ପ୍ରାର୍ଥନା ଗ୍ରହଣ କର। ଆଉ ସେମାନଙ୍କୁ ସାହାଯ୍ୟ କର। ତୁମ୍ଭ ବିରୁଦ୍ଧରେ ପାପ କରିଥିବା ତୁମ୍ଭର ଲୋକମାନଙ୍କୁ କ୍ଷମା କର।
40
ବର୍ତ୍ତମାନ, ହେ ମୋର ପରମେଶ୍ୱର, ତୁମ୍ଭେ ତୁମ୍ଭର ଚକ୍ଷୁ ଓ କର୍ଣ୍ଣ ଉନ୍ମୁକ୍ତ କରିବାକୁ ମୁଁ ତୁମ୍ଭକୁ ନିବେଦନ କରେ। ଆମ୍ଭେମାନେ ଏହି ସ୍ଥାନରେ ଯେଉଁ ପ୍ରାର୍ଥନା କରୁଅଛୁ, ତାହା ଶୁଣ।
41
“ହେ ସଦାପ୍ରଭୁ ପରମେଶ୍ୱର, ବର୍ତ୍ତମାନ ଜାଗ୍ରତ ହୁଅ, ନିୟମ-ସିନ୍ଦୁକ ଯାହାକି ତୁମ୍ଭର ଶକ୍ତି ପ୍ରଦର୍ଶନ କରେ, ତୁମ୍ଭର ସେହି ବିଶେଷ ସ୍ଥାନକୁ ଆସ। ତୁମ୍ଭର ଯାଜକଗଣ ପରିତ୍ରାଣ ଦ୍ୱାରା ସଜ୍ଜିତ ହୁଅନ୍ତୁ। ତୁମ୍ଭର ସତ୍ ଅନୁଗାମୀଗଣ, ଏହି ସମସ୍ତ ଉତ୍ତମ ବିଷୟରେ ଆନନ୍ଦିତ ହୁଅନ୍ତୁ।
42
ସଦାପ୍ରଭୁ ପରମେଶ୍ୱର, ତୁମ୍ଭର ଅଭିଷିକ୍ତ ରାଜାକୁ ଗ୍ରହଣ କର। ତୁମ୍ଭର ଅନୁଗତ ଦାସ ଦାଉଦଙ୍କୁ ସ୍ମରଣ କର!”
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 7 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36