bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Chronicles 28
2 Chronicles 28
Odia Bible ERV 2004 (ପବିତ୍ର ବାଇବଲ)
← Chapter 27
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 29 →
1
ଯିହୁଦାର ରାଜା ଆହସ୍ ଆହସ୍ ରାଜା ହେବା ସମୟରେ କୋଡ଼ିଏ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଷୋହଳ ବର୍ଷ ରାଜତ୍ୱ କଲେ। ଆହସ୍ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ଯଥାର୍ଥ ଜୀବନଯାପନକ କରୁ ନ ଥିଲେ। ଆହସ୍ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ ନାହିଁ।
2
ଆହସ୍ ଇସ୍ରାଏଲର ରାଜାମାନଙ୍କର ମନ୍ଦ ଉଦାହରଣକୁ ଅନୁସରଣ କଲେ। ସେ ବାଲ୍ଦେବତାର ପୂଜା କରିବା ନିମନ୍ତେ ମୂର୍ତ୍ତିମାନ ସ୍ଥାପନ କଲେ।
3
ଆହସ୍ ହିନ୍ନୋମ ପୁତ୍ର ଉପତ୍ୟକାରେ ସୁଗନ୍ଧିଧୂପ ଜ୍ୱଳାଇଲେ। ସେ ନିଜ ପୁତ୍ରମାନଙ୍କୁ ଅଗ୍ନିରେ ଦଗ୍ଧ କରି ବଳିଦାନ ସ୍ୱରୂପେ ଉତ୍ସର୍ଗ କଲେ। ସେହି ଦେଶରେ ବାସ କରୁଥିବା ଲୋକମାନେ ଯେଉଁସବୁ ଭୟଙ୍କର ପାପ କରୁଥିଲେ, ସେ ମଧ୍ୟ ସେହିସବୁ କଲେ। ଇସ୍ରାଏଲର ଲୋକମାନେ ଯେତେବେଳେ ସେହି ଦେଶରେ ପ୍ରବେଶ କଲେ, ସଦାପ୍ରଭୁ ସେମାନଙ୍କୁ ବଳପୂର୍ବକ ସେଠାରୁ ବାହାର କରିଦେଲେ।
4
ଆହସ୍ ଉଚ୍ଚସ୍ଥାନମାନଙ୍କରେ ପ୍ରତ୍ୟେକ ସବୁଜ ବୃକ୍ଷ ତଳେ ବଳିଦାନ ଉତ୍ସର୍ଗ କଲେ ଓ ସୁଗନ୍ଧିଧୂପ ଜ୍ୱଳାଇଲେ।
5
ଆହସ୍ ପାପ କଲେ, ତେଣୁ ସଦାପ୍ରଭୁ ତାଙ୍କର ପରମେଶ୍ୱର ଅରାମର ରାଜାଙ୍କ ଦ୍ୱାରା ଆହସଙ୍କୁ ପରାସ୍ତ କଲେ। ଅରାମର ରାଜା ଓ ତାଙ୍କର ସୈନ୍ୟଦଳ ଆହସଙ୍କୁ ପରାସ୍ତ କଲେ ଓ ଯିହୁଦାର ଅନେକ ଲୋକଙ୍କୁ ବନ୍ଦୀ କରି ନେଲେ। ଅରାମର ରାଜା ସେହି ବନ୍ଦୀମାନଙ୍କୁ ଦମ୍ମେଶକ ନଗରକୁ ନେଇଗଲେ। ସଦାପ୍ରଭୁ ଇସ୍ରାଏଲର ରାଜା ପେକହଙ୍କ ଦ୍ୱାରା ମଧ୍ୟ ଆହସଙ୍କୁ ପରାସ୍ତ କଲେ।
6
ପେକହଙ୍କ ପିତାଙ୍କର ନାମ ଥିଲା ରମଲିୟ। ପେକହ ଓ ତାଙ୍କର ସୈନ୍ୟଦଳ ଗୋଟିଏ ଦିନରେ ଯିହୁଦାର 120,000 ଜଣ ସାହସୀ ସୈନିକଙ୍କୁ ହତ୍ୟା କଲେ। ପେକହ ଯିହୁଦାର ସେହି ଲୋକମାନଙ୍କୁ ହତ୍ୟା କଲେ, କାରଣ ସେମାନଙ୍କର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କୁ ମାନୁଥିଲେ, ସେମାନେ ତାଙ୍କୁ ମାନିଲେ ନାହିଁ।
7
ସିଖ୍ରି ଇଫ୍ରୟିମର ଜଣେ ସାହସୀ ସୈନିକ ଥିଲେ। ସିଖ୍ରି ଆହସଙ୍କ ପୁତ୍ର ମାସେୟଙ୍କୁ, ରାଜପ୍ରାସାଦର ଅଧିକାରୀ ଦାୟିତ୍ୱରେ ଥିବା ଅସ୍ରିକାମଙ୍କୁ ଏବଂ ଇଲ୍କାନା (ଯିଏ କି ରାଜାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଥିବା ଅଧିକାରୀ) ଙ୍କୁ ହତ୍ୟା କଲେ।
8
ଇସ୍ରାଏଲୀୟ ସୈନ୍ୟଦଳ ଯିହୁଦାରେ ବାସ କରୁଥିବା ସେମାନଙ୍କର ନିଜ ଆତ୍ମୀୟମାନଙ୍କ ମଧ୍ୟରୁ 200,000 ଲୋକଙ୍କୁ ବନ୍ଦୀ କରି ନେଲେ। ସେମାନେ ସ୍ତ୍ରୀଲୋକ, ସନ୍ତାନଗଣ ଓ ଯିହୁଦାରୁ ଅନେକ ବହୁମୂଲ୍ୟ ସାମଗ୍ରୀ ଲୁଟି ନେଲେ। ଇସ୍ରାଏଲୀୟମାନେ ସେହି ବନ୍ଦୀମାନଙ୍କୁ ଓ ସାମଗ୍ରୀଗୁଡ଼ିକୁ ଶମରିୟାକୁ ନେଇଗଲେ।
9
କିନ୍ତୁ ସଦାପ୍ରଭୁଙ୍କର ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରୁ ଜଣେ ଥିଲେ। ଏହି ଭବିଷ୍ୟଦ୍ବକ୍ତାଙ୍କର ନାମ ଥିଲା ଓବେଦ୍। ଓବେଦ୍ ଶମରିୟାକୁ ଫେରି ଆସିଥିବା ଇସ୍ରାଏଲୀୟ ସୈନ୍ୟଦଳକୁ ଭେଟିଲେ। ଓବେଦ୍ ଇସ୍ରାଏଲୀୟ ସୈନ୍ୟଦଳକୁ କହିଲେ, “ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କୁ ମାନିଥିଲେ, ସେ ତୁମ୍ଭମାନଙ୍କ ଦ୍ୱାରା ଯିହୁଦାର ଲୋକମାନଙ୍କୁ ପରାସ୍ତ କଲେ, କାରଣ ସେ ସେମାନଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କରିଛନ୍ତି। ତୁମ୍ଭେମାନେ ଯିହୁଦାର ଲୋକମାନଙ୍କୁ ଅତ୍ୟନ୍ତ କଦର୍ଯ୍ୟ ଭାବରେ ହତ୍ୟା ଓ ଦଣ୍ଡିତ କରିଅଛ।
10
ତୁମ୍ଭେମାନେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ତୁମ୍ଭର କ୍ରୀତଦାସରୂପେ ରଖିବା ନିମନ୍ତେ ଯୋଜନା କରିଅଛ। ଏହା କରି ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ବିରୁଦ୍ଧରେ ମଧ୍ୟ ପାପ କରିଅଛ।
11
ବର୍ତ୍ତମାନ ମୋର କଥା ଶୁଣ, ତୁମ୍ଭେମାନେ ତୁମ୍ଭମାନଙ୍କର ଯେଉଁ ଭ୍ରାତା ଓ ଭଗ୍ନୀମାନଙ୍କୁ ବନ୍ଦୀ କରି ଆଣିଅଛ, ସେମାନଙ୍କୁ ପଠାଇ ଦିଅ। ଏହିପରି କର, କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ବିରୁଦ୍ଧରେ ଭୟଙ୍କର କ୍ରୋଧ କରିଛନ୍ତି।”
12
ଏହା ପରେ ଇଫ୍ରୟିମର କେତେକ ନେତା ଦେଖିଲେ ଯେ, ଇସ୍ରାଏଲୀୟ ସୈନ୍ୟମାନେ ଯୁଦ୍ଧରୁ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ। ସେହି ନେତାମାନେ ଇସ୍ରାଏଲୀୟ ସୈନ୍ୟମାନଙ୍କୁ ଭେଟିଲେ। ସେହି ନେତାମାନେ ଥିଲେ ଯିହୋହାନନଙ୍କ ପୁତ୍ର ଅସରିୟ, ମଶିଲୋମୋତ୍ଙ୍କ ପୁତ୍ର ବେରିଖିୟ, ଶଲ୍ଲୁମଙ୍କର ପୁତ୍ର ଯହିଷ୍କିୟ ଓ ହଦ୍ଲୟଙ୍କର ପୁତ୍ର ଅମାସା।
13
ସେହି ନେତାମାନେ ଇସ୍ରାଏଲୀୟ ସୈନ୍ୟମାନଙ୍କୁ କହିଲେ, “ଯିହୁଦାର ବନ୍ଦୀମାନଙ୍କୁ ଏଠାକୁ ଆଣ ନାହିଁ। ଯଦି ତୁମ୍ଭେମାନେ ତାହା କରିବ, ତଦ୍ଦ୍ୱାରା ଆମ୍ଭମାନଙ୍କୁ ସଦାପ୍ରଭୁଙ୍କ ବିରୁଦ୍ଧରେ ଆହୁରି ଜଘନ୍ୟ ପାପ କରାଇବ। ତାହା ଆମ୍ଭମାନଙ୍କର ପାପ ଓ ଦୋଷକୁ ଆହୁରି ଗୁରୁତ୍ୱ କରିଦେବ ଓ ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ ଭୟଙ୍କର କ୍ରୋଧ କରିବେ।”
14
ତେଣୁ ସେହି ସୈନିକମାନେ ବନ୍ଦୀମାନଙ୍କୁ ଓ ବହୁମୂଲ୍ୟ ସାମଗ୍ରୀଗୁଡ଼ିକୁ ସେହି ନେତାମାନଙ୍କୁ ଓ ଇସ୍ରାଏଲର ଲୋକମାନଙ୍କୁ ଫେରାଇ ଦେଲେ।
15
ସେହି ନେତାମାନେ ବନ୍ଦୀମାନଙ୍କୁ ସାହାଯ୍ୟ କରିବା ପାଇଁ ନିଜକୁ ପ୍ରସ୍ତୁତ କଲେ। ସେହି ଗ୍ଭରିଜଣ ବ୍ୟକ୍ତି ଇସ୍ରାଏଲୀୟ ସୈନ୍ୟଦଳ ଲୁଟି ନେଇଥିବା ବସ୍ତୁସବୁ ପୁନରୁଦ୍ଧାର କଲେ ଓ ନଗ୍ନଥିବା ଲୋକମାନଙ୍କୁ ବସ୍ତ୍ର ନେଇ ଦେଲେ। ସେହି ନେତାମାନେ ସେହି ଲୋକମାନଙ୍କୁ ଜୋତା ମଧ୍ୟ ଦେଲେ। ସେମାନେ ଯିହୁଦାର ବନ୍ଦୀମାନଙ୍କୁ କିଛି ଖାଦ୍ୟ ଓ ପାନୀୟ ଦେଲେ। ସେମାନେ ସେହି ଲୋକମାନଙ୍କ ଶରୀରରେ ତେଲ ମାଲିସ୍ କଲେ। ଏହା ପରେ ଇଫ୍ରୟିମର ସେହି ନେତାମାନେ ଦୁର୍ବଳ ବନ୍ଦୀମାନଙ୍କୁ ଗଧ ଉପରେ ବସାଇଲେ ଓ ଯିରୀହୋରେ ଥିବା ସେମାନଙ୍କ ଗୃହ ଓ ପରିବାରକୁ ସେମାନଙ୍କୁ ନେଇଗଲେ। ଯିରୀହୋକୁ ‘ଖର୍ଜ୍ଜୁରୀବୃକ୍ଷର ନଗର’ ବୋଲି କୁହାଯାଉ ଥିଲା। ଏହା ପରେ ସେହି ଗ୍ଭରିଜଣ ନେତା ଶମରିୟାକୁ ଫେରିଗଲେ।
16
ସେହି ସମୟରେ, ଇଦୋମର ଲୋକମାନେ ଆଉଥରେ ଆସିଲେ ଓ ଯିହୁଦାର ଲୋକମାନଙ୍କୁ ପରାସ୍ତ କଲେ। ଇଦୋମୀୟମାନେ ଲୋକମାନଙ୍କୁ ଧରିଲେ ଓ ସେମାନଙ୍କୁ ବନ୍ଦୀ କରି ନେଇଗଲେ। ତେଣୁ ରାଜା ଆହସ୍, ଅଶୂରୀୟ ରାଜାଙ୍କୁ ସାହାଯ୍ୟ ମାଗିଲେ।
18
ପଲେଷ୍ଟୀୟ ଲୋକମାନେ ଯିହୁଦାର ମାଳଭୂମିରେ ଓ ଦକ୍ଷିଣରେ ଥିବା ସହରଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ କଲେ। ପଲେଷ୍ଟୀୟ ଲୋକମାନେ ବୈଥ୍-ଶେମଶ୍, ଅୟାଲୋନ୍, ଗଦେରୋତ୍, ସୋଖୋ, ତିମ୍ନା ଓ ଗିମ୍ସୋ ସହରଗୁଡ଼ିକୁ ଅଧିକାର କରି ନେଲେ। ସେମାନେ ସୋସ, ତିମ୍ନା ଓ ଗିମତ ଚତୁର୍ପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକୁ ମଧ୍ୟ ଅଧିକାର କଲେ। ଏହା ପରେ ପଲେଷ୍ଟୀୟମାନେ ସେହି ସହରଗୁଡ଼ିକରେ ବାସ କରିବାକୁ ଲାଗିଲେ।
19
ସଦାପ୍ରଭୁ ଯିହୁଦାକୁ କଷ୍ଟ କଲେ, କାରଣ ଯିହୁଦାର ରାଜା ଆହସ୍ ଯିହୁଦାର ଲୋକମାନଙ୍କୁ ପାପ କରିବାକୁ ଉତ୍ସାହିତ କରିଥିଲେ। ସେ ସଦାପ୍ରଭୁଙ୍କ ପ୍ରତି ଅତି ଅବିଶ୍ୱସ୍ତ ଥିଲେ।
20
ଅଶୂରୀୟ ରାଜା ତିଲ୍ଗତ-ପିଲ୍ନେଷର ଆସିଲେ ଓ ଆହସ୍ ରାଜାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ କଷ୍ଟ ଦେଲେ।
21
ଆହସ୍ ସଦାପ୍ରଭୁଙ୍କ ମନ୍ଦିରରୁ, ରାଜାଙ୍କ ଗୃହରୁ ଓ ମାନ୍ୟଗଣଙ୍କଠାରୁ କିଛି ମୂଲ୍ୟବାନ୍ ସାମଗ୍ରୀ ନେଲେ। ଆହସ୍ ସେହି ସାମଗ୍ରୀଗୁଡ଼ିକୁ ଅଶୂରୀୟ ରାଜାଙ୍କୁ ଦେଲେ। କିନ୍ତୁ ସେ ଆହସଙ୍କୁ କିଛି ସାହାଯ୍ୟ କଲା ନାହିଁ।
22
ରାଜା ଆହସଙ୍କ ଦୁଃଖ ସମୟରେ, ସେ ଆହୁରି ପାପ କଲେ ଓ ସଦାପ୍ରଭୁଙ୍କ ପ୍ରତି ଅଧିକ ଅବିଶ୍ୱସ୍ତ ହେଲେ।
23
ଦମ୍ମୋଶକ ଲୋକମାନେ ଯେଉଁ ଦେବତାର ପୂଜା କରୁଥିଲେ, ସେ ସେମାନଙ୍କ ନିକଟରେ ବଳିଦାନ ଉତ୍ସର୍ଗ କଲେ। ଦମ୍ମେଶକୀୟ ଲୋକମାନେ ଆହସଙ୍କୁ ପରାସ୍ତ କଲେ, ତେଣୁ ସେ ମନେ ମନେ ଭାବିଲେ, “ଅରାମର ଲୋକମାନେ ଯେଉଁ ଦେବତାର ପୂଜା କରନ୍ତି, ସେ ସେମାନଙ୍କୁ ସାହାଯ୍ୟ କଲେ। ତେଣୁ ଯଦି ମୁଁ ସେହି ଦେବତାମାନଙ୍କ ନିକଟରେ ବଳିଦାନ ଉତ୍ସର୍ଗ କରିବି, ତେବେ ହୁଏତ ସେମାନେ ମୋତେ ମଧ୍ୟ ସାହାଯ୍ୟ କରି ପାରିନ୍ତି।” ଆହସ୍ ସେହି ଦେବତାମାନଙ୍କୁ ପୂଜା କଲେ। ଏହି ପ୍ରକାରେ ସେ ନିଜେ ପାପ କଲେ ଓ ଇସ୍ରାଏଲର ଲୋକମାନଙ୍କୁ ପାପ କରାଇଲେ।
24
ଆହସ୍ ପରମେଶ୍ୱରଙ୍କ ମନ୍ଦିରରୁ ସାମଗ୍ରୀ ସବୁ ନେଲେ ଓ ତାହାକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଲେ। ଏହା ପରେ ସେ ସଦାପ୍ରଭୁଙ୍କ ମନ୍ଦିରର ଦ୍ୱାରସବୁ ବନ୍ଦ କରିଦେଲେ। ସେ ଯଜ୍ଞବେଦିସବୁ ନିର୍ମାଣ କଲେ ଓ ସେଗୁଡ଼ିକୁ ଯିରୁଶାଲମର ଗ୍ଭରିଆଡ଼େ ସ୍ଥାପନ କଲେ।
25
ଯିହୁଦାର ସମସ୍ତ ସହରରେ ଅନ୍ୟ ଦେବତାମାନଙ୍କ ପୂଜା କରିବା ପାଇଁ ସୁଗନ୍ଧିଧୂପ ଜଳାଇବା ଉଦ୍ଦେଶ୍ୟରେ ଆହସ୍ ଉଚ୍ଚସ୍ଥାନମାନ ନିର୍ମାଣ କଲେ। ଆହସଙ୍କର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କର ବାଧ୍ୟ ହୋଇଥିଲେ, ସେ ତାଙ୍କୁ ଅତ୍ୟନ୍ତ କ୍ରୋଧାନ୍ୱିତ କଲେ।
26
ଆହସ୍ ଅନ୍ୟ ଯେ ସମସ୍ତ କର୍ମ କରିଥିଲେ, ସେହିସବୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ “ଯିହୁଦା ଓ ଇସ୍ରାଏଲର ରାଜାମାନଙ୍କର ପୁସ୍ତକରେ” ଲେଖାଯାଇଅଛି।
27
ଆହସ୍ ମୃତ୍ୟୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ଆହସଙ୍କୁ ଯିରୁଶାଲମ ନଗରରେ କବର ଦେଲେ। କିନ୍ତୁ ସେମାନେ ଆହସଙ୍କୁ ଇସ୍ରାଏଲର ରାଜାମାନଙ୍କର କବର ସ୍ଥାନରେ କବର ଦେଲେ ନାହିଁ। ହିଜକିୟ ଆହସଙ୍କ ସ୍ଥାନରେ ନୂତନ ରାଜା ହେଲେ ହିଜକିୟ ଆହସଙ୍କ ପୁତ୍ର ଥିଲେ।
← Chapter 27
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 29 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36