bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Chronicles 25
2 Chronicles 25
Odia Bible ERV 2004 (ପବିତ୍ର ବାଇବଲ)
← Chapter 24
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 26 →
1
ଯିହୁଦାର ରାଜା ଅମତ୍ସିୟ ଅମତ୍ସିୟ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଅଣତିରିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲା ଯିହୋୟଦ୍ଦନ୍। ଯିହୋୟଦ୍ଦନ୍ ଯିରୁଶାଲମରୁ ଆସିଥିଲେ।
2
ଅମତ୍ସିୟ ସଦାପ୍ରଭୁଙ୍କର ଇଚ୍ଛାନୁଯାୟୀ କର୍ମ କଲେ। କିନ୍ତୁ ସେ ଆପଣାର ସମ୍ପୂର୍ଣ୍ଣ ହୃଦୟର ସହିତ ତାହା କଲେ ନାହିଁ।
3
ଅମତ୍ସିୟ ଜଣେ ପରାକ୍ରମୀ ରାଜା ହେଲେ। ଏହା ପରେ ଯେଉଁ ପଦାଧିକାରୀମାନେ ତାଙ୍କର ପିତା, ରାଜାଙ୍କୁ ହତ୍ୟା କରିଥିଲେ, ସେ ସେହି ପଦାଧିକାରୀମାନଙ୍କୁ ହତ୍ୟା କଲେ।
4
କିନ୍ତୁ ଅମତ୍ସିୟ ସେହି ପଦାଧିକାରୀମାନଙ୍କର ସନ୍ତାନମାନଙ୍କୁ ହତ୍ୟା କଲେ ନାହିଁ, କାରଣ ସେ ମୋଶାଙ୍କ ପୁସ୍ତକରେ ଲିଖିତ ନିୟମକୁ ମାନିଲେ। ସଦାପ୍ରଭୁ ଆଦେଶ ଦେଇଥିଲେ, “ପିତାମାତାମାନଙ୍କୁ ସେମାନଙ୍କ ସନ୍ତାନମାନଙ୍କର ଅପରାଧ ପାଇଁ ହତ୍ୟା କରାଯିବ ନାହିଁ। ଆଉ ସନ୍ତାନମାନଙ୍କୁ ସେମାନଙ୍କ ପିତାମାତାଙ୍କର ଅପରାଧ ପାଇଁ ହତ୍ୟା କରାଯିବ ନାହିଁ। ଜଣେ ବ୍ୟକ୍ତିକୁ କେବଳ ତା’ର ନିଜର ମନ୍ଦକର୍ମ ପାଇଁ ହତ୍ୟା କରାଯିବା ଉଚିତ୍।”
5
ଅମତ୍ସିୟ ଯିହୁଦାର ଲୋକମାନଙ୍କୁ ଏକତ୍ର ଠୁଳ କଲେ, ସେ ସେମାନଙ୍କ ବଂଶାନୁଯାୟୀ ସେମାନଙ୍କୁ ଦଳଭୁକ୍ତ କଲେ ଓ ସେ ସେନାଧ୍ୟକ୍ଷ ଓ ସେନାପତିମାନଙ୍କୁ ସେହି ଦଳଗୁଡ଼ିକର ଦାୟିତ୍ୱରେ ରଖିଲେ। ସେହି ନେତାମାନେ ଯିହୁଦା ଓ ବିନ୍ୟାମୀନର ଆଗତ ସମସ୍ତ ସୈନ୍ୟମାନଙ୍କର ଦାୟିତ୍ୱରେ ଥିଲେ। ଯେଉଁ ବ୍ୟକ୍ତିମାନଙ୍କୁ ସୈନ୍ୟରୂପେ ମନୋନୀତ କରାଯାଇଥିଲା, ସେମାନେ କୋଡ଼ିଏ ବର୍ଷ ବା ତତୁର୍ଦ୍ଧ୍ୱ ବୟସର ଥିଲେ। ସର୍ବମୋଟ 300,000 ଦକ୍ଷ ସୈନ୍ୟମାନେ ବର୍ଚ୍ଛା ଓ ଢାଲ ସହିତ ଯୁଦ୍ଧ କରିବା ନିମନ୍ତେ ପ୍ରସ୍ତୁତ ଥିଲେ।
6
ଅମତ୍ସିୟ ମଧ୍ୟ ଇସ୍ରାଏଲରୁ 100,000 ସୈନ୍ୟ ଭଡ଼ାରେ ଆଣିଲେ। ସେ ସେହି ସୈନ୍ୟମାନଙ୍କ ନିମନ୍ତେ 100 ତାଳନ୍ତ ରୂପା ଦେଲେ।
7
କିନ୍ତୁ ପରମେଶ୍ୱରଙ୍କର ଜଣେ ବ୍ୟକ୍ତି ଅମତ୍ସିୟଙ୍କ ନିକଟକୁ ଆସିଲେ। ପରମେଶ୍ୱରଙ୍କର ସେହି ବ୍ୟକ୍ତି କହିଲେ, “ରାଜା, ଇସ୍ରାଏଲର ସୈନ୍ୟମାନଙ୍କୁ ତୁମ୍ଭ ସହିତ ଯିବାକୁ ଦିଅ ନାହିଁ। ସଦାପ୍ରଭୁ ଇସ୍ରାଏଲର ସହିତରେ ନାହାନ୍ତି। ସଦାପ୍ରଭୁ ଇଫ୍ରୟିମର ଲୋକମାନଙ୍କ ସହିତରେ ନାହାନ୍ତି।
8
ହୋଇପାରେ, ତୁମ୍ଭେ ନିଜକୁ ଦୃଢ଼ ଓ ଯୁଦ୍ଧ ନିମନ୍ତେ ସୁପ୍ରସ୍ତୁତ କରିପାର, କିନ୍ତୁ ପରମେଶ୍ୱର ହିଁ ତୁମ୍ଭକୁ ବିଜୟୀ କିଅବା ପରାଜୟୀ ହେବା ନିମନ୍ତେ ସାହାଯ୍ୟ କରି ପାରନ୍ତି।”
9
ଅମତ୍ସିୟ ପରମେଶ୍ୱରଙ୍କ ସେହି ବ୍ୟକ୍ତିଙ୍କୁ କହିଲେ, “କିନ୍ତୁ ମୁଁ ଇସ୍ରାଏଲୀୟ ସୈନ୍ୟଦଳକୁ ଯେଉଁ 100 ତାଳନ୍ତ ରୂପା ଦେଇସାରିଛି, ତାହା ବିଷୟରେ କ’ଣ କରାଯିବ?” ପରମେଶ୍ୱରଙ୍କ ବ୍ୟକ୍ତି ଉତ୍ତର ଦେଲେ, “ସଦାପ୍ରଭୁଙ୍କର ପ୍ରଚୁର ଅଛି, ସେ ତୁମ୍ଭକୁ ତାହାଠାରୁ ଯଥେଷ୍ଟ ଅଧିକ ଦେଇପାରନ୍ତି!”
10
ତେଣୁ ଅମତ୍ସିୟ ଇସ୍ରାଏଲୀୟ ସୈନ୍ୟମାନଙ୍କୁ ସେମାନଙ୍କ ଗୃହକୁ, ଇଫ୍ରୟିମକୁ ଫେରାଇ ଦେଲେ। ସେହି ଲୋକମାନେ ରାଜା ଓ ଯିହୁଦାର ଲୋକମାନଙ୍କ ଉପରେ ଭୟଙ୍କର କ୍ରୋଧ କଲେ। ସେମାନେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଗୃହକୁ ଫେରିଗଲେ।
11
ଏହା ପରେ ଅମତ୍ସିୟ ଅତ୍ୟନ୍ତ ସାହସୀ ହୋଇ ଉଠିଲେ ଓ ତାଙ୍କର ସୈନ୍ୟଦଳକୁ ଲବଣଉପତ୍ୟକାକୁ କଢ଼ାଇ ନେଲେ। ସେହି ସ୍ଥାନରେ, ଅମତ୍ସିୟଙ୍କ ସୈନ୍ୟଦଳ ସେୟୀରର 10,000 ଲୋକଙ୍କୁ ହତ୍ୟା କଲେ।
12
ଯିହୁଦାର ସୈନ୍ୟଦଳ ମଧ୍ୟ ସେୟୀରର 10,000 ଲୋକଙ୍କୁ କରାୟତ କଲେ। ସେମାନେ ସେହି ଲୋକମାନଙ୍କୁ ସେୟୀରରୁ ସେଲାର ଶୀର୍ଷକୁ ନେଇଗଲେ। ସେହି ଲୋକମାନେ ସେତେବେଳେ ଜୀବିତ ଥିଲେ। ଏହା ପରେ ଯିହୁଦାର ସୈନ୍ୟଦଳ ସେହି ଲୋକମାନଙ୍କୁ ସେଲାରୁ ତଳକୁ ଫୋପାଡ଼ି ଦେଲେ, ଆଉ ସେମାନଙ୍କର ଶରୀର ତଳେ ଥିବା ପଥରରେ ପଡ଼ି ଖଣ୍ଡ ବିଖଣ୍ଡ ହୋଇଗଲା।
13
କିନ୍ତୁ ସେହି ସମୟରେ ହିଁ ଇସ୍ରାଏଲୀୟ ସୈନ୍ୟଦଳ ଯିହୁଦାର କେତେକ ସହର ଉପରେ ଆକ୍ରମଣ କରୁଥିଲେ। ସେମାନେ ଶମରିୟାଠାରୁ ବୈଥ୍ହୋରଣ୍ ପର୍ଯ୍ୟନ୍ତ ସହରଗୁଡ଼ିକୁ ଆକ୍ରମଣ କଲେ। ସେମାନେ 3000 ଲୋକଙ୍କୁ ହତ୍ୟା କଲେ ଓ ଅନେକ ବହୁମୂଲ୍ୟ ସାମଗ୍ରୀମାନ ନେଇଗଲେ। କାରଣ ଅମତ୍ସିୟ ସେମାନଙ୍କ ଯୁଦ୍ଧରେ ଯୋଗ ଦେଇ ନ ଥିଲେ।
14
ଅମତ୍ସିୟ ଇଦୋମୀୟ ଲୋକମାନଙ୍କୁ ପରାସ୍ତ କରିବା ପରେ ଗୃହକୁ ବାହୁଡ଼ି ଆସିଲେ। ସେୟୀରର ଲୋକମାନେ ଯେଉଁ ଦେବ ପ୍ରତିମାକୁ ପୂଜା କରୁଥିଲେ, ସେଗୁଡ଼ିକୁ ସଙ୍ଗରେ ଆଣିଥିଲେ। ଅମତ୍ସିୟ ସେହି ଦେବ ପ୍ରତିମାକୁ ପୂଜା କରିବାକୁ ଆରମ୍ଭ କଲେ। ସେ ସେହି ଦେବତାମାନଙ୍କର ସମ୍ମୁଖରେ ପ୍ରଣିପାତ କଲେ ଓ ସେ ସେମାନଙ୍କର ନିକଟରେ ଧୂପ ଜ୍ୱଳାଇଲେ।
15
ସଦାପ୍ରଭୁ ଅମତ୍ସିୟଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କଲେ। ସଦାପ୍ରଭୁ ଅମତ୍ସିୟଙ୍କ ନିକଟକୁ ଜଣେ ଭବିଷ୍ୟଦ୍ବକ୍ତାଙ୍କୁ ପଠାଇଲେ। ଭବିଷ୍ୟଦ୍ବକ୍ତା କହିଲେ, “ଅମତ୍ସିୟ, ତୁମ୍ଭେ କାହିଁକି ସେହି ଲୋକମାନେ ପୂଜା କରୁଥିବା ଦେବତାମାନଙ୍କର ପୂଜା କଲ? ସେହି ଦେବତାମାନେ ସେମାନଙ୍କ ନିଜ ଲୋକମାନଙ୍କୁ ସୁଦ୍ଧା ତୁମ୍ଭଠାରୁ ରକ୍ଷା କରି ପାରିଲେ ନାହିଁ।”
16
ଭବିଷ୍ୟଦ୍ବକ୍ତା ଯେତେବେଳେ ଏହି କଥା କହିଲେ, ଅମତ୍ସିୟ ସେହି ଭବିଷ୍ୟଦ୍ବକ୍ତାଙ୍କୁ କହିଲେ, “ତୁମ୍ଭେ ରାଜାଙ୍କର ଜଣେ ପରାମର୍ଶଦାତା ନୁହଁ। ନୀରବ ରୁହ! ଯଦି ତୁମ୍ଭେ ନୀରବ ନ ରୁହ, ତେବେ ତୁମ୍ଭକୁ ହତ୍ୟା କରାଯିବ!” ଭବିଷ୍ୟଦ୍ବକ୍ତା ନୀରବ ହୋଇଗଲେ, କିନ୍ତୁ ତା’ପରେ କହିଲେ, “ପରମେଶ୍ୱର ପ୍ରକୃତରେ ତୁମ୍ଭକୁ ବିନଷ୍ଟ କରିବା ନିମନ୍ତେ ସ୍ଥିର କରିଛନ୍ତି। କାରଣ ତୁମ୍ଭେ ସେହି ମନ୍ଦକାର୍ଯ୍ୟସବୁ କଲ ଓ ମୋର ଉପଦେଶ ଶୁଣିଲ ନାହିଁ।”
17
ଯିହୁଦାର ରାଜା ଅମତ୍ସିୟ, ତାଙ୍କର ପରାମର୍ଶଦାତାମାନଙ୍କ ସହିତ ଆଲୋଚନା କଲେ। ଏହା ପରେ ସେ ଇସ୍ରାଏଲର ରାଜା ଯୋୟାଶଙ୍କ ନିକଟକୁ ଏକ ବାର୍ତ୍ତା ପଠାଇଲେ। ଯୋୟାଶ୍ ଯିହୋୟାହସଙ୍କର ପୁତ୍ର ଥିଲେ। ଯିହୋୟାହସ୍ ଯେହୂଙ୍କ ପୁତ୍ର ଥିଲେ। ଅମତ୍ସିୟ ଯୋୟାଶଙ୍କୁ କହିଲେ, “ଆସ, ପରସ୍ପରକୁ ସାମ୍ନା-ସାମ୍ନି ଭେଟିବା।”
18
ଏହା ପରେ ଯୋୟାଶ୍ ଅମତ୍ସିୟଙ୍କ ନିକଟକୁ ତାଙ୍କର ଉତ୍ତର ପଠାଇଲେ। ଯୋୟାଶ୍ ଇସ୍ରାଏଲର ରାଜା ଓ ଅମତ୍ସିୟ ଯିହୁଦାର ରାଜା ଥିଲେ। ଯୋୟାଶ୍ ଏହି ବାର୍ତ୍ତା କହିଲେ: “ଲିବାନୋନ୍ର ଏକ କ୍ଷୁଦ୍ର କଣ୍ଟାବୁଦା, ଲିବାନୋନ୍ର ଏକ ବିରାଟ ଦେବଦାରୁ ବୃକ୍ଷ ନିକଟକୁ ଏହି ବାଣୀ ପଠାଇଲା। କ୍ଷୁଦ୍ର କଣ୍ଟାବୁଦା ଏହି କଥା କହିଲା, ‘ତୁମ୍ଭର କନ୍ୟା ମୋର ପୁତ୍ରକୁ ବିବାହ କରୁ।’ କିନ୍ତୁ ଏକ ହିଂସ୍ରଜନ୍ତୁ ଆସିଲା ଓ କଣ୍ଟାବୁଦା ଉପର ଦେଇ ଗ୍ଭଲିଗଲା। ଆଉ ତାହାକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଲା।
19
ତୁମ୍ଭେ ନିଜକୁ କହିଲ, ‘ମୁଁ ଇଦୋମକୁ ପରାଜିତ କରିଦେଲି!’ ତୁମ୍ଭେ ଗର୍ବୀ ଓ ଅତ୍ୟନ୍ତ ଦର୍ପୀ। କିନ୍ତୁ ତୁମ୍ଭେ ଗୃହରେ ରହିବା ଉଚିତ୍। ତୁମ୍ଭର ଦୁର୍ଭାଗ୍ୟ ଭୋଗିବା ଦରକାର ନାହିଁ। ଯଦି ତୁମ୍ଭେ ମୋ’ ସହିତ ଯୁଦ୍ଧ କରିବ, ତେବେ ତୁମ୍ଭେ ଓ ଯିହୁଦା ନଷ୍ଟ ହେବ।”
20
କିନ୍ତୁ ଅମତ୍ସିୟ ତାହା ଶୁଣିଲେ ନାହିଁ। ଏହା ପରମେଶ୍ୱରଙ୍କ ଆଡ଼ୁ ହେଲା। ପରମେଶ୍ୱର ଇସ୍ରାଏଲ ଦ୍ୱାରା ଯିହୁଦାକୁ ପରାସ୍ତ କରିବାକୁ ଯୋଜନା କରିଥିଲେ, କାରଣ ଯିହୁଦାର ଲୋକମାନେ ଇଦୋମର ଲୋକମାନଙ୍କ ଦେବତାର ଅନୁଗାମୀ ହୋଇଥିଲେ।
21
ତେଣୁ ଇସ୍ରାଏଲର ରାଜା ଯୋୟାଶ୍ ବୈଥ୍-ଶେମଶ୍ ସହରରେ ଯିହୁଦାର ରାଜା ଅମତ୍ସିୟଙ୍କୁ ସାମ୍ନା-ସାମ୍ନି ହୋଇ ଭେଟିଲେ। ବୈଥ୍-ଶେମଶ୍ ଯିହୁଦାର ଅଞ୍ଚଳ ଅଟେ।
22
ଇସ୍ରାଏଲ ଯିହୁଦାକୁ ପରାସ୍ତ କଲେ। ଯିହୁଦାର ପ୍ରତ୍ୟେକ ଲୋକ ନିଜ ଗୃହକୁ ଦୌଡ଼ି ପଳାଇଲେ।
23
ଯୋୟାଶ୍ ଯିହୁଦାର ରାଜା ଅମତ୍ସିୟଙ୍କୁ ବୈଥ୍-ଶେମଶ୍ଠାରେ ଧରିଲେ ଓ ତାଙ୍କୁ ଯିରୁଶାଲମକୁ ନେଇଗଲେ। ଅମତ୍ସିୟଙ୍କ ପିତାଙ୍କ ନାମ ଥିଲା ଯୋୟାଶ୍, ଯୋୟାଶଙ୍କ ପିତାଙ୍କର ନାମ ଥିଲା ଯିହୋୟାହସ୍। ଇସ୍ରାଏଲର ରାଜା ଯୋୟାଶ ଇଫ୍ରୟିମ ଫାଟକଠାରୁ କୋଣସ୍ଥିତ ଫାଟକ ପର୍ଯ୍ୟନ୍ତ ଯିରୁଶାଲମର 400 ହାତ ପ୍ରାଚୀରକୁ ଭାଙ୍ଗି ପକାଇଲେ।
24
ପରମେଶ୍ୱରଙ୍କ ମନ୍ଦିରରେ ଏବଂ ରାଜାଙ୍କ ପ୍ରାସାଦରେ ସୁନା, ରୂପା ଓ ଆହୁରି ଅନେକ ସାମଗ୍ରୀ ସବୁ ରହିଥିଲା। ଓବେଦ୍-ଇଦୋମ ଏହି ସମସ୍ତର ଦାୟିତ୍ୱରେ ଥିଲେ। କିନ୍ତୁ ଯୋୟାଶ୍ ସେହି ସବୁତକ ସାମଗ୍ରୀ ନେଇଗଲେ। ଏହା ପରେ ଯୋୟାଶ୍ କିଛି ଲୋକଙ୍କୁ ବନ୍ଦୀକରି ନେଇଗଲେ ଓ ଶମରିୟାକୁ ଫେରିଗଲେ।
25
ଯିହୋୟାହସଙ୍କ ପରେ, ତାଙ୍କ ପୁତ୍ର ଇସ୍ରାଏଲର ରାଜା ଯୋୟାଶଙ୍କର ମୃତ୍ୟୁ ହେଲା, ଯୋୟାଶଙ୍କର ପୁତ୍ର ଅମତ୍ସିୟ ଯିହୁଦାର ରାଜା ଆହୁରି ପନ୍ଦର ବର୍ଷ ବଞ୍ଚିଲେ।
26
ଅମତ୍ସିୟ ଅନ୍ୟ ଯେଉଁ ସମସ୍ତ କର୍ମ କରିଥିଲେ, ତାହା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ “ଯିହୁଦା ଓ ଇସ୍ରାଏଲର ରାଜାମାନଙ୍କର ପୁସ୍ତକରେ” ଲେଖାଯାଇଅଛି।
27
ଯେତେବେଳେ ଅମତ୍ସିୟ ସଦାପ୍ରଭୁଙ୍କର ବାଧ୍ୟ ହେବା ବନ୍ଦ କରିଦେଲେ, ଯିରୁଶାଲମର ଲୋକମାନେ ଅମତ୍ସିୟଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ। ସେ ଲାଖୀଶ୍ ସହରକୁ ଲୋକମାନଙ୍କୁ ପଠାଇଲେ ଓ ସେମାନେ ସେଠାରେ ଅମତ୍ସିୟଙ୍କୁ ହତ୍ୟା କଲେ।
28
ଏହା ପରେ ସେମାନେ ଅମତ୍ସିୟଙ୍କ ଶରୀରକୁ ଅଶ୍ୱ ପୃଷ୍ଠରେ ବୋହି ନେଲେ ଓ ତାଙ୍କୁ ତାଙ୍କର ପୂର୍ବପୁରୁଷଗଣ ସହିତ ଯିହୁଦା ନଗରରେ କବର ଦେଲେ।
← Chapter 24
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 26 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36